ODIA PAGE 1322

ਕਲਿਆਨ ਮਹਲਾ ੫ ॥

କଲ୍ୟାଣ ମହଲା 5॥ 

ਮੇਰੇ ਲਾਲਨ ਕੀ ਸੋਭਾ ॥

ମୋର ପ୍ରଭୁଙ୍କ ଶୋଭା

ਸਦ ਨਵਤਨ ਮਨ ਰੰਗੀ ਸੋਭਾ ॥੧॥ ਰਹਾਉ ॥

ସର୍ବଦା ନବୀନ ଏବଂ ମନକୁ ରଙ୍ଗୀନ କରିବା ବାଲା॥1॥ରୁହ॥

ਬ੍ਰਹਮ ਮਹੇਸ ਸਿਧ ਮੁਨਿ ਇੰਦ੍ਰਾ ਭਗਤਿ ਦਾਨੁ ਜਸੁ ਮੰਗੀ ॥੧॥

ବ୍ରହ୍ମା, ଶିବ ଶଙ୍କର, ସିଦ୍ଧ, ମୁନି ଏବଂ ଇନ୍ଦ୍ର ଇତ୍ୟାଦି ଭକ୍ତଙ୍କ ଯଶ ହିଁ ମାଗିଥାନ୍ତି||1|| 

ਜੋਗ ਗਿਆਨ ਧਿਆਨ ਸੇਖਨਾਗੈ ਸਗਲ ਜਪਹਿ ਤਰੰਗੀ ॥

ବଡ଼, ବଡଯୋଗୀ, ଜ୍ଞାନୀ, ଧ୍ୟାନୀ, ଏବଂ ଶେଷନାଗ ପରମାତ୍ମାଙ୍କ ହିଁ ଜପ କରିଥାନ୍ତି। 

ਕਹੁ ਨਾਨਕ ਸੰਤਨ ਬਲਿਹਾਰੈ ਜੋ ਪ੍ਰਭ ਕੇ ਸਦ ਸੰਗੀ ॥੨॥੩॥

ନାନକ କହନ୍ତି ଯେ ସେହି ସନ୍ଥ ପୁରୁଷଙ୍କ ପ୍ରତି ସମର୍ପିତ ଯାଇଥାଏ, ଯିଏ ପ୍ରଭୁ ବନ୍ଦନାରେ ଲୀନ ରହି ସଦା ତାହାଙ୍କ ସହିତ ରହିଥାଏ||2||3||

ਕਲਿਆਨ ਮਹਲਾ ੫ ਘਰੁ ੨

କଲ୍ୟାଣ ମହଲା 5 ଘର 2

ੴ ਸਤਿਗੁਰ ਪ੍ਰਸਾਦਿ ॥

ੴ सतिगुर प्रसादि 

ଇଶ୍ଵର ଏକ ଅଟନ୍ତି, ସଦଗୁରୁଙ୍କ କୃପାରୁ ଯାହାଙ୍କୁ ପ୍ରାପ୍ତ କରା ଯାଇପାରେ॥ 

ਤੇਰੈ ਮਾਨਿ ਹਰਿ ਹਰਿ ਮਾਨਿ ॥

ହେ ଇଶ୍ୱର! ତୋର ମହିମା ଗାନ କରିବା ଦ୍ୱାରା ମାନ ସମ୍ମାନ ପ୍ରାପ୍ତ ହୋଇଥାଏ।

ਨੈਨ ਬੈਨ ਸ੍ਰਵਨ ਸੁਨੀਐ ਅੰਗ ਅੰਗੇ ਸੁਖ ਪ੍ਰਾਨਿ ॥੧॥ ਰਹਾਉ ॥

ନେତ୍ରରେ ଦର୍ଶନ କରିବା, ଜିହ୍ଵା ଦ୍ୱାରା ନାମ ଉଚ୍ଚାରଣ କରିବା ଏବଂ କାନ ଦ୍ଵାରା କୀର୍ତ୍ତନ ଶୁଣିବା ଦ୍ଵାରା ପ୍ରାଣୀକୁ ସୁଖ ପ୍ରାପ୍ତ ହୋଇଥାଏ॥1॥

ਇਤ ਉਤ ਦਹ ਦਿਸਿ ਰਵਿਓ ਮੇਰ ਤਿਨਹਿ ਸਮਾਨਿ ॥੧॥

ଏଣେତେଣେ, ଦଶଦିଗରେ, ପର୍ବତ ଓ ତୃଣରେ ସମାନ ରୂପରେ ଇଶ୍ୱର ହିଁ ବ୍ୟାପ୍ତ ଅଛନ୍ତି||1||

ਜਤ ਕਤਾ ਤਤ ਪੇਖੀਐ ਹਰਿ ਪੁਰਖ ਪਤਿ ਪਰਧਾਨ ॥

ଯେଉଁଠି ଦେଖିଲେ ମଧ୍ୟ ପ୍ରଭୁ ହିଁ ନଜରରେ ଆସିଥାନ୍ତି, ସେହି ପରମ ପୁରୁଷ ସଂସାରର ସ୍ଵାମୀ ଅଟନ୍ତି। 

ਸਾਧਸੰਗਿ ਭ੍ਰਮ ਭੈ ਮਿਟੇ ਕਥੇ ਨਾਨਕ ਬ੍ਰਹਮ ਗਿਆਨ ॥੨॥੧॥੪॥

ନାନକ ଏହି ବ୍ରହ୍ମ୍ଜ୍ଞାନ କଥନ କରନ୍ତି ଯେ ସାଧୁ ପୁରୁଷଙ୍କ ସଙ୍ଗତରେ ସବୁ ଭ୍ରମ ଦୂର ହୋଇଯାଏ||2||1||4||

ਕਲਿਆਨ ਮਹਲਾ ੫ ॥

କଲ୍ୟାଣ ମହଲା 5॥ 

ਗੁਨ ਨਾਦ ਧੁਨਿ ਅਨੰਦ ਬੇਦ ॥

ପରମାତ୍ମାଙ୍କ ଗୁଣଗାନ, ଶବ୍ଦର ଧ୍ୱନି,ଆନନ୍ଦଦାୟକ ବେଦଜ୍ଞାନର, 

ਕਥਤ ਸੁਨਤ ਮੁਨਿ ਜਨਾ ਮਿਲਿ ਸੰਤ ਮੰਡਲੀ ॥੧॥ ਰਹਾਉ ॥

ସନ୍ଥଙ୍କ ସଙ୍ଗତରେ ରହି ଉତ୍ତମ କଥନ ଏବଂ ଶ୍ରବଣ କରିଥାନ୍ତି॥1॥ରୁହ॥

ਗਿਆਨ ਧਿਆਨ ਮਾਨ ਦਾਨ ਮਨ ਰਸਿਕ ਰਸਨ ਨਾਮੁ ਜਪਤ ਤਹ ਪਾਪ ਖੰਡਲੀ ॥੧॥

ସେମାନେ ଜ୍ଞାନ ଚର୍ଚ୍ଚା କରିଥାନ୍ତି, ଧ୍ୟାନଶୀଳ ରହିଥାନ୍ତି, ମୋହମାୟା ତ୍ୟାଗର ପ୍ରେରଣା କରିଥାନ୍ତି, ମନରେ ପରମାତ୍ମାଙ୍କ ନାମ ପ୍ରେମପୂର୍ବକ ଜପ କରିଥାନ୍ତି ଏବଂ ପାପର ଖଣ୍ଡନ କରିଥାନ୍ତି1|| 

ਜੋਗ ਜੁਗਤਿ ਗਿਆਨ ਭੁਗਤਿ ਸੁਰਤਿ ਸਬਦ ਤਤ ਬੇਤੇ ਜਪੁ ਤਪੁ ਅਖੰਡਲੀ ॥

ସେମାନେ ତତ୍ତ୍ଵ, ଯୋଗଯୁକ୍ତି, ଜ୍ଞାନଭୋଗ, ଶବ୍ଦର ଚିନ୍ତନ, ଜପ ତପସ୍ୟା କରିଥାନ୍ତି।

ਓਤਿ ਪੋਤਿ ਮਿਲਿ ਜੋਤਿ ਨਾਨਕ ਕਛੂ ਦੁਖੁ ਨ ਡੰਡਲੀ ॥੨॥੨॥੫॥

ନାନକ କହନ୍ତି ଯେ ସେମାନେ ପରମ ଜ୍ୟୋତିରେ ପୂର୍ଣ୍ଣ ଭାବରେ ମିଶି ଯାଆନ୍ତି ଏବଂ ତାହାଙ୍କୁ କୌଣସି ଦୁଃଖ ପ୍ରଭାବିତ କରିପାରେ ନାହିଁ||2||2||5||

ਕਲਿਆਨੁ ਮਹਲਾ ੫ ॥

କଲ୍ୟାଣ ମହଲା 5 ॥ 

ਕਉਨੁ ਬਿਧਿ ਤਾ ਕੀ ਕਹਾ ਕਰਉ ॥

 ପ୍ରଭୁ ମିଳନର ଉପାୟ କଣ, ସେଥିପାଇଁ ମୋତେ କଣ କରିବା ଉଚିତ୍? 

ਧਰਤ ਧਿਆਨੁ ਗਿਆਨੁ ਸਸਤ੍ਰਗਿਆ ਅਜਰ ਪਦੁ ਕੈਸੇ ਜਰਉ ॥੧॥ ਰਹਾਉ ॥

ଅନେକ ବ୍ୟକ୍ତି ଧ୍ୟାନ ଲଗାଇ ଥାଆନ୍ତି, ଶାସ୍ତ୍ରଜ୍ଞ ଜ୍ଞାନ ଚର୍ଚ୍ଚା କରିଥାନ୍ତି, କିନ୍ତୁ ଏହି ଅସହ୍ୟ ଅବସ୍ଥାକୁ କିପରି ସହ୍ୟ କରିବି॥1॥ରୁହ॥ 

ਬਿਸਨ ਮਹੇਸ ਸਿਧ ਮੁਨਿ ਇੰਦ੍ਰਾ ਕੈ ਦਰਿ ਸਰਨਿ ਪਰਉ ॥੧॥

କଣ ମୁଁ ବିଷ୍ଣୁ, ମହେଶ୍ଵର, ସିଦ୍ଧ ଅଥବା ଇନ୍ଦ୍ରଙ୍କ ଦ୍ୱାରରେ ତାହାଙ୍କ ଶରଣରେ ପଡିବି?||1|| 

ਕਾਹੂ ਪਹਿ ਰਾਜੁ ਕਾਹੂ ਪਹਿ ਸੁਰਗਾ ਕੋਟਿ ਮਧੇ ਮੁਕਤਿ ਕਹਉ ॥

କେହି କ୍ଷମତା ପ୍ରଦାନ କରିଥାନ୍ତି, କେହି ସ୍ଵର୍ଗ ଦେଇଥାନ୍ତି, କିନ୍ତୁ କୋଟି କୋଟି ମଧ୍ୟରେ କେହି ବିରଳ ହିଁ ମୁକ୍ତି ପ୍ରାପ୍ତ କରିଥାଏ। 

ਕਹੁ ਨਾਨਕ ਨਾਮ ਰਸੁ ਪਾਈਐ ਸਾਧੂ ਚਰਨ ਗਹਉ ॥੨॥੩॥੬॥

ନାନକ କହନ୍ତି ଯେ ସାଧୁଙ୍କ ଚରଣରେ ଆସିବା ଦ୍ଵାରା ହିଁ ହରିନାମର ରସ ପ୍ରାପ୍ତ ହୋଇଥାଏ||2||3||6||

ਕਲਿਆਨ ਮਹਲਾ ੫ ॥

କଲ୍ୟାଣ ମହଲା 5॥ 

ਪ੍ਰਾਨਪਤਿ ਦਇਆਲ ਪੁਰਖ ਪ੍ਰਭ ਸਖੇ ॥

ହେ ପ୍ରଭୁ! ଏକମାତ୍ର ତୁ ହିଁ ମୋର ପ୍ରାଣର ସ୍ଵାମୀ ଅଟୁ, ତୁ ଦୟାର ସାଗର ଅଟୁ, ପରମ ପୁରୁଷ ଏବଂ ସଚ୍ଚା ସାଥୀ ଅଟୁ। 

ਗਰਭ ਜੋਨਿ ਕਲਿ ਕਾਲ ਜਾਲ ਦੁਖ ਬਿਨਾਸਨੁ ਹਰਿ ਰਖੇ ॥੧॥ ਰਹਾਉ ॥

ତୁ ହିଁ ଗର୍ଭ ଯୋନିରୁ ମୁକ୍ତ କରାଇବା ବାଲା ଅଟୁ, ମୃତ୍ୟୁର ଜାଲ ଏବଂ ଦୁଃଖ ନାଶ କରାଇବା ବାଲା ଅଟୁ॥1॥ରୁହ॥ 

ਨਾਮ ਧਾਰੀ ਸਰਨਿ ਤੇਰੀ ॥

ମୁଁ ନାମ ଧାରଣ କରି ତୋର ଶରଣରେ ଆସିଛି, 

ਪ੍ਰਭ ਦਇਆਲ ਟੇਕ ਮੇਰੀ ॥੧॥

ହେ ଦୟାଳୁ ପ୍ରଭୁ! ତୁ ହିଁ ମୋର ଆଶ୍ରା ଅଟୁ||1|| 

ਅਨਾਥ ਦੀਨ ਆਸਵੰਤ ॥

ମୋ’ ଭଳି ଅନାଥ ଏବଂ ଦୀନର ଆଶା ତୁ ହିଁ ଅଟୁ,

ਨਾਮੁ ਸੁਆਮੀ ਮਨਹਿ ਮੰਤ ॥੨॥

ହେ ସ୍ୱାମୀ! ତୋର ନାମ ହିଁ ମନର ମନ୍ତ୍ର ଅଟେ||2|| 

ਤੁਝ ਬਿਨਾ ਪ੍ਰਭ ਕਿਛੂ ਨ ਜਾਨੂ ॥

ହେ ପ୍ରଭୁ! ତୋ ବିନା ମୁଁ କିଛି ମାନେ ନାହିଁ ଏବଂ

ਸਰਬ ਜੁਗ ਮਹਿ ਤੁਮ ਪਛਾਨੂ ॥੩॥

ସମ୍ପୂର୍ଣ୍ଣ ଜଗତରେ ମୁଁ ତୁମକୁ ହିଁ ଜାଣିଅଛି||3|| 

ਹਰਿ ਮਨਿ ਬਸੇ ਨਿਸਿ ਬਾਸਰੋ ॥

ମୋର ମନରେ ଦିନରାତି ପରମାତ୍ମା ହିଁ ବାସ କରିଥାନ୍ତି ଏବଂ

ਗੋਬਿੰਦ ਨਾਨਕ ਆਸਰੋ ॥੪॥੪॥੭॥

ନାନକ କହନ୍ତି ଯେ ତାହାଙ୍କ ଆଶ୍ରା ହିଁ ଅଛି||4||4||7||

ਕਲਿਆਨ ਮਹਲਾ ੫ ॥

କଲ୍ୟାଣ ମହଲା 5॥ 

ਮਨਿ ਤਨਿ ਜਾਪੀਐ ਭਗਵਾਨ ॥

ମନ ତନରେ ଭାଗବାନଙ୍କ ଜପ କରିବା ଉଚିତ। 

ਗੁਰ ਪੂਰੇ ਸੁਪ੍ਰਸੰਨ ਭਏ ਸਦਾ ਸੂਖ ਕਲਿਆਨ ॥੧॥ ਰਹਾਉ ॥

ପୂର୍ଣ୍ଣ ଗୁରୁଙ୍କ ପ୍ରସନ୍ନ ହେବା ପରେ ସର୍ବଦା ସୁଖ ଓ କଲ୍ୟାଣ ପ୍ରାପ୍ତ ହୋଇଥାଏ॥1॥ରୁହ॥

ਸਰਬ ਕਾਰਜ ਸਿਧਿ ਭਏ ਗਾਇ ਗੁਨ ਗੁਪਾਲ ॥

ଇଶ୍ୱରଙ୍କ ଗୁଣଗାନ ଦ୍ଵାରା ସବୁ କାର୍ଯ୍ୟ ସିଦ୍ଧ ହୋଇଥାଏ।

ਮਿਲਿ ਸਾਧਸੰਗਤਿ ਪ੍ਰਭੂ ਸਿਮਰੇ ਨਾਠਿਆ ਦੁਖ ਕਾਲ ॥੧॥

ସାଧୁଙ୍କ ସହିତ ମିଳନ କରି ପ୍ରଭୁଙ୍କ ସ୍ମରଣ କରିଛି, ଦୁଃଖ ଓ କାଳ ଦୂର ହୋଇଯାଇଛି||1|| 

ਕਰਿ ਕਿਰਪਾ ਪ੍ਰਭ ਮੇਰਿਆ ਕਰਉ ਦਿਨੁ ਰੈਨਿ ਸੇਵ ॥

ହେ ମୋର ପ୍ରଭୁ! ମୋ’ ଉପରେ କୃପାକର, ଯେପରି ଦିନରାତି ତୋର ସେବାରେ ଲୀନ ରହିବି। 

error: Content is protected !!