ਪੂਰਾ ਭਾਗੁ ਹੋਵੈ ਮੁਖਿ ਮਸਤਕਿ ਸਦਾ ਹਰਿ ਕੇ ਗੁਣ ਗਾਹਿ ॥੧॥ ਰਹਾਉ ॥
ଯିଏ ପୂର୍ଣ୍ଣ ଭାଗ୍ୟଶାଳୀ ହୋଇଥାଏ, ସେ ସଦା ପରମାତ୍ମାଙ୍କ ଗୁଣଗାନ କରିଥାଏ॥1॥ରୁହ॥
ਅੰਮ੍ਰਿਤ ਨਾਮੁ ਭੋਜਨੁ ਹਰਿ ਦੇਇ ॥
ଈଶ୍ଵର ନାମାମୃତ ରୂପୀ ଭୋଜନ ଦେଇଥାନ୍ତି,
ਕੋਟਿ ਮਧੇ ਕੋਈ ਵਿਰਲਾ ਲੇਇ ॥
ଯାହା କୋଟି କୋଟି ମଧ୍ୟରେ କେହି ବିରଳ ହିଁ ପ୍ରାପ୍ତ କରିଥାଏ ଏବଂ
ਜਿਸ ਨੋ ਅਪਣੀ ਨਦਰਿ ਕਰੇਇ ॥੧॥
ଯାହା ଉପରେ ନିଜ କୃପା ଦୃଷ୍ଟି କରିଥାନ୍ତି||1||
ਗੁਰ ਕੇ ਚਰਣ ਮਨ ਮਾਹਿ ਵਸਾਇ ॥
ଗୁରୁଙ୍କ ଚରଣ ମନରେ ସ୍ଥାପନ କରିବା ଦ୍ଵାରା
ਦੁਖੁ ਅਨੑੇਰਾ ਅੰਦਰਹੁ ਜਾਇ ॥
ଦୁଃଖର ଅନ୍ଧକାର ଦୂର ହୋଇଯାଏ ଏବଂ
ਆਪੇ ਸਾਚਾ ਲਏ ਮਿਲਾਇ ॥੨॥
ଈଶ୍ଵର ସ୍ଵୟଂ ହିଁ ନିଜ ସାଥିରେ ମିଳାଇ ନେଇଥାନ୍ତି||2||
ਗੁਰ ਕੀ ਬਾਣੀ ਸਿਉ ਲਾਇ ਪਿਆਰੁ ॥
ଗୁରୁଙ୍କ ବାଣୀ ସହିତ ପ୍ରେମ ଲଗାଅ,
ਐਥੈ ਓਥੈ ਏਹੁ ਅਧਾਰੁ ॥
ଲୋକ-ପରଲୋକରେ ସେ ହିଁ ଆଶ୍ରା ଅଟନ୍ତି ଏବଂ
ਆਪੇ ਦੇਵੈ ਸਿਰਜਨਹਾਰੁ ॥੩॥
ସେହି ସ୍ରଷ୍ଟା ସ୍ଵୟଂ ହିଁ ପ୍ରେମ ଦେଇଥାନ୍ତି||3||
ਸਚਾ ਮਨਾਏ ਅਪਣਾ ਭਾਣਾ ॥
ଈଶ୍ଵର ନିଜ ଇଚ୍ଛା ଜାହିର କରିଥାନ୍ତି,
ਸੋਈ ਭਗਤੁ ਸੁਘੜੁ ਸੋੁਜਾਣਾ ॥
ତାହାଙ୍କ ଇଚ୍ଛାକୁ ମାନିବା ବାଲା ଭକ୍ତ ବୁଦ୍ଧିମାନ ଅଟେ ଏବଂ
ਨਾਨਕੁ ਤਿਸ ਕੈ ਸਦ ਕੁਰਬਾਣਾ ॥੪॥੭॥੧੭॥੭॥੨੪॥
ନାନକ ତାହାଙ୍କ ପ୍ରତି ସଦା ସମର୍ପିତ ଅଟନ୍ତି||4||7||17||7||24||
ਪ੍ਰਭਾਤੀ ਮਹਲਾ ੪ ਬਿਭਾਸ
ପ୍ରଭାତୀ ମହଲା 4 ବିଭାସ
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਰਸਕਿ ਰਸਕਿ ਗੁਨ ਗਾਵਹ ਗੁਰਮਤਿ ਲਿਵ ਉਨਮਨਿ ਨਾਮਿ ਲਗਾਨ ॥
ଗୁରୁଙ୍କ ଶିକ୍ଷା ଦ୍ଵାରା ପରମାତ୍ମାଙ୍କ ଗୁଣଗାନ କରାଯାଏ ଏବଂ ସ୍ଵାଭାବିକ ଅବସ୍ଥାରେ ହରିନାମରେ ଲଗ୍ନ ଲାଗିଥାଏ।
ਅੰਮ੍ਰਿਤੁ ਰਸੁ ਪੀਆ ਗੁਰ ਸਬਦੀ ਹਮ ਨਾਮ ਵਿਟਹੁ ਕੁਰਬਾਨ ॥੧॥
ଗୁରୁଙ୍କ ଉପଦେଶ ଦ୍ଵାରା ହରିନାମାମୃତ ରସ ପାନ କରାଯାଏ ଏବଂ ଆମେ ହରିନାମ ପ୍ରତି ସମର୍ପିତ ଅଟୁ||1||
ਹਮਰੇ ਜਗਜੀਵਨ ਹਰਿ ਪ੍ਰਾਨ ॥
ସଂସାରର ଜୀବନ ପ୍ରଭୁ ହିଁ ଆମର ପ୍ରାଣ ଅଟନ୍ତି।
ਹਰਿ ਊਤਮੁ ਰਿਦ ਅੰਤਰਿ ਭਾਇਓ ਗੁਰਿ ਮੰਤੁ ਦੀਓ ਹਰਿ ਕਾਨ ॥੧॥ ਰਹਾਉ ॥
ଯେତେବେଳେ ଗୁରୁ କାନରେ ମନ୍ତ୍ର ଦେଇଥାନ୍ତି, ହୃଦୟରେ ଈଶ୍ଵର ହିଁ ପ୍ରିୟ ଲାଗିଥାନ୍ତି॥1॥ରୁହ॥
ਆਵਹੁ ਸੰਤ ਮਿਲਹੁ ਮੇਰੇ ਭਾਈ ਮਿਲਿ ਹਰਿ ਹਰਿ ਨਾਮੁ ਵਖਾਨ ॥
ହେ ମୋର ଭାଇ, ସନ୍ଥଜନ! ଆସ, ଆମେ ମିଶି ହରିନାମର ପ୍ରଶଂସା କରିବା।
ਕਿਤੁ ਬਿਧਿ ਕਿਉ ਪਾਈਐ ਪ੍ਰਭੁ ਅਪੁਨਾ ਮੋ ਕਉ ਕਰਹੁ ਉਪਦੇਸੁ ਹਰਿ ਦਾਨ ॥੨॥
ମୋତେ ଉପଦେଶ ପ୍ରଦାନ କର ଯେ ମୁଁ ନିଜ ପ୍ରଭୁଙ୍କୁ କିପରି ପ୍ରାପ୍ତ କରି ପାରିବି||2||
ਸਤਸੰਗਤਿ ਮਹਿ ਹਰਿ ਹਰਿ ਵਸਿਆ ਮਿਲਿ ਸੰਗਤਿ ਹਰਿ ਗੁਨ ਜਾਨ ॥
ଈଶ୍ଵର ସତସଙ୍ଗରେ ବାସ କରିଥାନ୍ତି, ଏଣୁ ସଙ୍ଗତରେ ମିଶି ଈଶ୍ବରଙ୍କ ଗୁଣଗାନ କର।
ਵਡੈ ਭਾਗਿ ਸਤਸੰਗਤਿ ਪਾਈ ਗੁਰੁ ਸਤਿਗੁਰੁ ਪਰਸਿ ਭਗਵਾਨ ॥੩॥
ଉତ୍ତମ ଭାଗ୍ୟରୁ ଗୁରୁଙ୍କ ସତସଙ୍ଗତି ପ୍ରାପ୍ତ ହୋଇଥାଏ ଏବଂ ଗୁରୁଙ୍କ ଚରଣ ସ୍ପର୍ଶ ଦ୍ଵାରା ଭଗବାନଙ୍କ ସହିତ ମିଳନ ହୋଇଥାଏ||3||
ਗੁਨ ਗਾਵਹ ਪ੍ਰਭ ਅਗਮ ਠਾਕੁਰ ਕੇ ਗੁਨ ਗਾਇ ਰਹੇ ਹੈਰਾਨ ॥
ଆମେ ପ୍ରଭୁଙ୍କ ଗୁଣଗାନ କରିଥାଉ, ସେହି ମାଲିକଙ୍କ ଗୁଣଗାନ କରି ବିସ୍ମିତ ହେଉଅଛି।
ਜਨ ਨਾਨਕ ਕਉ ਗੁਰਿ ਕਿਰਪਾ ਧਾਰੀ ਹਰਿ ਨਾਮੁ ਦੀਓ ਖਿਨ ਦਾਨ ॥੪॥੧॥
ନାନକ କହନ୍ତି ଯେ ଗୁରୁ କୃପା କରି ଆମକୁ ହରିନାମ ଭଜନ ଦାନ ଦେଇଛନ୍ତି||4||1||
ਪ੍ਰਭਾਤੀ ਮਹਲਾ ੪ ॥
ପ୍ରଭାତୀ ମହଲା 4॥
ਉਗਵੈ ਸੂਰੁ ਗੁਰਮੁਖਿ ਹਰਿ ਬੋਲਹਿ ਸਭ ਰੈਨਿ ਸਮ੍ਹ੍ਹਾਲਹਿ ਹਰਿ ਗਾਲ ॥
ପ୍ରାତଃ ହେବା ମାତ୍ରେ ଗୁରୁମୁଖୀ ଈଶ୍ବରଙ୍କ ଭଜନ କରିଥାଏ ଏବଂ ରାତ୍ରିକାଳରେ ମଧ୍ୟ ଈଶ୍ବରଙ୍କ ସ୍ମୃତିରେ ଲୀନ ରହିଥାଏ।
ਹਮਰੈ ਪ੍ਰਭਿ ਹਮ ਲੋਚ ਲਗਾਈ ਹਮ ਕਰਹ ਪ੍ਰਭੂ ਹਰਿ ਭਾਲ ॥੧॥
ପ୍ରଭୁ ଆମର ଅନ୍ତର୍ମନରେ ଏପରି ଆକାଂକ୍ଷା ଉତ୍ପନ୍ନ କରି ଦେଇଛନ୍ତି ଯେ ଆମେ ତାହାଙ୍କ ସନ୍ଧାନ କରିଥାଉ||1||
ਮੇਰਾ ਮਨੁ ਸਾਧੂ ਧੂਰਿ ਰਵਾਲ ॥
ମୋର ମନ ସାଧୁଙ୍କ ଚରଣ ଧୂଳି ଚାହିଁ ଥାଏ।
ਹਰਿ ਹਰਿ ਨਾਮੁ ਦ੍ਰਿੜਾਇਓ ਗੁਰਿ ਮੀਠਾ ਗੁਰ ਪਗ ਝਾਰਹ ਹਮ ਬਾਲ ॥੧॥ ਰਹਾਉ ॥
ଗୁରୁ ହରିନାମର ଜପ କରାଇ ଥାଆନ୍ତି ଏବଂ ମୁଁ ନିଜ କେଶରେ ଗୁରୁଙ୍କ ପାଦ ସଫା କରିଥାଏ॥1॥ରୁହ॥
ਸਾਕਤ ਕਉ ਦਿਨੁ ਰੈਨਿ ਅੰਧਾਰੀ ਮੋਹਿ ਫਾਥੇ ਮਾਇਆ ਜਾਲ ॥
ନୈରାଶ୍ୟବାଦୀ ଦିନରାତି ମୋହର ଅନ୍ଧକାର ଏବଂ ମାୟାର ଜାଲରେ ଫସି ରହିଥାଏ।
ਖਿਨੁ ਪਲੁ ਹਰਿ ਪ੍ਰਭੁ ਰਿਦੈ ਨ ਵਸਿਓ ਰਿਨਿ ਬਾਧੇ ਬਹੁ ਬਿਧਿ ਬਾਲ ॥੨॥
ତାହାର ହୃଦୟରେ ଏକ କ୍ଷଣ ପାଇଁ ମଧ୍ୟ ପ୍ରଭୁ ବାସ କରନ୍ତି ନାହିଁ, ସେ କରଜରେ ଫସି ରହିଥାଏ||2||
ਸਤਸੰਗਤਿ ਮਿਲਿ ਮਤਿ ਬੁਧਿ ਪਾਈ ਹਉ ਛੂਟੇ ਮਮਤਾ ਜਾਲ ॥
ସତସଙ୍ଗତିରେ ମିଳନ ଦ୍ଵାରା ଉତ୍ତମ ବୁଦ୍ଧି ପ୍ରାପ୍ତ ହୋଇଥାଏ ଏବଂ ମୋହ-ମମତାର ଜାଲରୁ ମୁକ୍ତି ମିଳିଥାଏ।
ਹਰਿ ਨਾਮਾ ਹਰਿ ਮੀਠ ਲਗਾਨਾ ਗੁਰਿ ਕੀਏ ਸਬਦਿ ਨਿਹਾਲ ॥੩॥
ମୋତେ ହରିନାମ ହିଁ ମଧୁର ଲାଗିଥାଏ ଏବଂ ଗୁରୁ ଉପଦେଶ ଦେଇ ପ୍ରସନ୍ନ କରିଥାନ୍ତି||3||
ਹਮ ਬਾਰਿਕ ਗੁਰ ਅਗਮ ਗੁਸਾਈ ਗੁਰ ਕਰਿ ਕਿਰਪਾ ਪ੍ਰਤਿਪਾਲ ॥
ଆମେ ଜୀବ ଶିଶୁ ଅଟୁ, ଗୁରୁ ସଂସାରର ସ୍ଵାମୀ ଅଟନ୍ତି ଏବଂ ସେ କୃପା କରି ଆମର ପାଳନ-ପୋଷଣ କରିଥାନ୍ତି।
ਬਿਖੁ ਭਉਜਲ ਡੁਬਦੇ ਕਾਢਿ ਲੇਹੁ ਪ੍ਰਭ ਗੁਰ ਨਾਨਕ ਬਾਲ ਗੁਪਾਲ ॥੪॥੨॥
ନାନକ ବିନତି କରନ୍ତି ଯେ ହେ ଗୁରୁ ପରମେଶ୍ଵର! ଏହି ବିଷମ ସଂସାର ସାଗରରେ ବୁଡିବାରୁ ରକ୍ଷା କର, ଆମେ ତୁମର ସନ୍ତାନ ଅଟୁ||4||2||
ਪ੍ਰਭਾਤੀ ਮਹਲਾ ੪ ॥
ପ୍ରଭାତୀ ମହଲା 4॥
ਇਕੁ ਖਿਨੁ ਹਰਿ ਪ੍ਰਭਿ ਕਿਰਪਾ ਧਾਰੀ ਗੁਨ ਗਾਏ ਰਸਕ ਰਸੀਕ ॥
ଯେତେବେଳେ ପ୍ରଭୁ ଏକ କ୍ଷଣରେ ନିଜ କୃପା କରିଛନ୍ତି, ଆମେ ଏକ କ୍ଷଣରେ ତାହାଙ୍କ ଗୁଣଗାନରେ ଲାଗି ଯାଇଛୁ।