ਆਇਆ ਗਇਆ ਮੁਇਆ ਨਾਉ ॥
ସେ ଏହି ସଂସାରକୁ ଆସିଥିଲା ଆଉ ଚାଲିଯାଇଛି ଆଉ ତାର ନାମ ମଧ୍ୟ ଲିଭି ଯାଇଛି।
ਪਿਛੈ ਪਤਲਿ ਸਦਿਹੁ ਕਾਵ ॥
ତାହାର ମୃତ୍ୟୁ ପରେ ପତ୍ରରେ ଭୋଜନ ଦିଆଯାଏ ଆଉ କାଉକୁ ଡକାଯାଏ ଅର୍ଥାତ ଶ୍ରାଦ୍ଧ କରାଯାଏ।
ਨਾਨਕ ਮਨਮੁਖਿ ਅੰਧੁ ਪਿਆਰੁ ॥
ହେ ନାନକ! ସ୍ଵେଛାଚାରୀ ଜୀବର ଜଗତ ସହିତ ମୋହ ଜ୍ଞାନହୀନ ବାଲା ଅଟେ।
ਬਾਝੁ ਗੁਰੂ ਡੁਬਾ ਸੰਸਾਰੁ ॥੨॥
ଗୁରୁଙ୍କ ବିନା ସାରା ଜଗତ ହିଁ ଭବସାଗରରେ ଡୁବି ରହିଛି। ॥2॥
ਮਃ ੧ ॥
ମହଲା 1 ॥
ਦਸ ਬਾਲਤਣਿ ਬੀਸ ਰਵਣਿ ਤੀਸਾ ਕਾ ਸੁੰਦਰੁ ਕਹਾਵੈ ॥
ମନୁଷ୍ୟର ଦଶ ବର୍ଷ ପିଲା ଦିନେ କଟିଯାଏ। କୋଡିଏ ବର୍ଷର ଯୁବକ ଆଉ ତିରିଶ ବର୍ଷର ସୁନ୍ଦର କୁହାଯାଏ।
ਚਾਲੀਸੀ ਪੁਰੁ ਹੋਇ ਪਚਾਸੀ ਪਗੁ ਖਿਸੈ ਸਠੀ ਕੇ ਬੋਢੇਪਾ ਆਵੈ ॥
ଚାଳିଶ ବର୍ଷରେ ସେ ପୂର୍ଣ୍ଣ ହୋଇଥାଏ। ପଚାଶ ବର୍ଷରେ ତାର ପାଦ ପଛକୁ ବୁଲିଯାଏ ଆଉ ଷାଠିଏ ବର୍ଷରେ ବୃଦ୍ଧାବସ୍ଥା ଆସିଯାଏ।
ਸਤਰਿ ਕਾ ਮਤਿਹੀਣੁ ਅਸੀਹਾਂ ਕਾ ਵਿਉਹਾਰੁ ਨ ਪਾਵੈ ॥
ସତୁରୀ ବର୍ଷରେ ବୁଦ୍ଧି ଭ୍ରଷ୍ଟ ହୋଇଯାଏ ଆଉ ଅଶିଏ ବର୍ଷରେ ସେ ନିଜ କାର୍ଯ୍ୟ କରିପାରିବ ନାହିଁ।
ਨਵੈ ਕਾ ਸਿਹਜਾਸਣੀ ਮੂਲਿ ਨ ਜਾਣੈ ਅਪ ਬਲੁ ॥
ନବେ ବର୍ଷରେ ତାହାର ଆସନ ଶଯ୍ୟାରେ ହୋଇଥାଏ ଆଉ କ୍ଷୀଣ ହେବା କାରଣରୁ ସେ ମୋଟେ ବୁଝିପାରେ ନାହିଁ।
ਢੰਢੋਲਿਮੁ ਢੂਢਿਮੁ ਡਿਠੁ ਮੈ ਨਾਨਕ ਜਗੁ ਧੂਏ ਕਾ ਧਵਲਹਰੁ ॥੩॥
ଖୋଜି ଖୋଜି ମୁଁ ଦେଖିଛି , ହେ ନାନକ! ଏହି ସଂସାର ଧୂଆଁର କ୍ଷଣଭଙ୍ଗୁର ମହଲ ଅଟେ ॥3॥
ਪਉੜੀ ॥
ପଉଡି ॥
ਤੂੰ ਕਰਤਾ ਪੁਰਖੁ ਅਗੰਮੁ ਹੈ ਆਪਿ ਸ੍ਰਿਸਟਿ ਉਪਾਤੀ ॥
ହେ କର୍ତ୍ତା ପ୍ରଭୁ! ତୁ ସର୍ବଶକ୍ତିମାନ! ଏବଂ ଅଗମ୍ୟ ଅଟୁ। ତୁ ସ୍ଵୟଂ ସୃଷ୍ଟିର ରଚନା କରିଛୁ।
ਰੰਗ ਪਰੰਗ ਉਪਾਰਜਨਾ ਬਹੁ ਬਹੁ ਬਿਧਿ ਭਾਤੀ ॥
ତୁ ଅନେକ ପ୍ରକାର ରଙ୍ଗ ତଥା ବିବିଧ ପ୍ରକାରର ପକ୍ଷୀର ରଙ୍ଗ ଉପୁଯାଇଛୁ।
ਤੂੰ ਜਾਣਹਿ ਜਿਨਿ ਉਪਾਈਐ ਸਭੁ ਖੇਲੁ ਤੁਮਾਤੀ ॥
ତୁ ହିଁ ଯିଏ ଏହି ସୃଷ୍ଟି ରଚନା କରିଛି, ଏହି ଭେଦକୁ ଜାଣିଛୁ ଯେ କାହିଁକି ରଚନା କରିଛୁ। ଏହି ଜଗତ ତୋର ଏକ ଲୀଳା ଅଟେ।
ਇਕਿ ਆਵਹਿ ਇਕਿ ਜਾਹਿ ਉਠਿ ਬਿਨੁ ਨਾਵੈ ਮਰਿ ਜਾਤੀ ॥
କିଛି ପ୍ରାଣୀ ଜନ୍ମ ନିଅନ୍ତି ଆଉ କିଛି ପ୍ରାଣୀ ସଂସାର ତ୍ୟାଗ କରି ଚାଲିଯାନ୍ତି। ନାମ ସ୍ମରଣ ବିନା ସବୁ ନାଶ ହୋଇଯାନ୍ତି।
ਗੁਰਮੁਖਿ ਰੰਗਿ ਚਲੂਲਿਆ ਰੰਗਿ ਹਰਿ ਰੰਗਿ ਰਾਤੀ ॥
ଗୁରୁମୁଖୀ ସର୍ବଦା ଭଗବାନଙ୍କ ପ୍ରେମରେ ଗାଢ ଲାଲ ରଙ୍ଗ ଭଳି ମଗ୍ନ ରହିଥାଏ।
ਸੋ ਸੇਵਹੁ ਸਤਿ ਨਿਰੰਜਨੋ ਹਰਿ ਪੁਰਖੁ ਬਿਧਾਤੀ ॥
ତେଣୁ, ସର୍ବଦା, ସତ୍ୟ ଓ ନିରଞ୍ଜନ ପ୍ରଭୁଙ୍କ ସେବା କର ଯିଏ ଆମ ସବୁଙ୍କ ବିଧାତା ଅଟେ।
ਤੂੰ ਆਪੇ ਆਪਿ ਸੁਜਾਣੁ ਹੈ ਵਡ ਪੁਰਖੁ ਵਡਾਤੀ ॥
ହେ ପ୍ରଭୁ! ତୁ ସ୍ଵୟଂ ଚତୁର ଅଟୁ ଆଉ ଜଗତର ସବୁଠାରୁ ବଡ ମହାପୁରୁଷ ଅଟୁ।
ਜੋ ਮਨਿ ਚਿਤਿ ਤੁਧੁ ਧਿਆਇਦੇ ਮੇਰੇ ਸਚਿਆ ਬਲਿ ਬਲਿ ਹਉ ਤਿਨ ਜਾਤੀ ॥੧॥
ହେ ମୋର ସତ୍ୟ ପରମେଶ୍ଵର! ମୁଁ ତାହାଙ୍କ ପାଖରେ ତନ ମନରେ ସମର୍ପିତ ଯିଏ ଏକାଗ୍ର ଚିତ୍ତ ହୋଇ ତୋର ଧ୍ୟାନ କରିଥାଏ। ॥1॥
ਸਲੋਕ ਮਃ ੧ ॥
ଶ୍ଳୋକ ମହଲା 1 ॥
ਜੀਉ ਪਾਇ ਤਨੁ ਸਾਜਿਆ ਰਖਿਆ ਬਣਤ ਬਣਾਇ ॥
ଭଗବାନ ପଞ୍ଚଭୂତର ତନର ରଚନା କରି ସେଥିରେ ପ୍ରାଣ କଳା ପ୍ରଦାନ କରିଛନ୍ତି ଆଉ ତାହାର ରକ୍ଷାର ପ୍ରବନ୍ଧ କରିଛନ୍ତି।
ਅਖੀ ਦੇਖੈ ਜਿਹਵਾ ਬੋਲੈ ਕੰਨੀ ਸੁਰਤਿ ਸਮਾਇ ॥
ମନୁଷ୍ୟ ନିଜ ନେତ୍ରରେ ଦେଖିଥାଏ, ଆଉ ଜିହ୍ଵାରେ ବୋଲିଥାଏ। ତାହାର କାନରେ ଶୁଣିଥାଏ ।
ਪੈਰੀ ਚਲੈ ਹਥੀ ਕਰਣਾ ਦਿਤਾ ਪੈਨੈ ਖਾਇ ॥
ସେ ପାଦରେ ଚାଲୁଥାଏ, ହାତରେ କାର୍ଯ୍ୟ କରୁଥାଏ ଆଉ ଯାହା କିଛି ମିଳିଥାଏ, ତାହା ପିନ୍ଧିଥାଏ ଓ ସେବନ କରିଥାଏ।
ਜਿਨਿ ਰਚਿ ਰਚਿਆ ਤਿਸਹਿ ਨ ਜਾਣੈ ਅੰਧਾ ਅੰਧੁ ਕਮਾਇ ॥
କିନ୍ତୁ, ବଡ ଦୁଃଖର କଥା ଯେ ଯେଉଁ ପରମାତ୍ମା ମାନବର ରଚନା କରିଛନ୍ତି, ତାହାଙ୍କୁ ସେ ଜାଣି ନାହିଁ। ଅନ୍ଧ ମନୁଷ୍ୟ ଜ୍ଞାନହୀନ ହେବା କାରଣରୁ ମନ୍ଦ କର୍ମ କରିଥାଏ।
ਜਾ ਭਜੈ ਤਾ ਠੀਕਰੁ ਹੋਵੈ ਘਾੜਤ ਘੜੀ ਨ ਜਾਇ ॥
ଯେତେବେଳେ ମନୁଷ୍ୟର ଶରୀର ଭାଙ୍ଗିଯାଏ, ଖଣ୍ଡ ଖଣ୍ଡ ହୋଇଯାଏ, ତାହାର ପୁନଃ ସୃଷ୍ଟି କରାଯାଇପାରିବ ନାହିଁ।
ਨਾਨਕ ਗੁਰ ਬਿਨੁ ਨਾਹਿ ਪਤਿ ਪਤਿ ਵਿਣੁ ਪਾਰਿ ਨ ਪਾਇ ॥੧॥
ହେ ନାନକ! ଗୁରୁଙ୍କ ବିନା ମାନ-ସମ୍ମାନ ମିଳିନଥାଏ ଆଉ ମାନ-ସମ୍ମାନ ବିନା ମନୁଷ୍ୟ ସଂସାରରୁ ପାର ହୋଇପାରିବ ନାହିଁ। ॥1॥
ਮਃ ੨ ॥
ମହଲା 2 ॥
ਦੇਂਦੇ ਥਾਵਹੁ ਦਿਤਾ ਚੰਗਾ ਮਨਮੁਖਿ ਐਸਾ ਜਾਣੀਐ ॥
ମନମୁଖୀ ଏପରି ବୁଝିଥାଏ ଯେ ଦେବା ବାଲା ପ୍ରଭୁଙ୍କ ଠାରୁ ତାହାକୁ ଦିଆଯାଇଥିବା ବସ୍ତୁ ଉତ୍ତମ ଅଟେ।
ਸੁਰਤਿ ਮਤਿ ਚਤੁਰਾਈ ਤਾ ਕੀ ਕਿਆ ਕਰਿ ਆਖਿ ਵਖਾਣੀਐ ॥
ତାହାର ବୁଦ୍ଧିମତା , ଜ୍ଞାନ, ଏବଂ ଚତୁରତା ବିଷୟରେ କଣ କୁହାଯାଇପାରେ?
ਅੰਤਰਿ ਬਹਿ ਕੈ ਕਰਮ ਕਮਾਵੈ ਸੋ ਚਹੁ ਕੁੰਡੀ ਜਾਣੀਐ ॥
ଘରେ ଲୁଚି ଦୁଷ୍କର୍ମ କଲେ ମଧ୍ୟ ଚାରି ଦିଗରେ ତାହା ଜଣା ପଡିଯାଏ।
ਜੋ ਧਰਮੁ ਕਮਾਵੈ ਤਿਸੁ ਧਰਮ ਨਾਉ ਹੋਵੈ ਪਾਪਿ ਕਮਾਣੈ ਪਾਪੀ ਜਾਣੀਐ ॥
ଯେଉଁ ବ୍ୟକ୍ତି ଧର୍ମ କରିଥାଏ, ତାହାର ନାମ ଧର୍ମାତ୍ମା ହୋଇଯାଏ, ଆଉ ଯିଏ ପାପ କରିଥାଏ ସେ ପାପୀ ବୋଲାଯାଏ।
ਤੂੰ ਆਪੇ ਖੇਲ ਕਰਹਿ ਸਭਿ ਕਰਤੇ ਕਿਆ ਦੂਜਾ ਆਖਿ ਵਖਾਣੀਐ ॥
ହେ ସୃଷ୍ଟିକର୍ତ୍ତା ପ୍ରଭୁ! ତୁମେ ସ୍ଵୟଂ ହିଁ ସମସ୍ତ ଲୀଳା ରଚନା କରିଛ। ଆଉ କାହା କଥା କାହିଁକି କହିବା?
ਜਿਚਰੁ ਤੇਰੀ ਜੋਤਿ ਤਿਚਰੁ ਜੋਤੀ ਵਿਚਿ ਤੂੰ ਬੋਲਹਿ ਵਿਣੁ ਜੋਤੀ ਕੋਈ ਕਿਛੁ ਕਰਿਹੁ ਦਿਖਾ ਸਿਆਣੀਐ ॥
ହେ ପ୍ରଭୁ! ଯେ ପର୍ଯ୍ୟନ୍ତ ତୋର ଜ୍ଯୋତି ମାନବ ଶରୀରରେ ଅଛି, ସେ ପର୍ଯ୍ୟନ୍ତ ତୁମେ ଜ୍ୟୋତିନାମ ଦେହୀ ବୋଲାଅ । ଯଦି କୌଣସି ପ୍ରାଣୀ ଦେଖାଇଦେବ ଯେ ସେ ତୋର ଜ୍ଯୋତି ବ୍ଯତୀତ କିଛି କରିଛି ମୁଁ ତାହାକୁ ବୁଦ୍ଧିମାନ କହିବି।
ਨਾਨਕ ਗੁਰਮੁਖਿ ਨਦਰੀ ਆਇਆ ਹਰਿ ਇਕੋ ਸੁਘੜੁ ਸੁਜਾਣੀਐ ॥੨॥
ହେ ନାନକ! ଗୁରୁମୁଖୀକୁ ସର୍ବତ୍ର ଏକ ଚତୁର ଏବଂ ସର୍ବଜ୍ଞ ପ୍ରଭୁ ହିଁ ଦେଖା ଦିଅନ୍ତି ॥2॥
ਪਉੜੀ ॥
ପଉଡି॥
ਤੁਧੁ ਆਪੇ ਜਗਤੁ ਉਪਾਇ ਕੈ ਤੁਧੁ ਆਪੇ ਧੰਧੈ ਲਾਇਆ ॥
ପ୍ରଭୁ! ତୁମେ ସ୍ଵୟଂ ହିଁ ଜଗତକୁ ଉତ୍ପନ୍ନ କରିଛ ଆଉ ତୁମେ ସ୍ଵୟଂ ହିଁ ତାହାକୁ କାମରେ ଲଗାଇଛ।
ਮੋਹ ਠਗਉਲੀ ਪਾਇ ਕੈ ਤੁਧੁ ਆਪਹੁ ਜਗਤੁ ਖੁਆਇਆ ॥
ସାଂସାରିକ ମୋହ ରୂପୀ ନିଶା ବଟିକା ଦେଇ ତୁମେ ନିଜେ ସଂସାରକୁ କୁମାର୍ଗକୁ ନେଇଛ।
ਤਿਸਨਾ ਅੰਦਰਿ ਅਗਨਿ ਹੈ ਨਹ ਤਿਪਤੈ ਭੁਖਾ ਤਿਹਾਇਆ ॥
ପ୍ରାଣୀର ଭିତରେ ତୃଷ୍ଣାର ଅଗ୍ନି ବିଦ୍ୟମାନ ଅଛି। ସେ ତୃପ୍ତ ହୁଏ ନାହିଁ ଆଉ ଭୋକିଲା ତଥା ତୃଷ୍ଣାର୍ତ୍ତ ରହିଥାଏ।
ਸਹਸਾ ਇਹੁ ਸੰਸਾਰੁ ਹੈ ਮਰਿ ਜੰਮੈ ਆਇਆ ਜਾਇਆ ॥
ଏହି ସଂସାର ଏକ ଛଳନା ଅଟେ, ସେ ଏଠାରେ ଜନ୍ମହୁଏ ଓ ମରିଥାଏ।
ਬਿਨੁ ਸਤਿਗੁਰ ਮੋਹੁ ਨ ਤੁਟਈ ਸਭਿ ਥਕੇ ਕਰਮ ਕਮਾਇਆ ॥
ସଦଗୁରୁଙ୍କ ବିନା ମୋହ ଭାଙ୍ଗେ ନାହିଁ। ସବୁ ପ୍ରାଣୀ ନିଜ କର୍ମ କରି ଥକି ଯାଇଛନ୍ତି।
ਗੁਰਮਤੀ ਨਾਮੁ ਧਿਆਈਐ ਸੁਖਿ ਰਜਾ ਜਾ ਤੁਧੁ ਭਾਇਆ ॥
ହେ ସ୍ଵାମୀ ! ଯେତେବେଳଳେ ତୋତେ ଭଲ ଲାଗିଥାଏ, ଗୁରୁଙ୍କ ଉପଦେଶ ଦ୍ଵାରା ପ୍ରାଣୀ ତୋର ନାମର ଆରାଧନା କରି ପ୍ରସନ୍ନତା ଦ୍ଵାରା ସନ୍ତୁଷ୍ଟ ହୋଇଯାଏ।
ਕੁਲੁ ਉਧਾਰੇ ਆਪਣਾ ਧੰਨੁ ਜਣੇਦੀ ਮਾਇਆ ॥
ସେ ନିଜ ବଂଶର କଲ୍ୟାଣ କରିଥାଏ। ଏପରି ବ୍ୟକ୍ତିକୁ ଜନ୍ମ ଦେଇଥିବା ମାତା ଧନ୍ୟ ଅଟେ।