ਗਉੜੀ ਮਹਲਾ ੧ ॥
ଗଉଡି ମହଲା 1
ਕਿਰਤੁ ਪਇਆ ਨਹ ਮੇਟੈ ਕੋਇ ॥
ପୂର୍ବ ଜନ୍ମ କର୍ମର କାରଣରୁ ମୋର ଭାଗ୍ୟରେ ଯାହା ଲେଖା ହୋଇଛି, ତାହାକୁ କେହି ମଧ୍ୟ ଦୂର କରିପାରିବ ନାହିଁ
ਕਿਆ ਜਾਣਾ ਕਿਆ ਆਗੈ ਹੋਇ ॥
ମୋର ସାଥିରେ ପରେ କଣ ହେବ ତାହା ମୁଁ ଜାଣି ନାହିଁ
ਜੋ ਤਿਸੁ ਭਾਣਾ ਸੋਈ ਹੂਆ ॥
ଇଶ୍ୱରଙ୍କ ଯାହା ଇଚ୍ଛା, ତାହା ହିଁ ହେଉଛି
ਅਵਰੁ ਨ ਕਰਣੈ ਵਾਲਾ ਦੂਆ ॥੧॥
ପ୍ରଭୁଙ୍କ ବ୍ୟତୀତ ଅନ୍ୟ କେହି କରିବା ବାଲା ନାହାନ୍ତି
ਨਾ ਜਾਣਾ ਕਰਮ ਕੇਵਡ ਤੇਰੀ ਦਾਤਿ ॥
ହେ ଇଶ୍ଵର! ମୁଁ ଜାଣି ନାହିଁ ମୋର କୃପାର ଦିନ କେତେ ବଡ଼ ଅଟେ
ਕਰਮੁ ਧਰਮੁ ਤੇਰੇ ਨਾਮ ਕੀ ਜਾਤਿ ॥੧॥ ਰਹਾਉ ॥
ସବୁ ଶୁଭ କର୍ମ, ଧର୍ମ, ଶ୍ରେଷ୍ଠ ଜାତି ତୋର ନାମର ଅଧୀନ ଅଟେ
ਤੂ ਏਵਡੁ ਦਾਤਾ ਦੇਵਣਹਾਰੁ ॥
ହେ ଇଶ୍ଵର! ତୁ ପ୍ରାପ୍ୟ ଦେବା ବାଲା ଏତେ ବଡ଼ ଦାତା ଅଟୁ
ਤੋਟਿ ਨਾਹੀ ਤੁਧੁ ਭਗਤਿ ਭੰਡਾਰ ॥
ଯେ ତୋର ଭକ୍ତିର ଭଣ୍ଡାର କେବେ କମ୍ ହୁଏ ନାହିଁ
ਕੀਆ ਗਰਬੁ ਨ ਆਵੈ ਰਾਸਿ ॥
ଅହଙ୍କାର କରିଲେ କୌଣସି କାର୍ଯ୍ୟ ସମ୍ପୂର୍ଣ୍ଣ ହୁଏ ନାହିଁ
ਜੀਉ ਪਿੰਡੁ ਸਭੁ ਤੇਰੈ ਪਾਸਿ ॥੨॥
ହେ ପ୍ରଭୁ! ମୋର ଆତ୍ମା ଏବଂ ଶରୀର ସବୁ ତୋର ପାଖରେ ଅର୍ପିତ ହୋଇଛି
ਤੂ ਮਾਰਿ ਜੀਵਾਲਹਿ ਬਖਸਿ ਮਿਲਾਇ ॥
ହେ ଭଗବାନ! ତୁ ଜୀବକୁ ମାରି ପୁଣି ଜୀବିତ କରିଦେଉ ଆଉ ତୁ ହିଁ କ୍ଷମା କରି ନିଜ ସାଥିରେ ମିଳନ କରୁ
ਜਿਉ ਭਾਵੀ ਤਿਉ ਨਾਮੁ ਜਪਾਇ ॥
ତୋତେ ଯାହା ଉପଯୁକ୍ତ ଲାଗୁଛି ସେପରି ହିଁ ତୁ ଜୀବ ଦ୍ଵାରା ନିଜ ନାମ ସ୍ମରଣ karaau
ਤੂੰ ਦਾਨਾ ਬੀਨਾ ਸਾਚਾ ਸਿਰਿ ਮੇਰੈ ॥
ହେ ମୋର ପରମେଶ୍ଵର! ତୁମେ ବଡ଼ ବୁଦ୍ଧିମାନ ଅଟ ଆଉ ମୋର ମନର ଦଶା ଜାଣି ଥାଅ, ତୁମେ ମୋର ରକ୍ଷକ ଅଟ ଆଉ ସତ୍ୟ ସ୍ଵରୂପ ଅଟ
ਗੁਰਮਤਿ ਦੇਇ ਭਰੋਸੈ ਤੇਰੈ ॥੩॥
ହେ ପ୍ରଭୁ! ମୋତେ ଗୁରୁଙ୍କ ମତି ଦିଅନ୍ତୁ କାରଣ ମୁଁ ତୁମ୍ଭର ଭରସାରେ ହିଁ ଅଛି
ਤਨ ਮਹਿ ਮੈਲੁ ਨਾਹੀ ਮਨੁ ਰਾਤਾ ॥
ଯାହାର ହୃଦୟ ପ୍ରଭୁଙ୍କପପ୍ରେମରେ ମଗ୍ନ ଥାଏ, ତାହାର ମନରେ ପାପର କୌଣସି ମଳିନତା ନାହିଁ
ਗੁਰ ਬਚਨੀ ਸਚੁ ਸਬਦਿ ਪਛਾਤਾ ॥
ମୁଁ ତୋର ସତ୍ୟ ନାମକୁ ଗୁରୁଙ୍କ ବାଣୀ ଦ୍ଵାରା ଜାଣି ପାରିଛି
ਤੇਰਾ ਤਾਣੁ ਨਾਮ ਕੀ ਵਡਿਆਈ ॥
ମୋର ଶରୀରରେ ତୁ ଦେଇଥିବା ବଳ ଅଛି ଆଉ ତୁମେ ହିଁ ମୋତେ ନିଜ ନାମର ଖ୍ୟାତି ପ୍ରଦାନ କରିଛ
ਨਾਨਕ ਰਹਣਾ ਭਗਤਿ ਸਰਣਾਈ ॥੪॥੧੦॥
ନାନକ! ମୋତେ ତୁମ୍ଭର ଭକ୍ତିର ଶରଣ ରେ ରହିବାର ଅଛି
ਗਉੜੀ ਮਹਲਾ ੧ ॥
ଗଉଡି ମହଲା 1
ਜਿਨਿ ਅਕਥੁ ਕਹਾਇਆ ਅਪਿਓ ਪੀਆਇਆ ॥
ଯେଉଁ ପ୍ରାଣୀ ଅବର୍ଣ୍ଣନୀୟ ପରମାତ୍ମାଙ୍କ ସ୍ମରଣ କରିଛି ଆଉ ଅନ୍ୟ କୁ ଆରାଧନା ପାଇଁ ପ୍ରେରିତ କରିଛି, ସେହି ପ୍ରାଣୀ ସ୍ଵୟଂ ଅମୃତ ପାନ କରିଛି
ਅਨ ਭੈ ਵਿਸਰੇ ਨਾਮਿ ਸਮਾਇਆ ॥੧॥
ସେହି ବାଣୀ ଅନ୍ୟର ସମସ୍ତ ଭୟ ବିସ୍ମୃତ କରିଦେଇଛି, କାରଣ ସେ ଇଶ୍ୱରଙ୍କ ନାମରେ ସମାହିତ ହୋଇଛି
ਕਿਆ ਡਰੀਐ ਡਰੁ ਡਰਹਿ ਸਮਾਨਾ ॥
ଆମେ କାହିଁକି ଭୟଭୀତ ଅଟୁ ଯେତେବେଳେ ସବୁ ଭୟ ପରମାତ୍ମାଙ୍କ ଭୟରେ ନଷ୍ଟ ହୋଇଛି
ਪੂਰੇ ਗੁਰ ਕੈ ਸਬਦਿ ਪਛਾਨਾ ॥੧॥ ਰਹਾਉ ॥
ପୂର୍ଣ୍ଣ ଗୁରୁଙ୍କ ଶବ୍ଦ ଦ୍ଵାରା ମୁଁ ଇଶ୍ବରଙ୍କୁ ଜାଣି ପାରିଛି
ਜਿਸੁ ਨਰ ਰਾਮੁ ਰਿਦੈ ਹਰਿ ਰਾਸਿ ॥
ଯେଉଁ ବ୍ୟକ୍ତି ର ହୃଦୟ ରେ ରାମଙ୍କ ନିବାସ ହୋଇଯାଏ,
ਸਹਜਿ ਸੁਭਾਇ ਮਿਲੇ ਸਾਬਾਸਿ ॥੨॥
ତାହାକୁ ହରିନାମ ର ପୁଞ୍ଜି ମିଳିଯାଏ ଆଉ ତାହାକୁ ସ୍ଵାଭାବିକ ଭାବରେ ପ୍ରଭୁଙ୍କ ଦରବାରରେ ପ୍ରଶଂସା ମିଳିଯାଏ
ਜਾਹਿ ਸਵਾਰੈ ਸਾਝ ਬਿਆਲ ॥
ପରମାତ୍ମା ଯେଉଁ ସ୍ୱେଚ୍ଛାଚାରୀ ଜୀବକୁ ସନ୍ଧ୍ୟା ଓ ପ୍ରାତଃ ସମୟରେ ମୋହ ମାୟା ରୂପୀ ନିଦ୍ରାରେ ମଗ୍ନ ରଖିଥାନ୍ତି,
ਇਤ ਉਤ ਮਨਮੁਖ ਬਾਧੇ ਕਾਲ ॥੩॥
ଏପରି ମନମୁଖୀ ଇହଲୋକ ତଥା ପରଲୋକ ରେ କାଳ ଦ୍ଵାରା ବାନ୍ଧି ହୋଇ ରହିଥାଏ
ਅਹਿਨਿਸਿ ਰਾਮੁ ਰਿਦੈ ਸੇ ਪੂਰੇ ॥
ଯେଉଁ ବ୍ୟକ୍ତିର ହୃଦୟରେ ଦିନ ରାତି ରାମଙ୍କ ନିବାସ ହୋଇଥାଏ, ସେ ହିଁ ପୂର୍ଣ୍ଣ ସନ୍ଥ ଅଟେ
ਨਾਨਕ ਰਾਮ ਮਿਲੇ ਭ੍ਰਮ ਦੂਰੇ ॥੪॥੧੧॥
ହେ ନାନକ!ଯାହାକୁ ରାମ ମିଳି ଯାଇଛନ୍ତି,ତାହାର ଭ୍ରମ ଦୂର ହୋଇଯାଇଛି
ਗਉੜੀ ਮਹਲਾ ੧ ॥
ଗଉଡି ମହଲା 1 ।।
ਜਨਮਿ ਮਰੈ ਤ੍ਰੈ ਗੁਣ ਹਿਤਕਾਰੁ ॥
ଯେଉଁ ବ୍ୟକ୍ତିର ତ୍ରିଗୁଣାତ୍ମକ ଦୁନିଆ ସହିତ ପ୍ରେମ ଅଛି, ତାର ଜନ୍ମ ଓ ମରଣ ହେଉଥାଏ
ਚਾਰੇ ਬੇਦ ਕਥਹਿ ਆਕਾਰੁ ॥
ଚାରୋଟି ହିଁ ବେଦ ସୃଷ୍ଟି ବିଷୟରେ କହନ୍ତି
ਤੀਨਿ ਅਵਸਥਾ ਕਹਹਿ ਵਖਿਆਨੁ ॥
ସେମାନେ ମନର ତିନି ଅବସ୍ଥା ବିଷୟରେ କହନ୍ତି
ਤੁਰੀਆਵਸਥਾ ਸਤਿਗੁਰ ਤੇ ਹਰਿ ਜਾਨੁ ॥੧॥
ମନର ଚତୁର୍ଥ ଅବସ୍ଥା ଭାଗବାନ ରୂପୀ ସଦଗୁରୁ ସହିତ ଯିବା ଉଚିତ୍
ਰਾਮ ਭਗਤਿ ਗੁਰ ਸੇਵਾ ਤਰਣਾ ॥
ରାମଙ୍କ ଭକ୍ତି ଏବଂ ଗୁରୁଙ୍କ ସେବା କରିବା ଦ୍ୱାରା ହିଁ ପ୍ରାଣୀ ଭବ ସାଗରରୁ ପାର ହୋଇ ଯାଏ
ਬਾਹੁੜਿ ਜਨਮੁ ਨ ਹੋਇ ਹੈ ਮਰਣਾ ॥੧॥ ਰਹਾਉ ॥
ଯିଏ ଭବ ସାଗରରୁ ପାର ହୋଇ ଯାଏ, ତାହାର ପୁଣି ଜନ୍ମ ମରଣ ହୁଏନାହିଁ
ਚਾਰਿ ਪਦਾਰਥ ਕਹੈ ਸਭੁ ਕੋਈ ॥
ପ୍ରତ୍ୟେକ ପ୍ରାଣୀ ଧର୍ମ, ଅର୍ଥ, କାମ, ମୋକ୍ଷ ଏହି ଚାରି ଉତ୍ତମ ପଦାର୍ଥ ବିଷୟରେ ବର୍ଣ୍ଣନା କରେ
ਸਿੰਮ੍ਰਿਤਿ ਸਾਸਤ ਪੰਡਿਤ ਮੁਖਿ ਸੋਈ ॥
ସତେଇଶି ସ୍ମୃତି, ଛଅ ଶାସ୍ତ୍ର ଏବଂ ପଣ୍ଡିତଙ୍କ ମୁଖରୁ ଏହା ଶୁଣାଯାଏ
ਬਿਨੁ ਗੁਰ ਅਰਥੁ ਬੀਚਾਰੁ ਨ ਪਾਇਆ ॥
ଗୁରୁଙ୍କ ବିନା ଅର୍ଥର ଜ୍ଞାନ କେହି ମଧ୍ୟ ପାଇନାହାନ୍ତି
ਮੁਕਤਿ ਪਦਾਰਥੁ ਭਗਤਿ ਹਰਿ ਪਾਇਆ ॥੨॥
ମୁକ୍ତି ଅର୍ଥାତ୍ ମୋକ୍ଷ ଇଶ୍ୱରଙ୍କ ଭକ୍ତି ଦ୍ୱାରା ହିଁ ପାଇ ହୁଏ
ਜਾ ਕੈ ਹਿਰਦੈ ਵਸਿਆ ਹਰਿ ਸੋਈ ॥
ଯେଉଁ ବ୍ୟକ୍ତିର ହୃଦୟ ରେ ପରମାତ୍ମା ଙ୍କ ନିବାସ ହୋଇଥାଏ,
ਗੁਰਮੁਖਿ ਭਗਤਿ ਪਰਾਪਤਿ ਹੋਈ ॥
ତାହାକୁ ଗୁରୁଙ୍କ ମାଧ୍ୟମରୁ ପରମାତ୍ମା ଙ୍କ ଭକ୍ତି ପ୍ରାପ୍ତ ହୋଇଯାଏ
ਹਰਿ ਕੀ ਭਗਤਿ ਮੁਕਤਿ ਆਨੰਦੁ ॥
ପରମାତ୍ମାଙ୍କ ଭକ୍ତି କରିବା ଦ୍ୱାରା ମୋକ୍ଷ ଏବଂ ଆନନ୍ଦ ପ୍ରାପ୍ତ ହୋଇଥାଏ
ਗੁਰਮਤਿ ਪਾਏ ਪਰਮਾਨੰਦੁ ॥੩॥
ଗୁରୁଙ୍କ ମତି ଦ୍ୱାରା ତାହାକୁ ପରମାନନ୍ଦ ପ୍ରାପ୍ତ ହୋଇଥାଏ
ਜਿਨਿ ਪਾਇਆ ਗੁਰਿ ਦੇਖਿ ਦਿਖਾਇਆ ॥
ଯିଏ ଗୁରୁଙ୍କୁ ପାଇଛି, ଗୁରୁ ସ୍ଵୟଂ ତାହାକୁ ଭାଗବାନ ଙ୍କ ଦର୍ଶନ କରାନ୍ତି
ਆਸਾ ਮਾਹਿ ਨਿਰਾਸੁ ਬੁਝਾਇਆ ॥
ମୋତେ ଆଶାବାଦୀ କୁ ଗୁରୁ ନିର୍ଲିପ୍ତ ରହିବା ଶିଖାଇ ଅଛନ୍ତି
ਦੀਨਾ ਨਾਥੁ ਸਰਬ ਸੁਖਦਾਤਾ ॥
ଦିନନାଥ ପ୍ରଭୁ ଜୀବକୁ ସର୍ବ ସୁଖ ପ୍ରଦାନ କରନ୍ତି
ਨਾਨਕ ਹਰਿ ਚਰਣੀ ਮਨੁ ਰਾਤਾ ॥੪॥੧੨॥
ହେ ନାନକ! ମୋର ମନ ଭାଗବାନ ଙ୍କ ସୁନ୍ଦର ଚରଣରେ ମଗ୍ନ ହୋଇଯାଇଛି
ਗਉੜੀ ਚੇਤੀ ਮਹਲਾ ੧ ॥
ଗଉଡି ଚେତି ମହଲା 1 ।।
ਅੰਮ੍ਰਿਤ ਕਾਇਆ ਰਹੈ ਸੁਖਾਲੀ ਬਾਜੀ ਇਹੁ ਸੰਸਾਰੋ ॥
ଏହି ସୁନ୍ଦର କାୟା ସ୍ଵୟଂ କୁ ଅମର ଭାବି ଜୀବନର ସୁଖ ଭୋଗିବା ଲାଗିଥାଏ, କିନ୍ତୁ ତାହାକୁ ଏହା ଜଣା ନାହିଁ ଯେ ଏହି ଦୁନିଆ ଭାଗବାନଙ୍କ ଏକ ଖେଳ ଅଟେ
ਲਬੁ ਲੋਭੁ ਮੁਚੁ ਕੂੜੁ ਕਮਾਵਹਿ ਬਹੁਤੁ ਉਠਾਵਹਿ ਭਾਰੋ ॥
ହେ ମୋର କାୟା! ତୁ ଲୋଭୀ , ଲୋଭ ଆଉ ବହୁତ ମିଥ୍ଯା ଅର୍ଜନ କରୁଛୁ ଏବଂ ନିଜ ମୁଣ୍ଡ ଉପରେ ଅତ୍ୟଧିକ ଭାର ଉଠଉଛୁ
ਤੂੰ ਕਾਇਆ ਮੈ ਰੁਲਦੀ ਦੇਖੀ ਜਿਉ ਧਰ ਉਪਰਿ ਛਾਰੋ ॥੧॥
ହେ ମୋର କାୟା!ମୁଁ ତୋତେ ପୃଥିବୀ ଉପରେ ପାଉଁଶ ଭଳି ବରବାଦ୍ ହେବା ଦେଖିଛି
ਸੁਣਿ ਸੁਣਿ ਸਿਖ ਹਮਾਰੀ ॥
ହେ ମୋର କାୟା!ମୋର ଉପଦେଶ ଧ୍ୟାନ ଦେଇ ଶୁଣ
ਸੁਕ੍ਰਿਤੁ ਕੀਤਾ ਰਹਸੀ ਮੇਰੇ ਜੀਅੜੇ ਬਹੁੜਿ ਨ ਆਵੈ ਵਾਰੀ ॥੧॥ ਰਹਾਉ ॥
ତୋର ଶୁଭ କର୍ମ ହିଁ ଶେଷ ସମୟ ରେ ତୋର ସାଥିରେ ରହିବ ହେ ମୋର ମନ! ଏହିପରି ସୁବର୍ଣ୍ଣ ସୁଯୋଗ ପୁଣି ତୋର ହାତକୁ ଆସିବ ନାହିଁ