ODIA PAGE 165

ਗਉੜੀ ਗੁਆਰੇਰੀ ਮਹਲਾ ੪ ॥
ଗଉଡି ଗୁଆରେରୀ ମହଲା 4 ॥

ਸਤਿਗੁਰ ਸੇਵਾ ਸਫਲ ਹੈ ਬਣੀ ॥
ସେହି ସଦଗୁରୁଙ୍କ ସେବା ଫଳଦାୟକ ଅଟେ।

ਜਿਤੁ ਮਿਲਿ ਹਰਿ ਨਾਮੁ ਧਿਆਇਆ ਹਰਿ ਧਣੀ ॥
ଯେଉଁ ସଦଗୁରୁଙ୍କ ସହିତ ମିଶି ଜଗତର ସ୍ଵାମୀ ପରମାତ୍ମାଙ୍କ ନାମ ଧ୍ୟାନ କରାଯାଏ,

ਜਿਨ ਹਰਿ ਜਪਿਆ ਤਿਨ ਪੀਛੈ ਛੂਟੀ ਘਣੀ ॥੧॥
ଯିଏ ଈଶ୍ବରଙ୍କ ନାମ ସ୍ମରଣ କରିଅଛି, ତାହାର ଅନୁସରଣ କରି ବହୁତ ଲୋକ ଭବସାଗରରୁ ମୁକ୍ତ ହୋଇଛନ୍ତି। ॥1॥

ਗੁਰਸਿਖ ਹਰਿ ਬੋਲਹੁ ਮੇਰੇ ਭਾਈ ॥
ହେ ମୋର ଭାଇ! ଗୁରୁଙ୍କ ଶିଷ୍ୟ, ‘ହରି ହରି’ ବୋଲ

ਹਰਿ ਬੋਲਤ ਸਭ ਪਾਪ ਲਹਿ ਜਾਈ ॥੧॥ ਰਹਾਉ ॥
ହରି ବୋଲିବା ଦ୍ଵାରା ମନୁଷ୍ୟର ସମସ୍ତ ପାପ ଦୂର ହୋଇଯାଏ ॥1॥ରୁହ॥

ਜਬ ਗੁਰੁ ਮਿਲਿਆ ਤਬ ਮਨੁ ਵਸਿ ਆਇਆ ॥
ଯେତେବେଳେ ଗୁରୁଜୀ ମିଳିଥାନ୍ତି ସେତେବେଳେ ମନ ବଶରେ ଆସିଯାଏ,

ਧਾਵਤ ਪੰਚ ਰਹੇ ਹਰਿ ਧਿਆਇਆ ॥
ଭଗବାନଙ୍କ ଧ୍ୟାନ କରି ପାଞ୍ଚ ଇନ୍ଦ୍ରିୟ ବିକାର ଆଡକୁ ଦୌଡିବା ବନ୍ଦ କରନ୍ତି

ਅਨਦਿਨੁ ਨਗਰੀ ਹਰਿ ਗੁਣ ਗਾਇਆ ॥੨॥
ଆଉ ରାତି ଦିନ ମନୁଷ୍ୟ ନିଜ ଶରୀର ରୂପୀ ନଗରରେ ଈଶ୍ବରଙ୍କ ଯଶୋଗାନ କରିଥାଏ ॥2॥

ਸਤਿਗੁਰ ਪਗ ਧੂਰਿ ਜਿਨਾ ਮੁਖਿ ਲਾਈ ॥
ଯେଉଁ ବ୍ୟକ୍ତି ସଦଗୁରୁଙ୍କ ଚରଣ ଧୁଳି ନିଜ ଚେହେରାରେ ଲଗାଏ,

ਤਿਨ ਕੂੜ ਤਿਆਗੇ ਹਰਿ ਲਿਵ ਲਾਈ ॥
ସିଏ ମିଥ୍ୟା ତ୍ୟାଗ କରିଦିଏ ଆଉ ପ୍ରଭୁଙ୍କ ସାଥିରେ ବୃତ୍ତି ଲଗାଇ ଥାଏ

ਤੇ ਹਰਿ ਦਰਗਹ ਮੁਖ ਊਜਲ ਭਾਈ ॥੩॥
ହେ ଭାଇ! ପ୍ରଭୁଙ୍କ ଦରବାରରେ ତାହାର ଚେହେରା ହିଁ ଉଜ୍ଜଳ ହୋଇଥାଏ ॥3॥

ਗੁਰ ਸੇਵਾ ਆਪਿ ਹਰਿ ਭਾਵੈ ॥
ଗୁରୁଙ୍କ ସେବା ପରମେଶ୍ଵରଙ୍କୁ ମଧ୍ୟ ଭଲ ଲାଗିଥାଏ

ਕ੍ਰਿਸਨੁ ਬਲਭਦ੍ਰੁ ਗੁਰ ਪਗ ਲਗਿ ਧਿਆਵੈ ॥
ଶ୍ରୀ କୃଷ୍ଣ ଏବଂ ବଳଭଦ୍ର ନିଜ ଗୁରୁ ସଂଦୀପନଙ୍କ ଚରଣରେ ନତମସ୍ତକ ହୋଇ ଭଗବାନଙ୍କ ହିଁ ଧ୍ୟାନ କରିଥିଲେ

ਨਾਨਕ ਗੁਰਮੁਖਿ ਹਰਿ ਆਪਿ ਤਰਾਵੈ ॥੪॥੫॥੪੩॥
ହେ ନାନକ! ଗୁରୁମୁଖୀକୁ ପରମାତ୍ମା ଭବସାଗରରୁ ସ୍ଵୟଂ ପାର କରାଇଥାନ୍ତି ॥4॥5॥43॥

ਗਉੜੀ ਗੁਆਰੇਰੀ ਮਹਲਾ ੪ ॥
ଗଉଡି ଗୁଆରେରୀ ମହଲା 4 ॥

ਹਰਿ ਆਪੇ ਜੋਗੀ ਡੰਡਾਧਾਰੀ ॥
ଇଶ୍ଵର ସ୍ଵୟଂ ହିଁ (ହାତରେ) ଦଣ୍ଡ ରଖୁଥିବା ଯୋଗୀ ଅଟେ

ਹਰਿ ਆਪੇ ਰਵਿ ਰਹਿਆ ਬਨਵਾਰੀ ॥ 
(ଜଗତର) ଜଙ୍ଗଲର ମାଲିକ ସର୍ବବ୍ୟାପକ ହୋଇଛନ୍ତି

ਹਰਿ ਆਪੇ ਤਪੁ ਤਾਪੈ ਲਾਇ ਤਾਰੀ ॥੧॥
ଇଶ୍ଵର ସ୍ଵୟଂ ହିଁ ସମାଧି ଲଗାଇ ତପସ୍ୟା କରିଥାନ୍ତି ॥1॥

ਐਸਾ ਮੇਰਾ ਰਾਮੁ ਰਹਿਆ ਭਰਪੂਰਿ ॥
ମୋର ରାମ ଏପରି ଯିଏ ସବୁ ସ୍ଥାନରେ ଭରପୁର ଅଛନ୍ତି

ਨਿਕਟਿ ਵਸੈ ਨਾਹੀ ਹਰਿ ਦੂਰਿ ॥੧॥ ਰਹਾਉ ॥
ଇଶ୍ଵର ପ୍ରାଣୀର ନିକଟରେ ହିଁ ରହିଥାନ୍ତି,ସେ ଦୂରରେ ନଥାନ୍ତି ॥1॥ରୁହ॥

ਹਰਿ ਆਪੇ ਸਬਦੁ ਸੁਰਤਿ ਧੁਨਿ ਆਪੇ ॥
ଇଶ୍ଵର ସ୍ଵୟଂ ହିଁ ଅନାହତ ଶବ୍ଦ ଅଟନ୍ତି ଆଉ ସ୍ଵୟଂ ହିଁ ଅନାହତ ଶବ୍ଦର ଧ୍ୱନି ଶୁଣୁଥିବା ସୁରତି ଅଟନ୍ତି

ਹਰਿ ਆਪੇ ਵੇਖੈ ਵਿਗਸੈ ਆਪੇ ॥
ଇଶ୍ଵର ସ୍ଵୟଂ ହିଁ ନିଜ ସୃଷ୍ଟିକୁ ଦେଖି ଦେଖି ସ୍ଵୟଂ ହିଁ ପ୍ରସନ୍ନ ହୋଇଥାଏ

ਹਰਿ ਆਪਿ ਜਪਾਇ ਆਪੇ ਹਰਿ ਜਾਪੇ ॥੨॥
ପ୍ରଭୁ ସ୍ଵୟଂ ହିଁ ନିଜ ନାମର ଜପ କରିଥାନ୍ତି ଆଉ ଜୀବଙ୍କ ଦ୍ଵାରା ନିଜେ ହିଁ ନାମ ଜପ କରାଇଥାନ୍ତି ॥2॥

ਹਰਿ ਆਪੇ ਸਾਰਿੰਗ ਅੰਮ੍ਰਿਤਧਾਰਾ ॥
ଇଶ୍ଵର ସ୍ଵୟଂ ହିଁ ପପିହା ଅଟନ୍ତି ଆଉ ସ୍ଵୟଂ ହିଁ ନାମ-ଅମୃତର ଧାରା ଅଟନ୍ତି

ਹਰਿ ਅੰਮ੍ਰਿਤੁ ਆਪਿ ਪੀਆਵਣਹਾਰਾ ॥
ଇଶ୍ଵର ସ୍ଵୟଂ ହିଁ ଜୀବକୁ ନାମ-ଅମୃତ ପିଆନ୍ତି।

ਹਰਿ ਆਪਿ ਕਰੇ ਆਪੇ ਨਿਸਤਾਰਾ ॥੩॥
ଇଶ୍ଵର ସ୍ଵୟଂ ହିଁ ଜୀବକୁ ଉତ୍ପନ୍ନ କରିଥାନ୍ତି ଆଉ ସ୍ଵୟଂ ହିଁ ଜୀବକୁ ଭବସାଗରରୁ ପାର କରାଇଥାନ୍ତି ॥3॥

ਹਰਿ ਆਪੇ ਬੇੜੀ ਤੁਲਹਾ ਤਾਰਾ ॥
ପରମାତ୍ମା ସ୍ଵୟଂ ହିଁ ନାବ, ଆହୁଲା ଆଉ ନାବିକ ଅଟନ୍ତି

ਹਰਿ ਆਪੇ ਗੁਰਮਤੀ ਨਿਸਤਾਰਾ ॥
ଗୁରୁଙ୍କ ଉପଦେଶ ଦ୍ଵାରା ଇଶ୍ଵର ସ୍ଵୟଂ ହିଁ ପ୍ରାଣୀଙ୍କୁ ଉଦ୍ଧାର କରିଥାନ୍ତି

ਹਰਿ ਆਪੇ ਨਾਨਕ ਪਾਵੈ ਪਾਰਾ ॥੪॥੬॥੪੪॥
ହେ ନାନକ! ଇଶ୍ଵର ସ୍ଵୟଂ ହିଁ ପ୍ରାଣୀକୁ ସଂସାର ସାଗରରୁ ପାର କରାଇଥାନ୍ତି ॥4॥6॥44॥

ਗਉੜੀ ਬੈਰਾਗਣਿ ਮਹਲਾ ੪ ॥
ଗଉଡି ବଇରାଗଣି ମହଲା 4 ॥

ਸਾਹੁ ਹਮਾਰਾ ਤੂੰ ਧਣੀ ਜੈਸੀ ਤੂੰ ਰਾਸਿ ਦੇਹਿ ਤੈਸੀ ਹਮ ਲੇਹਿ ॥
ହେ ଇଶ୍ଵର! ତୁ ହିଁ ମୋର ଶାହ ଏବଂ ମାଲିକ ଅଟୁ। ଯେପରି ପୁଞ୍ଜି ତୁମେ ମୋତେ ଦିଅ, ସେପରି ହିଁ ପୁଞ୍ଜି ମୁଁ ନେଇଥାଏ

ਹਰਿ ਨਾਮੁ ਵਣੰਜਹ ਰੰਗ ਸਿਉ ਜੇ ਆਪਿ ਦਇਆਲੁ ਹੋਇ ਦੇਹਿ ॥੧॥
ଯଦି ତୁମେ ଦୟାଳୁ ହୋଇ ସ୍ଵୟଂ ହିଁ ମୋତେ ହରି ନାମ ଦିଅ, ତାହାହେଲେ ହିଁ ମୁଁ ହରି ନାମର ବ୍ୟାପାର କରିବି॥1॥

ਹਮ ਵਣਜਾਰੇ ਰਾਮ ਕੇ ॥
ହେ ଭାଇ! ମୁଁ ତ ରାମଙ୍କ ବ୍ୟାପାରୀ ଅଟେ

ਹਰਿ ਵਣਜੁ ਕਰਾਵੈ ਦੇ ਰਾਸਿ ਰੇ ॥੧॥ ਰਹਾਉ ॥
ଆଉ ଭଗବାନ ନିଜ ପୁଞ୍ଜି ଦେଇ ମୋ’ ଦ୍ଵାରା ନିଜ ନାମର ବ୍ୟାପାର କରାଇଥାନ୍ତି ॥1॥ରୁହ॥

ਲਾਹਾ ਹਰਿ ਭਗਤਿ ਧਨੁ ਖਟਿਆ ਹਰਿ ਸਚੇ ਸਾਹ ਮਨਿ ਭਾਇਆ ॥
ମୁଁ ହରି-ଭକ୍ତିର ନାମ ରୂପୀ ଧଂର୍ଲଭ ଅର୍ଜନ କରିଅଛି ଆଉ ସଚ୍ଚା ସାହୁକାର ପରମେଶ୍ଵରଙ୍କ ହୃଦୟକୁ ପସନ୍ଦ ଆସିଯାଇଛି।

ਹਰਿ ਜਪਿ ਹਰਿ ਵਖਰੁ ਲਦਿਆ ਜਮੁ ਜਾਗਾਤੀ ਨੇੜਿ ਨ ਆਇਆ ॥੨॥
ହରିଙ୍କ ନାମ ଜପ କରିବା ପରେ ମୁଁ ହରି-ନାମର ସଉଦାକୁ ସତ୍ୟର  ଦରବାରକୁ ନେବାକୁ  ଲଦି ଦେଇଛି, ଏବଂ ଟିକସ ସଂଗ୍ରହ କରୁଥିବା ଯମଦୂତ ମୋ ପାଖକୁ ଆସନ୍ତି ନାହିଁ ॥2॥

ਹੋਰੁ ਵਣਜੁ ਕਰਹਿ ਵਾਪਾਰੀਏ ਅਨੰਤ ਤਰੰਗੀ ਦੁਖੁ ਮਾਇਆ ॥
ବ୍ୟବସାୟୀମାନେ ଯେଉଁମାନେ ନାମ ବ୍ୟତୀତ ଅନ୍ୟ ଜିନିଷର ବ୍ୟବସାୟ କରନ୍ତି, ସେମାନେ ଅତ୍ୟନ୍ତ ଅସନ୍ତୁଷ୍ଟ କାରଣ ସେମାନେ ଅସୀମ ତରଙ୍ଗ ଥିବା ମାୟାର ମୋହରେ ଫସି ଦୁଃଖୀ ହୋଇଛନ୍ତି

ਓਇ ਜੇਹੈ ਵਣਜਿ ਹਰਿ ਲਾਇਆ ਫਲੁ ਤੇਹਾ ਤਿਨ ਪਾਇਆ
ଯେଉଁ ପରି ବ୍ୟାପାର ଇଶ୍ଵର ସେମାନଙ୍କ ପାଇଁ ଲଗାଇଛନ୍ତି, ସେପରି ହିଁ ଫଳ ସେମାନେ ପ୍ରାପ୍ତ କରିଥାନ୍ତି ॥3॥

ਹਰਿ ਹਰਿ ਵਣਜੁ ਸੋ ਜਨੁ ਕਰੇ ਜਿਸੁ ਕ੍ਰਿਪਾਲੁ ਹੋਇ ਪ੍ਰਭੁ ਦੇਈ ॥
କେବଳ ସେହି ବ୍ୟକ୍ତିମାନେ ଭଗବାନଙ୍କ ନାମର ବ୍ୟବସାୟ କରନ୍ତି, ଯାହାକୁ ପ୍ରଭୁ ଦୟାଳୁ ଭାବରେ ସେମାନଙ୍କୁ ନାମରେ ବ୍ୟବସାୟ କରିବାକୁ ଦିଅନ୍ତି    

ਜਨ ਨਾਨਕ ਸਾਹੁ ਹਰਿ ਸੇਵਿਆ ਫਿਰਿ ਲੇਖਾ ਮੂਲਿ ਨ ਲੇਈ ॥੪॥੧॥੭॥੪੫॥
ହେ ନାନକ! ଯେଉଁ ବ୍ୟକ୍ତି ସାହୁକାର ଭଗବାନଙ୍କ ସେବା କରେ,  ଭଗବାନ ତାଙ୍କୁ କାର୍ଯ୍ୟର ହିସାବ ଆଦୌ ମାଗନ୍ତି ନାହିଁ ॥4॥1॥7॥45॥

ਗਉੜੀ ਬੈਰਾਗਣਿ ਮਹਲਾ ੪ ॥
ଗଉଡି ବଇରାଗଣି ମହଲା 4 ॥

ਜਿਉ ਜਨਨੀ ਗਰਭੁ ਪਾਲਤੀ ਸੁਤ ਕੀ ਕਰਿ ਆਸਾ ॥
ଯେପରି କୌଣସି ମାତା ଏହା ଆଶା ରଖି ଗର୍ଭରେ ଥିବା ଶିଶୁର ନଅ ମାସ ରକ୍ଷା କରିଥାଏ ଯେ ତାହାର ପୁତ୍ରଜନ୍ମ ହେବ

ਵਡਾ ਹੋਇ ਧਨੁ ਖਾਟਿ ਦੇਇ ਕਰਿ ਭੋਗ ਬਿਲਾਸਾ
ଆଉ ସେ ବଡ ହୋଇ ଧନ ଅର୍ଜନ କରି ସୁଖ ଓ ଆନନ୍ଦ ପାଇଁ ତାହାକୁ ଦେବ,”

ਤਿਉ ਹਰਿ ਜਨ ਪ੍ਰੀਤਿ ਹਰਿ ਰਾਖਦਾ ਦੇ ਆਪਿ ਹਥਾਸਾ
ସେପରି ହିଁ ଭଗବାନ ନିଜ ଭକ୍ତଙ୍କ ସହିତ ପ୍ରେମ କରିଥାନ୍ତି, ଆଉ ସେମାନଙ୍କୁ ନିଜ ସହାୟତାର ହାତ ଦିଅନ୍ତି॥1॥

error: Content is protected !!