ਵਡਭਾਗੀ ਮਿਲੁ ਰਾਮਾ ॥੧॥
ହେ ସୌଭାଗ୍ୟଶାଳୀ! ରାମଙ୍କ ସହିତ ମିଶ ॥1॥
ਗੁਰੁ ਜੋਗੀ ਪੁਰਖੁ ਮਿਲਿਆ ਰੰਗੁ ਮਾਣੀ ਜੀਉ ॥
ମୁଁ, ଯୋଗୀ ଗୁରୁ ପରମେଶ୍ଵରଙ୍କ ସହିତ ମିଳନ କରିଛି ଆଉ ତାହାଙ୍କ ରଙ୍ଗରେ ଆନନ୍ଦ ପ୍ରାପ୍ତ କରିଛି।
ਗੁਰੁ ਹਰਿ ਰੰਗਿ ਰਤੜਾ ਸਦਾ ਨਿਰਬਾਣੀ ਜੀਉ ॥
ଗୁରୁ ପରମେଶ୍ଵରଙ୍କ ପ୍ରେମରେ ମଗ୍ନ ରହିଥାନ୍ତି ଆଉ ସର୍ବଦା ପବିତ୍ର ଅଟନ୍ତି।
ਵਡਭਾਗੀ ਮਿਲੁ ਸੁਘੜ ਸੁਜਾਣੀ ਜੀਉ ॥
ସୌଭାଗ୍ୟରୁ ମୁଁ ଚତୁର ଏବଂ ସର୍ବଜ୍ଞ ପ୍ରଭୁଙ୍କ ସହିତ ମିଳନ କରିଛି।
ਮੇਰਾ ਮਨੁ ਤਨੁ ਹਰਿ ਰੰਗਿ ਭਿੰਨਾ ॥੨॥
ମୋର ମନ ଓ ତନ ପରମେଶ୍ଵରଙ୍କ ରଙ୍ଗରେ ମଗ୍ନ ଅଛି॥2॥
ਆਵਹੁ ਸੰਤਹੁ ਮਿਲਿ ਨਾਮੁ ਜਪਾਹਾ ॥
ହେ ସନ୍ଥ! ଆସ, ଆମେ ମିଶି ପ୍ରଭୁଙ୍କ ନାମ ଜପ କରିବା
ਵਿਚਿ ਸੰਗਤਿ ਨਾਮੁ ਸਦਾ ਲੈ ਲਾਹਾ ਜੀਉ ॥
ଆମେ ସତସଙ୍ଗତିରେ ମିଶି ସର୍ବଦା ନାମ ରୂପୀ ଲାଭ ପ୍ରାପ୍ତ କରିବା।
ਕਰਿ ਸੇਵਾ ਸੰਤਾ ਅੰਮ੍ਰਿਤੁ ਮੁਖਿ ਪਾਹਾ ਜੀਉ ॥
ସନ୍ଥଙ୍କ ସେବା କରି ଆମେ ମୁଖରେ ନାମ ରୂପୀ ଅମୃତ ରଖିବା।
ਮਿਲੁ ਪੂਰਬਿ ਲਿਖਿਅੜੇ ਧੁਰਿ ਕਰਮਾ ॥੩॥
ପ୍ରାରମ୍ଭରୁ ଭାଗ୍ୟରେ ପୂର୍ବ କର୍ମର ଲେଖା ଅନୁସାରେ ପ୍ରଭୁଙ୍କ ସହିତ ମିଳନ କର ॥3॥
ਸਾਵਣਿ ਵਰਸੁ ਅੰਮ੍ਰਿਤਿ ਜਗੁ ਛਾਇਆ ਜੀਉ ॥
ଶ୍ରାବଣ ମାସରେ ନାମ ଅମୃତ ବାଲା ବାଦଲ ଜଗତ ଉପରେ ଛାଇ ହୋଇ ରହିଛି।
ਮਨੁ ਮੋਰੁ ਕੁਹੁਕਿਅੜਾ ਸਬਦੁ ਮੁਖਿ ਪਾਇਆ ॥
ନାମ ଅମୃତକୁ ଚାଖି ମୋର ମନର ମୟୂର ପ୍ରସନ୍ନ ହୋଇ ଆନନ୍ଦିତ ହୋଇଛି।
ਹਰਿ ਅੰਮ੍ਰਿਤੁ ਵੁਠੜਾ ਮਿਲਿਆ ਹਰਿ ਰਾਇਆ ਜੀਉ ॥
ଯେବେ ହରି-ନାମ ରୂପୀ ଅମୃତ ମୋର ହୃଦୟରେ ବାସ କରିଅଛି, ତାହାହେଲେ ମୋତେ ପ୍ରଭୁ-ପରମେଶ୍ଵର ମିଲିଯାଇଛନ୍ତି।
ਜਨ ਨਾਨਕ ਪ੍ਰੇਮਿ ਰਤੰਨਾ ॥੪॥੧॥੨੭॥੬੫॥
ହେ ନାନକ! ମୁଁ ପ୍ରଭୁଙ୍କ ପ୍ରୀତିରେ ମଗ୍ନ ହୋଇଯାଇଛି॥4॥1॥27॥65॥
ਗਉੜੀ ਮਾਝ ਮਹਲਾ ੪ ॥
ଗଉଡି ମାଝ ମହଲା 4 ॥
ਆਉ ਸਖੀ ਗੁਣ ਕਾਮਣ ਕਰੀਹਾ ਜੀਉ ॥
ହେ ମୋର ସତସଙ୍ଗୀ ସଖୀ! ଆସ, ଆମେ ପ୍ରଭୁଙ୍କ ବଶ କରିବା ପାଇଁ ଶୁଭ ଗୁଣ କାମନା କରିବା ଆଉ
ਮਿਲਿ ਸੰਤ ਜਨਾ ਰੰਗੁ ਮਾਣਿਹ ਰਲੀਆ ਜੀਉ ॥
ସନ୍ଥଙ୍କ ସହିତ ମିଶି ଆମେ ପ୍ରଭୁ-ପ୍ରେମର ସୁଖ ଏବଂ ଆନନ୍ଦ ଭୋଗିବା।
ਗੁਰ ਦੀਪਕੁ ਗਿਆਨੁ ਸਦਾ ਮਨਿ ਬਲੀਆ ਜੀਉ ॥
ମୋର ହୃଦୟରେ ଗୁରୁଙ୍କ ଜ୍ଞାନର ଦୀପ ସର୍ବଦା ପ୍ରଜ୍ବଳିତ ରହିଥାଏ।
ਹਰਿ ਤੁਠੈ ਢੁਲਿ ਢੁਲਿ ਮਿਲੀਆ ਜੀਉ ॥੧॥
ଅତି ପ୍ରସନ୍ନ ଏବଂ ଦୟା ସହିତ କୋମଳ ହୋଇ ପ୍ରଭୁ ମୋତେ ମିଳି ଯାଇଛନ୍ତି ॥1॥
ਮੇਰੈ ਮਨਿ ਤਨਿ ਪ੍ਰੇਮੁ ਲਗਾ ਹਰਿ ਢੋਲੇ ਜੀਉ ॥
ମୋର ମନ ଏବ୍ନ ତନରେ ପ୍ରିୟତମ ପ୍ରଭୁଙ୍କ ପ୍ରେମ ଲାଇଗିଅଛି।
ਮੈ ਮੇਲੇ ਮਿਤ੍ਰੁ ਸਤਿਗੁਰੁ ਵੇਚੋਲੇ ਜੀਉ ॥
ମୋର କାମନା ଏହା ଯେ ମଧ୍ୟସ୍ଥ ସଦଗୁରୁ ମୋତେ ମୋର ପ୍ରିୟ ମିତ୍ର ପ୍ରଭୁଙ୍କ ସହିତ ମିଳନ କରାନ୍ତୁ।
ਮਨੁ ਦੇਵਾਂ ਸੰਤਾ ਮੇਰਾ ਪ੍ਰਭੁ ਮੇਲੇ ਜੀਉ ॥
ମୁଁ ନିଜର ମନ ସେହି ସନ୍ଥଙ୍କୁ ଅର୍ପଣ କରିଦେବି, ଯିଏ ମୋତେ ପ୍ରଭୁଙ୍କ ସହିତ ମିଳନ କରାଇଦେବେ।
ਹਰਿ ਵਿਟੜਿਅਹੁ ਸਦਾ ਘੋਲੇ ਜੀਉ ॥੨॥
ପ୍ରଭୁ ଉପରେ ମୁଁ ସର୍ବଦା ସମର୍ପିତ ॥2॥
ਵਸੁ ਮੇਰੇ ਪਿਆਰਿਆ ਵਸੁ ਮੇਰੇ ਗੋਵਿਦਾ ਹਰਿ ਕਰਿ ਕਿਰਪਾ ਮਨਿ ਵਸੁ ਜੀਉ ॥
ହେ ମୋର ପ୍ରିୟ ଗୋବିନ୍ଦ! ମୋର ମନକୁ ଆସି ନିବାସ କର, ହେ ପ୍ରଭୁ! କୃପା କରି ମୋ’ ମନରେ ଆସି ନିବାସ କର।
ਮਨਿ ਚਿੰਦਿਅੜਾ ਫਲੁ ਪਾਇਆ ਮੇਰੇ ਗੋਵਿੰਦਾ ਗੁਰੁ ਪੂਰਾ ਵੇਖਿ ਵਿਗਸੁ ਜੀਉ ॥
ହେ ମୋର ପ୍ରିୟ ଗୋବିନ୍ଦ! ମୋତେ ମନୋବାଞ୍ଛିତ ଫଳ ମିଳିଯାଇଛି, ପୂର୍ଣ୍ଣ ଗୁରୁଙ୍କ ଦର୍ଶନ କରି ମୁଁ ଅତ୍ୟନ୍ତ ପ୍ରସନ୍ନ ହୋଇଯାଇଛି।
ਹਰਿ ਨਾਮੁ ਮਿਲਿਆ ਸੋਹਾਗਣੀ ਮੇਰੇ ਗੋਵਿੰਦਾ ਮਨਿ ਅਨਦਿਨੁ ਅਨਦੁ ਰਹਸੁ ਜੀਉ ॥
ହେ ମୋର ପ୍ରିୟ ଗୋବିନ୍ଦ! ମୋତେ ଗୁରୁଙ୍କ ଠାରୁ ହରିନାମ ମିଳିଯାଇଛି ଆଉ ମୁଁ ସୁହାଗିନୀ ବନିଯାଇଛି, ଏବେ ମୋର ମନରେ ଦିନ ରାତି ପ୍ରସନ୍ନତା ଏବଂ ଆନନ୍ଦ ରହିଅଛି।
ਹਰਿ ਪਾਇਅੜਾ ਵਡਭਾਗੀਈ ਮੇਰੇ ਗੋਵਿੰਦਾ ਨਿਤ ਲੈ ਲਾਹਾ ਮਨਿ ਹਸੁ ਜੀਉ ॥੩॥
ହେ ମୋର ପ୍ରିୟ ଗୋବିନ୍ଦ! ବଡ ଭାଗ୍ୟରୁ ମୁଁ ପ୍ରଭୁଙ୍କୁ ପାଇଛି ଆଉ ମୁଁ ନିତ୍ୟ ନାମ ରୂପୀ ଲାଭ ପ୍ରାପ୍ତକରି ନିଜ ମନରେ ଉପଭୋଗ କରୁଅଛି। ॥3॥
ਹਰਿ ਆਪਿ ਉਪਾਏ ਹਰਿ ਆਪੇ ਵੇਖੈ ਹਰਿ ਆਪੇ ਕਾਰੈ ਲਾਇਆ ਜੀਉ ॥
ଭଗବାନ ସ୍ଵୟଂ ହି ଜୀବଙ୍କୁ ଉତ୍ପନ୍ନ କରିଛନ୍ତି ଆଉ ସ୍ଵୟଂ ହି ତାହାଙ୍କ ପାଳନ କରନ୍ତି, ଭଗବାନ ସ୍ଵୟଂ ହିଁ ତାହାଙ୍କୁ କାମରେ ଲଗାଇଛନ୍ତି
ਇਕਿ ਖਾਵਹਿ ਬਖਸ ਤੋਟਿ ਨ ਆਵੈ ਇਕਨਾ ਫਕਾ ਪਾਇਆ ਜੀਉ ॥
ଅନେକ ପ୍ରଭୁଙ୍କ ଆଶୀର୍ବାଦକୁ ସେବନ କରନ୍ତି, ଯେଉଁଥିରେ କେବେ ଅଭାବ ହୁଏ ନାହିଁ ଏବଂ କେତେକ କେବଳ ଅଳ୍ପ କିଛି ଶସ୍ୟ ପାଆନ୍ତି
ਇਕਿ ਰਾਜੇ ਤਖਤਿ ਬਹਹਿ ਨਿਤ ਸੁਖੀਏ ਇਕਨਾ ਭਿਖ ਮੰਗਾਇਆ ਜੀਉ ॥
ଭଗବାନ ଅନେକ ଜୀବଙ୍କୁ ରାଜା ଭାବରେ ସୃଷ୍ଟି କରିଛନ୍ତି, ସେମାନେ ସିଂହାସନରେ ବସି ସର୍ବଦା ଖୁସି ହୁଅନ୍ତି ଏବଂ ଭଗବାନ ଅନେକ ପ୍ରାଣୀଙ୍କୁ ଭିକାରୀ କରନ୍ତି ଏବଂ ସେମାନେ ଦ୍ଵାର ଦ୍ଵାର ବୁଲି ଭିକ୍ଷା କରନ୍ତି |
ਸਭੁ ਇਕੋ ਸਬਦੁ ਵਰਤਦਾ ਮੇਰੇ ਗੋਵਿਦਾ ਜਨ ਨਾਨਕ ਨਾਮੁ ਧਿਆਇਆ ਜੀਉ ॥੪॥੨॥੨੮॥੬੬॥
ହେ ମୋର ଗୋବିନ୍ଦ! ତୁମର ନାମ ସବୁଠାରେ ବିଦ୍ୟମାନ | ହେ ନାନକ! ପ୍ରଭୁଙ୍କର ସେବକ ପ୍ରଭୁଙ୍କ ନାମରେ ଧ୍ୟାନ କରନ୍ତି ॥4॥2॥28॥66॥
ਗਉੜੀ ਮਾਝ ਮਹਲਾ ੪ ॥
ଗଉଡି ମାଝ ମହଲା 4 ॥
ਮਨ ਮਾਹੀ ਮਨ ਮਾਹੀ ਮੇਰੇ ਗੋਵਿੰਦਾ ਹਰਿ ਰੰਗਿ ਰਤਾ ਮਨ ਮਾਹੀ ਜੀਉ ॥
ହେ ମୋର ପ୍ରିୟ ଗୋବିନ୍ଦ! ମୁଁ ନିଜ ମନରେ ହିଁ ହରି-ରଙ୍ଗରେ ମଗ୍ନ ହୋଇଯାଇଛି।
ਹਰਿ ਰੰਗੁ ਨਾਲਿ ਨ ਲਖੀਐ ਮੇਰੇ ਗੋਵਿਦਾ ਗੁਰੁ ਪੂਰਾ ਅਲਖੁ ਲਖਾਹੀ ਜੀਉ ॥
ହରି ରଙ୍ଗ ପ୍ରତ୍ୟେକ ଜୀବ ମଧ୍ୟରେ ତାହାରି ସାଥିରେ ହିଁ ରହିଥାଏ କିନ୍ତୁ ଏହା ଦେଖାଯାଏ ନାହିଁ | ହେ ମୋର ଗୋବିନ୍ଦ! ସଂପୂର୍ଣ୍ଣ ଗୁରୁ ମୋତେ ଅଦୃଶ୍ୟ ପ୍ରଭୁଙ୍କ ଦର୍ଶନ ଦେଇଛନ୍ତି।
ਹਰਿ ਹਰਿ ਨਾਮੁ ਪਰਗਾਸਿਆ ਮੇਰੇ ਗੋਵਿੰਦਾ ਸਭ ਦਾਲਦ ਦੁਖ ਲਹਿ ਜਾਹੀ ਜੀਉ ॥
ହେ ମୋର ଗୋବିନ୍ଦ! ଯେତେବେଳେ ଗୁରୁ ମୋ ହୃଦୟରେ ହରି-ପରମେଶ୍ୱରଙ୍କ ନାମ ଆଲୋକିତ କଲେ, ସେତେବେଳେ ମୋର ଦାରିଦ୍ର୍ୟର ସମସ୍ତ ଦୁଃଖ ଦୂର ହୋଇଯାଇଛି |
ਹਰਿ ਪਦੁ ਊਤਮੁ ਪਾਇਆ ਮੇਰੇ ਗੋਵਿੰਦਾ ਵਡਭਾਗੀ ਨਾਮਿ ਸਮਾਹੀ ਜੀਉ ॥੧॥
ହେ ମୋର ଗୋବିନ୍ଦ! ମୁଁ ହରି-ମିଳନର ଉଚ୍ଚ ମାନ୍ୟତା ହାସଲ କରିଛି ଏବଂ ବଡ ଭାଗ୍ୟରୁ ମୁଁ ହରି ନାମରେ ଲୀନ ହୋଇଯାଇଛି ॥1॥
ਨੈਣੀ ਮੇਰੇ ਪਿਆਰਿਆ ਨੈਣੀ ਮੇਰੇ ਗੋਵਿਦਾ ਕਿਨੈ ਹਰਿ ਪ੍ਰਭੁ ਡਿਠੜਾ ਨੈਣੀ ਜੀਉ ॥
ହେ ମୋର ପ୍ରିୟ ଗୋବିନ୍ଦ! ହରି-ପ୍ରଭୁଙ୍କୁ କେହି ବିରଳ ପୁରୁଷ ହିଁ ନିଜ ନେତ୍ରରେ ଦେଖିଅଛି।
ਮੇਰਾ ਮਨੁ ਤਨੁ ਬਹੁਤੁ ਬੈਰਾਗਿਆ ਮੇਰੇ ਗੋਵਿੰਦਾ ਹਰਿ ਬਾਝਹੁ ਧਨ ਕੁਮਲੈਣੀ ਜੀਉ ॥
ହେ ମୋର ଗୋବିନ୍ଦ! ତୁମଠାରୁ ଅଲଗା ହେବାରେ ମୋର ମନ ଓ ଶରୀରରେ ବୈରାଗ୍ୟ ଆସିଯାଇଛି। ମାଲିକ -ପ୍ରଭୁ ବିନା ମୁଁ, ଜୀବ-ସ୍ତ୍ରୀ ବହୁତ ଉଦାସ ହୋଇଯାଇଛି।