ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਤੂੰ ਸਮਰਥੁ ਤੂੰਹੈ ਮੇਰਾ ਸੁਆਮੀ ॥
ହେ ପ୍ରଭୁ! ତୁ ସର୍ବଶକ୍ତିମାନ ଅଟୁ ଆଉ ତୁ ହିଁ ମୋର ସ୍ଵାମୀ ଅଟୁ।
ਸਭੁ ਕਿਛੁ ਤੁਮ ਤੇ ਤੂੰ ਅੰਤਰਜਾਮੀ ॥੧॥
ହେ ଠାକୁର! ତୁ ଅନ୍ତର୍ଯାମୀ ଅଟୁ ଆଉ ଏହି ଦୁନିଆରେ ସବୁ କିଛି ତୋର ପ୍ରେରଣାରୁ ହିଁ ହେଉଛି ॥1॥
ਪਾਰਬ੍ਰਹਮ ਪੂਰਨ ਜਨ ਓਟ ॥
ହେ ପୂର୍ଣ୍ଣ ପରଂବ୍ରହ୍ମ ପ୍ରଭୁ! ତୁ ହିଁ ସେବକଙ୍କ ସାହାରା ଅଟୁ।
ਤੇਰੀ ਸਰਣਿ ਉਧਰਹਿ ਜਨ ਕੋਟਿ ॥੧॥ ਰਹਾਉ ॥
ତୋର ଶରଣ ନେଇ କୋଟି କୋଟି ପ୍ରାଣୀ (ଭବସାଗରରୁ) ପାର ହୋଇଯାନ୍ତି ॥1॥ରୁହ॥
ਜੇਤੇ ਜੀਅ ਤੇਤੇ ਸਭਿ ਤੇਰੇ ॥
ହେ ଗୋବିନ୍ଦ! ସଂସାରରେ ଯେତେ ଜୀବଜନ୍ତୁ ଅଛନ୍ତି, ସେମାନେ ସବୁ ତୋ’ ଦ୍ଵାରା ଉତ୍ପନ୍ନ ହୋଇଛନ୍ତି,
ਤੁਮਰੀ ਕ੍ਰਿਪਾ ਤੇ ਸੂਖ ਘਨੇਰੇ ॥੨॥
ତୋର କୃପାରୁ ଆମେ ଅମମେ, ଜୀବକୁ, ଅନନ୍ତ ସୁଖ ଉପଲବ୍ଧ ହେଉଛି ॥2॥
ਜੋ ਕਿਛੁ ਵਰਤੈ ਸਭ ਤੇਰਾ ਭਾਣਾ ॥
ହେ ପ୍ରଭୁ! ଜଗତରେ ଯାହା କିଛି ମଧ୍ୟ ଘଟିଥାଏ, ତାହା ସବୁ ତୋର ଇଚ୍ଛାନୁସାରେ ହୁଏ।
ਹੁਕਮੁ ਬੂਝੈ ਸੋ ਸਚਿ ਸਮਾਣਾ ॥੩॥
ଯେଉଁ ବ୍ୟକ୍ତି ଭଗବାନଙ୍କ ହୁକୁମକୁ ବୁଝିନେଇଛି, ସେ ସତ୍ୟରେ ହିଁ ରହିଥାଏ ॥3॥
ਕਰਿ ਕਿਰਪਾ ਦੀਜੈ ਪ੍ਰਭ ਦਾਨੁ ॥
ନାନକ କହନ୍ତି ଯେ ହେ ମୋର ପ୍ରଭୁ! କୃପା କରି ନାମର ଉପହାର ପ୍ରଦାନ କର ॥3॥
ਨਾਨਕ ਸਿਮਰੈ ਨਾਮੁ ਨਿਧਾਨੁ ॥੪॥੬੬॥੧੩੫॥
କାରଣ ସେ ତୋର ନାମର ଭଣ୍ଡାରକୁ ହିଁ ସ୍ମରଣ କରିଥାଏ ॥4॥66॥135॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਤਾ ਕਾ ਦਰਸੁ ਪਾਈਐ ਵਡਭਾਗੀ ॥
ସେହି ପ୍ରଭୁଙ୍କ ଦର୍ଶନ ସେହି ଭାଗ୍ୟଶାଳୀ ହିଁ ପ୍ରାପ୍ତ କରିଥାଏ,”
ਜਾ ਕੀ ਰਾਮ ਨਾਮਿ ਲਿਵ ਲਾਗੀ ॥੧॥
ସେହି ପ୍ରଭୁଙ୍କ ଦର୍ଶନ ସେହି ଭାଗ୍ୟଶାଳୀ ହିଁ ପ୍ରାପ୍ତ କରିଥାଏ,”
ਜਾ ਕੈ ਹਰਿ ਵਸਿਆ ਮਨ ਮਾਹੀ ॥
ଯାହାର ହୃଦୟରେ ଈଶ୍ବରଙ୍କ ନିବାସ ହୋଇଥାଏ,”
ਤਾ ਕਉ ਦੁਖੁ ਸੁਪਨੈ ਭੀ ਨਾਹੀ ॥੧॥ ਰਹਾਉ ॥
ତାହାଙ୍କୁ ସ୍ଵପ୍ନରେ ମଧ୍ୟ ଦୁଃଖ ସ୍ପର୍ଶ କରେ ନାହିଁ ॥1॥ରୁହ॥
ਸਰਬ ਨਿਧਾਨ ਰਾਖੇ ਜਨ ਮਾਹਿ ॥
ଗୁଣର ସର୍ବୋଚ୍ଚ ଭଣ୍ଡାର ଇଶ୍ଵର ନିଜକୁ ସେବକର ହୃଦୟରେ ବସାଇଛନ୍ତି।
ਤਾ ਕੈ ਸੰਗਿ ਕਿਲਵਿਖ ਦੁਖ ਜਾਹਿ ॥੨॥
ତାହାର ସଙ୍ଗତିରେ ପାପ ଓ ସଂତାପ ନିବୃତ୍ତ ହୋଇଯାଏ ॥2॥
ਜਨ ਕੀ ਮਹਿਮਾ ਕਥੀ ਨ ਜਾਇ ॥
ଈଶ୍ବରଙ୍କ ସେବକଙ୍କ ମହିମା ବର୍ଣ୍ଣନା କରାଯାଇ ପାରିବ ନାହିଁ।
ਪਾਰਬ੍ਰਹਮੁ ਜਨੁ ਰਹਿਆ ਸਮਾਇ ॥੩॥
ଏପରି ସେବକ ପରଂବ୍ରହ୍ମ-ପ୍ରଭୁଙ୍କ ଠାରେ ଲୀନ ରହିଥାଏ ॥33॥
ਕਰਿ ਕਿਰਪਾ ਪ੍ਰਭ ਬਿਨਉ ਸੁਨੀਜੈ ॥
ହେ ପ୍ରଭୁ! କୃପା କରି ମୋର ଏକ ବିନତି ଶୁଣ ଯେ
ਦਾਸ ਕੀ ਧੂਰਿ ਨਾਨਕ ਕਉ ਦੀਜੈ ॥੪॥੬੭॥੧੩੬॥
ନିଜ ଦାସର ଚରଣ ଧୂଳିର ଉପହାର ନାନକଙ୍କୁ ଦିଅ ॥4॥67॥136॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਹਰਿ ਸਿਮਰਤ ਤੇਰੀ ਜਾਇ ਬਲਾਇ ॥
ହେ ଜୀବ! ଭଗବାନଙ୍କ ନାମ ସ୍ମରଣ କରିଲେ ତୋର ବିପଦ ଦୂର ହୋଇଯିବ
ਸਰਬ ਕਲਿਆਣ ਵਸੈ ਮਨਿ ਆਇ ॥੧॥
ଆଉ ତୋର ମନରେ ସର୍ବ କଲ୍ୟାଣ ଆସି ବାସ କରିଥାଏ ॥1॥
ਭਜੁ ਮਨ ਮੇਰੇ ਏਕੋ ਨਾਮ ॥
ହେ ମୋର ମନ! ଏକ ପରମେଶ୍ଵରଙ୍କ ନାମକୁ ଭଜନ କର,
ਜੀਅ ਤੇਰੇ ਕੈ ਆਵੈ ਕਾਮ ॥੧॥ ਰਹਾਉ ॥
କାରଣ ଏହି ନାମ ହିଁ ତୋର ଆତ୍ମା ପାଇଁ ପରଲୋକରେ କାମରେ ଆସିବ ॥1॥ରୁହ॥
ਰੈਣਿ ਦਿਨਸੁ ਗੁਣ ਗਾਉ ਅਨੰਤਾ ॥
ରାତି ଦିନ ଅନନ୍ତ ପ୍ରଭୁଙ୍କ ଯଶୋଗାନ କରୁଥାଅ
ਗੁਰ ਪੂਰੇ ਕਾ ਨਿਰਮਲ ਮੰਤਾ ॥੨॥
ଏହା ପୂର୍ଣ୍ଣ ଗୁରୁଙ୍କ ନିର୍ମଳ ମନ୍ତ୍ର ଅଟେ॥2॥
ਛੋਡਿ ਉਪਾਵ ਏਕ ਟੇਕ ਰਾਖੁ ॥
ଅନ୍ୟ ଉପାୟ ତ୍ୟାଗ କରିଦିଅ ଆଉ ନିଜ ଆସ୍ଥା ଏକ ପ୍ରଭୁ ଉପରେ ରଖ।
ਮਹਾ ਪਦਾਰਥੁ ਅੰਮ੍ਰਿਤ ਰਸੁ ਚਾਖੁ ॥੩॥
ଏହିପରି ତୁ ମହା ପଦାର୍ଥ ଅମୃତମୟୀ ରସକୁ ଚାଖିଅଛୁ ॥3॥
ਬਿਖਮ ਸਾਗਰੁ ਤੇਈ ਜਨ ਤਰੇ ॥
ହେ ନାନକ! ସେହି ପୁରୁଷ ଭବସାଗରରୁ (ଆତ୍ମିକ ପୁଞ୍ଜି ସହିତ) ପାର ହୋଇଥାଏ,
ਨਾਨਕ ਜਾ ਕਉ ਨਦਰਿ ਕਰੇ ॥੪॥੬੮॥੧੩੭॥
ଯାହା ଉପରେ ପ୍ରଭୁ କୃପା ଦୃଷ୍ଟି କରିଥାନ୍ତି ॥4॥68॥137॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਹਿਰਦੈ ਚਰਨ ਕਮਲ ਪ੍ਰਭ ਧਾਰੇ ॥
ଯେଉଁ ବ୍ୟକ୍ତି ପ୍ରଭୁଙ୍କ ସୁନ୍ଦର ଚରଣ କମଳ ନିଜ ହୃଦୟରେ ଧାରଣ କରିଛନ୍ତି,
ਪੂਰੇ ਸਤਿਗੁਰ ਮਿਲਿ ਨਿਸਤਾਰੇ ॥੧॥
ଏପରି ବ୍ୟକ୍ତି ପୂର୍ଣ୍ଣ ସଦଗୁରୁଙ୍କ ସହିତ ମିଶି ଭବସାଗରରୁ ମୁକ୍ତି ପ୍ରାପ୍ତ କରି ନିଏ ॥1॥
ਗੋਵਿੰਦ ਗੁਣ ਗਾਵਹੁ ਮੇਰੇ ਭਾਈ ॥
ହେ ମୋର ଭାଇ! ଗୋବିନ୍ଦଙ୍କ ଯଶୋଗାନ କରୁଥାଅ।
ਮਿਲਿ ਸਾਧੂ ਹਰਿ ਨਾਮੁ ਧਿਆਈ ॥੧॥ ਰਹਾਉ ॥
ସନ୍ଥଙ୍କ ସହିତ ମିଶି ଭଗବାନଙ୍କ ନାମକୁ ଧ୍ୟାନ କର ॥1॥ରୁହ॥
ਦੁਲਭ ਦੇਹ ਹੋਈ ਪਰਵਾਨੁ ॥
ତେବେ ପ୍ରାଣୀର ଦୁର୍ଲଭ ଦେହ ସତ୍ୟର ଦରବାରରେ ସ୍ଵୀକୃତ ହୋଇଥାଏ,”
ਸਤਿਗੁਰ ਤੇ ਪਾਇਆ ਨਾਮ ਨੀਸਾਨੁ ॥੨॥
ଯେବେ ତାହାକୁ ସଦଗୁରୁଙ୍କ ଦ୍ଵାରା ନାମର ପ୍ରମାଣ ମିଳିଯାଏ ॥2॥
ਹਰਿ ਸਿਮਰਤ ਪੂਰਨ ਪਦੁ ਪਾਇਆ ॥
ପ୍ରଭୁଙ୍କ ନାମ ସ୍ମରଣ ଦ୍ଵାରା ପୂର୍ଣ୍ଣ ପଦ ମିଳିଯାଏ।
ਸਾਧਸੰਗਿ ਭੈ ਭਰਮ ਮਿਟਾਇਆ ॥੩॥
ସନ୍ଥଙ୍କ ସଭାରେ ଭୟ-ଭ୍ରମ ଦୂର ହୋଇଯାଏ ॥3॥
ਜਤ ਕਤ ਦੇਖਉ ਤਤ ਰਹਿਆ ਸਮਾਇ ॥
ଯେଉଁ ଆଡେ ମଧ୍ୟ ମୁଁ ଦେଖୁଅଛି, ସେଠାରେ ପ୍ରଭୁ ବ୍ୟାପକ ହୋଇଛନ୍ତି।
ਨਾਨਕ ਦਾਸ ਹਰਿ ਕੀ ਸਰਣਾਇ ॥੪॥੬੯॥੧੩੮॥
ଏଥିପାଇଁ, ଦାସ ନାନକ ଈଶ୍ଵରଙ୍କ ଶରଣ ନେଇଛି ॥4॥69॥138॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਗੁਰ ਜੀ ਕੇ ਦਰਸਨ ਕਉ ਬਲਿ ਜਾਉ ॥
ମୁଁ ନିଜ ଗୁରୁଜୀଙ୍କ ଦର୍ଶନ ପ୍ରତି ତନ ମନରେ ସମର୍ପିତ ଅଟେ।
ਜਪਿ ਜਪਿ ਜੀਵਾ ਸਤਿਗੁਰ ਨਾਉ ॥੧॥
ମୁଁ ନିଜ ସଦଗୁରୁଙ୍କ ନାମ ନିରନ୍ତର ଜପ କରି ଜୀବିତ ରହିଛି ॥1॥
ਪਾਰਬ੍ਰਹਮ ਪੂਰਨ ਗੁਰਦੇਵ ॥
ହେ ମୋର ପୂର୍ଣ୍ଣ ପରଂବ୍ରହ୍ମ ଗୁରୁଦେବ!
ਕਰਿ ਕਿਰਪਾ ਲਾਗਉ ਤੇਰੀ ਸੇਵ ॥੧॥ ਰਹਾਉ ॥
କୃପା କର ଯେପରି ମୁଁ ତୋର ସେବା ଭକ୍ତିରେ ଲାଗିଯାଉ ॥1॥ରୁହ॥
ਚਰਨ ਕਮਲ ਹਿਰਦੈ ਉਰ ਧਾਰੀ ॥
ଗୁରୁଙ୍କ ଚରଣ-କମଳ ମୁଁ ନିଜ ହୃଦୟରେ ବସାଇଛି,
ਮਨ ਤਨ ਧਨ ਗੁਰ ਪ੍ਰਾਨ ਅਧਾਰੀ ॥੨॥
କାରଣ ଗୁରୁଦେବଙ୍କ ସୁନ୍ଦର ଚରଣ ହିଁ ମୋର ମନ, ତନ, ଧନ ଏବଂ ପ୍ରାଣର ଏକମାତ୍ର ଆଧାର ଅଟେ ॥2॥
ਸਫਲ ਜਨਮੁ ਹੋਵੈ ਪਰਵਾਣੁ ॥
ତୋର ଜୀବନ ସଫଳ ଓ ସତ୍ୟର ଦରବାରରେ ସ୍ଵୀକୃତ ହେବ।
ਗੁਰੁ ਪਾਰਬ੍ਰਹਮੁ ਨਿਕਟਿ ਕਰਿ ਜਾਣੁ ॥੩॥
ଯେତେବେଳେ ତୁ ପାରବ୍ରହ୍ମ ଗୁରୁଦେବଙ୍କୁ ନିକଟ ଭାବିବୁ॥3॥
ਸੰਤ ਧੂਰਿ ਪਾਈਐ ਵਡਭਾਗੀ ॥
ସନ୍ଥଙ୍କ ଚରଣ-ଧୂଳି ସୌଭାଗ୍ୟରୁ ହିଁ ପ୍ରାପ୍ତ ହୋଇଥାଏ।
ਨਾਨਕ ਗੁਰ ਭੇਟਤ ਹਰਿ ਸਿਉ ਲਿਵ ਲਾਗੀ ॥੪॥੭੦॥੧੩੯
ହେ ନାନକ! ଗୁରୁଙ୍କ ସହିତ ମିଳନ ଦ୍ଵାରା ଈଶ୍ବରଙ୍କ ସହିତ ପ୍ରେମ ଲଗ୍ନ ଲାଗି ଯାଇଥାଏ॥4॥70॥139॥