ਰੂਪਵੰਤੁ ਸੋ ਚਤੁਰੁ ਸਿਆਣਾ ॥
କେବଳ ସେହି ମନୁଷ୍ୟ ସୁନ୍ଦର, ଚତୁର ଏବଂ ବୁଦ୍ଧିମାନ ଅଟେ,
ਜਿਨਿ ਜਨਿ ਮਾਨਿਆ ਪ੍ਰਭ ਕਾ ਭਾਣਾ ॥੨॥
ଯେଉଁ ବ୍ୟକ୍ତି ପ୍ରଭୁଙ୍କ ଇଚ୍ଛାକୁ ସ୍ଵୀକାର କରିଥାଏ ॥2॥
ਜਗ ਮਹਿ ਆਇਆ ਸੋ ਪਰਵਾਣੁ ॥
ଏହି ଦୁନିଆରେ ତାହାର ଜନ୍ମ ହିଁ ସଫଳ ହୋଇଥାଏ,
ਘਟਿ ਘਟਿ ਅਪਣਾ ਸੁਆਮੀ ਜਾਣੁ ॥੩॥
ଯିଏ ସର୍ବବ୍ୟାପକ ପ୍ରଭୁଙ୍କୁ ଜାଣିନିଏ ॥3॥
ਕਹੁ ਨਾਨਕ ਜਾ ਕੇ ਪੂਰਨ ਭਾਗ ॥
ହେ ନାନକ! ଯାହାର ଭାଗ୍ୟ ପୂର୍ଣ୍ଣ ଅଟେ,
ਹਰਿ ਚਰਣੀ ਤਾ ਕਾ ਮਨੁ ਲਾਗ ॥੪॥੯੦॥੧੫੯॥
ସେହି ବ୍ୟକ୍ତି ଈଶ୍ବରଙ୍କ ଚରଣରେ ନିଜ ମନ ଲଗାଇଥାଏ ॥4॥90॥159॥
ਗਉੜੀ ਮਹਲਾ ੫ ॥
ଗୌଡୀୟ ମହଲା 5 ॥
ਹਰਿ ਕੇ ਦਾਸ ਸਿਉ ਸਾਕਤ ਨਹੀ ਸੰਗੁ ॥
ପ୍ରଭୁ-ଭକ୍ତଙ୍କ ସଙ୍ଗ (ଭଗବାନଙ୍କ ଠାରୁ ଦୂରେଇଥିବା) ଶାକ୍ତ ମନୁଷ୍ୟ ସାଥିରେ ରହେ ନାହିଁ,
ਓਹੁ ਬਿਖਈ ਓਸੁ ਰਾਮ ਕੋ ਰੰਗੁ ॥੧॥ ਰਹਾਉ ॥
କାରଣ ତାହାକୁ ନାସ୍ତିକ ବିଷୟର ପ୍ରେମ ହୋଇଥାଏ ଆଉ ପ୍ରଭୁଙ୍କ ଭକ୍ତକୁ ପ୍ରଭୁଙ୍କ ରଙ୍ଗ ଲାଗିଥାଏ ॥1॥ରୁହ॥
ਮਨ ਅਸਵਾਰ ਜੈਸੇ ਤੁਰੀ ਸੀਗਾਰੀ ॥
ତାହାଙ୍କ ମିଳନ ଏପରି ଅଟେ, ଯେପରି ଅନୁଭୂତି ବିହୀନ ବ୍ୟକ୍ତି ଘୋଡା ସବାରି ପାଇଁ ସଜବାଜ ହେଉଛି,
ਜਿਉ ਕਾਪੁਰਖੁ ਪੁਚਾਰੈ ਨਾਰੀ ॥੧॥
ଯେପରି କେହି ନପୁଂସକ କୌଣସି ନାରୀଙ୍କୁ ପ୍ରେମ କରିଥାଏ ॥1॥
ਬੈਲ ਕਉ ਨੇਤ੍ਰਾ ਪਾਇ ਦੁਹਾਵੈ ॥
ନାସ୍ତିକ ଆଉ ଆସ୍ତିକର ମିଳନ ଏପରି ହୋଇଥାଏ ଯେପରି କେହି ବ୍ୟକ୍ତି ଶଣ୍ଢର ଗୋଡକୁ ବାନ୍ଧି କ୍ଷୀର ଦୂହିଁ ଥାଏ।
ਗਊ ਚਰਿ ਸਿੰਘ ਪਾਛੈ ਪਾਵੈ ॥੨॥
ଯେପରି ଗାଈ ଉପରେ ସବାରି ହୋଇ ବ୍ୟକ୍ତି ବାଘର ପିଛା କରିଥାଏ ॥2॥
ਗਾਡਰ ਲੇ ਕਾਮਧੇਨੁ ਕਰਿ ਪੂਜੀ ॥
ଯେପରି କୌଣସି ବ୍ୟକ୍ତି ମେଣ୍ଢାକୁ କାମଧେନୁ ଭାବି ପୂଜା ଅର୍ଚ୍ଚନା କରିଥାଏ ଅଥବା
ਸਉਦੇ ਕਉ ਧਾਵੈ ਬਿਨੁ ਪੂੰਜੀ ॥੩॥
ଯେପରି ଧନ ଦୌଲତ ବିନା ବ୍ୟକ୍ତି ସଉଦା ଆଣିବା ପାଇଁ ଯାଇଥାଏ ॥3॥
ਨਾਨਕ ਰਾਮ ਨਾਮੁ ਜਪਿ ਚੀਤ ॥
ହେ ନାନକ! ନିଜ ମନରେ ରାମ ନାମର ଜପ କର।
ਸਿਮਰਿ ਸੁਆਮੀ ਹਰਿ ਸਾ ਮੀਤ ॥੪॥੯੧॥੧੬੦॥
ତୁ ମିତ୍ର ଯେପରି ସ୍ଵାମୀ ପ୍ରଭୁଙ୍କ ଆରାଧନା କର ॥4॥91॥160॥
ਗਉੜੀ ਮਹਲਾ ੫ ॥
ଗୌଡୀୟ ମହଲା 5 ॥
ਸਾ ਮਤਿ ਨਿਰਮਲ ਕਹੀਅਤ ਧੀਰ ॥
ହେ ଭାଇ! ସେହି ବୁଦ୍ଧି ନିର୍ମଳ ଏବଂ ଧୈର୍ଯ୍ୟବାନ କୁହାଯାଏ,
ਰਾਮ ਰਸਾਇਣੁ ਪੀਵਤ ਬੀਰ ॥੧॥
ଯିଏ ରାମଙ୍କ ଅମୃତ(ନାମ) ପାନ କରିଥାଏ ॥1॥
ਹਰਿ ਕੇ ਚਰਣ ਹਿਰਦੈ ਕਰਿ ਓਟ ॥
ନିଜ ହୃଦୟରେ ଈଶ୍ଵରଙ୍କ ଚରଣର ସାହାରା ନିଅ।
ਜਨਮ ਮਰਣ ਤੇ ਹੋਵਤ ਛੋਟ ॥੧॥ ਰਹਾਉ ॥
ଏହିପରି ଜନ୍ମ ମରଣରୁ ତୋତେ ମୁକ୍ତି ପ୍ରାପ୍ତ ହେବ ॥1॥ରୁହ॥
ਸੋ ਤਨੁ ਨਿਰਮਲੁ ਜਿਤੁ ਉਪਜੈ ਨ ਪਾਪੁ ॥
ସେହି ଶରୀର ନିର୍ମଳ ହୋଇଥାଏ, ଯାହା ଭିତରେ ପାପ ଉତ୍ପନ୍ନ ହୁଏନାହିଁ।
ਰਾਮ ਰੰਗਿ ਨਿਰਮਲ ਪਰਤਾਪੁ ॥੨॥
ରାମଙ୍କ ପ୍ରେମ (ରଙ୍ଗ)ରେ ବ୍ୟକ୍ତିର ନିର୍ମଳ ପ୍ରତାପ ବଢିଯାଏ ॥2॥
ਸਾਧਸੰਗਿ ਮਿਟਿ ਜਾਤ ਬਿਕਾਰ ॥
ସନ୍ଥଙ୍କ ସଙ୍ଗତିରେ ରହି ମନୁଷ୍ୟର ପାପ ନଷ୍ଟ ହୋଇଯାଏ।
ਸਭ ਤੇ ਊਚ ਏਹੋ ਉਪਕਾਰ ॥੩॥
ସନ୍ଥଙ୍କ ସଙ୍ଗତିରେ ଏହା ସର୍ବୋଚ୍ଚ ଉପକାର ଅଟେ ॥3॥
ਪ੍ਰੇਮ ਭਗਤਿ ਰਾਤੇ ਗੋਪਾਲ ॥
ଯିଏ ଗୋପାଳଙ୍କ ପ୍ରେମ ଭକ୍ତିରେ ମଗ୍ନ ରହିଥାଏ।
ਨਾਨਕ ਜਾਚੈ ਸਾਧ ਰਵਾਲ ॥੪॥੯੨॥੧੬੧॥
ନାନକ ଏପରି ସନ୍ଥଙ୍କ ଚରଣ ଧୁଳି ଯାଚନା କରନ୍ତି ॥4॥92॥161॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਐਸੀ ਪ੍ਰੀਤਿ ਗੋਵਿੰਦ ਸਿਉ ਲਾਗੀ ॥
ମୋତେ ଗୋବିନ୍ଦ ସହିତ ଏପରି ପ୍ରେମ ହୋଇଯାଇଛି ଯେ
ਮੇਲਿ ਲਏ ਪੂਰਨ ਵਡਭਾਗੀ ॥੧॥ ਰਹਾਉ ॥
ସେ ମୋତେ ନିଜ ସାଥିରେ ମିଳନ କରାଇଛନ୍ତି ଆଉ ମୁଁ ପୂର୍ଣ୍ଣ ଭାଗ୍ୟଶାଳୀ ହୋଇଯାଇଛି ॥1॥ରୁହ॥
ਭਰਤਾ ਪੇਖਿ ਬਿਗਸੈ ਜਿਉ ਨਾਰੀ ॥
ଯେପରି ପତ୍ନୀ ନିଜ ପଟିକୁ ଦେଖି ହର୍ଷିତ ହୋଇଥାଏ,
ਤਿਉ ਹਰਿ ਜਨੁ ਜੀਵੈ ਨਾਮੁ ਚਿਤਾਰੀ ॥੧॥
ସେପରି ହିଁ ପ୍ରଭୁଙ୍କ ସେବକ ତାହାଙ୍କ ନାମକୁ ଉଚ୍ଚାରଣ କରି ଆତ୍ମିକ ପ୍ରସନ୍ନତା ପାଇଥାଏ ॥1॥
ਪੂਤ ਪੇਖਿ ਜਿਉ ਜੀਵਤ ਮਾਤਾ ॥
ଯେପରି ନିଜର ପୁତ୍ରକୁ ଦେଖି ମାତା ଜୀବନ ଗ୍ରହଣ କରିଥାଏ,
ਓਤਿ ਪੋਤਿ ਜਨੁ ਹਰਿ ਸਿਉ ਰਾਤਾ ॥੨॥
ସେପରି ହିଁ ପ୍ରଭୁଙ୍କ ଭକ୍ତ ପରମାତ୍ମାଙ୍କ ସାଥିରେ ପ୍ରତି କ୍ଷଣରେ ମଗ୍ନ ରହିଥାଏ ॥2॥
ਲੋਭੀ ਅਨਦੁ ਕਰੈ ਪੇਖਿ ਧਨਾ ॥
ଯେପରି କେହି ଲୋଭୀ ବ୍ୟକ୍ତି ଧନକୁ ଦେଖି ପ୍ରସନ୍ନତା ବ୍ୟକ୍ତ କରିଥାଏ,
ਜਨ ਚਰਨ ਕਮਲ ਸਿਉ ਲਾਗੋ ਮਨਾ ॥੩॥
ସେପରି ହିଁ ପ୍ରଭୁଙ୍କ ଭକ୍ତର ମନ ପ୍ରଭୁଙ୍କ ଚରଣ କମଳରେ ଲାଗି ରହିଥାଏ ॥3॥
ਬਿਸਰੁ ਨਹੀ ਇਕੁ ਤਿਲੁ ਦਾਤਾਰ ॥
ହେ ମୋର ଦାତା! ତୁମେ ମୋ’ ଠାରୁ କ୍ଷଣ ପାଇଁ ମଧ୍ୟ ବିସ୍ମୃତ ହୁଅ ନାହିଁ।
ਨਾਨਕ ਕੇ ਪ੍ਰਭ ਪ੍ਰਾਨ ਅਧਾਰ ॥੪॥੯੩॥੧੬੨॥
ନାନକଙ୍କ ପ୍ରଭୁ ତାହାଙ୍କ ପ୍ରାଣର ସାହାରା ଅଟନ୍ତି ॥4॥93॥162॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਰਾਮ ਰਸਾਇਣਿ ਜੋ ਜਨ ਗੀਧੇ ॥
ଯେଉଁ ଭକ୍ତ ରାମଙ୍କ ଅମୃତ ନାମରେ ଲୀନ ଥାଏ,
ਚਰਨ ਕਮਲ ਪ੍ਰੇਮ ਭਗਤੀ ਬੀਧੇ ॥੧॥ ਰਹਾਉ ॥
ସେ ତାହାର ଚରଣ-କମଳର ପ୍ରେମ ଭକ୍ତିରେ ବାନ୍ଧି ହୋଇଥାଏ ॥1॥ରୁହ॥
ਆਨ ਰਸਾ ਦੀਸਹਿ ਸਭਿ ਛਾਰੁ ॥
ଏପରି ଭକ୍ତକୁ ଅନ୍ୟ ଭୋଗ ବିଳାସ ପାଉଁଶ ତୁଲ୍ୟ ଦେଖାଯାଏ ।
ਨਾਮ ਬਿਨਾ ਨਿਹਫਲ ਸੰਸਾਰ ॥੧॥
ଭଗବାନଙ୍କ ନାମ ବିନା ଏହି ଦୁନିଆରେ ଜନ୍ମ ନେବା ନିଷ୍ଫଳ ଅଟେ ॥1॥
ਅੰਧ ਕੂਪ ਤੇ ਕਾਢੇ ਆਪਿ ॥
ଇଶ୍ଵର ସ୍ଵୟଂ ହିଁ ମନୁଷ୍ୟକୁ ଅଜ୍ଞାନତାର ଅନ୍ଧ କୁଅରୁ ବାହାର କରନ୍ତି।
ਗੁਣ ਗੋਵਿੰਦ ਅਚਰਜ ਪਰਤਾਪ ॥੨॥
ଗୋବିନ୍ଦଙ୍କ ମହିମାର ତେଜ ପ୍ରତାପ ଅଦ୍ଭୁତ ଅଟେ ॥2॥
ਵਣਿ ਤ੍ਰਿਣਿ ਤ੍ਰਿਭਵਣਿ ਪੂਰਨ ਗੋਪਾਲ ॥
ବନ, ବନସ୍ପତି ଏବଂ ତିନିଲୋକରେ ଗୋପାଳ ସର୍ବବ୍ୟାପକ ଅଟନ୍ତି।
ਬ੍ਰਹਮ ਪਸਾਰੁ ਜੀਅ ਸੰਗਿ ਦਇਆਲ ॥੩॥
ସୃଷ୍ଟିରେ ବ୍ରହ୍ମର ହିଁ ପ୍ରସାର ଅଟେ ଆଉ ଭଗବାନ ଜୀବକୁ ଦୟାଳୁ ଦେଖା ଯାଆନ୍ତି ॥3॥
ਕਹੁ ਨਾਨਕ ਸਾ ਕਥਨੀ ਸਾਰੁ ॥
ହେ ନାନକ! କେବଳ ସେହି ବାଣୀ ଶ୍ରେଷ୍ଠ ଅଟେ,
ਮਾਨਿ ਲੇਤੁ ਜਿਸੁ ਸਿਰਜਨਹਾਰੁ ॥੪॥੯੪॥੧੬੩॥
ଯାହା କର୍ତ୍ତା ସ୍ଵୀକାର କରିଥାଏ ॥4॥94॥163॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਨਿਤਪ੍ਰਤਿ ਨਾਵਣੁ ਰਾਮ ਸਰਿ ਕੀਜੈ ॥
ରାମଙ୍କ ସରୋବରରେ ପ୍ରତିଦିନ ସ୍ନାନ କର,
ਝੋਲਿ ਮਹਾ ਰਸੁ ਹਰਿ ਅੰਮ੍ਰਿਤੁ ਪੀਜੈ ॥੧॥ ਰਹਾਉ ॥
ହରିଙ୍କ ନାମ ଅମୃତର ମହାରସକୁ ପ୍ରେମପୂର୍ବକ ପାନ କର ॥1॥ରୁହ॥
ਨਿਰਮਲ ਉਦਕੁ ਗੋਵਿੰਦ ਕਾ ਨਾਮ ॥
ଗୋବିନ୍ଦଙ୍କ ନାମର ଜଳ ବଡ ନିର୍ମଳ ହୋଇଥାଏ।
ਮਜਨੁ ਕਰਤ ਪੂਰਨ ਸਭਿ ਕਾਮ ॥੧॥
ସେଥିରେ ସ୍ନାନ କରିଲେ ସବୁ ମନୋରଥ ପୂର୍ଣ୍ଣ ହୋଇଯାଏ ॥1