ODIA PAGE 206

ਕਰਿ ਕਰਿ ਹਾਰਿਓ ਅਨਿਕ ਬਹੁ ਭਾਤੀ ਛੋਡਹਿ ਕਤਹੂੰ ਨਾਹੀ ॥
ମୁଁ ବିଭନ୍ନ ପ୍ରୟାସ କରି ହାରିଯାଇଛି, ପରନ୍ତୁ, ଏହା କୌଣସି ପ୍ରକାରେ ମୋର ପିଛା ଛାଡୁ ନାହିଁ।

ਏਕ ਬਾਤ ਸੁਨਿ ਤਾਕੀ ਓਟਾ ਸਾਧਸੰਗਿ ਮਿਟਿ ਜਾਹੀ ॥੨॥
ମୁଁ ଏକ କଥା ଶୁଣିଛି ଯେ ସନ୍ଥଜନଙ୍କ ସଙ୍ଗତିରେ ତାହାର ମନ୍ଦ ଗୁଣ ଚାଲିଯାଏ, ଏଥିପାଇଁ ମୁଁ ତାହାଙ୍କ ଶରଣ ନେଇଛି ॥2॥

ਕਰਿ ਕਿਰਪਾ ਸੰਤ ਮਿਲੇ ਮੋਹਿ ਤਿਨ ਤੇ ਧੀਰਜੁ ਪਾਇਆ ॥
କୃପା କରି ସନ୍ଥ ମୋତେ ମିଳିଛନ୍ତି, ତାହାଙ୍କ ଦ୍ଵାରା ମୋତେ ଧୈର୍ଯ୍ୟ ପ୍ରାପ୍ତ ହୋଇଛି।

ਸੰਤੀ ਮੰਤੁ ਦੀਓ ਮੋਹਿ ਨਿਰਭਉ ਗੁਰ ਕਾ ਸਬਦੁ ਕਮਾਇਆ ॥੩॥
ସନ୍ଥ ମୋତେ ନିର୍ଭୀକ ପ୍ରଭୁଙ୍କ ନାମ ମନ୍ତ୍ର ପ୍ରଦାନ କରିଛନ୍ତି ଆଉ ମୁଁ ଗୁରୁଙ୍କ ଶବ୍ଦର ଅର୍ଜନ କରିଛି ॥3॥

ਜੀਤਿ ਲਏ ਓਇ ਮਹਾ ਬਿਖਾਦੀ ਸਹਜ ਸੁਹੇਲੀ ਬਾਣੀ ॥
ସଦଗୁରୁଙ୍କ ଆତ୍ମିକ ସ୍ଥିରତା ଏବଂ ମଧୁର ବାଣୀର ପ୍ରଭାବରେ ମୁଁ କାମ ଉଦ୍ଦୀପକ ପାଞ୍ଚ ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିଛି।

ਕਹੁ ਨਾਨਕ ਮਨਿ ਭਇਆ ਪਰਗਾਸਾ ਪਾਇਆ ਪਦੁ ਨਿਰਬਾਣੀ ॥੪॥੪॥੧੨੫॥
ହେ ନାନକ! ମୋର ମନରେ ପ୍ରଭୁ ଜ୍ୟୋତିର ପ୍ରକାଶ ହୋଇଯାଇଛି ଆଉ ମୁଁ ନିର୍ବାଣ ପଦ ପ୍ରାପ୍ତ କରିଛି ॥4॥4॥124॥

ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥

ਓਹੁ ਅਬਿਨਾਸੀ ਰਾਇਆ ॥
ହେ ମୋର ପ୍ରଭୁ! ତୁମେ ସେହି ରାଜା ଅଟ ଯିଏ ସର୍ବଦା ଅନଶ୍ଵର ଅଟନ୍ତି।

ਨਿਰਭਉ ਸੰਗਿ ਤੁਮਾਰੈ ਬਸਤੇ ਇਹੁ ਡਰਨੁ ਕਹਾ ਤੇ ਆਇਆ ॥੧॥ ਰਹਾਉ ॥
ଆମେ ପ୍ରାଣୀ ନିର୍ଭୀକ ହୋଇ ତୋର ସାଥିରେ ନିବାସ କରୁଅଛୁ, ପୁଣି ଏହି ଭୟ କେଉଁଠାରୁ ଆସୁଅଛି ॥1॥ରୁହ॥

ਏਕ ਮਹਲਿ ਤੂੰ ਹੋਹਿ ਅਫਾਰੋ ਏਕ ਮਹਲਿ ਨਿਮਾਨੋ ॥
ଏକ ଶରୀରରେ ତୁମେ ହିଁ ଅଭିମାନୀ ଅଟ ଆଉ ଏକ ଶରୀରରେ ତୁମେ ବିନୀତ ଅଟ।

ਏਕ ਮਹਲਿ ਤੂੰ ਆਪੇ ਆਪੇ ਏਕ ਮਹਲਿ ਗਰੀਬਾਨੋ ॥੧॥
ଏକ ଶରୀରରେ ତୁମେ ହିଁ ସର୍ବାଧିକାରୀ ଅଟ ଆଉ ଏକ ଶରୀରରେ ତୁମେ ହିଁ ସଂପୂର୍ଣ୍ଣ ନିର୍ଦ୍ଧନ ଅଟ ॥1॥

ਏਕ ਮਹਲਿ ਤੂੰ ਪੰਡਿਤੁ ਬਕਤਾ ਏਕ ਮਹਲਿ ਖਲੁ ਹੋਤਾ ॥
ଏକ ଶରୀରରେ ତୁମେ ହିଁ ବିଦ୍ଵାନ ଏବଂ ବକ୍ତା ଅଟ, ଏକ ଶରୀରରେ ତୁମେ ହିଁ ମୂର୍ଖ ଅଟ।

ਏਕ ਮਹਲਿ ਤੂੰ ਸਭੁ ਕਿਛੁ ਗ੍ਰਾਹਜੁ ਏਕ ਮਹਲਿ ਕਛੂ ਨ ਲੇਤਾ ॥੨॥
ଏକ ଶରୀରରେ ତୁମେ ହିଁ ସବୁ କିଛି ସଂଗ୍ରହ କରିଥାଅ ଆଉ ଏକ ଶରୀରରେ ତୁମେ ହିଁ କୌଣସି ପଦାର୍ଥକୁ ଗ୍ରହଣ କର ନାହିଁ ॥2॥

ਕਾਠ ਕੀ ਪੁਤਰੀ ਕਹਾ ਕਰੈ ਬਪੁਰੀ ਖਿਲਾਵਨਹਾਰੋ ਜਾਨੈ ॥
ଏହି ପ୍ରାଣୀ ବିଚରା କାଥର ପିତୁଳା ଅଟେ, ଏହା ଖେଳାଉଥିବା ପ୍ରଭୁ ସବୁ କିଛି ଜାଣିଥାନ୍ତି।

ਜੈਸਾ ਭੇਖੁ ਕਰਾਵੈ ਬਾਜੀਗਰੁ ਓਹੁ ਤੈਸੋ ਹੀ ਸਾਜੁ ਆਨੈ ॥੩॥
ବାଜିଗର (ଇଶ୍ଵର) ଯେପରି ବେଶ ରଚିଥାନ୍ତି, ସେହି ପ୍ରାଣୀ ସେପରି ହିଁ ବେଶ ନିଏ ଅର୍ଥାତ, ପ୍ରଭୁଙ୍କ ହୁକୁମ ଅନୁସାରେ ପ୍ରାଣୀ ଭୂମିକା ନେଇଥାଏ ॥3॥

ਅਨਿਕ ਕੋਠਰੀ ਬਹੁਤੁ ਭਾਤਿ ਕਰੀਆ ਆਪਿ ਹੋਆ ਰਖਵਾਰਾ ॥
ଇଶ୍ଵର (ସଂସାରରେ ବିଭିନ୍ନ ଯୋନିରେ ପ୍ରାଣୀକୁ) ଅନେକ ପ୍ରକାରେ ବନାଇଛନ୍ତି ଆଉ ଇଶ୍ଵର ସ୍ଵୟଂ ହିଁ ସମସ୍ତଙ୍କ ରକ୍ଷକ ବନିଛନ୍ତି।

ਜੈਸੇ ਮਹਲਿ ਰਾਖੈ ਤੈਸੈ ਰਹਨਾ ਕਿਆ ਇਹੁ ਕਰੈ ਬਿਚਾਰਾ ॥੪॥
ଯେପରି ଶରୀର ରୂପୀ ମନ୍ଦିରରେ ପ୍ରଭୁ ପ୍ରାଣୀକୁ ରଖିଥାନ୍ତି, ସେପରି ହିଁ ସେ ବାସ କରିଥାଏ, ଏହି ପ୍ରାଣୀ ବିଚରା କଣ କରିପାରେ? ॥4॥

ਜਿਨਿ ਕਿਛੁ ਕੀਆ ਸੋਈ ਜਾਨੈ ਜਿਨਿ ਇਹ ਸਭ ਬਿਧਿ ਸਾਜੀ ॥
ହେ ନାନକ! ଯେଉଁ ପ୍ରଭୁ ସୃଷ୍ଟି ରଚନା କରିଛନ୍ତି, ଯିଏ ଏହି ସାରା କ୍ରୀଡା ବନାଇଛନ୍ତି, ସେ ହିଁ ତାହାର ଭେଦକୁ ଜାଣିଥାନ୍ତି।

ਕਹੁ ਨਾਨਕ ਅਪਰੰਪਰ ਸੁਆਮੀ ਕੀਮਤਿ ਅਪੁਨੇ ਕਾਜੀ ॥੫॥੫॥੧੨੬॥
ସେହି ପ୍ରଭୁ ଅପାର ଅଟନ୍ତି, ନିଜ କାର୍ଯ୍ୟର ମୂଲ୍ୟ ସେ ହିଁ ସ୍ଵୟଂ ଜାଣିଥାନ୍ତି ॥5॥5॥126॥

ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥

ਛੋਡਿ ਛੋਡਿ ਰੇ ਬਿਖਿਆ ਕੇ ਰਸੂਆ ॥
ହେ ପ୍ରାଣୀ! ମୋହ-ମାୟାର ସ୍ଵାଦକୁ ତ୍ୟାଗ କର।

ਉਰਝਿ ਰਹਿਓ ਰੇ ਬਾਵਰ ਗਾਵਰ ਜਿਉ ਕਿਰਖੈ ਹਰਿਆਇਓ ਪਸੂਆ ॥੧॥ ਰਹਾਉ ॥
ହେ ମୂର୍ଖ ପ୍ରାଣୀ! ଯେପରି ସବୁଜ ଫସଲରେ ପଶୁ ମସ୍ତ ହୋଇଥାନ୍ତି, ସେପରି ହିଁ ତୁ (ବିକାରରେ) ଏହି ସ୍ଵାଦରେ ଖୁସି ହେଉଛୁ ॥1॥ରୁହ॥

ਜੋ ਜਾਨਹਿ ਤੂੰ ਅਪੁਨੇ ਕਾਜੈ ਸੋ ਸੰਗਿ ਨ ਚਾਲੈ ਤੇਰੈ ਤਸੂਆ ॥
ହେ ମୂର୍ଖ ପ୍ରାଣୀ! ଯେଉଁ ପଦାର୍ଥକୁ ତୁ କାମରେ ଆସିବ ବୋଲି ଭାବୁଛୁ, ସେ ତୋର ସାଥିରେ କ୍ଷଣ ପାଇଁ ମଧ୍ୟ ଯିବ ନାହିଁ।

ਨਾਗੋ ਆਇਓ ਨਾਗ ਸਿਧਾਸੀ ਫੇਰਿ ਫਿਰਿਓ ਅਰੁ ਕਾਲਿ ਗਰਸੂਆ ॥੧॥
ହେ ମୂର୍ଖ ପ୍ରାଣୀ! ତୁ (ଜଗତକୁ ) ନଗ୍ନ ଆସିଛୁ ଆଉ ନଗ୍ନ ହିଁ ଚାଲିଯିବୁ, ତୁ ଜନ୍ମ ମରଣ ଚକ୍ରରେ ପଡି ରହିଥିବୁ ॥1॥

ਪੇਖਿ ਪੇਖਿ ਰੇ ਕਸੁੰਭ ਕੀ ਲੀਲਾ ਰਾਚਿ ਮਾਚਿ ਤਿਨਹੂੰ ਲਉ ਹਸੂਆ ॥
ହେ ମୂର୍ଖ ପ୍ରାଣୀ! କୁସୁମ ଫୁଲ ଭଳି କ୍ଷଣଭଙ୍ଗୁର ସଂସାରର ଖେଳ ଦେଖି ଦେଖି ତୁ ସେଥିରେ କିପରି ମସ୍ତ ରହିଛୁ ଆଉ ଯେ ପର୍ଯ୍ୟନ୍ତ ତାହା କାୟମ ଅଛି ତୁ ହସୁଥାଉ ଆଉ ଖେଳୁଥାଉ।

ਛੀਜਤ ਡੋਰਿ ਦਿਨਸੁ ਅਰੁ ਰੈਨੀ ਜੀਅ ਕੋ ਕਾਜੁ ਨ ਕੀਨੋ ਕਛੂਆ ॥੨॥
ତୋର ଅବସ୍ଥାର ଡୋରୀ ଦିନ ରାତି କ୍ଷୀଣ ହୋଇଯାଉଛି, ନିଜ ଆତ୍ମାର କାମରେ ଆସିବା କୌଣସି କାମ ତୁ କରି ନାହୁଁ ॥2॥

ਕਰਤ ਕਰਤ ਇਵ ਹੀ ਬਿਰਧਾਨੋ ਹਾਰਿਓ ਉਕਤੇ ਤਨੁ ਖੀਨਸੂਆ ॥
ସାଂସାରିକ କର୍ମ କରି କରି ମନୁଷ୍ୟ ବୃଦ୍ଧ ହୋଇଯାଇଛି, ବୁଦ୍ଧି ଓ ଶରୀର ଦୁର୍ବଳ ହୋଇଯାଉଛି।

ਜਿਉ ਮੋਹਿਓ ਉਨਿ ਮੋਹਨੀ ਬਾਲਾ ਉਸ ਤੇ ਘਟੈ ਨਾਹੀ ਰੁਚ ਚਸੂਆ ॥੩॥
ଯେପରି ତୋତେ ସେହି ମାୟା ବାଲ୍ୟାବସ୍ଥାରେ ମୋହିତ କରିନେଇଥିଲା, ସେହି ଲୋଭ ଏ ପର୍ଯ୍ୟନ୍ତ କ୍ଷଣ ମାତ୍ର କମି ନାହିଁ ॥3॥

ਜਗੁ ਐਸਾ ਮੋਹਿ ਗੁਰਹਿ ਦਿਖਾਇਓ ਤਉ ਸਰਣਿ ਪਰਿਓ ਤਜਿ ਗਰਬਸੂਆ ॥
ହେ ନାନକ!ଗୁରୁ ମୋତେ ଦେଖାଇଦେଇଛନ୍ତି ଯେ ଦୁନିଆର ମୋହ ଏପରି ଅଟେ, ତେଣୁ ମୁଁ ଅହଂକାର ତ୍ୟାଗ କରି ସନ୍ଥଙ୍କ ଶରଣ ନେଇଛି ॥

ਮਾਰਗੁ ਪ੍ਰਭ ਕੋ ਸੰਤਿ ਬਤਾਇਓ ਦ੍ਰਿੜੀ ਨਾਨਕ ਦਾਸ ਭਗਤਿ ਹਰਿ ਜਸੂਆ ॥੪॥੬॥੧੨੭॥
ସେହି ସନ୍ଥ ମୋତେ ପ୍ରଭୁ-ମିଳନର ମାର୍ଗ ବତାଇ ଦେଇଛନ୍ତି ତଥା ଏବେ ମୁଁ ଭଗବାନଙ୍କ ଭକ୍ତି ଯଶ ମନରେ ଦୃଢହ କରିନେଇଛି ॥4॥6॥127॥

ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥

ਤੁਝ ਬਿਨੁ ਕਵਨੁ ਹਮਾਰਾ ॥
ତୋ’ ବିନା ମୋର ଆଉ କିଏ ଅଛି?

ਮੇਰੇ ਪ੍ਰੀਤਮ ਪ੍ਰਾਨ ਅਧਾਰਾ ॥੧॥ ਰਹਾਉ ॥
ହେ ମୋର ପ୍ରିୟତମ! ତୁ ହିଁ ପ୍ରାଣର ଆଧାର ଅଟୁ! ॥1॥ରୁହ॥

ਅੰਤਰ ਕੀ ਬਿਧਿ ਤੁਮ ਹੀ ਜਾਨੀ ਤੁਮ ਹੀ ਸਜਨ ਸੁਹੇਲੇ ॥
ମୋର ଅନ୍ତଃ ମନର ଦଶାକୁ କେବଳ ତୁ ହିଁ ଜାଣି ଥାଉ, ତୁ ହିଁ ମୋର ବନ୍ଧୁ ଏବଂ ସୁଖଦାତା ଅଟୁ।

ਸਰਬ ਸੁਖਾ ਮੈ ਤੁਝ ਤੇ ਪਾਏ ਮੇਰੇ ਠਾਕੁਰ ਅਗਹ ਅਤੋਲੇ ॥੧॥
ହେ ମୋର ଠାକୁର! ହେ ମୋର ଅଗମ୍ଯ ଏବଂ ଅତୁଳନୀୟ ପ୍ରଭୁ! ସବୁ ସୁଖ ମୁଁ ତୋ’ ଠାରୁ ହିଁ ପ୍ରାପ୍ତ କରିଅଛି ॥1॥

error: Content is protected !!