ਹੈ ਨਾਨਕ ਨੇਰ ਨੇਰੀ ॥੩॥੩॥੧੫੬॥
ହେ ନାନକ! ଇଶ୍ଵର (ପ୍ରତ୍ୟେକ ଜୀବ-ଜନ୍ତୁଙ୍କ) ଅତି ନିକଟରେ ବାସ କରିଥାନ୍ତି ॥3॥3॥156॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਮਾਤੋ ਹਰਿ ਰੰਗਿ ਮਾਤੋ ॥੧॥ ਰਹਾਉ ॥
(ହେ ଯୋଗୀ!) ମୁଁ ମଧ୍ୟ ନିଶାସକ୍ତ ଅଟେ, କିନ୍ତୁ, ଈଶ୍ବରଙ୍କ ପ୍ରେମ-ଭକ୍ତିର ମଦିରାରେ ନିଶାସକ୍ତ ଅଟେ ॥1॥ରୁହ॥
ਓੁਹੀ ਪੀਓ ਓੁਹੀ ਖੀਓ ਗੁਰਹਿ ਦੀਓ ਦਾਨੁ ਕੀਓ ॥
ମୁଁ ସେହି ପ୍ରେମର ମଦିରା ପାନ କରିଥାଏ, ଏଥିରେ ମୁଁ ମସ୍ତ ହୋଇଛି, ଗୁରୁଜୀ ମୋତେ ଏହା ଦାନ ଆକାରରେ ପ୍ରଦାନ କରିଛନ୍ତି।
ਉਆਹੂ ਸਿਉ ਮਨੁ ਰਾਤੋ ॥੧॥
ଏବେ ମୋର ମନ ସେହି ନାମ-ମଦରେ ହିଁ ମଗ୍ନ ଅଛି ॥1॥
ਓੁਹੀ ਭਾਠੀ ਓੁਹੀ ਪੋਚਾ ਉਹੀ ਪਿਆਰੋ ਉਹੀ ਰੂਚਾ ॥
(ହେ ଯୋଗୀ!) ଈଶ୍ବରଙ୍କ ନାମ ହିଁ ଅଗ୍ନି-କୁଣ୍ଡ ଅଟେ, ପ୍ରଭୁ ନାମ ହିଁ ଶୀତଳ ଦାୟକ ବସ୍ତ୍ର ଅଟେ, ପରମେଶ୍ଵରଙ୍କ ନାମରେ ହିଁ ରୁଚି ଥାଏ।
ਮਨਿ ਓਹੋ ਸੁਖੁ ਜਾਤੋ ॥੨॥
(ହେ ଯୋଗୀ) ମୋର ମନ ତାହାଙ୍କୁ ହିଁ ସୁଖ ଭାବିଥାଏ ॥2॥
ਸਹਜ ਕੇਲ ਅਨਦ ਖੇਲ ਰਹੇ ਫੇਰ ਭਏ ਮੇਲ ॥
ହେ ନାନକ! ମୁଁ ପ୍ରଭୁଙ୍କ ଠାରୁ ହିଁ ଆନନ୍ଦ ପ୍ରାପ୍ତ କରିଛି ଆଉ ହର୍ଷ ଉଲ୍ଲାସରେ ଖେଳୁଛି, ମୋର ଜନ୍ମ ମରଣ ଚକ୍ର ଦୂର ହୋଇ ଈଶ୍ବରଙ୍କ ଠାରେ ମୁଁ ଲୀନ ହୋଇଛି।
ਨਾਨਕ ਗੁਰ ਸਬਦਿ ਪਰਾਤੋ ॥੩॥੪॥੧੫੭॥
ସେ ଗୁରୁଙ୍କ ଶବ୍ଦରେ ଲୀନ ହୋଇଯାଇଛି ॥3॥4॥157॥
ਰਾਗੁ ਗੌੜੀ ਮਾਲਵਾ ਮਹਲਾ ੫
ରାଗ ଗଉଡି ମାଲୱା ମହଲା 5 ॥
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାକୁ ସଦଗୁରୁଙ୍କ କୃପାରୁ ପାଇହୁଏ।
ਹਰਿ ਨਾਮੁ ਲੇਹੁ ਮੀਤਾ ਲੇਹੁ ਆਗੈ ਬਿਖਮ ਪੰਥੁ ਭੈਆਨ ॥੧॥ ਰਹਾਉ ॥
ହେ ମୋର ମିତ୍ର! ପରମେଶ୍ଵରଙ୍କ ନାମର ଭଜନ କର, ତୁମେ ଯେଉଁ ଜୀବନ ପଥରେ ଚାଲୁଅଛ, ସେହି ପଥ ବଡ ବିଷମ ଏବଂ ଭୟାନକ ଅଟେ ॥1॥ରୁହ॥
ਸੇਵਤ ਸੇਵਤ ਸਦਾ ਸੇਵਿ ਤੇਰੈ ਸੰਗਿ ਬਸਤੁ ਹੈ ਕਾਲੁ ॥
ପରମେଶ୍ଵରଙ୍କୁ ସର୍ବଦା ପୂଜା ଅର୍ଚ୍ଚନା, ଧ୍ୟାନେବ୍ମ ଶ୍ରଦ୍ଧା ପୂର୍ବକ ସେବା କର, କର କାଳ (ମୃତ୍ୟୁ) ତୋର ମସ୍ତକ ଉପରେ ଅଛି।
ਕਰਿ ਸੇਵਾ ਤੂੰ ਸਾਧ ਕੀ ਹੋ ਕਾਟੀਐ ਜਮ ਜਾਲੁ ॥੧॥
ତୁ ସନ୍ଥଙ୍କ ଭରପୁର ସେବା କର, ଏହିପରି ମୃତ୍ୟୁର ଫାଶୀ କଟି ଯିବ ॥1॥
ਹੋਮ ਜਗ ਤੀਰਥ ਕੀਏ ਬਿਚਿ ਹਉਮੈ ਬਧੇ ਬਿਕਾਰ ॥
ବଳି, ଯଜ୍ଞ ଏବଂ ତୀର୍ଥ ଯାତ୍ରା କରିବା ଅହଂକାରରେ ଆହୁରି ବୃଦ୍ଧି ହୋଇଥାଏ।
ਨਰਕੁ ਸੁਰਗੁ ਦੁਇ ਭੁੰਚਨਾ ਹੋਇ ਬਹੁਰਿ ਬਹੁਰਿ ਅਵਤਾਰ ॥੨॥
ପ୍ରାଣୀ ନର୍କ, ସ୍ଵର୍ଗ ଦୁଇଟି ଭୋଗ କରିଥାଏ ଆଉ ବାରମ୍ବାର ନଶ୍ଵର ସଂସାରରେ ଜନ୍ମ ନେଇଥାଏ ॥2॥
ਸਿਵ ਪੁਰੀ ਬ੍ਰਹਮ ਇੰਦ੍ਰ ਪੁਰੀ ਨਿਹਚਲੁ ਕੋ ਥਾਉ ਨਾਹਿ ॥
ଶିବ ଲୋକ, ବ୍ରହ୍ମା ଲୋକ, ଏବଂ ଇନ୍ଦ୍ର ଲୋକ ମଧ୍ୟରୁ କେଉଁଟି ମଧ୍ୟ ଅଟଳ ନୁହେଁ।
ਬਿਨੁ ਹਰਿ ਸੇਵਾ ਸੁਖੁ ਨਹੀ ਹੋ ਸਾਕਤ ਆਵਹਿ ਜਾਹਿ ॥੩॥
ପ୍ରଭୁଙ୍କ ସେବା ଭକ୍ତି ବିନା କୌଣସି ସୁଖ ନଥାଏ ,( ଭଗବାନଙ୍କ ଠାରୁ ବିଛେଦ ହୋଇଥିବା ) ଶାକ୍ତ ମନୁଷ୍ୟ ଜନ୍ମ ମରଣ ଚକ୍ରରେ ପଡିରହିଥାଏ ॥3॥
ਜੈਸੋ ਗੁਰਿ ਉਪਦੇਸਿਆ ਮੈ ਤੈਸੋ ਕਹਿਆ ਪੁਕਾਰਿ ॥
ଗୁରୁ ମୋତେ ଯେପରି ଉପଦେଶ ପ୍ରଦ କରିଛନ୍ତି, ମୁଁ ସେପରି ହିଁ ଉଚ୍ଚ ସ୍ବରରେ ବୋଲୁଛି,
ਨਾਨਕੁ ਕਹੈ ਸੁਨਿ ਰੇ ਮਨਾ ਕਰਿ ਕੀਰਤਨੁ ਹੋਇ ਉਧਾਰੁ ॥੪॥੧॥੧੫੮॥
ନାନକ କହନ୍ତି, ହେ ମୋର ମନ! ଧ୍ୟାନପୂର୍ବକ ଶୁଣ, ଈଶ୍ବରଙ୍କ ଭଜନ କୀର୍ତ୍ତନ କରିଲେ ଭବସାଗରରୁ ତୋର ମୁକ୍ତି ହୋଇଯିବ ॥4॥1॥158॥
ਰਾਗੁ ਗਉੜੀ ਮਾਲਾ ਮਹਲਾ ੫
ରାଗ ଗଉଡି ମାଲୱା ମହଲା 5
ੴ ਸਤਿਗੁਰ ਪ੍ਰਸਾਦਿ ॥
ଏକ ଅଟନ୍ତି, ଯାହାକୁ ସଦଗୁରୁଙ୍କ କୃପାରୁ ପାଇହୁଏ।
ਪਾਇਓ ਬਾਲ ਬੁਧਿ ਸੁਖੁ ਰੇ ॥
ହେ ବନ୍ଧୁ! ଯିଏ ମଧ୍ୟ ସୁଖ ପ୍ରାପ୍ତ କରିଛି, ସେ ବାଳ ବୁଦ୍ଧି ହିଁ ପ୍ରାପ୍ତ କରିଛି।
ਹਰਖ ਸੋਗ ਹਾਨਿ ਮਿਰਤੁ ਦੂਖ ਸੁਖ ਚਿਤਿ ਸਮਸਰਿ ਗੁਰ ਮਿਲੇ ॥੧॥ ਰਹਾਉ ॥
ଗୁରୁଙ୍କ ସହିତ ମିଳନ ଦ୍ଵାରା ହର୍ଷ, ଶୋକ, ହାନି, ମୃତ୍ୟୁ, ଦୁଃଖ – ସୁଖ ମୋର ହୃଦୟକୁ ଏକା ଭଳି ଲାଗିଥାଏ ।। 1।।ରୁହ।।
ਜਉ ਲਉ ਹਉ ਕਿਛੁ ਸੋਚਉ ਚਿਤਵਉ ਤਉ ਲਉ ਦੁਖਨੁ ਭਰੇ ॥
ଯେ ପର୍ଯ୍ୟନ୍ତ ମୁଁ କିଛି କଳ୍ପନା ଏବଂ ଯୁକ୍ତିର କଥାକରିଥାଏ, ସେ ପର୍ଯ୍ୟନ୍ତ ମୁଁ ଦୁଃଖୀ ଥାଏ,
ਜਉ ਕ੍ਰਿਪਾਲੁ ਗੁਰੁ ਪੂਰਾ ਭੇਟਿਆ ਤਉ ਆਨਦ ਸਹਜੇ ॥੧॥
କିନ୍ତୁ, ଯେବେ କୃପାଳୁ ପୂର୍ଣ୍ଣ ଗୁରୁଜୀ ମିଳିଯାଇଛନ୍ତି , ସେତେବେଳେ ମୋତେ ସ୍ଵାଭାବିକ ଭାବରେ ପ୍ରସନ୍ନତା ପ୍ରାପ୍ତ ହୋଇଛି ॥1॥
ਜੇਤੀ ਸਿਆਨਪ ਕਰਮ ਹਉ ਕੀਏ ਤੇਤੇ ਬੰਧ ਪਰੇ ॥
ମୁଁ ଚତୁରତା ଦ୍ଵାରା ଯେତେ ଅଧିକ କର୍ମ କରିଛି, ସେତିକି ଅଧିକ ବନ୍ଧନରେ ମୁଁ ପଡିଯାଇଛି,
ਜਉ ਸਾਧੂ ਕਰੁ ਮਸਤਕਿ ਧਰਿਓ ਤਬ ਹਮ ਮੁਕਤ ਭਏ ॥੨॥
ଯେବେ ସନ୍ଥ (ଗୁରୁ) ନିଜ ହାତ ମୋର ମସ୍ତକ ଉପରେ ରଖିଛନ୍ତି, ସେତେବେଳେ ମୁଁ ମୁକ୍ତ ହୋଇଯାଇଛି ॥2॥
ਜਉ ਲਉ ਮੇਰੋ ਮੇਰੋ ਕਰਤੋ ਤਉ ਲਉ ਬਿਖੁ ਘੇਰੇ ॥
ଯେ ପର୍ଯ୍ୟନ୍ତ ମୁଁ କହିଥାଏ ଯେ ଏହି ଘର ମୋର, ଏହି ଧନ ମୋର, ସେ ପର୍ଯ୍ୟନ୍ତ ମୋତେ ମୋହ-ମାୟାର ବିଷ ଘେରି ରଖିଛି।
ਮਨੁ ਤਨੁ ਬੁਧਿ ਅਰਪੀ ਠਾਕੁਰ ਕਉ ਤਬ ਹਮ ਸਹਜਿ ਸੋਏ ॥੩॥
ଯେବେ ମୁଁ ନିଜ ତନ, ମନ ଓ ବୁଦ୍ଧି ପରମେଶ୍ଵରଙ୍କୁ ସମର୍ପିତ କରିଦେଇଛି, ସେତେବେଳେ ମୁଁ ସୁଖର ନିଦରେ ଶୋଇଯାଇଛି ॥3॥
ਜਉ ਲਉ ਪੋਟ ਉਠਾਈ ਚਲਿਅਉ ਤਉ ਲਉ ਡਾਨ ਭਰੇ ॥
ହେ ନାନକ! ଯେ ପର୍ଯ୍ୟନ୍ତ ମୁଁ ସାଂସାରିକ ମୋହର ପୁଟୁଳି ମସ୍ତକରେ ରଖି ବୁଲୁଛି, ସେତେବେଳେ ମୁଁ ସାଂସାରିକ ଭୟାର ଦଣ୍ଡ ଧରିଅଛି।
ਪੋਟ ਡਾਰਿ ਗੁਰੁ ਪੂਰਾ ਮਿਲਿਆ ਤਉ ਨਾਨਕ ਨਿਰਭਏ ॥੪॥੧॥੧੫੯॥
ଯେବେ ମୁଁ ଏହି ପୁଟୁଳିକୁ ଫୋପାଡି ଦେଇଛି, ସେତେବେଳେ ପୂର୍ଣ୍ଣ ଗୁରୁଜୀ ମିଲିଯାଇଛନ୍ତି ଆଉ ମୁଁ ନିର୍ଭୀକ ହୋଇଯାଇଛି। ॥4॥1॥156॥
ਗਉੜੀ ਮਾਲਾ ਮਹਲਾ ੫ ॥
ଗଉଡି ମାଲା ମହଲା 5 ॥
ਭਾਵਨੁ ਤਿਆਗਿਓ ਰੀ ਤਿਆਗਿਓ ॥
ହେ ମୋର ସଖୀ! ମୁଁ ନିଜ ଇଚ୍ଛା ତ୍ୟାଗ କରିଦେଇଛି, ସବୁଦିନ ପାଇଁ ଏହାକୁ ଛାଡିଦେଇଛି।
ਤਿਆਗਿਓ ਮੈ ਗੁਰ ਮਿਲਿ ਤਿਆਗਿਓ ॥
ଗୁରୁଙ୍କ ସହିତ ମିଶି ସବୁ ସଂକଳ୍ପ-ବିକଳ୍ପକୁ ମୁଁ ତ୍ୟାଗ କରିଦେଇଛି।
ਸਰਬ ਸੁਖ ਆਨੰਦ ਮੰਗਲ ਰਸ ਮਾਨਿ ਗੋਬਿੰਦੈ ਆਗਿਓ ॥੧॥ ਰਹਾਉ ॥
ଗୋବିନ୍ଦଙ୍କ ଆଜ୍ଞା ପାଳନ କରି ମୁଁ ସର୍ବସୁଖ, ଆନନ୍ଦ, ସୌଭାଗ୍ୟ ଏବଂ ରସ ପ୍ରାପ୍ତ କରିଛି ॥1॥ରୁହ॥