ODIA PAGE 238

ਜੋ ਇਸੁ ਮਾਰੇ ਤਿਸ ਕਉ ਭਉ ਨਾਹਿ ॥
ଯିଏ ଏହି ଦ୍ଵିଧାକୁ ନାଶ କରିଦେଇଥାଏ, ତାହାକୁ କିଛି ଭୟ ନଥାଏ।

ਜੋ ਇਸੁ ਮਾਰੇ ਸੁ ਨਾਮਿ ਸਮਾਹਿ ॥
ଯିଏ ଏହି ଦ୍ଵିଧାକୁ ସଂହାର କରିଦେଇଥାଏ, ସେ ନାମରେ ଲୀନ ହୋଇଯାଏ।

ਜੋ ਇਸੁ ਮਾਰੇ ਤਿਸ ਕੀ ਤ੍ਰਿਸਨਾ ਬੁਝੈ ॥
ଯେଉଁ ବ୍ୟକ୍ତି ଏହି ଅହଂ କୁ ମାରିଦେଇଥାଏ, ତାହାର ତୃଷ୍ଣା ମେଣ୍ଟିଥାଏ।

ਜੋ ਇਸੁ ਮਾਰੇ ਸੁ ਦਰਗਹ ਸਿਝੈ ॥੨॥
ଯେଉଁ ବ୍ୟକ୍ତି ଏହି ଅହଂ କୁ ବିନାଶ କରିଥାଏ, ସେ ପ୍ରଭୁଙ୍କ ଦରବାରରେ ସ୍ଵୀକୃତ ହୋଇଥାଏ ॥2॥

ਜੋ ਇਸੁ ਮਾਰੇ ਸੋ ਧਨਵੰਤਾ ॥
ଯେଉଁ ବ୍ୟକ୍ତି ଏହି ଦ୍ଵିଧାକୁ ମାରିଦେଇଥାଏ, ସେ ଧନବାନ ହୋଇଯାଏ।

ਜੋ ਇਸੁ ਮਾਰੇ ਸੋ ਪਤਿਵੰਤਾ ॥
ଯିଏ ଏହି ଦ୍ଵିଧାକୁ ସଂହାର କରିଦେଇଥାଏ, ସିଏ ଆଦରଣୀୟ ହୋଇଯାଏ।

ਜੋ ਇਸੁ ਮਾਰੇ ਸੋਈ ਜਤੀ ॥
ଯେଉଁ ବ୍ୟକ୍ତି ଏହି ଅହଂ କୁ ବିନାଶ କରିଥାଏ, ସେ ବ୍ରହ୍ମଚାରୀ ହୋଇଯାଏ।

ਜੋ ਇਸੁ ਮਾਰੇ ਤਿਸੁ ਹੋਵੈ ਗਤੀ ॥੩॥
ଯିଏ ଏହି ଦ୍ଵିଧାକୁ ବିନାଶ କରିଦେଇଥାଏ, ସିଏ ମୋକ୍ଷ ପ୍ରାପ୍ତ କରିଥାଏ ॥3॥

ਜੋ ਇਸੁ ਮਾਰੇ ਤਿਸ ਕਾ ਆਇਆ ਗਨੀ ॥
ଯିଏ ଏହି ଅହଂକୁ ସଂହାର କରିଦେଇଥାଏ, ତାହାର ସଂସାରକୁ ଆସିବା ସଫଳ ହୋଇଥାଏ।

ਜੋ ਇਸੁ ਮਾਰੇ ਸੁ ਨਿਹਚਲੁ ਧਨੀ ॥
ଯିଏ ଏହି ଦ୍ଵିଧାକୁ ବିନାଶ କରିଦେଇଥାଏ, ସିଏ ସ୍ଥିର ଏବଂ ଧନୀ ଅଟେ।

ਜੋ ਇਸੁ ਮਾਰੇ ਸੋ ਵਡਭਾਗਾ ॥
ଯେଉଁ ବ୍ୟକ୍ତି ଏହି ଅହଂ କୁ ବିନାଶ କରିଥାଏ, ସେ ବଡ ଭାଗ୍ୟଶାଳୀ ଅଟେ।

ਜੋ ਇਸੁ ਮਾਰੇ ਸੁ ਅਨਦਿਨੁ ਜਾਗਾ ॥੪॥
ଯିଏ ଏହି ଦ୍ଵିଧାକୁ ବିନାଶ କରିଦେଇଥାଏ, ସିଏ ରାତି ଦିନ ସତର୍କ ରହିଥାଏ ॥4॥

ਜੋ ਇਸੁ ਮਾਰੇ ਸੁ ਜੀਵਨ ਮੁਕਤਾ ॥
ଯିଏ ଏହି (ତୋର, ମୋର)କୁ ବିନାଶ କରିଦେଇଥାଏ, ସିଏ ଜୀବିତ ରହି ମୁକ୍ତ ହୋଇଯାଏ।

ਜੋ ਇਸੁ ਮਾਰੇ ਤਿਸ ਕੀ ਨਿਰਮਲ ਜੁਗਤਾ ॥
ଯିଏ ଏହି ଅହଂକୁ ସଂହାର କରିଦେଇଥାଏ, ତାହାର ଜୀବନ ଆଚରଣ ପବିତ୍ର ହୋଇଯାଏ।

ਜੋ ਇਸੁ ਮਾਰੇ ਸੋਈ ਸੁਗਿਆਨੀ ॥
ଯିଏ ଏହି ଦ୍ଵିଧାକୁ ବିନାଶ କରିଦେଇଥାଏ, ସିଏ ବ୍ରାହ୍ମଜ୍ଞାନୀ ଅଟେ।

ਜੋ ਇਸੁ ਮਾਰੇ ਸੁ ਸਹਜ ਧਿਆਨੀ ॥੫॥
ଯିଏ ଏହି ଅହଂକୁ ବିନାଶ କରିଦେଇଥାଏ, ସିଏ ପ୍ରଭୁଙ୍କ ବିଚାରବାନ ହୋଇଥାଏ ॥5॥

ਇਸੁ ਮਾਰੀ ਬਿਨੁ ਥਾਇ ਨ ਪਰੈ ॥
ଏହି ଅହଂତ୍ଵର ମୋହକୁ ନାଶ କରିବା ବିନା ମନୁଷ୍ୟ ସଫଳ ହୁଏନାହିଁ,

ਕੋਟਿ ਕਰਮ ਜਾਪ ਤਪ ਕਰੈ ॥
କୋଟି କୋଟି କର୍ମ-ଧର୍ମ, ପୂଜା ଏବଂ ତପସ୍ୟା କରୁ।

ਇਸੁ ਮਾਰੀ ਬਿਨੁ ਜਨਮੁ ਨ ਮਿਟੈ ॥
ଏହି ଦ୍ଵିଧାକୁ ବିନାଶ କରିବା ବିନା ପ୍ରାଣୀର ଜୀବନ –ମୃତ୍ୟୁର ଚକ୍ର ସମାପ୍ତ ହୁଏନାହିଁ।

ਇਸੁ ਮਾਰੀ ਬਿਨੁ ਜਮ ਤੇ ਨਹੀ ਛੁਟੈ ॥੬॥
ଏହି ଅହଂତ୍ଵର ମୋହକୁ ନାଶ କରିବା ବିନା ମନୁଷ୍ୟ ମୃତ୍ୟୁ ଠାରୁ ବଞ୍ଚିପାରେ ନାହିଁ ॥6॥

ਇਸੁ ਮਾਰੀ ਬਿਨੁ ਗਿਆਨੁ ਨ ਹੋਈ ॥
ଏହି ଅହଂତ୍ଵର ନାଶ କରିବା ବିନା ମନୁଷ୍ୟକୁ ପ୍ରଭୁଙ୍କ ବିଷୟରେ ଜ୍ଞାନ ପ୍ରାପ୍ତ ହୁଏନାହିଁ।

ਇਸੁ ਮਾਰੀ ਬਿਨੁ ਜੂਠਿ ਨ ਧੋਈ ॥
ଏହି ଦ୍ଵିଧାକୁ ବିନାଶ କରିବା ବିନା ମନୁଷ୍ୟର ଅଶୁଦ୍ଧତା ଦୂର ହୁଏନାହିଁ।

ਇਸੁ ਮਾਰੀ ਬਿਨੁ ਸਭੁ ਕਿਛੁ ਮੈਲਾ ॥
ଏହି ଦ୍ଵିଧାକୁ ବିନାଶ କରିବା ବିନା ସବୁ କିଛି ମଳିନ ରହିଥାଏ।

ਇਸੁ ਮਾਰੀ ਬਿਨੁ ਸਭੁ ਕਿਛੁ ਜਉਲਾ ॥੭॥
ଏହି ଅହଂତ୍ଵର ନାଶ କରିବା ବିନା ସଂସାରର ପ୍ରତ୍ୟେକ ପଦାର୍ଥ ବନ୍ଧନ ରୂପ ଅଟେ ॥7॥

ਜਾ ਕਉ ਭਏ ਕ੍ਰਿਪਾਲ ਕ੍ਰਿਪਾ ਨਿਧਿ ॥
ଯେଉଁ ମନୁଷ୍ୟ ଉପରେ କୃପାର ଭଣ୍ଡାର ପ୍ରଭୁ କୃପାଳୁ ହୋଇଯାନ୍ତି,

ਤਿਸੁ ਭਈ ਖਲਾਸੀ ਹੋਈ ਸਗਲ ਸਿਧਿ ॥
ତାହାର ମୁକ୍ତି ହୋଇଯାଏ ଆଉ ସେ ପୂର୍ଣ୍ଣ ଭାବରେ ସଫଳ ହୋଇଯାଏ।

ਗੁਰਿ ਦੁਬਿਧਾ ਜਾ ਕੀ ਹੈ ਮਾਰੀ ॥
ଯାହାର ଦ୍ଵିଧା ଗୁରୁ ନାଶ କରିଦେଇଛନ୍ତି

ਕਹੁ ਨਾਨਕ ਸੋ ਬ੍ਰਹਮ ਬੀਚਾਰੀ ॥੮॥੫॥
ହେ ନାନକ! ସେ ପ୍ରଭୁଙ୍କ ଚିନ୍ତନ କରିବା ବାଲା ଅଟେ ॥8॥5॥

ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥

ਹਰਿ ਸਿਉ ਜੁਰੈ ਤ ਸਭੁ ਕੋ ਮੀਤੁ ॥
ଯଦି ମନୁଷ୍ୟ ନିଜ ମନକୁ ଭଗବାନଙ୍କ ସାଥିରେ ଅନୁରକ୍ତ କରିନିଏ, ତାହାହେଲେ ପ୍ରତ୍ୟେକ ବ୍ୟକ୍ତି ତାହାର ମିତ୍ର ବନିଯାଏ।

ਹਰਿ ਸਿਉ ਜੁਰੈ ਤ ਨਿਹਚਲੁ ਚੀਤੁ ॥
ଯଦି ମନୁଷ୍ୟ ନିଜ ମନକୁ ଭଗବାନଙ୍କ ସାଥିରେ ଯୋଡି ନିଏ, ତାହାହେଲେ ତାହାର ମନ ସ୍ଥିର ହୋଇଯାଏ।

ਹਰਿ ਸਿਉ ਜੁਰੈ ਨ ਵਿਆਪੈ ਕਾੜ੍ਹ੍ਹਾ ॥
ତାପରେ, ସେ ଚିନ୍ତା ଏବଂ ବିବ୍ରତରୁ ମୁକ୍ତ ହୋଇଯାଏ।

ਹਰਿ ਸਿਉ ਜੁਰੈ ਤ ਹੋਇ ਨਿਸਤਾਰਾ ॥੧॥
ଯଦି ମନୁଷ୍ୟ ନିଜ ମନକୁ ଭଗବାନଙ୍କ ସାଥିରେ ଅନୁରକ୍ତ କରିନିଏ, ତାହାହେଲେ ତାହାର ଭବସାଗରରୁ ଉଦ୍ଧାର ହୋଇଯାଏ ॥1॥

ਰੇ ਮਨ ਮੇਰੇ ਤੂੰ ਹਰਿ ਸਿਉ ਜੋਰੁ ॥
ହେ ମୋର ମନ! ତୁ ନିଜକୁ ନିଜେ ଈଶ୍ବରଙ୍କ ସାଥିରେ ଅନୁରକ୍ତ ରଖ।

ਕਾਜਿ ਤੁਹਾਰੈ ਨਾਹੀ ਹੋਰੁ ॥੧॥ ਰਹਾਉ ॥
କାରଣ, ତାହାଙ୍କ ବିନା ଅନ୍ୟ କେହି ତୋର ଲାଭରେ ଆସିବ ନାହିଁ ॥1॥ରୁହ॥

ਵਡੇ ਵਡੇ ਜੋ ਦੁਨੀਆਦਾਰ ॥
ବଡ ବଡ ଏବଂ ଉଚ୍ଚ ଦୁନିଆର ଲୋକ

ਕਾਹੂ ਕਾਜਿ ਨਾਹੀ ਗਾਵਾਰ ॥
କୌଣସି କାମର ନୁହେଁ; ହେ ଅଜ୍ଞାନ ମନୁଷ୍ୟ!

ਹਰਿ ਕਾ ਦਾਸੁ ਨੀਚ ਕੁਲੁ ਸੁਣਹਿ ॥
ପ୍ରଭୁଙ୍କ ସେବକ ନିମ୍ନ ଜାତିର ହେଉ ,

ਤਿਸ ਕੈ ਸੰਗਿ ਖਿਨ ਮਹਿ ਉਧਰਹਿ ॥੨॥
ପରନ୍ତୁ, ତାହାର ସଙ୍ଗତିରେ ତୋର ଏକ କ୍ଷଣରେ ହିଁ କଲ୍ୟାଣ ହେବ ॥2॥

ਕੋਟਿ ਮਜਨ ਜਾ ਕੈ ਸੁਣਿ ਨਾਮ ॥
ଯେଉଁ ପ୍ରଭୁଙ୍କ ନାମ ଶୁଣିଲେ କୋଟି କୋଟି ସ୍ନାନର ଫଳ ମିଳିଯାଏ,

ਕੋਟਿ ਪੂਜਾ ਜਾ ਕੈ ਹੈ ਧਿਆਨ ॥
ଯେଉଁ ପ୍ରଭୁଙ୍କ ଆରାଧନା କୋଟି କୋଟି ପୂଜା ସମାନ ଅଟେ,

ਕੋਟਿ ਪੁੰਨ ਸੁਣਿ ਹਰਿ ਕੀ ਬਾਣੀ ॥
ପରମେଶ୍ଵରଙ୍କ ବାଣୀ ଶୁଣିବା ହିଁ କୋଟି କୋଟି ଦାନ ପୂଣ୍ୟ ତୁଲ୍ୟ ଅଟେ।

ਕੋਟਿ ਫਲਾ ਗੁਰ ਤੇ ਬਿਧਿ ਜਾਣੀ ॥੩॥
ଗୁରୁଜୀଙ୍କ ଦ୍ଵାରା ପ୍ରଭୁଙ୍କ ମାର୍ଗର ବୋଧ କୋଟି କୋଟି ଫଳ ସମାନ ଅଟେ ॥3॥

ਮਨ ਅਪੁਨੇ ਮਹਿ ਫਿਰਿ ਫਿਰਿ ਚੇਤ ॥
ନିଜ ହୃଦୟରେ ବାରମ୍ବାର ଈଶ୍ବରଙ୍କ ସ୍ମରଣ କର।

ਬਿਨਸਿ ਜਾਹਿ ਮਾਇਆ ਕੇ ਹੇਤ ॥
ତୋର ମାୟାର ମୋହ ନାଶ ହୋଇଯିବ।

ਹਰਿ ਅਬਿਨਾਸੀ ਤੁਮਰੈ ਸੰਗਿ ॥
ଅନଶ୍ଵର ଇଶ୍ଵର ତୋର ସାଥିରେ ଅଛନ୍ତି।

ਮਨ ਮੇਰੇ ਰਚੁ ਰਾਮ ਕੈ ਰੰਗਿ ॥੪॥
ହେ ମୋର ମନ! ତୁ ରାମର ପ୍ରେମରେ ଲୀନ ହୋଇଯାଅ ॥4॥

ਜਾ ਕੈ ਕਾਮਿ ਉਤਰੈ ਸਭ ਭੂਖ ॥
ଯାହାର ସେବା କରିଲେ ସବୁ କ୍ଷୁଧା ଦୂର ହୋଇଯାଏ,

ਜਾ ਕੈ ਕਾਮਿ ਨ ਜੋਹਹਿ ਦੂਤ ॥
ହାର ସେବା-ଭକ୍ତିରେ ଯମଦୂତ ଦେଖେ ନାହିଁ,

ਜਾ ਕੈ ਕਾਮਿ ਤੇਰਾ ਵਡ ਗਮਰੁ ॥
ଯାହାର ସେବା କରିଲେ ତୁମେ ମହାନ ଉଚ୍ଚପଦ ପ୍ରାପ୍ତ କରିନେବ,

ਜਾ ਕੈ ਕਾਮਿ ਹੋਵਹਿ ਤੂੰ ਅਮਰੁ ॥੫॥
ଯାହାର ସେବା କରିଲେ ତୁମେ ଅମର ହୋଇଯିବ ॥5॥

ਜਾ ਕੇ ਚਾਕਰ ਕਉ ਨਹੀ ਡਾਨ ॥
ଯାହାର ସେବକକୁ ଦଣ୍ଡ ମିଳେନାହିଁ,

ਜਾ ਕੇ ਚਾਕਰ ਕਉ ਨਹੀ ਬਾਨ ॥
ଯାହାର ସେବକ କୌଣସି ବନ୍ଧନରେ ପଡେ ନାହିଁ,

ਜਾ ਕੈ ਦਫਤਰਿ ਪੁਛੈ ਨ ਲੇਖਾ ॥
ଯାହାର ଦରବାରରେ ତାହାଠାରୁ ଲେଖା ମଗାଯାଏ ନାହିଁ,

ਤਾ ਕੀ ਚਾਕਰੀ ਕਰਹੁ ਬਿਸੇਖਾ ॥੬॥
ହେ ମନୁଷ୍ୟ! ତାହାର ସେବା ଭକ୍ତି ଭଲ ଭାବରେ କର ॥6॥

ਜਾ ਕੈ ਊਨ ਨਾਹੀ ਕਾਹੂ ਬਾਤ ॥
ଯାହାର ଘରେ କୌଣସି ବସ୍ତୁର ଅଭାବ ନାହିଁ,

ਏਕਹਿ ਆਪਿ ਅਨੇਕਹਿ ਭਾਤਿ ॥
ଅନେକ ସ୍ଵରୁପରେ ଦେଖାଗଲେ ମଧ୍ୟ ଇଶ୍ଵର ସ୍ଵୟଂ କେବଳ ଏକ ହିଁ ଅଟନ୍ତି।

ਜਾ ਕੀ ਦ੍ਰਿਸਟਿ ਹੋਇ ਸਦਾ ਨਿਹਾਲ ॥
ଯାହାର କୃପା ଦୃଷ୍ଟିରେ ତୁମେ ସଦା ପ୍ରସନ୍ନ ରହିବ।

ਮਨ ਮੇਰੇ ਕਰਿ ਤਾ ਕੀ ਘਾਲ ॥੭॥
ହେ ମୋର ମନ! ତୁ ତାହାର ସେବା ଭକ୍ତି କର ॥7॥

ਨਾ ਕੋ ਚਤੁਰੁ ਨਾਹੀ ਕੋ ਮੂੜਾ ॥
ନିଜକୁ ନିଜେ କେହି ବୁଦ୍ଧିମାନ କିମ୍ବା ମୂର୍ଖ ହୁଅନ୍ତି ନାହିଁ,

ਨਾ ਕੋ ਹੀਣੁ ਨਾਹੀ ਕੋ ਸੂਰਾ ॥
ନିଜକୁ ନିଜେ କେହି ଭୀରୁ ବା ସୁରବୀର ହୁଅନ୍ତି ନାହିଁ।

error: Content is protected !!