ਹਰਿ ਗੁਣ ਸਾਰੀ ਤਾ ਕੰਤ ਪਿਆਰੀ ਨਾਮੇ ਧਰੀ ਪਿਆਰੋ ॥
ଯଦି ତୁ ପ୍ରଭୁଙ୍କ ଗୁଣକୁ ସ୍ମରଣ କରିବୁ, ତାହାହେଲେ ନିଜ ପତିର ପ୍ରିୟା ହୋଇଯିବୁ ଆଉ ତୋର ପ୍ରେମ ନାମ ସହିତ ହୋଇଯିବ।
ਨਾਨਕ ਕਾਮਣਿ ਨਾਹ ਪਿਆਰੀ ਰਾਮ ਨਾਮੁ ਗਲਿ ਹਾਰੋ ॥੨॥
ହେ ନାନକ! ଯେଉଁ ଜୀବାତ୍ମାର ଗଳାରେ ରାମଙ୍କ ନାମର ମାଲା ବିଦ୍ୟମାନ ଥାଏ, ସେ ନିଜ ପତି-ପ୍ରଭୁଙ୍କ ପ୍ରିୟତମା ଅଟେ ॥2॥
ਧਨ ਏਕਲੜੀ ਜੀਉ ਬਿਨੁ ਨਾਹ ਪਿਆਰੇ ॥
ନିଜର ପ୍ରିୟତମ ପତିଙ୍କ ବିନା ଜୀବାତ୍ମା ସଂପୂର୍ଣ୍ଣ ଏକା ଅଟେ।
ਦੂਜੈ ਭਾਇ ਮੁਠੀ ਜੀਉ ਬਿਨੁ ਗੁਰ ਸਬਦ ਕਰਾਰੇ ॥
ଗୁରୁଙ୍କ ଶବ୍ଦ ବିନା ସେ ଦୈତ୍ୟବାଦର ପ୍ରେମ କାରଣରୁ ଠକି ହୋଇଯାଏ।
ਬਿਨੁ ਸਬਦ ਪਿਆਰੇ ਕਉਣੁ ਦੁਤਰੁ ਤਾਰੇ ਮਾਇਆ ਮੋਹਿ ਖੁਆਈ ॥
ଶବ୍ଦ ବିନା ତାହାକୁ ବିଷମ ସାଗରରୁ କିଏ ପାର କରିପାରିବ? ମାୟାର ମୋହ ତାହାକୁ କୁମାର୍ଗଗାମୀ କରିଦେଇଛି।
ਕੂੜਿ ਵਿਗੁਤੀ ਤਾ ਪਿਰਿ ਮੁਤੀ ਸਾ ਧਨ ਮਹਲੁ ਨ ਪਾਈ ॥
ଯେତେବେଳେ ମିଥ୍ୟା ତାହାକୁ ନଷ୍ଟ କରିଦେଇଛି, ସେତେବେଳେ ପତି-ପ୍ରଭୁ ତାହାକୁ ତ୍ୟାଗ କରିଛନ୍ତି, ପୁଣି, ଜୀବାତ୍ମା ପ୍ରଭୁଙ୍କ ମହଲ ପ୍ରାପ୍ତ କରେ ନାହିଁ।
ਗੁਰ ਸਬਦੇ ਰਾਤੀ ਸਹਜੇ ਮਾਤੀ ਅਨਦਿਨੁ ਰਹੈ ਸਮਾਏ ॥
କିନ୍ତୁ, ଯେଉଁ ଜୀବାତ୍ମା ଗୁରୁଙ୍କ ଶବ୍ଦରେ ଅନୁରକ୍ତ ଥାଏ, ସେ ପ୍ରଭୁଙ୍କ ପ୍ରେମରେ ମଗ୍ନ ହୋଇଯାଏ ଆଉ ଦିନ ରାତି ସେଥିରେ ଲୀନ ରହିଥାଏ।
ਨਾਨਕ ਕਾਮਣਿ ਸਦਾ ਰੰਗਿ ਰਾਤੀ ਹਰਿ ਜੀਉ ਆਪਿ ਮਿਲਾਏ ॥੩॥
ହେ ନାନକ! ଯେଉଁ ଜୀବାତ୍ମା ତାହାଙ୍କ ପ୍ରେମରେ ସଦା ଅନୁରକ୍ତ ଥାଏ, ପୂଜ୍ୟ ପରମେଶ୍ଵର ସେହି କାମିନୀ (ଜୀବାତ୍ମା)କୁ ନିଜ ସାଥିରେ ମିଳାନ୍ତି ॥3॥
ਤਾ ਮਿਲੀਐ ਹਰਿ ਮੇਲੇ ਜੀਉ ਹਰਿ ਬਿਨੁ ਕਵਣੁ ਮਿਲਾਏ ॥
ଯଦି ଇଶ୍ଵର ନିଜ ସାଥିରେ ମିଳାନ୍ତି, ତାହାହେଲେ ଆମେ ତାହାଙ୍କୁ ମିଶିପାରିବୁ, ଈଶ୍ବରଙ୍କ ବିନା କିଏ ଆମକୁ ତାହାଙ୍କ ସହିତ ମିଶାଇ ପାରିବ?
ਬਿਨੁ ਗੁਰ ਪ੍ਰੀਤਮ ਆਪਣੇ ਜੀਉ ਕਉਣੁ ਭਰਮੁ ਚੁਕਾਏ ॥
ନିଜ ପ୍ରିୟତମ ଗୁରୁଙ୍କ ବିନା ଆମର ଦ୍ଵିଧା କିଏ ଦୂର କରିପାରିବ? ଗୁରୁଙ୍କ ବିନା ଦ୍ଵିଧା ନିବୃତ୍ତ ହୋଇଯାଏ।
ਗੁਰੁ ਭਰਮੁ ਚੁਕਾਏ ਇਉ ਮਿਲੀਐ ਮਾਏ ਤਾ ਸਾ ਧਨ ਸੁਖੁ ਪਾਏ ॥
ହେ ମୋର ମାତା!ଈଶ୍ବରଙ୍କ ସହିତ ମିଶିବା ପାଇଁ ଏହା ହେଉଛି ବିଧି ଆଉ ଏହିପରି ତୁମେ ସୁଖ ପ୍ରାପ୍ତ କରିଥାଅ।
ਗੁਰ ਸੇਵਾ ਬਿਨੁ ਘੋਰ ਅੰਧਾਰੁ ਬਿਨੁ ਗੁਰ ਮਗੁ ਨ ਪਾਏ ॥
ଗୁରୁଙ୍କ ସେବା ବିନା ଅନ୍ଧକାର ରହିଥାଏ, ଗୁରୁଙ୍କ ବିନା ମାର୍ଗ ମିଳେନାହିଁ।
ਕਾਮਣਿ ਰੰਗਿ ਰਾਤੀ ਸਹਜੇ ਮਾਤੀ ਗੁਰ ਕੈ ਸਬਦਿ ਵੀਚਾਰੇ ॥
ଯେଉଁ ଜୀବାତ୍ମା ପ୍ରଭୁରଙ୍ଗରେ ଲୀନ ଥାଏ, ସେ ଗୁରୁଙ୍କ ଶବ୍ଦରେ ଚିନ୍ତନ କରିଥାଏ।
ਨਾਨਕ ਕਾਮਣਿ ਹਰਿ ਵਰੁ ਪਾਇਆ ਗੁਰ ਕੈ ਭਾਇ ਪਿਆਰੇ ॥੪॥੧॥
ହେ ନାନକ! ପ୍ରିୟତମ ଗୁରୁଙ୍କ ଠାରୁ ପ୍ରେମ ପାଇ ଜୀବାତ୍ମା ପ୍ରଭୁଙ୍କୁ ନିଜ ପତି ଭଳି ପାଇନିଏ ॥4॥1॥
ਗਉੜੀ ਮਹਲਾ ੩ ॥
ଗଉଡି ମହଲା 3 ॥
ਪਿਰ ਬਿਨੁ ਖਰੀ ਨਿਮਾਣੀ ਜੀਉ ਬਿਨੁ ਪਿਰ ਕਿਉ ਜੀਵਾ ਮੇਰੀ ਮਾਈ ॥
କିପରି ଜୀବିତ ରହିପାରିବି?
ਪਿਰ ਬਿਨੁ ਨੀਦ ਨ ਆਵੈ ਜੀਉ ਕਾਪੜੁ ਤਨਿ ਨ ਸੁਹਾਈ ॥
ନିଜ ପତିଙ୍କ ବିନା ମୋତେ ନିଦ ଆସେ ନାହିଁ ଆଉ କୌଣସି ବସ୍ତ୍ର ମୋର ଶରୀରକୁ ଶୋଭା ଦିଏନାହିଁ।
ਕਾਪਰੁ ਤਨਿ ਸੁਹਾਵੈ ਜਾ ਪਿਰ ਭਾਵੈ ਗੁਰਮਤੀ ਚਿਤੁ ਲਾਈਐ ॥
ଯେତେବେଳେ ମୁଁ ନିଜ ପତି-ପ୍ରଭୁଙ୍କୁ ଭଲ ଲାଗିଥାଏ, ସେତେବେଳେ ମୋର ଶରୀରରେ ବସ୍ତ୍ର ବହୁତ ଶୋଭା ଦେଇଥାଏ, ଗୁରୁଙ୍କ ଉପଦେଶ ଦ୍ଵାରା ମୋର ଚିତ୍ତ ତାହାଙ୍କ ସହିତ ଏକ ତାଳରେ ହୋଇଛି।
ਸਦਾ ਸੁਹਾਗਣਿ ਜਾ ਸਤਿਗੁਰੁ ਸੇਵੇ ਗੁਰ ਕੈ ਅੰਕਿ ਸਮਾਈਐ ॥
ଯଦି ସେ ସଦଗୁରୁଙ୍କୁ ଶ୍ରଦ୍ଧା ସହିତ ସେବା କରିଥାଏ, ତାହାହେଲେ ସଦା ସୁହାଗିନୀ ହୋଇଯାଏ ଆଉ ଗୁରୁଜୀଙ୍କ ଠାରେ ଲୀନ ହୋଇଯାଏ।
ਗੁਰ ਸਬਦੈ ਮੇਲਾ ਤਾ ਪਿਰੁ ਰਾਵੀ ਲਾਹਾ ਨਾਮੁ ਸੰਸਾਰੇ ॥
ଯଦି ସେ ଗୁରୁଙ୍କ ଶବ୍ଦ ଦ୍ଵାରା ନିଜ ପ୍ରିୟତମଙ୍କ ସହିତ ମିଶିଯାଏ, ତାହାହେଲେ ସେ ତାହାଙ୍କୁ ପ୍ରେମ କରିଥାନ୍ତି, ଏହି ସଂସାରରେ କେବଳ ନାମ ହିଁ ଏକ ଲାଭଦାୟକ କାମ ଅଟେ।
ਨਾਨਕ ਕਾਮਣਿ ਨਾਹ ਪਿਆਰੀ ਜਾ ਹਰਿ ਕੇ ਗੁਣ ਸਾਰੇ ॥੧॥
ହେ ନାନକ! ଯେତେବେଳେ ଜୀବାତ୍ମା ପ୍ରଭୁଙ୍କ ଗୁଣସ୍ତୁତି କରିଥାଏ, ସେତେବେଳେ ସେ ନିଜ ପ୍ରଭୁ –ପତିଙ୍କୁ ଭାଲ ଲାଗିଥାଏ ॥1॥
ਸਾ ਧਨ ਰੰਗੁ ਮਾਣੇ ਜੀਉ ਆਪਣੇ ਨਾਲਿ ਪਿਆਰੇ ॥
ନିଜ ପ୍ରିୟତମଙ୍କ ସାଥିରେ ପତ୍ନୀ(ଜୀବାତ୍ମା) ତାହାଙ୍କ ପ୍ରେମର ଆନନ୍ଦ ପ୍ରାପ୍ତ କରିଥାଏ।
ਅਹਿਨਿਸਿ ਰੰਗਿ ਰਾਤੀ ਜੀਉ ਗੁਰ ਸਬਦੁ ਵੀਚਾਰੇ ॥
ସେ ଦିନ ରାତି ତାହାଙ୍କ ପ୍ରେମରେ ଅନୁରକ୍ତ ହୋଇ ଗୁରୁଙ୍କ ଶବ୍ଦର ଚିନ୍ତନ କରିଥାଏ।
ਗੁਰ ਸਬਦੁ ਵੀਚਾਰੇ ਹਉਮੈ ਮਾਰੇ ਇਨ ਬਿਧਿ ਮਿਲਹੁ ਪਿਆਰੇ ॥
ସେ ଗୁରୁଙ୍କ ଶବ୍ଦର ଧ୍ୟାନ କରିଥାଏ, ତଥା ନିଜ ଅହଂକୁ ଦୂର କରିଦିଏ ଆଉ ନିଜ ପ୍ରିୟତମ ପ୍ରଭୁଙ୍କ ସହିତ ମିଳିଯାଏ।
ਸਾ ਧਨ ਸੋਹਾਗਣਿ ਸਦਾ ਰੰਗਿ ਰਾਤੀ ਸਾਚੈ ਨਾਮਿ ਪਿਆਰੇ ॥
ଯେଉଁ ଜୀବାତ୍ମା ମଧୁର ସତ୍ୟନାମର ପ୍ରେମରେ ସର୍ବଦା ହିଁ ଅନୁରକ୍ତ ଥାଏ, ସେ ନିଜ ପତି-ପ୍ରଭୁଙ୍କ ପ୍ରିୟତମ ହୋଇଯାଏ।
ਅਪੁਨੇ ਗੁਰ ਮਿਲਿ ਰਹੀਐ ਅੰਮ੍ਰਿਤੁ ਗਹੀਐ ਦੁਬਿਧਾ ਮਾਰਿ ਨਿਵਾਰੇ ॥
ନିଜ ଗୁରୁଙ୍କ ସଙ୍ଗତିରେ ରହିଲେ ଆମେ ନାମ ଅମୃତକୁ ଗ୍ରହଣ କରିଥାନ୍ତି ଆଉ ନିଜ ଦ୍ଵିଧାର ନାଶ କରିଥାନ୍ତି।
ਨਾਨਕ ਕਾਮਣਿ ਹਰਿ ਵਰੁ ਪਾਇਆ ਸਗਲੇ ਦੂਖ ਵਿਸਾਰੇ ॥੨॥
ହେ ନାନକ! ଈଶ୍ଵରଙ୍କୁ ନିଜ ପତି ଭଳି ପ୍ରାପ୍ତ କରି ଜୀବାତ୍ମା ସବୁ ଦୁଃଖ ଭୁଲିଯାଏ ॥2॥
ਕਾਮਣਿ ਪਿਰਹੁ ਭੁਲੀ ਜੀਉ ਮਾਇਆ ਮੋਹਿ ਪਿਆਰੇ ॥
ମାୟାର ମୋହ କାରଣରୁ ପତ୍ନୀ (ଜୀବାତ୍ମା) ନିଜ ପ୍ରିୟତମ ପତିଙ୍କୁ ଭୁଲିଯାଇଛି।
ਝੂਠੀ ਝੂਠਿ ਲਗੀ ਜੀਉ ਕੂੜਿ ਮੁਠੀ ਕੂੜਿਆਰੇ ॥
ମିଥ୍ୟା ପତ୍ନୀ (ଜୀବାତ୍ମା) ମିଥ୍ୟା ସହିତ ଯୋଡି ହୋଇଛି, କପଟୀ ନାରୀ କପଟ ଦ୍ଵାରା ଠକି ହୋଇଥାଏ।
ਕੂੜੁ ਨਿਵਾਰੇ ਗੁਰਮਤਿ ਸਾਰੇ ਜੂਐ ਜਨਮੁ ਨ ਹਾਰੇ ॥
ଯେଉଁ ଜୀବାତ୍ମା ଅସତ୍ୟ ତ୍ୟାଗ ଦେଇଥାଏ ଆଉ ଗୁରୁଙ୍କ ଉପଦେଶକୁ ଅନୁସରଣ କରିଥାଏ, ସେ ନିଜ ଜୀବନ ଜୁଆରେ ହାରେ ନାହିଁ।
ਗੁਰ ਸਬਦੁ ਸੇਵੇ ਸਚਿ ਸਮਾਵੈ ਵਿਚਹੁ ਹਉਮੈ ਮਾਰੇ ॥
ଯେଉଁ ଜୀବାତ୍ମା ଗୁରୁଙ୍କ ଶବ୍ଦର ଚିନ୍ତନ କରିଥାଏ, ସେ ନିଜ ଅନ୍ତରାତ୍ମାରୁ ଅହଂକୁ ଦୂର କରି ସତ୍ୟରେ ଲୀନ ହୋଇଯାଏ।
ਹਰਿ ਕਾ ਨਾਮੁ ਰਿਦੈ ਵਸਾਏ ਐਸਾ ਕਰੇ ਸੀਗਾਰੋ ॥
“(ହେ ଜୀବାତ୍ମା!) ପ୍ରଭୁଙ୍କ ନାମକୁ ନିଜ ହୃଦୟରେ ବସାଅ, ତୁ ଏପରି ହାର-ଶୃଙ୍ଗାର କର।
ਨਾਨਕ ਕਾਮਣਿ ਸਹਜਿ ਸਮਾਣੀ ਜਿਸੁ ਸਾਚਾ ਨਾਮੁ ਅਧਾਰੋ ॥੩॥
ହେ ନାନକ! ଯେଉଁ ଜୀବାତ୍ମାର ସାହାରା ସତ୍ୟନାମ ଅଟେ, ସେ ସ୍ଵାଭାବିକ ଭାବରେ ସ୍ବାମୀଙ୍କ ଠାରେ ଲୀନ ହୋଇଯାଏ ॥3॥
ਮਿਲੁ ਮੇਰੇ ਪ੍ਰੀਤਮਾ ਜੀਉ ਤੁਧੁ ਬਿਨੁ ਖਰੀ ਨਿਮਾਣੀ ॥
ହେ ମୋର ପ୍ରିୟତମ! ମୋତେ ଦର୍ଶନ ଦିଅ, ତୋ’ ବିନା ମୁଁ ବହୁତ ଅସହାୟ ଅଟେ।
ਮੈ ਨੈਣੀ ਨੀਦ ਨ ਆਵੈ ਜੀਉ ਭਾਵੈ ਅੰਨੁ ਨ ਪਾਣੀ ॥
ମୋର ନଯନରେ ନିଦ ଆସେ ନାହିଁ ଆଉ ଭୋଜନ ଏବଂ ଜଳ ମୋତେ ଭଲ ଲାଗେ ନାହିଁ।
ਪਾਣੀ ਅੰਨੁ ਨ ਭਾਵੈ ਮਰੀਐ ਹਾਵੈ ਬਿਨੁ ਪਿਰ ਕਿਉ ਸੁਖੁ ਪਾਈਐ ॥
ଭୋଜନ ଏବଂ ଜଳ ମୋତେ ଭଲ ଲାଗେ ନାହିଁ ଆଉ ମୁଁ ତାହାଙ୍କ ବିରହର ଶୋକରେ ମରୁଅଛି, ନିଜ ପ୍ରିୟତମ ପତିଙ୍କ ବିନା ସୁଖ କିପରି ମିଳିପାରିବ?