ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਮੋਹਨ ਤੇਰੇ ਊਚੇ ਮੰਦਰ ਮਹਲ ਅਪਾਰਾ ॥
ହେ ମୋର ମୋହନ! ତୋର ମନ୍ଦିର ବହୁତ ଉଚ୍ଚ ଅଟେ ଆଉ ତୋର ମହଲ ଅନନ୍ତ ଅଟେ।
ਮੋਹਨ ਤੇਰੇ ਸੋਹਨਿ ਦੁਆਰ ਜੀਉ ਸੰਤ ਧਰਮ ਸਾਲਾ ॥
ହେ ମୋହନ! ତୋର ଦ୍ଵାର ଅତି ସୁନ୍ଦର ଅଟେ, ତାହା ସାଧୁ ସନ୍ଥଙ୍କ ପାଇଁ ପୂଜା ସ୍ଥଳ ଅଟେ।
ਧਰਮ ਸਾਲ ਅਪਾਰ ਦੈਆਰ ਠਾਕੁਰ ਸਦਾ ਕੀਰਤਨੁ ਗਾਵਹੇ ॥
ତୋର ମନ୍ଦିରରେ ସନ୍ଥଜନ ସର୍ବଦା ଅନନ୍ତ ଏବଂ ଦୟାବାନ ପ୍ରଭୁଙ୍କ ଭଜନ ଗାନ କରିଥାନ୍ତି।
ਜਹ ਸਾਧ ਸੰਤ ਇਕਤ੍ਰ ਹੋਵਹਿ ਤਹਾ ਤੁਝਹਿ ਧਿਆਵਹੇ ॥
ଯେଉଁଠି ସାଧୁ ଏବଂ ସନ୍ଥଙ୍କ ସଭା ହୋଇଥାଏ, ସେଇଠି ତୋର ହିଁ ଆରାଧନା ହୋଇଥାଏ।
ਕਰਿ ਦਇਆ ਮਇਆ ਦਇਆਲ ਸੁਆਮੀ ਹੋਹੁ ਦੀਨ ਕ੍ਰਿਪਾਰਾ ॥
ହେ ଦୟାଳୁ ସ୍ଵାମୀ! ଦୟା ଏବଂ କୃପା କର ଏବଂ ଦୀନ ଉପରେ କୃପାଳୁ ହୁଅ।
ਬਿਨਵੰਤਿ ਨਾਨਕ ਦਰਸ ਪਿਆਸੇ ਮਿਲਿ ਦਰਸਨ ਸੁਖੁ ਸਾਰਾ ॥੧॥
ନାନକ ବିନତି କରନ୍ତି, “ ମୁଁ ତୋର ଦର୍ଶନ ପାଇଁ ତୃଷ୍ଣାର୍ତ୍ତ ଅଛି, ତୋର ଦର୍ଶନ କରି ମୁଁ ସବୁ ସୁଖ ପ୍ରାପ୍ତ କରିଅଛି” ॥1॥
ਮੋਹਨ ਤੇਰੇ ਬਚਨ ਅਨੂਪ ਚਾਲ ਨਿਰਾਲੀ ॥
ହେ ମୋହନ! ତୋର ବାଣୀ ବଡ ଅନୂପ ଅଟେ ଆଉ ତୋର ମର୍ଯ୍ୟାଦା ଅଦ୍ଵିତୀୟ ଅଟେ।
ਮੋਹਨ ਤੂੰ ਮਾਨਹਿ ਏਕੁ ਜੀ ਅਵਰ ਸਭ ਰਾਲੀ ॥
ହେ ମୋହନ! ତୁ ଏକ ଈଶ୍ବରଙ୍କ ଉପରେ ହିଁ ଆସ୍ଥା ରଖିଛୁ, ଅନ୍ୟ ସମୟ ତୋ’ ପାଇ ଧୁଳି ତୁଲ୍ୟ ଅଟେ।
ਮਾਨਹਿ ਤ ਏਕੁ ਅਲੇਖੁ ਠਾਕੁਰੁ ਜਿਨਹਿ ਸਭ ਕਲ ਧਾਰੀਆ ॥
ହେ ମୋହନ! ତୁ ଏକ ପରତମଙ୍କ ଆରାଧନା କରୁଅଛୁ, ଯିଏ ନିଜର ଅପାର ଶକ୍ତି ଦ୍ଵାରା ସୃଷ୍ଟିକୁ ସାହାରା ଦେଇଛନ୍ତି।
ਤੁਧੁ ਬਚਨਿ ਗੁਰ ਕੈ ਵਸਿ ਕੀਆ ਆਦਿ ਪੁਰਖੁ ਬਨਵਾਰੀਆ ॥
ହେ ମୋହନ! ଗୁରୁଙ୍କ ଉପଦେଶ ଦ୍ଵାରା ତୁ ଆଦି ପୁରୁଷ ସୃଜନହାରଙ୍କୁ ଜିତିଯାଇଛୁ।
ਤੂੰ ਆਪਿ ਚਲਿਆ ਆਪਿ ਰਹਿਆ ਆਪਿ ਸਭ ਕਲ ਧਾਰੀਆ ॥
ହେ ମୋହନ! ତୁ ସ୍ଵୟଂ ହିଁ ଜୀବନ ପଥରେ ଚାଲୁଅଛ, ସ୍ଵୟଂ ହିଁ ସ୍ଥିର, ବ୍ୟାପକ ଅଟ ଆଉ ସ୍ଵୟଂ ହିଁ ସୃଷ୍ଟିରେ ନିଜ ସତ୍ତା ବ୍ୟାପ୍ତ କରିଅଛ।
ਬਿਨਵੰਤਿ ਨਾਨਕ ਪੈਜ ਰਾਖਹੁ ਸਭ ਸੇਵਕ ਸਰਨਿ ਤੁਮਾਰੀਆ ॥੨॥
ନାନକ ପ୍ରାର୍ଥନା କରନ୍ତି, “ ହେ ପ୍ରଭୁ! ମୋର ମାନ-ପ୍ରତିଷ୍ଠାକୁ ରକ୍ଷା କର, ତୋର ସମସ୍ତ ସେବକ ତୋର ଶରଣ ଖୋଜୁଛନ୍ତି ॥2॥
ਮੋਹਨ ਤੁਧੁ ਸਤਸੰਗਤਿ ਧਿਆਵੈ ਦਰਸ ਧਿਆਨਾ ॥
ହେ ମୋହନ! ସାଡୁ ସନ୍ଥଙ୍କ ସଙ୍ଗତି ତୋର ଭଜନ କରୁଅଛି ଆଉ ତୋର ଦର୍ଶନର ଧ୍ୟାନ କରୁଅଛି।
ਮੋਹਨ ਜਮੁ ਨੇੜਿ ਨ ਆਵੈ ਤੁਧੁ ਜਪਹਿ ਨਿਦਾਨਾ ॥
ହେ ଚିତ୍ତଚୋର ମୋହନ! ଯେଉଁ ପ୍ରାଣୀ ଅନ୍ତିମ ସମୟରେ ତୁମକୁ ସ୍ମରଣ କରିଥାଏ, ଯମଦୂତ ତାହାର ନିକଟ ଆସେ ନାହିଁ।
ਜਮਕਾਲੁ ਤਿਨ ਕਉ ਲਗੈ ਨਾਹੀ ਜੋ ਇਕ ਮਨਿ ਧਿਆਵਹੇ ॥
ଯମକାଳ ତାହାକୁ ସ୍ପର୍ଶ କରିପାରେ ନାହିଁ, ଯେଉଁ ପ୍ରାଣୀ ଏକ ହୃଦୟରେ ପ୍ରଭୁଙ୍କୁ ସ୍ମରଣ କରିଥାଏ।
ਮਨਿ ਬਚਨਿ ਕਰਮਿ ਜਿ ਤੁਧੁ ਅਰਾਧਹਿ ਸੇ ਸਭੇ ਫਲ ਪਾਵਹੇ ॥
ହେ ମୋହନ! ଯେଉଁ ପୁରୁଷ ନିଜ ମନ, ବଚନ ଏବଂ କର୍ମ ଦ୍ଵାରା ତୋର ଆରାଧନା କରିଥାଏ, ସେ ସମସ୍ତ ଫଳ ପ୍ରାପ୍ତ କରିନିଏ।
ਮਲ ਮੂਤ ਮੂੜ ਜਿ ਮੁਗਧ ਹੋਤੇ ਸਿ ਦੇਖਿ ਦਰਸੁ ਸੁਗਿਆਨਾ ॥
ଯେଉଁ ପ୍ରାଣୀ ମଳ-ମୁତ୍ର ଭଳି ଅପରିଷ୍କାର, ମୂର୍ଖ ଓ ବୋକା ହୋଇଥାଏ, ସେ ତୋର ଦର୍ଶନ କରି ଶ୍ରେଷ୍ଠ ଜ୍ଞାନୀ ହୋଇଯାଏ।
ਬਿਨਵੰਤਿ ਨਾਨਕ ਰਾਜੁ ਨਿਹਚਲੁ ਪੂਰਨ ਪੁਰਖ ਭਗਵਾਨਾ ॥੩॥
ନାନକ ପ୍ରାର୍ଥନା କରନ୍ତି, “ ହେ ମୋର ପୂର୍ଣ୍ଣ ସର୍ବବ୍ୟାପକ ଭଗବାନ! ତୋର ସତ୍ତା ସର୍ବଦା ସ୍ଥିର ଅଟେ “ ॥3॥
ਮੋਹਨ ਤੂੰ ਸੁਫਲੁ ਫਲਿਆ ਸਣੁ ਪਰਵਾਰੇ ॥
ହେ ମୋହନ! ତୁମ (ସଂସାର ରୂପୀ) ବଡ ପରିବାରରେ ଫଳିତ ବିଧି ଦ୍ଵାରା ପ୍ରଫୁଲ୍ଲିତ ହୋଇଛ।
ਮੋਹਨ ਪੁਤ੍ਰ ਮੀਤ ਭਾਈ ਕੁਟੰਬ ਸਭਿ ਤਾਰੇ ॥
ହେ ମୋହନ! ତୁମେ ପୁତ୍ର, ମିତ୍ର ଏବଂ କୁଟୁମ୍ବ ସହିତ ସମସ୍ତଙ୍କ କଲ୍ୟାଣ କରିଛ।
ਤਾਰਿਆ ਜਹਾਨੁ ਲਹਿਆ ਅਭਿਮਾਨੁ ਜਿਨੀ ਦਰਸਨੁ ਪਾਇਆ ॥
ହେ ମୋହନ! ସମସ୍ତଙ୍କ କଲ୍ୟାଣ କରିଛ, ଯିଏ ତୁମ ଦର୍ଶନ କରିଛି ତୁମେ ତାହାର ଅଭିମାନ ତ୍ୟାଗ କରାଇ ଦେଇଛ।
ਜਿਨੀ ਤੁਧਨੋ ਧੰਨੁ ਕਹਿਆ ਤਿਨ ਜਮੁ ਨੇੜਿ ਨ ਆਇਆ ॥
ହେ ମୋହନ! ଯିଏ ତୁମକୁ ଧନ୍ୟ କହିଥାଏ, ଅର୍ଥାତ ଗୁଣସ୍ତୁତି କରିଥାଏ, ଯମଦୂତ ତାହାର ନିକଟକୁ ଆସେ ନାହିଁ।
ਬੇਅੰਤ ਗੁਣ ਤੇਰੇ ਕਥੇ ਨ ਜਾਹੀ ਸਤਿਗੁਰ ਪੁਰਖ ਮੁਰਾਰੇ ॥
ହେ ମୁରାରୀ! ହେ ସଚ୍ଚା ଗୁରୁ! ତୋର ଗୁଣ ଅନନ୍ତ ଅଟେ, ଯାହାର ବର୍ଣ୍ଣନା କରାଯାଇ ପାରିବ ନାହିଁ।
ਬਿਨਵੰਤਿ ਨਾਨਕ ਟੇਕ ਰਾਖੀ ਜਿਤੁ ਲਗਿ ਤਰਿਆ ਸੰਸਾਰੇ ॥੪॥੨॥
ନାନକ ପ୍ରାର୍ଥନା କରନ୍ତି, “ ହେ ପ୍ରଭୁ! ମୁଁ ସେହି ସାହାରାକୁ ଧରିଛି, ଯାହା ସହିତ ଯୋଡି ହୋଇ ସଂପୂର୍ଣ୍ଣ ଜଗତ ଉଦ୍ଧାର ହୋଇଯାଏ ॥4॥2॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਸਲੋਕੁ ॥
ଶ୍ଳୋକ ॥
ਪਤਿਤ ਅਸੰਖ ਪੁਨੀਤ ਕਰਿ ਪੁਨਹ ਪੁਨਹ ਬਲਿਹਾਰ ॥
ହେ ପ୍ରଭୁ! ଅସଂଖ୍ୟ ପାପୀକୁ ତୁ ପବିତ୍ର କରିଛୁ, ମୁଁ ତୁମ ପ୍ରତି ବାରମ୍ବାର ସମର୍ପିତ ଅଟେ।
ਨਾਨਕ ਰਾਮ ਨਾਮੁ ਜਪਿ ਪਾਵਕੋ ਤਿਨ ਕਿਲਬਿਖ ਦਾਹਨਹਾਰ ॥੧॥
ହେ ନାନକ! ରାମନାମର ଭଜନର ଅଗ୍ନି ପାପକୁ ଜଳାଇ ଦେଇଥାଏ ॥1॥
ਛੰਤ ॥
ଛନ୍ଦ
ਜਪਿ ਮਨਾ ਤੂੰ ਰਾਮ ਨਰਾਇਣੁ ਗੋਵਿੰਦਾ ਹਰਿ ਮਾਧੋ ॥
ହେ ମୋର ମନ! ତୁ ରାମ , ନାରାୟଣ, ଗୋବିନ୍ଦ, ହରିଙ୍କ ଭଜନ କର, ଯିଏ ସୃଷ୍ଟିର ରକ୍ଷକ ଏବଂ ମାୟାର ପତି ଅଟନ୍ତି।
ਧਿਆਇ ਮਨਾ ਮੁਰਾਰਿ ਮੁਕੰਦੇ ਕਟੀਐ ਕਾਲ ਦੁਖ ਫਾਧੋ ॥
ହେ ମୋର ମନ! ତୁ ମୁକୁନ୍ଦ ମୁରାରୀଙ୍କ ଚିନ୍ତନ କର, ଯିଏ ଦୁଃଖଦାୟକ ମୃତ୍ୟୁର ଫାଶୀ କାଟି ଦିଅନ୍ତି।
ਦੁਖਹਰਣ ਦੀਨ ਸਰਣ ਸ੍ਰੀਧਰ ਚਰਨ ਕਮਲ ਅਰਾਧੀਐ ॥
ହେ ପ୍ରାଣୀ! ପ୍ରଭୁଙ୍କ ସୁନ୍ଦର ଚରଣର ଆରାଧନା କର, ଯିଏ ଦୁଃଖ ନାଶକ, ନିର୍ଦ୍ଧନର ସାହାରା ଏବଂ ଲକ୍ଷ୍ମୀଙ୍କ ସ୍ଵାମୀ ଶ୍ରୀଧର ଅଟନ୍ତି।
ਜਮ ਪੰਥੁ ਬਿਖੜਾ ਅਗਨਿ ਸਾਗਰੁ ਨਿਮਖ ਸਿਮਰਤ ਸਾਧੀਐ ॥
ଏକ କ୍ଷଣ ପାଇଁ ପ୍ରଭୁଙ୍କ ସ୍ମରଣ କରିଲେ ମୃତ୍ୟୁର ବିଷମ ମାର୍ଗ ଏବଂ ଅଗ୍ନିର ସାଗରରୁ ଉଦ୍ଧାର ହୋଇଯାଏ।
ਕਲਿਮਲਹ ਦਹਤਾ ਸੁਧੁ ਕਰਤਾ ਦਿਨਸੁ ਰੈਣਿ ਅਰਾਧੋ ॥
ହେ ପ୍ରାଣୀ! ଦିନ ରାତି ପ୍ରଭୁଙ୍କ ଚିନ୍ତନ କର, ଯିଏ କଳ୍ପନାକୁ ନାଶ କରିଥାଏ ଏବଂ ବିକାରର ମଇଳାକୁ ପବିତ୍ର କରିଥାଏ।
ਬਿਨਵੰਤਿ ਨਾਨਕ ਕਰਹੁ ਕਿਰਪਾ ਗੋਪਾਲ ਗੋਬਿੰਦ ਮਾਧੋ ॥੧॥
ନାନକ ପ୍ରାର୍ଥନା କରନ୍ତି, “ ହେ ସୃଷ୍ଟିର ପାଳନ କର୍ତ୍ତା ଗୋପାଳ! ହେ ଗୋବିନ୍ଦ! ହେ ମାଧବ! ମୋତେ କୃପା କର ॥1॥
ਸਿਮਰਿ ਮਨਾ ਦਾਮੋਦਰੁ ਦੁਖਹਰੁ ਭੈ ਭੰਜਨੁ ਹਰਿ ਰਾਇਆ ॥
ହେ ମୋର ମନ! ସେହି ପରମାତ୍ମା ଦାମୋଦରଙ୍କୁ ସ୍ମରଣ କର, ଯିଏ ଦୁଃଖ ଦୂର କରନ୍ତି ଆଉ ଭୟର ନାଶ କରନ୍ତି।
ਸ੍ਰੀਰੰਗੋ ਦਇਆਲ ਮਨੋਹਰੁ ਭਗਤਿ ਵਛਲੁ ਬਿਰਦਾਇਆ ॥
ହେ ବନ୍ଧୁ! ନିଜ ସ୍ଵାଭାବ ଅନୁସାରେ ଦୟାଳୁ ପ୍ରଭୁ ଲକ୍ଷ୍ମୀପତି, ମନକୁ ଚୋରାଇବା ବାଲା ମନୋହର ଏବଂ ଭକ୍ତବତ୍ସଳ ଅଟନ୍ତି।