ਪਉੜੀ ॥
ପଉଡି॥
ਠਠਾ ਮਨੂਆ ਠਾਹਹਿ ਨਾਹੀ ॥
ଠ- ସେ କାହାର ମନରେ ମଧ୍ୟ ଦୁଃଖ ପହଞ୍ଚାଏ ନାହିଁ
ਜੋ ਸਗਲ ਤਿਆਗਿ ਏਕਹਿ ਲਪਟਾਹੀ ॥
ଯିଏ ସବୁ କିଛି ତ୍ୟାଗ କରି ଏକ ଈଶ୍ବରଙ୍କ ସହିତ ଯୋଡି ରହିଥାଏ।
ਠਹਕਿ ਠਹਕਿ ਮਾਇਆ ਸੰਗਿ ਮੂਏ ॥
ଯେଉଁ ଲୋକ ସାଂସାରିକ ମାୟାରେ ଲିପ୍ତ ଥାଏ, ସେ ମୃତ ଅଟେ
ਉਆ ਕੈ ਕੁਸਲ ਨ ਕਤਹੂ ਹੂਏ ॥
ଆଉ ତାହାକୁ କେଉଁଠି ମଧ୍ୟ ପ୍ରସନ୍ନତା ମିଳେନାହିଁ।
ਠਾਂਢਿ ਪਰੀ ਸੰਤਹ ਸੰਗਿ ਬਸਿਆ ॥
ଯେଉଁ ବ୍ୟକ୍ତି ସନଥଙ୍କ ସଙ୍ଗତିରେ ବାସ କରିଥାଏ, ତାହାର ମନ ଶୀତଳ ହୋଇଯାଏ
ਅੰਮ੍ਰਿਤ ਨਾਮੁ ਤਹਾ ਜੀਅ ਰਸਿਆ ॥
ଆଉ ନାମ ଅମୃତ ତାହାର ହ୍ରୁଦୟକୁ ବଡ ମିଠା ଲାଗିଥାଏ।
ਠਾਕੁਰ ਅਪੁਨੇ ਜੋ ਜਨੁ ਭਾਇਆ ॥
ହେ ନାନକ! ଯେଉଁ ବ୍ୟକ୍ତି ନିଜ ଈଶ୍ଵରଙ୍କୁ ଭଲ ଲାଗିଥାଏ,
ਨਾਨਕ ਉਆ ਕਾ ਮਨੁ ਸੀਤਲਾਇਆ ॥੨੮॥
ତାହାର ମନ ଶୀତଳ ହୋଇଯାଏ ॥28॥
ਸਲੋਕੁ ॥
ଶ୍ଳୋକ॥
ਡੰਡਉਤਿ ਬੰਦਨ ਅਨਿਕ ਬਾਰ ਸਰਬ ਕਲਾ ਸਮਰਥ ॥
ହେ ନାନକ! (ଏହିପରି ବନ୍ଦନା କର) ହେ ସର୍ବକଳା ସଂପୂର୍ଣ୍ଣ ପ୍ରଭୁ! ମୁଁ ଅନେକ ବାର ତୋତେ ପ୍ରଣାମ କରିଥାଏ।
ਡੋਲਨ ਤੇ ਰਾਖਹੁ ਪ੍ਰਭੂ ਨਾਨਕ ਦੇ ਕਰਿ ਹਥ ॥੧॥
ମୋତେ ନିଜର ହାତ ଦେଇ ମାୟା ମୋହରେ ବିଚଳିତ ହେବାରୁ ରକ୍ଷା କରିଛି ॥1॥
ਪਉੜੀ ॥
ପଉଡି॥
ਡਡਾ ਡੇਰਾ ਇਹੁ ਨਹੀ ਜਹ ਡੇਰਾ ਤਹ ਜਾਨੁ ॥
ଡ- (ହେ ଜୀବ!) ଏହି ଜଗତ ତୋର ନିବାସ ନୁହେଁ, ସେହି ସ୍ଥାନକୁ ଚିହ୍ନ, ଯେଉଁଠି ତୋର ବାସ୍ତବିକ ଘର ଅଛି।
ਉਆ ਡੇਰਾ ਕਾ ਸੰਜਮੋ ਗੁਰ ਕੈ ਸਬਦਿ ਪਛਾਨੁ ॥
ଗୁରୁଙ୍କ ଶବ୍ଦ ଦ୍ଵାରା ତୁ ସେହି ନିବାସରେ ପହଞ୍ଚିବା ବିଧି ଜାଣ।
ਇਆ ਡੇਰਾ ਕਉ ਸ੍ਰਮੁ ਕਰਿ ਘਾਲੈ ॥
ସଂସାରର ଏହି ନିବାସ ପାଇଁ ମନୁଷ୍ୟ କଡା ପରିଶ୍ରମ କରି ସାଧନ କରିଥାଏ,
ਜਾ ਕਾ ਤਸੂ ਨਹੀ ਸੰਗਿ ਚਾਲੈ ॥
କିନ୍ତୁ, ମୃତ୍ୟୁ ଆସିଲେ କିଛି ମଧ୍ୟ ତାହା ସାଥିରେ ଯାଏ ନାହିଁ।
ਉਆ ਡੇਰਾ ਕੀ ਸੋ ਮਿਤਿ ਜਾਨੈ ॥
ସେହି ନିବାସ-ସ୍ଥାନର ମର୍ଯ୍ୟାଦା ସେ ହିଁ ଜାଣିଥାଏ,
ਜਾ ਕਉ ਦ੍ਰਿਸਟਿ ਪੂਰਨ ਭਗਵਾਨੈ ॥
ଯାହା ଉପରେ ପୂର୍ଣ୍ଣ ଭଗବାନଙ୍କ କୃପା-ଦୃଷ୍ଟି ଥାଏ।
ਡੇਰਾ ਨਿਹਚਲੁ ਸਚੁ ਸਾਧਸੰਗ ਪਾਇਆ ॥
ସେହି ନିବାସ ସ୍ଥାନ ନିଶ୍ଚିତ ଏବଂ ସଚ୍ଚା ଅଟେ ଆଉ ଏହା ସତସଙ୍ଗ ଦ୍ଵାରା ହିଁ ପ୍ରାପ୍ତ ହୋଇଥାଏ।
ਨਾਨਕ ਤੇ ਜਨ ਨਹ ਡੋਲਾਇਆ ॥੨੯॥
ହେ ନାନକ! ସେହି ସେବକ ଯିଏ ଏହି ଶାଶ୍ଵତ ନିବାସକୁ ସନ୍ଥଙ୍କ ସଂଗତି ଦ୍ଵାରା ପ୍ରାପ୍ତ କରିଥାଏ, ତାହାର ହୃଦୟ ବିଚଳିତ ହୁଏନାହିଁ ॥29॥
ਸਲੋਕੁ ॥
ଶ୍ଳୋକ॥
ਢਾਹਨ ਲਾਗੇ ਧਰਮ ਰਾਇ ਕਿਨਹਿ ਨ ਘਾਲਿਓ ਬੰਧ ॥
ଯେତେବେଳେ ଯମରାଜ ଧ୍ଵସ୍ତ କରିବାରେ ଲାଗିଥାଏ, ସେତେବେଳେ କେହି ମଧ୍ୟ ତାହାକୁ ବନ୍ଦ କରିପାରନ୍ତି ନାହିଁ।
ਨਾਨਕ ਉਬਰੇ ਜਪਿ ਹਰੀ ਸਾਧਸੰਗਿ ਸਨਬੰਧ ॥੧॥
ହେ ନାନକ! ଯେଉଁ ବ୍ୟକ୍ତି ସତସଙ୍ଗରେ ସମ୍ବନ୍ଧ ଯୋଡି ଈଶ୍ବରଙ୍କ ଆରାଧନା କରିଥାଏ, ତାହାର ଭବସାଗରରୁ ଉଦ୍ଧାର ହୋଇଯାଏ ॥1॥
ਪਉੜੀ ॥
ପଉଡି॥
ਢਢਾ ਢੂਢਤ ਕਹ ਫਿਰਹੁ ਢੂਢਨੁ ਇਆ ਮਨ ਮਾਹਿ ॥
ଢ- ତୁମେ ପରମାତ୍ମାଙ୍କୁ କେଉଁଠି ଖୋଜୁଅଛ?ଏହି ହୃଦୟରେ ହିଁ ଖୋଜିବାକୁ ପଡିବ।
ਸੰਗਿ ਤੁਹਾਰੈ ਪ੍ਰਭੁ ਬਸੈ ਬਨੁ ਬਨੁ ਕਹਾ ਫਿਰਾਹਿ ॥
ଇଶ୍ଵର ତୋର ସାଥିରେ ରହିଥାନ୍ତି, ତୁମେ ଜଙ୍ଗଲରେ କାହିଁକି ବୁଲୁଛ?
ਢੇਰੀ ਢਾਹਹੁ ਸਾਧਸੰਗਿ ਅਹੰਬੁਧਿ ਬਿਕਰਾਲ ॥
ସତସଙ୍ଗରେ ନିଜ ଅହଂ ବୁଦ୍ଧିକୁ ବିକରାଳ କରି ଦୂର କର।
ਸੁਖੁ ਪਾਵਹੁ ਸਹਜੇ ਬਸਹੁ ਦਰਸਨੁ ਦੇਖਿ ਨਿਹਾਲ ॥
ତୋତେ ଏପରି ସୁଖ ପ୍ରାପ୍ତ ହେବ ଆଉ ପ୍ରଭୁଙ୍କ ଦର୍ଶନ କରି ପ୍ରସନ୍ନ ହେବୁ।
ਢੇਰੀ ਜਾਮੈ ਜਮਿ ਮਰੈ ਗਰਭ ਜੋਨਿ ਦੁਖ ਪਾਇ ॥
ଯାହା ଭିତରେ ଅହଂକାର ବିଦ୍ୟମାନ ଥାଏ, ସେ ଜନ୍ମ ହୋଇ ମରୁଥାଏ ଆଉ ଗର୍ଭ ଯୋନିର କଷ୍ଟ ସହୁଥାଏ।
ਮੋਹ ਮਗਨ ਲਪਟਤ ਰਹੈ ਹਉ ਹਉ ਆਵੈ ਜਾਇ ॥
ଯେଉଁ ବ୍ୟକ୍ତି ଦୁନିଆର ମୋହରେ ମସ୍ତ ହୋଇଛି ଆଉ ଅହଂକାର ଓ ଅହଂତ୍ବରେ ଫସିଛି, ସେ ଜନ୍ମ ହୋଇ ମରୁଥାଏ।
ਢਹਤ ਢਹਤ ਅਬ ਢਹਿ ਪਰੇ ਸਾਧ ਜਨਾ ਸਰਨਾਇ ॥
ମୁଁ ଏବେ ଧୀରେ ଧୀରେ ସାଧୁ ସନ୍ଥଙ୍କ ଶରଣକୁ ଆସିଛି।
ਦੁਖ ਕੇ ਫਾਹੇ ਕਾਟਿਆ ਨਾਨਕ ਲੀਏ ਸਮਾਇ ॥੩੦॥
ହେ ନାନକ! ଇଶ୍ଵର ମୋର ଦୁଃଖ-କ୍ଳେଶର ଫନ୍ଦା କାଟି ଦେଇଛନ୍ତି ଆଉ ମୋତେ ନିଜ ଠାରେ ଲୀନ କରିଦେଇଛନ୍ତି। ॥30॥
ਸਲੋਕੁ ॥
ଶ୍ଳୋକ॥
ਜਹ ਸਾਧੂ ਗੋਬਿਦ ਭਜਨੁ ਕੀਰਤਨੁ ਨਾਨਕ ਨੀਤ ॥
ହେ ନାନକ! ଯେଉଁଠି ସନ୍ଥ ମହାପୁରୁଷ ପ୍ରତିଦିନ ଗୋବିନ୍ଦଙ୍କ ଭଜନ-କୀର୍ତ୍ତନ କରୁଥାନ୍ତି,
ਣਾ ਹਉ ਣਾ ਤੂੰ ਣਹ ਛੁਟਹਿ ਨਿਕਟਿ ਨ ਜਾਈਅਹੁ ਦੂਤ ॥੧॥
ଯମରାଜ ସମ୍ବୋଧନ କରିଥାଏ, “ ହେ ଦୁତ! ସେହି ନିବାସ ନିକଟକୁ ଯାଅ ନାହିଁ, ଅନ୍ୟଥା ମୋର କିମ୍ବା ତୁମର ବଞ୍ଚିବା ହେବ ନାହିଁ।“ ॥1॥
ਪਉੜੀ ॥
ପଉଡି॥
ਣਾਣਾ ਰਣ ਤੇ ਸੀਝੀਐ ਆਤਮ ਜੀਤੈ ਕੋਇ ॥
ଣ- ଯଦି କୌଣସି ବ୍ୟକ୍ତି ନିଜ ମନକୁ ବଶରେ କରିନିଏ, ତାହାହେଲେ ସେ ଜୀବନ ଯୁଦ୍ଧରେ ବିଜୟ କରିନିଏ।
ਹਉਮੈ ਅਨ ਸਿਉ ਲਰਿ ਮਰੈ ਸੋ ਸੋਭਾ ਦੂ ਹੋਇ ॥
ଯେଉଁ ବ୍ୟକ୍ତି ନିଜ ଅହଂତ୍ଵ ଏବଂ ଦୈତ୍ୟବାଦ ସହିତ ଲଢିଥାଏ, ସେ ଯୋଦ୍ଧା ଅଟେ।
ਮਣੀ ਮਿਟਾਇ ਜੀਵਤ ਮਰੈ ਗੁਰ ਪੂਰੇ ਉਪਦੇਸ ॥
ଯେଉଁ ବ୍ୟକ୍ତି ନିଜ ଅହଂତ୍ଵକୁ ତ୍ୟାଗ କରିଥାଏ, ସେ ଗୁରୁଙ୍କ ଉପଦେଶ ଦ୍ଵାରା ଜୀବିତ ରହି ହିଁ ମରିଥାଏ।
ਮਨੂਆ ਜੀਤੈ ਹਰਿ ਮਿਲੈ ਤਿਹ ਸੂਰਤਣ ਵੇਸ ॥
ସେ ନିଜ ମନକୁ ଜିତି ଈଶ୍ବରଙ୍କ ସହିତ ମିଳନ କରିଥାଏ ଆଉ ତାହାର ବୀରତା ପାଇଁ ତାହାକୁ ସମ୍ମାନର ବେଶଭୁଷା ମିଳିଥାଏ।
ਣਾ ਕੋ ਜਾਣੈ ਆਪਣੋ ਏਕਹਿ ਟੇਕ ਅਧਾਰ ॥
କୌଣସି ପଦାର୍ଥକୁ ମଧ୍ୟ ସେ ନିଜର ଭାବେ ନାହିଁ, ଏକ ଇଶ୍ଵର ହିଁ ତାହାର ସାହାରା ଏବଂ ଆଶ୍ରା ହୋଇଥାନ୍ତି।
ਰੈਣਿ ਦਿਣਸੁ ਸਿਮਰਤ ਰਹੈ ਸੋ ਪ੍ਰਭੁ ਪੁਰਖੁ ਅਪਾਰ ॥
ସେ ରାତିଦିନ ଅନନ୍ତ ଈଶ୍ବରଙ୍କ ଆରାଧନା କରିଥାନ୍ତି।
ਰੇਣ ਸਗਲ ਇਆ ਮਨੁ ਕਰੈ ਏਊ ਕਰਮ ਕਮਾਇ ॥
ସେ ନିଜର ଏହି ମନକୁ ସମସ୍ତଙ୍କ ଚରଣ ଧୁଳି ବନାଇଥାନ୍ତି, ଏପରି କର୍ମ ସେ କରିଥାଏ।
ਹੁਕਮੈ ਬੂਝੈ ਸਦਾ ਸੁਖੁ ਨਾਨਕ ਲਿਖਿਆ ਪਾਇ ॥੩੧॥
ହେ ନାନକ! ଈଶ୍ବରଙ୍କ ହୁକୁମକୁ ବୁଝି ସେ ସର୍ବଦା ସୁଖ ପ୍ରାପ୍ତ କରିଥାଏ ଆଉ ଥର ଭାଗ୍ୟରେ ଯାହା କିଛି ଲେଖା ହୋଇଥାଏ, ତାହାକୁ ପ୍ରାପ୍ତ କରିଥାଏ ॥31॥
ਸਲੋਕੁ ॥
ଶ୍ଳୋକ॥
ਤਨੁ ਮਨੁ ਧਨੁ ਅਰਪਉ ਤਿਸੈ ਪ੍ਰਭੂ ਮਿਲਾਵੈ ਮੋਹਿ ॥
ମୁଁ ନିଜ ମନ, ତନ ଏବଂ ଧନ ତାହାଙ୍କୁ ସମର୍ପିତ କରୁଅଛି, ଯିଏ ମୋତେ ମୋ’ ପ୍ରଭୁଙ୍କ ସହିତ ମିଳନ କରାଇବ।
ਨਾਨਕ ਭ੍ਰਮ ਭਉ ਕਾਟੀਐ ਚੂਕੈ ਜਮ ਕੀ ਜੋਹ ॥੧॥
ହେ ନାନକ! କାରଣ ପ୍ରଭୁଙ୍କ ମିଳନରୁ ହିଁ ଦ୍ଵିଧା ଏବଂ ଭୟ ନାଶ ହୋଇଯାଏ ଆଉ ମୃତ୍ୟୁର ଆତଙ୍କ ମଧ୍ୟ ଦୂର ହୋଇଯାଏ ॥1॥
ਪਉੜੀ ॥
ପଉଡି॥
ਤਤਾ ਤਾ ਸਿਉ ਪ੍ਰੀਤਿ ਕਰਿ ਗੁਣ ਨਿਧਿ ਗੋਬਿਦ ਰਾਇ ॥
ତ – ସେହି ପରମାତ୍ମାଙ୍କ ସହିତ ପ୍ରୀତି କର ଯିଏ ଗୁଣର ଭଣ୍ଡାର ଏବଂ ସୃଷ୍ଟିର ସ୍ଵାମୀ ଅଟନ୍ତି।
ਫਲ ਪਾਵਹਿ ਮਨ ਬਾਛਤੇ ਤਪਤਿ ਤੁਹਾਰੀ ਜਾਇ ॥
ତୋତେ ନିଜ ମନୋବାଞ୍ଚିତ ଫଳ ପ୍ରାପ୍ତ ହେବ ଆଉ ତୃଷ୍ଣା ଦୂର ହୋଇଯିବ।