ODIA PAGE 260

ਸਲੋਕੁ ॥
ଶ୍ଳୋକ॥

ਹਉ ਹਉ ਕਰਤ ਬਿਹਾਨੀਆ ਸਾਕਤ ਮੁਗਧ ਅਜਾਨ ॥
ଶାକ୍ତ, ମୂର୍ଖ ଏବଂ ଅବୁଝା ମନୁଷ୍ୟ ଅହଂକାର କରି ଜୀବନ ବିତାଇଥାଏ।

ੜੜਕਿ ਮੁਏ ਜਿਉ ਤ੍ਰਿਖਾਵੰਤ ਨਾਨਕ ਕਿਰਤਿ ਕਮਾਨ ॥੧॥
ହେ ନାନକ! ଦୁଃଖରେ ସେ ତୃଷ୍ଣାର୍ତ୍ତ ପୁରୁଷ ଭଳି ମରିଯାଏ ଆଉ ନିଜେ କରିଥିବା କର୍ମର ଫଳ ଭୋଗ କରିଥାଏ ॥1॥

ਪਉੜੀ ॥
ପଉଡି॥

ੜਾੜਾ ੜਾੜਿ ਮਿਟੈ ਸੰਗਿ ਸਾਧੂ ॥
ଡ଼- ସନ୍ଥଜନଙ୍କ ସଙ୍ଗତି କରିଲେ ମନୁଷ୍ୟର ସବୁ ପ୍ରକାର ଝଗଡା ସମାପ୍ତ ହୋଇଥାଏ।

ਕਰਮ ਧਰਮ ਤਤੁ ਨਾਮ ਅਰਾਧੂ ॥
ଭଗବାନଙ୍କ ନାମର ଆରାଧନା କରିବା କରିବା ହିଁ କର୍ମ ଓ ଧର୍ମର ମୂଳ ଅଟେ।

ਰੂੜੋ ਜਿਹ ਬਸਿਓ ਰਿਦ ਮਾਹੀ ॥
ଯାହାର ହୃଦୟରେ ସୁନ୍ଦର ପ୍ରଭୁ ନିବାସ କରିଥାନ୍ତି,

ਉਆ ਕੀ ੜਾੜਿ ਮਿਟਤ ਬਿਨਸਾਹੀ ॥
ତାହାର ଝଗଡା ନାଶ ହୋଇଯାଏ।

ੜਾੜਿ ਕਰਤ ਸਾਕਤ ਗਾਵਾਰਾ ॥
ଭଗବାନଙ୍କ ଠାରୁ ବିମୁଖ ବ୍ୟକ୍ତିର ହୃଦୟରେ ଅହଂ ବୁଦ୍ଧିର ପାପ ନିବାସ କରିଥାଏ

ਜੇਹ ਹੀਐ ਅਹੰਬੁਧਿ ਬਿਕਾਰਾ ॥
ଆଉ ସେ ବିବାଦ ଉତ୍ପନ୍ନ କରିନିଏ।

ੜਾੜਾ ਗੁਰਮੁਖਿ ੜਾੜਿ ਮਿਟਾਈ ॥
ହେ ନାନକ! ଗୁରୁମୁଖୀର ଝଗଡା ଏକ କ୍ଷଣରେ ହିଁ ଦୂର ହୋଇଯାଏ

ਨਿਮਖ ਮਾਹਿ ਨਾਨਕ ਸਮਝਾਈ ॥੪੭॥
ଆଉ ତାହାକୁ ସୁଖ ଉପଲବ୍ଧି ହୋଇଥାଏ ॥47॥

ਸਲੋਕੁ ॥
ଶ୍ଳୋକ॥

ਸਾਧੂ ਕੀ ਮਨ ਓਟ ਗਹੁ ਉਕਤਿ ਸਿਆਨਪ ਤਿਆਗੁ ॥
ହେ ମୋର ମନ! ନିଜର ଯୁକ୍ତି ଓ ଚତୁରତାକୁ ତ୍ୟାଗ କରି ସନ୍ଥଙ୍କ ଶରଣ ନିଅ।

ਗੁਰ ਦੀਖਿਆ ਜਿਹ ਮਨਿ ਬਸੈ ਨਾਨਕ ਮਸਤਕਿ ਭਾਗੁ ॥੧॥
ହେ ନାନକ! ବ୍ୟକ୍ତିର ହୃଦୟରେ ଗୁରୁ-ଉପଦେଶର ବାସ ହୋଇଯାଏ, ତାହାର କପାଳରେ ଭାଗ୍ୟ ଉଦୟ ହୋଇଥାଏ ॥1॥

ਪਉੜੀ ॥
ପଉଡି॥

ਸਸਾ ਸਰਨਿ ਪਰੇ ਅਬ ਹਾਰੇ ॥
ସ- ହେ ପରମାତ୍ମା! ଏବେ ହାରି ତୋର ଶରଣରେ ଆସିଛି।

ਸਾਸਤ੍ਰ ਸਿਮ੍ਰਿਤਿ ਬੇਦ ਪੂਕਾਰੇ ॥
ବିଦ୍ଵାନ ଲୋକ ଶାସ୍ତ୍ର, ସ୍ମୃତିକୁ ଉଚ୍ଚ ସ୍ଵରରେ ଅଧ୍ୟୟନ କରିଥାନ୍ତି,

ਸੋਧਤ ਸੋਧਤ ਸੋਧਿ ਬੀਚਾਰਾ ॥
ଯାଞ୍ଚ ଏବଂ ନିର୍ଣ୍ଣୟ କରିବା ଦ୍ଵାରା ଅନୁଭବ କରିଛି ଯେ

ਬਿਨੁ ਹਰਿ ਭਜਨ ਨਹੀ ਛੁਟਕਾਰਾ ॥
ଭଗବାନଙ୍କ ଭଜନ ବିନା ମନୁଷ୍ୟକୁ ମୁକ୍ତି ମିଳେନାହିଁ।

ਸਾਸਿ ਸਾਸਿ ਹਮ ਭੂਲਨਹਾਰੇ ॥
ଆମେ ପ୍ରତି ଶ୍ଵାସରେ ଭୁଲ କରୁଅଛୁ,

ਤੁਮ ਸਮਰਥ ਅਗਨਤ ਅਪਾਰੇ ॥
ହେ ପ୍ରଭୁ! ତୁମେ ସର୍ବଶକ୍ତିମାନ, ଗଣନା-ରହିତ ଏବଂ ଅନନ୍ତ ଅଟ,

ਸਰਨਿ ਪਰੇ ਕੀ ਰਾਖੁ ਦਇਆਲਾ ॥
ହେ ଦୟାର ଘର! ଶରଣରେ ଆସିଥିବାକୁ ରକ୍ଷା କର।

ਨਾਨਕ ਤੁਮਰੇ ਬਾਲ ਗੁਪਾਲਾ ॥੪੮॥
ନାନକ କହନ୍ତି ଯେ ହେ ଗୋପାଳ! ଆମେ ତୋର ହିଁ ସନ୍ତାନ ଅଟୁ ॥48॥

ਸਲੋਕੁ ॥
ଶ୍ଳୋକ॥

ਖੁਦੀ ਮਿਟੀ ਤਬ ਸੁਖ ਭਏ ਮਨ ਤਨ ਭਏ ਅਰੋਗ ॥
ଯେତେବେଳେ ଅହଂକାର ଦୂର ହୋଇଯାଏ, ସେତେବେଳେ ସୁଖ-ଶାନ୍ତି ଉତ୍ପନ୍ନ ହୋଇଥାଏ ଆଉ ମନ ଏବଂ ତନ ସୁସ୍ଥ ହୋଇଯାଏ।

ਨਾਨਕ ਦ੍ਰਿਸਟੀ ਆਇਆ ਉਸਤਤਿ ਕਰਨੈ ਜੋਗੁ ॥੧॥
ହେ ନାନକ! ଅହଂକାର ଦୂର କଲେ ହିଁ ପ୍ରାଣୀକୁ ପ୍ରଭୁ ଦେଖା ଦିଅନ୍ତି, ଯିଏ ସତ୍ୟ ଆଉ ମହିମା-ସ୍ତୁତିର ହକଦାର ଅଟେ ॥1॥

ਪਉੜੀ ॥
ପଉଡି॥

ਖਖਾ ਖਰਾ ਸਰਾਹਉ ਤਾਹੂ ॥
ଖ – ଏକାଗ୍ରଚିତ୍ତ ହୋଇ ସେହି ପରମାତ୍ମାଙ୍କ ପ୍ରଶଂସା କର,

ਜੋ ਖਿਨ ਮਹਿ ਊਨੇ ਸੁਭਰ ਭਰਾਹੂ ॥
ଯିଏ ଏକ କ୍ଷଣରେ ହିଁ ସେହି ହ୍ରୁଦୟକୁ ଶୁଭ ଗୁଣରେ ଭରପୁର କରିଦେଇଥାଏ, ଯିଏ ପ୍ରଥମରୁ ଯିଏ ଶୂନ୍ୟ ଥିଲା।

ਖਰਾ ਨਿਮਾਨਾ ਹੋਤ ਪਰਾਨੀ ॥
ଯେତେବେଳେ ପ୍ରାଣୀ ସଂପୂର୍ଣ୍ଣ ଭାବରେ ବିନୀତ ହୋଇଯାଏ

ਅਨਦਿਨੁ ਜਾਪੈ ਪ੍ਰਭ ਨਿਰਬਾਨੀ ॥
ସେତେବେଳେ ସେ ରାତି-ଦିନ ସେ ନିର୍ମଳ ପ୍ରଭୁଙ୍କ ଭଜନ କରିଥାଏ.

ਭਾਵੈ ਖਸਮ ਤ ਉਆ ਸੁਖੁ ਦੇਤਾ ॥
ଯଦି ଈଶ୍ଵରଙ୍କୁ ଭଲ ଲାଗିଥାଏ, ତାହାହେଲେ ସେ ସୁଖ ପ୍ରଦାନ କରିଥାନ୍ତି।

ਪਾਰਬ੍ਰਹਮੁ ਐਸੋ ਆਗਨਤਾ ॥
ପରଂବ୍ରହ୍ମ ପ୍ରଭୁ ଏପରି ଅନନ୍ତ ଅଟନ୍ତି।

ਅਸੰਖ ਖਤੇ ਖਿਨ ਬਖਸਨਹਾਰਾ ॥
ସେ ଅସଂଖ୍ୟ ପାପ ଏକ କ୍ଷଣରେ କ୍ଷମା କରିଦେଇଥାନ୍ତି

ਨਾਨਕ ਸਾਹਿਬ ਸਦਾ ਦਇਆਰਾ ॥੪੯॥
ହେ ନାନକ! ପ୍ରଭୁ ସର୍ବଦା ଦୟାର ଘର ଅଟନ୍ତି ॥49॥

ਸਲੋਕੁ ॥
ଶ୍ଳୋକ॥

ਸਤਿ ਕਹਉ ਸੁਨਿ ਮਨ ਮੇਰੇ ਸਰਨਿ ਪਰਹੁ ਹਰਿ ਰਾਇ ॥
ହେ ମୋର ମନ! ମୁଁ ତୋତେ ସତ୍ୟ କହିଥାଏ, ଧ୍ୟାନ ଦେଇ ଶୁଣ, ହରି-ପରମେଶ୍ଵରଙ୍କ ଶରଣରେ ଆସ।

ਉਕਤਿ ਸਿਆਨਪ ਸਗਲ ਤਿਆਗਿ ਨਾਨਕ ਲਏ ਸਮਾਇ ॥੧॥
ହେ ନାନକ! ନିଜର ସମସ୍ତ ଯୁକ୍ତି ଓ ଚତୁରତା ତ୍ୟାଗ କର, ତାପରେ, ଇଶ୍ଵର ତୋତେ ନିଜ ଠାରେ ଲୀନ କରିବେ। ॥1॥

ਪਉੜੀ ॥
ପଉଡି॥

ਸਸਾ ਸਿਆਨਪ ਛਾਡੁ ਇਆਨਾ ॥
ସ- ହେ ମୂର୍ଖ ପ୍ରାଣୀ! ନିଜର ଚତୁରତା ତ୍ୟାଗ କର

ਹਿਕਮਤਿ ਹੁਕਮਿ ਨ ਪ੍ਰਭੁ ਪਤੀਆਨਾ ॥
ଇଶ୍ଵର ଚତୁରତା ଏବଂ ହୁକୁମ କରିଲେ ପ୍ରସନ୍ନ ହୁଅନ୍ତି ନାହିଁ।

ਸਹਸ ਭਾਤਿ ਕਰਹਿ ਚਤੁਰਾਈ ॥
ତୁ ହଜାର ପ୍ରକାର ଚତୁରତା କର, ପରନ୍ତୁ,

ਸੰਗਿ ਤੁਹਾਰੈ ਏਕ ਨ ਜਾਈ ॥
ଏକ ଚତୁରତା ମଧ୍ୟ ତୋ’ ସାଥିରେ ଯିବ ନାହିଁ।

ਸੋਊ ਸੋਊ ਜਪਿ ਦਿਨ ਰਾਤੀ ॥
ହେ ମୋର ମନ! ସେହି ଈଶ୍ଵରଙ୍କୁ ହିଁ ଦିନ-ରାତି ସ୍ମରଣ କର,

ਰੇ ਜੀਅ ਚਲੈ ਤੁਹਾਰੈ ਸਾਥੀ ॥
ଈଶ୍ବରଙ୍କ ସ୍ମରଣ ହିଁ ତୋ’ ସାଥିରେ ଯିବ।

ਸਾਧ ਸੇਵਾ ਲਾਵੈ ਜਿਹ ਆਪੈ ॥
ହେ ନାନକ!ଯେଉଁ ବ୍ୟକ୍ତିକୁ ଇଶ୍ଵର ନିଜେ ସନ୍ଥଙ୍କ ସେବାରେ ଲଗାଇଥାନ୍ତି,

ਨਾਨਕ ਤਾ ਕਉ ਦੂਖੁ ਨ ਬਿਆਪੈ ॥੫੦॥
ତାହାକୁ କୌଣସି ବିପଦ ପ୍ରଭାବିତ କରିପାରିବ ନାହିଁ ॥50॥

ਸਲੋਕੁ ॥
ଶ୍ଳୋକ॥

ਹਰਿ ਹਰਿ ਮੁਖ ਤੇ ਬੋਲਨਾ ਮਨਿ ਵੂਠੈ ਸੁਖੁ ਹੋਇ ॥
ହରି-ପରମେଶ୍ଵରଙ୍କ ନାମକୁ ମୁଖରେ ବୋଲିଲେ ଆଉ ହୃଦୟରେ ବସାଇଲେ ସୁଖପ୍ରାପ୍ତ ହୋଇଥାଏ।

ਨਾਨਕ ਸਭ ਮਹਿ ਰਵਿ ਰਹਿਆ ਥਾਨ ਥਨੰਤਰਿ ਸੋਇ ॥੧॥
ହେ ନାନକ! ପ୍ରଭୁ ସର୍ବବ୍ୟାପକ ଅଟନ୍ତି ଆଉ ପ୍ରତ୍ୟେକ ସ୍ଥାନରେ ସେ ବିଦ୍ୟମାନ ଅଛନ୍ତି ॥1॥

ਪਉੜੀ ॥
ପଉଡି॥

ਹੇਰਉ ਘਟਿ ਘਟਿ ਸਗਲ ਕੈ ਪੂਰਿ ਰਹੇ ਭਗਵਾਨ ॥
ଦେଖ! ଭଗବାନ ସବୁଙ୍କ ହୃଦୟରେ ପରିପୂର୍ଣ୍ଣ ହୋଇଛନ୍ତି।

ਹੋਵਤ ਆਏ ਸਦ ਸਦੀਵ ਦੁਖ ਭੰਜਨ ਗੁਰ ਗਿਆਨ ॥
ଇଶ୍ଵର ସର୍ବଦା ଅସ୍ତିତ୍ଵ ଥିବା ଚଳନ୍ତି ଅଟନ୍ତି, ସେ ପ୍ରାଣୀର ଦୁଃଖ ନଷ୍ଟ କରିଥାନ୍ତି ତଥା ସେ ଗୁରୁଙ୍କୁ ଜ୍ଞାନ ପ୍ରଦାନ କରିଥାନ୍ତି।

ਹਉ ਛੁਟਕੈ ਹੋਇ ਅਨੰਦੁ ਤਿਹ ਹਉ ਨਾਹੀ ਤਹ ਆਪਿ ॥
ନିଜ ଅହଂକାର ନଷ୍ଟ କରିଲେ ମନୁଷ୍ୟ ପ୍ରସନ୍ନତା ପ୍ରାପ୍ତ କରିନିଏ, ଯେଉଁଠି ଅହଂକାର ନଥାଏ, ଇଶ୍ଵର ସେଇଠି ସ୍ଵୟଂ ମହଜୁଦ ଥାଆନ୍ତି।

ਹਤੇ ਦੂਖ ਜਨਮਹ ਮਰਨ ਸੰਤਸੰਗ ਪਰਤਾਪ ॥
ସନ୍ଥଙ୍କ ସଙ୍ଗତିର ପ୍ରତାପ ଦ୍ଵାରା ଜନ୍ମ-ମରଣର ପୀଡା ନିବୃତ୍ତ ହୋଇଯାଏ।

ਹਿਤ ਕਰਿ ਨਾਮ ਦ੍ਰਿੜੈ ਦਇਆਲਾ ॥
ଦୟାର ଘର ଇଶ୍ଵର ତାହା ଉପରେ କୃପାଳୁ ହୋଇଯାନ୍ତି, ଯେଉଁ ଲୋକ

ਸੰਤਹ ਸੰਗਿ ਹੋਤ ਕਿਰਪਾਲਾ ॥
ସନ୍ଥଙ୍କ ସଙ୍ଗତିରେ ରହି ପ୍ରଭୁଙ୍କ ନାମକୁ ପ୍ରେମପୂର୍ବକ ନିଜ ହୃଦୟରେ ସ୍ଥିତ କରିଥାନ୍ତି,

error: Content is protected !!