ODIA PAGE 265

ਹਰਿ ਕਾ ਨਾਮੁ ਜਨ ਕਉ ਭੋਗ ਜੋਗ ॥
ଭଗବାନଙ୍କ ନାମ ହିଁ ଭକ୍ତ ପାଇଁ ଯୋଗ,ସାଧନ ଏବଂ ଗୃହସ୍ଥିର ମାୟା-ଭୋଗ ଅଟେ।

ਹਰਿ ਨਾਮੁ ਜਪਤ ਕਛੁ ਨਾਹਿ ਬਿਓਗੁ ॥
ଭଗବାନଙ୍କ ନାମର ଜପ କରିଲେ ତାହାକୁ କୌଣସି ଦୁଃଖ କ୍ଲେଶ ହୁଏନାହିଁ।

ਜਨੁ ਰਾਤਾ ਹਰਿ ਨਾਮ ਕੀ ਸੇਵਾ ॥
ଭଗବାନଙ୍କ ଭକ୍ତ ତାହାଙ୍କ ନାମର ସେବାରେ ହିଁ ମଗ୍ନ ରହିଥାଏ।

ਨਾਨਕ ਪੂਜੈ ਹਰਿ ਹਰਿ ਦੇਵਾ ॥੬॥
ହେ ନାନକ! (ଭକ୍ତ ସର୍ବଦା) ପ୍ରଭୁ ଦେବ ପରମେଶ୍ଵରଙ୍କ ହିଁ ପୂଜା କରିଥାନ୍ତି ॥6॥

ਹਰਿ ਹਰਿ ਜਨ ਕੈ ਮਾਲੁ ਖਜੀਨਾ ॥
ହରି-ପରମେଶ୍ଵରଙ୍କ ନାମ ଭକ୍ତ ପାଇଁ ଧନର ଭଣ୍ଡାର ଅଟେ।

ਹਰਿ ਧਨੁ ਜਨ ਕਉ ਆਪਿ ਪ੍ਰਭਿ ਦੀਨਾ ॥
ହରି ନାମ ରୂପୀ ଧନ ପ୍ରଭୁ ସ୍ଵୟଂ ନିଜ ଭକ୍ତକୁ ଦେଇଛନ୍ତି।

ਹਰਿ ਹਰਿ ਜਨ ਕੈ ਓਟ ਸਤਾਣੀ ॥
ହରି-ପରମେଶ୍ଵରଙ୍କ ନାମ ତାହାଙ୍କ ଭକ୍ତ ପାଇଁ ସଶକ୍ତ ସାହାରା ଅଟେ।

ਹਰਿ ਪ੍ਰਤਾਪਿ ਜਨ ਅਵਰ ਨ ਜਾਣੀ ॥
ହରିଙ୍କ ପ୍ରତାପରୁ ଭକ୍ତଜନ ଅନ୍ୟ କାହାକୁ ଜାଣନ୍ତି ନାହିଁ।

ਓਤਿ ਪੋਤਿ ਜਨ ਹਰਿ ਰਸਿ ਰਾਤੇ ॥
ସର୍ବଦା, ପ୍ରବୁଙ୍କ ଭକ୍ତ ହରି-ରସରେ ମଗ୍ନ ରହିଥାଏ।

ਸੁੰਨ ਸਮਾਧਿ ਨਾਮ ਰਸ ਮਾਤੇ ॥
ଶୂନ୍ୟ ସମାଧିରେ ଲୀନ ହୋଇ ସେ ନାମ-ରସରେ ମଗ୍ନ ରହିଥାଏ।

ਆਠ ਪਹਰ ਜਨੁ ਹਰਿ ਹਰਿ ਜਪੈ ॥
ଭକ୍ତ ଦିନର ଆଠ ପହର ହରି-ପରମେଶ୍ଵରଙ୍କ ନାମର ହିଁ ଜପ କରିଥାଏ।

ਹਰਿ ਕਾ ਭਗਤੁ ਪ੍ਰਗਟ ਨਹੀ ਛਪੈ ॥
ହରିଙ୍କ ଭକ୍ତ ଦୁନିଆରେ ଲୋକପ୍ରିୟ ହୋଇଯାଏ, ଲୁଚି ରହେ ନାହିଁ।

ਹਰਿ ਕੀ ਭਗਤਿ ਮੁਕਤਿ ਬਹੁ ਕਰੇ ॥
ଭଗବାନଙ୍କ ଭକ୍ତି ଅନେକଙ୍କୁ ମୋକ୍ଷ ପ୍ରଦାନ କରିଥାଏ।

ਨਾਨਕ ਜਨ ਸੰਗਿ ਕੇਤੇ ਤਰੇ ॥੭॥
ହେ ନାନକ! ଭକ୍ତଙ୍କ ସଙ୍ଗତିରେ ଅନେକ ଭବସାଗରରୁ ପାର ହୋଇଛନ୍ତି ॥7॥

ਪਾਰਜਾਤੁ ਇਹੁ ਹਰਿ ਕੋ ਨਾਮ ॥
ହରିଙ୍କ ନାମ ହିଁ ଫଳ ବୃକ୍ଷ ଅଟେ।

ਕਾਮਧੇਨ ਹਰਿ ਹਰਿ ਗੁਣ ਗਾਮ ॥
ହରି-ପରମେଶ୍ଵରଙ୍କ ନାମର ଯଶୋଗାନ କରିବା ହିଁ କାମଧେନୁ ଅଟେ।

ਸਭ ਤੇ ਊਤਮ ਹਰਿ ਕੀ ਕਥਾ ॥
ହରିଙ୍କ କଥା ସବୁଠାରୁ ଉତ୍ତମ ଅଟେ।

ਨਾਮੁ ਸੁਨਤ ਦਰਦ ਦੁਖ ਲਥਾ ॥
ଭଗବାନଙ୍କ ନାମ ଶୁଣିଲେ ଦୁଃଖ ଯନ୍ତ୍ରଣା ଦୂର ହୋଇଯାଏ।

ਨਾਮ ਕੀ ਮਹਿਮਾ ਸੰਤ ਰਿਦ ਵਸੈ ॥
ନାମର ମହିମା ସନ୍ଥଙ୍କ ହୃଦୟରେ ନିବାସ କରିଥାଏ।

ਸੰਤ ਪ੍ਰਤਾਪਿ ਦੁਰਤੁ ਸਭੁ ਨਸੈ ॥
ସନ୍ଥଙ୍କ ତେଜ ପ୍ରତାପ ଦ୍ଵାରା ସମସ୍ତ ପାପ ନାଶ ହୋଇଯାଏ।

ਸੰਤ ਕਾ ਸੰਗੁ ਵਡਭਾਗੀ ਪਾਈਐ ॥
ସନ୍ଥଙ୍କ ସଙ୍ଗତି ସୌଭାଗ୍ୟରୁ ପ୍ରାପ୍ତ ହୋଇଥାଏ।

ਸੰਤ ਕੀ ਸੇਵਾ ਨਾਮੁ ਧਿਆਈਐ ॥
ସନ୍ଥଙ୍କ ସେବାରୁ ନାମ-ସ୍ମରଣ କରାଯାଇଥାଏ।

ਨਾਮ ਤੁਲਿ ਕਛੁ ਅਵਰੁ ਨ ਹੋਇ ॥
ଇଶ୍ଵର ନାମ ତୁଲ୍ୟ ଆଉ କେହି ନାହାନ୍ତି।

ਨਾਨਕ ਗੁਰਮੁਖਿ ਨਾਮੁ ਪਾਵੈ ਜਨੁ ਕੋਇ ॥੮॥੨॥
ହେ ନାନକ! କେହି ବିରଳ ଗୁରୁମୁଖୀ ହିଁ ନାମ ପ୍ରାପ୍ତ କରିଥାଏ। ॥8॥2॥

ਸਲੋਕੁ ॥
ଶ୍ଳୋକ॥

ਬਹੁ ਸਾਸਤ੍ਰ ਬਹੁ ਸਿਮ੍ਰਿਤੀ ਪੇਖੇ ਸਰਬ ਢਢੋਲਿ ॥
ବହୁତ ଶାସ୍ତ୍ର ଓ ସ୍ମୃତି ଦେଖିଛି ଆଉ ସେହି ସବୁକୁ ଭଲ ଭାବରେ ସନ୍ଧାନ କରିଛି,

ਪੂਜਸਿ ਨਾਹੀ ਹਰਿ ਹਰੇ ਨਾਨਕ ਨਾਮ ਅਮੋਲ ॥੧॥
କିନ୍ତୁ, ତାହା ଈଶ୍ବରଙ୍କ ସମକକ୍ଷ କରିପାରେ ନାହିଁ, ହେ ନାନକ! ହରି-ପରମେଶ୍ଵରଙ୍କ ନାମ ଅମୂଲ୍ୟ ଅଟେ। ॥1॥

ਅਸਟਪਦੀ ॥
ଅଷ୍ଟପଦୀ ॥

ਜਾਪ ਤਾਪ ਗਿਆਨ ਸਭਿ ਧਿਆਨ ॥
ଜପ, ତପସ୍ୟା, ସମସ୍ତ ଜ୍ଞାନ ଏବଂ ଧ୍ୟାନ,

ਖਟ ਸਾਸਤ੍ਰ ਸਿਮ੍ਰਿਤਿ ਵਖਿਆਨ ॥
ଛଅ ଶାସ୍ତ୍ରର ଗ୍ରନ୍ଥ ଏବଂ ସ୍ମୃତିର ବର୍ଣ୍ଣନା,

ਜੋਗ ਅਭਿਆਸ ਕਰਮ ਧ੍ਰਮ ਕਿਰਿਆ ॥
ଯୋଗର ସାଧନ ଏବଂ ଧାର୍ମିକ କର୍ମ-କାଣ୍ଡ କାର୍ଯ୍ୟ,

ਸਗਲ ਤਿਆਗਿ ਬਨ ਮਧੇ ਫਿਰਿਆ ॥
ପ୍ରତ୍ୟେକ ବସ୍ତୁକୁ ତ୍ୟାଗ କରିବା ଏବଂ ଜଙ୍ଗଲରେ ବୁଲିବା।

ਅਨਿਕ ਪ੍ਰਕਾਰ ਕੀਏ ਬਹੁ ਜਤਨਾ ॥
ଅନେକ ପ୍ରକାରର ବହୁତ ଯତ୍ନ କରି

ਪੁੰਨ ਦਾਨ ਹੋਮੇ ਬਹੁ ਰਤਨਾ ॥
ଦାନ-ପୂଣ୍ୟ, ହୋମ ଯଜ୍ଞ ଏବଂ ଆଧ୍ୟାତ୍ମିକ ଦାନ କରିବା,

ਸਰੀਰੁ ਕਟਾਇ ਹੋਮੈ ਕਰਿ ਰਾਤੀ ॥
ଶରୀରକୁ ଛୋଟ ଛୋଟ ଟୁକୁଡାରେ କାଟିବା ଏବଂ ତାହାକୁ ଅଗ୍ନିରେ ଆହୁତି ଦେବା,

ਵਰਤ ਨੇਮ ਕਰੈ ਬਹੁ ਭਾਤੀ ॥
ଅନେକ ପ୍ରକାରର ବ୍ରତ ଏବଂ ନିୟମ ପାଳନ କରିବା,

ਨਹੀ ਤੁਲਿ ਰਾਮ ਨਾਮ ਬੀਚਾਰ ॥
କିନ୍ତୁ, ଏହା ସବୁ ରାମଙ୍କ ନାମର ଆରାଧନା ତୁଲ୍ୟ ନୁହେଁ।

ਨਾਨਕ ਗੁਰਮੁਖਿ ਨਾਮੁ ਜਪੀਐ ਇਕ ਬਾਰ ॥੧॥
ହେ ନାନକ! ଏହି ନାମ ଏକ ଥର ହିଁ ଗୁରୁଙ୍କ ଶରଣରେ ଜପା ଯାଉ ॥1॥

ਨਉ ਖੰਡ ਪ੍ਰਿਥਮੀ ਫਿਰੈ ਚਿਰੁ ਜੀਵੈ ॥
\ମନୁଷ୍ୟ ପୃଥିବୀର ନବ ଖଣ୍ଡରେ ଭ୍ରମଣ କରୁ, ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହୁ,

ਮਹਾ ਉਦਾਸੁ ਤਪੀਸਰੁ ਥੀਵੈ ॥
ସେ ମହା ନିର୍ବାଣ ଏବଂ ତପସ୍ଵୀ ହେଉ ଆଉ

ਅਗਨਿ ਮਾਹਿ ਹੋਮਤ ਪਰਾਨ ॥
ନିଜ ଶରୀରକୁ ଅଗ୍ନିରେ ହୋମ କରିଦେଉ,

ਕਨਿਕ ਅਸ੍ਵ ਹੈਵਰ ਭੂਮਿ ਦਾਨ ॥
ସେ ସୁନା, ଘୋଡା ଏବଂ ଭୂମି ଦାନ କରୁ,

ਨਿਉਲੀ ਕਰਮ ਕਰੈ ਬਹੁ ਆਸਨ ॥
ସେ ଅନ୍ତଃ ସଫା ଆଉ ବହୁତ ସାରା ଯୋଗାସାନ କରୁ,

ਜੈਨ ਮਾਰਗ ਸੰਜਮ ਅਤਿ ਸਾਧਨ ॥
ସେ ଯୋନିର ମାର୍ଗରେ ଚାଲି ଅତ୍ୟନ୍ତ କଠିନ ସାଧନ ତଥା ତପସ୍ୟା କରୁ,

ਨਿਮਖ ਨਿਮਖ ਕਰਿ ਸਰੀਰੁ ਕਟਾਵੈ ॥
ଶରୀରକୁ ଛୋଟ ଛୋଟ ଟୁକୁଡାରେ କାଟୁ,

ਤਉ ਭੀ ਹਉਮੈ ਮੈਲੁ ਨ ਜਾਵੈ ॥
ତଥାପି, ତାହାର ଅହଙ୍କାରର ମଇଳା ଦୂର ହୁଏନାହିଁ।

ਹਰਿ ਕੇ ਨਾਮ ਸਮਸਰਿ ਕਛੁ ਨਾਹਿ ॥
ଭଗବାନଙ୍କ ନାମର ସମକକ୍ଷ କୌଣସି ବସ୍ତୁ ନାହିଁ।

ਨਾਨਕ ਗੁਰਮੁਖਿ ਨਾਮੁ ਜਪਤ ਗਤਿ ਪਾਹਿ ॥੨॥
ହେ ନାନକ! ଗୁରୁଙ୍କ ମାଧ୍ୟମରୁ ଭଗବାନଙ୍କ ନାମର ଜପ କରିଲେ ମନୁଷ୍ୟକୁ ମୁକ୍ତି ମିଳିଯାଏ ॥2॥

ਮਨ ਕਾਮਨਾ ਤੀਰਥ ਦੇਹ ਛੁਟੈ ॥
କିଛି ଲୋକଙ୍କ ମନୋକମନା ଥାଏ ଯେ କୌଣସି ତୀର୍ଥ ସ୍ଥାନରେ ଶରୀର ତ୍ୟାଗ କରିବେ

ਗਰਬੁ ਗੁਮਾਨੁ ਨ ਮਨ ਤੇ ਹੁਟੈ ॥
ପରନ୍ତୁ, ତଥାପି, ମନୁଷ୍ୟର ଅହଂକାର ଏବଂ ଅଭିମାନ ମନରୁ ଦୂର ହୁଏନାହିଁ।

ਸੋਚ ਕਰੈ ਦਿਨਸੁ ਅਰੁ ਰਾਤਿ ॥
ମନୁଷ୍ୟ ଦିନ ରାତି ପବିତ୍ରତା କରିଥାଉ

ਮਨ ਕੀ ਮੈਲੁ ਨ ਤਨ ਤੇ ਜਾਤਿ ॥
ପରନ୍ତୁ, ମନର ମଇଳା ତାହାର ଶରୀରରୁ ଦୂର ହୁଏନାହିଁ।

ਇਸੁ ਦੇਹੀ ਕਉ ਬਹੁ ਸਾਧਨਾ ਕਰੈ ॥
ମନୁଷ୍ୟ ନିଜ ଶରୀରରେ ବହୁତ ସଂଯମ-ସାଧନା କରିଥାଉ,

ਮਨ ਤੇ ਕਬਹੂ ਨ ਬਿਖਿਆ ਟਰੈ ॥
ତଥାପି ମାୟାର ମନ୍ଦ ବିକାର ତାହାର ମନକୁ ତ୍ୟାଗ କରେ ନାହିଁ।

ਜਲਿ ਧੋਵੈ ਬਹੁ ਦੇਹ ਅਨੀਤਿ ॥
ମନୁଷ୍ୟ ଏହି ନଶ୍ଵର ଶରୀରକୁ କେତେ ଥର ପାଣିରେ ସଫା କରୁଥାଉ,

ਸੁਧ ਕਹਾ ਹੋਇ ਕਾਚੀ ਭੀਤਿ ॥
ତାହାହେଲେ ମଧ୍ୟ (ଏହି ଶରୀର ରୂପୀ) କଚ୍ଚା ଦିବାର ପବିତ୍ର ହୋଇପାରିବ?

ਮਨ ਹਰਿ ਕੇ ਨਾਮ ਕੀ ਮਹਿਮਾ ਊਚ ॥
ହେ ମୋର ମନ! ହରି-ପରମେଶ୍ଵରଙ୍କ ନାମର ମହିମା ବହୁତ ଉଚ୍ଚ ଅଟେ।

ਨਾਨਕ ਨਾਮਿ ਉਧਰੇ ਪਤਿਤ ਬਹੁ ਮੂਚ ॥੩॥
ହେ ନାନକ! ପ୍ରଭୁଙ୍କ ନାମ ଦ୍ଵାରା ବହୁତ ପାପୀ ମୁକ୍ତ ହୋଇଛନ୍ତି ॥3॥

ਬਹੁਤੁ ਸਿਆਣਪ ਜਮ ਕਾ ਭਉ ਬਿਆਪੈ ॥
ଅଧିକ ଚତୁରତା କାରଣରୁ ମନୁଷ୍ୟକୁ ମୃତ୍ୟୁର ଭୟ ଗ୍ରାସ କରିଥାଏ।

error: Content is protected !!