ODIA PAGE 283

ਪੁਰਬ ਲਿਖੇ ਕਾ ਲਿਖਿਆ ਪਾਈਐ ॥
ତୋତେ ତାହା ସବୁ ମିଳିବ, ଯାହା ତୋର ପୂର୍ବ ଜନ୍ମର କର୍ମ ଦ୍ଵାରା ଲେଖା ହୋଇଛି।

ਦੂਖ ਸੂਖ ਪ੍ਰਭ ਦੇਵਨਹਾਰੁ ॥
ଦୁଃଖ-ସୁଖ ଦେବାବାଲା ପ୍ରଭୁ ନିଜେ ହିଁ ଅଟନ୍ତି,

ਅਵਰ ਤਿਆਗਿ ਤੂ ਤਿਸਹਿ ਚਿਤਾਰੁ ॥
(ସେଥିପାଇଁ) ଅନ୍ୟର (ଆଶ୍ରା) ଛାଡି ତୁମେ ତାଙ୍କରି ସ୍ମରଣ କର।

ਜੋ ਕਛੁ ਕਰੈ ਸੋਈ ਸੁਖੁ ਮਾਨੁ ॥
ଯାହା କିଛି ପ୍ରଭୁ କରୁଛନ୍ତିତାହାକୁ ସୁଖ ଭାବ।

ਭੂਲਾ ਕਾਹੇ ਫਿਰਹਿ ਅਜਾਨ ॥
ହେ ଅଜ୍ଞାନ! କାହିଁକି ବୁଲୁଚୁ?

ਕਉਨ ਬਸਤੁ ਆਈ ਤੇਰੈ ਸੰਗ ॥
କେଉଁ ଚିଜ ତୋର ସାଥିରେ ଆସିଥିଲା?

ਲਪਟਿ ਰਹਿਓ ਰਸਿ ਲੋਭੀ ਪਤੰਗ ॥
ହେ ଲୋଭୀ ପତଙ୍ଗ! ତୁ (ମାୟାର) ସ୍ଵାଦରେ ମଉଜ କରୁଛୁ?

ਰਾਮ ਨਾਮ ਜਪਿ ਹਿਰਦੇ ਮਾਹਿ ॥
ତୁ ନିଜ ମନରେ ରାମଙ୍କ ନାମ ଜପ କର।

ਨਾਨਕ ਪਤਿ ਸੇਤੀ ਘਰਿ ਜਾਹਿ ॥੪॥
ହେ ନାନକ! (ଏହିପରି) ଇଜ୍ଜତର ସହିତ (ପରଲୋକ) ଘରକୁ ଯିବ।॥4॥

ਜਿਸੁ ਵਖਰ ਕਉ ਲੈਨਿ ਤੂ ਆਇਆ ॥
(ହେ ଜୀବ !) ଯେଉଁ ସଉଦା କିଣିବା ପାଇଁ ତୁ (ଜଗତକୁ) ଆସିଛୁ;

ਰਾਮ ਨਾਮੁ ਸੰਤਨ ਘਰਿ ਪਾਇਆ ॥
ସେହି ରାମ ନାମ (ରୂପୀ ସଉଦା) ସନ୍ଥଙ୍କ ଘରେ ମିଳେ।

ਤਜਿ ਅਭਿਮਾਨੁ ਲੇਹੁ ਮਨ ਮੋਲਿ ॥
ନିଜ ଅଭିମାନକୁ ତ୍ୟାଗ କର,

ਰਾਮ ਨਾਮੁ ਹਿਰਦੇ ਮਹਿ ਤੋਲਿ ॥
ରାମଙ୍କ ନାମ ନିଜ ହୃଦୟରେ ରଖ ଆଉ ମନରେ ଏହା ଖରିଦ କର

ਲਾਦਿ ਖੇਪ ਸੰਤਹ ਸੰਗਿ ਚਾਲੁ ॥
ସନ୍ଥଙ୍କ ସାଥିରେ ଚାଲ ଆଉ ରାମ ନାମର ଏହି ସଉଦା ଆଣ

ਅਵਰ ਤਿਆਗਿ ਬਿਖਿਆ ਜੰਜਾਲ ॥
ମାୟାର ଅନ୍ୟ ଧନ୍ଧା ଛାଡି ଦିଅ।

ਧੰਨਿ ਧੰਨਿ ਕਹੈ ਸਭੁ ਕੋਇ ॥
ସମସ୍ତେ ମୋତେ ଧନ୍ୟ! ଧନ୍ୟ! କହିବେ।

ਮੁਖ ਊਜਲ ਹਰਿ ਦਰਗਹ ਸੋਇ ॥
ଆଉ ପ୍ରଭୁଙ୍କ ଦରବାରରେ ମଧ୍ୟ ତୋର ମୁହଁ ଉଜ୍ଜଳ ହେବ।

ਇਹੁ ਵਾਪਾਰੁ ਵਿਰਲਾ ਵਾਪਾਰੈ ॥
ଏହି ବ୍ୟାପାର କୌଣସି ବିରଳ ମନୁଷ୍ୟ ହିଁ କରିଥାଏ

ਨਾਨਕ ਤਾ ਕੈ ਸਦ ਬਲਿਹਾਰੈ ॥੫॥
ହେ ନାନକ! ଏପରି (ବ୍ୟାପାରୀ) ଠାରେ ସଦା ସମର୍ପିତ ଯିବି।॥5॥

ਚਰਨ ਸਾਧ ਕੇ ਧੋਇ ਧੋਇ ਪੀਉ ॥
(ହେ ଜୀବ!) ସାଧୁଙ୍କ ପାଦ ଧୋଇ ଧୋଇ (ନାମ ଜଳ) ପିଅ।

ਅਰਪਿ ਸਾਧ ਕਉ ਅਪਨਾ ਜੀਉ ॥
ସାଧୁଙ୍କ ପାଖରେ ନିଜ ଜୀବନ ସମର୍ପଣ କର

ਸਾਧ ਕੀ ਧੂਰਿ ਕਰਹੁ ਇਸਨਾਨੁ ॥
ସାଧୁଙ୍କ ପାଦ ଧୂଳିରେ ସ୍ନାନ କର,

ਸਾਧ ਊਪਰਿ ਜਾਈਐ ਕੁਰਬਾਨੁ ॥
ସାଧୁଙ୍କ ପ୍ରତି ସମର୍ପିତ ହେବ ଉଚିତ।

ਸਾਧ ਸੇਵਾ ਵਡਭਾਗੀ ਪਾਈਐ ॥
ସାଧୁଙ୍କ ସେବା ସୌଭାଗ୍ୟରୁ ମିଳିଥାଏ।

ਸਾਧਸੰਗਿ ਹਰਿ ਕੀਰਤਨੁ ਗਾਈਐ ॥
ସାଧୁଙ୍କ ସଙ୍ଗତିରେ ହରିଙ୍କ ଭଜନ ଗାନ କରିବା ଉଚିତ।

ਅਨਿਕ ਬਿਘਨ ਤੇ ਸਾਧੂ ਰਾਖੈ ॥
ସାଧୁ ଅନେକ ବିଘ୍ନରୁ ମନୁଷ୍ୟକୁ ରକ୍ଷା କରିଥାନ୍ତି।

ਹਰਿ ਗੁਨ ਗਾਇ ਅੰਮ੍ਰਿਤ ਰਸੁ ਚਾਖੈ ॥
ସନ୍ଥ ପ୍ରଭୁଙ୍କ ଗୁଣ ଗାଈ ନାମ-ଅମୃତର ସ୍ଵାଦ ନିଏ।

ਓਟ ਗਹੀ ਸੰਤਹ ਦਰਿ ਆਇਆ ॥
(ଯେଉଁ ମନୁଷ୍ୟ) ସନ୍ଥଙ୍କ ଆଶ୍ରା ନିଏ, ଯିଏ ସନ୍ଥଙ୍କ ଦ୍ଵାରରେ ଆସିଛି

ਸਰਬ ਸੂਖ ਨਾਨਕ ਤਿਹ ਪਾਇਆ ॥੬॥
ସିଏ, ହେ ନାନକ! ସବୁ ସୁଖ ପାଏ॥6॥

ਮਿਰਤਕ ਕਉ ਜੀਵਾਲਨਹਾਰ ॥
ପରମାତ୍ମା ମୃତକୁ ଜୀବିତ କରିବା ଯୋଗ୍ୟ ଅଟନ୍ତି।

ਭੂਖੇ ਕਉ ਦੇਵਤ ਅਧਾਰ ॥
ସେ ଭୋକିଳାକୁ ମଧ୍ୟ ଭୋଜନ ପ୍ରଦାନ କରିଥାନ୍ତି।

ਸਰਬ ਨਿਧਾਨ ਜਾ ਕੀ ਦ੍ਰਿਸਟੀ ਮਾਹਿ ॥
ସବୁ ଖଜଣା ତାହାଙ୍କ ଦୃଷ୍ଟିରେ ଅଛି।

ਪੁਰਬ ਲਿਖੇ ਕਾ ਲਹਣਾ ਪਾਹਿ ॥
(କିନ୍ତୁ ଜୀବ) ନିଜ ପୂର୍ବ କର୍ମର ଫଳ ଭୋଗେ।

ਸਭੁ ਕਿਛੁ ਤਿਸ ਕਾ ਓਹੁ ਕਰਨੈ ਜੋਗੁ ॥
ସବୁ କିଛି ସେହି ପ୍ରଭୁଙ୍କ ହିଁ ଅଟେ ଆଉ ସେ ସବୁ କିଛି କରିବାକୁ ସମର୍ଥ ଅଟନ୍ତି।

ਤਿਸੁ ਬਿਨੁ ਦੂਸਰ ਹੋਆ ਨ ਹੋਗੁ ॥
ତାଙ୍କରି ବିନା ଅନ୍ୟ କେହି ଥିଲା ନା ହେବ।

ਜਪਿ ਜਨ ਸਦਾ ਸਦਾ ਦਿਨੁ ਰੈਣੀ ॥
ହେ ଜନ! ସର୍ବଦା ଦିନ ରାତି ପ୍ରଭୁଙ୍କୁ ସ୍ମରଣ କର

ਸਭ ਤੇ ਊਚ ਨਿਰਮਲ ਇਹ ਕਰਣੀ ॥
ଆଉ ସବୁ କର୍ମରୁ ଏହି କର୍ମ ଉଚ୍ଚ ଓ ପବିତ୍ର ଅଟେ।

ਕਰਿ ਕਿਰਪਾ ਜਿਸ ਕਉ ਨਾਮੁ ਦੀਆ ॥
ପରମାତ୍ମା କୃପା କରି ଯେଉଁ ମନୁଷ୍ୟକୁ ନାମ ଆଶୀର୍ବାଦ ଦେଇଛନ୍ତି,

ਨਾਨਕ ਸੋ ਜਨੁ ਨਿਰਮਲੁ ਥੀਆ ॥੭॥
ହେ ନାନକ! ସେହି ମନୁଷ୍ୟ ପବିତ୍ର ହୋଇଯାଏ। ॥7॥

ਜਾ ਕੈ ਮਨਿ ਗੁਰ ਕੀ ਪਰਤੀਤਿ ॥
ଯାହାର ମନରେ ଗୁରୁଜୀଙ୍କ ପ୍ରତି ଆସ୍ଥା ଥାଏ,

ਤਿਸੁ ਜਨ ਆਵੈ ਹਰਿ ਪ੍ਰਭੁ ਚੀਤਿ ॥
ସେହି ମନୁଷ୍ୟ ହରି-ପ୍ରଭୁଙ୍କୁ ସ୍ମରଣ କରିଥାଏ।

ਭਗਤੁ ਭਗਤੁ ਸੁਨੀਐ ਤਿਹੁ ਲੋਇ ॥
ସେ ତିନିଲୋକରେ ପ୍ରସିଦ୍ଧ ଭକ୍ତ ହୋଇଯାଏ,

ਜਾ ਕੈ ਹਿਰਦੈ ਏਕੋ ਹੋਇ ॥
ଯାହାର ହୃଦୟରେ ଏକ ଇଶ୍ଵର ବିଦ୍ୟମାନ ହୋଇଥାଏ।

ਸਚੁ ਕਰਣੀ ਸਚੁ ਤਾ ਕੀ ਰਹਤ ॥
ତାହାର କର୍ମ ସତ୍ୟ ଅଟେ ଆଉ ଜୀବନ-ମର୍ଯ୍ୟାଦା ମଧ୍ୟ ସତ୍ୟ ଅଟେ।

ਸਚੁ ਹਿਰਦੈ ਸਤਿ ਮੁਖਿ ਕਹਤ ॥
ତାହାର ମନରେ ସତ୍ୟ ଥାଏ ଆଉ ସେ ନିଜ ମୁଖରେ ସତ୍ୟ ବୋଲୁଥାଏ।

ਸਾਚੀ ਦ੍ਰਿਸਟਿ ਸਾਚਾ ਆਕਾਰੁ ॥
ତାହାର ଦୃଷ୍ଟି ସତ୍ୟ ଅଟେ ଆଉ ତାହାର ସ୍ୱରୂପ ମଧ୍ୟ ସତ୍ୟ ଅଟେ।

ਸਚੁ ਵਰਤੈ ਸਾਚਾ ਪਾਸਾਰੁ ॥
ସେ ସତ୍ୟ ବାଣ୍ଟନ୍ତି ଆଉ ସତ୍ୟ ପ୍ରସାର କରିଥାନ୍ତି।

ਪਾਰਬ੍ਰਹਮੁ ਜਿਨਿ ਸਚੁ ਕਰਿ ਜਾਤਾ ॥
ହେ ନାନକ! ଯେଉଁ ପୁରୁଷ ପରଂବ୍ରହ୍ମଙ୍କୁ ସତ୍ୟ ଭାବିଥାଏ,

ਨਾਨਕ ਸੋ ਜਨੁ ਸਚਿ ਸਮਾਤਾ ॥੮॥੧੫॥
ସେହି ପୁରୁଷ ସତ୍ୟରେ ଲୀନ ହୋଇଥାଏ ॥8॥15॥

ਸਲੋਕੁ ॥
ଶ୍ଳୋକ॥

ਰੂਪੁ ਨ ਰੇਖ ਨ ਰੰਗੁ ਕਿਛੁ ਤ੍ਰਿਹੁ ਗੁਣ ਤੇ ਪ੍ਰਭ ਭਿੰਨ ॥
ପରମେଶ୍ଵରଙ୍କ ନା କିଛି ରୂପ ଅଛି , ନା ଚିହ୍ନ-ଚକ୍ର ଆଉ ନା କିଛି ରଙ୍ଗ ଥାଏ। ପ୍ରଭୁ ମାୟାର ତିନି ଗୁଣ ଦ୍ଵାରା ଦାଗହୀନ ଅଟନ୍ତି

ਤਿਸਹਿ ਬੁਝਾਏ ਨਾਨਕਾ ਜਿਸੁ ਹੋਵੈ ਸੁਪ੍ਰਸੰਨ ॥੧॥
ହେ ନାନକ! ପ୍ରଭୁ ନିଜ ନାମ ସେହି ମନୁଷ୍ୟକୁ ବୁଝାନ୍ତି ଯାହା ଉପରେ ନିଜେ ପ୍ରସନ୍ନ ହୋଇଥାନ୍ତି।॥1॥

ਅਸਟਪਦੀ ॥
ଅଷ୍ଟପଦୀ॥

ਅਬਿਨਾਸੀ ਪ੍ਰਭੁ ਮਨ ਮਹਿ ਰਾਖੁ ॥
(ହେ ଜୀବ!) ନିଜ ମନରେ ଅନଶ୍ଵର ପ୍ରଭୁଙ୍କୁ ସ୍ମରଣ କର,

ਮਾਨੁਖ ਕੀ ਤੂ ਪ੍ਰੀਤਿ ਤਿਆਗੁ ॥
ଆଉ ମନୁଷ୍ୟର ମୋହର ପ୍ରେମ ତ୍ୟାଗ କର

ਤਿਸ ਤੇ ਪਰੈ ਨਾਹੀ ਕਿਛੁ ਕੋਇ ॥
ତାହାଙ୍କ ଉପରେ କୌଣସି ବସ୍ତୁ ନାହିଁ।

ਸਰਬ ਨਿਰੰਤਰਿ ਏਕੋ ਸੋਇ ॥
ସବୁ ଜୀବଙ୍କ ଅନ୍ତରରେ ଏକ ଅକାଳ-ପୁରୁଷ ହିଁ ବ୍ୟାପକ ଅଟନ୍ତି

ਆਪੇ ਬੀਨਾ ਆਪੇ ਦਾਨਾ ॥
ସେ ନିଜେ ହିଁ (ଜୀବଙ୍କ ହୃଦୟକୁ) ଚିହ୍ନିବା ଓ ଜାଣିବା ବାଲା ଅଟନ୍ତି।

ਗਹਿਰ ਗੰਭੀਰੁ ਗਹੀਰੁ ਸੁਜਾਨਾ ॥
ପ୍ରଭୁ ବଡ ଗମ୍ଭୀର ଆଉ ଗଭୀର ଅଟନ୍ତି ଏବଂ ପରମ ବୁଦ୍ଧିମାନ ଅଟନ୍ତି।

ਪਾਰਬ੍ਰਹਮ ਪਰਮੇਸੁਰ ਗੋਬਿੰਦ ॥
ସେ ପରଂବ୍ରହ୍ମ, ପରମେଶ୍ଵର ଏବଂ ଗୋବିନ୍ଦ

ਕ੍ਰਿਪਾ ਨਿਧਾਨ ਦਇਆਲ ਬਖਸੰਦ ॥
କୃପାର ଭଣ୍ଡାର, ବଡ ଦୟାଳୁ ଏବଂ କ୍ଷମାଶୀଳ ଅଟନ୍ତି।

ਸਾਧ ਤੇਰੇ ਕੀ ਚਰਨੀ ਪਾਉ ॥
ହେ ପ୍ରଭୁ! ତୋର ସାଧୁଙ୍କ ଚରଣରେ ନତମସ୍ତକ ହେବି

error: Content is protected !!