ਗਿਆਨੁ ਸ੍ਰੇਸਟ ਊਤਮ ਇਸਨਾਨੁ ॥
ଶ୍ରେଷ୍ଠ ସ୍ଥାନ, ଉତ୍ତମ ସ୍ନାନ,
ਚਾਰਿ ਪਦਾਰਥ ਕਮਲ ਪ੍ਰਗਾਸ ॥
(ଧର୍ମ, ଅର୍ଥ, କାମ, ମୋକ୍ଷ) ଚାରି ପଦାର୍ଥ, ହୃଦୟ କମଳର ଖେଳଣା
ਸਭ ਕੈ ਮਧਿ ਸਗਲ ਤੇ ਉਦਾਸ ॥
ସମସ୍ତଙ୍କ ସାଥିରେ ରହି ମଧ୍ୟ ସମସ୍ତଙ୍କ ଠାରୁ ମୋହମୁକ୍ତ ରହିବା;
ਸੁੰਦਰੁ ਚਤੁਰੁ ਤਤ ਕਾ ਬੇਤਾ ॥
ସୁନ୍ଦର, ବୁଝିବାବାଲା, (ଜଗତର) ମୂଳ ତତ୍ଵକୁ ଜାଣିବାବାଲା
ਸਮਦਰਸੀ ਏਕ ਦ੍ਰਿਸਟੇਤਾ ॥
ସମଦର୍ଶୀ ଏବଂ ଏକ ଦୃଷ୍ଟିରେ ଈଶ୍ଵରଙ୍କୁ ଦେଖିବା,
ਇਹ ਫਲ ਤਿਸੁ ਜਨ ਕੈ ਮੁਖਿ ਭਨੇ ॥
ହେ ନାନକ! ଏହି ସବୁ ଫଳ ତାହାକୁ ମିଳିଥାଏ,
ਗੁਰ ਨਾਨਕ ਨਾਮ ਬਚਨ ਮਨਿ ਸੁਨੇ ॥੬॥
ଯିଏ ନିଜ ମୁହଁରେ ( ସୁଖମଣି) ସୁଖର ମଣିକୁ ଜପ କରିଥାଏ ଆଉ ଗୁରୁଙ୍କ ବଚନ ତଥା ପ୍ରଭୁଙ୍କ ନାମର ମହିମା ମନ ଲଗାଇ ଶୁଣିଥାଏ ॥6॥
ਇਹੁ ਨਿਧਾਨੁ ਜਪੈ ਮਨਿ ਕੋਇ ॥
ଯେ କୌଣସି ମନୁଷ୍ୟ ଏହି ନାମକୁ (ଯିଏ ଗୁଣର ଖଜଣା ଅଟେ) ଜପ କରେ,
ਸਭ ਜੁਗ ਮਹਿ ਤਾ ਕੀ ਗਤਿ ਹੋਇ ॥
ତାହାର ସଂପୂର୍ଣ୍ଣ ଜୀବନ ଉଚ୍ଚ ଆତ୍ମିକ ଅବସ୍ଥାରେ ରହିଥାଏ।
ਗੁਣ ਗੋਬਿੰਦ ਨਾਮ ਧੁਨਿ ਬਾਣੀ ॥
ସେହି ମନୁଷ୍ୟର (ସାଧାରଣ) ବଚନ ମଧ୍ୟ ଗୋବିନ୍ଦଙ୍କ ଗୁଣ ଆଉ ନାମର ତରଙ୍ଗର ହିଁ ହୋଇଥାଏ
ਸਿਮ੍ਰਿਤਿ ਸਾਸਤ੍ਰ ਬੇਦ ਬਖਾਣੀ ॥
ଯାହାଙ୍କ ବିଷୟରେ ସ୍ମୃତି, ଶାସ୍ତ୍ର ଆଉ ବେଦ ମଧ୍ୟ ଏହି କଥା କହିଛନ୍ତି।
ਸਗਲ ਮਤਾਂਤ ਕੇਵਲ ਹਰਿ ਨਾਮ ॥
ସବୁ ମତର ନିର୍ଯ୍ୟାସ ପ୍ରଭୁଙ୍କ ନାମ ହିଁ ଅଟେ
ਗੋਬਿੰਦ ਭਗਤ ਕੈ ਮਨਿ ਬਿਸ੍ਰਾਮ ॥
ଏହି ନାମର ନିବାସ ଗୋବିନ୍ଦଙ୍କ ଭକ୍ତର ମନରେ, ହୃଦୟରେ ହୋଇଥାଏ।
ਕੋਟਿ ਅਪ੍ਰਾਧ ਸਾਧਸੰਗਿ ਮਿਟੈ ॥
କୋଟି କୋଟି ପାପ ସତସଙ୍ଗରେ ରହି ଦୂର ହୋଇଯାଏ,
ਸੰਤ ਕ੍ਰਿਪਾ ਤੇ ਜਮ ਤੇ ਛੁਟੈ ॥
ଗୁରୁଙ୍କ କୃପାରୁ ସେହି ମନୁଷ୍ୟ ଯମ ଠାରୁ ବଞ୍ଚିଯାଏ।
ਜਾ ਕੈ ਮਸਤਕਿ ਕਰਮ ਪ੍ਰਭਿ ਪਾਏ ॥
ହେ ନାନକ! ଯାହାର କପାଳରେ ପ୍ରଭୁ ଭାଗ୍ୟ ଲେଖିଛନ୍ତି
ਸਾਧ ਸਰਣਿ ਨਾਨਕ ਤੇ ਆਏ ॥੭॥
ସେହି ମନୁଷ୍ୟ ଗୁରୁଙ୍କ ଶରଣକୁ ଆସେ। ॥7॥
ਜਿਸੁ ਮਨਿ ਬਸੈ ਸੁਨੈ ਲਾਇ ਪ੍ਰੀਤਿ ॥
ଯେଉଁ ମନୁଷ୍ୟର ହୃଦୟରେ (ସୁଖମଣି) ବାସ କରେ ଯିଏ ପ୍ରୀତି ଲଗାଇ (ନାମ) ଶୁଣେ
ਤਿਸੁ ਜਨ ਆਵੈ ਹਰਿ ਪ੍ਰਭੁ ਚੀਤਿ ॥
ସେ ହରି-ପ୍ରଭୁଙ୍କୁ ସ୍ମରଣ କରିଥାଏ।
ਜਨਮ ਮਰਨ ਤਾ ਕਾ ਦੂਖੁ ਨਿਵਾਰੈ ॥
ସେହି ମନୁଷ୍ୟର ଜନ୍ମ ଓ ମରଣର କଷ୍ଟ କଟି ଯାଏ,
ਦੁਲਭ ਦੇਹ ਤਤਕਾਲ ਉਧਾਰੈ ॥
ସେ ଏହି ଦୁର୍ଲଭ ମାନବ ଶରୀରକୁ ସେହି ସମୟରେ (ବିକାର ଠାରୁ) ବଞ୍ଚାଇ ଦିଏ।
ਨਿਰਮਲ ਸੋਭਾ ਅੰਮ੍ਰਿਤ ਤਾ ਕੀ ਬਾਨੀ ॥
ତାହାର ଶୋଭା ନିର୍ମଳ ଏବଂ ବାଣୀ ଅମୃତ ରୂପ ହୋଇଥାଏ।
ਏਕੁ ਨਾਮੁ ਮਨ ਮਾਹਿ ਸਮਾਨੀ ॥
ତାହାର ମନରେ ପ୍ରଭୁଙ୍କ ନାମ ହିଁ ବାସ କରେ।
ਦੂਖ ਰੋਗ ਬਿਨਸੇ ਭੈ ਭਰਮ ॥
ଦୁଃଖ, ରୋଗ, ଭୟ ଏବଂ ଦ୍ଵିଧା ଦୂର ହୋଇଯାଏ।
ਸਾਧ ਨਾਮ ਨਿਰਮਲ ਤਾ ਕੇ ਕਰਮ ॥
ତାହାର ନାମ ସାଧୁ ହୋଇଯାଏ ଓ କର୍ମ ପବିତ୍ର ହୋଇଥାଏ।
ਸਭ ਤੇ ਊਚ ਤਾ ਕੀ ਸੋਭਾ ਬਨੀ ॥
ତାହାର ଶୋଭା ସର୍ବୋଚ୍ଚ ହୋଇଯାଏ।
ਨਾਨਕ ਇਹ ਗੁਣਿ ਨਾਮੁ ਸੁਖਮਨੀ ॥੮॥੨੪॥
ହେ ନାନକ! ଏହି ଗୁଣର କାରଣ (ପ୍ରଭୁଙ୍କ)ନାମ ସୁଖର ମଣି ଅଟେ।॥8॥24॥
ਥਿਤੀ ਗਉੜੀ ਮਹਲਾ ੫ ॥
ଥିତି ଗଉଡି ମହଲା 5 ॥
ਸਲੋਕੁ ॥
ଶ୍ଳୋକ ॥
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟେ ଆଉ ସେ ସଦଗୁରୁଙ୍କ କୃପାରୁ ମିଳେ।
ਜਲਿ ਥਲਿ ਮਹੀਅਲਿ ਪੂਰਿਆ ਸੁਆਮੀ ਸਿਰਜਨਹਾਰੁ ॥
ସମ୍ପୂର୍ଣ୍ଣ ଜଗତକୁ ସୃଷ୍ଟି କରିବାବାଲା ମାଲିକ ପ୍ରଭୁ ଜଳରେ,ଧରିତ୍ରିରେ ଆଉ ଆକାଶରେ ଭରପୁର ଅଛନ୍ତି,
ਅਨਿਕ ਭਾਂਤਿ ਹੋਇ ਪਸਰਿਆ ਨਾਨਕ ਏਕੰਕਾਰੁ ॥੧॥
ହେ ନାନକ! ସେ ଏକ ଅକାଳ-ପୁରୁଷ ଅନେକ ଉପାୟରେ (ଜଗତର ସବୁ ଜାଗାରେ) ବିଛୁରିତ ଅଛନ୍ତି।॥1॥
ਪਉੜੀ ॥
ପଉଡି॥
ਏਕਮ ਏਕੰਕਾਰੁ ਪ੍ਰਭੁ ਕਰਉ ਬੰਦਨਾ ਧਿਆਇ ॥
ପ୍ରଥମ – ଇଶ୍ଵର ଏକ ଅଟନ୍ତି ଆଉ ସେହି ଏକ ପ୍ରଭୁଙ୍କ ହିଁ ବନ୍ଦନା କର ଆଉ ତାହାଙ୍କୁ ହିଁ ସ୍ମରଣ କରିବା ଉଚିତ।
ਗੁਣ ਗੋਬਿੰਦ ਗੁਪਾਲ ਪ੍ਰਭ ਸਰਨਿ ਪਰਉ ਹਰਿ ਰਾਇ ॥
ସେହି ଗୋବିନ୍ଦ, ଗୋପାଳ, ପ୍ରଭୁଙ୍କ ଗୁଣ ଗାଅ, ଆଉ ସେହି ପ୍ରଭୁଙ୍କ ଶରଣ ପଡ।
ਤਾ ਕੀ ਆਸ ਕਲਿਆਣ ਸੁਖ ਜਾ ਤੇ ਸਭੁ ਕਛੁ ਹੋਇ ॥
ମୋକ୍ଷ ଏବଂ ସୁଖ ପାଇବା ପାଇଁ ତାହାଙ୍କ ଉପରେ ନିଜର ଆଶା ରଖ, ଯାହାର ହୁକୁମରେ ସବୁକିଛି ହୋଇଥାଏ।
ਚਾਰਿ ਕੁੰਟ ਦਹ ਦਿਸਿ ਭ੍ਰਮਿਓ ਤਿਸੁ ਬਿਨੁ ਅਵਰੁ ਨ ਕੋਇ ॥
ମୁଁ ଚାରି କୋଣ ଆଉ ଦଶ ଦିଗରେ ଭ୍ରମଣ କରି ଦେଖିଅଛି ସେହି ମାଲିକ ପ୍ରଭୁଙ୍କ ବିନା ଆଉ କୌଣସି ରକ୍ଷକ ନାହାନ୍ତି।
ਬੇਦ ਪੁਰਾਨ ਸਿਮ੍ਰਿਤਿ ਸੁਨੇ ਬਹੁ ਬਿਧਿ ਕਰਉ ਬੀਚਾਰੁ ॥
“ (ହେ ଜୀବ!) ବେଦ, ପୂରଣ, ସ୍ମୃତି (ଆଦି ଧର୍ମ ପୁସ୍ତକ) ଶୁଣି ମୁଁ (ଆଉ ମଧ୍ୟ) ଅନେକ ଢଙ୍ଗରେ ବିଚାର କରୁଅଛି।
ਪਤਿਤ ਉਧਾਰਨ ਭੈ ਹਰਨ ਸੁਖ ਸਾਗਰ ਨਿਰੰਕਾਰ ॥
ଆକାର ରହିତ ପରମାତ୍ମା ହିଁ ବିକାରରେ ପଡିଥିବା ଜୀବଙ୍କୁ ବିକାର ଠାରୁ ରକ୍ଷା କରନ୍ତି ଆଉ ଜୀବଙ୍କ ସବୁ ଭୟ ଦୂର କରନ୍ତି ଓ ସୁଖର ସମୁଦ୍ର ଦିଅନ୍ତି।
ਦਾਤਾ ਭੁਗਤਾ ਦੇਨਹਾਰੁ ਤਿਸੁ ਬਿਨੁ ਅਵਰੁ ਨ ਜਾਇ ॥
ସେହି ପରମାତ୍ମା ହିଁ ସବୁ ଦାନ ଦିଅନ୍ତି, ସବୁ ଜୀବଙ୍କ ଠାରେ ବ୍ୟାପକ ହୋଇ ସବୁ ପଦାର୍ଥ ଭୋଗନ୍ତି, ସବୁ କିଛି ଦେବାକୁ ସମର୍ଥ ହୁଅନ୍ତି, ତାଙ୍କ ବିନା ଜୀବଙ୍କ ପାଇଁ ଆଉ କୌଣସି ଜାଗା ଆଶ୍ରା ନାହିଁ।
ਜੋ ਚਾਹਹਿ ਸੋਈ ਮਿਲੈ ਨਾਨਕ ਹਰਿ ਗੁਨ ਗਾਇ ॥੧॥
ହେ ନାନକ! ସଦା ପରମାତ୍ମାଙ୍କ ଗୁଣ ଗାଅ, ଏହାଦ୍ଵାରା ଯାହା କିଛି ତୁ ଚାହିଁବୁ ତାହା ମିଳିଯାଏ।॥1॥
ਗੋਬਿੰਦ ਜਸੁ ਗਾਈਐ ਹਰਿ ਨੀਤ ॥
ହେ ମୋର ମିତ୍ର! ସର୍ବଦା ଗୋବିନ୍ଦ ପ୍ରଭୁଙ୍କ ମହିମା ଗାଇବା ଉଚିତ।
ਮਿਲਿ ਭਜੀਐ ਸਾਧਸੰਗਿ ਮੇਰੇ ਮੀਤ ॥੧॥ ਰਹਾਉ ॥
ସାଧୁସଙ୍ଗତିରେ ରହି ତାଙ୍କର ଭଜନ ସ୍ମରଣ କରିବା ଉଚିତ। ॥ରୁହ॥
ਸਲੋਕੁ ॥
ଶ୍ଳୋକ॥
ਕਰਉ ਬੰਦਨਾ ਅਨਿਕ ਵਾਰ ਸਰਨਿ ਪਰਉ ਹਰਿ ਰਾਇ ॥
ମୁଁ ପରମ ପ୍ରଭୁଙ୍କ ଶରଣ ପଡୁଛି ଆଉ ତାହାଙ୍କ ଦ୍ଵାରରେ ଅନେକ ବାର ନମସ୍କାର କରୁଛି।
ਭ੍ਰਮੁ ਕਟੀਐ ਨਾਨਕ ਸਾਧਸੰਗਿ ਦੁਤੀਆ ਭਾਉ ਮਿਟਾਇ ॥੨॥
ହେ ନାନକ! ସାଧୁ ସଙ୍ଗତିରେ ରହି ପ୍ରଭୁଙ୍କ ବିନା ଆଉ ଅନ୍ୟ ମୋହ-ପ୍ରେମ ଦୂର କରିଲେ ମନ ପଥଭ୍ରଷ୍ଟ ହୁଏ ନାହିଁ।॥2॥
ਪਉੜੀ॥
ਪਉੜੀ ॥
ପଉଡି॥
ਦੁਤੀਆ ਦੁਰਮਤਿ ਦੂਰਿ ਕਰਿ ਗੁਰ ਸੇਵਾ ਕਰਿ ਨੀਤ ॥
ଦ୍ଵିତୀୟ- ନିଜ ମନ୍ଦ ବୁଦ୍ଧିକୁ ତ୍ୟାଗ କର, ସର୍ବଦା ଗୁରୁଙ୍କ ସେବା କରିବା ଉଚିତ।
ਰਾਮ ਰਤਨੁ ਮਨਿ ਤਨਿ ਬਸੈ ਤਜਿ ਕਾਮੁ ਕ੍ਰੋਧੁ ਲੋਭੁ ਮੀਤ ॥
ହେ ମିତ୍ର! ନିଜ ଅନ୍ତରରୁ କା-କ୍ରୋଧ-ଲୋଭ ଦୂର କର, ଯେଉଁ ମନୁଷ୍ୟ ଏହି ଉଦ୍ୟମ କରେ ତାହାର ମନରେ, ହୃଦୟରେ ରତ୍ନ ଭଳି ମୂଲ୍ୟବାନ ପ୍ରଭୁ ନାମ ବାସ କରନ୍ତି।
ਮਰਣੁ ਮਿਟੈ ਜੀਵਨੁ ਮਿਲੈ ਬਿਨਸਹਿ ਸਗਲ ਕਲੇਸ ॥
ତୋର ମରଣ ଚାଲିଯିବ, ଆତ୍ମିକ ଜୀବନ ମିଳି ଯାଏ, ତାହାକୁ ସ୍ଵଚ୍ଛ ପବିତ୍ର ଜୀବନ ମିଳିଯାଏ। ତାହାର ସବୁ ଦୁଃଖ କଷ୍ଟ ଦୂର ହୋଇଯାଏ,
ਆਪੁ ਤਜਹੁ ਗੋਬਿੰਦ ਭਜਹੁ ਭਾਉ ਭਗਤਿ ਪਰਵੇਸ ॥
ଅହଂକାର ଦୂର କର ଆଉ ପରମାତ୍ମାଙ୍କ ଭଜନ କର। ଯେଉଁ ମନୁଷ୍ୟ ଏପରି କରିବା ପ୍ରଯତ୍ନ କରନ୍ତି ତାଙ୍କ ଅନ୍ତରରେ ପ୍ରଭୁ ପ୍ରେମ ବାସ କରେ, ପ୍ରଭୁଙ୍କ ଭକ୍ତି ବାସ କରେ।