ਸਭਿ ਜੀਅ ਤੇਰੇ ਤੂ ਸਭਸ ਦਾ ਤੂ ਸਭ ਛਡਾਹੀ ॥੪॥
ସମସ୍ତ ଜୀବ ଜନ୍ତୁ ତୋର ଅଟନ୍ତି ଆଉ ତୁ ସବୁଙ୍କ ମାଲିକ ଅଟୁ। ତୁ ସମସ୍ତ ଜୀବ ଜନ୍ତୁକୁ ମୁକ୍ତି ପ୍ରଦାନ କରୁ॥4॥
ਸਲੋਕ ਮਃ ੪ ॥
ଶ୍ଳୋକ ମହଲା 4॥
ਸੁਣਿ ਸਾਜਨ ਪ੍ਰੇਮ ਸੰਦੇਸਰਾ ਅਖੀ ਤਾਰ ਲਗੰਨਿ ॥
ପ୍ରଭୁଙ୍କ ପ୍ରେମ ଭରା ସନ୍ଦେଶ ଶୁଣି ଯାହାଙ୍କୁ ନେତ୍ର ଦର୍ଶନ ଆଶା ଲାଗିଥାଏ,
ਗੁਰਿ ਤੁਠੈ ਸਜਣੁ ਮੇਲਿਆ ਜਨ ਨਾਨਕ ਸੁਖਿ ਸਵੰਨਿ ॥੧॥
ହେ ନାନକ! ଗୁରୁ ପ୍ରସନ୍ନ ହୋଇ ତାହାକୁ ପ୍ରଭୁଙ୍କ ସହିତ ମିଳନ କରାଇଛନ୍ତି ଏବଂ ସେ ସୁଖରେ ରହିଥାଏ ॥1॥
ਮਃ ੪ ॥
ମହଲା 4॥
ਸਤਿਗੁਰੁ ਦਾਤਾ ਦਇਆਲੁ ਹੈ ਜਿਸ ਨੋ ਦਇਆ ਸਦਾ ਹੋਇ ॥
ଦାତା ସଦଗୁରୁ ବଡ ଦୟାଳୁ ଅଟନ୍ତି, ସେ ସର୍ବଦା ଦୟାର ଗୃହରେ ବାସ କରନ୍ତି।
ਸਤਿਗੁਰੁ ਅੰਦਰਹੁ ਨਿਰਵੈਰੁ ਹੈ ਸਭੁ ਦੇਖੈ ਬ੍ਰਹਮੁ ਇਕੁ ਸੋਇ ॥
ସଦଗୁରୁଙ୍କ ହୃଦୟରେ କାହା ସାଥିରେ ଶତ୍ରୁତା ନଥାଏ, ସେ ସର୍ବତ୍ର ଏକ ଈଶ୍ଵରଙ୍କୁ ଦେଖିଥାନ୍ତି।
ਨਿਰਵੈਰਾ ਨਾਲਿ ਜਿ ਵੈਰੁ ਚਲਾਇਦੇ ਤਿਨ ਵਿਚਹੁ ਤਿਸਟਿਆ ਨ ਕੋਇ ॥
ଯେଉଁ ପ୍ରାଣୀ ଶତୃହୀନ ସହିତ ଶତ୍ରୁତା କରିଥାଏ, ତାହାଠାରୁ ଦୁଃଖୀ କେହି ନଥାଏ।
ਸਤਿਗੁਰੁ ਸਭਨਾ ਦਾ ਭਲਾ ਮਨਾਇਦਾ ਤਿਸ ਦਾ ਬੁਰਾ ਕਿਉ ਹੋਇ ॥
ସଦଗୁରୁ ସମସ୍ତଙ୍କ ଭଲ ଚାହିଁ ଥାଆନ୍ତି, ତାହାଙ୍କ କିପରି ମନ୍ଦ ହେବ?
ਸਤਿਗੁਰ ਨੋ ਜੇਹਾ ਕੋ ਇਛਦਾ ਤੇਹਾ ਫਲੁ ਪਾਏ ਕੋਇ ॥
ଯେଉଁ ଶ୍ରଦ୍ଧା ଭାବନା ସହିତ କୌଣସି ମନୁଷ୍ୟ ସଦଗୁରୁଙ୍କ ପାଖକୁ ଯାଏ, ତାହାକୁ ସେପରି ହିଁ ଫଳ ପ୍ରାପ୍ତ ହୋଇଥାଏ।
ਨਾਨਕ ਕਰਤਾ ਸਭੁ ਕਿਛੁ ਜਾਣਦਾ ਜਿਦੂ ਕਿਛੁ ਗੁਝਾ ਨ ਹੋਇ ॥੨॥
ହେ ନାନକ! ବିଶ୍ଵର ରଚନା କରିଥିବା ପରମାତ୍ମାଙ୍କୁ କୌଣସି କଥା ଲୁଚି ରହେ ନାହିଁ, କାରଣ ସେ ସବୁ କିଛି ଜାଣିଥାନ୍ତି ॥2॥
ਪਉੜੀ ॥
ପଉଡି॥
ਜਿਸ ਨੋ ਸਾਹਿਬੁ ਵਡਾ ਕਰੇ ਸੋਈ ਵਡ ਜਾਣੀ ॥
ଯାହାକୁ ମାଲିକ ମହାନ କରିଥାନ୍ତି, ତାହାକୁ ହିଁ ମହାନ ବୁଝିବା ଉଚିତ।
ਜਿਸੁ ਸਾਹਿਬ ਭਾਵੈ ਤਿਸੁ ਬਖਸਿ ਲਏ ਸੋ ਸਾਹਿਬ ਮਨਿ ਭਾਣੀ ॥
ଯାହାକୁ ମାଲିକ ପସନ୍ଦ କରିଥାନ୍ତି, ସେ ତାହାକୁ କ୍ଷମା କରିଥାନ୍ତି ଆଉ ସେ ମାଲିକଙ୍କ ମନକୁ ପ୍ରିୟ ଲାଗିଥାଏ।
ਜੇ ਕੋ ਓਸ ਦੀ ਰੀਸ ਕਰੇ ਸੋ ਮੂੜ ਅਜਾਣੀ ॥
ସେ (ଜୀବ-ସ୍ତ୍ରୀ) ମୂର୍ଖ ଏବଂ ବୁଦ୍ଧିହୀନ ଅଟେ, ଯିଏ ତାହାଙ୍କ ସହିତ ତୁଳନା କରିଥାଏ।
ਜਿਸ ਨੋ ਸਤਿਗੁਰੁ ਮੇਲੇ ਸੁ ਗੁਣ ਰਵੈ ਗੁਣ ਆਖਿ ਵਖਾਣੀ ॥
ସଦଗୁରୁ ଯାହାଙ୍କୁ ପ୍ରଭୁଙ୍କ ସହିତ ମିଳନ କରାନ୍ତି, ସେ ହିଁ ପ୍ରଭୁଙ୍କ ଗୁଣସ୍ତୁତି କରି ଅନ୍ୟକୁ ଶୁଣାଇଥାଏ।
ਨਾਨਕ ਸਚਾ ਸਚੁ ਹੈ ਬੁਝਿ ਸਚਿ ਸਮਾਣੀ ॥੫॥
ହେ ନାନକ! ପରମାତ୍ମା ସର୍ବଦା ସତ୍ୟ ଅଟନ୍ତି, ଯିଏ ଏହି ତଥ୍ୟକୁ ବୁଝିଥାଏ, ସେ ସତ୍ୟରେ ହିଁ ରହିଥାଏ। ॥5॥
ਸਲੋਕ ਮਃ ੪ ॥
ଶ୍ଳୋକ ମହଲା 4 ॥
ਹਰਿ ਸਤਿ ਨਿਰੰਜਨ ਅਮਰੁ ਹੈ ਨਿਰਭਉ ਨਿਰਵੈਰੁ ਨਿਰੰਕਾਰੁ ॥
ଭଗବାନ ସତ୍ୟ, ମାୟା ରହିତ, ଅନଶ୍ଵର, ନିର୍ଭୀକ, ଶତୃହୀନ ଏବଂ ନିରାକାର ଅଟନ୍ତି।
ਜਿਨ ਜਪਿਆ ਇਕ ਮਨਿ ਇਕ ਚਿਤਿ ਤਿਨ ਲਥਾ ਹਉਮੈ ਭਾਰੁ ॥
ଯେଉଁ ମନୁଷ୍ୟ ଏକାଗ୍ରଚିତ୍ତ ହୋଇ ତାହାଙ୍କ ସ୍ମରଣ କରିଥାଏ, ସେ ଅହଙ୍କାରର ଭାରରେ ମୁକ୍ତି ପ୍ରାପ୍ତ କରିଥାଏ।
ਜਿਨ ਗੁਰਮੁਖਿ ਹਰਿ ਆਰਾਧਿਆ ਤਿਨ ਸੰਤ ਜਨਾ ਜੈਕਾਰੁ ॥
ଯେଉଁ ଗୁରୁମୁଖୀ ଭଗବାନଙ୍କ ଆରାଧନା କରିଛନ୍ତି, ବିଶ୍ବରେ ଏପରି ସନ୍ଥଜନଙ୍କ ବଡ ଲୋକପ୍ରିୟତା ହାସଲ ହୋଇଥାଏ।
ਕੋਈ ਨਿੰਦਾ ਕਰੇ ਪੂਰੇ ਸਤਿਗੁਰੂ ਕੀ ਤਿਸ ਨੋ ਫਿਟੁ ਫਿਟੁ ਕਹੈ ਸਭੁ ਸੰਸਾਰੁ ॥
ଯଦି କୌଣସି ବ୍ୟକ୍ତି ପୂର୍ଣ୍ଣ ସଦଗୁରୁଙ୍କୁ ନିନ୍ଦା କରିଥାଏ, ତାହାହେଲେ ତାହାକୁ ସାରା ଦୁନିଆ ପ୍ରତାଡିତ କରିଥାଏ।
ਸਤਿਗੁਰ ਵਿਚਿ ਆਪਿ ਵਰਤਦਾ ਹਰਿ ਆਪੇ ਰਖਣਹਾਰੁ ॥
ସଦଗୁରୁଙ୍କ ଭିତରେ ସ୍ଵୟଂ ଭଗବାନ ବାସ କରିଥାନ୍ତି ଆଉ ସ୍ଵୟଂ ହିଁ ତାହାଙ୍କ ରକ୍ଷକ ଅଟନ୍ତି।
ਧਨੁ ਧੰਨੁ ਗੁਰੂ ਗੁਣ ਗਾਵਦਾ ਤਿਸ ਨੋ ਸਦਾ ਸਦਾ ਨਮਸਕਾਰੁ ॥
ସେହି ଗୁରୁ ଧନ୍ୟ ଧନ୍ୟ ଅଟନ୍ତି, ଯିଏ ପ୍ରଭୁଙ୍କ ଗୁଣ ସ୍ତୁତି କରିଥାନ୍ତି, ତାହାଙ୍କୁ ମୁଁ ସର୍ବଦା ପ୍ରଣାମ କରିଥାଏ।
ਜਨ ਨਾਨਕ ਤਿਨ ਕਉ ਵਾਰਿਆ ਜਿਨ ਜਪਿਆ ਸਿਰਜਣਹਾਰੁ ॥੧॥
ହେ ନାନକ! ମୁଁ ତାହାଙ୍କ ପାଖରେ ତନ ମନରେ ସମର୍ପିତ ଯିଏ ସୃଜନହାର ପରମେଶ୍ଵରଙ୍କ ଆରାଧନା କରିଥାଏ ॥1॥
ਮਃ ੪ ॥
ମହଲା 4 ॥
ਆਪੇ ਧਰਤੀ ਸਾਜੀਅਨੁ ਆਪੇ ਆਕਾਸੁ ॥
ଇଶ୍ଵର ସ୍ଵୟଂ ହିଁ ଧରିତ୍ରୀ ବନାଇଛନ୍ତି ଆଉ ସ୍ଵୟଂ ହିଁ ଆକାଶ ବନାଇଛନ୍ତି।
ਵਿਚਿ ਆਪੇ ਜੰਤ ਉਪਾਇਅਨੁ ਮੁਖਿ ਆਪੇ ਦੇਇ ਗਿਰਾਸੁ ॥
ଏହି ଧରିତ୍ରିରେ ଇଶ୍ଵର ଜୀବଜନ୍ତୁ ଉତ୍ପନ୍ନ କରିଛନ୍ତି ଆଉ ସ୍ଵୟଂ ହିଁ ପ୍ରାଣୀଙ୍କ ମୁଖରେ ଭୋଜନ ଦିଅନ୍ତି।
ਸਭੁ ਆਪੇ ਆਪਿ ਵਰਤਦਾ ਆਪੇ ਹੀ ਗੁਣਤਾਸੁ ॥
ସେ ନିଜେ ସର୍ବବ୍ୟାପକ ହୋଇଛନ୍ତି ଆଉ ସ୍ଵୟଂ ହିଁ ଗୁଣର ଭଣ୍ଡାର ଅଟନ୍ତି।
ਜਨ ਨਾਨਕ ਨਾਮੁ ਧਿਆਇ ਤੂ ਸਭਿ ਕਿਲਵਿਖ ਕਟੇ ਤਾਸੁ ॥੨॥
ହେ ନାନକ! ତୁ ପ୍ରଭୁଙ୍କ ନାମର ଆରାଧନା କର, ସେ ତୋର ସବୁ ପାପ ନାଶ କରିଦେବେ ॥2॥
ਪਉੜੀ ॥
ପଉଡି॥
ਤੂ ਸਚਾ ਸਾਹਿਬੁ ਸਚੁ ਹੈ ਸਚੁ ਸਚੇ ਭਾਵੈ ॥
ହେ ସତ୍ୟର ପୁଞ୍ଜି ପରମାତ୍ମା! ତୁ ସର୍ବଦା ସତ୍ୟ ଅଟୁ, ସେହି ସତ୍ୟର ପୁଞ୍ଜିକୁ ସତ୍ୟ ହିଁ ପ୍ରିୟ ଲାଗିଥାଏ।
ਜੋ ਤੁਧੁ ਸਚੁ ਸਲਾਹਦੇ ਤਿਨ ਜਮ ਕੰਕਰੁ ਨੇੜਿ ਨ ਆਵੈ ॥
ହେ ସତ୍ୟସ୍ଵରୂପ ପ୍ରଭୁ! ଯେଉଁ ଯେଉଁ ପ୍ରାଣୀ ତୋର ପ୍ରଶଂସା କରିଥାନ୍ତି, ଯମଦୂତ ତାହାର ନିକଟକୁ ଆସେ ନାହିଁ।
ਤਿਨ ਕੇ ਮੁਖ ਦਰਿ ਉਜਲੇ ਜਿਨ ਹਰਿ ਹਿਰਦੈ ਸਚਾ ਭਾਵੈ ॥
ଯାହାର ହ୍ରୁଦୟକୁ ସତ୍ୟ ପ୍ରଭୁ ଭଲ ଲାଗିଥାନ୍ତି, ତାହାର ମୁଖ ତାହାଙ୍କ ଦରବାରରେ ଉଜ୍ଜଳ ହୋଇଯାଏ।
ਕੂੜਿਆਰ ਪਿਛਾਹਾ ਸਟੀਅਨਿ ਕੂੜੁ ਹਿਰਦੈ ਕਪਟੁ ਮਹਾ ਦੁਖੁ ਪਾਵੈ ॥
ମିଥ୍ୟାବାଦୀକୁ ପଛରୁ ଠେଲି ଦିଆଯାଏ, ମନରେ ମିଥ୍ୟା ଏବଂ ଛଳ କପଟ ହେବା କାରଣରୁ ସେ ମହାକଷ୍ଟ ସହନ କରିଥାଏ।
ਮੁਹ ਕਾਲੇ ਕੂੜਿਆਰੀਆ ਕੂੜਿਆਰ ਕੂੜੋ ਹੋਇ ਜਾਵੈ ॥੬॥
ମିଥ୍ୟାବାଦୀର ମୁଖ ସତ୍ୟର ଦରବାରରେ ମୁଁ କଳା ହୋଇଥାଏ, ମିଥ୍ୟାବାଦୀ କେବଳ ମିଥ୍ୟାବାଦୀ ହିଁ ରହିଥାଏ ॥6॥
ਸਲੋਕ ਮਃ ੪ ॥
ଶ୍ଳୋକ ମହଲା 4॥
ਸਤਿਗੁਰੁ ਧਰਤੀ ਧਰਮ ਹੈ ਤਿਸੁ ਵਿਚਿ ਜੇਹਾ ਕੋ ਬੀਜੇ ਤੇਹਾ ਫਲੁ ਪਾਏ ॥
ସଦଗୁରୁ ଧର୍ମର ଧରିତ୍ରୀ ଅଟନ୍ତି। ସେଥିରେ କେହି ଯେପରି ବୀଜ ବୁଣିଥାଏ, ସେ ସେପରି ହିଁ ଫଳ ପ୍ରାପ୍ତ କରିଥାଏ।
ਗੁਰਸਿਖੀ ਅੰਮ੍ਰਿਤੁ ਬੀਜਿਆ ਤਿਨ ਅੰਮ੍ਰਿਤ ਫਲੁ ਹਰਿ ਪਾਏ ॥
ଗୁରୁଙ୍କ ଶିଷ୍ୟ ନାମ-ଅମୃତ ବୁଣିଥାଏ ଏବଂ ଈଶ୍ଵରଙ୍କୁ ନିଜ ଅମୃତ ଫଳ ରୂପରେ ପ୍ରାପ୍ତ କରିଥାଏ।
ਓਨਾ ਹਲਤਿ ਪਲਤਿ ਮੁਖ ਉਜਲੇ ਓਇ ਹਰਿ ਦਰਗਹ ਸਚੀ ਪੈਨਾਏ ॥
ଏହି ଲୋକ ଏବଂ ପରଲୋକରେ ତାହାର ମୁଖ ଉଜ୍ଜଳ ହୋଇଥାଏ, ପ୍ରଭୁଙ୍କ ସଚ୍ଚା ଦରବାରରେ ତାହାକୁ ମାନ-ସମ୍ମାନ ମିଳିଥାଏ।
ਇਕਨੑਾ ਅੰਦਰਿ ਖੋਟੁ ਨਿਤ ਖੋਟੁ ਕਮਾਵਹਿ ਓਹੁ ਜੇਹਾ ਬੀਜੇ ਤੇਹਾ ਫਲੁ ਖਾਏ ॥
କିଛି ଲୋକଙ୍କ ମନରେ କପଟ ଥାଏ ଆଉ ସେ ସର୍ବଦା କପଟ ଅର୍ଜ୍ଜ୍ନ କରିଥାଏ, ଯେପରି ବୀଜ ବୁଣିଥାଏ, ସେ ସେପରି ହିଁ ଫଳ ପ୍ରାପ୍ତ କରିଥାଏ।