ODIA PAGE 306

ਜਿਸ ਨੋ ਦਇਆਲੁ ਹੋਵੈ ਮੇਰਾ ਸੁਆਮੀ ਤਿਸੁ ਗੁਰਸਿਖ ਗੁਰੂ ਉਪਦੇਸੁ ਸੁਣਾਵੈ ॥
ଯାହା ଉପରେ ମୋର ସ୍ଵାମୀ ଦୟାଳୁ ହୋଇଥାନ୍ତି, ସେହି ଗୁରୁଶିଖକୁ ଗୁରୁ ଉପଦେଶ ଦେଇଥାନ୍ତି।

ਜਨੁ ਨਾਨਕੁ ਧੂੜਿ ਮੰਗੈ ਤਿਸੁ ਗੁਰਸਿਖ ਕੀ ਜੋ ਆਪਿ ਜਪੈ ਅਵਰਹ ਨਾਮੁ ਜਪਾਵੈ ॥੨॥
ନାନକ ମଧ୍ୟ ସେହି ଗୁରୁଶିଖର ଚରଣ ଧୂଳି ମାଗିଥାନ୍ତି, ଯିଏ ସ୍ଵୟଂ ନାମ ଜପିଥାନ୍ତି ଆଉ ଅନ୍ୟକୁ ଜପାଇଥାନ୍ତି। ॥2॥

ਪਉੜੀ ॥
ପଉଡି॥

ਜੋ ਤੁਧੁ ਸਚੁ ਧਿਆਇਦੇ ਸੇ ਵਿਰਲੇ ਥੋੜੇ ॥
ହେ ସତ୍ୟସ୍ଵରୂପ ପ୍ରଭୁ! କେହି ବିରଳ ବ୍ୟକ୍ତି ହିଁ, ତୋର ଧ୍ୟାନ ମନନ କରିଥାଏ।

ਜੋ ਮਨਿ ਚਿਤਿ ਇਕੁ ਅਰਾਧਦੇ ਤਿਨ ਕੀ ਬਰਕਤਿ ਖਾਹਿ ਅਸੰਖ ਕਰੋੜੇ ॥
ଯେଉଁ ମନୁଷ୍ୟ ପୂର୍ଣ୍ଣ ଏକାଗ୍ରଚିତ୍ତ ହୋଇ ଏକ ଈଶ୍ଵରଙ୍କ ଆରାଧନା କରିଥାଏ, ତାହାଙ୍କ ଦ୍ଵାରା ଅନେକ ଲୋକ ଉପକୃତ ହୋଇଥାନ୍ତି।

ਤੁਧੁਨੋ ਸਭ ਧਿਆਇਦੀ ਸੇ ਥਾਇ ਪਏ ਜੋ ਸਾਹਿਬ ਲੋੜੇ ॥
ହେ ପ୍ରଭୁ! ଏପରି ତ ସାରା ସୃଷ୍ଟି ତୋର ଚିନ୍ତନ କରିଥାଏ, ପରନ୍ତୁ, ସ୍ଵୀକୃତ ସିଏ ହୋଇଥାଏ, ଯିଏ ଯାହାକୁ ତୁମେ ପସନ୍ଦ କରିଥାଅ।

ਜੋ ਬਿਨੁ ਸਤਿਗੁਰ ਸੇਵੇ ਖਾਦੇ ਪੈਨਦੇ ਸੇ ਮੁਏ ਮਰਿ ਜੰਮੇ ਕੋੜ੍ਹੇ ॥
ସଦଗୁରୁଙ୍କ ସେବା ବିହୀନ ରହି ଯେଉଁ ମନୁଷ୍ୟ ଖାଇବା, ପିଇବା ଏବଂ ପିନ୍ଧିବାରେ ମଗ୍ନ ରହିଥାଏ, ସେ ବାରମ୍ବାର ଜନ୍ମ ନେଇଥାଏ।

ਓਇ ਹਾਜਰੁ ਮਿਠਾ ਬੋਲਦੇ ਬਾਹਰਿ ਵਿਸੁ ਕਢਹਿ ਮੁਖਿ ਘੋਲੇ ॥
ଏପରି ମନୁଷ୍ୟ ସମ୍ମୁଖରେ ମିଠା କଥା କହିଥାନ୍ତି, ପରନ୍ତୁ, ପାଶ୍ଚାତରେ ବିଷ ଖୁଆଇଥାନ୍ତି।

ਮਨਿ ਖੋਟੇ ਦਯਿ ਵਿਛੋੜੇ ॥੧੧॥
ଏପରି ମନର ମନ୍ଦ ବ୍ୟକ୍ତିକୁ ଇଶ୍ଵର ବିଚ୍ଛେଦ କରିଛନ୍ତି ॥11॥

ਸਲੋਕ ਮਃ ੪ ॥
ଶ୍ଳୋକ ମହଲା 4 ॥

ਮਲੁ ਜੂਈ ਭਰਿਆ ਨੀਲਾ ਕਾਲਾ ਖਿਧੋਲੜਾ ਤਿਨਿ ਵੇਮੁਖਿ ਵੇਮੁਖੈ ਨੋ ਪਾਇਆ ॥
ସେହି ବିମୁଖ ଅନ୍ୟ ବିମୁଖକୁ ନୀଳ ଏବଂ କଳା ପୋଷାକ ପିନ୍ଧାଇ ଗୁରୁଙ୍କ ବିରୋଧ କରାନ୍ତି।

ਪਾਸਿ ਨ ਦੇਈ ਕੋਈ ਬਹਣਿ ਜਗਤ ਮਹਿ ਗੂਹ ਪੜਿ ਸਗਵੀ ਮਲੁ ਲਾਇ ਮਨਮੁਖੁ ਆਇਆ ॥
ଏହି ଜଗତରେ ତାହାକୁ କେହି ନିକଟ ବସାନ୍ତି ନାହିଁ, ମଇଳାରେ ପଡି ସେହି ମନମୁଖୀ ଫେରି ଆସେ।

ਪਰਾਈ ਜੋ ਨਿੰਦਾ ਚੁਗਲੀ ਨੋ ਵੇਮੁਖੁ ਕਰਿ ਕੈ ਭੇਜਿਆ ਓਥੈ ਭੀ ਮੁਹੁ ਕਾਲਾ ਦੁਹਾ ਵੇਮੁਖਾ ਦਾ ਕਰਾਇਆ ॥
ଯେଉଁ ମନୁଷ୍ୟ ପର ନିନ୍ଦା ଏବଂ ଚୁଗୁଲି କରିବା ପାଇଁ ଆସିଥାଏ, ସେଠାରେ ତାହାର ମୁହଁ ମଧ୍ୟ କଳା କରାଯାଏ।

ਤੜ ਸੁਣਿਆ ਸਭਤੁ ਜਗਤ ਵਿਚਿ ਭਾਈ ਵੇਮੁਖੁ ਸਣੈ ਨਫਰੈ ਪਉਲੀ ਪਉਦੀ ਫਾਵਾ ਹੋਇ ਕੈ ਉਠਿ ਘਰਿ ਆਇਆ ॥
ହେ ଭାଇ! ଜଗତରେ ଶୁଣାଯାଇଛି ଯେ ବିମୁଖକୁ ନୌକାର ସହିତ ଜୋତା ମାଡ ଖାଇବାକୁ ପଡିଥାଏ।

ਅਗੈ ਸੰਗਤੀ ਕੁੜਮੀ ਵੇਮੁਖੁ ਰਲਣਾ ਨ ਮਿਲੈ ਤਾ ਵਹੁਟੀ ਭਤੀਜੀਂ ਫਿਰਿ ਆਣਿ ਘਰਿ ਪਾਇਆ ॥
ପରେ, ସମ୍ବନ୍ଧୀୟ ପାଖରେ ବସେ , ତାହାହେଲେ ମଧ୍ୟ ପୁଣି ପତ୍ନୀ ତଥା ପୁତୁରା ଘରକୁ ନେଇ ଆସନ୍ତି,

ਹਲਤੁ ਪਲਤੁ ਦੋਵੈ ਗਏ ਨਿਤ ਭੁਖਾ ਕੂਕੇ ਤਿਹਾਇਆ ॥
ତାହାର ଲୋକ ପରଲୋକ ଦୁଇଟି ବ୍ୟର୍ଥ ହୋଇଯାଏ ଆଉ ଭୋକିଲା ଓ ତୃଷାର୍ତ୍ତ ରହିଥାଏ।

ਧਨੁ ਧਨੁ ਸੁਆਮੀ ਕਰਤਾ ਪੁਰਖੁ ਹੈ ਜਿਨਿ ਨਿਆਉ ਸਚੁ ਬਹਿ ਆਪਿ ਕਰਾਇਆ ॥
ଜଗତର ସ୍ଵାମୀ କର୍ତ୍ତା ଧନ୍ୟ ଅଟେ, ଯିଏ ନ୍ୟାୟର ଆସନରେ ବସି ସ୍ଵୟଂ ସଚ୍ଚା ନ୍ୟାୟ କରାଇଥାନ୍ତି।

ਜੋ ਨਿੰਦਾ ਕਰੇ ਸਤਿਗੁਰ ਪੂਰੇ ਕੀ ਸੋ ਸਾਚੈ ਮਾਰਿ ਪਚਾਇਆ ॥
ଯେଉଁ ମନୁଷ୍ୟ ପୂର୍ଣ୍ଣ ସଦଗୁରୁଙ୍କ ନିନ୍ଦା କରିଥାଏ, ତାହାକୁ ସଚ୍ଚା ସ୍ଵାମୀ ମାରି ଫିଙ୍ଗିଥାନ୍ତି।

ਏਹੁ ਅਖਰੁ ਤਿਨਿ ਆਖਿਆ ਜਿਨਿ ਜਗਤੁ ਸਭੁ ਉਪਾਇਆ ॥੧॥
ଏହି ନ୍ୟାୟର ବଚନ ସେହି ସେହି ଇଶ୍ଵର ସ୍ଵୟଂ କହିଛନ୍ତି, ଯିଏ ଏହି ସୃଷ୍ଟିର ରଚନା କରିଛନ୍ତି ॥1॥

ਮਃ ੪ ॥
ମହଲା 4 ॥

ਸਾਹਿਬੁ ਜਿਸ ਕਾ ਨੰਗਾ ਭੁਖਾ ਹੋਵੈ ਤਿਸ ਦਾ ਨਫਰੁ ਕਿਥਹੁ ਰਜਿ ਖਾਏ ॥
ଯାହାର ସ୍ଵାମୀ କାଙ୍ଗଳ ଅଟେ, ତାହାର ନୌକର କିପରି ପେଟ ଭରି ଖାଇପାରିବ।

ਜਿ ਸਾਹਿਬ ਕੈ ਘਰਿ ਵਥੁ ਹੋਵੈ ਸੁ ਨਫਰੈ ਹਥਿ ਆਵੈ ਅਣਹੋਦੀ ਕਿਥਹੁ ਪਾਏ ॥
ଯଦି ସ୍ଵାମୀର ଘରେ କୌଣସି ବସ୍ତୁ ଥାଏ, ତାହାକୁ ତାହାର ନଉକର ପ୍ରାପ୍ତ କରିପାରେ, ପରନ୍ତୁ, ଯଦି ନଥାଏ ସେ କିପରି ପାଇବ?

ਜਿਸ ਦੀ ਸੇਵਾ ਕੀਤੀ ਫਿਰਿ ਲੇਖਾ ਮੰਗੀਐ ਸਾ ਸੇਵਾ ਅਉਖੀ ਹੋਈ ॥
ଯାହାର ସେବା କରିବାର ହିସାବ ମଗାଯାଏ, ସେହି ସେବା କଠିନ ଓ ଅନୁପୋଯୋଗୀ ଅଟେ।

ਨਾਨਕ ਸੇਵਾ ਕਰਹੁ ਹਰਿ ਗੁਰ ਸਫਲ ਦਰਸਨ ਕੀ ਫਿਰਿ ਲੇਖਾ ਮੰਗੈ ਨ ਕੋਈ ॥੨॥
ହେ ନାନକ! ଯେଉଁ ଇଶ୍ଵର ଏବଂ ଗୁରୁଙ୍କ ଦର୍ଶନ (ମାନବ ଜନ୍ମକୁ) ସଫଳ କରିଥାଏ, ତାହାଙ୍କ ସେବା କର, ଯାହା ଫଳରେ ପୁଣି କିଏ ହିସାବ ମାଗିବ ନାହିଁ ॥2॥

ਪਉੜੀ ॥
ପଉଡି ॥

ਨਾਨਕ ਵੀਚਾਰਹਿ ਸੰਤ ਜਨ ਚਾਰਿ ਵੇਦ ਕਹੰਦੇ ॥
ହେ ନାନକ!ସନ୍ଥଜନ ବିଚାର କରିଥାନ୍ତି ଆଉ ଚାରି ବେଦ କହିଥାନ୍ତି ଯେ

ਭਗਤ ਮੁਖੈ ਤੇ ਬੋਲਦੇ ਸੇ ਵਚਨ ਹੋਵੰਦੇ ॥
ଯେଉଁ ବଚନ ମୁଖରେ ବୋଲିଥାନ୍ତି, ସେ ସତ୍ୟରେ ହିଁ ପୁରା ହୋଇଯାଏ।

ਪ੍ਰਗਟ ਪਹਾਰਾ ਜਾਪਦਾ ਸਭਿ ਲੋਕ ਸੁਣੰਦੇ ॥
ଭକ୍ତ ସଂପୂର୍ଣ୍ଣ ଜଗତରେ ଲୋକପ୍ରିୟ ହୋଇଯାନ୍ତି, ତାହାର ଶୋଭା ସବୁଲୋକ ଶୁଣିଥାନ୍ତି।

ਸੁਖੁ ਨ ਪਾਇਨਿ ਮੁਗਧ ਨਰ ਸੰਤ ਨਾਲਿ ਖਹੰਦੇ ॥
ଯେଉଁ ଲୋକ ସନ୍ଥ ସହିତ ବିରୋଧ କରିଥାନ୍ତି, ସେ ସୁଖ ପାଏ ନାହିଁ।

ਓਇ ਲੋਚਨਿ ਓਨਾ ਗੁਣੈ ਨੋ ਓਇ ਅਹੰਕਾਰਿ ਸੜੰਦੇ ॥
ସେହି ଦୋଷୀ ଅହଂକାରରେ ଜଳିଥାଏ, ପରନ୍ତୁ ସନ୍ଥଜନଙ୍କ ଗୁଣକୁ ବ୍ୟାକୁଳ ହୋଇଥାନ୍ତି।

ਓਇ ਵਿਚਾਰੇ ਕਿਆ ਕਰਹਿ ਜਾ ਭਾਗ ਧੁਰਿ ਮੰਦੇ ॥
ଏହି ଦୋଷୀ ମନୁଷ୍ୟର ବଶରେ ମଧ୍ୟ କଣ ଅଛି? କାରଣ, ଆଦି କାଳରୁ କୁସଂସ୍କାର ହିଁ ତାହାର ଭାଗ୍ୟ ଅଟେ।

ਜੋ ਮਾਰੇ ਤਿਨਿ ਪਾਰਬ੍ਰਹਮਿ ਸੇ ਕਿਸੈ ਨ ਸੰਦੇ ॥
ସେହି ପରଂବ୍ରହ୍ମ ଯାହାକୁ ନାଶ କରିଛନ୍ତି, ସେ କାହାର ମଧ୍ୟ ମିତ୍ର ହୁଏନାହିଁ।

ਵੈਰੁ ਕਰਹਿ ਨਿਰਵੈਰ ਨਾਲਿ ਧਰਮ ਨਿਆਇ ਪਚੰਦੇ ॥
ଏହି ଧର୍ମର ନ୍ୟାୟ ଯେ, ଯିଏ ଶତ୍ରୁହୀନ ସହିତ ଶତ୍ରୁ କରିଥାଏ, ସେ ନଷ୍ଟ ହୋଇଯାଏ।

ਜੋ ਜੋ ਸੰਤਿ ਸਰਾਪਿਆ ਸੇ ਫਿਰਹਿ ਭਵੰਦੇ ॥
ଯାହାକୁ ସନ୍ଥ ତିରସ୍କାର କରିଥାନ୍ତି, ସେ ପଥଭ୍ରଷ୍ଟ ହୋଇଥାଏ।

ਪੇਡੁ ਮੁੰਢਾਹੂੰ ਕਟਿਆ ਤਿਸੁ ਡਾਲ ਸੁਕੰਦੇ ॥੧੨॥
ଯେତେବେଳେ ବୃକ୍ଷ ମୂଳରୁ ଉପୁଡିଯାଏ, ତାହାର ସବୁ ଅଂଶ ଶୁଖିଯାଏ ॥12॥

ਸਲੋਕ ਮਃ ੪ ॥
ଶ୍ଳୋକ ମହଲା 4 ॥

error: Content is protected !!