ਤਿਸੁ ਅਗੈ ਪਿਛੈ ਢੋਈ ਨਾਹੀ ਗੁਰਸਿਖੀ ਮਨਿ ਵੀਚਾਰਿਆ ॥
ଗୁରୁଙ୍କ ଶିଷ୍ୟ ନିଜ ହୃଦୟରେ ବିଚାର କରି ନେଇଛି ଯେ ତାହାକୁ ଲୋକ ପରଲୋକରେ ସହର ମିଳେନାହିଁ।
ਸਤਿਗੁਰੂ ਨੋ ਮਿਲੇ ਸੇਈ ਜਨ ਉਬਰੇ ਜਿਨ ਹਿਰਦੈ ਨਾਮੁ ਸਮਾਰਿਆ ॥
ଯେଉଁ ବ୍ୟକ୍ତି ସଦଗୁରୁଙ୍କ ସହିତ ମିଶିଥାଏ ଆଉ ନିଜ ହୃଦୟରେ ନାମ ଚିନ୍ତନ କରିଥାଏ, ସେ ଭବସାଗରରୁ ପାର ହୋଇଯାଏ।
ਜਨ ਨਾਨਕ ਕੇ ਗੁਰਸਿਖ ਪੁਤਹਹੁ ਹਰਿ ਜਪਿਅਹੁ ਹਰਿ ਨਿਸਤਾਰਿਆ ॥੨॥
ନାନକଙ୍କ ଗୁରୁଶିଖ ପୁତ୍ର! ଈଶ୍ବରଙ୍କ ନାମ ଜପ (କାରଣ) ଇଶ୍ଵର ଭବସାଗରରୁ ପାର କରାଇ ଦିଅନ୍ତି ॥2॥
ਮਹਲਾ ੩ ॥
ମହଲା 3॥
ਹਉਮੈ ਜਗਤੁ ਭੁਲਾਇਆ ਦੁਰਮਤਿ ਬਿਖਿਆ ਬਿਕਾਰ ॥
ଅହଂକାର ସାରା ଦୁନିଆକୁ ପଥଭ୍ରଷ୍ଟ କରିଅଛି, ଏଥିପାଇଁ, ଦୁନିଆ ମନ୍ଦ ବୁଦ୍ଧି କାରଣରୁ ବିକାରରେ ଫସି ରହିଛି।
ਸਤਿਗੁਰੁ ਮਿਲੈ ਤ ਨਦਰਿ ਹੋਇ ਮਨਮੁਖ ਅੰਧ ਅੰਧਿਆਰ ॥
ଯେଉଁ ମନୁଷ୍ୟ ଗୁରୁଙ୍କ ସହିତ ମିଶିଥାଏ, ତାହା ଉପରେ ଭଗବାନ କୃପା କରିଥାନ୍ତି, ଅନ୍ୟଥା ସ୍ଵେଚ୍ଛାଚାରୀ ମନୁଷ୍ୟ ପାଇଁ ଅଜ୍ଞାନର ଅନ୍ଧକାର ବନିରହିଥାଏ।
ਨਾਨਕ ਆਪੇ ਮੇਲਿ ਲਏ ਜਿਸ ਨੋ ਸਬਦਿ ਲਾਏ ਪਿਆਰੁ ॥੩॥
ହେ ନାନକ! ପ୍ରଭୁ ଯାହାକୁ ପ୍ରେମ ଶବ୍ଦରେ ଲଗାଇଥାନ୍ତି, ତାହାକୁ ସ୍ଵୟଂ ହିଁ ନିଜ ସାଥିରେ ମିଳାଇଥାନ୍ତି ॥3॥
ਪਉੜੀ ॥
ପଉଡି॥
ਸਚੁ ਸਚੇ ਕੀ ਸਿਫਤਿ ਸਲਾਹ ਹੈ ਸੋ ਕਰੇ ਜਿਸੁ ਅੰਦਰੁ ਭਿਜੈ ॥
ସତ୍ୟସ୍ଵରୂପ ପ୍ରଭୁଙ୍କ ଗୁଣସ୍ତୁତି ସର୍ବଦା ସ୍ଥିର ରହିଥାଏ, ଏହି ଗୁଣସ୍ତୁତି ସେହି ମନୁଷ୍ୟ କରିପାରେ, ଯାହାର ହୃଦୟରେ ପ୍ରଶଂସାରେ ଭିଜିଥାଏ।
ਜਿਨੀ ਇਕ ਮਨਿ ਇਕੁ ਅਰਾਧਿਆ ਤਿਨ ਕਾ ਕੰਧੁ ਨ ਕਬਹੂ ਛਿਜੈ ॥
ଯେଉଁ ମନୁଷ୍ୟ ଏକାଗ୍ରଚିତ୍ତ ହୋଇ ଏକ ଈଶ୍ଵରଙ୍କ ସ୍ମରଣ କରିଥାଏ, ତାହାର ଶରୀର କେବେ କ୍ଷୀଣ ହୋଇନଥାଏ।
ਧਨੁ ਧਨੁ ਪੁਰਖ ਸਾਬਾਸਿ ਹੈ ਜਿਨ ਸਚੁ ਰਸਨਾ ਅੰਮ੍ਰਿਤੁ ਪਿਜੈ ॥
ସେହି ବ୍ୟକ୍ତି ଧନ୍ୟ ଏବଂ ଉପମାଯୋଗ୍ୟ ଅଟେ, ଯିଏ ସତ୍ୟନାମ ଚାଖିଥାଏ।
ਸਚੁ ਸਚਾ ਜਿਨ ਮਨਿ ਭਾਵਦਾ ਸੇ ਮਨਿ ਸਚੀ ਦਰਗਹ ਲਿਜੈ ॥
ଯାହାର ହୃଦୟରେ ସତ୍ୟସ୍ଵରୂପ ପରମାତ୍ମା ପ୍ରିୟା ଲାଗିଥାନ୍ତି, ସେ ସତ୍ୟର ଦରବାରରେ ସମ୍ମାନିତ ହୋଇଥାଏ।
ਧਨੁ ਧੰਨੁ ਜਨਮੁ ਸਚਿਆਰੀਆ ਮੁਖ ਉਜਲ ਸਚੁ ਕਰਿਜੈ ॥੨੦॥
ସତ୍ୟବାଦୀର ଜନ୍ମ ଧନ୍ୟ ଅଟେ ଯାହାର ଚେହେରାକୁ ସତ୍ୟ ଉଜ୍ଜଳ କରିଥାଏ ॥20॥
ਸਲੋਕ ਮਃ ੪ ॥
ଶ୍ଳୋକ ମହଲା 4 ॥
ਸਾਕਤ ਜਾਇ ਨਿਵਹਿ ਗੁਰ ਆਗੈ ਮਨਿ ਖੋਟੇ ਕੂੜਿ ਕੂੜਿਆਰੇ ॥
ଯଦି ଶାକ୍ତ ମନୁଷ୍ୟ ଗୁରୁଙ୍କ ସମ୍ମୁଖକୁ ଯାଇ ନତମସ୍ତକ ହୁଏ, ତଥାପି, ମନରେ ଦ୍ଵିଧା ଥିବା କାରଣରୁ ମିଥ୍ୟାର ବ୍ୟାପାରୀ ବନିରହିଥାଏ।
ਜਾ ਗੁਰੁ ਕਹੈ ਉਠਹੁ ਮੇਰੇ ਭਾਈ ਬਹਿ ਜਾਹਿ ਘੁਸਰਿ ਬਗੁਲਾਰੇ ॥
ଯେତେବେଳେ ଗୁରୁଜୀ କହନ୍ତି ଯେ- ହେ ମୋର ଭାଇ, ସାବଧାନ ହୋଇଯାଅ, ଏହି ଶାକ୍ତ ବଡ ଭଳି ସମସ୍ତଙ୍କ ସହିତ ମିଶି ବସିଯାଏ।
ਗੁਰਸਿਖਾ ਅੰਦਰਿ ਸਤਿਗੁਰੁ ਵਰਤੈ ਚੁਣਿ ਕਢੇ ਲਧੋਵਾਰੇ ॥
ଗୁରୁଶିଖର ମନରେ ସଦଗୁରୁ ବସିଥାନ୍ତି, ଏଥିପାଇଁ, ଶିଖ ସହିତ ମିଶି ବସିଥିବା ଶାକ୍ତ ଧରାପଡିଯାଏ ଊ ତାହାକୁ ବାହାରକୁ କାଢି ଦିଆଯାଏ।
ਓਇ ਅਗੈ ਪਿਛੈ ਬਹਿ ਮੁਹੁ ਛਪਾਇਨਿ ਨ ਰਲਨੀ ਖੋਟੇਆਰੇ ॥
ସେ ଆଗ ପଛ ହୋଇ ମୁହଁ ଲୁଚାଇଥାଏ, କିନ୍ତୁ ମିଥ୍ୟା ବ୍ୟାପାରୀ ସତସଙ୍ଗରେ ରହିପାରିବ ନାହିଁ।
ਓਨਾ ਦਾ ਭਖੁ ਸੁ ਓਥੈ ਨਾਹੀ ਜਾਇ ਕੂੜੁ ਲਹਨਿ ਭੇਡਾਰੇ ॥
ଶାକ୍ତ ମନୁଷ୍ୟର ଭୋଜନ ଗୁରୁମୁଖୀ ସହିତ ହୁଏନାହିଁ, ଏଥିପାଇଁ, ମେଣ୍ଢା ଭଳି ଅନ୍ୟ ସ୍ଥାନକୁ ଯାଇ ମିଥ୍ୟା ପ୍ରାପ୍ତ କରିଥାନ୍ତି।
ਜੇ ਸਾਕਤੁ ਨਰੁ ਖਾਵਾਈਐ ਲੋਚੀਐ ਬਿਖੁ ਕਢੈ ਮੁਖਿ ਉਗਲਾਰੇ ॥
ଯଦି ଶାକ୍ତ ମନୁଷ୍ୟକୁ ନାମ ରୂପୀ ଭଲ ପଦାର୍ଥ ଦିଆଯାଏ, ତଥାପି ତାହାର ମୁହଁରୁ ବିଷ (ନିନ୍ଦା) ହିଁ ବାହାରିଥାଏ।
ਹਰਿ ਸਾਕਤ ਸੇਤੀ ਸੰਗੁ ਨ ਕਰੀਅਹੁ ਓਇ ਮਾਰੇ ਸਿਰਜਣਹਾਰੇ ॥
“(ହେ ସନ୍ଥଜନ!) ଶାକ୍ତ ମନୁଷ୍ୟ ସଙ୍ଗତି କର ନାହିଁ, କାରଣ ଜଗତର ରଚୟିତା ସ୍ଵୟଂ ତାହାକୁ ମୃତ କରିଦେଇଛନ୍ତି,
ਜਿਸ ਕਾ ਇਹੁ ਖੇਲੁ ਸੋਈ ਕਰਿ ਵੇਖੈ ਜਨ ਨਾਨਕ ਨਾਮੁ ਸਮਾਰੇ ॥੧॥
ଏହି ଖେଳ ଯେଉଁ ଈଶ୍ଵରଙ୍କ ଅଟେ, ସେ ସ୍ଵୟଂ ଏହି ଖେଳକୁ ରଚି ଦେଖୁଛନ୍ତି, ହେ ନାନକ! ତୁମେ ଈଶ୍ଵରଙ୍କ ନାମ ସ୍ମରଣ କର ॥1॥
ਮਃ ੪ ॥
ମହଲା 4॥
ਸਤਿਗੁਰੁ ਪੁਰਖੁ ਅਗੰਮੁ ਹੈ ਜਿਸੁ ਅੰਦਰਿ ਹਰਿ ਉਰਿ ਧਾਰਿਆ ॥
ମହାପୁରୁଷ ସଦଗୁରୁ ଅଗମ୍ୟ ଅଟନ୍ତି, ଯିଏ ନିଜ ହୃଦୟରେ ଭଗବାନଙ୍କୁ ଧାରଣ କରିଛନ୍ତି।
ਸਤਿਗੁਰੂ ਨੋ ਅਪੜਿ ਕੋਇ ਨ ਸਕਈ ਜਿਸੁ ਵਲਿ ਸਿਰਜਣਹਾਰਿਆ ॥
ସଦଗୁରୁଙ୍କ ସମକକ୍ଷ କେହି ହୋଇପାରେ ନାହିଁ, କାରଣ ପରମାତ୍ମା ତାହାଙ୍କ ପକ୍ଷରେ ଅଛନ୍ତି।
ਸਤਿਗੁਰੂ ਕਾ ਖੜਗੁ ਸੰਜੋਉ ਹਰਿ ਭਗਤਿ ਹੈ ਜਿਤੁ ਕਾਲੁ ਕੰਟਕੁ ਮਾਰਿ ਵਿਡਾਰਿਆ ॥
ଭଗବାନଙ୍କ ଭକ୍ତି ହିଁ ସଦଗୁରୁଙ୍କ ଖଣ୍ଡା ଆଉ ଢାଲ ଅଟେ। ଯାହା ଦ୍ଵାରା ସେ କାଳ ରୂପୀ କଣ୍ଟକକୁ ମାରି ଦୂରକୁ ଫିଙ୍ଗି ଦେଇଛନ୍ତି।
ਸਤਿਗੁਰੂ ਕਾ ਰਖਣਹਾਰਾ ਹਰਿ ਆਪਿ ਹੈ ਸਤਿਗੁਰੂ ਕੈ ਪਿਛੈ ਹਰਿ ਸਭਿ ਉਬਾਰਿਆ ॥
ଇଶ୍ଵର ସ୍ଵୟଂ ସଦଗୁରୁଙ୍କ ରଖୁଆଳ ଅଟନ୍ତି। ଯିଏ ସଦଗୁରୁଙ୍କ ପଦ ଚିହ୍ନ ଉପରେ ଚାଲିଥାଏ, ପ୍ରଭୁ ସେହି ସମସ୍ତଙ୍କୁ ନିଜେ ହିଁ ବଞ୍ଚାଇଥାନ୍ତି।
ਜੋ ਮੰਦਾ ਚਿਤਵੈ ਪੂਰੇ ਸਤਿਗੁਰੂ ਕਾ ਸੋ ਆਪਿ ਉਪਾਵਣਹਾਰੈ ਮਾਰਿਆ ॥
ଯେଉଁ ମନୁଷ୍ୟ ପୂର୍ଣ୍ଣ ସଦଗୁରୁଙ୍କ ମନ୍ଦ ଚିନ୍ତା କରିଥାଏ, ତାହାକୁ ଜାତ କରିବା ବାଲା ପ୍ରଭୁ ସ୍ଵୟଂ ହିଁ ନଷ୍ଟ କରିଥାନ୍ତି।
ਏਹ ਗਲ ਹੋਵੈ ਹਰਿ ਦਰਗਹ ਸਚੇ ਕੀ ਜਨ ਨਾਨਕ ਅਗਮੁ ਵੀਚਾਰਿਆ ॥੨॥
ଏହି ନ୍ୟାୟ ଭଗବାନଙ୍କ ଦରବାରରେ ହୋଇଥାଏ। ହେ ନାନକ! ଅଗମ୍ୟ ହରିଙ୍କ ସ୍ମରଣ କରିଲେ ଏହି ଜ୍ଞାନ ମିଳିଥାଏ ॥2॥
ਪਉੜੀ ॥
ପଉଡି॥
ਸਚੁ ਸੁਤਿਆ ਜਿਨੀ ਅਰਾਧਿਆ ਜਾ ਉਠੇ ਤਾ ਸਚੁ ਚਵੇ ॥
ଯେଉଁ ବ୍ୟକ୍ତି ଶୋଇବା ସମୟରେ ମଧ୍ୟ ସତ୍ୟର ଆରାଧନା କରିଥାଏ ଆଉ ଉଠିବା ସମୟରେ ମଧ୍ୟ ସତ୍ୟର ଜପ କରିଥାଏ,
ਸੇ ਵਿਰਲੇ ਜੁਗ ਮਹਿ ਜਾਣੀਅਹਿ ਜੋ ਗੁਰਮੁਖਿ ਸਚੁ ਰਵੇ ॥
ଏପରି ବ୍ୟକ୍ତି କଳିଯୁଗରେ ମିଳିବା ବିରଳ ଅଟେ, ଯେଉଁ ଗୁରୁମୁଖୀ ସତ୍ୟ ନାମରେ ମଗ୍ନ ରହିଥାଏ।
ਹਉ ਬਲਿਹਾਰੀ ਤਿਨ ਕਉ ਜਿ ਅਨਦਿਨੁ ਸਚੁ ਲਵੇ ॥
ମୁଁ ତାହା ପାଖରେ ତନ ମନରେ ସମର୍ପିତ, ଯିଏ ରାତି ଦିନ ସତ୍ୟନାମ ଉଚ୍ଚାରିତ କରିଥାଏ।
ਜਿਨ ਮਨਿ ਤਨਿ ਸਚਾ ਭਾਵਦਾ ਸੇ ਸਚੀ ਦਰਗਹ ਗਵੇ ॥
ଯେଉଁ ଲୋକର ମନ ଓ ତନରେ ସତ୍ୟ ଭଲ ଲାଗିଥାଏ, ସେ ସତ୍ୟର ଦରବାରରେ ପହଞ୍ଚିଯାଏ।
ਜਨੁ ਨਾਨਕੁ ਬੋਲੈ ਸਚੁ ਨਾਮੁ ਸਚੁ ਸਚਾ ਸਦਾ ਨਵੇ ॥੨੧॥
ଦାସ ନାନକ ମଧ୍ୟ ସତ୍ୟ ନାମ ବୋଳିଥାନ୍ତି, ସେହି ସତ୍ୟ ପ୍ରଭୁ ସର୍ବଦା ନବୀନ ଥାଆନ୍ତି ॥21॥
ਸਲੋਕੁ ਮਃ ੪ ॥
ଶ୍ଳୋକ ମହଲା 4 ॥
ਕਿਆ ਸਵਣਾ ਕਿਆ ਜਾਗਣਾ ਗੁਰਮੁਖਿ ਤੇ ਪਰਵਾਣੁ ॥
ଶୋଇବା ହେଉ କିମ୍ବା ଜାଗିବା ହେଉ ଗୁରୁମୁଖୀ ପାଇଁ ସବୁ କିଛି ସ୍ଵୀକାର୍ଯ୍ୟ ଅଟେ।