ODIA PAGE 314

ਪਉੜੀ ॥
ପଉଡି॥

ਤੂ ਕਰਤਾ ਸਭੁ ਕਿਛੁ ਜਾਣਦਾ ਜੋ ਜੀਆ ਅੰਦਰਿ ਵਰਤੈ ॥
ହେ ବିଶ୍ଵ ରଚୟିତା ପ୍ରଭୁ! ତୁମେ ସବୁ କିଛି ଜାଣିଅଚ୍ଛ, ଯାହା କିଛି ଜୀବର ହୃଦୟରେ ହୋଇଥାଏ।

ਤੂ ਕਰਤਾ ਆਪਿ ਅਗਣਤੁ ਹੈ ਸਭੁ ਜਗੁ ਵਿਚਿ ਗਣਤੈ ॥
ସଂପୂର୍ଣ୍ଣ ଜଗତ ହିଁ ଏହି ଚିନ୍ତନରେ ଅଛି; ହେ ପରମାତ୍ମା! ତୁମେ ହିଁ ଏହାର ଉର୍ଦ୍ଧ୍ଵରେ ଅଛ।

ਸਭੁ ਕੀਤਾ ਤੇਰਾ ਵਰਤਦਾ ਸਭ ਤੇਰੀ ਬਣਤੈ ॥
“(କାରଣ) ଯାହା କିଛି ହେଉଛି ସବୁ ତୋ’ ଦ୍ଵାରା ହେଉଛି, ସୃଷ୍ଟିର ସବୁ ରଚନା ତୋ’ ଦ୍ଵାରା ବନା ହୋଇଛି।

ਤੂ ਘਟਿ ਘਟਿ ਇਕੁ ਵਰਤਦਾ ਸਚੁ ਸਾਹਿਬ ਚਲਤੈ ॥
ହେ ସଚ୍ଚା ମାଲିକ! ତୁମେ କୋଣ କୋଣରେ ସର୍ବବ୍ୟାପକ ଅଛ, ତୁମର ଖେଳ ଅଦ୍ଭୁତ ଅଟେ।

ਸਤਿਗੁਰ ਨੋ ਮਿਲੇ ਸੁ ਹਰਿ ਮਿਲੇ ਨਾਹੀ ਕਿਸੈ ਪਰਤੈ ॥੨੪॥
ଯେଉଁ ମନୁଷ୍ୟ ସଦଗୁରୁଙ୍କ ସହିତ ମିଳିଥାଏ, ତାହାକୁ ହିଁ ଭଗବାନ ପ୍ରାପ୍ତ ହୋଇଥାନ୍ତି। ॥24॥

ਸਲੋਕੁ ਮਃ ੪ ॥
ଶ୍ଳୋକ ମହଲା 4 ॥

ਇਹੁ ਮਨੂਆ ਦ੍ਰਿੜੁ ਕਰਿ ਰਖੀਐ ਗੁਰਮੁਖਿ ਲਾਈਐ ਚਿਤੁ ॥
ଏହି ଚଞ୍ଚଳ ମନ ସ୍ଥିର କରି ବଶରେ ରଖିବା ଉଚିତ ଆଉ ଗୁରୁଙ୍କ ମାଧ୍ୟମରୁ ନିଜ ଚିତ୍ତ ପରମାତ୍ମାଙ୍କ ଠାରେ ଲଗାଇବା ଉଚିତ।

ਕਿਉ ਸਾਸਿ ਗਿਰਾਸਿ ਵਿਸਾਰੀਐ ਬਹਦਿਆ ਉਠਦਿਆ ਨਿਤ ॥
ଉଠିବ ବସିବା, ପ୍ରତି ଶ୍ଵାସ ଏବଂ ଗ୍ରାସରେ ଆମେ କାହିଁକି ସେହି ପ୍ରଭୁଙ୍କୁ ବିସ୍ମୃତ କରୁ?

ਮਰਣ ਜੀਵਣ ਕੀ ਚਿੰਤਾ ਗਈ ਇਹੁ ਜੀਅੜਾ ਹਰਿ ਪ੍ਰਭ ਵਸਿ ॥
ଯେତେବେଳେ ଏହି ଆତ୍ମା ପ୍ରଭୁ-ପରମେଶ୍ଵରଙ୍କ ବଶରେ କରିଛନ୍ତି, ଏଥିପାଇଁ ମୋର ଜନ୍ମ ମରଣର ଚିନ୍ତା ଦୂର ହୋଇଯାଇଛି।

ਜਿਉ ਭਾਵੈ ਤਿਉ ਰਖੁ ਤੂ ਜਨ ਨਾਨਕ ਨਾਮੁ ਬਖਸਿ ॥੧॥
(ହେ ପ୍ରଭୁ!) ତୁମକୁ ଯେପରି ଭଲ ଲାଗିଥାଏ, ନାନକଙ୍କୁ ସେପରି ନାମର ପ୍ରଦାନ କର, କାରଣ ନାମ ହିଁ ମନର ଚିନ୍ତାକୁ ଦୂର କରିପାରେ ॥1॥

ਮਃ ੩ ॥
ମହଲା 3॥

ਮਨਮੁਖੁ ਅਹੰਕਾਰੀ ਮਹਲੁ ਨ ਜਾਣੈ ਖਿਨੁ ਆਗੈ ਖਿਨੁ ਪੀਛੈ ॥
ଅହଂକାରରେ ମସ୍ତ ହୋଇଥିବା ମନମୁଖ ମନୁଷ୍ୟ ସଦଗୁରୁଙ୍କ ମହଲ (ଅର୍ଥାତ ସତସଙ୍ଗ)କୁ ଜାଣିପାରେ ନାହିଁ ଆଉ ପ୍ରତି ସମୟରେ ଦ୍ଵିଧାରେ ରହିଥାଏ।

ਸਦਾ ਬੁਲਾਈਐ ਮਹਲਿ ਨ ਆਵੈ ਕਿਉ ਕਰਿ ਦਰਗਹ ਸੀਝੈ ॥
ସବୁବେଳେ ବୋଲାଇଲେ ମଧ୍ୟ ସେ ସଦଗୁରୁଙ୍କ ମହଲରେ ଉପସ୍ଥିତ ହୁଏନାହିଁ। ପ୍ରଭୁଙ୍କ ଦରବାରରେ ସେ କିପରି ସ୍ଵୀକୃତ ହେବ?

ਸਤਿਗੁਰ ਕਾ ਮਹਲੁ ਵਿਰਲਾ ਜਾਣੈ ਸਦਾ ਰਹੈ ਕਰ ਜੋੜਿ ॥
କେହି ବିରଳ ପୁରୁଷ ହିଁ ସଦଗୁରୁଙ୍କ ମହଲ (ସତସଙ୍ଗ)କୁ ଜାଣିଥାଏ, ସେ ସର୍ବଦା ହାତ ଯୋଡି ରହିଥାଏ।

ਆਪਣੀ ਕ੍ਰਿਪਾ ਕਰੇ ਹਰਿ ਮੇਰਾ ਨਾਨਕ ਲਏ ਬਹੋੜਿ ॥੨॥
ହେ ନାନକ! ଯଦି ମୋର ହରି ନିଜ କୃପା କରନ୍ତି, ତାହାହେଲେ ସେ ମନୁଷ୍ୟକୁ ମନମୁଖତାରୁ ମୋଡି ନିଅନ୍ତି ॥2॥

ਪਉੜੀ ॥
ପଉଡି ॥

ਸਾ ਸੇਵਾ ਕੀਤੀ ਸਫਲ ਹੈ ਜਿਤੁ ਸਤਿਗੁਰ ਕਾ ਮਨੁ ਮੰਨੇ ॥
ଯେଉଁ ସେବାରେ ସଦଗୁରୁଙ୍କ ମନ ପ୍ରସନ୍ନ ହୋଇଯାଏ, ତାହା ଫଳଦାୟକ ହୋଇଥାଏ।

ਜਾ ਸਤਿਗੁਰ ਕਾ ਮਨੁ ਮੰਨਿਆ ਤਾ ਪਾਪ ਕਸੰਮਲ ਭੰਨੇ ॥
“(କାରଣ) ଯେତେବେଳେ ସଦଗୁରୁଙ୍କ ମନ ପ୍ରସନ୍ନ ହୋଇଯାଏ, ସେତେବେଳେ ପାପ- ବିକାର ମଧ୍ୟ ଦୂର ହୋଇଯାଏ।

ਉਪਦੇਸੁ ਜਿ ਦਿਤਾ ਸਤਿਗੁਰੂ ਸੋ ਸੁਣਿਆ ਸਿਖੀ ਕੰਨੇ ॥
ଯେଉଁ ଉପଦେଶ ସଦଗୁରୁ ଶିଷ୍ୟକୁ ଦେଇଥାନ୍ତି, ସେ ତାହାକୁ ଧ୍ୟାନପୂର୍ବକ ଶୁଣିଥାଏ।

ਜਿਨ ਸਤਿਗੁਰ ਕਾ ਭਾਣਾ ਮੰਨਿਆ ਤਿਨ ਚੜੀ ਚਵਗਣਿ ਵੰਨੇ ॥
ଯେଉଁ ଶିଷ୍ୟ ସଦଗୁରୁଙ୍କ ଇଚ୍ଛାକୁ ମାନିଥାଏ, ତାହାର ଗୌରବ ବଢିଯାଏ।

ਇਹ ਚਾਲ ਨਿਰਾਲੀ ਗੁਰਮੁਖੀ ਗੁਰ ਦੀਖਿਆ ਸੁਣਿ ਮਨੁ ਭਿੰਨੇ ॥੨੫॥
ଗୁରୁମୁଖୀର ଏହି ଅଦ୍ଭୁତ ଜୀବନ ଆଚରଣ ଥାଏ ଯେ ଗୁରୁଙ୍କ ଉପଦେଶ ଶୁଣି ତାହାର ମନ ପ୍ରସନ୍ନ ହୋଇଯାଏ ॥25॥

ਸਲੋਕੁ ਮਃ ੩ ॥
ଶ୍ଳୋକ ମହଲା 3 ॥

ਜਿਨਿ ਗੁਰੁ ਗੋਪਿਆ ਆਪਣਾ ਤਿਸੁ ਠਉਰ ਨ ਠਾਉ ॥
ଯେଉଁ ବ୍ୟକ୍ତି ନିଜ ଗୁରୁଙ୍କ ନିନ୍ଦା କରିଥାଏ, ତାହାକୁ କେଉଁଠି ମଧ୍ୟ ସ୍ଥାନ ମିଳେନାହିଁ।

ਹਲਤੁ ਪਲਤੁ ਦੋਵੈ ਗਏ ਦਰਗਹ ਨਾਹੀ ਥਾਉ ॥
ତାହାର ଲୋକ ଏବଂ ପରଲୋକ ଦୁଇଟି ବ୍ୟର୍ଥ ହୋଇଯାଏ ଆଉ ପ୍ରଭୁଙ୍କ ଦରବାରରେ ମଧ୍ୟ ତାହାକୁ ସ୍ଥାନ ମିଳେନାହିଁ।

ਓਹ ਵੇਲਾ ਹਥਿ ਨ ਆਵਈ ਫਿਰਿ ਸਤਿਗੁਰ ਲਗਹਿ ਪਾਇ ॥
ସଦଗୁରୁଙ୍କ ଚରଣ ସ୍ପର୍ଶର ଏହି ସୁନେଲି ଅବସର ପୁଣି ପ୍ରାପ୍ତ ହେବ ନାହିଁ। (କାରଣ)

ਸਤਿਗੁਰ ਕੀ ਗਣਤੈ ਘੁਸੀਐ ਦੁਖੇ ਦੁਖਿ ਵਿਹਾਇ ॥
ସଦଗୁରୁଙ୍କ ନିନ୍ଦା କରି ଥରେ ପଥଭ୍ରଷ୍ଟ ହୋଇଗଲେ , ଜୀବନ ଦୁଃଖରେ ହିଁ ଅତିବାହିତ ହୋଇଥାଏ।

ਸਤਿਗੁਰੁ ਪੁਰਖੁ ਨਿਰਵੈਰੁ ਹੈ ਆਪੇ ਲਏ ਜਿਸੁ ਲਾਇ ॥
ମହାପୁରୁଷ ସଦଗୁରୁଙ୍କ କାହା ସହିତ ଶତ୍ରୁତା ନାହିଁ, ସେ ଯାହାକୁ ଚାହାନ୍ତି, ତାହାକୁ ନିଜ ସାଥିରେ ମିଳନ କରାନ୍ତି।

ਨਾਨਕ ਦਰਸਨੁ ਜਿਨਾ ਵੇਖਾਲਿਓਨੁ ਤਿਨਾ ਦਰਗਹ ਲਏ ਛਡਾਇ ॥੧॥
ହେ ନାନକ! ସତ୍ୟର ଦରବାରରେ ଗୁରୁ ତାହାର ମୁକ୍ତି କରାଇଛନ୍ତି, ଯାହାକୁ ସେ ପ୍ରଭୁଙ୍କ ଦର୍ଶନ କରାଇଥାନ୍ତି ॥1॥

ਮਃ ੩ ॥
ମହଲା 3॥

ਮਨਮੁਖੁ ਅਗਿਆਨੁ ਦੁਰਮਤਿ ਅਹੰਕਾਰੀ ॥
ସ୍ଵେଚ୍ଛାଚାରୀ ବ୍ୟକ୍ତି ଅଜ୍ଞାନ, ମନ୍ଦ ବୁଦ୍ଧି ବାଲା ଏବଂ ଅହଙ୍କାରୀ ହୋଇଥାନ୍ତି,

ਅੰਤਰਿ ਕ੍ਰੋਧੁ ਜੂਐ ਮਤਿ ਹਾਰੀ ॥
ତାହାଙ୍କ ମନରେ କ୍ରୋଧ ହିଁ ହୋଇଥାଏ ଆଉ ସେ ଜୀବନ ଖେଳରେ ବୁଦ୍ଧି ହରାଇଥାଏ।

ਕੂੜੁ ਕੁਸਤੁ ਓਹੁ ਪਾਪ ਕਮਾਵੈ ॥
ସେ ଛଳ କପଟ ତଥା ପାପର କାମ କରିଥାଏ (ଏଥିପାଇଁ)

ਕਿਆ ਓਹੁ ਸੁਣੈ ਕਿਆ ਆਖਿ ਸੁਣਾਵੈ ॥
ସେ କଣ ଶୁଣିପାରିବ ଆଉ ଅନ୍ୟକୁ କହିପାରିବ?

ਅੰਨਾ ਬੋਲਾ ਖੁਇ ਉਝੜਿ ਪਾਇ ॥
ସେ ଅନ୍ଧ ଆଉ ବଧିର ହୋଇ ପଥଭ୍ରଷ୍ଟ ହୋଇଥାଏ

ਮਨਮੁਖੁ ਅੰਧਾ ਆਵੈ ਜਾਇ ॥
ଆଉ ଜନ୍ମ ହୋଇ ମରିଥାଏ।

ਬਿਨੁ ਸਤਿਗੁਰ ਭੇਟੇ ਥਾਇ ਨ ਪਾਇ ॥
ସଦଗୁରୁଙ୍କ ସହିତ ସାକ୍ଷାତ ବିନା ସେ ପରଲୋକରେ ସ୍ଵୀକୃତ ହୁଏନାହିଁ।

ਨਾਨਕ ਪੂਰਬਿ ਲਿਖਿਆ ਕਮਾਇ ॥੨॥
ହେ ନାନକ! ପୂର୍ବ ଜନ୍ମ କର୍ମ ଅନୁସାରେ ତାହାର ଭାଗ୍ୟରେ ଯାହା ଲେଖା ହୋଇଥାଏ, ତାହାକୁ ତାହା ମିଳିଥାଏ ॥2॥

ਪਉੜੀ ॥
ପଉଡି॥

ਜਿਨ ਕੇ ਚਿਤ ਕਠੋਰ ਹਹਿ ਸੇ ਬਹਹਿ ਨ ਸਤਿਗੁਰ ਪਾਸਿ ॥
ଯାହାର ହୃଦୟ କଠୋର ହୋଇଥାଏ, ସେ ସଦଗୁରୁଙ୍କ ପାଖରେ ବସେ ନାହିଁ।

ਓਥੈ ਸਚੁ ਵਰਤਦਾ ਕੂੜਿਆਰਾ ਚਿਤ ਉਦਾਸਿ ॥
ସେଠାରେ ସତ୍ୟ ପ୍ରବୃତ୍ତ ହୋଇ ରହିଥାଏ ଆଉ ମିଥ୍ୟାବାଦୀ ମାନସିକ ଭାବରେ ଉଦାସ ରହିଥାଏ।

ਓਇ ਵਲੁ ਛਲੁ ਕਰਿ ਝਤਿ ਕਢਦੇ ਫਿਰਿ ਜਾਇ ਬਹਹਿ ਕੂੜਿਆਰਾ ਪਾਸਿ ॥
ସେ ଚଳ କପଟ କରି ସମୟ ବିତାଏ ଆଉ ପୁଣି ମିଥ୍ୟା ପାଖରେ ବସିଯାଏ।

ਵਿਚਿ ਸਚੇ ਕੂੜੁ ਨ ਗਡਈ ਮਨਿ ਵੇਖਹੁ ਕੋ ਨਿਰਜਾਸਿ ॥
ସତ୍ୟରେ ମିଥ୍ୟା ମିଳେନାହିଁ, ହେ ମନ! ତୁ ନିର୍ଣ୍ଣୟ କରି ଦେଖ।

ਕੂੜਿਆਰ ਕੂੜਿਆਰੀ ਜਾਇ ਰਲੇ ਸਚਿਆਰ ਸਿਖ ਬੈਠੇ ਸਤਿਗੁਰ ਪਾਸਿ ॥੨੬॥
ମିଥ୍ୟାବାଦୀ ଯାଇ ମିଥ୍ୟାରେ ମିଳନ ହୋଇଥାଏ ତଥା ସତ୍ୟବାଦୀ ଶିଷ୍ୟ ସଦଗୁରୁଙ୍କ ପାଖରେ ବସିଥାଏ ॥26॥

error: Content is protected !!