ODIA PAGE 322

ਜੀਵਨ ਪਦੁ ਨਿਰਬਾਣੁ ਇਕੋ ਸਿਮਰੀਐ ॥
ନିର୍ବାଣ ଜୀବନ ପାଇବା ପାଇଁ ଏକ ପ୍ରଭୁଙ୍କ ଧ୍ୟାନ ଆରାଧନା କର।

ਦੂਜੀ ਨਾਹੀ ਜਾਇ ਕਿਨਿ ਬਿਧਿ ਧੀਰੀਐ ॥
ଅନ୍ୟ କୌଣସି ସ୍ଥାନ ନାହିଁ, (କାରଣ) ଅନ୍ୟ କାହା ଦ୍ଵାରା ଆମେ କିପରି ସନ୍ତୁଷ୍ଟ ହୋଇପାରିବା?

ਡਿਠਾ ਸਭੁ ਸੰਸਾਰੁ ਸੁਖੁ ਨ ਨਾਮ ਬਿਨੁ ॥
ମୁଁ ସାରା ସଂସାର ଦେଖିଅଛି, ଈଶ୍ଵରଙ୍କ ନାମ ବିନା କିଛି ସୁଖ ନାହିଁ।

ਤਨੁ ਧਨੁ ਹੋਸੀ ਛਾਰੁ ਜਾਣੈ ਕੋਇ ਜਨੁ ॥
ଏହି ତନ ଏବଂ ଧନ ନଷ୍ଟ ହୋଇଯାଏ, ପରନ୍ତୁ, କେହି ବିରଳ ବ୍ୟକ୍ତି ହିଁ ଏହା ବୁଝିଥାଏ।

ਰੰਗ ਰੂਪ ਰਸ ਬਾਦਿ ਕਿ ਕਰਹਿ ਪਰਾਣੀਆ ॥
ହେ ନଶ୍ଵର ପ୍ରାଣୀ! ତୁମେ କଣ କରୁଅଛ? ରଙ୍ଗ ରୂପ ଏବଂ ରସ ସବୁ ବ୍ୟର୍ଥ ଅଟେ।

ਜਿਸੁ ਭੁਲਾਏ ਆਪਿ ਤਿਸੁ ਕਲ ਨਹੀ ਜਾਣੀਆ ॥
(ପରନ୍ତୁ ପ୍ରାଣିର ବଶରେ କଣ ଅଛି?) ଇଶ୍ଵର ଯେଉଁ ବ୍ୟକ୍ତିକୁ ସ୍ଵୟଂ କୁମାର୍ଗଗାମୀ କରିଥାନ୍ତି, ସେ ତାହାର ଶକ୍ତିକୁ ବୁଝେ ନାହିଁ।

ਰੰਗਿ ਰਤੇ ਨਿਰਬਾਣੁ ਸਚਾ ਗਾਵਹੀ ॥
ଯେଉଁ ମନୁଷ୍ୟ ପବିତ୍ର ପ୍ରଭୁଙ୍କ ପ୍ରେମରେ ମଗ୍ନ ରହିଥାଏ, ସେ ସତ୍ୟନାମର ଗାନ କରିଥାଏ।

ਨਾਨਕ ਸਰਣਿ ਦੁਆਰਿ ਜੇ ਤੁਧੁ ਭਾਵਹੀ ॥੨॥
ନାନକ କହନ୍ତି ଯେ ହେ ପ୍ରଭୁ! ଯେଉଁ ଜୀବ ତୁମକୁ ଭଲ ଲାଗିଥାଏ, ସେ ତୋର ଦ୍ଵାରକୁ ଶରଣ ପାଇଁ ଆସିଥାଏ ॥2॥

ਪਉੜੀ ॥
ପଉଡି॥

ਜੰਮਣੁ ਮਰਣੁ ਨ ਤਿਨੑ ਕਉ ਜੋ ਹਰਿ ਲੜਿ ਲਾਗੇ ॥
ଯେଉଁ ବ୍ୟକ୍ତି ଈଶ୍ଵରଙ୍କ ସାହାରା ନେଇଥାଏ, ତାହାର ଜନ୍ମ ମରଣର ଚକ୍ର ଦୂର ହୋଇଯାଏ।

ਜੀਵਤ ਸੇ ਪਰਵਾਣੁ ਹੋਏ ਹਰਿ ਕੀਰਤਨਿ ਜਾਗੇ ॥
ଯିଏ ଈଶ୍ଵରଙ୍କ ଭଜନ କୀର୍ତ୍ତନରେ ସଚେଟ ରହିଥାଏ, ସେ ଏହି ଜୀବନରେ ସତ୍କୃତ ହୋଇଥାଏ।

ਸਾਧਸੰਗੁ ਜਿਨ ਪਾਇਆ ਸੇਈ ਵਡਭਾਗੇ ॥
ଯେଉଁ ଲୋକକୁ ସନ୍ଥଙ୍କ ସଙ୍ଗତି ପ୍ରାପ୍ତ ହୋଇଥାଏ, ସେ ବଡ ଭାଗ୍ୟବାନ ଅଟେ।

ਨਾਇ ਵਿਸਰਿਐ ਧ੍ਰਿਗੁ ਜੀਵਣਾ ਤੂਟੇ ਕਚ ਧਾਗੇ ॥
ପରନ୍ତୁ, ଯଦି ପରମେଶ୍ଵରଙ୍କ ନାମ ଭୁଲି ଯାଅ, ତାହାହେଲେ ଏହି ଜୀବନ ଧିକ୍କାର ଯୋଗ୍ୟ ଅଟେ ତଥା ଏହା କଚ୍ଚା ଭଳି ଭାଙ୍ଗିଯାଏ।

ਨਾਨਕ ਧੂੜਿ ਪੁਨੀਤ ਸਾਧ ਲਖ ਕੋਟਿ ਪਿਰਾਗੇ ॥੧੬॥
ହେ ନାନକ! ସନ୍ଥଙ୍କ ଚରଣ-ଧୁଳି କୋଟି କୋଟି ପ୍ରୟାଗ ରାଜ ଇତ୍ୟାଦି ତୀର୍ଥରୁ ଅଧିକ ପବିତ୍ର ଅଟେ ॥16॥

ਸਲੋਕੁ ਮਃ ੫ ॥
ଶ୍ଳୋକ ମହଲା 5॥

ਧਰਣਿ ਸੁਵੰਨੀ ਖੜ ਰਤਨ ਜੜਾਵੀ ਹਰਿ ਪ੍ਰੇਮ ਪੁਰਖੁ ਮਨਿ ਵੁਠਾ ॥
ଯେଉଁ ହୃଦୟରେ ହରି-ପରମେଶ୍ଵରଙ୍କ ପ୍ରେମର ନିବାସ ଥାଏ, ସେହି ହୃଦୟ ଏପରି ଅଟେ ଯେପରି କାକର ଥିବା ଘାସ ସୁନ୍ଦର ହୋଇଥାଏ।

ਸਭੇ ਕਾਜ ਸੁਹੇਲੜੇ ਥੀਏ ਗੁਰੁ ਨਾਨਕੁ ਸਤਿਗੁਰੁ ਤੁਠਾ ॥੧॥
ହେ ନାନକ! ଯେଉଁ ବ୍ୟକ୍ତି ଉପରେ ଗୁରୁ ନାନକ ପ୍ରସନ୍ନ ହୋଇଥାନ୍ତି, ତାହାର ସବୁ କାର୍ଯ୍ୟ ସ୍ଵାଭାବିକ ହୋଇଥାଏ ॥1॥

ਮਃ ੫ ॥
ମହଲା 5॥

ਫਿਰਦੀ ਫਿਰਦੀ ਦਹ ਦਿਸਾ ਜਲ ਪਰਬਤ ਬਨਰਾਇ ॥
ଦଶ ଦିଗରେ ନଦୀ, ପର୍ବତ ଏବଂ ଜଙ୍ଗଲରେ

ਜਿਥੈ ਡਿਠਾ ਮਿਰਤਕੋ ਇਲ ਬਹਿਠੀ ਆਇ ॥੨॥
ଉଡି ଉଡି ଚିଲ ଯେଉଁଠି ଶବ ଦେଖାଯାଏ, ସେଇଠି ବସିଥାଏ ॥2॥

ਪਉੜੀ ॥
ପଉଡି॥

ਜਿਸੁ ਸਰਬ ਸੁਖਾ ਫਲ ਲੋੜੀਅਹਿ ਸੋ ਸਚੁ ਕਮਾਵਉ ॥
ମୁଁ ସେହି ସତ୍ୟର ପୁଞ୍ଜି ଈଶ୍ଵରଙ୍କ ଚିନ୍ତନ କରିଥାଏ, ଯାହା ଦ୍ଵାରା ସର୍ବ ସୁଖ ଏବଂ ଫଳ ମଗାଯାଏ।

ਨੇੜੈ ਦੇਖਉ ਪਾਰਬ੍ਰਹਮੁ ਇਕੁ ਨਾਮੁ ਧਿਆਵਉ ॥
ସେହି ପରଂବ୍ରହ୍ମଙ୍କୁ ନିଜ ସାଥିରେ ଦେଖିଥାଏ ଆଉ ତାହାଙ୍କ ନାମର ଧ୍ୟାନ କରିଥାଏ ।

ਹੋਇ ਸਗਲ ਕੀ ਰੇਣੁਕਾ ਹਰਿ ਸੰਗਿ ਸਮਾਵਉ ॥
ମୁଁ ସବୁଙ୍କ ଚରଣ ଧୁଳି ହୋଇ ସେହି ଈଶ୍ଵରଙ୍କ ସହିତ ରହିବି।

ਦੂਖੁ ਨ ਦੇਈ ਕਿਸੈ ਜੀਅ ਪਤਿ ਸਿਉ ਘਰਿ ਜਾਵਉ ॥
ମୁଁ କୌଣସି ପ୍ରାଣୀକୁ ଦୁଃଖ ଦିଏ ନାହିଁ ଆଉ ପ୍ରତିଷ୍ଠା ସହିତ ନିଜର ବାସ୍ତବିକ ଘରକୁ ଯିବି।

ਪਤਿਤ ਪੁਨੀਤ ਕਰਤਾ ਪੁਰਖੁ ਨਾਨਕ ਸੁਣਾਵਉ ॥੧੭॥
ହେ ନାନକ! ମୁଁ ଅନ୍ୟକୁ ମଧ୍ୟ ଶୁଣାଇ ଥାଏ ଯେ ବିଶ୍ଵର ରଚୟିତା ପରମାତ୍ମା ପତିତ ଜୀବନକୁ ମଧ୍ୟ ପବିତ୍ର କରାନ୍ତି ॥17॥

ਸਲੋਕ ਦੋਹਾ ਮਃ ੫ ॥
ଶ୍ଳୋକ ମହଲା 5॥

ਏਕੁ ਜਿ ਸਾਜਨੁ ਮੈ ਕੀਆ ਸਰਬ ਕਲਾ ਸਮਰਥੁ ॥
ମୁଁ ସେହି ଈଶ୍ଵରଙ୍କୁ ନିଜର ବନ୍ଧୁ ବନାଇଛି, ଯିଏ ସର୍ବ କଳା ସମ୍ପର୍ଣ୍ଣ ଅଟନ୍ତି।

ਜੀਉ ਹਮਾਰਾ ਖੰਨੀਐ ਹਰਿ ਮਨ ਤਨ ਸੰਦੜੀ ਵਥੁ ॥੧॥
ମୋର ଆତ୍ମା ତାହାଙ୍କ ପାଖରେ ସମର୍ପିତ ଆଉ ସେହି ପରମେଶ୍ଵର ହିଁ ମନ ଏବଂ ତନର ଯଥାର୍ଥ ଦୌଲତ ॥1॥

ਮਃ ੫ ॥
ମହଲା 5॥

ਜੇ ਕਰੁ ਗਹਹਿ ਪਿਆਰੜੇ ਤੁਧੁ ਨ ਛੋਡਾ ਮੂਲਿ ॥
ହେ ମୋର ପ୍ରିୟତମ! ଯଦି ତୁ ମୋର ହାତ ଧରୁ ତାହାହେଲେ ମୋତେ କେବେ ମଧ୍ୟ ଛାଡ଼ିବୁ ନାହିଁ।

ਹਰਿ ਛੋਡਨਿ ਸੇ ਦੁਰਜਨਾ ਪੜਹਿ ਦੋਜਕ ਕੈ ਸੂਲਿ ॥੨॥
ଯେଉଁ ମନୁଷ୍ୟ ଈଶ୍ଵରଙ୍କୁ ତ୍ୟାଗ କରିଥାଏ, ଏପରି ଦୁର୍ଜ୍ଜନ ମନୁଷ୍ୟ ନର୍କର ଅସହ୍ୟ ପୀଡାରେ ପଡିଥାଏ ॥2॥

ਪਉੜੀ ॥
ପଉଡି॥

ਸਭਿ ਨਿਧਾਨ ਘਰਿ ਜਿਸ ਦੈ ਹਰਿ ਕਰੇ ਸੁ ਹੋਵੈ ॥
ସବୁ ଖଜଣା ସେହି ଈଶ୍ଵରଙ୍କ ଘରେ ଅଛି, ପରମାତ୍ମା ଯାହା କିଛି କରିଥାନ୍ତି, ତାହା ହୋଇଥାଏ।

ਜਪਿ ਜਪਿ ਜੀਵਹਿ ਸੰਤ ਜਨ ਪਾਪਾ ਮਲੁ ਧੋਵੈ ॥
ସନ୍ଥଜନ ତାହାଙ୍କ ଭଜନ କୀର୍ତ୍ତନ କରି ବଞ୍ଚିଥାନ୍ତି, ଆଉ ସେ ତାହାଙ୍କ ପାପର ସବୁ ମଇଳା ସଫା କରି ଦେଇଥାନ୍ତି।

ਚਰਨ ਕਮਲ ਹਿਰਦੈ ਵਸਹਿ ਸੰਕਟ ਸਭਿ ਖੋਵੈ ॥
ଈଶ୍ଵରଙ୍କ ଚରଣ-କମଳ ହୃଦୟରେ ବସାଇଲେ ସବୁ ସଙ୍କଟ ଦୂର ହୋଇଯାଏ।

ਗੁਰੁ ਪੂਰਾ ਜਿਸੁ ਭੇਟੀਐ ਮਰਿ ਜਨਮਿ ਨ ਰੋਵੈ ॥
ଯେଉଁ ମନୁଷ୍ୟ ପୂର୍ଣ୍ଣ ଗୁରୁଙ୍କ ସହିତ ସାକ୍ଷାତ କରିଥାଏ, ସେ ଜନ୍ମ ମରଣ ଚକ୍ରରେ ବିଳାପ କରେ ନାହିଁ।

ਪ੍ਰਭ ਦਰਸ ਪਿਆਸ ਨਾਨਕ ਘਣੀ ਕਿਰਪਾ ਕਰਿ ਦੇਵੈ ॥੧੮॥
ନାନକଙ୍କୁ ମଧ୍ୟ ପ୍ରଭୁଙ୍କ ଦର୍ଶନର ତୀବ୍ର ଲାଳସା ଅଛି, କିନ୍ତୁ ନିଜ କୃପା ଦୃଷ୍ଟିରେ ହିଁ ସେ ଦର୍ଶନର ଦିନ ପ୍ରଦାନ କରିଥାନ୍ତି ॥18॥

ਸਲੋਕ ਡਖਣਾ ਮਃ ੫ ॥
ଶ୍ଳୋକ ଦଖଣା ମହଲା 5॥

ਭੋਰੀ ਭਰਮੁ ਵਞਾਇ ਪਿਰੀ ਮੁਹਬਤਿ ਹਿਕੁ ਤੂ ॥
ଯଦି ତୁ ଅଳ୍ପ କିଛି ଭ୍ରମ ଦୂର କରୁ ଆଉ ନିଜ ପ୍ରିୟତମ (ପରମାତ୍ମା)ଙ୍କ ସାଥିରେ ପ୍ରେମ କରୁ

ਜਿਥਹੁ ਵੰਞੈ ਜਾਇ ਤਿਥਾਊ ਮਉਜੂਦੁ ਸੋਇ ॥੧॥
ତାହେହେଲେ ଯେଉଁଠାକୁ ମଧ୍ୟ ଯିବୁ, ସେଠାରେ ଇଶ୍ଵର ବିଦ୍ୟମାନ ଥିବା ଦେଖିବୁ ॥1॥

ਮਃ ੫ ॥
ମହଲା 5॥

ਚੜਿ ਕੈ ਘੋੜੜੈ ਕੁੰਦੇ ਪਕੜਹਿ ਖੂੰਡੀ ਦੀ ਖੇਡਾਰੀ ॥
ଯେଉଁ ବ୍ୟକ୍ତି ସାଧାରଣ ଖେଳ ଖେଳିବା ଜାଣିଥାଏ, କିନ୍ତୁ, ସୁନ୍ଦର ଘୋଡା ଉପରେ ସବାର ହୋଇ ହାତରେ ବନ୍ଧୁକ ଧରିଥାଏ

ਹੰਸਾ ਸੇਤੀ ਚਿਤੁ ਉਲਾਸਹਿ ਕੁਕੜ ਦੀ ਓਡਾਰੀ ॥੨॥
(ତାହାଙ୍କୁ ଏପରି ଭାବ ଯେ) କୁକୁଡା ଭଳି ଉଡୁଥାଏ ଆଉ ହଂସ ସାଥିରେ ଉଡିବା ପାଇଁ ମନକୁ ଉତ୍ସାହ ଦେଇଥାଏ ॥2॥

ਪਉੜੀ ॥
ପାଉଡି॥

ਰਸਨਾ ਉਚਰੈ ਹਰਿ ਸ੍ਰਵਣੀ ਸੁਣੈ ਸੋ ਉਧਰੈ ਮਿਤਾ ॥
ହେ ମିତ୍ର! ଯେଉଁ ବ୍ୟକ୍ତି ନିଜ ଇଚ୍ଛାରେ ଭଗବାନଙ୍କ ନାମ ଉଚ୍ଚାରଣ କରିଥାଏ ଆଉ କାନରେ ଶୁଣିଥାଏ, ସେପରି ବ୍ୟକ୍ତିର ଉଦ୍ଧାର ହୋଇଯାଏ।

ਹਰਿ ਜਸੁ ਲਿਖਹਿ ਲਾਇ ਭਾਵਨੀ ਸੇ ਹਸਤ ਪਵਿਤਾ ॥
ଯେଉଁ ହାତ ଶ୍ରଦ୍ଧାରେ ଭଗବାନଙ୍କ ଯଶ ଲେଖିଥାଏ, ସେ ବଡ ପବିତ୍ର ଅଟେ।

ਅਠਸਠਿ ਤੀਰਥ ਮਜਨਾ ਸਭਿ ਪੁੰਨ ਤਿਨਿ ਕਿਤਾ ॥
ଏପରି ବ୍ୟକ୍ତି ଅଠଷଠି ତୀର୍ଥ ସ୍ନାନର ଫଳ ପାଇଥାଏ ଆଉ ଏହି ନାମ ନେବା ମାତ୍ରେ ସେ ପୂଣ୍ୟ କର୍ମ କରିଥାଏ।

ਸੰਸਾਰ ਸਾਗਰ ਤੇ ਉਧਰੇ ਬਿਖਿਆ ਗੜੁ ਜਿਤਾ ॥
ସେ ସଂସାର ସାଗରରୁ ପାର ହୋଇଯାଏ ଆଉ ମାୟା ରୂପୀ ବିକାର ଉପରେ ବିଜୟ କରି ନିଏ।

error: Content is protected !!