ODIA PAGE 369

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି ଯାହାକୁ ସଦଗୁରୁଙ୍କ କୃପାରୁ ପାଇହୁଏ।

ਰਾਗੁ ਆਸਾ ਘਰੁ ੮ ਕੇ ਕਾਫੀ ਮਹਲਾ ੪ ॥
ରାଗ ଆଶା ଘର 8 ର କାଫି ମହଲା 4॥

ਆਇਆ ਮਰਣੁ ਧੁਰਾਹੁ ਹਉਮੈ ਰੋਈਐ ॥
ହେ ଭାଇ! ଜନ୍ମ ସମୟରେ ହିଁ ମୃତ୍ୟୁ ଲେଖା ହୋଇଥାଏ, କାହାର ମୃତ୍ୟୁ ପରେ କାଁଡିବା ଅହଂକାର କାରଣରୁ ହୋଇଥାଏ।

ਗੁਰਮੁਖਿ ਨਾਮੁ ਧਿਆਇ ਅਸਥਿਰੁ ਹੋਈਐ ॥੧॥
ଗୁରୁମୁଖୀ ବନି ପ୍ରଭୁଙ୍କ ଧ୍ୟାନ କରିଲେ ଜୀବ ସଦା ଅଟଳ ହୋଇଯାଏ ॥1॥

ਗੁਰ ਪੂਰੇ ਸਾਬਾਸਿ ਚਲਣੁ ਜਾਣਿਆ ॥
ପୂର୍ଣ୍ଣ ଗୁରୁଙ୍କୁ ସାବାସ ଅଟେ, ଯାହା ଦ୍ଵାରା ଏହି ଜ୍ଞାନ ପ୍ରାପ୍ତ ହୋଇଥାଏ ଯେ ସମସ୍ତଙ୍କୁ ଏଠାରୁ ଚାଲିଯିବାକୁ ହୁଏ।

ਲਾਹਾ ਨਾਮੁ ਸੁ ਸਾਰੁ ਸਬਦਿ ਸਮਾਣਿਆ ॥੧॥ ਰਹਾਉ ॥
ଯେଉଁ ବ୍ୟକ୍ତି ଉତ୍ତମ ନାମର ଲାଭ ପ୍ରାପ୍ତ କରିଥାଏ, ସେ ବ୍ରହ୍ମା ଶବ୍ଦରେ ଲୀନ ହୋଇଯାଏ ॥1॥ରୁହ॥

ਪੂਰਬਿ ਲਿਖੇ ਡੇਹ ਸਿ ਆਏ ਮਾਇਆ ॥
ହେ ମୋର ମାତା! ପୂର୍ବ କର୍ମ ଅନୁସାରେ ଯେତେ ଦିନ ଜୀବନ ପ୍ରାପ୍ତ ହୋଇଥାଏ, ସେହି ଅନୁସାରେ ସଂସାରକୁ ଆସିଥାଏ।

ਚਲਣੁ ਅਜੁ ਕਿ ਕਲ੍ਹ੍ਹਿ ਧੁਰਹੁ ਫੁਰਮਾਇਆ ॥੨॥
ଆଜି କିମ୍ବା କାଲୀ ମନୁଷ୍ୟ ଅବଶ୍ୟ ଇହଲୋକରୁ ଚାଲି ଯିବାକୁ ହେବ ଆଦିରୁପରମାତ୍ମାଙ୍କ ହୁକୁମ ଯେପରି ହୋଇଥାଏ ॥2॥

ਬਿਰਥਾ ਜਨਮੁ ਤਿਨਾ ਜਿਨੑੀ ਨਾਮੁ ਵਿਸਾਰਿਆ ॥
ଯିଏ ପ୍ରଭୁଙ୍କ ନାମକୁ ବିସ୍ମୃତ କରିଦେଇଛି, ତାହାର ଜନ୍ମ ବ୍ୟର୍ଥ ଅଟେ।

ਜੂਐ ਖੇਲਣੁ ਜਗਿ ਕਿ ਇਹੁ ਮਨੁ ਹਾਰਿਆ ॥੩॥
ସେ ସଂସାରରେ ଜୁଆର ଖେଳ ଖେଳିଛି ଆଉ ଏହି ଖେଳରେ ନିଜ ମନ ପରାଜିତ କରିଦେଇଛି ॥3॥

ਜੀਵਣਿ ਮਰਣਿ ਸੁਖੁ ਹੋਇ ਜਿਨੑਾ ਗੁਰੁ ਪਾਇਆ ॥
ଯେଉଁ ମନୁଷ୍ୟକୁ ଗୁରୁ ପ୍ରାପ୍ତ ହୋଇଛି, ସେ ଜନ୍ମ ମରଣରେ ମଧ୍ୟ ସୁଖ ଅନୁଭବ କରିଥାଏ ।

ਨਾਨਕ ਸਚੇ ਸਚਿ ਸਚਿ ਸਮਾਇਆ ॥੪॥੧੨॥੬੪॥
ହେ ନାନକ! ସତ୍ୟବାଦୀ ଜୀବ ସତ୍ୟର କାରଣରୁ ପରମ ସତ୍ୟରେ ହିଁ ରହିଥାଏ ॥4॥12॥64॥

ਆਸਾ ਮਹਲਾ ੪ ॥
ଆଶା ମହଲା 4॥

ਜਨਮੁ ਪਦਾਰਥੁ ਪਾਇ ਨਾਮੁ ਧਿਆਇਆ ॥
ଯିଏ ବହୁମୂଲ୍ୟ ମନୁଷ୍ୟ ଜନ୍ମ ପ୍ରାପ୍ତ କରି ପ୍ରଭୁ-ନାମ ଧ୍ୟାନ କରିଛି

ਗੁਰ ਪਰਸਾਦੀ ਬੁਝਿ ਸਚਿ ਸਮਾਇਆ ॥੧॥
ଗୁରୁଙ୍କ କୃପାରୁ ମନୁଷ୍ୟ ଜନ୍ମର ମନୋରଥକୁ ବୁଝି ସେ ସତ୍ୟରେ ହିଁ ରହିଥାଏ ॥1॥

ਜਿਨੑ ਧੁਰਿ ਲਿਖਿਆ ਲੇਖੁ ਤਿਨੑੀ ਨਾਮੁ ਕਮਾਇਆ ॥
ଯେଉଁ ମନୁଷ୍ୟ ଆଦିରୁ ହିଁ ମସ୍ତକରେ ଭାଗ୍ୟ ଲେଖା ହୋଇଛି, ସିଏ ପ୍ରଭ-ନାମର ଅର୍ଜ୍ଜନ କରିଛି।

ਦਰਿ ਸਚੈ ਸਚਿਆਰ ਮਹਲਿ ਬੁਲਾਇਆ ॥੧॥ ਰਹਾਉ ॥
ସେହି ସତ୍ୟବାଦୀକୁ ସଚ୍ଚା ପରମାତ୍ମା ନିଜ ମହଲକୁ ଆମନ୍ତ୍ରିତ କରିଛନ୍ତି ॥1॥ରୁହ॥

ਅੰਤਰਿ ਨਾਮੁ ਨਿਧਾਨੁ ਗੁਰਮੁਖਿ ਪਾਈਐ ॥
ଆମର ଅନ୍ତର୍ମନରେ ନାମର ଖଜଣା ବିଦ୍ୟମାନ ଅଛି, ପରନ୍ତୁ, ଏହା ଗୁରୁଙ୍କ ସମ୍ମୁଖରେ ହିଁ ମିଳିଥାଏ।

ਅਨਦਿਨੁ ਨਾਮੁ ਧਿਆਇ ਹਰਿ ਗੁਣ ਗਾਈਐ ॥੨॥
ରାତିଦିନ ହରିନାମର ଧ୍ୟାନ କରିବା ଉଚିତ ଆଉ ହରିଙ୍କ ସ୍ତୁତିଗାନ କରିବା ଉଚିତ ॥2॥

ਅੰਤਰਿ ਵਸਤੁ ਅਨੇਕ ਮਨਮੁਖਿ ਨਹੀ ਪਾਈਐ ॥
ଆମର ଅନ୍ତରାତ୍ମାରେ ଅନେକ ପଦାର୍ଥ ଅଛି, ପରନ୍ତୁ ମନମୁଖୀ ମନୁଷ୍ୟକୁ ଏହା ପ୍ରାପ୍ତ ହୁଏନାହିଁ।

ਹਉਮੈ ਗਰਬੈ ਗਰਬੁ ਆਪਿ ਖੁਆਈਐ ॥੩॥
ଅହଂକାର କାରଣରୁ ସ୍ଵେଚ୍ଛାଚାରୀ ମନୁଷ୍ୟ ଅଭିମାନ କରିଥାଏ ଆଉ ନିଜକୁ ନିଜେ ନଷ୍ଟ କରି ଦିଅନ୍ତି ॥3॥

ਨਾਨਕ ਆਪੇ ਆਪਿ ਆਪਿ ਖੁਆਈਐ ॥
ହେ ନାନକ! ନିଜ କର୍ମ କାରଣରୁ ମନୁଷ୍ୟ ନିଜକୁ ନିଜେ ନଷ୍ଟ କରି ଦିଅନ୍ତି

ਗੁਰਮਤਿ ਮਨਿ ਪਰਗਾਸੁ ਸਚਾ ਪਾਈਐ ॥੪॥੧੩॥੬੫॥
କିନ୍ତୁ ଗୁରୁଙ୍କ ମତି ଦ୍ଵାରା ମନରେ ଜ୍ଞାନର ପ୍ରକାଶ ହୋଇଯାଏ ଆଉ ସତ୍ୟ (ପରମେଶ୍ଵର) ମିଳିଯାନ୍ତି॥4॥

ਰਾਗੁ ਆਸਾਵਰੀ ਘਰੁ ੧੬ ਕੇ ੨ ਮਹਲਾ ੪ ਸੁਧੰਗ
ରାଗ ଆଶାବରୀ ଘର 16 ର 2 ମହଲା 4 ସୁଧାଙ୍ଗ

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇହୁଏ।

ਹਉ ਅਨਦਿਨੁ ਹਰਿ ਨਾਮੁ ਕੀਰਤਨੁ ਕਰਉ ॥
ମୁଁ ଦିନ ରାତି ହରିଙ୍କ ନାମ ଭଜନ କରୁଅଛି।

ਸਤਿਗੁਰਿ ਮੋ ਕਉ ਹਰਿ ਨਾਮੁ ਬਤਾਇਆ ਹਉ ਹਰਿ ਬਿਨੁ ਖਿਨੁ ਪਲੁ ਰਹਿ ਨ ਸਕਉ ॥੧॥ ਰਹਾਉ ॥
ସଦଗୁରୁ ମୋତେ ହରିନାମର ଭେଦ କହିଛନ୍ତି, ଏଥିପାଇଁ, ଏବେ ମୁଁ ହରିଙ୍କ ବିନା ଏକ କ୍ଷଣ ମଧ୍ୟ ରହିପାରୁ ନାହିଁ ॥1॥ରୁହ॥

ਹਮਰੈ ਸ੍ਰਵਣੁ ਸਿਮਰਨੁ ਹਰਿ ਕੀਰਤਨੁ ਹਉ ਹਰਿ ਬਿਨੁ ਰਹਿ ਨ ਸਕਉ ਹਉ ਇਕੁ ਖਿਨੁ ॥
ହରିଙ୍କ ଭଜନ ଶୁଣିଥାଏ ଆଉ ତାହାଙ୍କ ସ୍ମରଣ କରିବା ହିଁ ମୋ’ ପାଖରେ ଅଛି, ଏବେ ମୁଁ ହରିଙ୍କ ବିନା ଏକ କ୍ଷଣ ମଧ୍ୟ ରହିପାରୁ ନାହିଁ।

ਜੈਸੇ ਹੰਸੁ ਸਰਵਰ ਬਿਨੁ ਰਹਿ ਨ ਸਕੈ ਤੈਸੇ ਹਰਿ ਜਨੁ ਕਿਉ ਰਹੈ ਹਰਿ ਸੇਵਾ ਬਿਨੁ ॥੧॥
ଯେପରି ସରୋବର ବିନା ରାଜହଂସ ରହିପାରେ ନାହିଁ, ସେପରି ହିଁ ହରିଙ୍କ ଭକ୍ତ ହରିଙ୍କ ବିନା କିପରି ରହିପାରିବ?॥1॥

ਕਿਨਹੂੰ ਪ੍ਰੀਤਿ ਲਾਈ ਦੂਜਾ ਭਾਉ ਰਿਦ ਧਾਰਿ ਕਿਨਹੂੰ ਪ੍ਰੀਤਿ ਲਾਈ ਮੋਹ ਅਪਮਾਨ ॥
କେତେ ମନୁଷ୍ୟ ଦୈତ୍ୟ ଭାବ ଯୋଗୁଁ ପ୍ରେମ କରିଥାନ୍ତି ତଥା ତାହାକୁ ନିଜ ହୃଦୟରେ ବସାଇଥାନ୍ତି, କେତେ ମନୁଷ୍ୟ ମୋହ ମାୟା ଏବଂ ଅଭିମାନ ସହିତ ପ୍ରୀତି ଲଗାଇ ରଖିଥାନ୍ତି।

ਹਰਿ ਜਨ ਪ੍ਰੀਤਿ ਲਾਈ ਹਰਿ ਨਿਰਬਾਣ ਪਦ ਨਾਨਕ ਸਿਮਰਤ ਹਰਿ ਹਰਿ ਭਗਵਾਨ ॥੨॥੧੪॥੬੬॥
ହରିଙ୍କ ଭକ୍ତ ହରିଙ୍କ ନିର୍ବାଣ ପଦ ସହିତ ପ୍ରେମ ଲଗାଇ ରଖିଥାଏ, କିନ୍ତୁ ନାନକ ଶ୍ରୀହରି ଭଗବାନଙ୍କ ହିଁ ସ୍ମରଣ କରିଥାଏ ॥2॥14॥66॥

ਆਸਾਵਰੀ ਮਹਲਾ ੪ ॥
ଆଶାବରୀ ମହଲା 4॥

ਮਾਈ ਮੋਰੋ ਪ੍ਰੀਤਮੁ ਰਾਮੁ ਬਤਾਵਹੁ ਰੀ ਮਾਈ ॥
ହେ ମୋର ମାତା! ମୋତେ ମୋର ପ୍ରିୟତମ ରାମଙ୍କ ବିଷୟରେ କିଛି କୁହ।

ਹਉ ਹਰਿ ਬਿਨੁ ਖਿਨੁ ਪਲੁ ਰਹਿ ਨ ਸਕਉ ਜੈਸੇ ਕਰਹਲੁ ਬੇਲਿ ਰੀਝਾਈ ॥੧॥ ਰਹਾਉ ॥
ମୁଁ ଏପରି ହିଁ ଏବେ ହରିଙ୍କ ବିନା ଏକ କ୍ଷଣ ମଧ୍ୟ ରହିପାରୁ ନାହିଁ, ଯେପରି ଓଟ ବେଲକୁ ଦେଖି ଖୁସି ହୋଇଥାଏ ॥1॥ରୁହ॥

ਹਮਰਾ ਮਨੁ ਬੈਰਾਗ ਬਿਰਕਤੁ ਭਇਓ ਹਰਿ ਦਰਸਨ ਮੀਤ ਕੈ ਤਾਈ ॥
ହରି ରୂପୀ ମିତ୍ରର ଦର୍ଶନ ପାଇଁ ମୋର ମନ ବୈରାଗୀ ଏବଂ ବିରକ୍ତ ହୋଇଯାଇଛି।

ਜੈਸੇ ਅਲਿ ਕਮਲਾ ਬਿਨੁ ਰਹਿ ਨ ਸਕੈ ਤੈਸੇ ਮੋਹਿ ਹਰਿ ਬਿਨੁ ਰਹਨੁ ਨ ਜਾਈ ॥੧॥
ଯେପରି ଭ୍ରମର କମଳ ଫୁଲ ବିନା ରହିପାରେ ନାହିଁ, ସେପରି ହିଁ ଏବେ ମୁଁ ହରିଙ୍କ ବିନା ଏକ କ୍ଷଣ ମଧ୍ୟ ରହିପାରୁ ନାହିଁ॥1॥

error: Content is protected !!