ODIA PAGE 378

ਆਸਾ ਮਹਲਾ ੫ ਦੁਪਦੇ ॥
ଆଶା ମହଲା 5 ଦୁପଦୀ॥

ਭਈ ਪਰਾਪਤਿ ਮਾਨੁਖ ਦੇਹੁਰੀਆ ॥
ହେ ମାନବ! ତୋତେ ଯେଉଁ ମାନବ ଜନ୍ମ ପ୍ରାପ୍ତ ହୋଇଛି,

ਗੋਬਿੰਦ ਮਿਲਣ ਕੀ ਇਹ ਤੇਰੀ ਬਰੀਆ ॥
ଏହା ତୁମର ପ୍ରଭୁଙ୍କ ସହିତ ମିଳନର ଶୁଭ ଅବସର ଅଟେ, ଅର୍ଥାତ ପ୍ରଭୁଙ୍କ ନାମ ସ୍ମରଣ କରିବା ପାଇଁ ହିଁ ଏହି ମାନବ ଜନ୍ମ ତୋତେ ପ୍ରାପ୍ତ ହୋଇଛି।

ਅਵਰਿ ਕਾਜ ਤੇਰੈ ਕਿਤੈ ਨ ਕਾਮ ॥
ଏହା ଅତିରିକ୍ତ କୌଣସି ସାଂସାରିକ କାର୍ଯ୍ୟ ତୁମର କୌଣସି କାମରେ ନଥାଏ।

ਮਿਲੁ ਸਾਧਸੰਗਤਿ ਭਜੁ ਕੇਵਲ ਨਾਮ ॥੧॥
କେବଳ ତୁମେ ସାଧୁ ସନ୍ଥଙ୍କ ସଙ୍ଗ କରି ସେହି ଅକାଳ ପୁରୁଷଙ୍କ ଚିନ୍ତନ କର॥1॥

ਸਰੰਜਾਮਿ ਲਾਗੁ ਭਵਜਲ ਤਰਨ ਕੈ ॥
ଏଥିପାଇଁ, ଏହି ସଂସାର ସାଗରରୁ ପାର ହେବା ଉଦ୍ୟମରେ ଲାଗ।

ਜਨਮੁ ਬ੍ਰਿਥਾ ਜਾਤ ਰੰਗਿ ਮਾਇਆ ਕੈ ॥੧॥ ਰਹਾਉ ॥
ଅନ୍ୟଥା ମାୟାର ପ୍ରେମରେ ରତ ତୁମର ଏହି ଜୀବନ ବ୍ୟର୍ଥ ହୋଇଯିବ॥1॥ରୁହ॥

ਜਪੁ ਤਪੁ ਸੰਜਮੁ ਧਰਮੁ ਨ ਕਮਾਇਆ ॥
ହେ ମାନବ! ତୁମେ ଜପ, ତପ ଓ ସଂଯମ କରି ନାହଁ ଆଉ ନା ହିଁ କୌଣସି ପୂଣ୍ୟ କାର୍ଯ୍ୟ କରି ଧର୍ମ କରିଛ।

ਸੇਵਾ ਸਾਧ ਨ ਜਾਨਿਆ ਹਰਿ ਰਾਇਆ ॥
ସାଧୁ ସନ୍ଥଙ୍କ ସେବା କରିନାହଁ ତଥା ନା ପରମେଶ୍ଵରଙ୍କ ସ୍ମରଣ କରିଛ।

ਕਹੁ ਨਾਨਕ ਹਮ ਨੀਚ ਕਰੰਮਾ ॥
ହେ ନାନକ! ଆମେ ମନ୍ଦ କର୍ମ ବାଲା ଜୀବ ଅଟୁ;

ਸਰਣਿ ਪਰੇ ਕੀ ਰਾਖਹੁ ਸਰਮਾ ॥੨॥੨੯॥
ମୋର ଶରଣାଗତର ସମ୍ମାନ ରଖ॥2॥26॥

ਆਸਾ ਮਹਲਾ ੫ ॥
ଆଶା ମହଲା 5॥

ਤੁਝ ਬਿਨੁ ਅਵਰੁ ਨਾਹੀ ਮੈ ਦੂਜਾ ਤੂੰ ਮੇਰੇ ਮਨ ਮਾਹੀ ॥
ହେ ଜଗତର ମାଲିକ! ତୋ’ ବିନା ମୋର ଆଉ କେହି ନାହାନ୍ତି ଆଉ ତୁ ହିଁ ମୋର ମନରେ ରହିଥାଉ।

ਤੂੰ ਸਾਜਨੁ ਸੰਗੀ ਪ੍ਰਭੁ ਮੇਰਾ ਕਾਹੇ ਜੀਅ ਡਰਾਹੀ ॥੧॥
ହେ ପ୍ରଭୁ! ଯେବେ ତୁ ମୋର ବନ୍ଧୁ ଅଛୁ, ତାହାହେଲେ ପୁଣି ମୋର ପ୍ରାଣ କାହିଁକି ଭୟଭୀତ ହୋଇଛି?॥1॥

ਤੁਮਰੀ ਓਟ ਤੁਮਾਰੀ ਆਸਾ ॥
ହେ ନାଥ! ତୁମେ ହିଁ ମୋର ଆଶ୍ରୟ ଏବଂ ତୁମେ ହିଁ ମୋର ଆଶା ଅଟ।

ਬੈਠਤ ਊਠਤ ਸੋਵਤ ਜਾਗਤ ਵਿਸਰੁ ਨਾਹੀ ਤੂੰ ਸਾਸ ਗਿਰਾਸਾ ॥੧॥ ਰਹਾਉ ॥
ବସିବା ଉଠିବା, ଶୋଇବା ଜାଗିବା, ଶ୍ଵାସ ନେବା ଅଥବା ଖାଇବା ସମୟରେ ତୁମେ ମୋତେ କେବେ ବିସ୍ମୃତ ହୁଅ ନାହିଁ॥1॥ରୁହ॥

ਰਾਖੁ ਰਾਖੁ ਸਰਣਿ ਪ੍ਰਭ ਅਪਨੀ ਅਗਨਿ ਸਾਗਰ ਵਿਕਰਾਲਾ ॥
ହେ ପ୍ରଭୁ! ମୋତେ ନିଜ ଶରଣରେ ରଖ, କାରଣ ଏହି ଦୁନିଆ ଅଗ୍ନିର ଭୟାନଙ୍କ ସାଗର ଅଟେ।

ਨਾਨਕ ਕੇ ਸੁਖਦਾਤੇ ਸਤਿਗੁਰ ਹਮ ਤੁਮਰੇ ਬਾਲ ਗੁਪਾਲਾ ॥੨॥੩੦॥
ହେ ନାନକଙ୍କ ସୁଖଦାତା ସଦଗୁରୁ! ଆମେ ତୋର ହିଁ ସନ୍ତାନ ଅଟୁ॥2॥30॥

ਆਸਾ ਮਹਲਾ ੫ ॥
ଆଶା ମହଲା 5॥

ਹਰਿ ਜਨ ਲੀਨੇ ਪ੍ਰਭੂ ਛਡਾਇ ॥
ପରମାତ୍ମା ନିଜ ଭକ୍ତଙ୍କୁ ମୋହ ମାୟାର ଜାଲରୁ ବଞ୍ଚାଇଛନ୍ତି।

ਪ੍ਰੀਤਮ ਸਿਉ ਮੇਰੋ ਮਨੁ ਮਾਨਿਆ ਤਾਪੁ ਮੁਆ ਬਿਖੁ ਖਾਇ ॥੧॥ ਰਹਾਉ ॥
ମୋର ମନ ପ୍ରିୟତମ ପ୍ରଭୁଙ୍କ ସାଥିରେ ମିଶି ଯାଇଛି ଆଉ ମୋର ତାପ ବିଷ ସେବନ କରି ମରିଯାଇଛି॥1॥ରୁହ॥

ਪਾਲਾ ਤਾਊ ਕਛੂ ਨ ਬਿਆਪੈ ਰਾਮ ਨਾਮ ਗੁਨ ਗਾਇ ॥
ରାମ ନାମର ଗୁଣଗାନ କରିବା ଦ୍ଵାରା ମୋତେ ଥଣ୍ଡା କିମ୍ବା ଗରମ ଅନୁଭୂତ ହେଉନାହିଁ।

ਡਾਕੀ ਕੋ ਚਿਤਿ ਕਛੂ ਨ ਲਾਗੈ ਚਰਨ ਕਮਲ ਸਰਨਾਇ ॥੧॥
ପ୍ରଭୁଙ୍କ ଚରଣ-କମଳର ଆଶ୍ରୟ ପ୍ରାପ୍ତ କରିବା ଦ୍ଵାରା ମୋର ମନରେ ମାୟା ଡାହାଣୀର ପ୍ରଭାବ ପଡେ ନାହିଁ॥1॥

ਸੰਤ ਪ੍ਰਸਾਦਿ ਭਏ ਕਿਰਪਾਲਾ ਹੋਏ ਆਪਿ ਸਹਾਇ ॥
ସନ୍ଥଙ୍କ କୃପାରୁ ଇଶ୍ଵର ମୋ’ ଉପରେ କୃପାଳୁ ହୋଇଯାଇଛନ୍ତି ଆଉ ସ୍ଵୟଂ ମୋର ସହାୟକ ବନିଯାଇଛନ୍ତି।

ਗੁਨ ਨਿਧਾਨ ਨਿਤਿ ਗਾਵੈ ਨਾਨਕੁ ਸਹਸਾ ਦੁਖੁ ਮਿਟਾਇ ॥੨॥੩੧॥
ନାନକ ଦ୍ଵିଧା ଏବଂ ଦୁଃଖକୁ ଦୂର କରି ଗୁଣ ନିଧାନ ପ୍ରଭୁଙ୍କ ଗୁଣ ନିତ୍ୟ ଗାନ କରିଥାନ୍ତି॥2॥31॥

ਆਸਾ ਮਹਲਾ ੫ ॥
ଆଶା ମହଲା 5॥

ਅਉਖਧੁ ਖਾਇਓ ਹਰਿ ਕੋ ਨਾਉ ॥
ହେ ଭାଇ! ମୁଁ ହରିନାମ ରୂପୀ ଔଷଧ ଖାଇଛି,

ਸੁਖ ਪਾਏ ਦੁਖ ਬਿਨਸਿਆ ਥਾਉ ॥੧॥
ଯାହା ଦ୍ଵାରା ମୋର ଦୁଃଖ ନାଶ ହୋଇଯାଇଛି ଆଉ ଆତ୍ମିକ ସୁଖ ପ୍ରାପ୍ତ କରିନେଇଛି॥1॥

ਤਾਪੁ ਗਇਆ ਬਚਨਿ ਗੁਰ ਪੂਰੇ ॥
ପୂର୍ଣ୍ଣ ଗୁରୁଙ୍କ ବଚନ ଦ୍ଵାରା ମୋର ମନର ସଂତାପ ନଷ୍ଟ ହୋଇଯାଇଛି।

ਅਨਦੁ ਭਇਆ ਸਭਿ ਮਿਟੇ ਵਿਸੂਰੇ ॥੧॥ ਰਹਾਉ ॥
ମୋର ସମସ୍ତ ଚିନ୍ତା ଦୂର ହୋଇଯାଇଛି ଆଉ ଆନନ୍ଦ ପ୍ରାପ୍ତ ହୋଇଯାଇଛି॥1॥ରୁହ॥

ਜੀਅ ਜੰਤ ਸਗਲ ਸੁਖੁ ਪਾਇਆ ॥ ਪਾਰਬ੍ਰਹਮੁ ਨਾਨਕ ਮਨਿ ਧਿਆਇਆ ॥੨॥੩੨॥
ହେ ନାନକ! ଯିଏ ନିଜ ମନରେ ପରମାତ୍ମାଙ୍କୁ ସ୍ମରଣ କରିଛି, ସେହି ସବୁ ଜୀବଜନ୍ତୁ ସୁଖ ହିଁ ପାଇଛି॥2॥32॥

ਆਸਾ ਮਹਲਾ ੫ ॥
ଆଶା ମହଲା 5॥

ਬਾਂਛਤ ਨਾਹੀ ਸੁ ਬੇਲਾ ਆਈ ॥
ହେ ବନ୍ଧୁ! ମୃତ୍ୟୁର ସେହି ସମୟ ଆସିଯାଇଛି ଯାହାକୁ କୌଣସି ପ୍ରାଣୀ ପସନ୍ଦ କରେ ନାହିଁ।

ਬਿਨੁ ਹੁਕਮੈ ਕਿਉ ਬੁਝੈ ਬੁਝਾਈ ॥੧॥
ପ୍ରଭୁଙ୍କ ହୁକୁମ ବିନା ମନୁଷ୍ୟ କିପରି ବୁଝିପାରିବ, ତାହାକୁ ଯେତେ ବୁଝାଇଲେ ମଧ୍ୟ॥1॥

ਠੰਢੀ ਤਾਤੀ ਮਿਟੀ ਖਾਈ ॥
ହେ ଭାଇ! ପାର୍ଥିବ ଶରୀରକୁ ଜଳ ପ୍ରବାହ କରାଯାଇ ଥାଏ, ଅଗ୍ନିରେ ଜଳାଯାଇ ଥାଏ ଅଥବା ମାଟିରେ ମିଶା ଯାଇଥାଏ

ਓਹੁ ਨ ਬਾਲਾ ਬੂਢਾ ਭਾਈ ॥੧॥ ਰਹਾਉ ॥
ପରନ୍ତୁ, ଏହି ଆତ୍ମାର ନା ଯୌବନ ଥାଏ, ନା ହିଁ ବାର୍ଦ୍ଧକ୍ୟ ଥାଏ॥1॥ରୁହ॥

ਨਾਨਕ ਦਾਸ ਸਾਧ ਸਰਣਾਈ ॥
ଦାସ ନାନକ ସାଧୁ ସନ୍ଥଙ୍କ ଶରଣ ନେଇଛନ୍ତି,

ਗੁਰ ਪ੍ਰਸਾਦਿ ਭਉ ਪਾਰਿ ਪਰਾਈ ॥੨॥੩੩॥
ଗୁରୁଙ୍କ କୃପାରୁ ସେ ମୃତ୍ୟୁର ଭୟକୁ ପାର କରିନେଇଛି॥2॥33॥

ਆਸਾ ਮਹਲਾ ੫ ॥
ଆଶା ମହଲା 5॥

ਸਦਾ ਸਦਾ ਆਤਮ ਪਰਗਾਸੁ ॥
ସେହି ବ୍ୟକ୍ତିର ମନରେ ସବୁଦିନ ପାଇ ପ୍ରଭୁ ଜ୍ୟୋତିର ପ୍ରକାଶ ହୋଇଯାଏ,

ਸਾਧਸੰਗਤਿ ਹਰਿ ਚਰਣ ਨਿਵਾਸੁ ॥੧॥
ଯେଉଁ ବ୍ୟକ୍ତି ସାଧୁଙ୍କ ସଙ୍ଗତିରେ ମିଶି ଶ୍ରୀହରିଙ୍କ ଚରଣରେ ନିବାସ କରିଥାଏ॥1॥

ਰਾਮ ਨਾਮ ਨਿਤਿ ਜਪਿ ਮਨ ਮੇਰੇ ॥
ହେ ମୋର ମନ! ତୁ ପ୍ରତିଦିନ ରାମଙ୍କ ନାମର ଜପ କର।

ਸੀਤਲ ਸਾਂਤਿ ਸਦਾ ਸੁਖ ਪਾਵਹਿ ਕਿਲਵਿਖ ਜਾਹਿ ਸਭੇ ਮਨ ਤੇਰੇ ॥੧॥ ਰਹਾਉ ॥
ଏହିପରି ତୋତେ ସର୍ବଦା ଶୀତଳ, ଶାନ୍ତି ଏବଂ ସୁଖ ପ୍ରାପ୍ତ ହେବ ଆଉ ତୋର ଦୁଃଖ କ୍ଲେଶ ସବୁ ଦୂର ହୋଇଯିବ॥1॥ରୁହ॥

ਕਹੁ ਨਾਨਕ ਜਾ ਕੇ ਪੂਰਨ ਕਰਮ ॥
ହେ ନାନକ! ଯେଉଁ ଜୀବାତ୍ମାଙ୍କ ପୂର୍ଣ୍ଣ ଭାଗ୍ୟ ଉଦୟ ହୋଇଥାଏ,

ਸਤਿਗੁਰ ਭੇਟੇ ਪੂਰਨ ਪਾਰਬ੍ਰਹਮ ॥੨॥੩੪॥
ତାହାକୁ ସଚ୍ଚା ଗୁରୁ ମିଳିଯାନ୍ତି ଆଉ ଗୁରୁ ଦ୍ଵାରା ପୂର୍ଣ୍ଣ ପରଂବ୍ରହ୍ମ ମଧ୍ୟ ମିଳିଯାନ୍ତି ॥2॥34॥

ਦੂਜੇ ਘਰ ਕੇ ਚਉਤੀਸ ॥
ଦ୍ଵିତୀୟ ଘରର ଚଉତରିଶ॥

ਆਸਾ ਮਹਲਾ ੫ ॥
ଆଶା ମହଲା 5॥

ਜਾ ਕਾ ਹਰਿ ਸੁਆਮੀ ਪ੍ਰਭੁ ਬੇਲੀ ॥
ଯେଉଁ ଜୀବାତ୍ମାର ଜଗତର ସ୍ଵାମୀ ହରି-ପ୍ରଭୁ ଅଟନ୍ତି,

error: Content is protected !!