ਅਲਖ ਅਭੇਵੀਐ ਹਾਂ ॥
ସେ ଅଲକ୍ଷ୍ୟ ଏବଂ ଭେଦ ରହିତ ଅଟନ୍ତି।
ਤਾਂ ਸਿਉ ਪ੍ਰੀਤਿ ਕਰਿ ਹਾਂ ॥
ତାହାଙ୍କ ସହିତ ତୁ ନିଜର ପ୍ରେମ ଲଗାଅ,
ਬਿਨਸਿ ਨ ਜਾਇ ਮਰਿ ਹਾਂ ॥
ତାହାଙ୍କ ନାଶ କେବେ ହୁଏନାହିଁ ଆଉ ସେ ଜନ୍ମ ମରଣ ରହିତ ଅଟନ୍ତି।
ਗੁਰ ਤੇ ਜਾਨਿਆ ਹਾਂ ॥
ନାନକ କହନ୍ତି ଯେ ହେ ମନ! ଗୁରୁଙ୍କ ମାଧ୍ୟମରୁ ହିଁ ପ୍ରଭୁ ମିଳିଥାନ୍ତି।
ਨਾਨਕ ਮਨੁ ਮਾਨਿਆ ਮੇਰੇ ਮਨਾ ॥੨॥੩॥੧੫੯॥
ପ୍ରଭୁଙ୍କ ସାଥିରେ ମୋର ମନ ସନ୍ତୁଷ୍ଟ ହୋଇଯାଇଛି ॥2॥3॥159॥
ਆਸਾਵਰੀ ਮਹਲਾ ੫ ॥
ଆଶାବରୀ ମହଲା 5 ॥
ਏਕਾ ਓਟ ਗਹੁ ਹਾਂ ॥
ହେ ମୋର ମନ! ଏକ ଈଶ୍ଵରଙ୍କ ଆଶ୍ରୟ ନିଅ,
ਗੁਰ ਕਾ ਸਬਦੁ ਕਹੁ ਹਾਂ ॥
ସର୍ବଦା ଗୁରୁଙ୍କ ଶବ୍ଦ ଉଚ୍ଚାରଣ କର।
ਆਗਿਆ ਸਤਿ ਸਹੁ ਹਾਂ ॥
ଭଗବାନଙ୍କ ଆଜ୍ଞାକୁ ସତ୍ୟ ମାନି ସହର୍ଷ ସ୍ଵୀକାର କର।
ਮਨਹਿ ਨਿਧਾਨੁ ਲਹੁ ਹਾਂ ॥
ନିଜ ମନରେ ଥିବା ନାମର ଭଣ୍ଡାରକୁ ପ୍ରାପ୍ତ କର।
ਸੁਖਹਿ ਸਮਾਈਐ ਮੇਰੇ ਮਨਾ ॥੧॥ ਰਹਾਉ ॥
ଏହିପରି ତୁମେ ସ୍ଵାଭାବିକ ସୁଖରେ ସମାହିତ ହୋଇଯିବ ॥1॥ରୁହ॥
ਜੀਵਤ ਜੋ ਮਰੈ ਹਾਂ ॥
ହେ ମୋର ମନ! ଯେଉଁ ବ୍ୟକ୍ତି ସାଂସାରିକ କାର୍ଯ୍ୟ କରି ମୋହ ମାୟାରେ ନିର୍ଲିପ୍ତ ରହିଥାଏ
ਦੁਤਰੁ ਸੋ ਤਰੈ ਹਾਂ ॥
ସେ ଭୟାନକ ସଂସାର ସାଗରରୁ ପାର ହୋଇଯାଏ।
ਸਭ ਕੀ ਰੇਨੁ ਹੋਇ ਹਾਂ ॥
ଯିଏ ସବୁଙ୍କ ଚରଣ ଧୂଳି ହୋଇଯାଏ,
ਨਿਰਭਉ ਕਹਉ ਸੋਇ ਹਾਂ ॥
ତୁ ତାହାଙ୍କୁ ହିଁ ନିର୍ଭୀକ କୁହ।
ਮਿਟੇ ਅੰਦੇਸਿਆ ਹਾਂ ॥
ସବୁ ଚିନ୍ତା ଦୂର ହୋଇଯାଏ
ਸੰਤ ਉਪਦੇਸਿਆ ਮੇਰੇ ਮਨਾ ॥੧॥
ସନଥଙ୍କ ଉପଦେଶ ଦ୍ଵାରା, ହେ ମୋର ମନ! ॥1॥
ਜਿਸੁ ਜਨ ਨਾਮ ਸੁਖੁ ਹਾਂ ॥
ହେ ମୋର ମନ! ଯେଉଁ ମନୁଷ୍ୟ ପାଖରେ ପ୍ରଭୁ ନାମର ସୁଖ ଅଛି,
ਤਿਸੁ ਨਿਕਟਿ ਨ ਕਦੇ ਦੁਖੁ ਹਾਂ ॥
ତାହା ପାଖରେ କୌଣସି ଦୁଃଖ ଆସେ ନାହିଁ।
ਜੋ ਹਰਿ ਹਰਿ ਜਸੁ ਸੁਨੇ ਹਾਂ ॥
ଯେଉଁ ମନୁଷ୍ୟ ପରମାତ୍ମାଙ୍କ ଯଶୋଗାନ ଶୁଣିଥାଏ,
ਸਭੁ ਕੋ ਤਿਸੁ ਮੰਨੇ ਹਾਂ ॥
ଦୁନିଆର ସବୁ ଲୋକ ତାହାର ମାନ ସମ୍ମାନ କରିଥାନ୍ତି।
ਸਫਲੁ ਸੁ ਆਇਆ ਹਾਂ ॥ ਨਾਨਕ ਪ੍ਰਭ ਭਾਇਆ ਮੇਰੇ ਮਨਾ ॥੨॥੪॥੧੬੦॥
ନାନକ କହନ୍ତି ଯେ ହେ ମୋର ମନ!ଏହି ସଂସାରରେ ତାହାର ଆଗମନ ସଫଳ ହୋଇଛି, ଯିଏ ପ୍ରଭୁଙ୍କୁ ଭଲ ଲାଗିଥାଏ ॥2॥4॥160॥
ਆਸਾਵਰੀ ਮਹਲਾ ੫ ॥
ଆଶାବରୀ ମହଲା 5 ॥
ਮਿਲਿ ਹਰਿ ਜਸੁ ਗਾਈਐ ਹਾਂ ॥
ଆସ ଆମେ ମିଶି ହରିଙ୍କ ଯଶୋଗାନ କରିବା
ਪਰਮ ਪਦੁ ਪਾਈਐ ਹਾਂ ॥
ଏବଂ ପରମ ପଦ ପ୍ରାପ୍ତ କରିବା।
ਉਆ ਰਸ ਜੋ ਬਿਧੇ ਹਾਂ ॥
ଯିଏ ଏହି ରସକୁ ପାଇଥାଏ ସେ
ਤਾ ਕਉ ਸਗਲ ਸਿਧੇ ਹਾਂ ॥
ସମସ୍ତ ରିଦ୍ଧି-ସିଦ୍ଧି ପ୍ରାପ୍ତ କରିଥାଏ।
ਅਨਦਿਨੁ ਜਾਗਿਆ ਹਾਂ ॥
ଯେଉଁ ମନୁଷ୍ୟ ରାତି ଦିନ ବିକାର ଠାରୁ ସଚେତ ରହିଥାଏ,
ਨਾਨਕ ਬਡਭਾਗਿਆ ਮੇਰੇ ਮਨਾ ॥੧॥ ਰਹਾਉ ॥
ନାନକ କହନ୍ତି ଯେ ହେ ମୋର ମନ! ସେ ବଡ ଭାଗ୍ୟଶାଳୀ ଅଟେ ॥1॥ରୁହ॥
ਸੰਤ ਪਗ ਧੋਈਐ ਹਾਂ ॥ ਦੁਰਮਤਿ ਖੋਈਐ ਹਾਂ ॥
ଆସ, ଆମେ ମିଶି ସନ୍ଥଙ୍କ ଚରଣ ଧୋଇବା ଆଉ ନିଜର ଦୁର୍ମତିକୁ ଶୁଦ୍ଧ କରିବା।
ਦਾਸਹ ਰੇਨੁ ਹੋਇ ਹਾਂ ॥ ਬਿਆਪੈ ਦੁਖੁ ਨ ਕੋਇ ਹਾਂ ॥
ପ୍ରଭୁଙ୍କ ସେବକର ଚରଣ ଧୂଳି ହେଲେ ମନୁଷ୍ୟକୁ କୌଣସି ଦୁଃଖ ଗ୍ରାସ କରେ ନାହିଁ।
ਭਗਤਾਂ ਸਰਨਿ ਪਰੁ ਹਾਂ ॥ ਜਨਮਿ ਨ ਕਦੇ ਮਰੁ ਹਾਂ ॥
ଭକ୍ତଜନଙ୍କ ଶରଣ ନେଲେ ମନୁଷ୍ୟକୁ ଜନ୍ମ ମରଣ ଚକ୍ରରୁ ମୁକ୍ତି ମିଳିଯାଏ।
ਅਸਥਿਰੁ ਸੇ ਭਏ ਹਾਂ ॥ ਹਰਿ ਹਰਿ ਜਿਨੑ ਜਪਿ ਲਏ ਮੇਰੇ ਮਨਾ ॥੧॥
ହେ ମୋର ମନ! ଯେଉଁ ମନୁଷ୍ୟ ହରିନାମର ଜପ କରିଥାଏ, ସେ ସ୍ଥିର ହୋଇଯାଏ ॥1॥
ਸਾਜਨੁ ਮੀਤੁ ਤੂੰ ਹਾਂ ॥
ହେ ପୂଜ୍ୟ ପରମେଶ୍ଵର! ତୁ ହିଁ ମୋର ସାଜନ ଏବଂ ମିତ୍ର ଅଟୁ।
ਨਾਮੁ ਦ੍ਰਿੜਾਇ ਮੂੰ ਹਾਂ ॥
ମୋର ମନରେ ନିଜର ନାମ ସ୍ଥାପନ କର।
ਤਿਸੁ ਬਿਨੁ ਨਾਹਿ ਕੋਇ ਹਾਂ ॥ ਮਨਹਿ ਅਰਾਧਿ ਸੋਇ ਹਾਂ ॥
କେହି ନାହାନ୍ତି, ଏଥିପାଇଁ, ନିଜ ମନରେ ମୁଁ ତାହାଙ୍କ ଆରାଧନା କରିଥାଏ।
ਨਿਮਖ ਨ ਵੀਸਰੈ ਹਾਂ ॥
ଏକ ନିମିଷ ମାତ୍ର ମୁଁ ତାହାଙ୍କୁ ଭୁଲେ ନାହିଁ।
ਤਿਸੁ ਬਿਨੁ ਕਿਉ ਸਰੈ ਹਾਂ ॥
ତାହାଙ୍କ ବୀନା ମୁଁ କିପରି ନିର୍ବାହ କରିବି?
ਗੁਰ ਕਉ ਕੁਰਬਾਨੁ ਜਾਉ ਹਾਂ ॥ ਨਾਨਕੁ ਜਪੇ ਨਾਉ ਮੇਰੇ ਮਨਾ ॥੨॥੫॥੧੬੧॥
ହେ ମୋର ମନ! ମୁଁ ଗୁରୁଙ୍କ ପ୍ରତି ସମର୍ପିତ ଅଟେ, ନାନକ କେବଳ ପରମାତ୍ମାଙ୍କ ନାମ ଜପିଥାନ୍ତି ॥2॥5॥161॥
ਆਸਾਵਰੀ ਮਹਲਾ ੫ ॥
ଆଶାବରୀ ମହଲା 5 ॥
ਕਾਰਨ ਕਰਨ ਤੂੰ ਹਾਂ ॥
ହେ ପ୍ରଭୁ! ଏକ ତୁ ହିଁ ଜଗତର ରଚୟିତା ଅଟୁ
ਅਵਰੁ ਨਾ ਸੁਝੈ ਮੂੰ ਹਾਂ ॥
ତୋ’ ବିନା ଆଉ କାହାକୁ ଜାଣେ ନାହିଁ।
ਕਰਹਿ ਸੁ ਹੋਈਐ ਹਾਂ ॥
ଦୁନିଆରେ ତୁ ଯାହା କିଛି କରିଥାଉ, ତାହା ହିଁ ହୋଇଥାଏ।
ਸਹਜਿ ਸੁਖਿ ਸੋਈਐ ਹਾਂ ॥
ମୁଁ ଏଥିପାଇଁ ସ୍ଵାଭାବିକ ସୁଖରେ ଶୋଇଥାଏ।
ਧੀਰਜ ਮਨਿ ਭਏ ਹਾਂ ॥ ਪ੍ਰਭ ਕੈ ਦਰਿ ਪਏ ਮੇਰੇ ਮਨਾ ॥੧॥ ਰਹਾਉ ॥
ହେ ମୋର ମନ! ଯେବେ ଠାରୁ ମୁଁ ପ୍ରଭୁଙ୍କ ଦ୍ବାରର ଶରଣ ନେଇଛି, ମୋର ମନରେ ଧୈର୍ଯ୍ୟ ଆସି ଯାଇଛି ॥1॥ରୁହ॥
ਸਾਧੂ ਸੰਗਮੇ ਹਾਂ ॥
ମୁଁ ସାଧୁଙ୍କ ସଙ୍ଗତିରେ ଯୋଡି ରହିଛି,
ਪੂਰਨ ਸੰਜਮੇ ਹਾਂ ॥
ମୋର ଜ୍ଞାନେନ୍ଦ୍ରିୟ ପୂର୍ଣ୍ଣ ଭାବରେ ମୋର ବଶରେ ଅଛି।
ਜਬ ਤੇ ਛੁਟੇ ਆਪ ਹਾਂ ॥
ଯେବେ ଠାରୁ ମୁଁ ଅହଂତ୍ଵରୁ ମୁକୁଳି ଯାଇଛି,
ਤਬ ਤੇ ਮਿਟੇ ਤਾਪ ਹਾਂ ॥
ସେବେ ଠାରୁ ମୋର ଦୁଃଖ ସନ୍ତାପ ଦୂର ହୋଇଯାଇଛି।
ਕਿਰਪਾ ਧਾਰੀਆ ਹਾਂ ॥ ਪਤਿ ਰਖੁ ਬਨਵਾਰੀਆ ਮੇਰੇ ਮਨਾ ॥੧॥
ହେ ମୋର ମନ! ପ୍ରଭୁ ମୋ’ ଉପରେ କୃପା କରିଛନ୍ତି, ହେ ଜଗତର ମାଲିକ! ମୁଁ ଶରଣରେ ଆସିଥିବା ସମ୍ମାନ ରଖ ॥1॥
ਇਹੁ ਸੁਖੁ ਜਾਨੀਐ ਹਾਂ ॥ ਹਰਿ ਕਰੇ ਸੁ ਮਾਨੀਐ ਹਾਂ ॥
ହେ ମୋର ମନ! ଭଗବାନ ଯାହା କିଛି କରିଥାନ୍ତି, ତାହାକୁ ସହର୍ଷ ମାନିବା ଉଚିତ, କେବଳ ତାହାକୁ ହିଁ ସୁଖ ଭାବିବା ଉଚିତ।
ਮੰਦਾ ਨਾਹਿ ਕੋਇ ਹਾਂ ॥ ਸੰਤ ਕੀ ਰੇਨ ਹੋਇ ਹਾਂ ॥
ହେ ମୋର ମନ! ଯେଉଁ ମନୁଷ୍ୟ ସନ୍ଥଙ୍କ ଚରଣ ଧୂଳି ବନିଥାଏ, ତାହାକୁ ଜଗତରେ କେହି ମନ୍ଦ ନଜରରେ ଦେଖନ୍ତି ନାହିଁ।
ਆਪੇ ਜਿਸੁ ਰਖੈ ਹਾਂ ॥ ਹਰਿ ਅੰਮ੍ਰਿਤੁ ਸੋ ਚਖੈ ਮੇਰੇ ਮਨਾ ॥੨॥
ହେ ମୋର ମନ! ଯେଉଁ ବ୍ୟକ୍ତିକୁ ପରମାତ୍ମା ନିଜେ ରକ୍ଷା କରିଥାନ୍ତି, ସେ ହରିନାମ ରୂପୀ ଅମୃତ ଚାଖିଥାଏ ॥2॥
ਜਿਸ ਕਾ ਨਾਹਿ ਕੋਇ ਹਾਂ ॥
ଯେଉଁ ମନୁଷ୍ୟର କେହି ନଥାଏ,
ਤਿਸ ਕਾ ਪ੍ਰਭੂ ਸੋਇ ਹਾਂ ॥
ତାହାର ସେହି ପ୍ରଭୁ ଅଛନ୍ତି।
ਅੰਤਰਗਤਿ ਬੁਝੈ ਹਾਂ ॥
ପ୍ରଭୁ ସବୁଙ୍କ ଅନ୍ତର୍ମନର ଅବସ୍ଥା ବୁଝିଥାନ୍ତି।
ਸਭੁ ਕਿਛੁ ਤਿਸੁ ਸੁਝੈ ਹਾਂ ॥
ସେ ସବୁ କଥାକୁ ଜାଣିଥାନ୍ତି।
ਪਤਿਤ ਉਧਾਰਿ ਲੇਹੁ ਹਾਂ ॥ ਨਾਨਕ ਅਰਦਾਸਿ ਏਹੁ ਮੇਰੇ ਮਨਾ ॥੩॥੬॥੧੬੨॥
ହେ ମୋର ମନ! ଈଶ୍ବରଙ୍କ ଦରବାରରେ ବନ୍ଦନା କର, ହେ ପ୍ରଭୁ! ପତିତର ଉଦ୍ଧାର କର, ନାନକ ଏହା ପ୍ରାର୍ଥନା କରନ୍ତି ॥3॥6॥162॥
ਆਸਾਵਰੀ ਮਹਲਾ ੫ ਇਕਤੁਕਾ ॥
ଆଶାବରୀ ମହଲା 5 ଇକଟୁକା ॥
ਓਇ ਪਰਦੇਸੀਆ ਹਾਂ ॥
ହେ ଜୀବ! ଏହି ଦୁନିଆରେ ତୁ ପରଦେଶୀ ଅଟୁ,
ਸੁਨਤ ਸੰਦੇਸਿਆ ਹਾਂ ॥੧॥ ਰਹਾਉ ॥
ଏହି ସନ୍ଦେଶ ଧ୍ଯାନପୂର୍ବକ ଶୁଣ ॥1॥ରୁହ॥
ਜਾ ਸਿਉ ਰਚਿ ਰਹੇ ਹਾਂ ॥
ଯେଉଁ ମାୟା ସାଥିରେ ତୁମେ ମୋହିତ ହୋଇଛ,