ਗੁਪਤ ਪ੍ਰਗਟ ਜਾ ਕਉ ਅਰਾਧਹਿ ਪਉਣ ਪਾਣੀ ਦਿਨਸੁ ਰਾਤਿ ॥
ଗୁପ୍ତ ଏବଂ ପ୍ରଘଟ ସବୁ ଜୀବ, ପବନ, ପାଣି ଦିନ-ରାତି ତାହାଙ୍କ ଆରାଧନା କରିଥାଏ।
ਨਖਿਅਤ੍ਰ ਸਸੀਅਰ ਸੂਰ ਧਿਆਵਹਿ ਬਸੁਧ ਗਗਨਾ ਗਾਵਏ ॥
ଯାହାଙ୍କ ବନ୍ଦନା ନକ୍ଷତ୍ର, ଚାନ୍ଦ ଏବଂ ସୂର୍ଯ୍ୟ କରିଥାନ୍ତି ଆଉ ଯାହାଙ୍କ ସ୍ତୁତି ଗଗନ ଏବଂ ଧରିତ୍ରୀ ଗାନ କରିଥାନ୍ତି,
ਸਗਲ ਖਾਣੀ ਸਗਲ ਬਾਣੀ ਸਦਾ ਸਦਾ ਧਿਆਵਏ ॥
ଯାହାଙ୍କ ସବୁ ଉତ୍ପତ୍ତିର ସ୍ରୋତ ଏବଂ ବାଣୀ ସର୍ବଦା ହିଁ ସ୍ମରଣ କରିଥାନ୍ତି,
ਸਿਮ੍ਰਿਤਿ ਪੁਰਾਣ ਚਤੁਰ ਬੇਦਹ ਖਟੁ ਸਾਸਤ੍ਰ ਜਾ ਕਉ ਜਪਾਤਿ ॥
ସ୍ମୃତି, ପୁରାଣ, ଚାରି ବେଦ, ଛଅ ଶାସ୍ତ୍ର ଯାହାଙ୍କ ଜପ କରିଥାନ୍ତି,
ਪਤਿਤ ਪਾਵਨ ਭਗਤਿ ਵਛਲ ਨਾਨਕ ਮਿਲੀਐ ਸੰਗਿ ਸਾਤਿ ॥੩॥
ହେ ନାନକ! ସେହି ପତିତପାବନ ଭକ୍ତବତ୍ସଳ ପ୍ରଭୁ ସତସଙ୍ଗତି ଦ୍ଵାରା ହିଁ ମିଳିଥାନ୍ତି॥3॥
ਜੇਤੀ ਪ੍ਰਭੂ ਜਨਾਈ ਰਸਨਾ ਤੇਤ ਭਨੀ ॥
ସୃଷ୍ଟିର ଯେତେ ଜ୍ଞାନ ମୋତେ ପ୍ରଭୁ ଦେଇଛନ୍ତି, ମୋର ଜିହ୍ଵା ସେତେ ବର୍ଣ୍ଣନା କରି ଦେଇଛି।
ਅਨਜਾਨਤ ਜੋ ਸੇਵੈ ਤੇਤੀ ਨਹ ਜਾਇ ਗਨੀ ॥
ମୋର ଜ୍ଞାନରୁ ବାହାର ଯିଏ ତୋର ସେବା କରିଥାଏ, ତାହାର ଗଣନା କରାଯାଇ ପାରିବ ନାହିଁ।
ਅਵਿਗਤ ਅਗਨਤ ਅਥਾਹ ਠਾਕੁਰ ਸਗਲ ਮੰਝੇ ਬਾਹਰਾ ॥
ଜଗତର ଠାକୁର ପ୍ରଭୁ ଅବିଗତ, ଅଗଣିତ ଏବଂ ଅଥଳ ଅଟନ୍ତି, ସବୁ ଜୀବଙ୍କ ଠାରେ ଏବଂ ବାହାରେ ପ୍ରଭୁ ହିଁ ବିଦ୍ୟମାନ ଅଟନ୍ତି।
ਸਰਬ ਜਾਚਿਕ ਏਕੁ ਦਾਤਾ ਨਹ ਦੂਰਿ ਸੰਗੀ ਜਾਹਰਾ ॥
ହେ ପ୍ରଭୁ! ଆମେ ସବୁ ଭିକାରୀ ଅଟୁ ଆଉ ଏକ ତୁ ହିଁ ଦାତା ଅଟୁ, ତୁ ଦୂରରେ ନୁହେଁ ଆମ ପାଖରେ ହିଁ ଅଛୁ।
ਵਸਿ ਭਗਤ ਥੀਆ ਮਿਲੇ ਜੀਆ ਤਾ ਕੀ ਉਪਮਾ ਕਿਤ ਗਨੀ ॥
ସେହି ପ୍ରଭୁ ନିଜ ଭକ୍ତଙ୍କ ବଶରେ ଅଛନ୍ତି, ଯେଉଁ ପ୍ରାଣୀ ପ୍ରଭୁଙ୍କ ସହିତ ମିଳି ଯାଇଛି, ତାହାର ଉପମା କିପରି କରି ପାରିବି?
ਇਹੁ ਦਾਨੁ ਮਾਨੁ ਨਾਨਕੁ ਪਾਏ ਸੀਸੁ ਸਾਧਹ ਧਰਿ ਚਰਨੀ ॥੪॥੨॥੫॥
ନାନକଙ୍କ ଏହି କାମନା ଯେ ସେ ପରମାତ୍ମାଙ୍କ ଠାରୁ ଏହି ଦାନ ଏବଂ ସମ୍ମାନ ପ୍ରାପ୍ତ କରି ସାଧୁଙ୍କ ଚରଣରେ ରହିବା॥4॥2॥5॥
ਆਸਾ ਮਹਲਾ ੫ ॥
ଆଶା ମହଲା 5 ॥
ਸਲੋਕ ॥
ଶ୍ଳୋକ ॥
ਉਦਮੁ ਕਰਹੁ ਵਡਭਾਗੀਹੋ ਸਿਮਰਹੁ ਹਰਿ ਹਰਿ ਰਾਇ ॥
ହେ ଭାଗ୍ୟଶାଳୀ ଜୀବ! ସାମାନ୍ୟ ଉଦ୍ୟମ କର ଏବଂ ଜଗତର ମାଲିକ ପରମାତ୍ମାଙ୍କୁ ସ୍ମରଣ କର।
ਨਾਨਕ ਜਿਸੁ ਸਿਮਰਤ ਸਭ ਸੁਖ ਹੋਵਹਿ ਦੂਖੁ ਦਰਦੁ ਭ੍ਰਮੁ ਜਾਇ ॥੧॥
ହେ ନାନକ! ସେହି ପ୍ରଭୁଙ୍କ ସ୍ମରଣ କରିବା ଦ୍ଵାରା ସର୍ବ ସୁଖ ପ୍ରାପ୍ତ ହୋଇଥାଏ ତଥା ଦୁଃଖ, ଯନ୍ତ୍ରଣା ଏବଂ ଭ୍ରମ ଦୂର ହୋଇଯାଏ॥1॥
ਭੇਟਤ ਸਾਧੂ ਸੰਗ ਜਮ ਪੁਰਿ ਨਹ ਜਾਈਐ ॥
ସାଧୁଙ୍କ ସଙ୍ଗତିରେ ରହିବା ଦ୍ଵାରା ଯମପୁରୀ ଯିବାକୁ ପଡେ ନାହିଁ।
ਦੂਖ ਦਰਦ ਨ ਭਉ ਬਿਆਪੈ ਨਾਮੁ ਸਿਮਰਤ ਸਦ ਸੁਖੀ ॥
ପ୍ରଭୁଙ୍କ ନାମ ସ୍ମରଣ କରିବା ଦ୍ଵାରା ପ୍ରାଣୀ ସଦା ସୁଖୀ ରହିଥାଏ ଆଉ ତାହାକୁ ଦୁଃଖ, ଯନ୍ତ୍ରଣା ଏବଂ ଭୟ ଗ୍ରାସ କରେ ନାହିଁ।
ਸਾਸਿ ਸਾਸਿ ਅਰਾਧਿ ਹਰਿ ਹਰਿ ਧਿਆਇ ਸੋ ਪ੍ਰਭੁ ਮਨਿ ਮੁਖੀ ॥
ହେ ବନ୍ଧୁ! ପ୍ରତି ଶ୍ଵାସ ସାଥିରେ ହଋ-ପରମେଶ୍ଵରଙ୍କ ଆରାଧନା କର ଆଉ ମୁଖ ଏବଂ ମନ ସହିତ ପ୍ରଭୁଙ୍କୁ ସ୍ମରଣ କର।
ਕ੍ਰਿਪਾਲ ਦਇਆਲ ਰਸਾਲ ਗੁਣ ਨਿਧਿ ਕਰਿ ਦਇਆ ਸੇਵਾ ਲਾਈਐ ॥
ହେ ଅମୃତର ଘର! ହେ ଗୁଣର ଭଣ୍ଡାର! ହେ କୃପାଳୁ ଏବଂ ଦୟାଳୁ ପ୍ରଭୁ! ଦୟା କରି ମୋତେ ନିଜ ସେବା ଭକ୍ତିରେ ଲଗାଅ।
ਨਾਨਕੁ ਪਇਅੰਪੈ ਚਰਣ ਜੰਪੈ ਨਾਮੁ ਜਪਤ ਗੋਬਿੰਦ ਨਹ ਅਲਸਾਈਐ ॥੧॥
ନାନକ ପ୍ରାର୍ଥନା କରନ୍ତି ଯେ ହେ ପ୍ରଭୁ! ମୁଁ ତୋର ଚରଣରେ ପଡି ରହିଛି ଆଉ ତୋର ଚରଣର ପୂଜା କରୁଛି, ଗୋବିନ୍ଦଙ୍କ ନାମ ଜପିବାରେ ମୁଁ ଆଳସ୍ୟ କରିବା ଉଚିତ ନୁହେଁ॥1॥
ਪਾਵਨ ਪਤਿਤ ਪੁਨੀਤ ਨਾਮ ਨਿਰੰਜਨਾ ॥
ନିରଞ୍ଜନ ପ୍ରଭୁଙ୍କ ନାମ ପତିତକୁ ପାବନ କରିଥାଏ।
ਭਰਮ ਅੰਧੇਰ ਬਿਨਾਸ ਗਿਆਨ ਗੁਰ ਅੰਜਨਾ ॥
ଗୁରୁଙ୍କ ଜ୍ଞାନର ସୁରମା ଭ୍ରମର ଅନ୍ଧାରକୁ ବିନାଶ କରି ଦେଇଥାଏ।
ਗੁਰ ਗਿਆਨ ਅੰਜਨ ਪ੍ਰਭ ਨਿਰੰਜਨ ਜਲਿ ਥਲਿ ਮਹੀਅਲਿ ਪੂਰਿਆ ॥
ଗୁରୁଙ୍କ ଜ୍ଞାନର ସୁରମା ଏହି ଜ୍ଞାନ ପ୍ରଦାନ କରିଥାଏ ଯେ ନିରଞ୍ଜନ ପ୍ରଭୁ ଜଳ, ଧରିତ୍ରୀ ଏବଂ ଗଗନରେ ସବୁ ଜାଗାରେ ରହିଛନ୍ତି।
ਇਕ ਨਿਮਖ ਜਾ ਕੈ ਰਿਦੈ ਵਸਿਆ ਮਿਟੇ ਤਿਸਹਿ ਵਿਸੂਰਿਆ ॥
ଯେଉଁ ମନୁଷ୍ୟର ହୃଦୟରେ ପ୍ରଭୁ ଏକ କ୍ଷଣ ପାଇଁ ନିବାସ କରିଦିଅନ୍ତି ,ସେଇ ମନୁଷ୍ୟର ଦୁଖ – ସଂତାପ ଲିଭି ଯାଇଥାଏ ।
ਅਗਾਧਿ ਬੋਧ ਸਮਰਥ ਸੁਆਮੀ ਸਰਬ ਕਾ ਭਉ ਭੰਜਨਾ ॥
ଜଗତର ସ୍ଵାମୀ ପ୍ରଭୁ ଅପାର ଜ୍ଞାନ ବାଲା ଅଟନ୍ତି ଏବଂ ସେ ସବୁ କିଛି କରିବାରେ ସମର୍ଥ ତଥା ସମସ୍ତଙ୍କ ଭୟ କୁ ନାଶ କରିବା ବାଲା ଅଟନ୍ତି ।
ਨਾਨਕੁ ਪਇਅੰਪੈ ਚਰਣ ਜੰਪੈ ਪਾਵਨ ਪਤਿਤ ਪੁਨੀਤ ਨਾਮ ਨਿਰੰਜਨਾ ॥੨॥
ନାନକ ପ୍ରାର୍ଥନା କରନ୍ତି ଆଉ ପ୍ରଭୁ ଚରଣର ପୂଜା କରିଥାନ୍ତି, ନିରଞ୍ଜନ ପ୍ରଭୁଙ୍କ ନାମ ପତିତକୁ ପାବନ କରିଥାଏ।॥2॥
ਓਟ ਗਹੀ ਗੋਪਾਲ ਦਇਆਲ ਕ੍ਰਿਪਾ ਨਿਧੇ ॥
ମୁଁ କୃପାନିଧି ଦୟାଳୁ ଗୋପାଳଙ୍କ ସାହାରା ନେଇଛି।
ਮੋਹਿ ਆਸਰ ਤੁਅ ਚਰਨ ਤੁਮਾਰੀ ਸਰਨਿ ਸਿਧੇ ॥
ହେ ପ୍ରଭୁ ! ମୋତେ ତୋର ଚରଣର ସାହାରା ଅଛି ଏବଂ ତୋର ଶରଣ ହିଁ ମୋର ସଫଳତା।
ਹਰਿ ਚਰਨ ਕਾਰਨ ਕਰਨ ਸੁਆਮੀ ਪਤਿਤ ਉਧਰਨ ਹਰਿ ਹਰੇ ॥
ସବୁ କିଛି କରିବା ଏବଂ କରାଇବା ବାଲା ଜଗତର ସ୍ଵାମୀ ହରିଙ୍କ ଚରଣରେ ଲାଗି ପତିତର ଉଦ୍ଧାର ହୋଇଯାଏ।
ਸਾਗਰ ਸੰਸਾਰ ਭਵ ਉਤਾਰ ਨਾਮੁ ਸਿਮਰਤ ਬਹੁ ਤਰੇ ॥
ଭଗବାନଙ୍କ ନାମ ହିଁ ଭୟାନକ ସଂସାର ସାଗରରୁ ପାର କରାଇ ଥାଏ ଆଉ ତାହାଙ୍କ ନାମ ସ୍ମରଣ କରି ବହୁତ ସାରା ଜୀବ ପାର ହୋଇ ଯାଇଛନ୍ତି।
ਆਦਿ ਅੰਤਿ ਬੇਅੰਤ ਖੋਜਹਿ ਸੁਨੀ ਉਧਰਨ ਸੰਤਸੰਗ ਬਿਧੇ ॥
ଆଦିରୁ ଅନ୍ତ ପର୍ଯ୍ୟନ୍ତ ଅନନ୍ତ ଲୋକ ଈଶ୍ଵରଙ୍କୁ ସନ୍ଧାନ କରିଥାନ୍ତି, କିନ୍ତୁ ମୁଁ ଶୁଣିଛି ଯେ ସନ୍ଥଙ୍କ ସଙ୍ଗତିରେ ମୁକ୍ତିର ମାର୍ଗ ଅଛି।
ਨਾਨਕੁ ਪਇਅੰਪੈ ਚਰਨ ਜੰਪੈ ਓਟ ਗਹੀ ਗੋਪਾਲ ਦਇਆਲ ਕ੍ਰਿਪਾ ਨਿਧੇ ॥੩॥
ନାନକ ବନ୍ଦନା କରନ୍ତି ଯେ ସେ ପ୍ରଭୁଙ୍କ ଚରଣର ଆରାଧନା କରିଛନ୍ତି ଆଉ କୃପାନିଧି, ଦୟାଳୁ ଗୋପାଳ ପ୍ରଭୁଙ୍କ ସାହାରା ନେଇଛନ୍ତି॥3॥
ਭਗਤਿ ਵਛਲੁ ਹਰਿ ਬਿਰਦੁ ਆਪਿ ਬਨਾਇਆ ॥
ଭକ୍ତବତ୍ସଳ ହରି ନିଜର ପ୍ରକୃତି ନିଜେ ବନାଇଛନ୍ତି।
ਜਹ ਜਹ ਸੰਤ ਅਰਾਧਹਿ ਤਹ ਤਹ ਪ੍ਰਗਟਾਇਆ ॥
ସନ୍ଥ ଯେଉଁଠି ମଧ୍ୟ ଆରାଧନା କରିଥାନ୍ତି, ସେ ସେଇଠି ପ୍ରକଟ ହୋଇଯାନ୍ତି।
ਪ੍ਰਭਿ ਆਪਿ ਲੀਏ ਸਮਾਇ ਸਹਜਿ ਸੁਭਾਇ ਭਗਤ ਕਾਰਜ ਸਾਰਿਆ ॥
ସେ ନିଜ ଭକ୍ତକୁ ସ୍ଵାଭାବିକ ଭାବରେ ନିଜ ସାଥିରେ ମିଳନ କରାଇ ଥାଆନ୍ତି ଆଉ ତାହାର ସବୁ କାର୍ଯ୍ୟ ସଂପୂର୍ଣ୍ଣ କରି ଦିଅନ୍ତି
ਆਨੰਦ ਹਰਿ ਜਸ ਮਹਾ ਮੰਗਲ ਸਰਬ ਦੂਖ ਵਿਸਾਰਿਆ ॥
ପ୍ରଭୁଙ୍କ ଯଶରେ ସେ ଆନନ୍ଦ ଏବଂ ମହା ମଙ୍ଗଳକୁ ପାଇଥାଏ ଆଉ ସବୁ ଦୁଃଖକୁ ଭୁଲି ଯାଇଥାଏ।