ਇਹੁ ਜੀਉ ਸਦਾ ਮੁਕਤੁ ਹੈ ਸਹਜੇ ਰਹਿਆ ਸਮਾਇ ॥੨॥
ଏହି ଜୀବାତ୍ମା ସଦା ମୁକ୍ତ ଅଟେ ଆଉ ସ୍ଵାଭାବିକ ଭାବରେ ପ୍ରଭୁଙ୍କ ଠାରେ ଲୀନ ରହିଥାଏ||2||
ਪਉੜੀ ॥
ପଉଡି ॥
ਪ੍ਰਭਿ ਸੰਸਾਰੁ ਉਪਾਇ ਕੈ ਵਸਿ ਆਪਣੈ ਕੀਤਾ ॥
ପ୍ରଭୁ ସଂସାର ଉତ୍ପନ୍ନ କରି ଏହାକୁ ନିଜ ବଶରେ ରଖିଛନ୍ତି।
ਗਣਤੈ ਪ੍ਰਭੂ ਨ ਪਾਈਐ ਦੂਜੈ ਭਰਮੀਤਾ ॥
ପ୍ରଭୁ ଗଣନା କିମ୍ବା ଚତୁରତା ଦ୍ଵାରା ପ୍ରାପ୍ତ ହୁଅନ୍ତି ନାହିଁ ଆଉ ମନୁଷ୍ୟ ଦୈତ୍ୟଭାବରେ ହିଁ ପଥଭ୍ରଷ୍ଟ ରହିଥାଏ।
ਸਤਿਗੁਰ ਮਿਲਿਐ ਜੀਵਤੁ ਮਰੈ ਬੁਝਿ ਸਚਿ ਸਮੀਤਾ ॥
ସଦଗୁରୁଙ୍କୁ ମିଶିବା ଦ୍ଵାରା ମନୁଷ୍ୟ ଜୀବିତ ରହି ହିଁ ମାୟା ଠାରୁ ମୃତ ହୋଇଥାଏ ଆଉ ସେହି ରହସ୍ୟକୁ ବୁଝିବା ପାଇଁ ସେ ସ୍ଵୟଂ ସତ୍ୟରେ ରହିଥାଏ।
ਸਬਦੇ ਹਉਮੈ ਖੋਈਐ ਹਰਿ ਮੇਲਿ ਮਿਲੀਤਾ ॥
ଶବ୍ଦ ମାଧ୍ୟମରୁ ଅହଂକାର ଦୂର ହୋଇଯାଏ ଆଉ ଜୀବ ହରିଙ୍କ ଠାରେ ଲୀନ ରହିଥାଏ।
ਸਭ ਕਿਛੁ ਜਾਣੈ ਕਰੇ ਆਪਿ ਆਪੇ ਵਿਗਸੀਤਾ ॥੪॥
ପ୍ରଭୁ ସ୍ଵୟଂ ହିଁ ସବୁ କିଛି ଜାଣିଥାନ୍ତି ଆଉ ସବୁ କିଛି ନିଜେ ହିଁ କରିଥାନ୍ତି, ନିଜ ରଚନାକୁ ଦେଖି ସେ ସ୍ଵୟଂ ପ୍ରସନ୍ନ ହୋଇଥାନ୍ତି ||4||
ਸਲੋਕੁ ਮਃ ੩ ॥
ଶ୍ଳୋକ ମହଲା 3 ॥
ਸਤਿਗੁਰ ਸਿਉ ਚਿਤੁ ਨ ਲਾਇਓ ਨਾਮੁ ਨ ਵਸਿਓ ਮਨਿ ਆਇ ॥
ଯେଉଁ ବ୍ୟକ୍ତି ସଦଗୁରୁଙ୍କ ସହିତ ଚିତ୍ତ ଲଗାଏ ନାହିଁ ଆଉ ନା ପ୍ରଭୁଙ୍କ ନାମ ମନରେ ନିବାସ କରାଇ ଥାଏ,
ਧ੍ਰਿਗੁ ਇਵੇਹਾ ਜੀਵਿਆ ਕਿਆ ਜੁਗ ਮਹਿ ਪਾਇਆ ਆਇ ॥
ତାହାର ଜୀବନକୁ ଧିକ୍କାର ଅଟେ। ସେ ଜଗତକୁ ଆସି କଣ ଲାଭ ପ୍ରାପ୍ତ କରି ପାରିବ?
ਮਾਇਆ ਖੋਟੀ ਰਾਸਿ ਹੈ ਏਕ ਚਸੇ ਮਹਿ ਪਾਜੁ ਲਹਿ ਜਾਇ ॥
ମାୟା ଏକ ମନ୍ଦ ପୁଞ୍ଜି ଅଟେ ଆଉ ଏକ କ୍ଷଣରେ ହିଁ ତାହାର ପ୍ରଭାବ ପ୍ରକଟ ହୋଇଥାଏ।
ਹਥਹੁ ਛੁੜਕੀ ਤਨੁ ਸਿਆਹੁ ਹੋਇ ਬਦਨੁ ਜਾਇ ਕੁਮਲਾਇ ॥
ଯେତେବେଳେ ଏହା ମନୁଷ୍ୟ ହାତରୁ ଚାଲିଯାଏ, ସେତେବେଳେ ଏହାର ବଦନ କଳା ହୋଇଯାଏ ଓ ଚେହରା ଝାଉଁଳି ଯାଏ।
ਜਿਨ ਸਤਿਗੁਰ ਸਿਉ ਚਿਤੁ ਲਾਇਆ ਤਿਨੑ ਸੁਖੁ ਵਸਿਆ ਮਨਿ ਆਇ ॥
ଯିଏ ନିଜ ଚିତ୍ତ ସଦଗୁରୁଙ୍କ ସହିତ ଲଗାଇ ଥାଏ, ତାହାର ମନରେ ସୁଖ ବାସ କରିଥାଏ।
ਹਰਿ ਨਾਮੁ ਧਿਆਵਹਿ ਰੰਗ ਸਿਉ ਹਰਿ ਨਾਮਿ ਰਹੇ ਲਿਵ ਲਾਇ ॥
ସେ ହରିଙ୍କ ନାମର ସ୍ମରଣ ପ୍ରେମ ପୂର୍ବକ କରିଥାଏ ଆଉ ହରିଙ୍କ ନାମରେ ହିଁ ଲୀନ ରହିଥାଏ।
ਨਾਨਕ ਸਤਿਗੁਰ ਸੋ ਧਨੁ ਸਉਪਿਆ ਜਿ ਜੀਅ ਮਹਿ ਰਹਿਆ ਸਮਾਇ ॥
ହେ ନାନକ! ସଦଗୁରୁ ତାହାକୁ ସେହି ନାମ ଧନ ସମର୍ପଣ କରିଛନ୍ତି, ଯାହା ତାହାର ମନରେ ରହିଥାଏ।
ਰੰਗੁ ਤਿਸੈ ਕਉ ਅਗਲਾ ਵੰਨੀ ਚੜੈ ਚੜਾਇ ॥੧॥
ତାହାକୁ ପ୍ରଭୁଙ୍କ ପ୍ରେମର ଗାଢ ରଙ୍ଗ ପ୍ରାପ୍ତ ହୋଇଥାଏ, ଯେଉଁ ରଙ୍ଗ ଦିନକୁ ଦିନ ବଢିଥାଏ||1||
ਮਃ ੩ ॥
ମହଲା 3 ॥
ਮਾਇਆ ਹੋਈ ਨਾਗਨੀ ਜਗਤਿ ਰਹੀ ਲਪਟਾਇ ॥
ମାୟା ଏପରି ଏକ ନାଗୁଣୀ ଅଟେ, ଯିଏ ସାରା ଜଗତକୁ ନିଜ ବଶରେ ରଖିଅଛି।
ਇਸ ਕੀ ਸੇਵਾ ਜੋ ਕਰੇ ਤਿਸ ਹੀ ਕਉ ਫਿਰਿ ਖਾਇ ॥
ଯିଏ ତାହାର ସେବା କରିଥାଏ, ଶେଷରେ ସେ ସେଥିରେ ସଢି ରହିଥାଏ।
ਗੁਰਮੁਖਿ ਕੋਈ ਗਾਰੜੂ ਤਿਨਿ ਮਲਿ ਦਲਿ ਲਾਈ ਪਾਇ ॥
କେହି ବିରଳ ହିଁ ଗୁରୁମୁଖୀ ଅଟେ, ଯିଏ ତାହାର ବିଷ ପାଇଁ ଔଷଧ ରୂପୀ ମନ୍ତ୍ରକୁ ଜାଣିଥାଏ, ସେ ଏହାକୁ ଦଳି, କୁଦି ଏହାର ବିନାଶ କରିଥାଏ।
ਨਾਨਕ ਸੇਈ ਉਬਰੇ ਜਿ ਸਚਿ ਰਹੇ ਲਿਵ ਲਾਇ ॥੨॥
ହେ ନାନକ! ଏହି ମାୟା-ନାଗୁଣୀ ଠାରୁ ସେ ରକ୍ଷା ପାଇଥାଏ, ଯିଏ ସତ୍ୟର ଧ୍ୟାନରେ ମଗ୍ନ ରହିଥାଏ ||2||
ਪਉੜੀ ॥
ପଉଡି ॥
ਢਾਢੀ ਕਰੇ ਪੁਕਾਰ ਪ੍ਰਭੂ ਸੁਣਾਇਸੀ ॥
ଯେତେବେଳେ ଜଣେ ଡାକିଥାଏ, ସେତେବେଳେ ପ୍ରଭୁ ତାହାକୁ ଶୁଣିଥାନ୍ତି।
ਅੰਦਰਿ ਧੀਰਕ ਹੋਇ ਪੂਰਾ ਪਾਇਸੀ ॥
ତାହାର ମନରେ ଧୈର୍ଯ୍ୟ ଥାଏ ଆଉ ସେ ପୂର୍ଣ୍ଣ ପ୍ରଭୁଙ୍କୁ ପ୍ରାପ୍ତ କରିଥାଏ।
ਜੋ ਧੁਰਿ ਲਿਖਿਆ ਲੇਖੁ ਸੇ ਕਰਮ ਕਮਾਇਸੀ ॥
ଆରମ୍ଭରୁ ମନୁଷ୍ୟର ଭାଗ୍ୟରେ ଯାହା ଲେଖା ହୋଇଥାଏ, ସେ ତାହା କରିଥାଏ।
ਜਾ ਹੋਵੈ ਖਸਮੁ ਦਇਆਲੁ ਤਾ ਮਹਲੁ ਘਰੁ ਪਾਇਸੀ ॥
ଯେବେ ପତି-ପ୍ରଭୁ ଦୟାଳୁ ହୋଇଯାନ୍ତି, ସେତେବେଳେ ସେ ପ୍ରଭୁଙ୍କ ମହଲରେ ନିଜର ସଚ୍ଚା ଘର ପ୍ରାପ୍ତ କରିଥାଏ।
ਸੋ ਪ੍ਰਭੁ ਮੇਰਾ ਅਤਿ ਵਡਾ ਗੁਰਮੁਖਿ ਮੇਲਾਇਸੀ ॥੫॥
ମୋର ସେହି ପ୍ରଭୁ ବହୁତ ବଡ ଅଟନ୍ତି, ଯିଏ ଗୁରୁଙ୍କ ମାଧ୍ୟମରୁ ମୋତେ ମିଳିଛନ୍ତି||5||
ਸਲੋਕ ਮਃ ੩ ॥
ଶ୍ଳୋକ ମହଲା 3 ॥
ਸਭਨਾ ਕਾ ਸਹੁ ਏਕੁ ਹੈ ਸਦ ਹੀ ਰਹੈ ਹਜੂਰਿ ॥
ସବୁଙ୍କ ମାଲିକ ଏକ ଇଶ୍ଵର ହିଁ ଅଟନ୍ତି, ଯିଏ ସର୍ବଦା ସାଥିରେ ରହିଥାନ୍ତି।
ਨਾਨਕ ਹੁਕਮੁ ਨ ਮੰਨਈ ਤਾ ਘਰ ਹੀ ਅੰਦਰਿ ਦੂਰਿ ॥
ହେ ନାନକ! ଯଦି ଜୀବ-ସ୍ତ୍ରୀ ତାହାଙ୍କ ହୁକୁମ ମାନେ ନାହିଁ, ତାହାହେଲେ ତାହାର ହୃଦୟ ଗୃହରେ ଥିବା ପ୍ରଭୁ ବହୁତ ଦୂର ଲାଗନ୍ତି।
ਹੁਕਮੁ ਭੀ ਤਿਨੑਾ ਮਨਾਇਸੀ ਜਿਨੑ ਕਉ ਨਦਰਿ ਕਰੇਇ ॥
କିନ୍ତୁ ଯାହା ଉପରେ ପ୍ରଭୁ ଦୟା-ଦୃଷ୍ଟି ଧାରଣ କରିଥାନ୍ତି, ସେ ତାହାଙ୍କ ହୁକୁମ ପାଳନ କରିଥାଏ।
ਹੁਕਮੁ ਮੰਨਿ ਸੁਖੁ ਪਾਇਆ ਪ੍ਰੇਮ ਸੁਹਾਗਣਿ ਹੋਇ ॥੧॥
ଯିଏ ପତି-ପ୍ରଭୁଙ୍କ ହୁକୁମକୁ ମାନି ସୁଖ ପ୍ରାପ୍ତି କରିଛି, ସେହି ଜୀବାତ୍ମା ତାହାଙ୍କ ପ୍ରିୟ ସୁହଗିନୀ ବନିଯାଇଛି||1||
ਮਃ ੩ ॥
ମହଲା 3 ॥
ਰੈਣਿ ਸਬਾਈ ਜਲਿ ਮੁਈ ਕੰਤ ਨ ਲਾਇਓ ਭਾਉ ॥
ଯେଉଁ ଜୀବାତ୍ମା ପତି-ପ୍ରଭୁଙ୍କ ପ୍ରେମ କରେ ନାହିଁ, ସେ ରାତି ସାରା ବିରହ ବେଦନାରେ ଜଳି ମୃତ୍ୟୁ ପ୍ରାପ୍ତ କରିଥାଏ।
ਨਾਨਕ ਸੁਖਿ ਵਸਨਿ ਸੋੁਹਾਗਣੀ ਜਿਨੑ ਪਿਆਰਾ ਪੁਰਖੁ ਹਰਿ ਰਾਉ ॥੨॥
ହେ ନାନକ! ସେହି ସୁହାଗିନୀ(ଜୀବ-ସ୍ତ୍ରୀ) ସୁଖରେ ରହିଥାଏ, ଯିଏ ପରମାତ୍ମାଙ୍କ ସହିତ ସଚ୍ଚା ପ୍ରେମ କାୟମ କରି ତାହାଙ୍କୁ ପ୍ରାପ୍ତ କରିଥାଏ॥2॥
ਪਉੜੀ ॥
ପଉଡି ॥
ਸਭੁ ਜਗੁ ਫਿਰਿ ਮੈ ਦੇਖਿਆ ਹਰਿ ਇਕੋ ਦਾਤਾ ॥
ମୁଁ ସଂପୂର୍ଣ୍ଣ ଜଗତ ଭ୍ରମଣ କରି ଦେଖିଛି ଯେ ହରି ହିଁ ସବୁ ଜୀବଙ୍କ ଦାତା ଅଟନ୍ତି।
ਉਪਾਇ ਕਿਤੈ ਨ ਪਾਈਐ ਹਰਿ ਕਰਮ ਬਿਧਾਤਾ ॥
କୌଣସି ଉପାୟ, ଚତୁରତା ଇତ୍ୟାଦି ଦ୍ଵାରା କର୍ମର ବିଧାତାଙ୍କୁ ପ୍ରାପ୍ତ କରାଯାଇ ପାରିବ ନାହିଁ।
ਗੁਰ ਸਬਦੀ ਹਰਿ ਮਨਿ ਵਸੈ ਹਰਿ ਸਹਜੇ ਜਾਤਾ ॥
ଗୁରୁଙ୍କ ଶବ୍ଦ ଦ୍ଵାରା ହରି0ପ୍ରଭୁ ମନୁଷ୍ୟର ମନରେ ନିବାସ କରିଥାନ୍ତି ଏବଂ ସ୍ଵାଭାବିକ ଭାବରେ ତାହାଙ୍କୁ ଜାଣିହୁଏ।
ਅੰਦਰਹੁ ਤ੍ਰਿਸਨਾ ਅਗਨਿ ਬੁਝੀ ਹਰਿ ਅੰਮ੍ਰਿਤ ਸਰਿ ਨਾਤਾ ॥
ତାହାର ଭିତର ତୃଷ୍ଣାର ଅଗ୍ନି ଲିଭିଯାଏ ଏବଂ ସେ ହରି ନାମାମୃତର ସରୋବରରେ ସ୍ନାନ କରିଥାଏ।
ਵਡੀ ਵਡਿਆਈ ਵਡੇ ਕੀ ਗੁਰਮੁਖਿ ਬੋਲਾਤਾ ॥੬॥
ସେହି ପରମାତ୍ମାଙ୍କ ବଡ ମହାନତା ଯେ ସେ ନିଜ ଗୁଣ ସ୍ତୁତି ମଧ୍ୟ ଗୁରୁମୁଖୀଙ୍କ ଦ୍ଵାରା କରାଇ ଥାଆନ୍ତି॥6॥
ਸਲੋਕੁ ਮਃ ੩ ॥
ଶ୍ଳୋକ ମହଲା 3 ॥
ਕਾਇਆ ਹੰਸ ਕਿਆ ਪ੍ਰੀਤਿ ਹੈ ਜਿ ਪਇਆ ਹੀ ਛਡਿ ਜਾਇ ॥
ଶରୀର ଓ ଆତ୍ମା ମଧ୍ୟରେ କିପରି ପ୍ରୀତି ଅଛି ଯେ ଅନ୍ତ କାଳରେ ପାର୍ଥିବ ଶରୀରକୁ ତ୍ୟାଗ କରି ଆତ୍ମା ଚାଲିଯାଏ!
ਏਸ ਨੋ ਕੂੜੁ ਬੋਲਿ ਕਿ ਖਵਾਲੀਐ ਜਿ ਚਲਦਿਆ ਨਾਲਿ ਨ ਜਾਇ ॥
ଯେବେ ଚାଲିବା ସମୟ ଶରୀର ସାଥିରେ ଯାଏ ନାହିଁ, ତାହାହେଲେ ଏହି ମିଥ୍ୟା କହି କାହିଁକି ଖୁଆଯାଏ ଅର୍ଥାତ ମିଥ୍ୟା କହି ପାଳନ କରିବାର କଣ ଲାଭ ଥାଏ ?