ਸਭੁ ਕਿਛੁ ਜਾਣੈ ਜਾਣੁ ਬੁਝਿ ਵੀਚਾਰਦਾ ॥
ସର୍ବଜ୍ଞ ପ୍ରଭୁ ସାବି କିଛି ଜାଣିଥାନ୍ତି ଏବଂ ବୁଝି ବିଚାରି ନିଜ ରଚନାରେ ଧ୍ୟାନ ଦେଇଥାନ୍ତି।
ਅਨਿਕ ਰੂਪ ਖਿਨ ਮਾਹਿ ਕੁਦਰਤਿ ਧਾਰਦਾ ॥
ସେ ନିଜ ଗୁଣ ଦ୍ଵାରା ଏକ କ୍ଷଣରେ ହିଁ ଅନେକ ରୂପ ଧାରଣ କରି ନିଅନ୍ତି ଆଉ
ਜਿਸ ਨੋ ਲਾਇ ਸਚਿ ਤਿਸਹਿ ਉਧਾਰਦਾ ॥
ଯାହାକୁ ସତ୍ୟ ସାଥିରେ ଲଗାଇ ଥାଆନ୍ତି, ତାହାକୁ ଉଦ୍ଧାର କରିଥାନ୍ତି।
ਜਿਸ ਦੈ ਹੋਵੈ ਵਲਿ ਸੁ ਕਦੇ ਨ ਹਾਰਦਾ ॥
ଯାହାର ପକ୍ଷରେ ସେହି ପରମାତ୍ମା ଅଛନ୍ତି, ସେ କଦାପି ହାରେ ନାହିଁ।
ਸਦਾ ਅਭਗੁ ਦੀਬਾਣੁ ਹੈ ਹਉ ਤਿਸੁ ਨਮਸਕਾਰਦਾ ॥੪॥
ତାହାଙ୍କ ଦରବାର ସଦା ଅଟଳ ଅଟେ, ମୁଁ ତାହାଙ୍କୁ ସଦା ନମନ କରିଥାଏ॥4॥
ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5 ॥
ਕਾਮੁ ਕ੍ਰੋਧੁ ਲੋਭੁ ਛੋਡੀਐ ਦੀਜੈ ਅਗਨਿ ਜਲਾਇ ॥
ହେ ନାନକ! କାମ, କ୍ରୋଧ, ଲୋଭ, ମୋହ, ଅହଂକାର ତ୍ୟାଗ କରି ସେଗୁଡିକୁ ଜଳାଇ ଦେବା ଉଚିତ।
ਜੀਵਦਿਆ ਨਿਤ ਜਾਪੀਐ ਨਾਨਕ ਸਾਚਾ ਨਾਉ ॥੧॥
ଯେ ପର୍ଯ୍ୟନ୍ତ ପ୍ରାଣ ଅଛି, ସେ ପର୍ଯ୍ୟନ୍ତ ନିତ୍ୟ ସତ୍ୟନାମର ସ୍ମରଣ କରିବା ଉଚିତ ॥1॥
ਮਃ ੫ ॥
ମହଲା 5 ॥
ਸਿਮਰਤ ਸਿਮਰਤ ਪ੍ਰਭੁ ਆਪਣਾ ਸਭ ਫਲ ਪਾਏ ਆਹਿ ॥
ନିଜ ପ୍ରଭୁଙ୍କୁ ସ୍ମରଣ କରି ମୁଁ ସବୁ ଫଳ ପ୍ରାପ୍ତ କରିଛି।
ਨਾਨਕ ਨਾਮੁ ਅਰਾਧਿਆ ਗੁਰ ਪੂਰੈ ਦੀਆ ਮਿਲਾਇ ॥੨॥
ହେ ନାନକ! ମୁଁ ନାମର ଆରାଧନା କରିଛି ଏବଂ ପୂର୍ଣ୍ଣ ଗୁରୁ ମୋତେ ପରମାତ୍ମାଙ୍କ ସହିତ ମିଳନ କରାଇଛନ୍ତି॥2॥
ਪਉੜੀ ॥
ପଉଡି ॥
ਸੋ ਮੁਕਤਾ ਸੰਸਾਰਿ ਜਿ ਗੁਰਿ ਉਪਦੇਸਿਆ ॥
ଯାହାକୁ ଗୁରୁ ଉପଦେଶ ଦେଇଛନ୍ତି, ସେ ଏହି ସଂସାରର ମୋହ ମାୟାର ବନ୍ଧନରୁ ମୁକ୍ତି ପ୍ରାପ୍ତ କରିଛି।
ਤਿਸ ਕੀ ਗਈ ਬਲਾਇ ਮਿਟੇ ਅੰਦੇਸਿਆ ॥
ତାହାର ବିପଦ ଦୂର ହୋଇଯାଇଛି ତଥା ତାହାର ଚିନ୍ତା ମଧ୍ୟ ଦୂର ହୋଇଯାଇଛି।
ਤਿਸ ਕਾ ਦਰਸਨੁ ਦੇਖਿ ਜਗਤੁ ਨਿਹਾਲੁ ਹੋਇ ॥
ତାହାଙ୍କ ଦର୍ଶନ କରି ଜଗତ ପ୍ରସନ୍ନ ହୋଇଯାଇଛି।
ਜਨ ਕੈ ਸੰਗਿ ਨਿਹਾਲੁ ਪਾਪਾ ਮੈਲੁ ਧੋਇ ॥
ପ୍ରଭୁଙ୍କ ସେବକର ସଙ୍ଗତିରେ ରହି ପ୍ରାଣୀ ଆନନ୍ଦିତ ହୋଇଥାଏ ଆଉ ତାହାର ପାପର ମଇଳା ସଫା ହୋଇଯାଏ।
ਅੰਮ੍ਰਿਤੁ ਸਾਚਾ ਨਾਉ ਓਥੈ ਜਾਪੀਐ ॥
ଅମୃତ ରୂପୀ ସତ୍ୟନାମର ଜପ ସେଠାରେ କରାଯାଇ ଥାଏ।
ਮਨ ਕਉ ਹੋਇ ਸੰਤੋਖੁ ਭੁਖਾ ਧ੍ਰਾਪੀਐ ॥
ମନରେ ସନ୍ତୋଷ ଆସିଥାଏ ଏବଂ କ୍ଷୁଧାର୍ତ୍ତ ମନ ତୃପ୍ତ ହୋଇଥାଏ।
ਜਿਸੁ ਘਟਿ ਵਸਿਆ ਨਾਉ ਤਿਸੁ ਬੰਧਨ ਕਾਟੀਐ ॥
ଯାହାର ହୃଦୟରେ ନାମ ନିବାସ କରିଥାଏ, ତାହାର ବନ୍ଧନ କଟି ଯାଏ।
ਗੁਰ ਪਰਸਾਦਿ ਕਿਨੈ ਵਿਰਲੈ ਹਰਿ ਧਨੁ ਖਾਟੀਐ ॥੫॥
ଗୁରୁଙ୍କ କୃପାରୁ କେହି ବିରଳ ବ୍ୟକ୍ତି ହରି ଧନର ଲାଭ ପ୍ରାପ୍ତ କରିଥାଏ ॥5॥
ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5 ॥
ਮਨ ਮਹਿ ਚਿਤਵਉ ਚਿਤਵਨੀ ਉਦਮੁ ਕਰਉ ਉਠਿ ਨੀਤ ॥
ମୁଁ ନିଜ ମନରେ ଶୋଚନା କରିଥାଏ ଯେ ନିତ୍ୟ ପ୍ରଭାତରେ ଉଠି ହରିଙ୍କ କୀର୍ତ୍ତନ କରିବି।
ਹਰਿ ਕੀਰਤਨ ਕਾ ਆਹਰੋ ਹਰਿ ਦੇਹੁ ਨਾਨਕ ਕੇ ਮੀਤ ॥੧॥
ହେ ନାନକଙ୍କ ମିତ୍ର ପ୍ରଭୁ! ମୋତେ ହରିଙ୍କ କୀର୍ତ୍ତନ କରିବାର ଉଦ୍ୟମ ପ୍ରଦାନ କର॥1॥
ਮਃ ੫ ॥
ମହଲା 5 ॥
ਦ੍ਰਿਸਟਿ ਧਾਰਿ ਪ੍ਰਭਿ ਰਾਖਿਆ ਮਨੁ ਤਨੁ ਰਤਾ ਮੂਲਿ ॥
ନିଜ ଦୟା ଦୃଷ୍ଟି ଧାରଣ କରି ପ୍ରଭୁ ମୋର ରକ୍ଷା କରିଛନ୍ତି ଏବଂ ମୋର ମନ ଓ ତନ ସତ୍ୟରେ ଲୀନ ରହିଛି।
ਨਾਨਕ ਜੋ ਪ੍ਰਭ ਭਾਣੀਆ ਮਰਉ ਵਿਚਾਰੀ ਸੂਲਿ ॥੨॥
ହେ ନାନକ! ଯେଉଁ ଜୀବ-ସ୍ତ୍ରୀ ନିଜ ପ୍ରଭୁଙ୍କୁ ଭଲ ଲାଗିଥାଏ, ତାହାର ହୃଦୟର ବେଦନା ନାଶ ହୋଇଯାଏ॥2॥
ਪਉੜੀ ॥
ପଉଡି ॥
ਜੀਅ ਕੀ ਬਿਰਥਾ ਹੋਇ ਸੁ ਗੁਰ ਪਹਿ ਅਰਦਾਸਿ ਕਰਿ ॥
ନିଜ ମନର ପୀଡା ବିଷୟରେ ନିଜ ଗୁରୁଙ୍କ ସମ୍ମୁଖରେ ପ୍ରାର୍ଥନା କର।
ਛੋਡਿ ਸਿਆਣਪ ਸਗਲ ਮਨੁ ਤਨੁ ਅਰਪਿ ਧਰਿ ॥
ନିଜର ସମସ୍ତ ଚତୁରତା ତ୍ୟାଗ କରି ନିଜ ମନ ଓ ତନକୁ ଗୁରୁଙ୍କ ଠାରେ ଅର୍ପଣ କର।
ਪੂਜਹੁ ਗੁਰ ਕੇ ਪੈਰ ਦੁਰਮਤਿ ਜਾਇ ਜਰਿ ॥
ଗୁରୁଙ୍କ ଚରଣର ପୂଜା କର, କାରଣ ତୋର ଦୁର୍ମତି ନଷ୍ଟ ହୋଇଯିବ।
ਸਾਧ ਜਨਾ ਕੈ ਸੰਗਿ ਭਵਜਲੁ ਬਿਖਮੁ ਤਰਿ ॥
ସନ୍ଥଙ୍କ ସଙ୍ଗତିରେ ରହି ବିଷମ ସଂସାର ସାଗରରୁ ପାର ହୁଅ।
ਸੇਵਹੁ ਸਤਿਗੁਰ ਦੇਵ ਅਗੈ ਨ ਮਰਹੁ ਡਰਿ ॥
ନିଜ ଦେବ ରୂପ ସଚ୍ଚା ଗୁରୁଙ୍କ ସେବା ଶ୍ରଦ୍ଧା ସହିତ କର, ତା’ପରେ ପରଲୋକରେ ଭୟଭୀତ ହେବ ନାହିଁ।
ਖਿਨ ਮਹਿ ਕਰੇ ਨਿਹਾਲੁ ਊਣੇ ਸੁਭਰ ਭਰਿ ॥
ଗୁରୁଦେବ ଏକ କ୍ଷଣରେ ହିଁ ତୁମକୁ ପ୍ରସନ୍ନ କରିଦେବେ ଆଉ ଶୂନ୍ୟ ମନକୁ ଗୁଣରେ ଭରପୁର କରିଦେବେ।
ਮਨ ਕਉ ਹੋਇ ਸੰਤੋਖੁ ਧਿਆਈਐ ਸਦਾ ਹਰਿ ॥
ସଦା ହରିଙ୍କ ଧ୍ୟାନ ମନନ କରିଲେ ମନରେ ସନ୍ତୋଷ ଆସିଥାଏ।
ਸੋ ਲਗਾ ਸਤਿਗੁਰ ਸੇਵ ਜਾ ਕਉ ਕਰਮੁ ਧੁਰਿ ॥੬॥
କିନ୍ତୁ ସଦଗୁରୁଙ୍କ ସେବା ଠାକୁ ହିଁ ଜୁଟିଥାଏ, ଯାହା ଉପରେ ପ୍ରଭୁଙ୍କ କୃପା ଥାଏ॥6॥
ਸਲੋਕ ਮਃ ੫ ॥
ଶ୍ଳୋକ ମହଲା 5 ॥
ਲਗੜੀ ਸੁਥਾਨਿ ਜੋੜਣਹਾਰੈ ਜੋੜੀਆ ॥
ମୋର ମନ ପ୍ରେମ ପାବନ ସ୍ଥାନ ପ୍ରଭୁ-ଚରଣରେ ଲାଗି ଯାଇଛି ଏବଂ ମିଳନ କରିବା ବାଲା ପ୍ରଭୁ ସ୍ଵୟଂ ମିଳନ କରାଇଛନ୍ତି।
ਨਾਨਕ ਲਹਰੀ ਲਖ ਸੈ ਆਨ ਡੁਬਣ ਦੇਇ ਨ ਮਾ ਪਿਰੀ ॥੧॥
ହେ ନାନକ! ଏହି ସଂସାର ସାଗରରେ କୋଟି କୋଟି ଲହଡି ଉଠୁଛି, ପରନ୍ତୁ ମୋର ପ୍ରିୟତମ-ପ୍ରଭୁ ମୋତେ ସେହି ଲହଡିରେ ବୁଡିବାକୁ ଦିଅନ୍ତି ନାହିଁ॥1॥
ਮਃ ੫ ॥
ମହଲା 5 ॥
ਬਨਿ ਭੀਹਾਵਲੈ ਹਿਕੁ ਸਾਥੀ ਲਧਮੁ ਦੁਖ ਹਰਤਾ ਹਰਿ ਨਾਮਾ ॥
ଏହି ଜଗତ ରୂପୀ ଭୟାନକ ଜଙ୍ଗଲରେ ହରି-ନାମ ରୂପୀ ସାଥି ମିଳିଯାଇଛି, ଯିଏ ଦୁଃଖର ନାଶକ ଅଟେ।
ਬਲਿ ਬਲਿ ਜਾਈ ਸੰਤ ਪਿਆਰੇ ਨਾਨਕ ਪੂਰਨ ਕਾਮਾਂ ॥੨॥
ହେ ନାନକ! ମୁଁ ପ୍ରିୟ ସନ୍ଥ ପ୍ରତି ସମର୍ପିତ ଅଟେ, ଯିଏ ମୋର ସବୁ କାର୍ଯ୍ୟ ସଂପୂର୍ଣ୍ଣ କରିଛନ୍ତି॥2॥
ਪਉੜੀ ॥
ପଉଡି ॥
ਪਾਈਅਨਿ ਸਭਿ ਨਿਧਾਨ ਤੇਰੈ ਰੰਗਿ ਰਤਿਆ ॥
ହେ ପ୍ରଭୁ! ତୋର ପ୍ରେମରେ ରଙ୍ଗୀନ ହେବା ଦ୍ଵାରା ସବୁ ଭଣ୍ଡାର ପ୍ରାପ୍ତ ହୋଇଯାଇଛି ଆଉ
ਨ ਹੋਵੀ ਪਛੋਤਾਉ ਤੁਧ ਨੋ ਜਪਤਿਆ ॥
ତୋର ସ୍ମରଣ କରିବା ଦ୍ଵାରା ଜୀବକୁ ପଶ୍ଚାତାପ କରିବାକୁ ପଡେ ନାହିଁ।
ਪਹੁਚਿ ਨ ਸਕੈ ਕੋਇ ਤੇਰੀ ਟੇਕ ਜਨ ॥
କେହି ମଧ୍ୟ ତାହାଙ୍କ ସମାନ ହୋଇ ପାରେବେ ନାହିଁ, ତୋର ସେବକକୁ ତୋର ହିଁ ସାହାରା ଅଛି
ਗੁਰ ਪੂਰੇ ਵਾਹੁ ਵਾਹੁ ਸੁਖ ਲਹਾ ਚਿਤਾਰਿ ਮਨ ॥
ପୂର୍ଣ୍ଣ ଗୁରୁଦେବଙ୍କୁ ୱାଃ! ୱାଃ! କହିଥାଏ ଏବଂ ନିଜ ମନରେ ତାହାଙ୍କ ସ୍ମରଣ କରି ମୁଁ ସୁଖ ପ୍ରାପ୍ତ କରିଥାଏ।
ਗੁਰ ਪਹਿ ਸਿਫਤਿ ਭੰਡਾਰੁ ਕਰਮੀ ਪਾਈਐ ॥
ଗୁରୁଦେବଙ୍କ ପାଖରେ ପ୍ରଭୁଙ୍କ ମହିମାର ଭଣ୍ଡାର ଅଛି ଯାହାକୁ ଭାଗ୍ୟରୁ ହିଁ ପ୍ରାପ୍ତ କରାଯାଇ ପାରେ।
ਸਤਿਗੁਰ ਨਦਰਿ ਨਿਹਾਲ ਬਹੁੜਿ ਨ ਧਾਈਐ ॥
ଯଦି ସଦଗୁରୁ କୃପା ଦୃଷ୍ଟି କରନ୍ତି, ତାହାହେଲେ ପ୍ରାଣୀ ପୁନର୍ବାର ପଥଭ୍ରଷ୍ଟ ହୁଏନାହିଁ।
ਰਖੈ ਆਪਿ ਦਇਆਲੁ ਕਰਿ ਦਾਸਾ ਆਪਣੇ ॥
ଦୟାର ସାଗର ପ୍ରଭୁ ପ୍ରାଣୀକୁ ନିଜ ଦାସ ବନାଇ ସ୍ଵୟଂ ତାହାର ରକ୍ଷା କରନ୍ତି।
ਹਰਿ ਹਰਿ ਹਰਿ ਹਰਿ ਨਾਮੁ ਜੀਵਾ ਸੁਣਿ ਸੁਣੇ ॥੭॥
ମୁଁ ପରମାତ୍ମାଙ୍କ ‘ହରି-ହରି’ ନାମ ଶୁଣି ଶୁଣି ଜୀବିତ ରହିଛି॥7॥