Odia Page 583

ਆਪੁ ਛੋਡਿ ਸੇਵਾ ਕਰੀ ਪਿਰੁ ਸਚੜਾ ਮਿਲੈ ਸਹਜਿ ਸੁਭਾਏ ॥
ନିଜ ଅହଂତ୍ଵ ଦୂର କରି ମୁଁ ତାହାଙ୍କ ସେବା ଶ୍ରଦ୍ଧା ପୂର୍ବକ କରିଥାଏ, ଏହିପରି ସ୍ଵାଭାବିକ ଭାବରେ ସଚ୍ଚା ପତି-ପରମେଶ୍ଵର ମୋତେ ମିଳିଯିବେ।      

ਪਿਰੁ ਸਚਾ ਮਿਲੈ ਆਏ ਸਾਚੁ ਕਮਾਏ ਸਾਚਿ ਸਬਦਿ ਧਨ ਰਾਤੀ ॥
ଜୀବ-ସ୍ତ୍ରୀ ସତ୍ୟର ସାଧନା କରିଥାଏ ଏବଂ ଶବ୍ଦରେ ଅନୁରକ୍ତ ରହିଥାଏ, ଏହିପରି ସଚ୍ଚା ପତି-ପରମେଶ୍ଵର ତାହାକୁ ମିଳିଯାନ୍ତି। 

ਕਦੇ ਨ ਰਾਂਡ ਸਦਾ ਸੋਹਾਗਣਿ ਅੰਤਰਿ ਸਹਜ ਸਮਾਧੀ ॥
ସେ କେବେ ବିଧବା ହୁଏନାହିଁ ଆଉ ସଦା ସୁହାଗିନୀ ରହିଥାଏ।         

ਪਿਰੁ ਰਹਿਆ ਭਰਪੂਰੇ ਵੇਖੁ ਹਦੂਰੇ ਰੰਗੁ ਮਾਣੇ ਸਹਜਿ ਸੁਭਾਏ ॥
ସଚ୍ଚା ପତି-ପରମେଶ୍ଵର ସର୍ବବ୍ୟାପକ ଅଟନ୍ତି, ତାହାଙ୍କୁ ପ୍ରତ୍ୟକ୍ଷ ଦେଖି ସ୍ଵାଭାବିକ ଅବସ୍ଥାରେ ତାହାଙ୍କ ପ୍ରେମର ଆନନ୍ଦ ପ୍ରାପ୍ତ କରିଥାଏ।           

ਜਿਨੀ ਆਪਣਾ ਕੰਤੁ ਪਛਾਣਿਆ ਹਉ ਤਿਨ ਪੂਛਉ ਸੰਤਾ ਜਾਏ ॥੩॥
ଯିଏ ନିଜ ସଚ୍ଚା ପତି-ପରମେଶ୍ଵରଙ୍କୁ ଜାଣି ଦେଇଛି, ମୁଁ ସେହି ସନ୍ଥଜନଙ୍କ ପାଖକୁ ଆଇ ମୋ’ ସ୍ଵାମୀଙ୍କ ବିଷୟରେ ପଚାରିଥାଏ ॥3॥    

ਪਿਰਹੁ ਵਿਛੁੰਨੀਆ ਭੀ ਮਿਲਹ ਜੇ ਸਤਿਗੁਰ ਲਾਗਹ ਸਾਚੇ ਪਾਏ ॥
ସଚ୍ଚା ପତି-ପରମେଶ୍ଵର ଠାରୁ ବିଚ୍ଛେଦ ହୋଇ ଜୀବ-ସ୍ତ୍ରୀ ନିଜ ସ୍ଵାମୀଙ୍କ ସହିତ ମିଳନ କରିଥାଏ, ଯଦି ସେ ସଦଗୁରୁଙ୍କ ଚରଣରେ ଲାଗିଯାଏ।        

ਸਤਿਗੁਰੁ ਸਦਾ ਦਇਆਲੁ ਹੈ ਅਵਗੁਣ ਸਬਦਿ ਜਲਾਏ ॥
ଦଗୁରୁ ସର୍ବଦା ଦୟାର ଘର ଅଟନ୍ତି, ତାହାଙ୍କ ଶବ୍ଦ ଦ୍ଵାରା ମନୁଷ୍ୟର ଅବଗୁଣ ଦୂର ହୋଇଯାଏ।       

ਅਉਗੁਣ ਸਬਦਿ ਜਲਾਏ ਦੂਜਾ ਭਾਉ ਗਵਾਏ ਸਚੇ ਹੀ ਸਚਿ ਰਾਤੀ ॥
ନିଜ ଅବଗୁଣକୁ ଗୁରୁଙ୍କ ଶବ୍ଦ ଦ୍ଵାରା ଜଳାଇ ଜୀବ ମୋହ-ମାୟାକୁ ତ୍ୟାଗ କରିଥାଏ ଆଉ କେବଳ ସତ୍ୟରେ ରହିଥାଏ।       

ਸਚੈ ਸਬਦਿ ਸਦਾ ਸੁਖੁ ਪਾਇਆ ਹਉਮੈ ਗਈ ਭਰਾਤੀ ॥
ସଚ୍ଚା ଶବ୍ଦ ଦ୍ଵାରା ସର୍ବଦା ସୁଖ ପ୍ରାପ୍ତ ହୋଇଟାହେ ଆଉ ଅହଂକାର ଓ ଭ୍ରାନ୍ତି  ଦୂର ହୋଇଯାଏ।        

ਪਿਰੁ ਨਿਰਮਾਇਲੁ ਸਦਾ ਸੁਖਦਾਤਾ ਨਾਨਕ ਸਬਦਿ ਮਿਲਾਏ ॥
ହେ ନାନକ! ପବିତ୍ର-ପାବନ ସଚ୍ଚା ପତି-ପରମେଶ୍ଵର ସର୍ବଦା ସୁଖ ଦେଇଥାନ୍ତି ଆଉ ସେ ଶବ୍ଦ/ବାଣୀ ଦ୍ଵାରା ହିଁ ମିଳିଥାନ୍ତି।     

ਪਿਰਹੁ ਵਿਛੁੰਨੀਆ ਭੀ ਮਿਲਹ ਜੇ ਸਤਿਗੁਰ ਲਾਗਹ ਸਾਚੇ ਪਾਏ ॥੪॥੧॥
ସଚ୍ଚା ପତି-ପରମେଶ୍ଵରଙ୍କ ଠାରୁ ବିଚ୍ଛେଦ ହୋଇଥିବା ଜୀବ-ସ୍ତ୍ରୀର ମିଳନ ନିଜ ସଚ୍ଚା ସ୍ଵାମୀଙ୍କ ସହିତ ହୋଇଯାଏ, ଯଦି ସେ ସଦଗୁରୁଙ୍କ ଚରଣରେ ଲାଗିଯାଏ ||4||1||     

ਵਡਹੰਸੁ ਮਹਲਾ ੩ ॥
ରାଗ ୱାଡହଂସ ମହଲା 3 ॥ 

ਸੁਣਿਅਹੁ ਕੰਤ ਮਹੇਲੀਹੋ ਪਿਰੁ ਸੇਵਿਹੁ ਸਬਦਿ ਵੀਚਾਰਿ ॥
ହେ ସଚ୍ଚା ପତି-ପରମେଶ୍ଵରଙ୍କ ସ୍ତ୍ରୀ! ଧ୍ୟାନପୂର୍ବକ ଶୁଣ, ଗୁରୁବାଣୀର ବିଚାର କରି ନିଜ ପ୍ରିୟତମ ପ୍ରଭୁଙ୍କ ସେବା କର।     

ਅਵਗਣਵੰਤੀ ਪਿਰੁ ਨ ਜਾਣਈ ਮੁਠੀ ਰੋਵੈ ਕੰਤ ਵਿਸਾਰਿ ॥
ଅବଗୁଣରେ ଭରି ହୋଇଥିବା ସ୍ତ୍ରୀ ନିଜ ପ୍ରିୟତମଙ୍କୁ ଜାଣେ ନାହିଁ ଆଉ ମୋହ-ମାୟାରେ ଠକି ହୋଇ ସଚ୍ଚା ପତି-ପରମେଶ୍ଵରଙ୍କୁ ବିସ୍ମୃତ କରି ରୋଦନ କରିଥାଏ।       

ਰੋਵੈ ਕੰਤ ਸੰਮਾਲਿ ਸਦਾ ਗੁਣ ਸਾਰਿ ਨਾ ਪਿਰੁ ਮਰੈ ਨ ਜਾਏ ॥
ଯେଉଁ ଜୀବ-ସ୍ତ୍ରୀ ନିଜ ପ୍ରଭୁଙ୍କ ଗୁଣକୁ ସ୍ମରଣ କରି ବୈରାଗ୍ୟରେ ଅଶ୍ରୁ ବୁହାଇ ଥାଏ, ତାହାର ସ୍ଵାମୀ ନା ମରିଥାଏ ଆଉ ନା କେଉଁ ଆଡେ ଯାଇଥାଏ। 

ਗੁਰਮੁਖਿ ਜਾਤਾ ਸਬਦਿ ਪਛਾਤਾ ਸਾਚੈ ਪ੍ਰੇਮਿ ਸਮਾਏ ॥
ଯେଉଁ ଜୀବ-ସ୍ତ୍ରୀ ଗୁରୁଙ୍କ ମାଧ୍ୟମରୁ ପ୍ରଭୁଙ୍କୁ ଜାଣି ଦେଇଛି ଏବଂ ଗୁରୁବାଣୀ ମଧ୍ୟ ଜାଣି ଦେଇଛି, ସେ ସଚ୍ଚା ପତି-ପରମେଶ୍ଵରଙ୍କ ପ୍ରେମରେ ରହିଥାଏ।        

ਜਿਨਿ ਅਪਣਾ ਪਿਰੁ ਨਹੀ ਜਾਤਾ ਕਰਮ ਬਿਧਾਤਾ ਕੂੜਿ ਮੁਠੀ ਕੂੜਿਆਰੇ ॥
ଯିଏ ନିଜ ପ୍ରିୟତମ କର୍ମ ବିଧାତାଙ୍କୁ ବୁଝେ ନାହିଁ, ସେହି ମିଥ୍ୟା ଜୀବ-ସ୍ତ୍ରୀକୁ ମିଥ୍ୟା ଠକି ନିଏ।       

ਸੁਣਿਅਹੁ ਕੰਤ ਮਹੇਲੀਹੋ ਪਿਰੁ ਸੇਵਿਹੁ ਸਬਦਿ ਵੀਚਾਰੇ ॥੧॥
ହେ ସଚ୍ଚା ପତି-ପରମେଶ୍ଵରଙ୍କ ସ୍ତ୍ରୀ! ଧ୍ୟାନପୂର୍ବକ ଶୁଣ, ଗୁରୁବାଣୀର ବିଚାର କରି ନିଜ ପ୍ରିୟତମ ପ୍ରଭୁଙ୍କ ସେବା କର ||1||        

ਸਭੁ ਜਗੁ ਆਪਿ ਉਪਾਇਓਨੁ ਆਵਣੁ ਜਾਣੁ ਸੰਸਾਰਾ ॥
ସାରା ସଂସାରର ଉତ୍ପତ୍ତି ପରମେଶ୍ଵର ସ୍ଵୟଂ ହିଁ କରିଛନ୍ତି ଆଉ ଏହି ସଂସାର ଜନ୍ମ ମରଣ ଚକ୍ରରେ ପଡି ରହିଛି।    

ਮਾਇਆ ਮੋਹੁ ਖੁਆਇਅਨੁ ਮਰਿ ਜੰਮੈ ਵਾਰੋ ਵਾਰਾ ॥
ମାୟାର ମୋହ ଜୀବ-ସ୍ତ୍ରୀକୁ ନଷ୍ଟ କରି ଦେଇଛି ଆଉ ବାରମ୍ବାର ମରି ଜନ୍ମ ନେଉଥାଏ।   

ਮਰਿ ਜੰਮੈ ਵਾਰੋ ਵਾਰਾ ਵਧਹਿ ਬਿਕਾਰਾ ਗਿਆਨ ਵਿਹੂਣੀ ਮੂਠੀ ॥
ସେ ବାରମ୍ବାର ମରି ଜନ୍ମ ନେଉଥାଏ, ତାହାର ପାପ ବିକାର ବଢିଯାଏ ଏବଂ ଜ୍ଞାନ ବିନା ଠକି ହୋଇଯାଏ।        

ਬਿਨੁ ਸਬਦੈ ਪਿਰੁ ਨ ਪਾਇਓ ਜਨਮੁ ਗਵਾਇਓ ਰੋਵੈ ਅਵਗੁਣਿਆਰੀ ਝੂਠੀ ॥
ଗୁରୁବାଣୀ ବିନା ତାହାକୁ ପ୍ରିୟତମ ପ୍ରାପ୍ତ ହୁଅନ୍ତି ନାହିଁ ଆଉ ନିଜ ଅମୂଲ୍ୟ ଜୀବନ ବ୍ୟର୍ଥରେ ହରାଇଥାଏ, ଗୁଣବିହୀନ ମିଥ୍ୟା ଜୀବ-ସ୍ତ୍ରୀ ଏହିପରି ବିଳାପ କରିଥାଏ।    

ਪਿਰੁ ਜਗਜੀਵਨੁ ਕਿਸ ਨੋ ਰੋਈਐ ਰੋਵੈ ਕੰਤੁ ਵਿਸਾਰੇ ॥
ପ୍ରିୟତମ ପ୍ରଭୁ ଜଗତର ଜୀବନ ଅଟନ୍ତି, ତାହାହେଲେ କାହା ପାଇଁ  ବିଳାପ କରିବା, ଜୀବ-ସ୍ତ୍ରୀ ନିଜ ପତି-ପ୍ରଭୁଙ୍କୁ ବିସ୍ମୃତ କରି ରୋଦନ ହିଁ କରିଥାଏ।

ਸਭੁ ਜਗੁ ਆਪਿ ਉਪਾਇਓਨੁ ਆਵਣੁ ਜਾਣੁ ਸੰਸਾਰੇ ॥੨॥
ସାରା ଜଗତ ପରମାତ୍ମା ସ୍ଵୟଂ ହିଁ ଉତ୍ପନ୍ନ କରିଛନ୍ତି ଆଉ ଏହି ସଂସାର ଜନ୍ମ ହୋଇ ମରିଥାଏ। ||2||        

ਸੋ ਪਿਰੁ ਸਚਾ ਸਦ ਹੀ ਸਾਚਾ ਹੈ ਨਾ ਓਹੁ ਮਰੈ ਨ ਜਾਏ ॥
ସେହି ପତି-ପ୍ରଭୁ ସର୍ବଦା ସତ୍ୟ ଅଟନ୍ତି, ସେ ଅନଶ୍ଵର ଅଟନ୍ତି।      

ਭੂਲੀ ਫਿਰੈ ਧਨ ਇਆਣੀਆ ਰੰਡ ਬੈਠੀ ਦੂਜੈ ਭਾਏ ॥
ଭୁଲିଥିବା ଜୀବ-ସ୍ତ୍ରୀ ପଥଭ୍ରଷ୍ଟ ରହିଥାଏ ଆଉ ଦୈତ୍ୟଭାବ ଦ୍ଵାରା ବିଧବା ହୋଇଯାଏ।     

ਰੰਡ ਬੈਠੀ ਦੂਜੈ ਭਾਏ ਮਾਇਆ ਮੋਹਿ ਦੁਖੁ ਪਾਏ ਆਵ ਘਟੈ ਤਨੁ ਛੀਜੈ ॥
ଆଉ ଦୈତ୍ୟଭାବ ଦ୍ଵାରା ବିଧବା ହୋଇଯାଏ; ମାୟାର ମୋହ କାରଣରୁ ସେ ଦୁଃଖ ପ୍ରାପ୍ତ କରିଥାଏ, ତାହାର ଆୟୁଷ କମିଯାଏ ଏବଂ ଶରୀର ମଧ୍ୟ ନାଶ ହୋଇ ଯାଇଥାଏ।   

ਜੋ ਕਿਛੁ ਆਇਆ ਸਭੁ ਕਿਛੁ ਜਾਸੀ ਦੁਖੁ ਲਾਗਾ ਭਾਇ ਦੂਜੈ ॥
ଯାହା କିଛି ମଧ୍ୟ ଉତ୍ପନ୍ନ ହୋଇଛି, ସବୁ କିଛି ନାଶ ହୋଇଯିବ, ସାଂସାରିକ ଆକର୍ଷଣ କାରଣରୁ ମନୁଷ୍ୟ ଦୁଃଖ ପ୍ରାପ୍ତ କରିଥାଏ।      

ਜਮਕਾਲੁ ਨ ਸੂਝੈ ਮਾਇਆ ਜਗੁ ਲੂਝੈ ਲਬਿ ਲੋਭਿ ਚਿਤੁ ਲਾਏ ॥
ଦୁନିଆ ମାୟାର ଲାଳସାରେ ଖୁସି ରହିଥାଏ, ତାହାକୁ ଏହି ଲାଳସ ମଧ୍ୟରେ ମୃତ୍ୟୁର ଧ୍ୟାନ ଆସେ ନାହିଁ ଆଉ ନିଜ ଚିତ୍ତକୁ ଲୋଭ ଓ ଲାଳସାରେ ଲଗାଇ ଥାଏ।

ਸੋ ਪਿਰੁ ਸਾਚਾ ਸਦ ਹੀ ਸਾਚਾ ਨਾ ਓਹੁ ਮਰੈ ਨ ਜਾਏ ॥੩॥
ସେହି ପତି-ପ୍ରଭୁ ସର୍ବଦା ସତ୍ୟ ଅଟନ୍ତି, ସେ ଅନଶ୍ଵର ଅଟନ୍ତି ||3||    

ਇਕਿ ਰੋਵਹਿ ਪਿਰਹਿ ਵਿਛੁੰਨੀਆ ਅੰਧੀ ਨਾ ਜਾਣੈ ਪਿਰੁ ਨਾਲੇ ॥
ନିଜ ପତି-ପରମେଶ୍ଵରଙ୍କ ଠାରୁ ବିଚ୍ଛେଦ ହୋଇ କିଛି ଜୀବ-ସ୍ତ୍ରୀ ରୋଦନ କରିଥାନ୍ତି, ଅଜ୍ଞାନତାରେ ଅନ୍ଧ ହୋଇ ସେ ଜାଣେ ନାହିଁ ଯେ ତାହାର ପତି-ପରମେଶ୍ଵର ତାହାର ସାଥିରେ ନିବାସ କରିଥାନ୍ତି।           

ਗੁਰ ਪਰਸਾਦੀ ਸਾਚਾ ਪਿਰੁ ਮਿਲੈ ਅੰਤਰਿ ਸਦਾ ਸਮਾਲੇ ॥
ଗୁରୁଙ୍କ କୃପାରୁ ସଚ୍ଚା ପତି-ପରମେଶ୍ଵର ମିଳିଥାନ୍ତି ଆଉ ଜୀବ-ସ୍ତ୍ରୀ ନିଜ ହୃଦୟରେ ସର୍ବଦା ତାହାଙ୍କୁ ସ୍ମରଣ କରିଥାଏ।         

ਪਿਰੁ ਅੰਤਰਿ ਸਮਾਲੇ ਸਦਾ ਹੈ ਨਾਲੇ ਮਨਮੁਖਿ ਜਾਤਾ ਦੂਰੇ ॥
ପ୍ରିୟତମ ପ୍ରଭୁଙ୍କୁ ସର୍ବଦା ନିଜ ସାଥି ଭାବି ସେ ନିଜ ହୃଦୟରେ ତାହାଙ୍କୁ ସ୍ମରଣ କରିଥାଏ, କିନ୍ତୁ ମନମୁଖୀ ଜୀବ ସ୍ତ୍ରୀ ତାହାଙ୍କୁ ଦୂର ଭାବିଥାଏ।     

ਇਹੁ ਤਨੁ ਰੁਲੈ ਰੁਲਾਇਆ ਕਾਮਿ ਨ ਆਇਆ ਜਿਨਿ ਖਸਮੁ ਨ ਜਾਤਾ ਹਦੂਰੇ ॥
ଯିଏ ପତି-ପରମେଶ୍ଵରଙ୍କୁ ନିଜ ପାଖରେ ଅନୁଭବ କରିନାହିଁ, ତାହାର ଏହି ଶରୀର ମାଟିରେ ମିଶି ନଷ୍ଟ ହୋଇଯାଏ ଆଉ କୌଣସି କାମରେ ଆସେ ନାହିଁ।

error: Content is protected !!