ਭ੍ਰਮੁ ਮਾਇਆ ਵਿਚਹੁ ਕਟੀਐ ਸਚੜੈ ਨਾਮਿ ਸਮਾਏ ॥
ସଦଗୁରୁ ତାହାର ମନରୁ ମାୟାର ଭ୍ରମ ଦୂର କରିଥାନ୍ତି ଆଉ ପୁଣି ସେ ସତ୍ୟ ନାମରେ ରହିଥାଏ।
ਸਚੈ ਨਾਮਿ ਸਮਾਏ ਹਰਿ ਗੁਣ ਗਾਏ ਮਿਲਿ ਪ੍ਰੀਤਮ ਸੁਖੁ ਪਾਏ ॥
ସତ୍ୟ ନାମରେ ରହି ଭଗବାନଙ୍କ ଗୁଣଗାନ କରିଥାଏ ଆଉ ନିଜ ପ୍ରିୟତମ ପ୍ରଭୁଙ୍କ ସହିତ ମିଶି ସୁଖ ପ୍ରାପ୍ତ କରିଥାଏ।
ਸਦਾ ਅਨੰਦਿ ਰਹੈ ਦਿਨੁ ਰਾਤੀ ਵਿਚਹੁ ਹੰਉਮੈ ਜਾਏ ॥
ସେ ଦିନ ରାତି ସର୍ବଦା ଆନନ୍ଦରେ ରହିଥାଏ ଆଉ ତାହାର ହୃଦୟରୁ ଅହଂତ୍ଵ ଦୂର ହୋଇଯାଏ।
ਜਿਨੀ ਪੁਰਖੀ ਹਰਿ ਨਾਮਿ ਚਿਤੁ ਲਾਇਆ ਤਿਨ ਕੈ ਹੰਉ ਲਾਗਉ ਪਾਏ ॥
ଯେଉଁ ମହାପୁରୁଷ ହରିଙ୍କ ନାମକୁ ନିଜ ଚିତ୍ତରେ ଲଗାଇଛନ୍ତି, ମୁଁ ତାହାଙ୍କ ଚରଣ ସ୍ପର୍ଶ କରିଥାଏ।
ਕਾਂਇਆ ਕੰਚਨੁ ਤਾਂ ਥੀਐ ਜਾ ਸਤਿਗੁਰੁ ਲਏ ਮਿਲਾਏ ॥੨॥
ଯଦି ସଦଗୁରୁ ନିଜ ସାଥିରେ ମିଳାଇ ଥାଆନ୍ତି, ତାହାହେଲେ ସେ କାୟା ଭଳି ପାବନ ହୋଇଯାଏ।||2||
ਸੋ ਸਚਾ ਸਚੁ ਸਲਾਹੀਐ ਜੇ ਸਤਿਗੁਰੁ ਦੇਇ ਬੁਝਾਏ ॥
ଯଦି ସଦଗୁରୁ ଜ୍ଞାନ ପ୍ରଦାନ କରନ୍ତି, ତାହାହେଲେ ହିଁ ସଚ୍ଚା ପ୍ରଭୁଙ୍କ ସ୍ତୁତିଗାନ କରାଯାଇ ଥାଏ।
ਬਿਨੁ ਸਤਿਗੁਰ ਭਰਮਿ ਭੁਲਾਣੀਆ ਕਿਆ ਮੁਹੁ ਦੇਸਨਿ ਆਗੈ ਜਾਏ ॥
ସଚ୍ଚା ଗୁରୁଙ୍କ ବିନା ଯେଉଁ ଜୀବ-ସ୍ତ୍ରୀ ଭ୍ରମରେ ଥାଏ, ସେ ପରଲୋକରେ କିପରି ମୁହଁ ଦେଖାଇବ?
ਕਿਆ ਦੇਨਿ ਮੁਹੁ ਜਾਏ ਅਵਗੁਣਿ ਪਛੁਤਾਏ ਦੁਖੋ ਦੁਖੁ ਕਮਾਏ ॥
ସେ ପରଲୋକରେ କିପରି ମୁହଁ ଦେଖାଇବ, ସେ ନିଜ ଅବଗୁଣ କାରଣରୁ ପଶ୍ଚାତାପ କରିଥାଏ ଆଉ ଦୁଃଖ ହିଁ ଭୋଗ କରିଥାଏ।
ਨਾਮਿ ਰਤੀਆ ਸੇ ਰੰਗਿ ਚਲੂਲਾ ਪਿਰ ਕੈ ਅੰਕਿ ਸਮਾਏ ॥
କିନ୍ତୁ ଯେଉଁ ଜୀବ-ସ୍ତ୍ରୀ ନାମରେ ମଗ୍ନ ରହିଥାଏ, ସେ ଗାଢ ଲାଲ ରଙ୍ଗ ହୋଇଯାଏ ଆଉ ସେ ନିଜ ପତି-ପରମେଶ୍ଵରଙ୍କ କୋଳରେ ବିଲୀନ ହୋଇଯାଏ।
ਤਿਸੁ ਜੇਵਡੁ ਅਵਰੁ ਨ ਸੂਝਈ ਕਿਸੁ ਆਗੈ ਕਹੀਐ ਜਾਏ ॥
ମୋତେ ପରମାତ୍ମା ଯେପରି ମହାନ ଆଉ କେହି ଦେଖା ଯାଉ ନାହାନ୍ତି, ପୁଣି ମୁଁ ନିଜ ଦୁଃଖ କାହା ସମ୍ମୁଖରେ କହିବି?
ਸੋ ਸਚਾ ਸਚੁ ਸਲਾਹੀਐ ਜੇ ਸਤਿਗੁਰੁ ਦੇਇ ਬੁਝਾਏ ॥੩॥
ଯଦି ସଦଗୁରୁ ଜ୍ଞାନ ପ୍ରଦାନ କରନ୍ତି, ସେହି ପରମ ସତ୍ୟର ସ୍ତୁତି ଗାନ କରାଯାଏ||3||
ਜਿਨੀ ਸਚੜਾ ਸਚੁ ਸਲਾਹਿਆ ਹੰਉ ਤਿਨ ਲਾਗਉ ਪਾਏ ॥
ଯିଏ ସଚ୍ଚା ପରମାତ୍ମାଙ୍କ ପ୍ରଶଂସା କରିଛି, ମୁଁ ତାହାଙ୍କ ଚରଣ ସ୍ପର୍ଶ କରିଥାଏ।
ਸੇ ਜਨ ਸਚੇ ਨਿਰਮਲੇ ਤਿਨ ਮਿਲਿਆ ਮਲੁ ਸਭ ਜਾਏ ॥
ଏପରି ମନୁଷ୍ୟ ସତ୍ୟବାଦୀ ଓ ନିର୍ମଳ ହୋଇଥାଏ ଆଉ ତାହାଙ୍କ ସହିତ ମିଶି ମନର ଅହଂକାର ରୂପୀ ମଇଳା ଦୂର ହୋଇଯାଏ।
ਤਿਨ ਮਿਲਿਆ ਮਲੁ ਸਭ ਜਾਏ ਸਚੈ ਸਰਿ ਨਾਏ ਸਚੈ ਸਹਜਿ ਸੁਭਾਏ ॥
ଆଉ ତାହାଙ୍କ ସହିତ ମିଶି ମନର ଅହଂକାର ରୂପୀ ମଇଳା ଦୂର ହୋଇଯାଏ, ଔ ମନୁଷ୍ୟ ସତ୍ୟନାମର ସଚ୍ଚା ସରୋବରରେ ସ୍ନାନ କରିଥାଏ ଏବଂ ସତ୍ୟବାଦୀ ବନିଯାଏ।
ਨਾਮੁ ਨਿਰੰਜਨੁ ਅਗਮੁ ਅਗੋਚਰੁ ਸਤਿਗੁਰਿ ਦੀਆ ਬੁਝਾਏ ॥
ସଦଗୁରୁ ମୋତେ ଅଗମ୍ୟ, ଅଗୋଚର ଏବଂ ମାୟାତୀତ ପ୍ରଭୁ-ନାମର ଭେଦ ବତାଇଛନ୍ତି।
ਅਨਦਿਨੁ ਭਗਤਿ ਕਰਹਿ ਰੰਗਿ ਰਾਤੇ ਨਾਨਕ ਸਚਿ ਸਮਾਏ ॥
ନାନକ କହନ୍ତି ଯେ ପ୍ରେମ ରଙ୍ଗରେ ଲୀନ ହୋଇ ଯିଏ ରାତି ଦିନ ପ୍ରଭୁଙ୍କ ଭକ୍ତି କରିଥାଏ, ସେ ସତ୍ୟରେ ରହିଥାଏ।
ਜਿਨੀ ਸਚੜਾ ਸਚੁ ਧਿਆਇਆ ਹੰਉ ਤਿਨ ਕੈ ਲਾਗਉ ਪਾਏ ॥੪॥੪॥
ଯିଏ ପରମ-ସତ୍ୟ ଈଶ୍ଵରଙ୍କ ଧ୍ୟାନ କରିଛି, ମୁଁ ତାହାଙ୍କ ଚରଣ ସ୍ପର୍ଶ କରିଥାଏ||4||4||
ਵਡਹੰਸ ਕੀ ਵਾਰ ਮਹਲਾ ੪ ਲਲਾਂ ਬਹਲੀਮਾ ਕੀ ਧੁਨਿ ਗਾਵਣੀ
ରାଗ ୱାଡହଂସ ୱାର ମହଲା 4 ॥
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਸਲੋਕ ਮਃ ੩ ॥
ଶ୍ଳୋକ ମହଲା 3 ॥
ਸਬਦਿ ਰਤੇ ਵਡ ਹੰਸ ਹੈ ਸਚੁ ਨਾਮੁ ਉਰਿ ਧਾਰਿ ॥
ଯେଉଁ ଲୋକ ଶବ୍ଦରେ ମଗ୍ନ ରହିଥାଏ, ସେ ପରମ ହଂସ(ପରମାର୍ଥୀ) ଅଟେ ଆଉ ସେ ସତ୍ୟନାମକୁ ନିଜ ହୃଦୟରେ ସ୍ଥାପନ କରିଥାଏ।
ਸਚੁ ਸੰਗ੍ਰਹਹਿ ਸਦ ਸਚਿ ਰਹਹਿ ਸਚੈ ਨਾਮਿ ਪਿਆਰਿ ॥
ସେ ସତ୍ୟ ସଞ୍ଚିତ କରିଥାଏ, ସତ୍ୟରେ ଲୀନ ରହିଥାଏ ଆଉ ସତ୍ୟନାମ ସହିତ ହିଁ ପ୍ରେମ କରିଥାଏ।
ਸਦਾ ਨਿਰਮਲ ਮੈਲੁ ਨ ਲਗਈ ਨਦਰਿ ਕੀਤੀ ਕਰਤਾਰਿ ॥
କର୍ତ୍ତା ତାହାଙ୍କ ଉପରେ ଦୟା-ଦୃଷ୍ଟି କରିଛନ୍ତି ଯେ ସେ ସର୍ବଦା ପାବନ ରହିଥାଏ ଆଉ ତାହା ଠାରେ କୌଣସି ମଇଳା ଲାଗେ ନାହିଁ।
ਨਾਨਕ ਹਉ ਤਿਨ ਕੈ ਬਲਿਹਾਰਣੈ ਜੋ ਅਨਦਿਨੁ ਜਪਹਿ ਮੁਰਾਰਿ ॥੧॥
ହେ ନାନକ! ମୁଁ ସେହି ମହାପୁରୁଷଙ୍କ ପାଖରେ ସମର୍ପିତ, ଯିଏ ଦିନ ରାତି ପ୍ରଭୁଙ୍କ ଜପ କରିଥାଏ॥1॥
ਮਃ ੩ ॥
ମହଲା 3 ॥
ਮੈ ਜਾਨਿਆ ਵਡ ਹੰਸੁ ਹੈ ਤਾ ਮੈ ਕੀਆ ਸੰਗੁ ॥
ମୁଁ ଏହା ଜାଣିଥିଲି ଯେ ସେ କୌଣସି ପରମ ହଂସ(ପରମାର୍ଥୀ) ଅଟନ୍ତି, ତେଣୁ ମୁଁ ତାହାଙ୍କ ସଂଗତି କରିଲି।
ਜੇ ਜਾਣਾ ਬਗੁ ਬਪੁੜਾ ਤ ਜਨਮਿ ਨ ਦੇਦੀ ਅੰਗੁ ॥੨॥
ଯଦି ଏହା ଭାବିଥାନ୍ତି ଯେ ବିଚରା ବଗ ଭଳି ଠକ ଅଟେ, ତାହାହେଲେ ଜନ୍ମରୁ ହିଁ ତାଙ୍କ ସହିତ ମିଶି ନଥାନ୍ତି||2||
ਮਃ ੩ ॥
ମହଲା 3 ॥
ਹੰਸਾ ਵੇਖਿ ਤਰੰਦਿਆ ਬਗਾਂ ਭਿ ਆਯਾ ਚਾਉ ॥
ପରମ ହଂସ(ପରମାର୍ଥୀ)ଙ୍କୁ ପାର ହେବା ଦେଖି ବଗ(ଠକ) ପାଖରେ ମଧ୍ୟ ପାର ହେବା ପାଇଁ ତୀବ୍ର ଲାଳସା ଉତ୍ପନ୍ନ ହୋଇଥାଏ।
ਡੁਬਿ ਮੁਏ ਬਗ ਬਪੁੜੇ ਸਿਰੁ ਤਲਿ ਉਪਰਿ ਪਾਉ ॥੩॥
କିନ୍ତୁ ବିଚରା ବଗ ଭବସାଗରରେ ବୁଡିଯାଇ ପ୍ରାଣ ତ୍ୟାଗ କରିଛି, ତାହାର ଗୋଡ ଉପରେ ଓ ମୁଣ୍ଡ ତଳେ ଅଛି ||3||
ਪਉੜੀ ॥
ପଉଡି॥
ਤੂ ਆਪੇ ਹੀ ਆਪਿ ਆਪਿ ਹੈ ਆਪਿ ਕਾਰਣੁ ਕੀਆ ॥
ହେ ପରମ ପିତା! ତୁ ସ୍ଵୟଂଭୂ, ସର୍ବଶକ୍ତିମାନ ଅଟୁ ଆଉ ତୁ ସ୍ଵୟଂ ହିଁ ସଂସାର ବନାଇଛୁ।
ਤੂ ਆਪੇ ਆਪਿ ਨਿਰੰਕਾਰੁ ਹੈ ਕੋ ਅਵਰੁ ਨ ਬੀਆ ॥
ତୁ ସ୍ଵୟଂ ହିଁ ନିରାକାର ଅଟୁ ଆଉ ତୋ’ ବିନା ଆଉ କେହି ନାହାନ୍ତି।
ਤੂ ਕਰਣ ਕਾਰਣ ਸਮਰਥੁ ਹੈ ਤੂ ਕਰਹਿ ਸੁ ਥੀਆ ॥
ତୁ ହିଁ କରିବା ଏବଂ କରାଇବାରେ ସମର୍ଥ ଅଟୁ ଏବଂ ତୁ ଯାହା କରୁ ତାହା ହୋଇଥାଏ।
ਤੂ ਅਣਮੰਗਿਆ ਦਾਨੁ ਦੇਵਣਾ ਸਭਨਾਹਾ ਜੀਆ ॥
ତୁ ହିଁ ସବୁ ଜୀବଙ୍କୁ ମାଗିବା ବିନା ଦାନ ଦେଇଥାଉ।
ਸਭਿ ਆਖਹੁ ਸਤਿਗੁਰੁ ਵਾਹੁ ਵਾਹੁ ਜਿਨਿ ਦਾਨੁ ਹਰਿ ਨਾਮੁ ਮੁਖਿ ਦੀਆ ॥੧॥
ସମସ୍ତେ ବୋଲ ସଦଗୁରୁ ଧନ୍ୟ-ଧନ୍ୟ ଅଟନ୍ତି, ଯିଏ ହରିନାମର ଦାନ ଆମର ମୁଖରେ ଦେଇଛନ୍ତି॥1॥