Odia Page 587

ਦੁਖਿ ਲਗੈ ਘਰਿ ਘਰਿ ਫਿਰੈ ਅਗੈ ਦੂਣੀ ਮਿਲੈ ਸਜਾਇ
ଗର୍ବୀ ବ୍ୟକ୍ତିକୁ ବହୁତ ଦୁଃଖ ମିଳିଥାଏ, ସେ ଘର-ଘର ବୁଲିଥାଏ ଆଉ ପରଲୋକରେ ଦୁଇଗୁଣ ଦଣ୍ଡ ମିଳିଥାଏ।   

ਅੰਦਰਿ ਸਹਜੁ ਨ ਆਇਓ ਸਹਜੇ ਹੀ ਲੈ ਖਾਇ ॥
ତାହାର ମନରେ ସନ୍ତୋଷ ନଥାଏ, ଯାହା ଫଳରେ ତାହାକୁ କିଛି ମଧ୍ୟ ମିଳେନାହିଁ।      

ਮਨਹਠਿ ਜਿਸ ਤੇ ਮੰਗਣਾ ਲੈਣਾ ਦੁਖੁ ਮਨਾਇ ॥
ସେ ଯାହା କିଛି ମାଗିଥାଏ, ନିଜ ମନର ଜିଦି କାରଣରୁ ମାଗିଥାଏ, ଏବଂ ତାହା ପାଖରେ ଦୁଃଖ ହିଁ ପହଞ୍ଚି ଥାଏ।    

ਇਸੁ ਭੇਖੈ ਥਾਵਹੁ ਗਿਰਹੋ ਭਲਾ ਜਿਥਹੁ ਕੋ ਵਰਸਾਇ ॥
ଏହି ଆଡମ୍ବରର  ବେଶ ଧାରଣ କରିବା ଅପେକ୍ଷା ଗୃହସ୍ଥି ହେବା ଭଲ, ଯିଏ କାହାକୁ ନା କାହାକୁ ତ କିଛି ଦେଇଥାଏ।       

ਸਬਦਿ ਰਤੇ ਤਿਨਾ ਸੋਝੀ ਪਈ ਦੂਜੈ ਭਰਮਿ ਭੁਲਾਇ ॥
େଉଁ ବ୍ୟକ୍ତି ଶବ୍ଦରେ ମଗ୍ନ ଥାଏ, ତାହା ଠାରେ ଜ୍ଞାନ ଆସିଥାଏ ଆଉ କିଛି ଲୋକ ଦ୍ଵିଧାରେ ହିଁ ଭୁଲ କରନ୍ତି। 

ਪਇਐ ਕਿਰਤਿ ਕਮਾਵਣਾ ਕਹਣਾ ਕਛੂ ਨ ਜਾਇ ॥
ସେ ନିଜ ଭାଗ୍ୟ ଅନୁସାରେ କର୍ମ କରିଥାଏ ଆଉ ଏହି ବିଷୟରେ କିଛି ମଧ୍ୟ କୁହାଯାଇ ପାରିବ ନାହିଁ। 

ਨਾਨਕ ਜੋ ਤਿਸੁ ਭਾਵਹਿ ਸੇ ਭਲੇ ਜਿਨ ਕੀ ਪਤਿ ਪਾਵਹਿ ਥਾਇ ॥੧॥
ହେ ନାନକ! ଯିଏ ଭଗବାନଙ୍କୁ ଭଲ ଲାଗିଥାଏ, ସେ ଭଲ ଅଟେ ଆଉ ତାହାର ପ୍ରତିଷ୍ଠା ସେ ବଜାୟ ରଖିଥାନ୍ତି॥1॥ 

ਮਃ ੩ ॥
ମହଲା 3 ॥ 

ਸਤਿਗੁਰਿ ਸੇਵਿਐ ਸਦਾ ਸੁਖੁ ਜਨਮ ਮਰਣ ਦੁਖੁ ਜਾਇ ॥
ସଦଗୁରୁଙ୍କ ସେବା କରିବା ଦ୍ଵାରା ମନୁଷ୍ୟ ସର୍ବଦା ସୁଖୀ ରହିଥାଏ ଆଉ ତାହାର ଜନ୍ମ ମରଣର ପୀଡା ଦୂର ହୋଇଯାଏ।      

ਚਿੰਤਾ ਮੂਲਿ ਨ ਹੋਵਈ ਅਚਿੰਤੁ ਵਸੈ ਮਨਿ ਆਇ ॥
ତାହାଉ ଆଦୌ ଚିନ୍ତା ହୁଏ ନାହିଁ ଆଉ ନିଶ୍ଚିନ୍ତ ପ୍ରଭୁ ତାହାର ମନରେ ନିବାସ କରିଥାନ୍ତି    

ਅੰਤਰਿ ਤੀਰਥੁ ਗਿਆਨੁ ਹੈ ਸਤਿਗੁਰਿ ਦੀਆ ਬੁਝਾਇ ॥
ସଦଗୁରୁ ଏହି ଜ୍ଞାନ ପ୍ରଦାନ କରିଛନ୍ତି ଯେ ମନୁଷ୍ୟର ହୃଦୟରେ ହିଁ ଜ୍ଞାନ ରୂପୀ ତୀର୍ଥ ସ୍ଥାନ ଅଛି।       

ਮੈਲੁ ਗਈ ਮਨੁ ਨਿਰਮਲੁ ਹੋਆ ਅੰਮ੍ਰਿਤ ਸਰਿ ਤੀਰਥਿ ਨਾਇ ॥
ଏହି ଜଣାଣ ରୂପୀ ତୀର୍ଥ-ସ୍ଥାନର ଅମୃତ ସରୋବରରେ ସ୍ନାନ କରିବା ଦ୍ଵାରା ସବୁ ପ୍ରକାର ମଇଳା ଦୂର ହୋଇଯାଏ ଆଉ ମନ ନିର୍ମଳ ହୋଇଯାଏ।       

ਸਜਣ ਮਿਲੇ ਸਜਣਾ ਸਚੈ ਸਬਦਿ ਸੁਭਾਇ ॥
ସଚ୍ଚା ଶବ୍ଦର ପ୍ରେମ ଦ୍ଵାରା ସଜ୍ଜନକୁ ପ୍ରଭୁ ମିଳିଯାନ୍ତି।    

ਘਰ ਹੀ ਪਰਚਾ ਪਾਇਆ ਜੋਤੀ ਜੋਤਿ ਮਿਲਾਇ
ନିଜ ଘରେ ହିଁ ସେ ଦିବ୍ୟଜ୍ଞାନ ପାଇଥାଏ ଏବଂ ତାହାର ଜ୍ୟୋତି ପରମ ଜ୍ୟୋତିରେ ମିଶିଯାଏ।  

ਪਾਖੰਡਿ ਜਮਕਾਲੁ ਨ ਛੋਡਈ ਲੈ ਜਾਸੀ ਪਤਿ ਗਵਾਇ ॥
ପ୍ରବଞ୍ଚକକୁ ଯମଦୂତ ଛାଡେ ନାହିଁ ଆଉ ତିରସ୍କାର କରି ପରଲୋକକୁ ନେଇଯାଏ।    

ਨਾਨਕ ਨਾਮਿ ਰਤੇ ਸੇ ਉਬਰੇ ਸਚੇ ਸਿਉ ਲਿਵ ਲਾਇ ॥੨॥
ହେ ନାନକ! ଯିଏ ସତ୍ୟ-ନାମରେ ମଗ୍ନ ରହିଥାଏ, ତାହାର ଉଦ୍ଧାର ହୋଇଯାଏ ଏବଂ ସଚ୍ଚା ପ୍ରଭୁଙ୍କ ସାଥିରେ ତାହାର ବୃତ୍ତି ଲାଗିଯାଏ। ॥2॥          

ਪਉੜੀ ॥
ପଉଡି ॥ 

ਤਿਤੁ ਜਾਇ ਬਹਹੁ ਸਤਸੰਗਤੀ ਜਿਥੈ ਹਰਿ ਕਾ ਹਰਿ ਨਾਮੁ ਬਿਲੋਈਐ ॥
େହି ସତସଙ୍ଗତିରେ ରୁହ, ଯେଉଁଠି ହରି-ନାମର ମନ୍ଥନ ଅର୍ଥାତ ସ୍ମରଣ କରାଯାଏ।  

ਸਹਜੇ ਹੀ ਹਰਿ ਨਾਮੁ ਲੇਹੁ ਹਰਿ ਤਤੁ ਨ ਖੋਈਐ ॥
ସେଠାରେ ହରିଙ୍କ ନାମର ଭଜନ କର, କାରଣ ଯେପରି ତୁମେ ହରି-ନାମ-ତତ୍ତ୍ଵକୁ ହରାଇ ନ ଦିଅ।        

ਨਿਤ ਜਪਿਅਹੁ ਹਰਿ ਹਰਿ ਦਿਨਸੁ ਰਾਤਿ ਹਰਿ ਦਰਗਹ ਢੋਈਐ ॥
ନିତ୍ୟ ହରି-ପରମେଶ୍ଵରଙ୍କ ଭଜନ କର, ହରିଙ୍କ ଦରବାରରେ ଆଶ୍ରୟ ପ୍ରାପ୍ତ ହେବ।       

ਸੋ ਪਾਏ ਪੂਰਾ ਸਤਗੁਰੂ ਜਿਸੁ ਧੁਰਿ ਮਸਤਕਿ ਲਿਲਾਟਿ ਲਿਖੋਈਐ ॥
ଶୁଭକର୍ମ ଫଳ ସ୍ୱରୂପ ଯେଉଁ ବ୍ଯକ୍ତିର କପାଳରେ ବିଧାତା ଭାଗ୍ୟ ଲେଖିଛନ୍ତି, ତାହାକୁ ପୂର୍ଣ୍ଣ ସଦଗୁରୁ ମିଳିଯାନ୍ତି।     

ਤਿਸੁ ਗੁਰ ਕੰਉ ਸਭਿ ਨਮਸਕਾਰੁ ਕਰਹੁ ਜਿਨਿ ਹਰਿ ਕੀ ਹਰਿ ਗਾਲ ਗਲੋਈਐ ॥੪॥
ସମସ୍ତେ ସେହି ଗୁରୁଙ୍କୁ ପ୍ରଣାମ କର, ଯିଏ ହରିଙ୍କ କଥା କହିଥାଏ॥4॥           

ਸਲੋਕ ਮਃ ੩ ॥
୍ଳୋକ ମହଲା 3 ॥ 

ਸਜਣ ਮਿਲੇ ਸਜਣਾ ਜਿਨ ਸਤਗੁਰ ਨਾਲਿ ਪਿਆਰੁ ॥
ସଦଗୁରୁଙ୍କ ସହିତ ଯାହାର ପ୍ରେମ ହୋଇଥାଏ, ସେହି ସଜ୍ଜନକୁ ସଜ୍ଜନ ହିଁ ମିଳିଥାନ୍ତି।       

ਮਿਲਿ ਪ੍ਰੀਤਮ ਤਿਨੀ ਧਿਆਇਆ ਸਚੈ ਪ੍ਰੇਮਿ ਪਿਆਰੁ ॥
ସଚ୍ଚା ପ୍ରେମ କାରଣରୁ ସେ ପ୍ରିୟତମ-ପରମେଶ୍ଵରଙ୍କ ସ୍ମରଣ କରିଥାଏ।  

ਮਨ ਹੀ ਤੇ ਮਨੁ ਮਾਨਿਆ ਗੁਰ ਕੈ ਸਬਦਿ ਅਪਾਰਿ ॥
ଗୁରୁଙ୍କ ଅପାର ଶବ୍ଦ କାରଣରୁ, ତାହାଙ୍କ ମନରେ ପ୍ରଭୁଙ୍କ ପ୍ରତି ଆସ୍ଥା ହୋଇଯାଏ।      

ਏਹਿ ਸਜਣ ਮਿਲੇ ਨ ਵਿਛੁੜਹਿ ਜਿ ਆਪਿ ਮੇਲੇ ਕਰਤਾਰਿ ॥
ଯଦି ପରମାତ୍ମା ସ୍ଵୟଂ ମିଳନ କରାଇ ଦିଅନ୍ତି, ତାହାହେଲେ ଏପରି ସଜ୍ଜନ କେବେ ବିଚ୍ଛେଦ ହୁଏନାହିଁ। 

ਇਕਨਾ ਦਰਸਨ ਕੀ ਪਰਤੀਤਿ ਨ ਆਈਆ ਸਬਦਿ ਨ ਕਰਹਿ ਵੀਚਾਰੁ ॥
କିଛି ଲୋକ ଏହିପରି ମଧ୍ୟ ଅଛନ୍ତି, ଯାହାର ହୃଦୟରେ ଭଗବାନଙ୍କ ଦର୍ଶନ ପ୍ରତୀତ ହୁଏନାହିଁ ଆଉ ଶବ୍ଦ ବିଷୟରେ ମଧ୍ୟ ବିଚାର କରନ୍ତି ନାହିଁ।         

ਵਿਛੁੜਿਆ ਕਾ ਕਿਆ ਵਿਛੁੜੈ ਜਿਨਾ ਦੂਜੈ ਭਾਇ ਪਿਆਰੁ ॥
ଯିଏ ଦୈତ୍ୟଭାବ ସହିତ ସ୍ନେହ କରିଥାଏ, ସେହି ପ୍ରଭୁଙ୍କ ଠାରୁ ବିଚ୍ଛେଦ ହୋଇଥିବା ମନୁଷ୍ୟକୁ ଆଉ କିପରି ବିଯୋଗ ହୋଇପାରିବ?    

ਮਨਮੁਖ ਸੇਤੀ ਦੋਸਤੀ ਥੋੜੜਿਆ ਦਿਨ ਚਾਰਿ ॥
ମନମୁଖୀ ମନୁଷ୍ୟର ସଙ୍ଗତି କେବଳ ଅଳ୍ପ କିଛି ଦିନ ପାଇଁ ହୋଇଥାଏ।       

ਇਸੁ ਪਰੀਤੀ ਤੁਟਦੀ ਵਿਲਮੁ ਨ ਹੋਵਈ ਇਤੁ ਦੋਸਤੀ ਚਲਨਿ ਵਿਕਾਰ ॥
ଏହି ସଙ୍ଗତି/ପ୍ରେମ ଭାଙ୍ଗିବାରେ ବିଳମ୍ବ ହୁଏନାହିଁ, ଆଉ ଏହି ପ୍ରେମ କେବଳ ବିକାର ଯୋଗୁଁ ଉତ୍ପନ୍ନ ହୋଇଥାଏ।        

ਜਿਨਾ ਅੰਦਰਿ ਸਚੇ ਕਾ ਭਉ ਨਾਹੀ ਨਾਮਿ ਨ ਕਰਹਿ ਪਿਆਰੁ ॥
ଯାହାର ହୃଦୟରେ ସଚ୍ଚା ପରମାତ୍ମାଙ୍କ ଭୟ ନଥାଏ ଆଉ ଭଗବାନଙ୍କ ନାମ ସହିତ ପ୍ରେମ ନଥାଏ,    

ਨਾਨਕ ਤਿਨ ਸਿਉ ਕਿਆ ਕੀਚੈ ਦੋਸਤੀ ਜਿ ਆਪਿ ਭੁਲਾਏ ਕਰਤਾਰਿ ॥੧॥
ହେ ନାନକ! ଏହିପରି ମନୁଷ୍ୟ ସହିତ ସଙ୍ଗ କରିବା ଉଚିତ ନୁହେଁ, କାରଣ ତାହାକୁ କର୍ତ୍ତା ସ୍ଵୟଂ କୁମାର୍ଗଗାମୀ କରି ଦେଇଛନ୍ତି॥1॥ 

ਮਃ ੩ ॥
ମହଲା 3 ॥                    

ਇਕਿ ਸਦਾ ਇਕਤੈ ਰੰਗਿ ਰਹਹਿ ਤਿਨ ਕੈ ਹਉ ਸਦ ਬਲਿਹਾਰੈ ਜਾਉ ॥
ିଛି ଲୋକ ସର୍ବଦା ଭଗବାଙ୍କ ପ୍ରେମ ରଙ୍ଗରେ ମଗ୍ନ ରହିଥାନ୍ତି ଆଉ ମୁଁ ସେମାନଙ୍କ ପ୍ରତି ସଦା ସମର୍ପିତ ଅଟେ।          

ਤਨੁ ਮਨੁ ਧਨੁ ਅਰਪੀ ਤਿਨ ਕਉ ਨਿਵਿ ਨਿਵਿ ਲਾਗਉ ਪਾਇ ॥
ମୁଁ ନିଜ ତନ-ମନ-ଧନ ତାହାଙ୍କୁ ସମର୍ପଣ କରିଥାଏ ଏବଂ ବିନମ୍ର ହୋଇ ସେମାନଙ୍କ ଚରଣ ସ୍ପର୍ଶ କରିଥାଏ।        

ਤਿਨ ਮਿਲਿਆ ਮਨੁ ਸੰਤੋਖੀਐ ਤ੍ਰਿਸਨਾ ਭੁਖ ਸਭ ਜਾਇ ॥
ସେମାନଙ୍କୁ ଭେଟ କରି ମନରେ ସନ୍ତୋଷ ଆସିଥାଏ ଆଉ ତୃଷ୍ଣା ଓ ଦୁଃଖ ଇତ୍ୟାଦି ଦୂର ହୋଇଯାଏ।       

ਨਾਨਕ ਨਾਮਿ ਰਤੇ ਸੁਖੀਏ ਸਦਾ ਸਚੇ ਸਿਉ ਲਿਵ ਲਾਇ ॥੨॥
ହେ ନାନକ! ଯିଏ ଭଗବାନଙ୍କ ନାମରେ ମଗ୍ନ ରହିଥାଏ, ସେ ସଦା ସୁଖୀ ରହିଥାଏ ଏବଂ ତାହାର ଲଗ୍ନ ସତ୍ୟରେ ଲାଗିଥାଏ॥2॥      

ਪਉੜੀ ॥
ପଉଡି ॥ 

ਤਿਸੁ ਗੁਰ ਕਉ ਹਉ ਵਾਰਿਆ ਜਿਨਿ ਹਰਿ ਕੀ ਹਰਿ ਕਥਾ ਸੁਣਾਈ ॥
ମୁଁ ସେହି ଗୁରୁଙ୍କ ପ୍ରତି ସମର୍ପିତ ଅଟେ, ଯିଏ ହରିଙ୍କ କଥା ଶୁଣାଇ ଥାଏ।  

error: Content is protected !!