ਸੋਰਠਿ ਮਹਲਾ ੩ ॥
ସୋରଠି ମହଲା 3 ॥
ਹਰਿ ਜੀਉ ਤੁਧੁ ਨੋ ਸਦਾ ਸਾਲਾਹੀ ਪਿਆਰੇ ਜਿਚਰੁ ਘਟ ਅੰਤਰਿ ਹੈ ਸਾਸਾ ॥
ହେ ହରି! ଯେ ପର୍ଯ୍ୟନ୍ତ ମୋ’ ଶରୀରରେ ଜୀବନ ଅଛି, ସେ ପର୍ଯ୍ୟନ୍ତ ମୁଁ ସର୍ବଦା ତୋର ହିଁ ମହିମା ସ୍ତୁତି କରିବି।
ਇਕੁ ਪਲੁ ਖਿਨੁ ਵਿਸਰਹਿ ਤੂ ਸੁਆਮੀ ਜਾਣਉ ਬਰਸ ਪਚਾਸਾ ॥
ହେ ମୋର ସ୍ଵାମୀ! ଯଦି ତୁ ମୋତେ ଏକ କ୍ଷଣ ପାଇଁ ମଧ୍ୟ ବିସ୍ମୃତ କରୁ, ତାହାହେଲେ ମୁଁ ଏହାକୁ ପଚାଶ ବର୍ଷ ସମାନ ଭାବିଥାଏ।
ਹਮ ਮੂੜ ਮੁਗਧ ਸਦਾ ਸੇ ਭਾਈ ਗੁਰ ਕੈ ਸਬਦਿ ਪ੍ਰਗਾਸਾ ॥੧॥
ହେ ଭାଇ! ଆମେ ସର୍ବଦା ବିମୂଢ ଏବଂ ବୁଦ୍ଧିହୀନ ଥିଲୁ, କିନ୍ତୁ ଗୁରୁଙ୍କ ଶବ୍ଦ ଦ୍ଵାରା ଆମକୁ ଜ୍ଞାନର ପ୍ରକାଶ ମିଳିଯାଇଛି॥1॥
ਹਰਿ ਜੀਉ ਤੁਮ ਆਪੇ ਦੇਹੁ ਬੁਝਾਈ ॥
ହେ ହରି! ତୁମେ ସ୍ଵୟଂ ହିଁ ଆମକୁ (ବୁଦ୍ଧିହୀନକୁ) ସୁବୁଦ୍ଧି ପ୍ରଦାନ କରିଛ।
ਹਰਿ ਜੀਉ ਤੁਧੁ ਵਿਟਹੁ ਵਾਰਿਆ ਸਦ ਹੀ ਤੇਰੇ ਨਾਮ ਵਿਟਹੁ ਬਲਿ ਜਾਈ ॥ ਰਹਾਉ ॥
ଏଥିପାଇଁ, ମୁଁ ତୁମ ପ୍ରତି ସଦା ସମର୍ପିତ ଅଟେ ଆଉ ତୋର ନାମରେ ଉତ୍ସର୍ଗିତ ଅଟେ ॥ରୁହ॥
ਹਮ ਸਬਦਿ ਮੁਏ ਸਬਦਿ ਮਾਰਿ ਜੀਵਾਲੇ ਭਾਈ ਸਬਦੇ ਹੀ ਮੁਕਤਿ ਪਾਈ ॥
ହେ ଭାଇ! ଆମେ ଗୁରୁ-ଶବ୍ଦ ଦ୍ଵାରା ହିଁ ମୋହ-ମାୟା ଠାରୁ ମରି ଯାଇଛୁ ଆଉ ଶବ୍ଦ ଦ୍ଵାରା ହିଁ ମରି ପୁନଃ ଜୀବିତ ହୋଇଛୁ ଏବଂ ଶବ୍ଦ ଦ୍ଵାରା ହିଁ ମୁକ୍ତି ପ୍ରାପ୍ତ ହୋଇଛି।
ਸਬਦੇ ਮਨੁ ਤਨੁ ਨਿਰਮਲੁ ਹੋਆ ਹਰਿ ਵਸਿਆ ਮਨਿ ਆਈ ॥
ଶବ୍ଦ ଦ୍ଵାରା ହିଁ ମନ ଓ ତନ ନିର୍ମଳ ହୋଇଛି ଆଉ ହରି ମନରେ ନିବାସ କରିଛନ୍ତି।
ਸਬਦੁ ਗੁਰ ਦਾਤਾ ਜਿਤੁ ਮਨੁ ਰਾਤਾ ਹਰਿ ਸਿਉ ਰਹਿਆ ਸਮਾਈ ॥੨॥
ଶବ୍ଦ ରୂପୀ ଗୁରୁ ହିଁ ଦାତା ଅଟନ୍ତି, ଯାହା ଠାରେ ମୋର ମନ ଲୀନ ହୋଇଯାଇଛି ଆଉ ମୁଁ ପ୍ରଭୁଙ୍କ ଠାରେ ରହିଛି ||2||
ਸਬਦੁ ਨ ਜਾਣਹਿ ਸੇ ਅੰਨੇ ਬੋਲੇ ਸੇ ਕਿਤੁ ਆਏ ਸੰਸਾਰਾ ॥
ଯିଏ ଶବ୍ଦର ରହସ୍ୟକୁ ଜାଣେ ନାହିଁ, ସେ ଅନ୍ଧ ଓ ବଧିର ଅଟେ, ପୁଣି ସେ ଦୁନିଆକୁ କାହିଁକି ଆସିଛି?
ਹਰਿ ਰਸੁ ਨ ਪਾਇਆ ਬਿਰਥਾ ਜਨਮੁ ਗਵਾਇਆ ਜੰਮਹਿ ਵਾਰੋ ਵਾਰਾ ॥
ସେ ହରି ରସ ପ୍ରାପ୍ତ କରି ନାହିଁ ଏବଂ ଏପରି ନିଜ ଜୀବନ ବ୍ୟର୍ଥରେ ହରାଇ ଦେଇଛି ଆଉ ବାରମ୍ବାର ଜନ୍ମ ନେଇ ମରିଥାଏ।
ਬਿਸਟਾ ਕੇ ਕੀੜੇ ਬਿਸਟਾ ਮਾਹਿ ਸਮਾਣੇ ਮਨਮੁਖ ਮੁਗਧ ਗੁਬਾਰਾ ॥੩॥
ଏପରି ମୂର୍ଖ ଓ ଅଜ୍ଞାନ ମନମୁଖୀ ବ୍ୟକ୍ତି ବିଷ୍ଟାର ହିଁ କୀଡା ଅଟେ ଆଉ ବିଷ୍ଟାରେ ହିଁ ସଢିଥାଏ ||3||
ਆਪੇ ਕਰਿ ਵੇਖੈ ਮਾਰਗਿ ਲਾਏ ਭਾਈ ਤਿਸੁ ਬਿਨੁ ਅਵਰੁ ਨ ਕੋਈ ॥
ହେ ଭାଇ! ଇଶ୍ଵର ସ୍ଵୟଂ ହିଁ ଜୀବକୁ ଜାତ କରି ତାହାର ପାଳନ ପୋଷଣ କରିଥାନ୍ତି ଆଉ ସତମାର୍ଗରେ ଲଗାଇ ଥାଆନ୍ତି। ତାହାଙ୍କ ବ୍ୟତୀତ ଆଉ କେହି ରଚୟିତା ନାହାନ୍ତି।
ਜੋ ਧੁਰਿ ਲਿਖਿਆ ਸੁ ਕੋਇ ਨ ਮੇਟੈ ਭਾਈ ਕਰਤਾ ਕਰੇ ਸੁ ਹੋਈ ॥
ହେ ଭାଇ! ଯାହା ଜୀବର ଭାଗ୍ୟରେ ଆରମ୍ଭରୁ ଲେଖା ହୋଇଛି, ତାହାକୁ କେହି ଦୂର କରିପାରିବେ ନାହିଁ। ଯାହା ସୃଜନହାର କରିଥାନ୍ତି, ତାହା ହୋଇଥାଏ।
ਨਾਨਕ ਨਾਮੁ ਵਸਿਆ ਮਨ ਅੰਤਰਿ ਭਾਈ ਅਵਰੁ ਨ ਦੂਜਾ ਕੋਈ ॥੪॥੪॥
ନାନକ କହନ୍ତି ଯେ ହେ ଭାଇ! ମନ ଭିତରେ ପ୍ରଭୁଙ୍କ ନାମ ନିବାସ କରିଛି ଏବଂ ତାହାଙ୍କ ବିନା ଆଉ କେହି ନାହାନ୍ତି||4||4||
ਸੋਰਠਿ ਮਹਲਾ ੩ ॥
ସୋରଠି ମହଲା 3 ॥
ਗੁਰਮੁਖਿ ਭਗਤਿ ਕਰਹਿ ਪ੍ਰਭ ਭਾਵਹਿ ਅਨਦਿਨੁ ਨਾਮੁ ਵਖਾਣੇ ॥
ଗୁରୁମୁଖୀ ହିଁ ଭକ୍ତି କରିଥାଏ, ଆଉ ପ୍ରଭୁଙ୍କୁ ବହୁତ ଭଲ ଲାଗିଥାଏ, ସେ ରାତି ଦିନ ପ୍ରଭୁଙ୍କ ନାମର ବର୍ଣ୍ଣନା କରିଥାଏ।
ਭਗਤਾ ਕੀ ਸਾਰ ਕਰਹਿ ਆਪਿ ਰਾਖਹਿ ਜੋ ਤੇਰੈ ਮਨਿ ਭਾਣੇ ॥
ହେ ପ୍ରଭୁ! ତୁ ସ୍ଵୟଂ ହିଁ ଭକ୍ତର ଦେଖାରଖା କରୁଅଛୁ, ଯାହା ତୋର ମନକୁ ବହୁତ ଭଲ ଲାଗିଥାଏ।
ਤੂ ਗੁਣਦਾਤਾ ਸਬਦਿ ਪਛਾਤਾ ਗੁਣ ਕਹਿ ਗੁਣੀ ਸਮਾਣੇ ॥੧॥
ତୁ ହିଁ ଗୁଣର ଦାତା ଅଟୁ ଆଉ ଗୁରୁ-ଶବ୍ଦ ଦ୍ଵାରା ତୋର ପରିଚୟ ହୋଇଥାଏ ଏବଂ ତୋର ଗୁଣସ୍ତୁତି କରି ତୋର ଭକ୍ତ ତୋ’ଠାରେ ବିଲୀନ ହୋଇଯାଏ ||1||
ਮਨ ਮੇਰੇ ਹਰਿ ਜੀਉ ਸਦਾ ਸਮਾਲਿ ॥
ହେ ମୋର ମନ! ସଦା ପରମାତ୍ମାଙ୍କ ସ୍ମରଣ କର,
ਅੰਤ ਕਾਲਿ ਤੇਰਾ ਬੇਲੀ ਹੋਵੈ ਸਦਾ ਨਿਬਹੈ ਤੇਰੈ ਨਾਲਿ ॥ ਰਹਾਉ ॥
ଅନ୍ତକାଳରେ ସେ ହିଁ ତୋର ମିତ୍ର ହେବେ ଏବଂ ସର୍ବଦା ତୋ’ ସାଥିରେ ରହିବେ ॥ରୁହ॥
ਦੁਸਟ ਚਉਕੜੀ ਸਦਾ ਕੂੜੁ ਕਮਾਵਹਿ ਨਾ ਬੂਝਹਿ ਵੀਚਾਰੇ ॥
ଦୁସ୍ତର ମଣ୍ଡଳୀ ସର୍ବଦା ମିଥ୍ୟା ଆଚରଣ ହିଁ କରିଥାଏ ଏବଂ ନା କିଛି ଜ୍ଞାନ ପ୍ରାପ୍ତ କରିଥାଏ ନା କିଛି ଚିନ୍ତନ କରିଥାଏ।
ਨਿੰਦਾ ਦੁਸਟੀ ਤੇ ਕਿਨਿ ਫਲੁ ਪਾਇਆ ਹਰਣਾਖਸ ਨਖਹਿ ਬਿਦਾਰੇ ॥
ଦୁଷ୍ଟତା ଏବଂ ନିନ୍ଦା ସହିତ କେବେ କିପରି ଫଳ ପ୍ରାପ୍ତ ହେବ? କାରଣ ଦୁଷ୍ଟ ହିରଣ୍ୟକଶ୍ୟୁପୁକୁ ନଖରେ ହିଁ ଚିରି ଦିଆଯାଇ ଥିଲା।
ਪ੍ਰਹਿਲਾਦੁ ਜਨੁ ਸਦ ਹਰਿ ਗੁਣ ਗਾਵੈ ਹਰਿ ਜੀਉ ਲਏ ਉਬਾਰੇ ॥੨॥
ଭକ୍ତ ପ୍ରହଲାଦ ସର୍ବଦା ହରିଙ୍କ ଗୁଣଗାନ କରୁଥିଲା ଆଉ ଶ୍ରୀହରି ତାହାର ରକ୍ଷା କରିଥିଲେ॥2॥
ਆਪਸ ਕਉ ਬਹੁ ਭਲਾ ਕਰਿ ਜਾਣਹਿ ਮਨਮੁਖਿ ਮਤਿ ਨ ਕਾਈ ॥
ମନମୁଖୀ ସ୍ଵୟଂକୁ ବହୁତ ଭଲ ଭାବିଥାଏ, ପରନ୍ତୁ ତାହା ଭିତରେ ଆଦୌ ସୁମତି ନଥାଏ।
ਸਾਧੂ ਜਨ ਕੀ ਨਿੰਦਾ ਵਿਆਪੇ ਜਾਸਨਿ ਜਨਮੁ ਗਵਾਈ ॥
ସେ ସାଧୁ ସନ୍ଥଙ୍କ ନିନ୍ଦାରେ ହିଁ ପ୍ରବୃତ୍ତ ରହିଥାଏ ଆଉ ନିଜ ଅମୂଲ୍ୟ ଜୀବନ ବ୍ୟର୍ଥରେ ହିଁ ହରାଇ ଥାଏ।
ਰਾਮ ਨਾਮੁ ਕਦੇ ਚੇਤਹਿ ਨਾਹੀ ਅੰਤਿ ਗਏ ਪਛੁਤਾਈ ॥੩॥
ସେ କେବେ ରାମଙ୍କ ନାମ ସ୍ମରଣ କରେ ନାହିଁ ଆଉ ଶେଷରେ ପଶ୍ଚାତପ କରି ଦୁନିଆରୁ ବିଦାୟ ନେଇଥାଏ॥3॥
ਸਫਲੁ ਜਨਮੁ ਭਗਤਾ ਕਾ ਕੀਤਾ ਗੁਰ ਸੇਵਾ ਆਪਿ ਲਾਏ ॥
ପ୍ରଭୁ ନିଜ ଭକ୍ତର ଜନ୍ମ ସଫଳ କରିଛନ୍ତି ଆଉ ସ୍ଵୟଂ ହିଁ ତାହାକୁ ଗୁରୁଙ୍କ ସେବାରେ ଲଗାଇଛନ୍ତି।
ਸਬਦੇ ਰਾਤੇ ਸਹਜੇ ਮਾਤੇ ਅਨਦਿਨੁ ਹਰਿ ਗੁਣ ਗਾਏ ॥
ଶବ୍ଦରେ ମଗ୍ନ ଓ ପରମ-ଆନନ୍ଦରେ ମସ୍ତ ହୋଇ ଭକ୍ତ ରାତି ଦିନ ହରିଙ୍କ ଗୁଣଗାନ କରିଥାଏ।
ਨਾਨਕ ਦਾਸੁ ਕਹੈ ਬੇਨੰਤੀ ਹਉ ਲਾਗਾ ਤਿਨ ਕੈ ਪਾਏ ॥੪॥੫॥
ଦାସ ନାନକ ପ୍ରାର୍ଥନା କରନ୍ତି, “ମୁଁ ସେହି ଭକ୍ତର ଚରଣ ସ୍ପର୍ଶ କରିଥାଏ”||4||5||
ਸੋਰਠਿ ਮਹਲਾ ੩ ॥
ସୋରଠି ମହଲା 3 ॥
ਸੋ ਸਿਖੁ ਸਖਾ ਬੰਧਪੁ ਹੈ ਭਾਈ ਜਿ ਗੁਰ ਕੇ ਭਾਣੇ ਵਿਚਿ ਆਵੈ ॥
ହେ ଭାଇ! ସେହି ସଚ୍ଚା ଶିଷ୍ୟ ମୋର ମିତ୍ର ଓ ସମ୍ବନ୍ଧୀୟ ଅଟେ, ଯିଏ ଗୁରୁଙ୍କ ଇଚ୍ଛାରେ ଆଚରଣ କରିଥାଏ।
ਆਪਣੈ ਭਾਣੈ ਜੋ ਚਲੈ ਭਾਈ ਵਿਛੁੜਿ ਚੋਟਾ ਖਾਵੈ ॥
ଯିଏ ନିଜ ଇଛା ଅନୁସାରେ ଆଚରଣ କରିଥାଏ, ସେ ଭଗବାନଙ୍କ ଠାରୁ ବିଚ୍ଛେଦ ହୋଇ ଚୋଟ ଖାଇଥାଏ।
ਬਿਨੁ ਸਤਿਗੁਰ ਸੁਖੁ ਕਦੇ ਨ ਪਾਵੈ ਭਾਈ ਫਿਰਿ ਫਿਰਿ ਪਛੋਤਾਵੈ ॥੧॥
ହେ ଭାଇ! ସଦଗୁରୁଙ୍କ ବିନା ତାହାକୁ କଦାପି ସୁଖ ମିଳେନାହିଁ ସେ ବାରମ୍ବାର ପଶ୍ଚାତାପରେ ଜଳିଥାଏ॥1॥
ਹਰਿ ਕੇ ਦਾਸ ਸੁਹੇਲੇ ਭਾਈ ॥
ହେ ଭାଇ! ଭଗବାନଙ୍କ ଭକ୍ତ ସର୍ବଦା ସୁଖୀ ଓ ପ୍ରସନ୍ନ ରହିଥାଏ।