Odia Page 619

ਪਾਰਬ੍ਰਹਮੁ ਜਪਿ ਸਦਾ ਨਿਹਾਲ ॥ ਰਹਾਉ ॥
ନିଜ ପରଂବ୍ରହ୍ମ-ପ୍ରଭୁଙ୍କ ଜପ କରିବା ଦ୍ଵାରା ମୁଁ ସଦା ଆନନ୍ଦିତ ରହିଥାଏ॥ରୁହ॥  

ਅੰਤਰਿ ਬਾਹਰਿ ਥਾਨ ਥਨੰਤਰਿ ਜਤ ਕਤ ਪੇਖਉ ਸੋਈ ॥
ଭିତରେ-ବାହାରେ, ଦେଶ-ଦେଶାନ୍ତର ଜଗତରେ ଯେଉଁଠି ଦେଖିଲେ ମଧ୍ୟ ଭଗବାନଙ୍କୁ ଦେଖିଥାଏ।   

ਨਾਨਕ ਗੁਰੁ ਪਾਇਓ ਵਡਭਾਗੀ ਤਿਸੁ ਜੇਵਡੁ ਅਵਰੁ ਨ ਕੋਈ ॥੨॥੧੧॥੩੯॥
ହେ ନାନକ! ବଡ ଭାଗ୍ୟରୁ ମୋତେ ଏପରି ଗୁରୁ ପ୍ରାପ୍ତ ହୋଇଛନ୍ତି ଯେ ତାହାଙ୍କ ପରି ଆଉ କେହି ନାହାନ୍ତି||2||11||39||                      

ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥

ਸੂਖ ਮੰਗਲ ਕਲਿਆਣ ਸਹਜ ਧੁਨਿ ਪ੍ਰਭ ਕੇ ਚਰਣ ਨਿਹਾਰਿਆ ॥
ପ୍ରଭୁଙ୍କ ସୁନ୍ଦର ଚରଣର ଦର୍ଶନ କରି ସୁଖ, ମଙ୍ଗଳ, କଲ୍ୟାଣ ଏବଂ ସ୍ଵାଭାବିକ ଧ୍ୱନିର ଉପଲବ୍ଧି ହୋଇ ଯାଇଛି। 

ਰਾਖਨਹਾਰੈ ਰਾਖਿਓ ਬਾਰਿਕੁ ਸਤਿਗੁਰਿ ਤਾਪੁ ਉਤਾਰਿਆ ॥੧॥
ରଖୁଆଳ ପରମାତ୍ମା ବାଳକ ହରଗୋବିନ୍ଦଙ୍କ ରକ୍ଷା କରିଛନ୍ତି ଏବଂ ସଦଗୁରୁ ତାହାଙ୍କ ତାପ ନିବୃତ୍ତ କରି ଦେଇଛନ୍ତି॥1॥   

ਉਬਰੇ ਸਤਿਗੁਰ ਕੀ ਸਰਣਾਈ ॥
ସେହି ସଦଗୁରୁଙ୍କ ଶରଣରେ ରକ୍ଷା ପାଇ ଯାଇଛି,        

ਜਾ ਕੀ ਸੇਵ ਨ ਬਿਰਥੀ ਜਾਈ ॥ ਰਹਾਉ ॥
ଯାହାଙ୍କ କାର୍ଯ୍ୟ କେବେ ମଧ୍ୟ ବ୍ୟର୍ଥ ହୁଏନାହିଁ॥ରୁହ॥            

ਘਰ ਮਹਿ ਸੂਖ ਬਾਹਰਿ ਫੁਨਿ ਸੂਖਾ ਪ੍ਰਭ ਅਪੁਨੇ ਭਏ ਦਇਆਲਾ ॥
ଯେବେ ନିଜର ପ୍ରଭୁ ଦୟାଳୁ ହୋଇଛନ୍ତି, ଘର ମଧ୍ୟରେ ଏବଂ ବାହାରେ ସୁଖ ହିଁ ସୁଖ ଆସି ଯାଇଛି।   

ਨਾਨਕ ਬਿਘਨੁ ਨ ਲਾਗੈ ਕੋਊ ਮੇਰਾ ਪ੍ਰਭੁ ਹੋਆ ਕਿਰਪਾਲਾ ॥੨॥੧੨॥੪੦॥
ହେ ନାନକ! ଏବେ ମୋତେ କୌଣସି ବିଘ୍ନ ଲାଗେ ନାହିଁ, କାରଣ ମୋର ପ୍ରଭୁ ମୋ’ ଉପରେ କୃପାଳୁ ହୋଇ ଯାଇଛନ୍ତି||2||12||40||   

ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥

ਸਾਧੂ ਸੰਗਿ ਭਇਆ ਮਨਿ ਉਦਮੁ ਨਾਮੁ ਰਤਨੁ ਜਸੁ ਗਾਈ ॥
ସାଧୁଙ୍କ ସଙ୍ଗତି କରି ମୋର ମନରେ ଉଦ୍ୟମ ଉତ୍ପନ୍ନ ହୋଇ ଯାଇଛି ଆଉ ମୁଁ ନାମ-ରତ୍ନର ଯଶ ଗାନ କରିଛି।        

ਮਿਟਿ ਗਈ ਚਿੰਤਾ ਸਿਮਰਿ ਅਨੰਤਾ ਸਾਗਰੁ ਤਰਿਆ ਭਾਈ ॥੧॥
ହେ ଭାଇ! ପରମେଶ୍ଵରଙ୍କ ସ୍ମରଣ କରିବା ଦ୍ଵାରା ମୋର ଚିନ୍ତା ଦୂର ହୋଇ ଯାଇଛି ଏବଂ ସଂସାର ସାଗରରୁ ପାର ହୋଇ ଯାଇଛି॥1॥       

ਹਿਰਦੈ ਹਰਿ ਕੇ ਚਰਣ ਵਸਾਈ ॥
ନିଜ ହୃଦୟରେ ମୁଁ ଭଗବାନଙ୍କ ଚରଣ ସ୍ଥାପନ କରି ନେଇଛି।      

ਸੁਖੁ ਪਾਇਆ ਸਹਜ ਧੁਨਿ ਉਪਜੀ ਰੋਗਾ ਘਾਣਿ ਮਿਟਾਈ ॥ ਰਹਾਉ ॥
ଏବେ ମୋତେ ସୁଖ ପ୍ରାପ୍ତ ହୋଇ ଯାଇଛି, ମୋ’ ଭିତରେ ସ୍ଵାଭାବିକ ଧ୍ୱନି ଗୁଞ୍ଜନ କରୁଅଛି ଏବଂ ସମୁଦାୟ ରୋଗ ନଷ୍ଟ ହୋଇ ଯାଇଛି॥ରୁହ॥   

ਕਿਆ ਗੁਣ ਤੇਰੇ ਆਖਿ ਵਖਾਣਾ ਕੀਮਤਿ ਕਹਣੁ ਨ ਜਾਈ ॥
ହେ ଇଶ୍ଵର! ତୋର କେଉଁ କେଉଁ ଗୁଣ ବର୍ଣ୍ଣନା କରିବି? ତୋର ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ।       

ਨਾਨਕ ਭਗਤ ਭਏ ਅਬਿਨਾਸੀ ਅਪੁਨਾ ਪ੍ਰਭੁ ਭਇਆ ਸਹਾਈ ॥੨॥੧੩॥੪੧॥
ହେ ନାନକ! ଯେତେବେଳେ ନିଜ ପ୍ରଭୁ ସହାୟକ ବନି ଯାଇଛନ୍ତି, ଭକ୍ତ ମଧ୍ୟ ଅବିନାଶୀ ହୋଇ ଯାଇଛି ||2||13||41||             

ਸੋਰਠਿ ਮਃ ੫ ॥
ସୋରଠି ମହଲା 5 ॥

ਗਏ ਕਲੇਸ ਰੋਗ ਸਭਿ ਨਾਸੇ ਪ੍ਰਭਿ ਅਪੁਨੈ ਕਿਰਪਾ ਧਾਰੀ ॥
ମୋର ପ୍ରଭୁ ନିଜ କୃପା କରିଛନ୍ତି, ସେତେବେଳେ ମୋର ସମସ୍ତ ଦୁଃଖ-କ୍ଲେଶ ଏବଂ ରୋଗ ନାଶ ହୋଇ ଯାଇଛି।  

ਆਠ ਪਹਰ ਆਰਾਧਹੁ ਸੁਆਮੀ ਪੂਰਨ ਘਾਲ ਹਮਾਰੀ ॥੧॥
ଆଠ ପହର ଭଗବାନଙ୍କ ଆରାଧନା କର, କାରଣ ଆମର ସାଧନା ମଧ୍ୟ ପୂର୍ଣ୍ଣ ହୋଇ ଯାଇଛି॥1॥            

ਹਰਿ ਜੀਉ ਤੂ ਸੁਖ ਸੰਪਤਿ ਰਾਸਿ ॥
ହେ ପୂଜ୍ୟ ପରମେଶ୍ଵର! ତୁ ହିଁ ଆମର ସୁଖ-ସମ୍ପତ୍ତି ଏବଂ ପୁଞ୍ଜି ଅଟୁ।          

ਰਾਖਿ ਲੈਹੁ ਭਾਈ ਮੇਰੇ ਕਉ ਪ੍ਰਭ ਆਗੈ ਅਰਦਾਸਿ ॥ ਰਹਾਉ ॥
ମୋର ପ୍ରଭୁଙ୍କ ସମ୍ମୁଖରେ ଏହା ପ୍ରାର୍ଥନା ଯେ ହେ ମୋର ପ୍ରିୟତମ! ମୋତେ ଦୁଃଖରୁ ରକ୍ଷା କର॥ରୁହ॥      

ਜੋ ਮਾਗਉ ਸੋਈ ਸੋਈ ਪਾਵਉ ਅਪਨੇ ਖਸਮ ਭਰੋਸਾ ॥
ମୁଁ ଯାହା କିଛି ମଧ୍ୟ ମାଗିଥାଏ, ତାହା କିଛି ପ୍ରାପ୍ତ ହୋଇଯାଏ, ମୋତେ ନିଜ ମାଲିକ ଉପରେ ହିଁ ଭରସା ଅଛି।     

ਕਹੁ ਨਾਨਕ ਗੁਰੁ ਪੂਰਾ ਭੇਟਿਓ ਮਿਟਿਓ ਸਗਲ ਅੰਦੇਸਾ ॥੨॥੧੪॥੪੨॥
ନାନକ କହନ୍ତି, ‘ ପୂର୍ଣ୍ଣ ଗୁରୁଙ୍କ ସହିତ ଭେଟ ହେବା ପରେ ମୋର ସବୁ ଚିନ୍ତା ଦୂର ହୋଇ ଯାଇଛି ||2||14||42||        

ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥

ਸਿਮਰਿ ਸਿਮਰਿ ਗੁਰੁ ਸਤਿਗੁਰੁ ਅਪਨਾ ਸਗਲਾ ਦੂਖੁ ਮਿਟਾਇਆ ॥
ନିଜ ଗୁରୁ ସଦଗୁରୁଙ୍କ ସ୍ମରଣ କରି ମୁଁ ନିଜର ସବୁ ଦୁଃଖ-କ୍ଲେଶ ଦୂର କରି ଦେଇଛି।          

ਤਾਪ ਰੋਗ ਗਏ ਗੁਰ ਬਚਨੀ ਮਨ ਇਛੇ ਫਲ ਪਾਇਆ ॥੧॥
ଗୁରୁଙ୍କ ବଚନ ଦ୍ଵାରା ତାପ ଓ ରୋଗ ଦୂର ହୋଇ ଯାଇଛି ତଥା ମୋତେ ମନୋବାଞ୍ଚିତ ଫଳର ପ୍ରାପ୍ତି ହୋଇ ଯାଇଛି॥1॥      

ਮੇਰਾ ਗੁਰੁ ਪੂਰਾ ਸੁਖਦਾਤਾ ॥
ମୋର ପୂର୍ଣ୍ଣ ଗୁରୁ ସୁଖଦାତା ଅଟନ୍ତି।         

ਕਰਣ ਕਾਰਣ ਸਮਰਥ ਸੁਆਮੀ ਪੂਰਨ ਪੁਰਖੁ ਬਿਧਾਤਾ ॥ ਰਹਾਉ ॥
ସେ ସମସ୍ତ କାର୍ଯ୍ୟ କରିବା ଏବଂ କରାଇବା ବାଲା ଅଟନ୍ତି, ସର୍ବକଳା ସମର୍ଥ ସ୍ଵାମୀ ଏବଂ ପୂର୍ଣ୍ଣ ପୁରୁଷ ବିଧାତା ଅଟନ୍ତି॥ରୁହ॥           

ਅਨੰਦ ਬਿਨੋਦ ਮੰਗਲ ਗੁਣ ਗਾਵਹੁ ਗੁਰ ਨਾਨਕ ਭਏ ਦਇਆਲਾ ॥
ହେ ନାନକ! ଏବେ ଆପଣ ଆନନ୍ଦ କର, ଖୁସି ମନାଓ ଆଉ ପ୍ରଭୁଙ୍କ ସ୍ତୁତିର ମଙ୍ଗଳ ଗୀତ ଗାନ କର, କାରଣ ଗୁରୁ ଆପଣଙ୍କ ଉପରେ ଦୟାଳୁ ହୋଇ ଯାଇଛନ୍ତି     

ਜੈ ਜੈ ਕਾਰ ਭਏ ਜਗ ਭੀਤਰਿ ਹੋਆ ਪਾਰਬ੍ਰਹਮੁ ਰਖਵਾਲਾ ॥੨॥੧੫॥੪੩॥
ସାରା ଦୁନିଆରେ ଜୟ-ଜୟକାର ହେଉଛି, କାରଣ ପରଂବ୍ରହ୍ମ ମୋର ରଖୁଆଳ ହାଇ ଯାଇଛନ୍ତି ||2||15||43||     

ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥

ਹਮਰੀ ਗਣਤ ਨ ਗਣੀਆ ਕਾਈ ਅਪਣਾ ਬਿਰਦੁ ਪਛਾਣਿ ॥
ପରମାତ୍ମା ଆମର କର୍ମର ଗଣନା କରି ନାହାନ୍ତି ଏବଂ ନିଜ କର୍ତ୍ତବ୍ୟ ପାଳନ କରି ଆମକୁ କ୍ଷମା କରି ଦେଇଛନ୍ତି।   

ਹਾਥ ਦੇਇ ਰਾਖੇ ਕਰਿ ਅਪੁਨੇ ਸਦਾ ਸਦਾ ਰੰਗੁ ਮਾਣਿ ॥੧॥
ସେ ନିଜ ହାତରେ ମୋତେ ରକ୍ଷା କରିଛନ୍ତି ଏବଂ ବର୍ତ୍ତମାନ ତାହାଙ୍କ ପ୍ରେମର ଆନନ୍ଦ ପ୍ରାପ୍ତ କରୁଅଛି॥1॥         

ਸਾਚਾ ਸਾਹਿਬੁ ਸਦ ਮਿਹਰਵਾਣ ॥
ମୋର ସଚ୍ଚା ପରମେଶ୍ଵର ସର୍ବଦା କୃପାଳୁ ହୋଇ ଯାଇଛନ୍ତି।        

ਬੰਧੁ ਪਾਇਆ ਮੇਰੈ ਸਤਿਗੁਰਿ ਪੂਰੈ ਹੋਈ ਸਰਬ ਕਲਿਆਣ ॥ ਰਹਾਉ ॥
ମୋର ପୂର୍ଣ୍ଣ ସଦଗୁରୁ ଦୁଃଖ-ସଙ୍କଟ ଉପରେ ଅଙ୍କୁଶ ଲଗାଇଛନ୍ତି ଏବଂ ଏବେ ସର୍ବ କଲ୍ୟାଣ ହୋଇ ଯାଇଛି॥ରୁହ॥         

ਜੀਉ ਪਾਇ ਪਿੰਡੁ ਜਿਨਿ ਸਾਜਿਆ ਦਿਤਾ ਪੈਨਣੁ ਖਾਣੁ ॥
ଯେଉଁ ଇଶ୍ଵର ପ୍ରାଣ ରଖି ମୋର ଶରୀରର ରଚନା କରିଛନ୍ତି ଏବଂ ବସ୍ତ୍ର ଓ ଭୋଜନ ପ୍ରଦାନ କରିଛନ୍ତି; ସେ ସ୍ଵୟଂ ହିଁ ନିଜ ଦାସର ସମ୍ମାନ ରକ୍ଷା କରିଛନ୍ତି।  

ਅਪਣੇ ਦਾਸ ਕੀ ਆਪਿ ਪੈਜ ਰਾਖੀ ਨਾਨਕ ਸਦ ਕੁਰਬਾਣੁ ॥੨॥੧੬॥੪੪॥
ନାନକ ତାହାଙ୍କ ଉପରେ ସଦା ସମର୍ପିତ ଅଟନ୍ତି||2||16||44||  

error: Content is protected !!