Odia Page 625

ਹੋਇ ਦਇਆਲੁ ਕਿਰਪਾਲੁ ਪ੍ਰਭੁ ਠਾਕੁਰੁ ਆਪੇ ਸੁਣੈ ਬੇਨੰਤੀ ॥
ଠାକୁର ପ୍ରଭୁ ଦୟାଳୁ ଓ କୃପାଳୁ ହୋଇ ସ୍ଵୟଂ ହିଁ ବିନତି ଶୁଣିଥାନ୍ତି।        

ਪੂਰਾ ਸਤਗੁਰੁ ਮੇਲਿ ਮਿਲਾਵੈ ਸਭ ਚੂਕੈ ਮਨ ਕੀ ਚਿੰਤੀ ॥
ଯେବେ ପୂର୍ଣ୍ଣ ସଦଗୁରୁ ତାହାକୁ ସାଥିରେ ମିଳାଇଥାନ୍ତି, ସେତେବେଳେ ମନର ସାରା ଚିନ୍ତା ଦୂର ହୋଇଯାଏ।      

ਹਰਿ ਹਰਿ ਨਾਮੁ ਅਵਖਦੁ ਮੁਖਿ ਪਾਇਆ ਜਨ ਨਾਨਕ ਸੁਖਿ ਵਸੰਤੀ ॥੪॥੧੨॥੬੨॥
ହେ ନାନକ! ଗୁରୁ ହରି-ନାମର ଔଷଧ ମୁହଁରେ ଦେଇଛନ୍ତି ଆଉ ଏବେ ମୁଁ ସୁଖୀ ରହିଥାଏ||4||12||62||      

ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥ 

ਸਿਮਰਿ ਸਿਮਰਿ ਪ੍ਰਭ ਭਏ ਅਨੰਦਾ ਦੁਖ ਕਲੇਸ ਸਭਿ ਨਾਠੇ ॥
ପ୍ରଭୁଙ୍କ ଶରଣ କରିବା ଦ୍ଵାରା ମୋତେ ଆନନ୍ଦ ପ୍ରାପ୍ତ ହୋଇ ଯାଇଛି ଆଉ ମୋର ସବୁ ଦୁଃଖ ଦୂର ହୋଇ ଯାଇଛି।        

ਗੁਨ ਗਾਵਤ ਧਿਆਵਤ ਪ੍ਰਭੁ ਅਪਨਾ ਕਾਰਜ ਸਗਲੇ ਸਾਂਠੇ ॥੧॥
ନିଜ ପ୍ରଭୁଙ୍କ ଗୁଣଗାନ ଏବଂ ଧ୍ୟାନ କରି ଆମର ସବୁ କାର୍ଯ୍ୟ ସଫଳ ହୋଇ ଯାଇଛି॥1॥        

ਜਗਜੀਵਨ ਨਾਮੁ ਤੁਮਾਰਾ ॥
ହେ ଇଶ୍ଵର! ତୁମର ନାମ ଜଗତର ଜୀବନ ଅଟେ।              

ਗੁਰ ਪੂਰੇ ਦੀਓ ਉਪਦੇਸਾ ਜਪਿ ਭਉਜਲੁ ਪਾਰਿ ਉਤਾਰਾ ॥ ਰਹਾਉ ॥
ପୂର୍ଣ୍ଣ ଗୁରୁ ଆମକୁ ଉପଦେଶ ଦେଇଛନ୍ତି ଯେ ପ୍ରଭୁଙ୍କ ଜପ କରିଲେ ହିଁ ଭବସାଗରରୁ ପାର କରାଯାଇ ପାରେ॥ରୁହ॥               

ਤੂਹੈ ਮੰਤ੍ਰੀ ਸੁਨਹਿ ਪ੍ਰਭ ਤੂਹੈ ਸਭੁ ਕਿਛੁ ਕਰਣੈਹਾਰਾ ॥
ହେ ପ୍ରଭୁ! ତୁ ସ୍ଵୟଂ ହିଁ ମନ୍ତ୍ରୀ ଅଟୁ, ତୁ ସ୍ଵୟଂ ହିଁ ପ୍ରାର୍ଥନା ଶୁଣୁ ଆଉ ତୁ ହିଁ ସବୁକିଛି କରୁ।            

ਤੂ ਆਪੇ ਦਾਤਾ ਆਪੇ ਭੁਗਤਾ ਕਿਆ ਇਹੁ ਜੰਤੁ ਵਿਚਾਰਾ ॥੨॥
ତୁ ସ୍ଵୟଂ ହିଁ ଦାତା , ତୁ ସ୍ଵୟଂ ହିଁ ଭୋଗୀ ଅଟୁ, ଏହି ବିଚରା ଜୀବ ନାଚାର ଅଟେ?॥2॥         

ਕਿਆ ਗੁਣ ਤੇਰੇ ਆਖਿ ਵਖਾਣੀ ਕੀਮਤਿ ਕਹਣੁ ਨ ਜਾਈ ॥
ମୁଁ ତୋର କେଉଁ କେଉଁ ଗୁଣ ବର୍ଣ୍ଣନା କରିବି? କାରଣ ତୋର ଗୁଣର ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ।    

ਪੇਖਿ ਪੇਖਿ ਜੀਵੈ ਪ੍ਰਭੁ ਅਪਨਾ ਅਚਰਜੁ ਤੁਮਹਿ ਵਡਾਈ ॥੩॥
ତୋର ମହିମା ବଡ ଅଦ୍ଭୁତ ଅଟେ, କାରଣ ତୋର ଦର୍ଶନ କରି ଆମେ ଜୀବିତ ରହିଛୁ॥3॥       

ਧਾਰਿ ਅਨੁਗ੍ਰਹੁ ਆਪਿ ਪ੍ਰਭ ਸ੍ਵਾਮੀ ਪਤਿ ਮਤਿ ਕੀਨੀ ਪੂਰੀ ॥
ସ୍ଵାମୀ ପ୍ରଭୁ ସ୍ଵୟଂ ହିଁ ନିଜେ କୃପା କରି ଆମର ସମ୍ମାନ ଓ ବୁଦ୍ଧିକୁ ସୁଶୋଭିତ କରିଛନ୍ତି।           

ਸਦਾ ਸਦਾ ਨਾਨਕ ਬਲਿਹਾਰੀ ਬਾਛਉ ਸੰਤਾ ਧੂਰੀ ॥੪॥੧੩॥੬੩॥
ନାନକ ସର୍ବଦା ପ୍ରଭୁଙ୍କ ପ୍ରତି ସମର୍ପିତ ଅଟନ୍ତି ଆଉ ସନ୍ଥଙ୍କ ଚରଣ-ଧୂଳିର କାମନା କରିଥାନ୍ତି||4||13||63||            

ਸੋਰਠਿ ਮਃ ੫ ॥
ସୋରଠି ମହଲା 5 ॥ 

ਗੁਰੁ ਪੂਰਾ ਨਮਸਕਾਰੇ ॥
ପୂର୍ଣ ଗୁରୁଙ୍କୁ ଶତ ଶତ ନମନ,          

ਪ੍ਰਭਿ ਸਭੇ ਕਾਜ ਸਵਾਰੇ ॥
ପ୍ରଭୁ ଆମର ସବୁ କାର୍ଯ୍ୟ ସଫଳ କରିଛନ୍ତି।       

ਹਰਿ ਅਪਣੀ ਕਿਰਪਾ ਧਾਰੀ ॥
ଭଗବାନ ମୋ’ ଉପରେ ନିଜ କୃପା କରିଛନ୍ତି ଆଉ       

ਪ੍ਰਭ ਪੂਰਨ ਪੈਜ ਸਵਾਰੀ ॥੧॥
ସେ ଆମର ସମ୍ମାନ ଓ ପ୍ରତିଷ୍ଠା ପୂର୍ଣ୍ଣ ଭାବରେ ସୁଶୋଭିତ କରିଛନ୍ତି॥1॥     

ਅਪਨੇ ਦਾਸ ਕੋ ਭਇਓ ਸਹਾਈ ॥
ସେ ନିଜ ଦାସର ସହାୟକ ବନି ଯାଇଛନ୍ତି।      

ਸਗਲ ਮਨੋਰਥ ਕੀਨੇ ਕਰਤੈ ਊਣੀ ਬਾਤ ਨ ਕਾਈ ॥ ਰਹਾਉ ॥
କର୍ତ୍ତା-ପ୍ରଭୁ ଆମର ସବୁ ମନୋରଥ ପୁରା କରିଛନ୍ତି ଆଉ କିଛି ଅଭାବ ରହି ନାହିଁ॥ରୁହ॥  

ਕਰਤੈ ਪੁਰਖਿ ਤਾਲੁ ਦਿਵਾਇਆ ॥
କର୍ତ୍ତା-ପୁରୁଷ ଅମୃତ ସରୋବର ଦେଇଛନ୍ତି।           

ਪਿਛੈ ਲਗਿ ਚਲੀ ਮਾਇਆ ॥
ମାୟା ଆମର ପଛେ ପଛେ ଚାଲି ଆସିଛି ଆଉ        

ਤੋਟਿ ਨ ਕਤਹੂ ਆਵੈ ॥ ਮੇਰੇ ਪੂਰੇ ਸਤਗੁਰ ਭਾਵੈ ॥੨॥
ଏବେ ଆମକୁ କୌଣସି ବସ୍ତୁର ଅଭାବ ନାହିଁ, ମୋର ପୂର୍ଣ୍ଣ ସଦଗୁରୁଙ୍କୁ ଏହା ଭଲ ଲାଗିଥାଏ॥2॥        

ਸਿਮਰਿ ਸਿਮਰਿ ਦਇਆਲਾ ॥ ਸਭਿ ਜੀਅ ਭਏ ਕਿਰਪਾਲਾ ॥
ଦୟାଳୁ ପରମାତ୍ମାଙ୍କ ସ୍ମରଣ କରିବା ଦ୍ଵାରା ସବୁ ଲୋକ ମୋ’ ଉପରେ କୃପାଳୁ ହୋଇ ଯାଇଛନ୍ତି। 

ਜੈ ਜੈ ਕਾਰੁ ਗੁਸਾਈ ॥
ସେହି ମଳିକଂକ ଜୟ-ୟୟକାର ଅଟେ,                 

ਜਿਨਿ ਪੂਰੀ ਬਣਤ ਬਣਾਈ ॥੩॥
ଯିଏ ପୂର୍ଣ୍ଣ ଭାବରେ ଦେଇଥିବା ରଚନାର ବିଧାନ କରିଛନ୍ତି॥3॥          

ਤੂ ਭਾਰੋ ਸੁਆਮੀ ਮੋਰਾ ॥
ହେ ପ୍ରଭୁ! ତୁ ମୋର ମହାନ ମାଲିକ ଅଟୁ।              

ਇਹੁ ਪੁੰਨੁ ਪਦਾਰਥੁ ਤੇਰਾ ॥
ଏହି ପୂଣ୍ୟ ପଦାର୍ଥ ସବୁକିଛି ତୋ’ ଦ୍ଵାରା ହିଁ ଦିଆଯାଇଛି।         

ਜਨ ਨਾਨਕ ਏਕੁ ਧਿਆਇਆ ॥
ନାନକ ଏକ ଈଶ୍ବରଙ୍କ ହିଁ ଧ୍ୟାନ କରିଛନ୍ତି ଆଉ            

ਸਰਬ ਫਲਾ ਪੁੰਨੁ ਪਾਇਆ ॥੪॥੧੪॥੬੪॥
ତାହାକୁ ସର୍ବଫଳର ପୂଣ୍ୟ  ପ୍ରାପ୍ତି ହୋଇ ଯାଇଛି ||4||14||64||                                          

ਸੋਰਠਿ ਮਹਲਾ ੫ ਘਰੁ ੩ ਦੁਪਦੇ
ସୋରଠି ମହଲା 5 ଘର 3 ଦୁପଦୀ ॥ 

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି ଯାହାକୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ। 

ਰਾਮਦਾਸ ਸਰੋਵਰਿ ਨਾਤੇ ॥
ରାମଦାସ ସରୋବରର ମାହାତ୍ମ୍ୟ ଏହା ଯେ ଏଥିରେ ସ୍ନାନ କରିବା ଫଳରେ  

ਸਭਿ ਉਤਰੇ ਪਾਪ ਕਮਾਤੇ ॥
ମନୁଷ୍ୟର ସବୁ ପାପ ନାଶ ହୋଇଯାଏ। 

ਨਿਰਮਲ ਹੋਏ ਕਰਿ ਇਸਨਾਨਾ ॥
ଏହି ସରୋବରରେ ସ୍ନାନ କରିଲେ ମନୁଷ୍ୟ ପବିତ୍ର ହୋଇଯାଏ ଆଉ    

ਗੁਰਿ ਪੂਰੈ ਕੀਨੇ ਦਾਨਾ ॥੧॥
ପୂର୍ଣ୍ଣ ଗୁରୁ ଆମକୁ ଏହା ପ୍ରଦାନ କରିଛନ୍ତି॥1॥      

ਸਭਿ ਕੁਸਲ ਖੇਮ ਪ੍ਰਭਿ ਧਾਰੇ ॥
ପ୍ରଭୁ ସବୁଙ୍କୁ ସୁଖ ଏବଂ ଖୁସିର ଦାନ ପ୍ରଦାନ କରିଛନ୍ତି।      

ਸਹੀ ਸਲਾਮਤਿ ਸਭਿ ਥੋਕ ਉਬਾਰੇ ਗੁਰ ਕਾ ਸਬਦੁ ਵੀਚਾਰੇ ॥ ਰਹਾਉ ॥
ଗୁରୁଙ୍କ ଶବ୍ଦର ଚିନ୍ତନ କରି ସବୁ ବସ୍ତୁ ସୁରକ୍ଷିତ  ରହି ଯାଇଛି ଅର୍ଥାତ ସମସ୍ତେ ଭବସାଗରରୁ ପାର ହୋଇ ଯାଇଛନ୍ତି॥ରୁହ॥     

ਸਾਧਸੰਗਿ ਮਲੁ ਲਾਥੀ ॥
ସତସଙ୍ଗତିରେ ସମ୍ମିଳିତ ହେଲେ ମନର ମଇଳା ନିବୃତ୍ତ ହୋଇଯାଏ ଆଉ         

ਪਾਰਬ੍ਰਹਮੁ ਭਇਓ ਸਾਥੀ ॥
ପରଂବ୍ରହ୍ମ-ପରମେଶ୍ଵର ତାହାର ସାଥି ବନିଛନ୍ତି।    

ਨਾਨਕ ਨਾਮੁ ਧਿਆਇਆ ॥
ନାନକ ହରିନାମର ହିଁ ଧ୍ୟାନ କରିଛନ୍ତି ଆଉ      

ਆਦਿ ਪੁਰਖ ਪ੍ਰਭੁ ਪਾਇਆ ॥੨॥੧॥੬੫॥
ଆଦିପୁରୁଷ ପ୍ରଭୁଙ୍କ ପାଇଛନ୍ତି ||2||1||65||       

ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥ 

ਜਿਤੁ ਪਾਰਬ੍ਰਹਮੁ ਚਿਤਿ ਆਇਆ ॥
ଯାହାକୁ ପରଂବ୍ରହ୍ମ ସ୍ମରଣରେ ଆସିଥାନ୍ତି,    

ਸੋ ਘਰੁ ਦਯਿ ਵਸਾਇਆ ॥
ତାହାର ଘର ସେ ସୁଖ-ସମୃଦ୍ଧ କରି ଦେଇଛନ୍ତି।        

error: Content is protected !!