Odia Page 628

ਸੰਤਹੁ ਸੁਖੁ ਹੋਆ ਸਭ ਥਾਈ ॥
ହେ ସନ୍ଥ! ଏବେ ସବୁ ଜାଗାରେ ସୁଖ ହିଁ ସୁଖ ହୋଇ ଯାଇଛି।      

ਪਾਰਬ੍ਰਹਮੁ ਪੂਰਨ ਪਰਮੇਸਰੁ ਰਵਿ ਰਹਿਆ ਸਭਨੀ ਜਾਈ ॥ ਰਹਾਉ ॥
ମୋର ପୂର୍ଣ୍ଣ ପରଂବ୍ରହ୍ମ ପରମେଶ୍ଵର ସବୁଠାରେ ବିଦ୍ୟମାନ ଅଛନ୍ତି॥ରୁହ॥                                                                                        

ਧੁਰ ਕੀ ਬਾਣੀ ਆਈ ॥
ଏହି ବାଣୀ ପରମାତ୍ମାଙ୍କ ଠାରୁ ଆସିଛି,   

ਤਿਨਿ ਸਗਲੀ ਚਿੰਤ ਮਿਟਾਈ ॥
ଯାହା ସବୁ ଚିନ୍ତା ଦୂର କରି ଦେଇଛି।           

ਦਇਆਲ ਪੁਰਖ ਮਿਹਰਵਾਨਾ ॥ ਹਰਿ ਨਾਨਕ ਸਾਚੁ ਵਖਾਨਾ ॥੨॥੧੩॥੭੭॥
ଦୟାଳୁ ପରମପୁରୁଷ ପ୍ରଭୁ ମୋ’ ଉପରେ ବଡ କୃପାଳୁ ହୋଇଛନ୍ତି, ନାନକ ସତ୍ୟ(ପରମେଶ୍ଵର)ଙ୍କ ହିଁ କଥା କହିଥାନ୍ତି||2||13||77|| 

ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥ 

ਐਥੈ ਓਥੈ ਰਖਵਾਲਾ ॥ ਪ੍ਰਭ ਸਤਿਗੁਰ ਦੀਨ ਦਇਆਲਾ ॥
ପ୍ରଭୁ ହି ଲୋକ-ପରଲୋକରେ ଆମର ରକ୍ଷକ, ସଦଗୁରୁ ଓ ଦୀନଦୟାଳୁ ଅଟନ୍ତି,      

ਦਾਸ ਅਪਨੇ ਆਪਿ ਰਾਖੇ ॥
ସେ ସ୍ଵୟଂ ହିଁ ନିଜ ସେବକର ରକ୍ଷା କରିଥାନ୍ତି ଆଉ          

ਘਟਿ ਘਟਿ ਸਬਦੁ ਸੁਭਾਖੇ ॥੧॥
ସୁନ୍ଦର ଶବ୍ଦ ପ୍ରତ୍ୟେକ ହୃଦୟରେ ଗୁଞ୍ଜନ କରୁଅଛି॥1॥                         

ਗੁਰ ਕੇ ਚਰਣ ਊਪਰਿ ਬਲਿ ਜਾਈ ॥
ମୁଁ ନିଜ ଗୁରୁଙ୍କ ପ୍ରତି ସମର୍ପିତ ଅଟେ ଆଉ       

ਦਿਨਸੁ ਰੈਨਿ ਸਾਸਿ ਸਾਸਿ ਸਮਾਲੀ ਪੂਰਨੁ ਸਭਨੀ ਥਾਈ ॥ ਰਹਾਉ ॥
ଦିନ ରାତି, ପ୍ରତି ଶ୍ଵାସରେ ତାହାଙ୍କ ହିଁ ସ୍ମରଣ କରିଥାଏ, ଯେଉଁ ପୂର୍ଣ୍ଣ ପରମେଶ୍ଵର ସର୍ବବ୍ୟାପକ ଅଟନ୍ତି॥ରୁହ॥        

ਆਪਿ ਸਹਾਈ ਹੋਆ ॥
ପ୍ରଭୁ ସ୍ଵୟଂ ହିଁ ମୋର ସହାୟକ ବନିଯାଇଛନ୍ତି।           

ਸਚੇ ਦਾ ਸਚਾ ਢੋਆ ॥
ମୋତେ ସେହି ସଚ୍ଚା ପ୍ରଭୁଙ୍କ ସଚ୍ଚା ସାହାରା ପ୍ରାପ୍ତ ହୋଇ ଯାଇଛି।              

ਤੇਰੀ ਭਗਤਿ ਵਡਿਆਈ ॥ ਪਾਈ ਨਾਨਕ ਪ੍ਰਭ ਸਰਣਾਈ ॥੨॥੧੪॥੭੮॥
ନାନକ କହନ୍ତି ଯେ ହେ ପ୍ରଭୁ! ଏହା ତୋର ଭକ୍ତିର ହିଁ ବଡିମା ଅଟେ, ଯାହା ତୋର ଶରଣ ପ୍ରାପ୍ତ କରିଛନ୍ତି ||2||14||78||        

ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥ 

ਸਤਿਗੁਰ ਪੂਰੇ ਭਾਣਾ ॥
ଯେବେ ପୂର୍ଣ୍ଣ ସଦଗୁରୁଙ୍କୁ ଭଲ ଲାଗିଥାଏ,          

ਤਾ ਜਪਿਆ ਨਾਮੁ ਰਮਾਣਾ ॥
ମୁଁ ସର୍ବବ୍ୟାପୀ ରାମ-ନାମର ଜପ କରିଛି।           

ਗੋਬਿੰਦ ਕਿਰਪਾ ਧਾਰੀ ॥ ਪ੍ਰਭਿ ਰਾਖੀ ਪੈਜ ਹਮਾਰੀ ॥੧॥
ଗୋବିନ୍ଦ ଯେବେ ମୋ’ ଉପରେ କୃପା କରିଛନ୍ତି, ସେତେବେଳେ ସେ ଆମର ସମ୍ମାନ ରକ୍ଷା କରିଛନ୍ତି॥1॥    

ਹਰਿ ਕੇ ਚਰਨ ਸਦਾ ਸੁਖਦਾਈ ॥
ଭଗବାନଙ୍କ ସୁନ୍ଦର ଚରଣ ସର୍ବଦା ସୁଖଦାୟକ ଅଟେ।             

ਜੋ ਇਛਹਿ ਸੋਈ ਫਲੁ ਪਾਵਹਿ ਬਿਰਥੀ ਆਸ ਨ ਜਾਈ ॥੧॥ ਰਹਾਉ ॥
ପ୍ରାଣୀ ଯେପରି ଇଚ୍ଛା କରିଥାଏ, ତାହାକୁ ସେହି ଫଳ ମିଳିଥାଏ ଆଉ ତାହାର ଆଶା ନିଷ୍ଫଳ ହୁଏନାହିଁ॥1॥ରୁହ॥        

ਕ੍ਰਿਪਾ ਕਰੇ ਜਿਸੁ ਪ੍ਰਾਨਪਤਿ ਦਾਤਾ ਸੋਈ ਸੰਤੁ ਗੁਣ ਗਾਵੈ ॥
ଯାହା ଉପରେ ପ୍ରାଣପତି ଦାତା ନିଜ କୃପା କରିଥାନ୍ତି, ସେହି ସନ୍ଥ ତାହାଙ୍କ ଗୁଣଗାନ କରିଥାଏ। 

ਪ੍ਰੇਮ ਭਗਤਿ ਤਾ ਕਾ ਮਨੁ ਲੀਣਾ ਪਾਰਬ੍ਰਹਮ ਮਨਿ ਭਾਵੈ ॥੨॥
ଯେତେବେଳେ ମନକୁ ପରଂବ୍ରହ୍ମ ପ୍ରଭୁ ଭଲ ଲାଗିଥାନ୍ତି, ସେତେବେଳେ ମନ ପ୍ରେମ-ଭକ୍ତିରେ ଲୀନ ରହିଥାଏ॥2॥         

ਆਠ ਪਹਰ ਹਰਿ ਕਾ ਜਸੁ ਰਵਣਾ ਬਿਖੈ ਠਗਉਰੀ ਲਾਥੀ ॥
ଆଠ ପହର ଭଗବାନଙ୍କ ଯଶୋଗାନ କରିବା ଦ୍ଵାରା ମାୟାର ବିଷାକ୍ତ ପ୍ରଭାବ ନଷ୍ଟ ହୋଇ ଯାଇଛି।                             

ਸੰਗਿ ਮਿਲਾਇ ਲੀਆ ਮੇਰੈ ਕਰਤੈ ਸੰਤ ਸਾਧ ਭਏ ਸਾਥੀ ॥੩॥
ମୋର କର୍ତ୍ତା-ପ୍ରଭୁ ମୋତେ ନିଜ ସାଥିରେ ମିଳନ କରାଇଛନ୍ତି ଏବଂ ସାଧୁ-ସନ୍ଥ ମୋ’ ସାଥିରେ ରହିଛନ୍ତି॥3॥              

ਕਰੁ ਗਹਿ ਲੀਨੇ ਸਰਬਸੁ ਦੀਨੇ ਆਪਹਿ ਆਪੁ ਮਿਲਾਇਆ ॥
ପ୍ରଭୁ ମୋତେ ହାତରେ ଧରି ସର୍ବସ୍ଵ ପ୍ରଦାନ କରି ନିଜ ସାଥିରେ ବିଲୀନ କରିଛନ୍ତି                  

ਕਹੁ ਨਾਨਕ ਸਰਬ ਥੋਕ ਪੂਰਨ ਪੂਰਾ ਸਤਿਗੁਰੁ ਪਾਇਆ ॥੪॥੧੫॥੭੯॥
ହେ ନାନକ! ମୁଁ ପୂର୍ଣ୍ଣ ସଦଗୁରୁଙ୍କୁ ପାଇଛି, ଯାହା ଦ୍ଵାରା ମୋର ସବୁ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ଯାଇଛି||4||15||79||            

ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥ 

ਗਰੀਬੀ ਗਦਾ ਹਮਾਰੀ ॥
ନମ୍ରତା ଆମର ଗଦା ଅଟେ ଆଉ             

ਖੰਨਾ ਸਗਲ ਰੇਨੁ ਛਾਰੀ ॥
ସବୁଙ୍କ ଚରଣର ଧୂଳି ବନିବା ଆମର ଖଣ୍ଡା ଅଟେ।             

ਇਸੁ ਆਗੈ ਕੋ ਨ ਟਿਕੈ ਵੇਕਾਰੀ ॥
ଏହି ଶସ୍ତ୍ରର ସମ୍ମୁଖରେ କେହି ବିକାରଗ୍ରସ୍ତ ଦୁରାଚାରୀ ତିଷ୍ଠି ପାରେ ନାହିଁ,          

ਗੁਰ ਪੂਰੇ ਏਹ ਗਲ ਸਾਰੀ ॥੧॥
ଏହି ଜ୍ଞାନ ପୂର୍ଣ୍ଣ ଗୁରୁ ପ୍ରଦାନ କରିଛନ୍ତି ॥1॥              

ਹਰਿ ਹਰਿ ਨਾਮੁ ਸੰਤਨ ਕੀ ਓਟਾ ॥
ପରମେଶ୍ଵରଙ୍କ ନାମ ସନ୍ଥଙ୍କ ସଶକ୍ତ ସାହାରା ଅଟେ।         

ਜੋ ਸਿਮਰੈ ਤਿਸ ਕੀ ਗਤਿ ਹੋਵੈ ਉਧਰਹਿ ਸਗਲੇ ਕੋਟਾ ॥੧॥ ਰਹਾਉ ॥
ଯିଏ ନାମ ସ୍ମରଣ କରିଥାଏ, ତାହାର ମୁକ୍ତି ହୋଇଯାଏ ଆଉ ପ୍ରଭୁଙ୍କ ନାମ ସ୍ମରଣ କରି କୋଟି କୋଟି ଜୀବ ଉଦ୍ଧାର ହୋଇ ଯାଇଛନ୍ତି॥1॥ରୁହ॥          

ਸੰਤ ਸੰਗਿ ਜਸੁ ਗਾਇਆ ॥
ସନ୍ଥଙ୍କ ସାଥିରେ ଭଗବାନଙ୍କ ଯଶୋଗାନ କରିଛି ଆଉ       

ਇਹੁ ਪੂਰਨ ਹਰਿ ਧਨੁ ਪਾਇਆ ॥
ହରି-ନାମ ରୂପୀ ଏହି ପୂର୍ଣ୍ଣ ଧନ ଆମକୁ ପ୍ରାପ୍ତ ହୋଇ ଯାଇଛି।             

ਕਹੁ ਨਾਨਕ ਆਪੁ ਮਿਟਾਇਆ ॥
ନାନକ କହନ୍ତି ଯେ ଯେତେବେଳେ ଆମେ ଆମର ଆତ୍ମାଭିମାନ ଦୂର କରିଛୁ, ସେତେବେଳେ         

ਸਭੁ ਪਾਰਬ੍ਰਹਮੁ ਨਦਰੀ ਆਇਆ ॥੨॥੧੬॥੮੦॥
ସର୍ବତ୍ର ପରଂବ୍ରହ୍ମ ହିଁ ନଜରରେ ଆସିଛନ୍ତି||2||16||80||      

ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥ 

ਗੁਰਿ ਪੂਰੈ ਪੂਰੀ ਕੀਨੀ ॥
ପୂର୍ଣ୍ଣ ଗୁରୁ ପ୍ରତ୍ୟେକ କାର୍ଯ୍ୟ ପୂର୍ଣ୍ଣ କରିଛନ୍ତି ଆଉ         

ਬਖਸ ਅਪੁਨੀ ਕਰਿ ਦੀਨੀ ॥
ମୋ’ ଉପରେ ନିଜ କୃପା କରିଛନ୍ତି।             

ਨਿਤ ਅਨੰਦ ਸੁਖ ਪਾਇਆ ॥ ਥਾਵ ਸਗਲੇ ਸੁਖੀ ਵਸਾਇਆ ॥੧॥
ମୁଁ ସର୍ବଦା ଆନନ୍ଦ ଏବଂ ସୁଖ ପ୍ରାପ୍ତ କରିଥାଏ, ଗୁରୁ ମୋତେ ସବୁ ସ୍ଥାନରେ ସୁଖୀ କରିଛନ୍ତି॥1॥                  

ਹਰਿ ਕੀ ਭਗਤਿ ਫਲ ਦਾਤੀ ॥
ଭଗବାନଙ୍କ ଭକ୍ତି ସବୁ ଫଳ ପ୍ରଦାନ କରିଥାଏ।                 

ਗੁਰਿ ਪੂਰੈ ਕਿਰਪਾ ਕਰਿ ਦੀਨੀ ਵਿਰਲੈ ਕਿਨ ਹੀ ਜਾਤੀ ॥ ਰਹਾਉ ॥
ପୂର୍ଣ୍ଣ ଗୁରୁ କୃପା କରି ଭକ୍ତିର ଦାନ ପ୍ରଦାନ କରିଛନ୍ତି ଆଉ କେହି ବିରଳ ପୁରୁଷ ହିଁ ଭକ୍ତିର ମହତ୍ତ୍ଵକୁ ବୁଝିଥାଏ॥ରୁହ॥    

ਗੁਰਬਾਣੀ ਗਾਵਹ ਭਾਈ ॥
ହେ ଭାଇ! ମଧୁର ଗୁରୁବାଣୀ ଗାନ କର,      

ਓਹ ਸਫਲ ਸਦਾ ਸੁਖਦਾਈ ॥
କାରଣ ଏହା ସର୍ବଦା ଫଳଦାୟକ ଏବଂ ସୁଖଦାତା ଅଟେ। 

ਨਾਨਕ ਨਾਮੁ ਧਿਆਇਆ ॥ ਪੂਰਬਿ ਲਿਖਿਆ ਪਾਇਆ ॥੨॥੧੭॥੮੧॥
ହେ ନାନକ! ଯିଏ ଭଗବାନଙ୍କ ନାମ ସ୍ମରଣ କରିଛି, ତାହାକୁ ତାହା ପ୍ରାପ୍ତ ହୋଇ ଯାଇଛି, ଯାହା ତାହାର ଭାଗ୍ୟରେ ଲେଖା ହୋଇଛି ||2||17||81||            

ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥ 

error: Content is protected !!