ਮਨਮੁਖੁ ਜਾਣੈ ਆਪਣੇ ਧੀਆ ਪੂਤ ਸੰਜੋਗੁ ॥
କୁମାର୍ଗୀ ପୁରୁଷ ପୁତ୍ର, ପୁତ୍ରୀ ଏବଂ ସମ୍ବନ୍ଧୀୟଙ୍କୁ ନିଜର ମାନିଥାଏ
ਨਾਰੀ ਦੇਖਿ ਵਿਗਾਸੀਅਹਿ ਨਾਲੇ ਹਰਖੁ ਸੁ ਸੋਗੁ ॥
ସେ ନିଜର ଗୃହଲକ୍ଷ୍ମୀ ପତ୍ନୀକୁ ଦେଖି ବଡ ପ୍ରସନ୍ନ ହୋଇଥାଏ, ତାହାଠାରୁ ହର୍ଷ-ଶୋକର ସାମନା କରିବାକୁ ପଡେ।
ਗੁਰਮੁਖਿ ਸਬਦਿ ਰੰਗਾਵਲੇ ਅਹਿਨਿਸਿ ਹਰਿ ਰਸੁ ਭੋਗੁ ॥੩॥
କିନ୍ତୁ ଗୁରୁମୁଖ ଗୁରୁ ଶବ୍ଦ ଦ୍ଵାରା ହରିନାମରେ ଲୀନ ଥାଏ ଆଉ ସେ ଦିନ ରାତି ପ୍ରଭୁଙ୍କ ଅମୃତର ଆନନ୍ଦ ନେଇଥାଏ ॥3॥
ਚਿਤੁ ਚਲੈ ਵਿਤੁ ਜਾਵਣੋ ਸਾਕਤ ਡੋਲਿ ਡੋਲਾਇ ॥
ଶାକ୍ତ ଭକ୍ତର ମନ କ୍ଷଣ-ଭଙ୍ଗୁର ଧନ ଦଉଲତର ସନ୍ଧାନରେ ପଥଭ୍ରଷ୍ଟ ରହିଥାଏ।
ਬਾਹਰਿ ਢੂੰਢਿ ਵਿਗੁਚੀਐ ਘਰ ਮਹਿ ਵਸਤੁ ਸੁਥਾਇ ॥
ଯେତେବେଳ ପଦାର୍ଥ ତାଙ୍କର ଗୃହର ପବିତ୍ର ସ୍ଥାନରେ ଥାଏ, ମନୁଷ୍ୟ ତାହା ବାହାରେ ସନ୍ଧାନ କରି ବରବାଦ ହୋଇଯାଏ।
ਮਨਮੁਖਿ ਹਉਮੈ ਕਰਿ ਮੁਸੀ ਗੁਰਮੁਖਿ ਪਲੈ ਪਾਇ ॥੪॥
ଗୁରୁମୁଖ ତାହାକୁ ନିଜର ସାଧନାରେ ପ୍ରାପ୍ତ କରିନିଏ, ଯେତେବେଳେ କୁମାର୍ଗୀ ଅହଂକାର ଦ୍ଵାରା ତାହାକୁ ହରାଇ ଦିଏ। ॥4॥
ਸਾਕਤ ਨਿਰਗੁਣਿਆਰਿਆ ਆਪਣਾ ਮੂਲੁ ਪਛਾਣੁ ॥
ହେ ଗୁଣହୀନ ଶାକ୍ତ! ତୁ ନିଜ ମୂଲ୍ୟ ଜାଣ।
ਰਕਤੁ ਬਿੰਦੁ ਕਾ ਇਹੁ ਤਨੋ ਅਗਨੀ ਪਾਸਿ ਪਿਰਾਣੁ ॥
ଏହି ଶରୀର ରକ୍ତ ଆଉ ବୀର୍ଯ୍ୟ ଦ୍ଵାରା ତିଆରି ହୋଇଛି, ଏହାର ଅନ୍ତ ଅଗ୍ନିରେ ଜଳି ପାଉଁଶ ହେବା ପାଇଁ ଅଛି।
ਪਵਣੈ ਕੈ ਵਸਿ ਦੇਹੁਰੀ ਮਸਤਕਿ ਸਚੁ ਨੀਸਾਣੁ ॥੫॥
ଏହି ଶରୀର ପ୍ରାଣ ରୂପ ବାୟୁର ବଶରେ ଅଛି। ତୋର କପାଳରେ ସଚ୍ଚା ସଂକେତ ଅଛି ଯେ ତୁ କେତେ ସମୟ ପର୍ଯ୍ୟନ୍ତ ବଞ୍ଚିବୁ ॥5॥
ਬਹੁਤਾ ਜੀਵਣੁ ਮੰਗੀਐ ਮੁਆ ਨ ਲੋੜੈ ਕੋਇ ॥
ପ୍ରତ୍ୟେକ ପ୍ରାଣୀ ଦୀର୍ଘ ଆୟୁଷ କାମନା କରିଥାନ୍ତି ଆଉ କେହି ମଧ୍ୟ ମରିବାକୁ ଚାହେଁ ନାହିଁ।
ਸੁਖ ਜੀਵਣੁ ਤਿਸੁ ਆਖੀਐ ਜਿਸੁ ਗੁਰਮੁਖਿ ਵਸਿਆ ਸੋਇ ॥
ତାହାର ଜୀବନ ସୁଖଦାୟକ କୁହାଯାଏ , ଯେଉଁ ସଜ୍ଜନ ପୁରୁଷର ଭିତରେ ଗୁରୁ-କୃପା ଦ୍ଵାରା ପ୍ରଭୁ ବାସ କରିଥାନ୍ତି।
ਨਾਮ ਵਿਹੂਣੇ ਕਿਆ ਗਣੀ ਜਿਸੁ ਹਰਿ ਗੁਰ ਦਰਸੁ ਨ ਹੋਇ ॥੬॥
ନାମ-ବିହୀନ ପ୍ରାଣୀର ମହତ୍ଵ କଣ ଅଟେ ଯାହାକୁ ଭଗବାନଙ୍କ ରୂପ ଗୁରୁଙ୍କ ଦର୍ଶନ ହୋଇନଥାଏ ॥6॥
ਜਿਉ ਸੁਪਨੈ ਨਿਸਿ ਭੁਲੀਐ ਜਬ ਲਗਿ ਨਿਦ੍ਰਾ ਹੋਇ ॥
ଯେଉଁ ଭଳି ମନୁଷ୍ୟ ସ୍ଵପ୍ନରେ ରାତିରେ ନିଦ୍ରା-ମଗ୍ନ ରହିଥାଏ, ଆଉ ସବୁ ଭୁଲିଯାଇଥାଏ,
ਇਉ ਸਰਪਨਿ ਕੈ ਵਸਿ ਜੀਅੜਾ ਅੰਤਰਿ ਹਉਮੈ ਦੋਇ ॥
ସେହିଭଳି ସେହି ପ୍ରାଣୀ ଜଟିଳତା ଭିତରେ ପଥଭ୍ରଷ୍ଟ ହୋଇଥାଏ, ଯାହାର ହୃଦୟରେ ଅହଂକାର ତଥା ଦୈତ୍ୟ- ଭାବନା ଥାଏ ଆଉ ଯିଏ ମାୟା ରୂପୀ ସର୍ପିଣୀର ବଶରେ ଥାଏ।
ਗੁਰਮਤਿ ਹੋਇ ਵੀਚਾਰੀਐ ਸੁਪਨਾ ਇਹੁ ਜਗੁ ਲੋਇ ॥੭॥
ଗୁରୁଙ୍କ ଉପଦେଶ ଅନୁସାରେ ହିଁ ପ୍ରାଣୀ ଅନୁଭବ କରିଥାଏ ଓ ଦେଖିଥାଏ ଯେ ଏହି ସଂସାର କେବଳ ସ୍ଵପ୍ନ ମାତ୍ର ହିଁ ଅଟେ। ॥7॥
ਅਗਨਿ ਮਰੈ ਜਲੁ ਪਾਈਐ ਜਿਉ ਬਾਰਿਕ ਦੂਧੈ ਮਾਇ ॥
ଯେଉଁ ଭଳି ଜଳ ଦ୍ଵାରା ଅଗ୍ନି ଲିଭି ଯାଏ, ଯେଉଁ ଭଳି ମାତାର କ୍ଷୀରରେ ପିଲା ସନ୍ତୁଷ୍ଟ ହୋଇଯାଏ,
ਬਿਨੁ ਜਲ ਕਮਲ ਸੁ ਨਾ ਥੀਐ ਬਿਨੁ ਜਲ ਮੀਨੁ ਮਰਾਇ ॥
ଯେଉଁ ଭଳି ଜଳ ବିନା କମଳ ରହେ ନାହିଁ ଆଉ ଯେଉଁ ଭଳି ଜଳ ବିନା ମାଛ ମରିଯାଏ,
ਨਾਨਕ ਗੁਰਮੁਖਿ ਹਰਿ ਰਸਿ ਮਿਲੈ ਜੀਵਾ ਹਰਿ ਗੁਣ ਗਾਇ ॥੮॥੧੫॥
ସେହିପରି ହେ ନାନକ! ଯଦି ମୋତେ ଗୁରୁ ଦ୍ଵାରା ହରି ରସ ମିଳିଯାଏ ତାହାହେଲେ ହିଁ ଭଗବାନଙ୍କ ମହିମା ଗାନ କରି ଜୀବିତ ରହିପାରିବି ॥8॥15॥
ਸਿਰੀਰਾਗੁ ਮਹਲਾ ੧ ॥
ସିରିରାଗ ମହଲା 1 ॥
ਡੂੰਗਰੁ ਦੇਖਿ ਡਰਾਵਣੋ ਪੇਈਅੜੈ ਡਰੀਆਸੁ ॥
ମୁଁ ଈହଲୋକରେ ଏକ ଭୟାନକ ପର୍ବତ ଦେଖି ଡରିଯାଇଛି।
ਊਚਉ ਪਰਬਤੁ ਗਾਖੜੋ ਨਾ ਪਉੜੀ ਤਿਤੁ ਤਾਸੁ ॥
ପର୍ବତ ଉଚ୍ଚ ଆଉ ଚଢିବା କଠିନ ଅଟେ। ସେଠାରେ ପହଞ୍ଚିବା ପାଇଁ କୌଣସି ସିଡି ନାହିଁ।
ਗੁਰਮੁਖਿ ਅੰਤਰਿ ਜਾਣਿਆ ਗੁਰਿ ਮੇਲੀ ਤਰੀਆਸੁ ॥੧॥
ଗୁରୁଙ୍କ କୃପାରୁ ମୁଁ ପର୍ବତ ଭିତରେ ହିଁ ଜାଣିପାରିଛି, ଗୁରୁ ମୋତେ ତାହା ସହିତ ମିଳନ କରିଦେଇଛନ୍ତି ଆଉ ମୁଁ ପାର ହୋଇଯାଇଛି।
ਭਾਈ ਰੇ ਭਵਜਲੁ ਬਿਖਮੁ ਡਰਾਂਉ ॥
ହେ ଭାଇ! ଭବ ସାଗର ବଡ ବିଷମ ଏବଂ ଭୟଭୀତ କରିଥାଏ।
ਪੂਰਾ ਸਤਿਗੁਰੁ ਰਸਿ ਮਿਲੈ ਗੁਰੁ ਤਾਰੇ ਹਰਿ ਨਾਉ ॥੧॥ ਰਹਾਉ ॥
ଯଦି ହରି ରସକୁ ପାନ କରିବା ବାଲା ପୂର୍ଣ୍ଣ ସଦଗୁରୁ ମିଳିଯାନ୍ତି ତାହାହେଲେ ଗୁରୁ ତାହାକୁ ଭଗବାନଙ୍କ ନାମ ପ୍ରଦାନ କରି ଭବ ସାଗରରୁ ପାର କରିଦିଅନ୍ତି॥1॥ରୁହ॥
ਚਲਾ ਚਲਾ ਜੇ ਕਰੀ ਜਾਣਾ ਚਲਣਹਾਰੁ ॥
ଯଦି ମୁଁ କହିବି, “ ମୁଁ ଚାଲିଯିବାକୁ ହେବ” ମୋତେ ଏହାର କୌଣସି ଲାଭ ହୁଏ ନାହିଁ। ପରନ୍ତୁ, ମୁଁ ବାସ୍ତବରେ ଅନୁଭବ କରେ ଯେ ମୁଁ ଡେଇଁ ଯିବାକୁ ପଡିବ, ତାହାହେଲେ ହିଁ ହେବ।
ਜੋ ਆਇਆ ਸੋ ਚਲਸੀ ਅਮਰੁ ਸੁ ਗੁਰੁ ਕਰਤਾਰੁ ॥
ଯିଏ ମଧ୍ୟ ଦୁନିଆକୁ ଆସିଛି, ସେ ଗୋଟିଏ ଦିନ ଚାଲିଯିବ, କେବଳ କର୍ତ୍ତା ରୂପ ଗୁରୁ ହିଁ ଆମର ଅଟେ।
ਭੀ ਸਚਾ ਸਾਲਾਹਣਾ ਸਚੈ ਥਾਨਿ ਪਿਆਰੁ ॥੨॥
ଏଥିପାଇଁ ସଚ୍ଚା ସ୍ଥାନ ସତସଙ୍ଗତରେ ରହି ଶ୍ରଦ୍ଧା ସହିତ ସତ୍ୟ ପରମାତ୍ମାଙ୍କ ମହିମା ସ୍ତୁତି କରିବା ଉଚିତ। ॥2॥
ਦਰ ਘਰ ਮਹਲਾ ਸੋਹਣੇ ਪਕੇ ਕੋਟ ਹਜਾਰ ॥
ଯାହା ପାଖରେ ସୁନ୍ଦର କବାଟ, ଘର, ମନ୍ଦିର ଏବଂ ମଜବୁତ ଦୁର୍ଗ ଅଛି,
ਹਸਤੀ ਘੋੜੇ ਪਾਖਰੇ ਲਸਕਰ ਲਖ ਅਪਾਰ ॥
ହାତୀ, ଘୋଡା , ପଲଙ୍କ ଏବଂ ଲକ୍ଷେ ସୈନିକ,
ਕਿਸ ਹੀ ਨਾਲਿ ਨ ਚਲਿਆ ਖਪਿ ਖਪਿ ਮੁਏ ਅਸਾਰ ॥੩॥
ଏଥିମଧ୍ୟରୁ କିଛି ମଧ୍ୟ କାହାରି ସାଥିରେ ଯାଏ ନାହିଁ, ମୂର୍ଖଲୋକ ବ୍ୟର୍ଥରେ ଏଥିପାଇଁ ସଂଗ୍ରାମ କରି ମରିଥାଏ। ॥3॥
ਸੁਇਨਾ ਰੁਪਾ ਸੰਚੀਐ ਮਾਲੁ ਜਾਲੁ ਜੰਜਾਲੁ ॥
ମନୁଷ୍ୟ କେତେ ସୁନା ଆଉ ରୂପା ଏକତ୍ର କଲେ ମଧ୍ୟ ଦୌଲତ ମନୁଷ୍ୟକୁ ଫସାଇବା ଏକ ଜାଲ ଅଟେ।
ਸਭ ਜਗ ਮਹਿ ਦੋਹੀ ਫੇਰੀਐ ਬਿਨੁ ਨਾਵੈ ਸਿਰਿ ਕਾਲੁ ॥
ସେ ନିଜ ଡିଣ୍ଡିମର ଢୋଲ ବଜାଇ ସାରା ଜଗତକୁ କହିଲେ ମଧ୍ୟ ହରିନାମ ବିନା ମୃତ୍ୟୁ ତାହାର ମୁଣ୍ଡ ଉପରେ ଥାଏ।
ਪਿੰਡੁ ਪੜੈ ਜੀਉ ਖੇਲਸੀ ਬਦਫੈਲੀ ਕਿਆ ਹਾਲੁ ॥੪॥
ଯେତେବେଳେ ମନୁଷ୍ୟ ପ୍ରାଣ ତ୍ୟାଗ କରିଦେଇଥାଏ, ସେ ପାର୍ଥିବ ଶରୀର ହୋଇଯାଇଥାଏ ଆଉ ଜୀବନର ଅନ୍ତ ହୋଇଯାଏ। ତେବେ ଦୁଷ୍ଟଙ୍କ ପରିସ୍ଥିତି କଣ ହେବ?
ਪੁਤਾ ਦੇਖਿ ਵਿਗਸੀਐ ਨਾਰੀ ਸੇਜ ਭਤਾਰ ॥
ମନୁଷ୍ୟ ନିଜର ପୁତ୍ରକୁ ଦେଖି ଏବଂ ନିଜର ପତ୍ନୀ ସହିତ ଶେଯରେ ରହି ବହୁତ ଖୁସି ହୋଇଥାଏ।
ਚੋਆ ਚੰਦਨੁ ਲਾਈਐ ਕਾਪੜੁ ਰੂਪੁ ਸੀਗਾਰੁ ॥
ମନୁଷ୍ୟ ଶରୀରରେ ଅତର ଓ ଚନ୍ଦନ ଲଗାଇଥାଏ ଆଉ ସୁନ୍ଦର ବସ୍ତ୍ର ସାଥିରେ ନିଜର ଶୃଙ୍ଗାର କରିଥାଏ।
ਖੇਹੂ ਖੇਹ ਰਲਾਈਐ ਛੋਡਿ ਚਲੈ ਘਰ ਬਾਰੁ ॥੫॥
କିନ୍ତୁ ଯେତେବେଳେ ସେ ପ୍ରାଣ ତ୍ୟାଗ କରି ଏହି ସଂସାରରୁ ଚାଲିଯାଇଥାଏ, ଶରୀର ମାଟିରେ ମିଶାଇ ଦିଆଯାଇଥାଏ। ॥5॥
ਮਹਰ ਮਲੂਕ ਕਹਾਈਐ ਰਾਜਾ ਰਾਉ ਕਿ ਖਾਨੁ ॥
କୌଣସି ବ୍ୟକ୍ତି ସ୍ଵୟଂକୁ ଭୂମିପତି, ମହାରାଜା, ବାଦଶାହ , ଉଚ୍ଚାଧିକାରୀ କହିଥାଏ।
ਚਉਧਰੀ ਰਾਉ ਸਦਾਈਐ ਜਲਿ ਬਲੀਐ ਅਭਿਮਾਨ ॥
କିଏ ସ୍ଵୟଂକୁ ଚୌଧୁରୀ ଏବଂ ନବାବ କହିଥାଏ, ପରନ୍ତୁ ଏହି ସବୁ ଅଭିମାନର ଅଗ୍ନିରେ ଜଳି ମରିଥାଏ।
ਮਨਮੁਖਿ ਨਾਮੁ ਵਿਸਾਰਿਆ ਜਿਉ ਡਵਿ ਦਧਾ ਕਾਨੁ ॥੬॥
ମନମୁଖ ଜୀବ ଭଗବାନଙ୍କ ନାମକୁ ଭୁଲିଦେଇଛି। ସେ ଏପରି ହୋଇଯାଇଛି ଯେପରି ଜଙ୍ଗଲକୁ ଲାଗିଥିବା ଅଗ୍ନିରେ ଜଳି ଯାଇ ଥିବା କୁଟା ହୋଇଥାଏ। ॥6॥
ਹਉਮੈ ਕਰਿ ਕਰਿ ਜਾਇਸੀ ਜੋ ਆਇਆ ਜਗ ਮਾਹਿ ॥
ଯିଏ ମଧ୍ୟ ଏହି ସଂସାରକୁ ଆସିଛି, ଅଭିମାନରେ ବୁଡି ରହିଥାଏ ଆଉ ଅଭିମାନର ଖେଳ ଖେଳି ଚାଲିଯାଏ।