ਸਭ ਜੀਅ ਤੇਰੇ ਦਇਆਲਾ ॥
ହେ ଦୟାଳୁ ପରମେଶ୍ଵର! ସବୁ ଜୀବ ତୋ’ ଦ୍ଵାରା ହିଁ ଜାତ ହୋଇଛନ୍ତି ଆଉ
ਅਪਨੇ ਭਗਤ ਕਰਹਿ ਪ੍ਰਤਿਪਾਲਾ ॥
ନିଜ ଭକ୍ତକୁ ତୁ ହିଁ ପୋଷଣ କରିଥାଏ।
ਅਚਰਜੁ ਤੇਰੀ ਵਡਿਆਈ ॥
ତୋର ମହିମା ବଡ ଅଦ୍ଭୁତ ଅଟେ ଆଉ
ਨਿਤ ਨਾਨਕ ਨਾਮੁ ਧਿਆਈ ॥੨॥੨੩॥੮੭॥
ନାନକ ତୋର ନାମ-ସ୍ମରଣ ନିତ୍ୟ କରିଥାଏ ||2||23||87||
ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥
ਨਾਲਿ ਨਰਾਇਣੁ ਮੇਰੈ ॥
ନାରାୟଣ ସଦା ମୋର ସାଥିରେ ଅଛନ୍ତି,
ਜਮਦੂਤੁ ਨ ਆਵੈ ਨੇਰੈ ॥
ଏଣୁ, ଯମଦୂତ ମୋ’ ନିକଟକୁ ଆସେ ନାହିଁ।
ਕੰਠਿ ਲਾਇ ਪ੍ਰਭ ਰਾਖੈ ॥
ସେହି ପ୍ରଭୁ ନିଜ ଗଳାରେ ଲଗାଇ ମୋର ରକ୍ଷା କରିଥାନ୍ତି।
ਸਤਿਗੁਰ ਕੀ ਸਚੁ ਸਾਖੈ ॥੧॥
ସଦଗୁରୁଙ୍କ ଶିକ୍ଷା ସତ୍ୟ ଅଟେ॥1॥
ਗੁਰਿ ਪੂਰੈ ਪੂਰੀ ਕੀਤੀ ॥
ପୂର୍ଣ୍ଣ ଗୁରୁ ପୂର୍ଣ୍ଣ କାର୍ଯ୍ୟ କରିଛନ୍ତି,
ਦੁਸਮਨ ਮਾਰਿ ਵਿਡਾਰੇ ਸਗਲੇ ਦਾਸ ਕਉ ਸੁਮਤਿ ਦੀਤੀ ॥੧॥ ਰਹਾਉ ॥
ସେ ସମସ୍ତ ଶତ୍ରୁକୁ ମାରି ଦୂରେଇ ଦେଇଛନ୍ତି ଆଉ ମୋତେ ସୁମତି ଦେଇଛନ୍ତି॥1॥ରୁହ॥
ਪ੍ਰਭਿ ਸਗਲੇ ਥਾਨ ਵਸਾਏ ॥
ପ୍ରଭୁ ସବୁ ସ୍ଥାନରେ ବାସ କରିଛନ୍ତି ଆଉ
ਸੁਖਿ ਸਾਂਦਿ ਫਿਰਿ ਆਏ ॥
ମୁଁ ପୁଣି ସକୁଶଳ ଘରକୁ ଫେରି ଆସିଛି।
ਨਾਨਕ ਪ੍ਰਭ ਸਰਣਾਏ ॥
ନାନକ କହନ୍ତି ଯେ ସେ ପ୍ରଭୁଙ୍କ ଶରଣ ନେଇଛନ୍ତି,
ਜਿਨਿ ਸਗਲੇ ਰੋਗ ਮਿਟਾਏ ॥੨॥੨੪॥੮੮॥
ଯିଏ ସବୁ ରୋଗ ଦୂର କରିଛନ୍ତି||2||24||88||
ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥
ਸਰਬ ਸੁਖਾ ਕਾ ਦਾਤਾ ਸਤਿਗੁਰੁ ਤਾ ਕੀ ਸਰਨੀ ਪਾਈਐ ॥
ସଦଗୁରୁ ସର୍ବ ସୁଖର ଦାତା ଅଟନ୍ତି, ଏଣୁ ଆମକୁ ତାହାଙ୍କ ଶରଣରେ ଯିବା ଉଚିତ।
ਦਰਸਨੁ ਭੇਟਤ ਹੋਤ ਅਨੰਦਾ ਦੂਖੁ ਗਇਆ ਹਰਿ ਗਾਈਐ ॥੧॥
ତାହାଙ୍କ ଦର୍ଶନ ହେବା ଦ୍ଵାରା ଆନନ୍ଦ ପ୍ରାପ୍ତ ହୋଇଛି ଆଉ ହରିଙ୍କ ଗୁଣଗାନ କରି ଦୁଃଖ ନାଶ ହୋଇ ଯାଇଛି॥1॥
ਹਰਿ ਰਸੁ ਪੀਵਹੁ ਭਾਈ ॥
ହେ ଭାଇ! ହରିରସର ପାନ କର।
ਨਾਮੁ ਜਪਹੁ ਨਾਮੋ ਆਰਾਧਹੁ ਗੁਰ ਪੂਰੇ ਕੀ ਸਰਨਾਈ ॥ ਰਹਾਉ ॥
ନାମର ଜପ କର, ନାମର ଆରାଧନା କର ଏବଂ ପୂର୍ଣ୍ଣ ଗୁରୁଙ୍କ ଶରଣ ପ୍ରାପ୍ତ କର॥ରୁହ॥
ਤਿਸਹਿ ਪਰਾਪਤਿ ਜਿਸੁ ਧੁਰਿ ਲਿਖਿਆ ਸੋਈ ਪੂਰਨੁ ਭਾਈ ॥
ହେ ଭାଇ! ତାହାକୁ ହିଁ ନାମର ପ୍ରାପ୍ତି ହୋଇଥାଏ, ଯାହା ଭାଗ୍ୟରେ ଜନ୍ମ ପୂର୍ବରୁ ହିଁ ଲେଖା ହୋଇଥାଏ ଆଉ ସେ ପୂର୍ଣ୍ଣ ପୁରୁଷ ହୋଇଥାଏ।
ਨਾਨਕ ਕੀ ਬੇਨੰਤੀ ਪ੍ਰਭ ਜੀ ਨਾਮਿ ਰਹਾ ਲਿਵ ਲਾਈ ॥੨॥੨੫॥੮੯॥
ହେ ପ୍ରଭୁ! ନାନକ ଏହି ନିବେଦନ କରନ୍ତି ଯେ ତାହାଙ୍କ ବୃତ୍ତି ତ୍ଗୋର ନାମ-ସ୍ମରଣରେ ହିଁ ଲୀନ ରହିବ ||2||25||89||
ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥
ਕਰਨ ਕਰਾਵਨ ਹਰਿ ਅੰਤਰਜਾਮੀ ਜਨ ਅਪੁਨੇ ਕੀ ਰਾਖੈ ॥
କରିବା-କରାଇବାରେ ସମର୍ଥ ଅନ୍ତର୍ଯାମୀ ପ୍ରଭୁ ନିଜ ଭକ୍ତକୁ ସ୍ଵୟଂ ହିଁ ରକ୍ଷା କରିଥାନ୍ତି।
ਜੈ ਜੈ ਕਾਰੁ ਹੋਤੁ ਜਗ ਭੀਤਰਿ ਸਬਦੁ ਗੁਰੂ ਰਸੁ ਚਾਖੈ ॥੧॥
ଯେଉଁ ବ୍ୟକ୍ତି ଗୁରୁ-ଶବ୍ଦର ରସକୁ ପାନ କରିଥାଏ, ସାରା ଦୁନିଆରେ ତାହାର ଜୟ-ଜୟକାର ହୋଇଥାଏ॥1॥
ਪ੍ਰਭ ਜੀ ਤੇਰੀ ਓਟ ਗੁਸਾਈ ॥
ହେ ପ୍ରଭୁ! ହେ ବିଶ୍ଵର ମାଲିକ! ମୋତେ କେବଳ ତୋର ହିଁ ସାହାରା ଅଛି।
ਤੂ ਸਮਰਥੁ ਸਰਨਿ ਕਾ ਦਾਤਾ ਆਠ ਪਹਰ ਤੁਮ੍ਹ੍ਹ ਧਿਆਈ ॥ ਰਹਾਉ ॥
ତୁ ବଡ ସମର୍ଥ ଓ ଶରଣ ଦାତା ଅଟୁ ଆଉ ଆଠ ପହର ମୁଁ ତୋର ହିଁ ଧ୍ୟାନ କରିଥାଏ॥ରୁହ॥
ਜੋ ਜਨੁ ਭਜਨੁ ਕਰੇ ਪ੍ਰਭ ਤੇਰਾ ਤਿਸੈ ਅੰਦੇਸਾ ਨਾਹੀ ॥
ଯେଉଁ ବ୍ୟକ୍ତି ତୋର ଭଜନ କରିଥାଏ, ତାହାକୁ କୌଣସି ଚିନ୍ତା ସ୍ପର୍ଶ କରେ ନାହିଁ।
ਸਤਿਗੁਰ ਚਰਨ ਲਗੇ ਭਉ ਮਿਟਿਆ ਹਰਿ ਗੁਨ ਗਾਏ ਮਨ ਮਾਹੀ ॥੨॥
ସଦଗୁରୁଙ୍କ ଚରଣରେ ଲାଗି ମୋର ଭୟ ଦୂର ହୋଇ ଯାଇଛି ଆଉ ନିଜ ମନରେ ଭଗବାନଙ୍କ ଗୁଣଗାନ କରିଥାଏ॥2॥
ਸੂਖ ਸਹਜ ਆਨੰਦ ਘਨੇਰੇ ਸਤਿਗੁਰ ਦੀਆ ਦਿਲਾਸਾ ॥
ସଦଗୁରୁ ମୋତେ ଏପରି ଆଶୀର୍ବାଦ ଦେଇଛନ୍ତି ଯେ ଏବେ ମୋତେ ସ୍ଵାଭାବିକ ସୁଖ ଏବଂ ଆନନ୍ଦ ପ୍ରାପ୍ତ ହୋଇ ଯାଇଛି।
ਜਿਣਿ ਘਰਿ ਆਏ ਸੋਭਾ ਸੇਤੀ ਪੂਰਨ ਹੋਈ ਆਸਾ ॥੩॥
ମୁଁ ବିକାର ପ୍ରତି ବିଜୟ ପ୍ରାପ୍ତ କରି ବଡ ଶୋଭାରେ ନିଜ ଘରକୁ ଆସିଛି ଆଉ ସାରା ଆଶା ପୁରା ହୋଇ ଯାଇଛି॥3॥
ਪੂਰਾ ਗੁਰੁ ਪੂਰੀ ਮਤਿ ਜਾ ਕੀ ਪੂਰਨ ਪ੍ਰਭ ਕੇ ਕਾਮਾ ॥
ପୂର୍ଣ୍ଣ ଗୁରୁଙ୍କ ମତି ମଧ୍ୟ ପୂର୍ଣ୍ଣ ଅଟେ ଆଉ ସେହି ପ୍ରଭୁଙ୍କ କାର୍ଯ୍ୟ ମଧ୍ୟ ପୂର୍ଣ୍ଣ ଅଟେ।
ਗੁਰ ਚਰਨੀ ਲਾਗਿ ਤਰਿਓ ਭਵ ਸਾਗਰੁ ਜਪਿ ਨਾਨਕ ਹਰਿ ਹਰਿ ਨਾਮਾ ॥੪॥੨੬॥੯੦॥
ନାନକ କହନ୍ତି ଯେ ଗୁରୁଙ୍କ ଚରଣରେ ଲାଗି, ହରିନାମର ଭଜନ କରି ସେ ଭବସାଗରରୁ ପାର ହୋଇ ଯାଇଛି||4||26||90||
ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥
ਭਇਓ ਕਿਰਪਾਲੁ ਦੀਨ ਦੁਖ ਭੰਜਨੁ ਆਪੇ ਸਭ ਬਿਧਿ ਥਾਟੀ ॥
ଦୀନ ବ୍ୟକ୍ତିର ଦୁଃଖ ନାଶ କରୁଥିବା ପ୍ରଭୁ ମୋ’ ଉପରେ କୃପାଳୁ ହୋଇଛନ୍ତି ଆଉ ସେ ସ୍ଵୟଂ ହିଁ ସାରା ବିଧି ବନାଇଛନ୍ତି।
ਖਿਨ ਮਹਿ ਰਾਖਿ ਲੀਓ ਜਨੁ ਅਪੁਨਾ ਗੁਰ ਪੂਰੈ ਬੇੜੀ ਕਾਟੀ ॥੧॥
ପୂର୍ଣ୍ଣ ଗୁରୁ ଏକ କ୍ଷଣରେ ହିଁ ବନ୍ଧନ କାଟି ନିଜ ସେବକକୁ ରକ୍ଷା କରିଛନ୍ତି॥1॥
ਮੇਰੇ ਮਨ ਗੁਰ ਗੋਵਿੰਦੁ ਸਦ ਧਿਆਈਐ ॥
ହେ ମୋର ମନ! ସଦା ଗୋବିନ୍ଦ ଗୁରୁଙ୍କ ଧ୍ୟାନ କରିବା ଉଚିତ,
ਸਗਲ ਕਲੇਸ ਮਿਟਹਿ ਇਸੁ ਤਨ ਤੇ ਮਨ ਚਿੰਦਿਆ ਫਲੁ ਪਾਈਐ ॥ ਰਹਾਉ ॥
ଧ୍ୟାନ କରିବା ଦ୍ଵାରା ତନର ସବୁ କ୍ଲେଶ ଦୂର ହୋଇ ଯାଇଛି ଆଉ ମନୋବାଞ୍ଚିତ ଫଳ ପ୍ରାପ୍ତି ହୋଇ ଯାଇଛି॥ରୁହ॥
ਜੀਅ ਜੰਤ ਜਾ ਕੇ ਸਭਿ ਕੀਨੇ ਪ੍ਰਭੁ ਊਚਾ ਅਗਮ ਅਪਾਰਾ ॥
ସେ ଅତ୍ୟନ୍ତ ଉଚ୍ଚ, ଅଗମ୍ୟ ଏବଂ ଅପାର ଅଟନ୍ତି, ଯିଏ ସମସ୍ତ ଜୀବ-ଜନ୍ତୁଙ୍କ ରଚନା କରିଛନ୍ତି।
ਸਾਧਸੰਗਿ ਨਾਨਕ ਨਾਮੁ ਧਿਆਇਆ ਮੁਖ ਊਜਲ ਭਏ ਦਰਬਾਰਾ ॥੨॥੨੭॥੯੧॥
ନାନକ କହନ୍ତି ଯେ ଯିଏ ସତସଙ୍ଗତିରେ ଭଗବାନଙ୍କ ନାମ ଧ୍ୟାନ କରିଛି, ଦରବାରରେ ତାହାର ମୁଖ ଉଜ୍ଜଳ ହୋଇ ଯାଇଛି ||2||27||91||
ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥
ਸਿਮਰਉ ਅਪੁਨਾ ਸਾਂਈ ॥
ମୁଁ ନିଜ ମାଲିକକୁ ସ୍ମରଣ କରିଥାଏ ଆଉ
ਦਿਨਸੁ ਰੈਨਿ ਸਦ ਧਿਆਈ ॥
ଦୀନ ରାତି ସର୍ବଦା ତାହାଙ୍କ ଧ୍ୟାନ କରିଥାଏ।
ਹਾਥ ਦੇਇ ਜਿਨਿ ਰਾਖੇ ॥
ଯିଏ ନିଜ ହାତ ଦେଇ ରକ୍ଷା କରିଛନ୍ତି,
ਹਰਿ ਨਾਮ ਮਹਾ ਰਸ ਚਾਖੇ ॥੧॥
ମୁଁ ହରି-ନାମର ମହାରସ ପାନ କରିଛି॥1॥