Odia Page 640

ਮੇਰਾ ਤੇਰਾ ਛੋਡੀਐ ਭਾਈ ਹੋਈਐ ਸਭ ਕੀ ਧੂਰਿ ॥
ହେ ଭାଇ! ‘ମୋର-ତୋର’ ଭାବନା ତ୍ୟାଗ କରିବା ଉଚିତ ଆଉ ସବୁଙ୍କ ଚରଣ-ଧୂଳି ବନିବା ଉଚିତ। 

ਘਟਿ ਘਟਿ ਬ੍ਰਹਮੁ ਪਸਾਰਿਆ ਭਾਈ ਪੇਖੈ ਸੁਣੈ ਹਜੂਰਿ ॥
ଇଶ୍ଵର ସବୁ ଜୀବ ଠାରେ ବିଦ୍ୟମାନ ଅଛନ୍ତି ଆଉ ସେ ପ୍ରତ୍ୟକ୍ଷ ଭାବରେ ସବୁଙ୍କୁ ଦେଖନ୍ତି ଓ ଶୁଣନ୍ତି।           

ਜਿਤੁ ਦਿਨਿ ਵਿਸਰੈ ਪਾਰਬ੍ਰਹਮੁ ਭਾਈ ਤਿਤੁ ਦਿਨਿ ਮਰੀਐ ਝੂਰਿ ॥
ହେ ଭାଇ! ଯେଉଁ ଦିନ ମନୁଷ୍ୟକୁ ପରମାତ୍ମା ବିସ୍ମୃତ ହୋଇଯାନ୍ତି, ସେ ଦିନ ସେ ପଶ୍ଚାତାପରେ ମରିଯିବା ଉଚିତ।                       

ਕਰਨ ਕਰਾਵਨ ਸਮਰਥੋ ਭਾਈ ਸਰਬ ਕਲਾ ਭਰਪੂਰਿ ॥੪॥
ହେ ଭାଇ! ସୃଷ୍ଟିର ମୂଳ ପରମାତ୍ମା ସବୁ କାର୍ଯ୍ୟ କରିବା-କରାଇବାରେ ସମର୍ଥ ଅଟନ୍ତି, ସେ ସର୍ବକଳା ସଂପୂର୍ଣ୍ଣ ଅଟନ୍ତି॥4॥               

ਪ੍ਰੇਮ ਪਦਾਰਥੁ ਨਾਮੁ ਹੈ ਭਾਈ ਮਾਇਆ ਮੋਹ ਬਿਨਾਸੁ ॥
ଭଗବାନଙ୍କ ନାମ ଏପରି ପ୍ରେମ ରୂପୀ ବହୁମୂଲ୍ୟ ଧନ ଅଟେ, ଯେଉଁ କାରଣରୁ ମାୟା-ମୋହର ନାଶ ହୋଇଯାଏ।            

ਤਿਸੁ ਭਾਵੈ ਤਾ ਮੇਲਿ ਲਏ ਭਾਈ ਹਿਰਦੈ ਨਾਮ ਨਿਵਾਸੁ ॥
ହେ ଭାଇ! ଯଦି ତାହାଙ୍କୁ ଭଲ ଲାଗିଥାଏ, ସେତେବେଳେ ସେ ମନୁଷ୍ୟକୁ ନିଜ ସାଥିରେ ମିଳନ କରାଇ ଥାଆନ୍ତି ଆଉ ତାହାର ହୃଦୟରେ ନାମର ନିବାସ ହୋଇଥାଏ।       

ਗੁਰਮੁਖਿ ਕਮਲੁ ਪ੍ਰਗਾਸੀਐ ਭਾਈ ਰਿਦੈ ਹੋਵੈ ਪਰਗਾਸੁ ॥
ହେ ଭାଇ!  ଗୁରୁଙ୍କ ସାନ୍ନିଧ୍ୟରୁ ହୃଦୟ-କମଳ ପୃଫୁଲ୍ଲିତ ହୋଇ ସତ୍ୟ ଜ୍ୟୋତିର ପ୍ରକାଶ ହୋଇଯାଏ।           

ਪ੍ਰਗਟੁ ਭਇਆ ਪਰਤਾਪੁ ਪ੍ਰਭ ਭਾਈ ਮਉਲਿਆ ਧਰਤਿ ਅਕਾਸੁ ॥੫॥
ପ୍ରଭୁଙ୍କ ତେଜ-ପ୍ରାତପ ଦ୍ଵାରା ଆକାଶ ଓ ପୃଥିବୀ କୃତାର୍ଥ ହୋଇ ଯାଇଛି॥5॥ 

ਗੁਰਿ ਪੂਰੈ ਸੰਤੋਖਿਆ ਭਾਈ ਅਹਿਨਿਸਿ ਲਾਗਾ ਭਾਉ ॥
ହେ ଭାଇ! ପୂର୍ଣ୍ଣ ଗୁରୁଦେବ ଆମକୁ ସନ୍ତୋଷ ପ୍ରଦାନ କରିଛନ୍ତି ଆଉ ଭଗବାନଙ୍କ ସହିତ ଆମର ପ୍ରେମ ଦିନରାତି ଲାଗି ରହିଥାଏ।        

ਰਸਨਾ ਰਾਮੁ ਰਵੈ ਸਦਾ ਭਾਈ ਸਾਚਾ ਸਾਦੁ ਸੁਆਉ ॥
ଆମର ଜିହ୍ଵା ସର୍ବଦା ରାମଙ୍କ ହିଁ ଭଜନ କରିଥାଏ ଆଉ ଆମକୁ ଜୀବନର ସଚ୍ଚା ସ୍ଵାଦ ଓ ମନୋରଥ ଲଗାଇଛି।                       

ਕਰਨੀ ਸੁਣਿ ਸੁਣਿ ਜੀਵਿਆ ਭਾਈ ਨਿਹਚਲੁ ਪਾਇਆ ਥਾਉ ॥
ହେ ଭାଇ! ଆମେ ନିଜ କାନରେ ହରିଙ୍କ ନାମ ଶୁଣି ଜୀବିତ ଅଛୁ ଆଉ ଆମକୁ ଅଟଳ ସ୍ଥାନ ପ୍ରାପ୍ତ ହୋଇ ଯାଇଛି।                

ਜਿਸੁ ਪਰਤੀਤਿ ਨ ਆਵਈ ਭਾਈ ਸੋ ਜੀਅੜਾ ਜਲਿ ਜਾਉ ॥੬॥
ଯେଉଁ ମନରେ ଭଗବାନଙ୍କ ପ୍ରତି ଆସ୍ଥା ନଥାଏ, ତାହାକୁ ଜଳିଯିବା ଉଚିତ॥6॥                        

ਬਹੁ ਗੁਣ ਮੇਰੇ ਸਾਹਿਬੈ ਭਾਈ ਹਉ ਤਿਸ ਕੈ ਬਲਿ ਜਾਉ ॥
ହେ ଭାଇ! ମୋର ମାଲିକ ପ୍ରଭୁଙ୍କ ଠାରେ ଅନନ୍ତ ଗୁଣ ଅଛି ଆଉ ମୁଁ ତାହାଙ୍କ ପ୍ରତି ସମର୍ପିତ ଅଟେ।                                    

ਓਹੁ ਨਿਰਗੁਣੀਆਰੇ ਪਾਲਦਾ ਭਾਈ ਦੇਇ ਨਿਥਾਵੇ ਥਾਉ ॥
ସେ ଗୁଣବିହୀନର ପୋଷଣ ମଧ୍ୟ କରିଥାନ୍ତି ଆଉ ନିରାଶ୍ରିତକୁ ଆଶ୍ରୟ ମଧ୍ୟ ଦେଇଥାନ୍ତି।        

ਰਿਜਕੁ ਸੰਬਾਹੇ ਸਾਸਿ ਸਾਸਿ ਭਾਈ ਗੂੜਾ ਜਾ ਕਾ ਨਾਉ ॥
ସେ ଆମର ପ୍ରତି ଶ୍ଵାସରେ ଭୋଜନ ଦେଇଥାନ୍ତି, ଯାହାର ନାମ ବଡ ଗହନ ଗମ୍ଭୀର ଅଟେ।      

ਜਿਸੁ ਗੁਰੁ ਸਾਚਾ ਭੇਟੀਐ ਭਾਈ ਪੂਰਾ ਤਿਸੁ ਕਰਮਾਉ ॥੭॥
ସଚ୍ଚା ଗୁରୁଙ୍କ ସହିତ ଯାହାର ଭେଟ ହୋଇଥାଏ, ତାହାର ପୂର୍ଣ୍ଣ ଭାଗ୍ୟ ଥାଏ॥7॥    

ਤਿਸੁ ਬਿਨੁ ਘੜੀ ਨ ਜੀਵੀਐ ਭਾਈ ਸਰਬ ਕਲਾ ਭਰਪੂਰਿ ॥
ହେ ଭାଇ! ଆମେ ତାହାଙ୍କ ବିନା ଏକ କ୍ଷଣ ମଧ୍ୟ ଜୀବିତ ରହି ପାରିବି ନାହିଁ, ଯିଏ ସର୍ବକଳା ସଂପୂର୍ଣ୍ଣ ଅଛନ୍ତି।              

ਸਾਸਿ ਗਿਰਾਸਿ ਨ ਵਿਸਰੈ ਭਾਈ ਪੇਖਉ ਸਦਾ ਹਜੂਰਿ ॥
ମୁଁ ନିଜର କୌଣସି ଶ୍ଵାସ ଓ ଗ୍ରାସରେ ତାହାକୁ ବିସ୍ମୃତ କରେ ନାହିଁ ଆଉ ସର୍ବଦା ସେହି ପ୍ରଭୁଙ୍କ ପ୍ରତ୍ୟକ୍ଷ ଦର୍ଶନ କରିଥାଏ।        

ਸਾਧੂ ਸੰਗਿ ਮਿਲਾਇਆ ਭਾਈ ਸਰਬ ਰਹਿਆ ਭਰਪੂਰਿ ॥
ହେ ଭାଇ! ଯିଏ ସର୍ବବ୍ୟାପକ ଅଟନ୍ତି, ସତସଙ୍ଗତି ମୋତେ ତାହାଙ୍କ ସହିତ ମିଳାଇଛନ୍ତି।              

ਜਿਨਾ ਪ੍ਰੀਤਿ ਨ ਲਗੀਆ ਭਾਈ ਸੇ ਨਿਤ ਨਿਤ ਮਰਦੇ ਝੂਰਿ ॥੮॥
ଯେଉଁ ଲୋକ ଭଗବାନଙ୍କ ସହିତ ପ୍ରେମ କରେ ନାହିଁ, ସେ ସେ ସର୍ବଦା ଦୁଃଖୀ ହୋଇ ମରିଥାଏ॥8॥       

ਅੰਚਲਿ ਲਾਇ ਤਰਾਇਆ ਭਾਈ ਭਉਜਲੁ ਦੁਖੁ ਸੰਸਾਰੁ ॥
ଭଗବାନ ଆମକୁ ନିଜ କାନିରେ ଲଗାଇ ଭୟାନକ ଏବଂ ଦୁଃଖର ସଂସାର-ସାଗରରୁ ପାର କରି ଦେଇଛନ୍ତି।            

ਕਰਿ ਕਿਰਪਾ ਨਦਰਿ ਨਿਹਾਲਿਆ ਭਾਈ ਕੀਤੋਨੁ ਅੰਗੁ ਅਪਾਰੁ ॥
ସେ ନିଜ କୃପା ଦୃଷ୍ଟି କରି ଆମକୁ ଖୁସି କରିଛନ୍ତି ଆଉ ଶେଷରେ ସେ ହିଁ ସାଥି ଦେବେ।                   

ਮਨੁ ਤਨੁ ਸੀਤਲੁ ਹੋਇਆ ਭਾਈ ਭੋਜਨੁ ਨਾਮ ਅਧਾਰੁ ॥
ହେ ଭାଇ! ଆମର ମନ ଓ ତନ ଶୀତଳ ହୋଇ ଯାଇଛି ଆଉ ନାମର ଭୋଜନ ହିଁ ଆମର ଜୀବନଧାରା ଅଟେ।               

ਨਾਨਕ ਤਿਸੁ ਸਰਣਾਗਤੀ ਭਾਈ ਜਿ ਕਿਲਬਿਖ ਕਾਟਣਹਾਰੁ ॥੯॥੧॥
ନାନକ ସେହି ଈଶ୍ବରଙ୍କ ଶରଣରେ ଅଛନ୍ତି, ଯିଏ ପାପର ନାଶ କରିଥାନ୍ତି॥6.1॥

ਸੋਰਠਿ ਮਹਲਾ ੫ ॥
ସୋରଠି ମହଲା 5 ॥ 

ਮਾਤ ਗਰਭ ਦੁਖ ਸਾਗਰੋ ਪਿਆਰੇ ਤਹ ਅਪਣਾ ਨਾਮੁ ਜਪਾਇਆ ॥
ମାତାର ଗର୍ଭ ମଧ୍ୟ ଦୁଃଖର ଗଭୀର ସାଗର ଅଟେ, କିନ୍ତୁ ହେ ପ୍ରିୟ ପ୍ରଭୁ! ସେଠାରେ ମଧ୍ୟ ତୁ ନିଜ ନାମର ଜପ କରାଇଛୁ।                

ਬਾਹਰਿ ਕਾਢਿ ਬਿਖੁ ਪਸਰੀਆ ਪਿਆਰੇ ਮਾਇਆ ਮੋਹੁ ਵਧਾਇਆ ॥
ଯେବେ ମାତାର ଗର୍ଭରୁ ଜୀବ ବାହାରି ଥାଏ, ସେତେବେଳେ ତାହା ଭିତରେ ମୋହ-ମାୟାର ବିଷ ବିସ୍ତାରିତ ହୋଇଯାଇ ଥାଏ।         

ਜਿਸ ਨੋ ਕੀਤੋ ਕਰਮੁ ਆਪਿ ਪਿਆਰੇ ਤਿਸੁ ਪੂਰਾ ਗੁਰੂ ਮਿਲਾਇਆ ॥
ହେ ପ୍ରିୟ ପ୍ରଭୁ! ଯାହା ଉପରେ ତୁ ନିଜ କୃପା କରିଛୁ, ତାହାକୁ ପୂର୍ଣ୍ଣ ଗୁରୁଙ୍କ ସହିତ ମିଳାଇ ଦେଇଛୁ।             

ਸੋ ਆਰਾਧੇ ਸਾਸਿ ਸਾਸਿ ਪਿਆਰੇ ਰਾਮ ਨਾਮ ਲਿਵ ਲਾਇਆ ॥੧॥
ଗୁରୁଙ୍କୁ ସାକ୍ଷାତ କରି ସେ ନିଜ ପ୍ରତି ଶ୍ଵାସରେ ଆରାଧନା କରିଥାଏ ଆଉ ତାହାର ସୁରତି ରାମ-ନାମରେ ଲଗାଇ ଦେଇଛି॥1॥          

ਮਨਿ ਤਨਿ ਤੇਰੀ ਟੇਕ ਹੈ ਪਿਆਰੇ ਮਨਿ ਤਨਿ ਤੇਰੀ ਟੇਕ ॥
ହେ ପ୍ରଭୁ! ଆମର ମନ ଏବଂ ତନରେ ତୋର ହିଁ ସାହାରା ଅଛି।       

ਤੁਧੁ ਬਿਨੁ ਅਵਰੁ ਨ ਕਰਨਹਾਰੁ ਪਿਆਰੇ ਅੰਤਰਜਾਮੀ ਏਕ ॥ ਰਹਾਉ ॥
ତୋର ବିନା ଅନ୍ୟ କେହି ସୃଜନହାର ନାହାନ୍ତି ଆଉ ଏକ ତୁ ହିଁ ଅନ୍ତର୍ଯାମୀ ଅଟୁ॥ରୁହ॥             

ਕੋਟਿ ਜਨਮ ਭ੍ਰਮਿ ਆਇਆ ਪਿਆਰੇ ਅਨਿਕ ਜੋਨਿ ਦੁਖੁ ਪਾਇ ॥
ହେ ପ୍ରିୟ! ଜୀବ କୋଟି କୋଟି ଜନ୍ମରେ ପଥଭ୍ରଷ୍ଟ ଏବଂ ଅନେକ ଯୋନିରେ କଷ୍ଟ ସହ୍ୟ କରି ଏହି ଦୁନିଆକୁ ଆସିଥାଏ।                  

ਸਾਚਾ ਸਾਹਿਬੁ ਵਿਸਰਿਆ ਪਿਆਰੇ ਬਹੁਤੀ ਮਿਲੈ ਸਜਾਇ ॥
ଯେବେ ଜୀବ ସଚ୍ଚା ପରମେଶ୍ଵରଙ୍କୁ ଭୁଲି ଦେଇଥାଏ, ସେତେବେଳେ ତାହାକୁ କଠୋର ଦଣ୍ଡ ମିଳିଥାଏ।                     

ਜਿਨ ਭੇਟੈ ਪੂਰਾ ਸਤਿਗੁਰੂ ਪਿਆਰੇ ਸੇ ਲਾਗੇ ਸਾਚੈ ਨਾਇ ॥
କିନ୍ତୁ ଯାହାକୁ ପୂର୍ଣ୍ଣ ସଦଗୁରୁଙ୍କ ସହିତ ଭେଟ ହୋଇଯାଏ, ସେ ସତ୍ୟ ନାମରେ ମଗ୍ନ ହୋଇଥାଏ।          

error: Content is protected !!