ਮਨ ਕਾਮਨਾ ਤੀਰਥ ਜਾਇ ਬਸਿਓ ਸਿਰਿ ਕਰਵਤ ਧਰਾਏ ॥
ସେ ନିଜ ମନୋକମନା ପାଇଁ ତୀର୍ଥ ସ୍ଥାନ ଯାଇ ବାସ କରିଥାଏ, ନିଜ ମସ୍ତକକୁ ତଳକୁ କରି ସମର୍ପଣ କରିଥାଏ,
ਮਨ ਕੀ ਮੈਲੁ ਨ ਉਤਰੈ ਇਹ ਬਿਧਿ ਜੇ ਲਖ ਜਤਨ ਕਰਾਏ ॥੩॥
ସେ ଏହି ବିଧିର ଲକ୍ଷେ ଉପାୟ କରିଥାଏ, ତଥାପି ତାହାର ମନର ମଇଳା ଦୂର ହୁଏନାହିଁ॥3॥
ਕਨਿਕ ਕਾਮਿਨੀ ਹੈਵਰ ਗੈਵਰ ਬਹੁ ਬਿਧਿ ਦਾਨੁ ਦਾਤਾਰਾ ॥
ମନୁଷ୍ୟ ଦାନୀ ବନି ଅନେକ ପ୍ରକାର ଦାନ କରିଥାଏ, ଯେପରି ସୁନା, କନ୍ୟା, ବହୁମୂଲ୍ୟ ହାତୀ, ଘୋଡା ଦାନ କରିଥାଏ।
ਅੰਨ ਬਸਤ੍ਰ ਭੂਮਿ ਬਹੁ ਅਰਪੇ ਨਹ ਮਿਲੀਐ ਹਰਿ ਦੁਆਰਾ ॥੪॥
ସେ ଅନ୍ନ, ବସ୍ତ୍ର ଏବଂ ବହୁତ ଭୂମି ଅର୍ପଣ କରିଥାଏ, କିନ୍ତୁ, ତାହାକୁ ଏହି ଉପାୟରେ ଭଗବାନ ମିଳନ୍ତି ନାହିଁ।
ਪੂਜਾ ਅਰਚਾ ਬੰਦਨ ਡੰਡਉਤ ਖਟੁ ਕਰਮਾ ਰਤੁ ਰਹਤਾ ॥
ସେ ପୂଜା-ଅର୍ଚ୍ଚନା, ଦଣ୍ଡବତ, ଷଡକର୍ମ କରିବାରେ ଲୀନ ଥାଏ, ତଥାପି
ਹਉ ਹਉ ਕਰਤ ਬੰਧਨ ਮਹਿ ਪਰਿਆ ਨਹ ਮਿਲੀਐ ਇਹ ਜੁਗਤਾ ॥੫॥
ବଡ ଅହଂକାର କରି ବନ୍ଧନରେ ପଡିଥାଏ, ଏହି ଯୁକ୍ତିରେ ମଧ୍ୟ ଭଗବାନ ମିଳନ୍ତି ନାହିଁ॥5॥
ਜੋਗ ਸਿਧ ਆਸਣ ਚਉਰਾਸੀਹ ਏ ਭੀ ਕਰਿ ਕਰਿ ਰਹਿਆ ॥
ଯୋଗୀ ଓ ସିଦ୍ଧିଙ୍କ ଚଉରାଅଶି ଆସନ କରି ମନୁଷ୍ୟ ତଥାପି ହାରି ଯାଇଥାଏ,
ਵਡੀ ਆਰਜਾ ਫਿਰਿ ਫਿਰਿ ਜਨਮੈ ਹਰਿ ਸਿਉ ਸੰਗੁ ਨ ਗਹਿਆ ॥੬॥
ସେ ଦୀର୍ଘ ଆୟୁଷ କରିପାରେ, କିନ୍ତୁ ନିରଙ୍କାରଙ୍କ ସହିତ ମିଳନ ନ ହେବା ଯୋଗୁଁ ବାରମ୍ବାର ଜନ୍ମ ନେଇଥାଏ॥6॥
ਰਾਜ ਲੀਲਾ ਰਾਜਨ ਕੀ ਰਚਨਾ ਕਰਿਆ ਹੁਕਮੁ ਅਫਾਰਾ ॥
ମନୁଷ୍ୟ ରାଜା ବନି ଶାସନ କରିଥାଏ ଆଉ ପ୍ରଜାଙ୍କ ଉପରେ ହୁକୁମ ଚଳାଇ ଥାଏ,
ਸੇਜ ਸੋਹਨੀ ਚੰਦਨੁ ਚੋਆ ਨਰਕ ਘੋਰ ਕਾ ਦੁਆਰਾ ॥੭॥
ଶରୀରରେ ଚନ୍ଦନ ଓ ଅତର ଲଗାଇ ସୁନ୍ଦର ସେଜ ଉପରେ ସୁଖ ଭୋଗ କରିଥାଏ, ପରନ୍ତୁ ସବୁ ସୁଖ ତାହାକୁ ଘୋର ନର୍କରେ ପକାଇ ଥାଏ.7॥
ਹਰਿ ਕੀਰਤਿ ਸਾਧਸੰਗਤਿ ਹੈ ਸਿਰਿ ਕਰਮਨ ਕੈ ਕਰਮਾ ॥
ସବୁ କର୍ମ ମଧ୍ୟରରେ ସର୍ବୋତ୍ତମ କର୍ମ ସତସଙ୍ଗତିରେ ସମ୍ମିଳିତ ହୋଇ ହରିଙ୍କ କୀର୍ତ୍ତି ଗାନ କରିଥାଏ।
ਕਹੁ ਨਾਨਕ ਤਿਸੁ ਭਇਓ ਪਰਾਪਤਿ ਜਿਸੁ ਪੁਰਬ ਲਿਖੇ ਕਾ ਲਹਨਾ ॥੮॥
ନାନକ କହନ୍ତି ଯେ ସତସଙ୍ଗତିର ଉପଲବ୍ଧ ତାହାକୁ ହିଁ ହୋଇଥାଏ, ପୂର୍ବ ଜନ୍ମ ଅନୁସାରେ ଯାହାର ଭାଗ୍ୟରେ ଏହା ଲେଖା ହୋଇଥାଏ॥8॥
ਤੇਰੋ ਸੇਵਕੁ ਇਹ ਰੰਗਿ ਮਾਤਾ ॥
ହେ ପରମାତ୍ମା! ତୋର ସେବକ ଏହି ରଙ୍ଗରେ ହିଁ ମଗ୍ନ ଅଛି।
ਭਇਓ ਕ੍ਰਿਪਾਲੁ ਦੀਨ ਦੁਖ ਭੰਜਨੁ ਹਰਿ ਹਰਿ ਕੀਰਤਨਿ ਇਹੁ ਮਨੁ ਰਾਤਾ ॥ ਰਹਾਉ ਦੂਜਾ ॥੧॥੩॥
ଦୀନର ଦୁଃଖ ନାଶ କରୁଥିବା ଇଶ୍ଵର ମୋ’ ଉପରେ କୃପାଳୁ ହୋଇଛନ୍ତି, ଯାହାଦ୍ୱାରା ଏହି ମନ ଏବେ ତାହାଙ୍କ ଭଜନ କରିବାରେ ଲୀନ ରହିଥାଏ॥1॥3॥
ਰਾਗੁ ਸੋਰਠਿ ਵਾਰ ਮਹਲੇ ੪ ਕੀ
ରାଗ ସୋରଠି ୱାର ମହଲା 4
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਸਲੋਕੁ ਮਃ ੧ ॥
ଶ୍ଳୋକ ମହଲା 1 ॥
ਸੋਰਠਿ ਸਦਾ ਸੁਹਾਵਣੀ ਜੇ ਸਚਾ ਮਨਿ ਹੋਇ ॥
ଯଦି ମନରେ ସତ୍ୟ-ପ୍ରଭୁ ସ୍ଥିର ହୋଇଯାନ୍ତି, ତାହାହେଲେ ସୋରଠି ରାଗିଣୀ ସର୍ବଦା ସୁନ୍ଦର ବନିଯାଏ।
ਦੰਦੀ ਮੈਲੁ ਨ ਕਤੁ ਮਨਿ ਜੀਭੈ ਸਚਾ ਸੋਇ ॥
ତାହା ପାଖରେ କୌଣସି ମଇଳା ରହେ ନହିଁ, ମନରେ ଦ୍ଵେଷ-ଭାବନା ନଥାଏ ଆଉ ଜିଭ ସତ୍ୟର ଯଶୋଗାନ କରିଥାଏ।
ਸਸੁਰੈ ਪੇਈਐ ਭੈ ਵਸੀ ਸਤਿਗੁਰੁ ਸੇਵਿ ਨਿਸੰਗ ॥
ସେ ଲୋକ-ପରଲୋକରେ ପ୍ରଭୁ-ଭୟରେ ରହିଥାଏ ଆଉ ନିର୍ଭୀକ ହୋଇ ନିଜ ସଦଗୁରୁଙ୍କ ସେବା କରିଥାଏ।
ਪਰਹਰਿ ਕਪੜੁ ਜੇ ਪਿਰ ਮਿਲੈ ਖੁਸੀ ਰਾਵੈ ਪਿਰੁ ਸੰਗਿ ॥
ଯେବେ ସେ ଲଉକିକ ଶୃଙ୍ଗାର ତ୍ୟାଗ କରି ନିଜ ପ୍ରିୟତମଙ୍କ ପାଖକୁ ଯାଇଥାଏ, ସେତେବେଳେ ସେ ସହର୍ଷ ସୁଖ ଭୋଗ କରିଥାଏ।
ਸਦਾ ਸੀਗਾਰੀ ਨਾਉ ਮਨਿ ਕਦੇ ਨ ਮੈਲੁ ਪਤੰਗੁ ॥
ସେ ସଦା ନିଜ ମନରେ ନାମ ଅଳଙ୍କୃତ କରିଥାଏ ଆଉ ସେଥିରେ କଦାପି ମଇଳା ରହେ ନାହିଁ।
ਦੇਵਰ ਜੇਠ ਮੁਏ ਦੁਖਿ ਸਸੂ ਕਾ ਡਰੁ ਕਿਸੁ ॥
ଯେବେ ତାହାର ଦିଅର ଓ ଦେଢଶୁର ଦୁଃଖୀ ହୋଇ ମାରି ଯାଇଛନ୍ତି, ସେ ଏବେ ଶାଶୁ(ମାୟା)କୁ କାହିଁକି ଡରିବ?
ਜੇ ਪਿਰ ਭਾਵੈ ਨਾਨਕਾ ਕਰਮ ਮਣੀ ਸਭੁ ਸਚੁ ॥੧॥
ହେ ନାନକ! ଯଦି ଜୀବାତ୍ମା ନିଜ ପ୍ରିୟତମ ପ୍ରଭୁଙ୍କୁ ପସନ୍ଦ ଆସିଥାଏ, ତାହାହେଲେ ତାହାର ଲଲାଟରେ ଭାଗ୍ୟ ମଣି ଚମକି ଉଠିଥାଏ ଆଉ ତାହାକୁ ସବୁ ସତ୍ୟ ହିଁ ଦେଖାଯାଏ॥1॥
ਮਃ ੪ ॥
ମହଲା 4 ॥
ਸੋਰਠਿ ਤਾਮਿ ਸੁਹਾਵਣੀ ਜਾ ਹਰਿ ਨਾਮੁ ਢੰਢੋਲੇ ॥
ସୋରଠି ରାଗିନୀ ସେତେବେଳେ ସୁନ୍ଦର ଲାଗିଥାଏ, ଯଦି ତାହାଦ୍ୱାରା ଜୀବାତ୍ମା ହରି-ନାମର ସନ୍ଧାନ କରିଥାଏ।
ਗੁਰ ਪੁਰਖੁ ਮਨਾਵੈ ਆਪਣਾ ਗੁਰਮਤੀ ਹਰਿ ਹਰਿ ਬੋਲੇ ॥
ସେ ନିଜ ଗୁରୁଙ୍କୁ ପ୍ରସନ୍ନ କରି ଗୁରୁ-ଉପଦେଶ ଦ୍ଵାରା ପରମେଶ୍ଵରଙ୍କ ନାମର ଜପ କରିଥାଏ।
ਹਰਿ ਪ੍ਰੇਮਿ ਕਸਾਈ ਦਿਨਸੁ ਰਾਤਿ ਹਰਿ ਰਤੀ ਹਰਿ ਰੰਗਿ ਚੋਲੇ ॥
ସେ ଦିନରାତି ପ୍ରଭୁଙ୍କ ପ୍ରେମରେ ଆକର୍ଷିତ ଓ ଲୀନ ରହିଥାଏ।
ਹਰਿ ਜੈਸਾ ਪੁਰਖੁ ਨ ਲਭਈ ਸਭੁ ਦੇਖਿਆ ਜਗਤੁ ਮੈ ਟੋਲੇ ॥
ମୁଁ ସଂପୂର୍ଣ୍ଣ ଜଗତ ସନ୍ଧାନ କରି ଦେଖିଛି, ପରନ୍ତୁ ଭଗବାନ ଭଳି ପରମପୁରୁଷ ମୋତେ ମିଳିନାହାନ୍ତି।
ਗੁਰਿ ਸਤਿਗੁਰਿ ਨਾਮੁ ਦ੍ਰਿੜਾਇਆ ਮਨੁ ਅਨਤ ਨ ਕਾਹੂ ਡੋਲੇ ॥
ଗୁରୁ ମୋ’ ଭିତରେ ପରମାତ୍ମାଙ୍କ ନାମ ଦୃଢ କରିଛନ୍ତି, ଯାହାଦ୍ୱାରା ମୋର ମନ ଆଉ କେଉଁ ଆଡେ ଯାଏ ନାହିଁ।
ਜਨੁ ਨਾਨਕੁ ਹਰਿ ਕਾ ਦਾਸੁ ਹੈ ਗੁਰ ਸਤਿਗੁਰ ਕੇ ਗੋਲ ਗੋਲੇ ॥੨॥
ନାନକ ପରମାତ୍ମାଙ୍କ ଦାସ ଅଟନ୍ତି ଆଉ ଗୁରୁ-ସଦଗୁରୁଙ୍କ ସେବକର ସେବକ ଅଟନ୍ତି॥2॥
ਪਉੜੀ ॥
ପଉଡି ॥
ਤੂ ਆਪੇ ਸਿਸਟਿ ਕਰਤਾ ਸਿਰਜਣਹਾਰਿਆ ॥
ହେ ସୃଜନହାର ଇଶ୍ଵର! ତୁ ସ୍ଵୟଂ ହିଁ ଏହି ସୃଷ୍ଟିର କର୍ତ୍ତା ଅଟୁ,
ਤੁਧੁ ਆਪੇ ਖੇਲੁ ਰਚਾਇ ਤੁਧੁ ਆਪਿ ਸਵਾਰਿਆ ॥
ତୁ ସ୍ଵୟଂ ହିଁ ଏହି ଜଗତ ରୂପୀ ଖେଳ ରଚନା କରିଛୁ ଆଉ ତୁ ସ୍ଵୟଂ ହିଁ ଏହାକୁ ସୁନ୍ଦର ବନାଇଛୁ।
ਦਾਤਾ ਕਰਤਾ ਆਪਿ ਆਪਿ ਭੋਗਣਹਾਰਿਆ ॥
ତୁ ସ୍ଵୟଂ ହିଁ ଦାତା ଏବଂ କର୍ତ୍ତା ଅଟୁ ଆଉ ତୁ ସ୍ଵୟଂ ହିଁ ଭୋଗିବା ବାଲା ଅଟୁ।
ਸਭੁ ਤੇਰਾ ਸਬਦੁ ਵਰਤੈ ਉਪਾਵਣਹਾਰਿਆ ॥
ହେ ଜଗତ କର୍ତ୍ତା! ତୋର ଶବ୍ଦ(ହୁକୁମ) ସର୍ବବ୍ୟାପକ ଅଟେ।
ਹਉ ਗੁਰਮੁਖਿ ਸਦਾ ਸਲਾਹੀ ਗੁਰ ਕਉ ਵਾਰਿਆ ॥੧॥
ମୁଁ ନିଜ ଗୁରୁଙ୍କ ପ୍ରତି ତନ ମନରେ ସମର୍ପିତ ଅଟେ॥1॥