Odia Page 647

ਸਲੋਕੁ ਮਃ ੩ ॥
ଶ୍ଳୋକ ମହଲା 3 ॥ 

ਪਰਥਾਇ ਸਾਖੀ ਮਹਾ ਪੁਰਖ ਬੋਲਦੇ ਸਾਝੀ ਸਗਲ ਜਹਾਨੈ ॥
ମହାପୁରୁଷ କୌଣସି ବିଶେଷ ସମ୍ବନ୍ଧରେ ଶିକ୍ଷାର କଥା କହିଥାନ୍ତି, ପରନ୍ତୁ ତାହାଙ୍କ ଶିକ୍ଷା ସବୁ ଲୋକଙ୍କ ପାଇଁ ହୋଇଥାଏ।            

ਗੁਰਮੁਖਿ ਹੋਇ ਸੁ ਭਉ ਕਰੇ ਆਪਣਾ ਆਪੁ ਪਛਾਣੈ ॥
ଯେଉଁ ବ୍ୟକ୍ତି ଗୁରୁମୁଖୀ ବନିଯାଏ, ସେ ଭଗବାନଙ୍କ ଭୟକୁ ମାନିଥାଏ ଆଉ ନିଜକୁ ନିଜେ ଜାଣିଥାଏ।          

ਗੁਰ ਪਰਸਾਦੀ ਜੀਵਤੁ ਮਰੈ ਤਾ ਮਨ ਹੀ ਤੇ ਮਨੁ ਮਾਨੈ ॥
ଯଦି ଗୁରୁଙ୍କ କୃପାରୁ ମନୁଷ୍ୟ ଜୀବିତ ଅବସ୍ଥାରେ ମୋହ ଠାରୁ ବିମୁଖ ହୋଇଥାଏ, ତାହାହେଲେ ତାହାର ମନରେ ସନ୍ତୋଷ ଆସିଥାଏ।           

ਜਿਨ ਕਉ ਮਨ ਕੀ ਪਰਤੀਤਿ ਨਾਹੀ ਨਾਨਕ ਸੇ ਕਿਆ ਕਥਹਿ ਗਿਆਨੈ ॥੧॥
ହେ ନାନକ! ଯାହାର ମନରେ ଆସ୍ଥା ନଥାଏ, ସେ ପୁଣି କିପରି ଜ୍ଞାନର କଥା କହି ପାରିବ?॥1॥ 

ਮਃ ੩ ॥
ମହଲା 3 ॥ 

ਗੁਰਮੁਖਿ ਚਿਤੁ ਨ ਲਾਇਓ ਅੰਤਿ ਦੁਖੁ ਪਹੁਤਾ ਆਇ ॥
ଯେଉଁ ବ୍ୟକ୍ତି ଗୁରୁଙ୍କ ସାନ୍ନିଧ୍ୟରେ ରହି ନିଜ ଚିତ୍ତ ଭଗବାନଙ୍କ ସାଥିରେ ଲଗାଏ ନାହିଁ, ସେ ଶେଷରେ ବହୁତ ଦୁଃଖୀ ହୋଇଥାଏ।           

ਅੰਦਰਹੁ ਬਾਹਰਹੁ ਅੰਧਿਆਂ ਸੁਧਿ ਨ ਕਾਈ ਪਾਇ ॥
ସେ ଭିତରେ ଓ ବାହାରେ ଅନ୍ଧ ହିଁ ଅଟେ ଆଉ ତାହାର କୌଣସି ଜ୍ଞାନ ନଥାଏ।                 

ਪੰਡਿਤ ਤਿਨ ਕੀ ਬਰਕਤੀ ਸਭੁ ਜਗਤੁ ਖਾਇ ਜੋ ਰਤੇ ਹਰਿ ਨਾਇ ॥
ହେ ପଣ୍ଡିତ! ଯିଏ ହରିନାମରେ ମଗ୍ନ ଥାଏ, ତାହାର ସାଧନାର ଫଳସ୍ଵରୂପ ସଂପୂର୍ଣ୍ଣ ଜଗତ ଖାଇବାକୁ ପାଇଥାଏ। 

ਜਿਨ ਗੁਰ ਕੈ ਸਬਦਿ ਸਲਾਹਿਆ ਹਰਿ ਸਿਉ ਰਹੇ ਸਮਾਇ ॥
ଯିଏ ଗୁରୁଙ୍କ ଶବ୍ଦ ଦ୍ଵାରା ସ୍ତୁତି କରିଥାଏ, ସେ ଭଗବାନଙ୍କ ଠାରେ ହିଁ ରହିଥାଏ।    

ਪੰਡਿਤ ਦੂਜੈ ਭਾਇ ਬਰਕਤਿ ਨ ਹੋਵਈ ਨਾ ਧਨੁ ਪਲੈ ਪਾਇ ॥
ହେ ପଣ୍ଡିତ! ଦୈତ୍ୟଭାବ କାରଣରୁ ତାହାକୁ କଦାପି ନାମ ଧନ ପ୍ରାପ୍ତ ହୁଏନାହିଁ। 

ਪੜਿ ਥਕੇ ਸੰਤੋਖੁ ਨ ਆਇਓ ਅਨਦਿਨੁ ਜਲਤ ਵਿਹਾਇ ॥
ବିଦ୍ଵାନ ଧର୍ମଗ୍ରନ୍ଥ ପଢି ଥକି ଯାଇଛନ୍ତି, ପରନ୍ତୁ ତୃପ୍ତି ପାଇ ନାହାନ୍ତି ଆଉ ନିଜ ଜୀବନ ସର୍ବଦା ଇର୍ଷ୍ୟାଗ୍ନିରେ ଜଳାଇ ଅତିବାହିତ କରିଥାନ୍ତି।        

ਕੂਕ ਪੂਕਾਰ ਨ ਚੁਕਈ ਨਾ ਸੰਸਾ ਵਿਚਹੁ ਜਾਇ ॥
ତାହାର ବିଳାପ ଓ ଆପତ୍ତି ସମାପ୍ତ ହୁଏନାହିଁ ଆଉ ନା ତାହାର ମନରୁ ସଂଶୟ ଦୂର ହୋଇଥାଏ। 

ਨਾਨਕ ਨਾਮ ਵਿਹੂਣਿਆ ਮੁਹਿ ਕਾਲੈ ਉਠਿ ਜਾਇ ॥੨॥
ହେ ନାନକ! ନାମ ବିହୀନ ବ୍ୟକ୍ତି ନିନ୍ଦାର ପାତ୍ର ହୋଇ ସଂସାରରୁ ଚାଲିଯାଏ॥2॥                

ਪਉੜੀ ॥
ପଉଡି ॥ 

ਹਰਿ ਸਜਣ ਮੇਲਿ ਪਿਆਰੇ ਮਿਲਿ ਪੰਥੁ ਦਸਾਈ ॥
ହେ ପ୍ରିୟ ହରି! ମୋର ସଜ୍ଜନ ଗୁରୁଙ୍କ ସହିତ ମିଳନ କରାଇ ଦିଅ, ତାହାଙ୍କ ସହିତ ମିଶି ମୁଁ ତୁମ ପାଖକୁ ମାର୍ଗ ପଚାରିବି।            

ਜੋ ਹਰਿ ਦਸੇ ਮਿਤੁ ਤਿਸੁ ਹਉ ਬਲਿ ਜਾਈ ॥
ଯେଉଁ ମିତ୍ର ମୋତେ ଭଗବାନଙ୍କ ବିଷୟରେ ମାର୍ଗଦର୍ଶନ କରିବ, ମୁଁ ତାହାଙ୍କ ପ୍ରତି ସମର୍ପିତ ଅଟେ।       

ਗੁਣ ਸਾਝੀ ਤਿਨ ਸਿਉ ਕਰੀ ਹਰਿ ਨਾਮੁ ਧਿਆਈ ॥
ମୁଁ ତାହାଙ୍କ ସାଥିରେ ତାହାଙ୍କ ଗୁଣର ଭାଗୀଦାରୀ ବନି ଯିବି ଆଉ ହରିନାମର ଭଜନ କରିବି।    

ਹਰਿ ਸੇਵੀ ਪਿਆਰਾ ਨਿਤ ਸੇਵਿ ਹਰਿ ਸੁਖੁ ਪਾਈ ॥
ମୁଁ ନିତ୍ୟ ନିଜ ପ୍ରିୟ ହରିଙ୍କ ଆରାଧନା କରିଥାଏ ଆଉ ସୁଖ ଅନୁଭବ କରିଥାଏ।      

ਬਲਿਹਾਰੀ ਸਤਿਗੁਰ ਤਿਸੁ ਜਿਨਿ ਸੋਝੀ ਪਾਈ ॥੧੨॥
ମୁଁ ସେହି ସଦଗୁରୁଙ୍କ ପ୍ରତି ସମର୍ପିତ ଅଟେ, ଯିଏ ମୋ’ ଭିତରେ ଜ୍ଞାନ ପ୍ରଦାନ କରିଛନ୍ତି॥12॥           

ਸਲੋਕੁ ਮਃ ੩ ॥
ଶ୍ଳୋକ ମହଲା 3 ॥

ਪੰਡਿਤ ਮੈਲੁ ਨ ਚੁਕਈ ਜੇ ਵੇਦ ਪੜੈ ਜੁਗ ਚਾਰਿ ॥
ପଣ୍ଡିତ ଚାରି ଯୁଗର ବେଦକୁ ପଢୁ, ତଥାପି ତାହାର ମଇଳା ଦୂର ହୁଏନାହିଁ।    

ਤ੍ਰੈ ਗੁਣ ਮਾਇਆ ਮੂਲੁ ਹੈ ਵਿਚਿ ਹਉਮੈ ਨਾਮੁ ਵਿਸਾਰਿ ॥
ତ୍ରିଗୁଣାତ୍ମକ ମାୟା ହିଁ ମୂଳ ଅଟେ ଆଉ ଆତ୍ମାଭିମାନରେ ସେ ଈଶ୍ଵରଙ୍କ ନାମକୁ ଭୁଲିଯାଏ।       

ਪੰਡਿਤ ਭੂਲੇ ਦੂਜੈ ਲਾਗੇ ਮਾਇਆ ਕੈ ਵਾਪਾਰਿ ॥
ପଣ୍ଡିତ ସତ୍ୟକୁ ଭୁଲି ମୋହ-ମାୟାରେ ଲିପ୍ତ ରହିଥାଏ ଆଉ ସେ କେବଳ ମାୟାର ହିଁ ବ୍ୟାପାରୀ ଅଟେ।       

ਅੰਤਰਿ ਤ੍ਰਿਸਨਾ ਭੁਖ ਹੈ ਮੂਰਖ ਭੁਖਿਆ ਮੁਏ ਗਵਾਰ ॥
ତାହାର ମନରେ ତୃଷ୍ଣାର କ୍ଷୁଧା ଥାଏ ଆଉ ସେହି ମୂର୍ଖ, ବୋକା କ୍ଷୁଧାରେ ହିଁ ମରିଯାଏ।            

ਸਤਿਗੁਰਿ ਸੇਵਿਐ ਸੁਖੁ ਪਾਇਆ ਸਚੈ ਸਬਦਿ ਵੀਚਾਰਿ ॥
ସଦଗୁରୁଙ୍କ ସେବା ଓ ସଚ୍ଚା ଶବ୍ଦର ଚିନ୍ତନ କରିଲେ ହିଁ ସୁଖ ଉପଲବ୍ଧି ହୋଇଥାଏ।                       

ਅੰਦਰਹੁ ਤ੍ਰਿਸਨਾ ਭੁਖ ਗਈ ਸਚੈ ਨਾਇ ਪਿਆਰਿ ॥
ସତ୍ୟନାମ ସହିତ ପ୍ରେମ କରିଲେ ମନରୁ ତୃଷ୍ଣା ଓ କ୍ଷୁଧା ଦୂର ହୋଇଯାଏ।                     

ਨਾਨਕ ਨਾਮਿ ਰਤੇ ਸਹਜੇ ਰਜੇ ਜਿਨਾ ਹਰਿ ਰਖਿਆ ਉਰਿ ਧਾਰਿ ॥੧॥
ହେ ନାନକ! ଯେଉଁ ବ୍ୟକ୍ତି ହରିନାମରେ ମଗ୍ନ ଥାଏ ଆଉ ଯିଏ ଭଗବାନଙ୍କୁ ନିଜ ହୃଦୟରେ ଧାରଣ କରିଥାଏ, ସେ ତୃପ୍ତି ପାଇଥାଏ॥1॥                 

ਮਃ ੩ ॥
ମହଲା 3 ॥          

ਮਨਮੁਖ ਹਰਿ ਨਾਮੁ ਨ ਸੇਵਿਆ ਦੁਖੁ ਲਗਾ ਬਹੁਤਾ ਆਇ ॥
ମନମୁଖୀ ହରିନାମର ଆରାଧନା କରେ ନାହିଁ, ଯେଉଁ କାରଣରୁ ସେ ଅତ୍ୟନ୍ତ କଷ୍ଟ ପାଇଥାଏ।              

ਅੰਤਰਿ ਅਗਿਆਨੁ ਅੰਧੇਰੁ ਹੈ ਸੁਧਿ ਨ ਕਾਈ ਪਾਇ ॥
ତାହାର ମନରେ ଅଜ୍ଞାନତାର ହିଁ ଅନ୍ଧକାର ଥାଏ ଆଉ ତାହାକୁ କୌଣସି ଜ୍ଞାନ ମିଳେନାହିଁ।              

ਮਨਹਠਿ ਸਹਜਿ ਨ ਬੀਜਿਓ ਭੁਖਾ ਕਿ ਅਗੈ ਖਾਇ ॥
ନିଜ ମନର ଜିଦି କାରଣରୁ ସେ ହରିନାମର ବୀଜ ବୁଣିନଥାଏ, ପରଲୋକରେ କ୍ଷୁଧା ଲାଗିଲେ ସେ କଣ ଖାଇବ?      

ਨਾਮੁ ਨਿਧਾਨੁ ਵਿਸਾਰਿਆ ਦੂਜੈ ਲਗਾ ਜਾਇ ॥
ସେ ମୋହ-ମାୟାରେ ସଂଲଗ୍ନ ହୋଇ ପ୍ରଭୁଙ୍କ ନାମ ଭଣ୍ଡାରକୁ ବିସ୍ମୃତ କରି ଦେଇଛି।       

ਨਾਨਕ ਗੁਰਮੁਖਿ ਮਿਲਹਿ ਵਡਿਆਈਆ ਜੇ ਆਪੇ ਮੇਲਿ ਮਿਲਾਇ ॥੨॥
ହେ ନାନକ! ଯେବେ ଭଗବାନ ସ୍ଵୟଂ ନିଜ ସାଥିରେ ମିଳାଇଥାନ୍ତି, ସେତେବେଳେ ସେହି ଗୁରୁମୁଖୀଙ୍କୁ ବଡ ଶୋଭା ପ୍ରାପ୍ତ ହୋଇଥାଏ॥2॥ 

ਪਉੜੀ ॥
ପଉଡି ॥ 

ਹਰਿ ਰਸਨਾ ਹਰਿ ਜਸੁ ਗਾਵੈ ਖਰੀ ਸੁਹਾਵਣੀ ॥
ସେହି ଜିହ୍ଵା ବଡ ସୁନ୍ଦର ଅଟେ, ଯିଏ ହରିଙ୍କ ଯଶଗାନ କରିଥାଏ।   

ਜੋ ਮਨਿ ਤਨਿ ਮੁਖਿ ਹਰਿ ਬੋਲੈ ਸਾ ਹਰਿ ਭਾਵਣੀ ॥
ଯେଉଁ ଜୀବ-ସ୍ତ୍ରୀ ନିଜ ମନ, ତନ ଏବଂ ମୁଖରେ ହରିନାମର ମହିମା କରିଥାଏ, ସେ ହରିଙ୍କୁ ବହୁତ ଭଲ ଲାଗିଥାଏ।          

ਜੋ ਗੁਰਮੁਖਿ ਚਖੈ ਸਾਦੁ ਸਾ ਤ੍ਰਿਪਤਾਵਣੀ ॥
ଯିଏ ଗୁରୁଙ୍କ ସାନ୍ନିଧ୍ୟରେ ରହି ହରିଙ୍କ ନାମ ସ୍ଵାଦକୁ ଆସ୍ଵାଦନ କରିଥାଏ, ସେ ତୃପ୍ତ ହୋଇଯାଏ।     

ਗੁਣ ਗਾਵੈ ਪਿਆਰੇ ਨਿਤ ਗੁਣ ਗਾਇ ਗੁਣੀ ਸਮਝਾਵਣੀ ॥
ସେ ନିତ୍ୟ ପ୍ରିୟ ହରିଙ୍କ ମହିମା ଗାନ କରିଥାଏ ଆଉ ଗୁଣବାନ ହରିଙ୍କ ଗୁଣର ଉପଦେଶ ପ୍ରଦାନ କରିଥାଏ।                 

ਜਿਸੁ ਹੋਵੈ ਆਪਿ ਦਇਆਲੁ ਸਾ ਸਤਿਗੁਰੂ ਗੁਰੂ ਬੁਲਾਵਣੀ ॥੧੩॥
ଯାହା ଉପରେ ସେ ସ୍ଵୟଂ ଦୟାଳୁ ହୋଇଯାନ୍ତି, ସେ ଗୁରୁ-ସଦଗୁରୁଙ୍କ ହିଁ ଜପ କରିବାରେ ଲାଗିଥାଏ             

ਸਲੋਕੁ ਮਃ ੩ ॥
ଶ୍ଳୋକ ମହଲା 3 ॥

ਹਸਤੀ ਸਿਰਿ ਜਿਉ ਅੰਕਸੁ ਹੈ ਅਹਰਣਿ ਜਿਉ ਸਿਰੁ ਦੇਇ ॥
ଯେପରି ଏକ ହାତୀ ଉପରେ ଅଙ୍କୁଶ ଥାଏ, ଆଉ ଯେପରି ଲିହାର ହାତୁଡି ସମ୍ମୁଖରେ ନିଜକୁ ସମର୍ପଣ କରିଥାଏ,                    

ਮਨੁ ਤਨੁ ਆਗੈ ਰਾਖਿ ਕੈ ਊਭੀ ਸੇਵ ਕਰੇਇ ॥
ସେପରି ହିଁ ନିଜ ମନ ଏବଂ ତନ ଗୁରୁଙ୍କ ସମ୍ମୁଖରେ ଅର୍ପଣ କରି ସର୍ବଦା ସେବା କର। 

error: Content is protected !!