ਨਾਨਕ ਜਿ ਗੁਰਮੁਖਿ ਕਰਹਿ ਸੋ ਪਰਵਾਣੁ ਹੈ ਜੋ ਨਾਮਿ ਰਹੇ ਲਿਵ ਲਾਇ ॥੨॥
ଗୁରୁମୁଖୀ ଯାହା କିଛି କରିଥାଏ ସେ ସ୍ଵୀକୃତ ହୋଇଥାଏ, କାରଣ ତାହାର ସୁରତି ଭଗବାନଙ୍କ ନାମରେ ହିଁ ଲାଗି ରହିଥାଏ॥2॥
ਪਉੜੀ ॥
ପଉଡି॥
ਹਉ ਬਲਿਹਾਰੀ ਤਿੰਨ ਕੰਉ ਜੋ ਗੁਰਮੁਖਿ ਸਿਖਾ ॥
ମୁଁ ତାହାଙ୍କ ପ୍ରତି ତନ ମନରେ ସମର୍ପିତ ଅଟେ, ଯିଏ ଗୁରୁଙ୍କ ଶିଷ୍ୟ ଅଟେ।
ਜੋ ਹਰਿ ਨਾਮੁ ਧਿਆਇਦੇ ਤਿਨ ਦਰਸਨੁ ਪਿਖਾ ॥
ମୁଁ କେବଳ ତାହାଙ୍କ ହିଁ ଦର୍ଶନ କରିଥାଏ, ଯିଏ ହରିନାମର ସ୍ମରଣ କରିଥାଏ।
ਸੁਣਿ ਕੀਰਤਨੁ ਹਰਿ ਗੁਣ ਰਵਾ ਹਰਿ ਜਸੁ ਮਨਿ ਲਿਖਾ ॥
ମୁଁ ହରିଙ୍କ କୀର୍ତ୍ତନ ଶୁଣି ତାହାଙ୍କ ଗୁଣଗାନ କରିଥାଏ, ଆଉ ନିଜ ହୃଦୟରେ ହରିଙ୍କ ହିଁ ଯଶ ଲେଖିଥାଏ।
ਹਰਿ ਨਾਮੁ ਸਲਾਹੀ ਰੰਗ ਸਿਉ ਸਭਿ ਕਿਲਵਿਖ ਕ੍ਰਿਖਾ ॥
ମୁଁ ହରିନାମର ପ୍ରେମପୂର୍ବକ ସ୍ତୁତି କରିଥାଏ ଆଉ ନିଜର ସବୁ ପାପର ନାଶ ମୂଳରୁ କରିଥାଏ।
ਧਨੁ ਧੰਨੁ ਸੁਹਾਵਾ ਸੋ ਸਰੀਰੁ ਥਾਨੁ ਹੈ ਜਿਥੈ ਮੇਰਾ ਗੁਰੁ ਧਰੇ ਵਿਖਾ ॥੧੯॥
ସେହି ଶରୀର ଏବଂ ସ୍ଥାନ ଧନ୍ୟ ଧନ୍ୟ ଏବଂ ବଡ ସୁନ୍ଦର ଅଟେ, ଯେଉଁଠି ମୋର ଗୁରୁ ନିଜର ସୁନ୍ଦର ଚରଣ ରଖିଥାନ୍ତି॥19॥
ਸਲੋਕੁ ਮਃ ੩ ॥
ଶ୍ଳୋକ ମହଲା 3 ॥
ਗੁਰ ਬਿਨੁ ਗਿਆਨੁ ਨ ਹੋਵਈ ਨਾ ਸੁਖੁ ਵਸੈ ਮਨਿ ਆਇ ॥
ଗୁରୁଙ୍କ ବିନା ଜ୍ଞାନ ପ୍ରାପ୍ତ ହୁଏନାହିଁ ଆଉ ନା ମନରେ ସୁଖ ବାସ କରିଥାଏ।
ਨਾਨਕ ਨਾਮ ਵਿਹੂਣੇ ਮਨਮੁਖੀ ਜਾਸਨਿ ਜਨਮੁ ਗਵਾਇ ॥੧॥
ହେ ନାନକ! ନାମ ବିହୀନ ମନମୁଖୀ ଜୀବ ନିଜର ଅମୂଲ୍ୟ ଜୀବନ ବ୍ୟର୍ଥରେ ହରାଇ ଦୁନିଆରୁ ଚାଲିଯାଏ॥1॥
ਮਃ ੩ ॥
ମହଲା 3 ॥
ਸਿਧ ਸਾਧਿਕ ਨਾਵੈ ਨੋ ਸਭਿ ਖੋਜਦੇ ਥਕਿ ਰਹੇ ਲਿਵ ਲਾਇ ॥
ସମସ୍ତ ସିଦ୍ଧ ଏବଂ ସାଧୁ ନାମର ସନ୍ଧାନ କରି, ନିଜର ସୁରତି ଲଗାଇ ଥକି ଯାଇଛନ୍ତି।
ਬਿਨੁ ਸਤਿਗੁਰ ਕਿਨੈ ਨ ਪਾਇਓ ਗੁਰਮੁਖਿ ਮਿਲੈ ਮਿਲਾਇ ॥
ଗୁରୁଙ୍କ ବିନା କାହାକୁ ମଧ୍ୟ ନାମ ପ୍ରାପ୍ତି ହୋଇନାହିଁ ଆଉ ଗୁରୁଙ୍କ ସାନ୍ନିଧ୍ୟରେ ରହି ପରମ ସତ୍ୟରେ ମିଳନ ହୋଇଥାଏ।
ਬਿਨੁ ਨਾਵੈ ਪੈਨਣੁ ਖਾਣੁ ਸਭੁ ਬਾਦਿ ਹੈ ਧਿਗੁ ਸਿਧੀ ਧਿਗੁ ਕਰਮਾਤਿ ॥
ନାମ ବିନା ଖାଇବା, ପିନ୍ଧିବା ସବୁ ବ୍ୟର୍ଥ ଅଟେ ଆଉ ନାମ ବିନା ସବୁ ସିଦ୍ଧି ଧିକ୍କାର ଯୋଗ୍ୟ ଅଟେ।
ਸਾ ਸਿਧਿ ਸਾ ਕਰਮਾਤਿ ਹੈ ਅਚਿੰਤੁ ਕਰੇ ਜਿਸੁ ਦਾਤਿ ॥
ସେ ସିଦ୍ଧ ଅଟେ, ଯାହାକୁ ପରମାତ୍ମା ନିଜ ଦାନ ରୂପରେ ଦେଇଥାନ୍ତି।
ਨਾਨਕ ਗੁਰਮੁਖਿ ਹਰਿ ਨਾਮੁ ਮਨਿ ਵਸੈ ਏਹਾ ਸਿਧਿ ਏਹਾ ਕਰਮਾਤਿ ॥੨॥
ହେ ନାନକ! ହରିନାମ ମନରେ ସ୍ଥିତ ହୋଇଥାଏ, ଏହା ସିଦ୍ଧି ଏବଂ ବାସ୍ତବ ଅଟେ॥2॥
ਪਉੜੀ ॥
ପଉଡି॥
ਹਮ ਢਾਢੀ ਹਰਿ ਪ੍ਰਭ ਖਸਮ ਕੇ ਨਿਤ ਗਾਵਹ ਹਰਿ ਗੁਣ ਛੰਤਾ ॥
ଆମେ ସେହି ମାଲିକ ହରି-ପ୍ରଭୁଙ୍କ ସେବକ ଅଟୁ ଆଉ ନିତ୍ୟ ତାହାଙ୍କ ଗୁଣଗାନ କରିଥାଉ।
ਹਰਿ ਕੀਰਤਨੁ ਕਰਹ ਹਰਿ ਜਸੁ ਸੁਣਹ ਤਿਸੁ ਕਵਲਾ ਕੰਤਾ ॥
ଆମେ ହରିଙ୍କ କୀର୍ତ୍ତନ କରୁ ଆଉ ସେହି ହରିଙ୍କ ଯଶ ଶୁଣୁ।
ਹਰਿ ਦਾਤਾ ਸਭੁ ਜਗਤੁ ਭਿਖਾਰੀਆ ਮੰਗਤ ਜਨ ਜੰਤਾ ॥|
ଏକ ହରି ସବୁଙ୍କ ଦାତା ଅଟନ୍ତି, ଏହି ସଂପୂର୍ଣ୍ଣ ବିଶ୍ଵ ଭିକାରୀ ଅଟେ ଆଉ ସବୁ ଲୋକ ତାହାଙ୍କ ଯାଚକ ଅଟନ୍ତି।
ਹਰਿ ਦੇਵਹੁ ਦਾਨੁ ਦਇਆਲ ਹੋਇ ਵਿਚਿ ਪਾਥਰ ਕ੍ਰਿਮ ਜੰਤਾ ॥
ହେ ଦୀନଦୟାଳୁ ଶ୍ରୀହରି! ଦୟାଳୁ ହୋଇ ଆମକୁ ଦାନ ଦିଅ, କାରଣ ତୁମେ ପଥରରେ କୀଡା ଏବଂ ଜନ୍ତୁଙ୍କୁ ଦାନ ପ୍ରଦାନ କରୁଛ।
ਜਨ ਨਾਨਕ ਨਾਮੁ ਧਿਆਇਆ ਗੁਰਮੁਖਿ ਧਨਵੰਤਾ ॥੨੦॥
ହେ ନାନକ! ଗୁରୁଙ୍କ ସାନ୍ନିଧ୍ୟରେ ଯିଏ ନାମର ଧ୍ୟାନ-ମନନ କରିଥାଏ, ବାସ୍ତବରେ ସେ ହିଁ ଧନବାନ ଅଟେ॥20॥
ਸਲੋਕੁ ਮਃ ੩ ॥
ଶ୍ଳୋକ ମହଲା 3 ॥
ਪੜਣਾ ਗੁੜਣਾ ਸੰਸਾਰ ਕੀ ਕਾਰ ਹੈ ਅੰਦਰਿ ਤ੍ਰਿਸਨਾ ਵਿਕਾਰੁ ॥
ଯଦି ମନରେ ତୃଷ୍ଣା ଓ ବିକାର ବିଦ୍ୟମାନ ଥାଏ, ତାହାହେଲେ ପଢିବା ଏବଂ ବିଚାର କରିବା ଜଗତର ଏକ ଧନ୍ଦା ହିଁ ହୋଇଥାଏ।
ਹਉਮੈ ਵਿਚਿ ਸਭਿ ਪੜਿ ਥਕੇ ਦੂਜੈ ਭਾਇ ਖੁਆਰੁ ॥
ଅହଂକାରରେ ପଢି ସମସ୍ତେ ଥକି ଯାଇଛନ୍ତି ଆଉ ଦୈତ୍ୟଭାବ କାରଣରୁ ସେମାନେ ନଷ୍ଟ ହୋଇଯାନ୍ତି।
ਸੋ ਪੜਿਆ ਸੋ ਪੰਡਿਤੁ ਬੀਨਾ ਗੁਰ ਸਬਦਿ ਕਰੇ ਵੀਚਾਰੁ ॥
ଯିଏ ଗୁରୁଙ୍କ ଶବ୍ଦର ଚିନ୍ତନ କରିଥାଏ, ବାସ୍ତବରେ ସେ ବିଦ୍ଵାନ ଓ ଚତୁର ହୋଇଥାଏ।
ਅੰਦਰੁ ਖੋਜੈ ਤਤੁ ਲਹੈ ਪਾਏ ਮੋਖ ਦੁਆਰੁ ॥
ସେ ନିଜର ଅନ୍ତର୍ମନରେ ହିଁ ସନ୍ଧାନ କରି ପରମ ତତ୍ତ୍ଵକୁ ପାଇନିଏ ଆଉ ତାହାକୁ ମୋକ୍ଷର ଦ୍ଵାର ପ୍ରାପ୍ତ ହୋଇଯାଏ।
ਗੁਣ ਨਿਧਾਨੁ ਹਰਿ ਪਾਇਆ ਸਹਜਿ ਕਰੇ ਵੀਚਾਰੁ ॥
ସେ ଗୁଣର ଭଣ୍ଡାର ପରମାତ୍ମାଙ୍କୁ ପ୍ରାପ୍ତ କରିନିଏ ଆଉ ସ୍ଵାଭାବିକ ଭାବରେ ତାହାର ଚିନ୍ତନ କରିଥାଏ।
ਧੰਨੁ ਵਾਪਾਰੀ ਨਾਨਕਾ ਜਿਸੁ ਗੁਰਮੁਖਿ ਨਾਮੁ ਅਧਾਰੁ ॥੧॥
ହେ ନାନକ! ସେହି ବ୍ୟାପାରୀ ଧନ୍ୟ ଅଟେ, ଯାହାକୁ ସଦଗୁରୁଙ୍କ ସାନ୍ନିଧ୍ୟରେ ନାମର ଆଧାର ମିଳିଯାଏ॥1॥
ਮਃ ੩ ॥
ମହଲା 3 ॥
ਵਿਣੁ ਮਨੁ ਮਾਰੇ ਕੋਇ ਨ ਸਿਝਈ ਵੇਖਹੁ ਕੋ ਲਿਵ ਲਾਇ ॥
ନିଜ ମନକୁ ବଶୀଭୂତ କରିବା ବିନା କେହି ମଧ୍ୟ ସଫଳତା ପ୍ରାପ୍ତ କରନ୍ତି ନାହିଁ।
ਭੇਖਧਾਰੀ ਤੀਰਥੀ ਭਵਿ ਥਕੇ ਨਾ ਏਹੁ ਮਨੁ ਮਾਰਿਆ ਜਾਇ ॥
ଅନେକ ବେଶ ଧାରଣ କରି ତୀର୍ଥ ଯାତ୍ରାରେ ଭ୍ରମଣ କରି ଥକି ଯାଇଛନ୍ତି, ତଥାପି ତାହାଙ୍କ ମନ ନିୟନ୍ତ୍ରଣରେ ଆସେ ନାହିଁ।
ਗੁਰਮੁਖਿ ਏਹੁ ਮਨੁ ਜੀਵਤੁ ਮਰੈ ਸਚਿ ਰਹੈ ਲਿਵ ਲਾਇ ॥
ଗୁରୁମୁଖିର ଏହି ମନ ଜୀବିତ ଅବସ୍ଥାରେ ବଶୀଭୂତ ହୋଇଯାଏ ଆଉ ସେ ନିଜ ସୁରତି ସତ୍ୟରେ ଲଗାଇ ରଖିଥାଏ।
ਨਾਨਕ ਇਸੁ ਮਨ ਕੀ ਮਲੁ ਇਉ ਉਤਰੈ ਹਉਮੈ ਸਬਦਿ ਜਲਾਇ ॥੨॥
ହେ ନାନକ! ଗୁରୁଙ୍କ ଶବ୍ଦ ଦ୍ଵାରା ଅହଂକାରକୁ ଜଳାଇ ଦେବା ଦ୍ଵାରା ହିଁ ମନର ମଇଳା ଦୂର ହୋଇଯାଏ॥2॥
ਪਉੜੀ ॥
ପଉଡି॥
ਹਰਿ ਹਰਿ ਸੰਤ ਮਿਲਹੁ ਮੇਰੇ ਭਾਈ ਹਰਿ ਨਾਮੁ ਦ੍ਰਿੜਾਵਹੁ ਇਕ ਕਿਨਕਾ ॥
ହେ ମୋର ଭାଇ! ହେ ହରିଙ୍କ ସନ୍ଥ! ମୋ’ ସହିତ ମିଶ ଆଉ ମୋ’ ଭିତରେ ହରିଙ୍କ ନାମ ଦୃଢ କରି ଦିଅ।
ਹਰਿ ਹਰਿ ਸੀਗਾਰੁ ਬਨਾਵਹੁ ਹਰਿ ਜਨ ਹਰਿ ਕਾਪੜੁ ਪਹਿਰਹੁ ਖਿਮ ਕਾ ॥
ହେ ଭକ୍ତ! ମୋତେ ହରିନାମ ଦ୍ଵାରା ଶୃଙ୍ଗାର ଦିଅ ଆଉ ମୋତେ କ୍ଷମାର ହରି ବସ୍ତ୍ର ପିନ୍ଧାଇ ଦିଅ।
ਐਸਾ ਸੀਗਾਰੁ ਮੇਰੇ ਪ੍ਰਭ ਭਾਵੈ ਹਰਿ ਲਾਗੈ ਪਿਆਰਾ ਪ੍ਰਿਮ ਕਾ ॥
ଏପରି ଶୃଙ୍ଗାର ମୋର ପ୍ରଭୁଙ୍କୁ ବହୁତ ଭଲ ଲାଗିଥାଏ, ଏପରି ପ୍ରେମ ମୋର ପ୍ରଭୁଙ୍କୁ ବଡ ପ୍ରିୟ ଲାଗିଥାଏ।
ਹਰਿ ਹਰਿ ਨਾਮੁ ਬੋਲਹੁ ਦਿਨੁ ਰਾਤੀ ਸਭਿ ਕਿਲਬਿਖ ਕਾਟੈ ਇਕ ਪਲਕਾ ॥
ଦିନରାତି ପରମେଶ୍ଵରଙ୍କ ଜପ କର, କାରଣ ସେ ଏକ କ୍ଷଣରେ ସାରା ଦୁଃଖ-କ୍ଲେଶ ଦୂର କରିଥାନ୍ତି।
ਹਰਿ ਹਰਿ ਦਇਆਲੁ ਹੋਵੈ ਜਿਸੁ ਉਪਰਿ ਸੋ ਗੁਰਮੁਖਿ ਹਰਿ ਜਪਿ ਜਿਣਕਾ ॥੨੧॥
ଯାହା ଉପରେ ହରି-ପରମେଶ୍ଵର ଦୟାଳୁ ହୋଇଯାନ୍ତି, ସେ ଗୁରୁମୁଖୀ ବନି ହରିନାମର ଜପ କରି ନିଜ ଜୀବନର ବାଜି ଜିତି ନିଏ॥2॥