ਨਾਨਕੁ ਮੰਗੈ ਦਾਨੁ ਪ੍ਰਭ ਰੇਨ ਪਗ ਸਾਧਾ ॥੪॥੩॥੨੭॥
ହେ ପ୍ରଭୁ! ନାନକ ତୋ’ ଠାରୁ ତୋର ସାଧୁଙ୍କ ଚରଣ-ଧୂଳିର ଦାନ ମାଗୁଛନ୍ତି ||4||3||27||
ਧਨਾਸਰੀ ਮਹਲਾ ੫ ॥
ଧନାସରୀ ମହଲା 5 ॥
ਜਿਨਿ ਤੁਮ ਭੇਜੇ ਤਿਨਹਿ ਬੁਲਾਏ ਸੁਖ ਸਹਜ ਸੇਤੀ ਘਰਿ ਆਉ ॥
ଯେଉଁ ପରମାତ୍ମା ତୋତେ ଦୁନିଆକୁ ପ୍ରେରଣ କରିଛନ୍ତି, ସେ ହିଁ ବର୍ତ୍ତମାନ ତୋତେ ପୁନଃ ଡାକୁଛନ୍ତି, ଏଣୁ ସୁଖ ଓ ଆନନ୍ଦ ପୂର୍ବକ ନିଜର ମୂଳ ଘର(ପରମାତ୍ମାଙ୍କ ଚରଣ)କୁ ଆସି ଯାଅ।
ਅਨਦ ਮੰਗਲ ਗੁਨ ਗਾਉ ਸਹਜ ਧੁਨਿ ਨਿਹਚਲ ਰਾਜੁ ਕਮਾਉ ॥੧॥
ଆନନ୍ଦପୂର୍ବକ ମଧୁର ଧ୍ୱନିରେ ପ୍ରଭୁ ମହିମାର ମଙ୍ଗଳ ଗୀତ ଗାନ କର ଆଉ ଏହି ଶରୀର ରୂପୀ ନଗରୀରେ ରାଜ କର॥1॥
ਤੁਮ ਘਰਿ ਆਵਹੁ ਮੇਰੇ ਮੀਤ ॥
ହେ ମୋର ମିତ୍ର! ତୁମେ ନିଜ ମୂଳ ଘରକୁ ଫେରି ଆସ।
ਤੁਮਰੇ ਦੋਖੀ ਹਰਿ ਆਪਿ ਨਿਵਾਰੇ ਅਪਦਾ ਭਈ ਬਿਤੀਤ ॥ ਰਹਾਉ ॥
ତୁମର ଶତ୍ରୁ- କାମ, କ୍ରୋଧ, ଲୋଭ, ମୋହ ଓ ଅହଂକାରକୁ ଭଗବାନ ସ୍ଵୟଂ ତୁମ ଠାରୁ ଦୂର କରିଛନ୍ତି ତଥା ତୁମ ବିପତ୍ତିର ସମୟ ଚାଲି ଯାଇଛି॥ରୁହ॥
ਪ੍ਰਗਟ ਕੀਨੇ ਪ੍ਰਭ ਕਰਨੇਹਾਰੇ ਨਾਸਨ ਭਾਜਨ ਥਾਕੇ ॥
ରଚୟିତା ପ୍ରଭୁ ତୁମକୁ ଦୁନିଆରେ ଲୋକପ୍ରିୟ କରିଛନ୍ତି ଆଉ ଏବେ ତୁମର ଏଣେ ତେଣେ ଦୌଡିବା ସମାପ୍ତ ହୋଇ ଯାଇଛି।
ਘਰਿ ਮੰਗਲ ਵਾਜਹਿ ਨਿਤ ਵਾਜੇ ਅਪੁਨੈ ਖਸਮਿ ਨਿਵਾਜੇ ॥੨॥
ବର୍ତ୍ତମାନ, ତୁମ ଘରେ ନିତ୍ୟ ଖୁସିର ଅନାହଦ ଧ୍ୱନି ବାଜୁଅଛି ଆଉ ତୁମ ମାଲିକ ତୁମକୁ ସ୍ବୀକୃତି ଦେଇଛନ୍ତି। ॥2॥
ਅਸਥਿਰ ਰਹਹੁ ਡੋਲਹੁ ਮਤ ਕਬਹੂ ਗੁਰ ਕੈ ਬਚਨਿ ਅਧਾਰਿ ॥
ଗୁରୁଙ୍କ ବାଣୀର ଆଧାର ଉପରେ ସ୍ଥିର ହୋଇ ରୁହ ଆଉ କେବେ ମଧ୍ୟ ବିଚଳିତ ହୁଅନାହିଁ।
ਜੈ ਜੈ ਕਾਰੁ ਸਗਲ ਭੂ ਮੰਡਲ ਮੁਖ ਊਜਲ ਦਰਬਾਰ ॥੩॥
ସାରା ଜଗତ ତୁମ ଜୟ-ଜୟକାର କରିବ ଆଉ ତୁମେ ଉଜ୍ଜଳ ମୁଖ ସହିତ ପ୍ରଭୁଙ୍କ ଦରବାରକୁ ସମ୍ମାନପୂର୍ବକ ଯିବ॥3॥
ਜਿਨ ਕੇ ਜੀਅ ਤਿਨੈ ਹੀ ਫੇਰੇ ਆਪੇ ਭਇਆ ਸਹਾਈ ॥
ଯିଏ ଏହି ଯିବ ଉତ୍ପନ୍ନ କରିଛନ୍ତି, ସେ ହିଁ ତାହାଙ୍କୁ ପଥଭ୍ରଷ୍ଟ କରି ପୁଣି ସତମାର୍ଗରେ ଲଗାଇଛନ୍ତି ଏବଂ ସେ ସ୍ଵୟଂ ହିଁ ତାହାଙ୍କ ସହାୟକ ବନି ଯାଇଛନ୍ତି।
ਅਚਰਜੁ ਕੀਆ ਕਰਨੈਹਾਰੈ ਨਾਨਕ ਸਚੁ ਵਡਿਆਈ ॥੪॥੪॥੨੮॥
ହେ ନାନକ! ରଚୟିତା ପଭୁ ଏକ ଅଦ୍ଭୁତ ଲୀଳା ରଚନା କରିଛନ୍ତି ଆଉ ତାହାଙ୍କ ବଡିମା ସର୍ବଦା ସତ୍ୟ ଅଟେ||4||4||28||
ਧਨਾਸਰੀ ਮਹਲਾ ੫ ਘਰੁ ੬
ଧନାସରୀ ମହଲା 5 ॥
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਸੁਨਹੁ ਸੰਤ ਪਿਆਰੇ ਬਿਨਉ ਹਮਾਰੇ ਜੀਉ ॥
ହେ ପ୍ରିୟ ସନ୍ଥ! ମୋର ବିନତି ଧ୍ୟାନପୂର୍ବକ ଶୁଣ;
ਹਰਿ ਬਿਨੁ ਮੁਕਤਿ ਨ ਕਾਹੂ ਜੀਉ ॥ ਰਹਾਉ ॥
ଭଗବାନଙ୍କ ସ୍ମରଣ ବିନା କାହାକୁ ମଧ୍ୟ ମୁକ୍ତି ମିଳେନାହିଁ॥ରୁହ।
ਮਨ ਨਿਰਮਲ ਕਰਮ ਕਰਿ ਤਾਰਨ ਤਰਨ ਹਰਿ ਅਵਰਿ ਜੰਜਾਲ ਤੇਰੈ ਕਾਹੂ ਨ ਕਾਮ ਜੀਉ ॥
ହେ ମୋର ମନ! ଶୁଭ ଏବଂ ପବିତ୍ର କର୍ମ କର, ଭଗବାନ ଭବସାଗରରୁ ପାର କରାଇବା ବ୍ବାଲା ଜାହାଜ ଅଟନ୍ତି, ଅନ୍ୟ ଜଞ୍ଜାଳ ତୋର କୌଣସି କାମରେ ଆସେ ନାହିଁ।
ਜੀਵਨ ਦੇਵਾ ਪਾਰਬ੍ਰਹਮ ਸੇਵਾ ਇਹੁ ਉਪਦੇਸੁ ਮੋ ਕਉ ਗੁਰਿ ਦੀਨਾ ਜੀਉ ॥੧॥
ଗୁରୁ ମୋତେ ଏହି ଉପଦେଶ ଦେଇଛନ୍ତି ଯେ ନିଜ ଜୀବନରେ ପରଂବ୍ରହ୍ମ-ଗୁରୁଦେବଙ୍କ ହିଁ ଉପାସନା କର॥1॥
ਤਿਸੁ ਸਿਉ ਨ ਲਾਈਐ ਹੀਤੁ ਜਾ ਕੋ ਕਿਛੁ ਨਾਹੀ ਬੀਤੁ ਅੰਤ ਕੀ ਬਾਰ ਓਹੁ ਸੰਗਿ ਨ ਚਾਲੈ ॥
ତାହା ସହିତ ସ୍ନେହ ରହିବା ଉଚିତ ନୁହେଁ , ଯାହାର ନିଜର କୌଣସି ଅସ୍ତିତ୍ଵ ନଥାଏ, ଅନ୍ତିମ କ୍ଷଣରେ ତାହା ମନୁଷ୍ୟ ସାଥିରେ ଯାଏ ନାହିଁ।
ਮਨਿ ਤਨਿ ਤੂ ਆਰਾਧ ਹਰਿ ਕੇ ਪ੍ਰੀਤਮ ਸਾਧ ਜਾ ਕੈ ਸੰਗਿ ਤੇਰੇ ਬੰਧਨ ਛੂਟੈ ॥੨॥
ତୁ ନିଜ ମନ ଓ ତନରେ ଭଗବାନଙ୍କ ଆରାଧନା କର, ତାହାଙ୍କ ପ୍ରିୟତମ ସାଧୁଙ୍କ ସଙ୍ଗତି କରିବା ଦ୍ଵାରା ମାୟାର ସବୁ ବନ୍ଧନ ସମାପ୍ତ ହୋଇଯିବ॥2॥
ਗਹੁ ਪਾਰਬ੍ਰਹਮ ਸਰਨ ਹਿਰਦੈ ਕਮਲ ਚਰਨ ਅਵਰ ਆਸ ਕਛੁ ਪਟਲੁ ਨ ਕੀਜੈ ॥
ସେହି ପରଂବ୍ରହ୍ମଙ୍କ ଶରଣ ନିଆ ନିଜ ହୃଦୟରେ ଚରଣ-କମଳର ଧ୍ୟାନ କର, ତାହାଙ୍କ ବିନା ଆଉ କାହାରର ସାହାରା ଆଶା କର ନାହିଁ।
ਸੋਈ ਭਗਤੁ ਗਿਆਨੀ ਧਿਆਨੀ ਤਪਾ ਸੋਈ ਨਾਨਕ ਜਾ ਕਉ ਕਿਰਪਾ ਕੀਜੈ ॥੩॥੧॥੨੯॥
ହେ ନାନକ! ଯାହା ଉପରେ ଭଗବାନ କୃପା କରନ୍ତି, ବାସ୍ତବରେ ସେ ହିଁ ଭକ୍ତ, ସେ ହିଁ ଜ୍ଞାନୀ, ଧ୍ୟାନୀ ଏବଂ ତପସ୍ଵୀ ଅଟେ ||3||1||29||
ਧਨਾਸਰੀ ਮਹਲਾ ੫ ॥
ଧନାସରୀ ମହଲା 5 ॥
ਮੇਰੇ ਲਾਲ ਭਲੋ ਰੇ ਭਲੋ ਰੇ ਭਲੋ ਹਰਿ ਮੰਗਨਾ ॥
ହେ ମୋର ପ୍ରିୟ! ଭଗବାନଙ୍କ ନାମ ମାଗିବା ବଡ ଉତ୍ତମ ଅଟେ।
ਦੇਖਹੁ ਪਸਾਰਿ ਨੈਨ ਸੁਨਹੁ ਸਾਧੂ ਕੇ ਬੈਨ ਪ੍ਰਾਨਪਤਿ ਚਿਤਿ ਰਾਖੁ ਸਗਲ ਹੈ ਮਰਨਾ ॥ ਰਹਾਉ ॥
ହେ ଭାଇ! ନିଜ ନେତ୍ର ଖୋଲି ଭଲ ଭାବରେ ଦେଖ ଏବଂ ସାଧୁଙ୍କ ଅମୂଲ୍ୟ ବଚନ ଶୁଣ, ନିଜ ପ୍ରାଣର ପତି-ପ୍ରଭୁଙ୍କୁ ନିଜ ହୃଦୟରେ ସ୍ଥାପନ କର, କାରଣ ସମସ୍ତେ କୌଣସି ନା କୌଣସି ଦିନ ଅବଶ୍ୟ ମୃତ୍ୟୁ ପ୍ରାପ୍ତ କରିବେ॥ରୁହ॥
ਚੰਦਨ ਚੋਆ ਰਸ ਭੋਗ ਕਰਤ ਅਨੇਕੈ ਬਿਖਿਆ ਬਿਕਾਰ ਦੇਖੁ ਸਗਲ ਹੈ ਫੀਕੇ ਏਕੈ ਗੋਬਿਦ ਕੋ ਨਾਮੁ ਨੀਕੋ ਕਹਤ ਹੈ ਸਾਧ ਜਨ ॥
ତୁମେ ନିଜ ଶରୀର ଉପରେ ଚନ୍ଦନ ଓ ଅତର ଲଗାଉଛ, ସ୍ଵାଦିଷ୍ଟ ପଦାର୍ଥ ଖାଉଛ ତଥା ଅନେକ ବିକାର ଭୋଗ କରୁଛ, ଦେଖ, ଏହି ସବୁ ରସ ଫିକା ଅଟେ, ସାଧୁଜନ କହନ୍ତି ଯେ ପରମାତ୍ମାଙ୍କ ନାମ ହିଁ ସର୍ବୋତ୍ତମ ଅଟେ।
ਤਨੁ ਧਨੁ ਆਪਨ ਥਾਪਿਓ ਹਰਿ ਜਪੁ ਨ ਨਿਮਖ ਜਾਪਿਓ ਅਰਥੁ ਦ੍ਰਬੁ ਦੇਖੁ ਕਛੁ ਸੰਗਿ ਨਾਹੀ ਚਲਨਾ ॥੧॥
ତୁମେ ନିଜର ଶରୀର ଓ ଧନକୁ ନିଜର ଭାବୁଛ ଏବଂ ଭଗବାନଙ୍କ ଭଜନ ଓ ସ୍ମରଣ ଏକ କ୍ଷଣ ପାଇଁ ମଢୟୁ କରୁ ନାହଁ, ଦେଖ, ଏହି ଧନ ସମ୍ପତ୍ତି ଏବଂ ଦୌଲତ କିଛି ତୋର ସାଥିରେ ଜୀବ ନାହିଁ॥1॥
ਜਾ ਕੋ ਰੇ ਕਰਮੁ ਭਲਾ ਤਿਨਿ ਓਟ ਗਹੀ ਸੰਤ ਪਲਾ ਤਿਨ ਨਾਹੀ ਰੇ ਜਮੁ ਸੰਤਾਵੈ ਸਾਧੂ ਕੀ ਸੰਗਨਾ ॥
ଯେଉଁ ମନୁଷ୍ୟର ଉତ୍ତମ ଭାଗ୍ୟ ଅଛି, ସେ ସନ୍ଥଙ୍କ ଶରଣ ନେଇଥାଏ, ସନ୍ଥଙ୍କ ସଙ୍ଗତି କରିବା ଦ୍ଵାରା ମୃତ୍ୟୁ କଦାପି ପୀଡିତ କରେ ନାହିଁ।
ਪਾਇਓ ਰੇ ਪਰਮ ਨਿਧਾਨੁ ਮਿਟਿਓ ਹੈ ਅਭਿਮਾਨੁ ਏਕੈ ਨਿਰੰਕਾਰ ਨਾਨਕ ਮਨੁ ਲਗਨਾ ॥੨॥੨॥੩੦॥
ହେ ନାନକ! ସେ ନାମ ରୂପୀ ପରମ ଖଜଣା ପ୍ରାପ୍ତ କରି ନେଇଛି, ତାହାର ଅଭିମାନ ଦୂର ହୋଇ ଯାଇଛି ଆଉ ମନ ଏକ ନିରାକାର ପ୍ରଭୁଙ୍କ ସହିତ ଲାଗି ଯାଇଛି ||2||2||30||