Odia Page 680

ਠਾਕੁਰੁ ਗਾਈਐ ਆਤਮ ਰੰਗਿ ॥
ଆତ୍ମାର ଭାବ ସହିତ ଜଗତର ଠାକୁର ପରମାତ୍ମାଙ୍କ ସ୍ତୁତିଗାନ କରିବା ଉଚିତ।     

ਸਰਣੀ ਪਾਵਨ ਨਾਮ ਧਿਆਵਨ ਸਹਜਿ ਸਮਾਵਨ ਸੰਗਿ ॥੧॥ ਰਹਾਉ ॥
ତାହାଙ୍କ ସ୍ମରଣ ଓ ଶରଣ ନେବା ଦ୍ଵାରା ମନୁଷ୍ୟ ସ୍ଵାଭାବିକ ଭାବରେ ତାହାଙ୍କ ସହିତ ରହିଥାଏ॥1॥ରୁହ॥        

ਜਨ ਕੇ ਚਰਨ ਵਸਹਿ ਮੇਰੈ ਹੀਅਰੈ ਸੰਗਿ ਪੁਨੀਤਾ ਦੇਹੀ ॥
ଭଗବାନଙ୍କ ଭକ୍ତଙ୍କ ଚରଣ ମୋର ହୃଦୟରେ ନିବାସ କରିଥାଏ ଆଉ ତାହାଙ୍କ ସଙ୍ଗତି କରିବା ଦ୍ଵାରା ମୋର ତନ ପବିତ୍ର ହୋଇ ଯାଇଛି।         

ਜਨ ਕੀ ਧੂਰਿ ਦੇਹੁ ਕਿਰਪਾ ਨਿਧਿ ਨਾਨਕ ਕੈ ਸੁਖੁ ਏਹੀ ॥੨॥੪॥੩੫॥
ହେ କୃପାର ଭଣ୍ଡାର! ନାନକଙ୍କ ପାଇଁ ଏହା ପରମ ସୁଖ ଯେ ତାହାଙ୍କୁ ନିଜ ଭକ୍ତଙ୍କ ଚରଣ-ଧୂଳି ପ୍ରଦାନ କର ||2||4||35||         

ਧਨਾਸਰੀ ਮਹਲਾ ੫ ॥
ଧନାସରୀ ମହଲା 5 ॥

ਜਤਨ ਕਰੈ ਮਾਨੁਖ ਡਹਕਾਵੈ ਓਹੁ ਅੰਤਰਜਾਮੀ ਜਾਨੈ ॥
ଲୋଭୀ ମନୁଷ୍ୟ ଅନେକ ପ୍ରୟାସ କରିଥାଏ ଏବଂ ଅନ୍ୟ ଲୋକଙ୍କ ସହିତ ବଡ ଛଳ କପଟ କରିଥାଏ, ପରନ୍ତୁ ଅନ୍ତର୍ଯାମୀ ଇଶ୍ଵର ସବୁକିଛି ଜାଣିଥାନ୍ତି।

ਪਾਪ ਕਰੇ ਕਰਿ ਮੂਕਰਿ ਪਾਵੈ ਭੇਖ ਕਰੈ ਨਿਰਬਾਨੈ ॥੧॥
ମନୁଷ୍ୟ ତ୍ୟାଗୀ ସାଧୁ ଭଳି ବେଶ ରଖିଥାଏ, କିନ୍ତୁ ସେ ବହୁତ ପାପ କରିଥାଏ ଓ ଏହାକୁ ଅସ୍ଵୀକାର କରିଥାଏ॥1॥     

ਜਾਨਤ ਦੂਰਿ ਤੁਮਹਿ ਪ੍ਰਭ ਨੇਰਿ ॥
ହେ ପ୍ରଭୁ! ତୁ ସବୁ ଜୀବଙ୍କ ନିକଟରେ ରହୁ, ପରନ୍ତୁ ସେ ତୋତେ କେତେ ଦୂର ଭାବୁଥାଏ।     

ਉਤ ਤਾਕੈ ਉਤ ਤੇ ਉਤ ਪੇਖੈ ਆਵੈ ਲੋਭੀ ਫੇਰਿ ॥ ਰਹਾਉ ॥
ଲୋଭୀ ମନୁଷ୍ୟ ଏଣେ ତେଣେ ଦେଖିଥାଏ ଓ ଦଉଡୁଥାଏ ଏବଂ ଧନ-ଦୌଲତ ଚକ୍ରରେ ଫସି ରହିଥାଏ॥ରୁହ॥        

ਜਬ ਲਗੁ ਤੁਟੈ ਨਾਹੀ ਮਨ ਭਰਮਾ ਤਬ ਲਗੁ ਮੁਕਤੁ ਨ ਕੋਈ ॥
ଯେ ପର୍ଯ୍ୟନ୍ତ ମନୁଷ୍ୟର ଭ୍ରମ ନାଶ ହୁଏନାହିଁ, ସେ ପର୍ଯ୍ୟନ୍ତ  କେହି ମଧ୍ୟ ମାୟାର ବନ୍ଧନରୁ ମୁକ୍ତ ହୁଏନାହିଁ।          

ਕਹੁ ਨਾਨਕ ਦਇਆਲ ਸੁਆਮੀ ਸੰਤੁ ਭਗਤੁ ਜਨੁ ਸੋਈ ॥੨॥੫॥੩੬॥
ହେ ନାନକ! ଯାହା ଉପରେ ସୃଷ୍ଟିର ସ୍ଵାମୀ ଦୟାଳୁ ହୋଇଯାନ୍ତି, ବାସ୍ତବରେ ସେ ହିଁ ସନ୍ଥ ଓ ସେ ହିଁ ଭକ୍ତ ଅଟେନ୍ତି। ||2||5||36||       

ਧਨਾਸਰੀ ਮਹਲਾ ੫ ॥
ଧନାସରୀ ମହଲା 5 ॥

ਨਾਮੁ ਗੁਰਿ ਦੀਓ ਹੈ ਅਪੁਨੈ ਜਾ ਕੈ ਮਸਤਕਿ ਕਰਮਾ ॥\
ଯାହାର କପାଳରେ ଉତ୍ତମ ଭାଗ୍ୟ ଅଛି, ଗୁରୁ ନିଜେ ସେହି ସେବକକୁ ନାମ ପ୍ରଦାନ କରିଛନ୍ତି।    

ਨਾਮੁ ਦ੍ਰਿੜਾਵੈ ਨਾਮੁ ਜਪਾਵੈ ਤਾ ਕਾ ਜੁਗ ਮਹਿ ਧਰਮਾ ॥੧॥
ଏହି ଯୁଗରେ ଗୁରୁଙ୍କ ଏହି ଧର୍ମ ଯେ ସେ ନିଜ ସେବକକୁ ନାମର ଜପ କରାଇ ଥାଆନ୍ତି ଏବଂ ନାମ ହିଁ ତାହାର ମନରେ ଦୃଢ କରିଥାନ୍ତି॥1॥          

ਜਨ ਕਉ ਨਾਮੁ ਵਡਾਈ ਸੋਭ ॥
ପ୍ରଭୁଙ୍କ ଦାସ ପାଇଁ ନାମ ହିଁ ତାହାଙ୍କ ବଡିମା ଅଟେ ଆଉ ନାମ ହିଁ ତାହାଙ୍କ ଶୋଭା ଅଟେ।     

ਨਾਮੋ ਗਤਿ ਨਾਮੋ ਪਤਿ ਜਨ ਕੀ ਮਾਨੈ ਜੋ ਜੋ ਹੋਗ ॥੧॥ ਰਹਾਉ ॥
ପରମାତ୍ମାଙ୍କ ନାମ ହିଁ ତାହାର ମୁକ୍ତି ଆଉ ନାମ ହିଁ ତାହାର ସମ୍ମାନ ଅଟେ, ଯାହାକିଛି ଈଶ୍ବରଙ୍କ ଇଚ୍ଛାରେ ହୋଇଥାଏ , ସେ ତାହାକୁ ଭଲ  ଭାବିଥାଏ॥1॥ରୁହ॥

ਨਾਮ ਧਨੁ ਜਿਸੁ ਜਨ ਕੈ ਪਾਲੈ ਸੋਈ ਪੂਰਾ ਸਾਹਾ ॥
ଯେଉଁ ବ୍ୟକ୍ତିର ପାଖରେ ନାମ ଧନ ଅଛି, ସେ ପୂର୍ଣ୍ଣ ସାହୁକାର ଅଟେ।        

ਨਾਮੁ ਬਿਉਹਾਰਾ ਨਾਨਕ ਆਧਾਰਾ ਨਾਮੁ ਪਰਾਪਤਿ ਲਾਹਾ ॥੨॥੬॥੩੭॥
ହେ ନାନକ! ପ୍ରଭୁଙ୍କ ନାମ ହିଁ ସେହି ମନୁଷ୍ୟର ବ୍ୟବସାୟ ଅଟେ, ନାମ ହିଁ ତାହାର ସାହାରା ଅଟେ ଆଉ ସେ ନାମ ରୂପୀ ଲାଭ ହିଁ ପ୍ରାପ୍ତ କରିଥାଏ||2||6||37||             

ਮਹਲਾ ੫ ॥
ଧନାସରୀ ମହଲା 5 ॥

ਨੇਤ੍ਰ ਪੁਨੀਤ ਭਏ ਦਰਸ ਪੇਖੇ ਮਾਥੈ ਪਰਉ ਰਵਾਲ ॥
ଭଗବାନଙ୍କ ଦର୍ଶନ କରି ମୋର ନେତ୍ର ପବିତ୍ର ହୋଇ ଯାଇଛି, ମୋର ମୋର କପାଳରେ ତାହାଙ୍କ ଚରଣ-ଧୂଳି ରହିଛି।    

ਰਸਿ ਰਸਿ ਗੁਣ ਗਾਵਉ ਠਾਕੁਰ ਕੇ ਮੋਰੈ ਹਿਰਦੈ ਬਸਹੁ ਗੋਪਾਲ ॥੧॥
ହେ ଗୋପାଳ! ମୋର ହୃଦୟରେ ବାସ କର, ମୁଁ ଠାକୁରଙ୍କ ହିଁ ଗୁଣଗାନା କରିଥାଏ॥1॥              

ਤੁਮ ਤਉ ਰਾਖਨਹਾਰ ਦਇਆਲ ॥
ହେ ଦୟାଳୁ ପରମେଶ୍ଵର! ତୁମେ ସବୁଙ୍କ ରକ୍ଷାକାରୀ ଅଟ।          

ਸੁੰਦਰ ਸੁਘਰ ਬੇਅੰਤ ਪਿਤਾ ਪ੍ਰਭ ਹੋਹੁ ਪ੍ਰਭੂ ਕਿਰਪਾਲ ॥੧॥ ਰਹਾਉ ॥
ହେ ମୋର ପ୍ରଭୁ-ପିତା! ତୁମେ ବଡ ସୁନ୍ଦର, ଚତୁର ଏବଂ ଅନନ୍ତ ଅଟ, ମୋ’ ଉପରେ ମଧ୍ୟ କୃପାଳୁ ହୁଅ॥1॥ରୁହ॥                   

ਮਹਾ ਅਨੰਦ ਮੰਗਲ ਰੂਪ ਤੁਮਰੇ ਬਚਨ ਅਨੂਪ ਰਸਾਲ ॥
ହେ ମହାଆନନ୍ଦ ଓ ପ୍ରସନ୍ନତାର ରୂପ! ତୁମର ବାଣୀ ବଡ ଅନୁପ ଓ ଅମୃତର ଘର ଅଟେ।         

ਹਿਰਦੈ ਚਰਣ ਸਬਦੁ ਸਤਿਗੁਰ ਕੋ ਨਾਨਕ ਬਾਂਧਿਓ ਪਾਲ ॥੨॥੭॥੩੮॥
ହେ ନାନକ! ମୋର ହୃଦୟରେ ଭଗବାନଙ୍କ ଚରଣ କମଳ ସ୍ଥାପିତ ହୋଇଛି ଆଉ ମୁଁ ଗୁରୁଙ୍କ ଶବ୍ଦ ନିଜ ଠାରେ ବାନ୍ଧି ରଖିଛି ||2||7||38||            

ਧਨਾਸਰੀ ਮਹਲਾ ੫ ॥
ଧନାସରୀ ମହଲା 5 ॥

ਅਪਨੀ ਉਕਤਿ ਖਲਾਵੈ ਭੋਜਨ ਅਪਨੀ ਉਕਤਿ ਖੇਲਾਵੈ ॥
ନିଜ ଯୁକ୍ତି ଦ୍ଵାରା ହିଁ ଭଗବାନ ଆମକୁ ଭୋଜନ ଦିଅନ୍ତି ଆଉ ନିଜ ଯୁକ୍ତିରେ ହିଁ ଆମକୁ ଜୀବନର ଖେଳ ଖେଳାଇ ଥାଆନ୍ତି।       

ਸਰਬ ਸੂਖ ਭੋਗ ਰਸ ਦੇਵੈ ਮਨ ਹੀ ਨਾਲਿ ਸਮਾਵੈ ॥੧॥
ସେ ଆମକୁ ସବୁ ସୁଖ ଓ ସ୍ଵାଦିଷ୍ଟ ଭୋଜନ ଦେଇଥାନ୍ତି ଆଉ ଆମର ମନରେ ହି ରହିଥାନ୍ତି॥1॥                   

ਹਮਰੇ ਪਿਤਾ ਗੋਪਾਲ ਦਇਆਲ ॥
ଦୟାର ଘର ପରମେଶ୍ଵର ଆମର ପିତା ଅଟନ୍ତି। 

ਜਿਉ ਰਾਖੈ ਮਹਤਾਰੀ ਬਾਰਿਕ ਕਉ ਤੈਸੇ ਹੀ ਪ੍ਰਭ ਪਾਲ ॥੧॥ ਰਹਾਉ ॥
ଯେପରି ମାତା ନିଜ ସନ୍ତାନର ପାଳନ କରିଥାଏ, ସେପରି ହିଁ ପ୍ରଭୁ ଆମର ପାଳନ-ପୋଷଣ କରିଥାନ୍ତି॥1॥ରୁହ॥ 

ਮੀਤ ਸਾਜਨ ਸਰਬ ਗੁਣ ਨਾਇਕ ਸਦਾ ਸਲਾਮਤਿ ਦੇਵਾ ॥
ହେ ଗୁରୁଦେବ ପ୍ରଭୁ! ତୁ ସଚ୍ଚା ମିତ୍ର ଏବଂ ସଜ୍ଜନ ଅଟୁ, ତୁ ହିଁ ଗୁଣର ମାଲିକ ଅଟୁ ଆଉ ତୁ ସଦା ଶାଶ୍ଵତ ରୂପ ଅଟୁ।                    

ਈਤ ਊਤ ਜਤ ਕਤ ਤਤ ਤੁਮ ਹੀ ਮਿਲੈ ਨਾਨਕ ਸੰਤ ਸੇਵਾ ॥੨॥੮॥੩੯॥
ଲୋକ ପରଲୋକରେ ଯେଉଁଠି ମଧ୍ୟ ଆମେ ବିଦ୍ୟମାନ, ହେ ନାନକ! ଇଶ୍ଵର ସନ୍ଥଙ୍କ ନିଷ୍କାମ ସେବା କରିବା ଦ୍ଵାରା ହିଁ ମିଳିଥାନ୍ତି ||2||8||39||

ਧਨਾਸਰੀ ਮਹਲਾ ੫ ॥
ଧନାସରୀ ମହଲା 5 ॥

ਸੰਤ ਕ੍ਰਿਪਾਲ ਦਇਆਲ ਦਮੋਦਰ ਕਾਮ ਕ੍ਰੋਧ ਬਿਖੁ ਜਾਰੇ ॥
କୃପାଳୁ ଓ ଦୟାଳୁ ସନ୍ଥ ନିଜ ମନରେ କାମ କ୍ରୋଧର ବିଷକୁ ନାଶ କରିଥାନ୍ତି।            

ਰਾਜੁ ਮਾਲੁ ਜੋਬਨੁ ਤਨੁ ਜੀਅਰਾ ਇਨ ਊਪਰਿ ਲੈ ਬਾਰੇ ॥੧॥
ମୁଁ ନିଜ ରାଜ୍ୟ, ଧନ, ଯୌବନ, ତନ ଏବଂ ପ୍ରାଣ ସବୁ କିଛି ତାହାଙ୍କୁ ସମର୍ପଣ କରି ଦେଇଛି॥1॥ 

ਮਨਿ ਤਨਿ ਰਾਮ ਨਾਮ ਹਿਤਕਾਰੇ ॥
ସେ ନିଜ ତନ ଓ ମନରେ ରାମ ନାମ ସହିତ ହିଁ ପ୍ରେମ କରିଥାନ୍ତି।          

ਸੂਖ ਸਹਜ ਆਨੰਦ ਮੰਗਲ ਸਹਿਤ ਭਵ ਨਿਧਿ ਪਾਰਿ ਉਤਾਰੇ ॥ ਰਹਾਉ ॥
ସେ ସ୍ଵୟଂ ସୁଖ-ଶାନ୍ତି, ଆନନ୍ଦ ଏବଂ ପ୍ରସନ୍ନତା ସହିତ ରହିଥାନ୍ତି, ଅନ୍ୟକୁ ମଧ୍ୟ ଭବ ସାଗରରୁ ପାର କରାଇ ଥାଆନ୍ତି॥ରୁହ॥ 

error: Content is protected !!