ਸਲੋਕੁ ॥
ଶ୍ଳୋକ॥
ਚਿਤਿ ਜਿ ਚਿਤਵਿਆ ਸੋ ਮੈ ਪਾਇਆ ॥
ଯାହା କିଛି ମୁଁ ନିଜ ଚିତ୍ତରେ ଚାହୁଁ ଥିଲି, ତାହା ମୋତେ ମିଳିଯାଇଛି।
ਨਾਨਕ ਨਾਮੁ ਧਿਆਇ ਸੁਖ ਸਬਾਇਆ ॥੪॥
ହେ ନାନକ! ଭଗବାନଙ୍କ ଧ୍ୟାନ କରିବା ଦ୍ଵାରା ମୋତେ ସର୍ବ ସୁଖ ପ୍ରାପ୍ତ ହୋଇ ଯାଇଛି॥4॥
ਛੰਤੁ ॥
ଛନ୍ଦ॥
ਅਬ ਮਨੁ ਛੂਟਿ ਗਇਆ ਸਾਧੂ ਸੰਗਿ ਮਿਲੇ ॥
ସନ୍ଥ-ମହାପୁରୁଷଙ୍କ ପବିତ୍ର ସଙ୍ଗତିରେ ରହି ଏବେ ମୋର ମନ ସଂସାର ବନ୍ଧନରୁ ମୁକ୍ତ ହୋଇଛି।
ਗੁਰਮੁਖਿ ਨਾਮੁ ਲਇਆ ਜੋਤੀ ਜੋਤਿ ਰਲੇ ॥
ଗୁରୁଙ୍କ ସାନ୍ନିଧ୍ୟରେ ରହି ନାମ-ସ୍ମରଣ କରିବା ଦ୍ଵାରା ମୋର ଜ୍ୟୋତି ପରମ-ଜ୍ୟୋତିରେ ବିଲୀନ ହୋଇ ଯାଇଛି।
ਹਰਿ ਨਾਮੁ ਸਿਮਰਤ ਮਿਟੇ ਕਿਲਬਿਖ ਬੁਝੀ ਤਪਤਿ ਅਘਾਨਿਆ ॥
ହରି- ନାମ-ସ୍ମରଣ କରିବା ଦ୍ଵାରା ସବୁ କ୍ଲେଶ-ପାପ ଦୂର ହୋଇ ଯାଇଛି, ତୃଷ୍ଣାଗ୍ନି ମେଣ୍ଟି ଯାଇଛି ଆଉ ମୁଁ ତୃପ୍ତ ହୋଇ ଯାଇଛି।
ਗਹਿ ਭੁਜਾ ਲੀਨੇ ਦਇਆ ਕੀਨੇ ਆਪਨੇ ਕਰਿ ਮਾਨਿਆ ॥
ଭଗବାନ ଦୟା କରି ମୋତେ ବାହୁ ଧରି ନିଜର ବନାଇଛନ୍ତି।
ਲੈ ਅੰਕਿ ਲਾਏ ਹਰਿ ਮਿਲਾਏ ਜਨਮ ਮਰਣਾ ਦੁਖ ਜਲੇ ॥
ଗୁରୁ ମୋତେ ନିଜ ଗଳାରେ ଲଗାଇ ଭଗବାନଙ୍କ ସାଥିରେ ମିଳନ କରାଇଛନ୍ତି, ଯାହା ଦ୍ଵାରା ମୋର ଜନ୍ମ-ମରଣର ଦୁଃଖ ନଷ୍ଟ ହୋଇ ଯାଇଛି।
ਬਿਨਵੰਤਿ ਨਾਨਕ ਦਇਆ ਧਾਰੀ ਮੇਲਿ ਲੀਨੇ ਇਕ ਪਲੇ ॥੪॥੨॥
ନାନକ ଏହି ପ୍ରାର୍ଥନା କରନ୍ତି ଯେ ଭଗବାନ ତାହାଙ୍କ ଉପରେ ବଡ ଦୟା କରିଛନ୍ତି ଆଉ ଏକ କ୍ଷଣରେ ହିଁ ମୋତେ ନିଜ ସାଥିରେ
ମିଳନକରାଇଛନ୍ତି||4||2||
ਜੈਤਸਰੀ ਛੰਤ ਮਃ ੫ ॥
ଜୈତସରୀ ଛନ୍ତ ମହଲା 5 ॥
ਪਾਧਾਣੂ ਸੰਸਾਰੁ ਗਾਰਬਿ ਅਟਿਆ ॥
ଏହି ସଂସାରରେ ଲୋକମାନେ ଏକ ପଥଚାରୀ ଅଟନ୍ତି, ତଥାପି ସେମାନେ ଅହଂକାରରେ ଭରି ରହିଛନ୍ତି।
ਕਰਤੇ ਪਾਪ ਅਨੇਕ ਮਾਇਆ ਰੰਗ ਰਟਿਆ ॥
ସେମାନେ ମାୟାର ରଙ୍ଗରେ ମଗ୍ନ ହୋଇ ଜୀବନରେ ଅନେକ ପାପ କର୍ମ କରିଥାନ୍ତି ଏବଂ
ਲੋਭਿ ਮੋਹਿ ਅਭਿਮਾਨਿ ਬੂਡੇ ਮਰਣੁ ਚੀਤਿ ਨ ਆਵਏ ॥
ଲୋଭ, ମୋହରେ ବୁଡୁଥିବା ଲୋକଙ୍କୁ ମୃତ୍ୟୁ ସ୍ମରଣରେ ଆସେ ନାହିଁ।
ਪੁਤ੍ਰ ਮਿਤ੍ਰ ਬਿਉਹਾਰ ਬਨਿਤਾ ਏਹ ਕਰਤ ਬਿਹਾਵਏ ॥
ନିଜ ପୁତ୍ର, ମିତ୍ର ଏବଂ ଧର୍ମପତ୍ନୀର ମୋହରେ କାର୍ଯ୍ୟ କରି ତାହାଙ୍କ ସବୁ ଆୟୁ ବିତିଯାଏ।
ਪੁਜਿ ਦਿਵਸ ਆਏ ਲਿਖੇ ਮਾਏ ਦੁਖੁ ਧਰਮ ਦੂਤਹ ਡਿਠਿਆ ॥
ହେ ମାତା! ଜୀବନରେ ଲେଖା ହୋଇଥିବା ଦିନ ପୁରା ହୋଇ ଯାଇଛି, ଯମରାଜଙ୍କ ଦୂତକୁ ଦେଖି ସେମାନେ ଦୁଃଖୀ ହୋଇଥାନ୍ତି।
ਕਿਰਤ ਕਰਮ ਨ ਮਿਟੈ ਨਾਨਕ ਹਰਿ ਨਾਮ ਧਨੁ ਨਹੀ ਖਟਿਆ ॥੧॥
ହେ ନାନକ! ନିଜ ଜୀବନରେ ସେମାନେ ହରିନାମ ରୂପୀ ଧନ ସଞ୍ଚୟ କରି ନାହାନ୍ତି, ଯାହା ଫଳରେ ତାହାଙ୍କ କୃତ କର୍ମର ଫଳ ଦୂର ହୋଇ ପାରିବ ନାହିଁ॥1॥
ਉਦਮ ਕਰਹਿ ਅਨੇਕ ਹਰਿ ਨਾਮੁ ਨ ਗਾਵਹੀ ॥
ମନୁଷ୍ୟ ନିଜ ଜୀବନରେ ଅନେକ ଉଦ୍ୟମ କରିଥାଏ, କିନ୍ତୁ ଭଗବାନଙ୍କ ନାମକୁ ସେ ସ୍ମରଣ କରେ ନାହିଁ।
ਭਰਮਹਿ ਜੋਨਿ ਅਸੰਖ ਮਰਿ ਜਨਮਹਿ ਆਵਹੀ ॥
ଏଥିପାଇଁ ସେ ଅଗଣିତ ଯୋନିରେ ପଥଭ୍ରଷ୍ଟ ରହିଥାଏ, ଜନ୍ମ-ମରଣରେ ଫସି ପୁନଃ ପୁନଃ ସଂସାରରେ ଜନ୍ମ ହୋଇ ମରିଥାଏ।
ਪਸੂ ਪੰਖੀ ਸੈਲ ਤਰਵਰ ਗਣਤ ਕਛੂ ਨ ਆਵਏ ॥
ସେ ପଶୁ, ପକ୍ଷୀ, ପଥର ଏବଂ ଗଛର ଯୋନିରେ ପଡିଥାଏ, ଯାହାର ଗଣତି କରାଯାଇ ପାରିବ ନାହିଁ।
ਬੀਜੁ ਬੋਵਸਿ ਭੋਗ ਭੋਗਹਿ ਕੀਆ ਅਪਣਾ ਪਾਵਏ ॥
ମନୁଷ୍ୟ ନିଜ କର୍ମର ଯେପରି ବୀଜ ବୁଣିଥାଏ, ସେପରି ଫଳ ତାହାକୁ ପ୍ରାପ୍ତ ହୋଇଥାଏ, ସେ ନିଜେ କରିଥିବା କର୍ମର ଫଳ ଭୋଗିଥାଏ।
ਰਤਨ ਜਨਮੁ ਹਾਰੰਤ ਜੂਐ ਪ੍ਰਭੂ ਆਪਿ ਨ ਭਾਵਹੀ ॥
ହୀରା ଭଳି ନିଜର ଅମୂଲ୍ୟ ମାନବ ଜନ୍ମ ସେ ଜୁଆରେ ହାରି ଦେଇଥାଏ ଆଉ ସେ ନିଜ ପ୍ରଭୁଙ୍କୁ ଭଲ ଲାଗି ନଥାଏ।
ਬਿਨਵੰਤਿ ਨਾਨਕ ਭਰਮਹਿ ਭ੍ਰਮਾਏ ਖਿਨੁ ਏਕੁ ਟਿਕਣੁ ਨ ਪਾਵਹੀ ॥੨॥
ନାନକ ଏହି ପ୍ରାର୍ଥନା କରନ୍ତି ଯେ ହେ ପ୍ରଭୁ! ଏହି ଜୀବ ଦ୍ଵିଧାରେ ପଡି ପଥଭ୍ରଷ୍ଟ ରହିଥାଏ ଏବଂ ଏକ କ୍ଷଣ ପାଇଁ ମଧ୍ୟ ତାହାକୁ ସୁଖର ଠିକଣା ମିଳେନାହିଁ॥2॥
ਜੋਬਨੁ ਗਇਆ ਬਿਤੀਤਿ ਜਰੁ ਮਲਿ ਬੈਠੀਆ ॥
ମନୁଷ୍ୟର ସୁନ୍ଦର ଯୌବନ ଅତିବାହିତ ହୋଇ ଯାଇଛି ଏବଂ ତାହାଙ୍କ ଶରୀରକୁ ବାର୍ଦ୍ଧକ୍ୟ ଅକ୍ତିଆର କରି ଦେଇଛି।
ਕਰ ਕੰਪਹਿ ਸਿਰੁ ਡੋਲ ਨੈਣ ਨ ਡੀਠਿਆ ॥
ବାର୍ଦ୍ଧକ୍ୟ କାରଣରୁ ତାହାର ହାତ କମ୍ପିଥାଏ, ମୁଣ୍ଡ ଦୋହଲିଥାଏ ଆଉ ଆଖିକୁ ଭଲ ଦେଖାଯାଏ ନାହିଁ।
ਨਹ ਨੈਣ ਦੀਸੈ ਬਿਨੁ ਭਜਨ ਈਸੈ ਛੋਡਿ ਮਾਇਆ ਚਾਲਿਆ ॥
ଈଶ୍ଵରଙ୍କ ଭଜନ ବିନା ସେ ନିଜର ଧନ ଛାଡି ଚାଲି ଯାଇଥାଏ।
ਕਹਿਆ ਨ ਮਾਨਹਿ ਸਿਰਿ ਖਾਕੁ ਛਾਨਹਿ ਜਿਨ ਸੰਗਿ ਮਨੁ ਤਨੁ ਜਾਲਿਆ ॥
ଯେଉଁ ପରିଜନ ପାଇଁ ନିଜର ତନ-ମନ ଜାଳି ଦେଇଥାଏ, ସେ ତାହାର ଆଜ୍ଞା ପାଳନ କରେ ନାହିଁ, ଅର୍ଥାତ ତାହାକୁ ଅପମାନିତ କରିଥାଏ।
ਸ੍ਰੀਰਾਮ ਰੰਗ ਅਪਾਰ ਪੂਰਨ ਨਹ ਨਿਮਖ ਮਨ ਮਹਿ ਵੂਠਿਆ ॥
ଭଗବାନଙ୍କ ପୂର୍ଣ୍ଣ ଓ ଅପାର ପ୍ରେମ ରଙ୍ଗ ଏକ କ୍ଷଣ ପାଇଁ ତାହାର ମନରେ ନିବାସ କରିପାରି ନାହିଁ।
ਬਿਨਵੰਤਿ ਨਾਨਕ ਕੋਟਿ ਕਾਗਰ ਬਿਨਸ ਬਾਰ ਨ ਝੂਠਿਆ ॥੩॥
ନାନକ ଏହି ପ୍ରାର୍ଥନା କରନ୍ତି ଯେ ଯେପରି କୋଟି କୋଟି କାଗଜ ଏକ କ୍ଷଣରେ ପୋଡି ପାଉଁଶ ହୋଇଯାଏ, ସେପରି ହିଁ ଦେହର ନାଶ ହେବାରେ ଅଧିକ ବିଳମ୍ବ ହୁଏନାହିଁ॥3॥
ਚਰਨ ਕਮਲ ਸਰਣਾਇ ਨਾਨਕੁ ਆਇਆ ॥
ନାନକ ପରମେଶ୍ଵରଙ୍କ ଚରଣ-କମଳରେ ଆସିଛନ୍ତି।
ਦੁਤਰੁ ਭੈ ਸੰਸਾਰੁ ਪ੍ਰਭਿ ਆਪਿ ਤਰਾਇਆ ॥
ଏହି ଭୟାନକ ସଂସାର-ସାଗରରୁ ମୋତେ ସ୍ଵୟଂ ହିଁ ପାର କରିଛନ୍ତି।
ਮਿਲਿ ਸਾਧਸੰਗੇ ਭਜੇ ਸ੍ਰੀਧਰ ਕਰਿ ਅੰਗੁ ਪ੍ਰਭ ਜੀ ਤਾਰਿਆ ॥
ସନଥଙ୍କ ପବିତ୍ର ସଙ୍ଗତିରେ ଭଜନ କରିବା ଦ୍ଵାରା ପ୍ରଭୁ ମୋର ପକ୍ଷ ନେଇ ମୋତେ ଭବସାଗରରୁ ପାର କରାଇଛନ୍ତି।
ਹਰਿ ਮਾਨਿ ਲੀਏ ਨਾਮ ਦੀਏ ਅਵਰੁ ਕਛੁ ਨ ਬੀਚਾਰਿਆ ॥
ଭଗବାନ ମୋତେ ସ୍ଵୀକାର କରି ମୋତେ ନାମ ପ୍ରଦାନ କରିଛନ୍ତି ଆଉ କୌଣସି ଗୁଣ-ଅବଗୁଣ ଆଡେ ଧ୍ୟାନ ଦେଇନାହାନ୍ତି।
ਗੁਣ ਨਿਧਾਨ ਅਪਾਰ ਠਾਕੁਰ ਮਨਿ ਲੋੜੀਦਾ ਪਾਇਆ ॥
ମୁଁ ଗୁଣର ଭଣ୍ଡାର, ଅପରାମ୍ପର ଏବଂ ମନୋବାଞ୍ଚିତ ଠାକୁରଙ୍କୁ ପାଇଛି।
ਬਿਨਵੰਤਿ ਨਾਨਕੁ ਸਦਾ ਤ੍ਰਿਪਤੇ ਹਰਿ ਨਾਮੁ ਭੋਜਨੁ ਖਾਇਆ ॥੪॥੨॥੩॥
ନାନକ ଏହି ପ୍ରାର୍ଥନା କରନ୍ତି ଯେ ହରିନାମ ରୂପୀ ଭିଜନ ଖାଇବା ଦ୍ଵାରା ସବୁଦିନ ପାଇଁ ତୃପ୍ତ ହୋଇ ଯାଇଛି ||4||2||3||
ਜੈਤਸਰੀ ਮਹਲਾ ੫ ਵਾਰ ਸਲੋਕਾ ਨਾਲਿ
ଜୈତସରୀ ମହଲା 5 ୱାର ଶ୍ଳୋକ ନାଲି
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਸਲੋਕ ॥
ଶ୍ଳୋକ॥
ਆਦਿ ਪੂਰਨ ਮਧਿ ਪੂਰਨ ਅੰਤਿ ਪੂਰਨ ਪਰਮੇਸੁਰਹ ॥
ଯିଏ ସୃଷ୍ଟିର ରଚନା ପୂର୍ବରୁ ସର୍ବବ୍ୟାପକ ଥିଲେ, ବର୍ତ୍ତମାନ ମଧ୍ୟ ବିଦ୍ୟମାନ ଅଛନ୍ତି ଆଉ ସୃଷ୍ଟିର ଅନ୍ତ କାଳରେ ମଧ୍ୟ ରହିବେ
ਸਿਮਰੰਤਿ ਸੰਤ ਸਰਬਤ੍ਰ ਰਮਣੰ ਨਾਨਕ ਅਘਨਾਸਨ ਜਗਦੀਸੁਰਹ ॥੧॥
ସବୁ ସନ୍ଥ ମହାତ୍ମା ସେହି ସର୍ବତ୍ର ରମଣ କରିବା ବାଲା ପରମେଶ୍ଵରଙ୍କ ହିଁ ସ୍ମରଣ କରିଥାନ୍ତି, ହେ ନାନକ! ସେହି ଜଗଦୀଶ୍ଵର ସବୁ ପାପର ହରଣ କରିବା ବାଲା ଅଟନ୍ତି॥1॥