ਹੋਇ ਪਵਿਤ੍ਰ ਸਰੀਰੁ ਚਰਨਾ ਧੂਰੀਐ ॥
ତୋର ଚରଣ-ଧୂଳି ମିଳିଲେ ମୋର ଏହି ଶରୀର ପବିତ୍ର ହୋଇ ପାରିବ।
ਪਾਰਬ੍ਰਹਮ ਗੁਰਦੇਵ ਸਦਾ ਹਜੂਰੀਐ ॥੧੩॥
ହେ ପରଂବ୍ରହ୍ମ, ହେ ଗୁରୁଦେବ! କୃପା କର, ଯେପରି ମୁଁ ସର୍ବଦା ତୋର ଉପାସନା କରି ପାରିବି॥13॥
ਸਲੋਕ ॥
ଶ୍ଳୋକ॥
ਰਸਨਾ ਉਚਰੰਤਿ ਨਾਮੰ ਸ੍ਰਵਣੰ ਸੁਨੰਤਿ ਸਬਦ ਅੰਮ੍ਰਿਤਹ ॥
ଯିଏ ନିଜ ଜିହ୍ଵାରେ ପରମେଶ୍ଵରଙ୍କ ନାମ ଉଚ୍ଚାରଣ କରିଥାଏ, ନିଜ କାନରେ ଅମୃତ ଶବ୍ଦ ଶୁଣିଥାଏ,
ਨਾਨਕ ਤਿਨ ਸਦ ਬਲਿਹਾਰੰ ਜਿਨਾ ਧਿਆਨੁ ਪਾਰਬ੍ਰਹਮਣਹ ॥੧॥
ହେ ନାନକ! ମୁଁ ତାହାଙ୍କ ପ୍ରତି ସଦା ସମର୍ପିତ ଅଟେ, 1ଯାହାର ଧ୍ୟାନ ପରଂବ୍ରହ୍ମଙ୍କ ଠାରେ ଲାଗି ରହିଥାଏ॥1॥
ਹਭਿ ਕੂੜਾਵੇ ਕੰਮ ਇਕਸੁ ਸਾਈ ਬਾਹਰੇ ॥
ଏକ ପରମାତ୍ମାଙ୍କ ଭକ୍ତି ବିନା ସବୁ କର୍ମ ମିଥ୍ୟା ଅଟେ।
ਨਾਨਕ ਸੇਈ ਧੰਨੁ ਜਿਨਾ ਪਿਰਹੜੀ ਸਚ ਸਿਉ ॥੨॥
ହେ ନାନକ! ସେହି ମନୁଷ୍ୟ ଭାଗ୍ୟବାନ ଅଟେ, ପରମେଶ୍ଵରଙ୍କ ସହିତ ଯାହାର ଅତୁଟ ପ୍ରେମ ରହିଥାଏ॥2॥
ਪਉੜੀ ॥
ପଉଡୀ॥
ਸਦ ਬਲਿਹਾਰੀ ਤਿਨਾ ਜਿ ਸੁਨਤੇ ਹਰਿ ਕਥਾ ॥
ଗୁରୁ ସାହିବର ସନ୍ଦେଶ ଯେ ମୁଁ ସେହି ମହାପୁରୁଷଙ୍କ ପ୍ରତି ସମର୍ପିତ ଅଟେ, ଯିଏ ଯିଏ ହରିକଥା ଶୁଣିଥାନ୍ତି।
ਪੂਰੇ ਤੇ ਪਰਧਾਨ ਨਿਵਾਵਹਿ ਪ੍ਰਭ ਮਥਾ ॥
ଏପରି ମହାନ ଓ ପୂର୍ଣ୍ଣ ଗୁଣବାନ ହିଁ ଭଗବାନଙ୍କ ସମ୍ମୁଖରେ ନିଜ ମସ୍ତକ ନତ କରିଥାଏ।
ਹਰਿ ਜਸੁ ਲਿਖਹਿ ਬੇਅੰਤ ਸੋਹਹਿ ਸੇ ਹਥਾ ॥
ତାହାର ସେହି ହାତ ଅତ୍ୟନ୍ତ ସୁନ୍ଦର ଅଟେ, ଯିଏ ଅନନ୍ତ ହରିଙ୍କ ଯଶ ଲେଖିଥାଏ।
ਚਰਨ ਪੁਨੀਤ ਪਵਿਤ੍ਰ ਚਾਲਹਿ ਪ੍ਰਭ ਪਥਾ ॥
ଯେଉଁ ଚରଣ ପ୍ରଭୁଙ୍କ ମାର୍ଗରେ ଚାଲିଥାଏ, ସେ ବଡ ପବିତ୍ର ହୋଇଥାଏ।
ਸੰਤਾਂ ਸੰਗਿ ਉਧਾਰੁ ਸਗਲਾ ਦੁਖੁ ਲਥਾ ॥੧੪॥
ସନ୍ଥଙ୍କ ସଂଗତି କରିବା ଦ୍ଵାରା ହିଁ ମନୁଷ୍ୟର କଲ୍ୟାଣ ହୋଇଥାଏ ଏବଂ ସବୁ ଦୁଃଖ ଦୂର ହୋଇଯାଏ॥14॥
ਸਲੋਕੁ ॥
ଶ୍ଳୋକ॥
ਭਾਵੀ ਉਦੋਤ ਕਰਣੰ ਹਰਿ ਰਮਣੰ ਸੰਜੋਗ ਪੂਰਨਹ ॥
ପୂର୍ଣ୍ଣ ସଂଯୋଗରୁ ଯେଉଁ ମନୁଷ୍ୟର ଭାଗ୍ୟ ଉଦୟ ହୋଇଥାଏ, ସେ ହିଁ ଭଗବାନଙ୍କ ସ୍ମରଣ କରିଥାଏ।
ਗੋਪਾਲ ਦਰਸ ਭੇਟੰ ਸਫਲ ਨਾਨਕ ਸੋ ਮਹੂਰਤਹ ॥੧॥
ହେ ନାନକ! ସେହି ମୂହୁର୍ତ୍ତ ଫଳଦାୟକ ଓ ଶୁଭ ଅଟେ, ଯେତେବେଳେ ଜଗତ ପାଳକ ପରମେଶ୍ଵରଙ୍କ ଦର୍ଶନ ହୋଇଥାଏ।
ਕੀਮ ਨ ਸਕਾ ਪਾਇ ਸੁਖ ਮਿਤੀ ਹੂ ਬਾਹਰੇ ॥
ସେ ମୋତେ ଆଶା ଠାରୁ ମଧ୍ୟ ଅଧିକ ଅନନ୍ତ ସୁଖ ପ୍ରଦାନ କରିଛନ୍ତି, ଏଣୁ ମୁଁ ତାହାଙ୍କ ମୂଲ୍ୟାଙ୍କନ କରି ପାରିବି ନାହିଁ।
ਨਾਨਕ ਸਾ ਵੇਲੜੀ ਪਰਵਾਣੁ ਜਿਤੁ ਮਿਲੰਦੜੋ ਮਾ ਪਿਰੀ ॥੨॥
ହେ ନାନକ! ତାହା ହିଁ ଶୁଭ ସମୟ ଅଟେ, ଯେତେବେଳେ ମୋତେ ମୋର ପ୍ରିୟ-ପରମେଶ୍ଵର ମିଳିଯାନ୍ତି॥2॥
ਪਉੜੀ ॥
ପଉଡୀ॥
ਸਾ ਵੇਲਾ ਕਹੁ ਕਉਣੁ ਹੈ ਜਿਤੁ ਪ੍ਰਭ ਕਉ ਪਾਈ ॥
କୁହ, ତାହା କେଉଁ ସମୟ, ଯେତେବେଳେ ପ୍ରଭୁଙ୍କ ପ୍ରାପ୍ତି ହୋଇଥାଏ।
ਸੋ ਮੂਰਤੁ ਭਲਾ ਸੰਜੋਗੁ ਹੈ ਜਿਤੁ ਮਿਲੈ ਗੁਸਾਈ ॥
ସେହି ମୂହୁର୍ତ୍ତ ମଧ୍ୟ ଉତ୍ତମ ସଂଯୋଗ ଅଟେ, ଯେତେବେଳେ ପରମେଶ୍ଵର ପ୍ରାପ୍ତ ହୋଇଥାନ୍ତି।
ਆਠ ਪਹਰ ਹਰਿ ਧਿਆਇ ਕੈ ਮਨ ਇਛ ਪੁਜਾਈ ॥
ଆଠ ପ୍ରହର ସେହି ହରିଙ୍କ ସ୍ମରଣ କରିବା ଦ୍ଵାରା ସବୁ ମନୋକାମନା ପୁରା ହୋଇଯାଏ।
ਵਡੈ ਭਾਗਿ ਸਤਸੰਗੁ ਹੋਇ ਨਿਵਿ ਲਾਗਾ ਪਾਈ ॥
ଅହୋଭାଗ୍ୟରୁ ହିଁ ସନ୍ଥଙ୍କ ସଂଗତି ମିଳିଥାଏ ଏବଂ ମୁଁ ନତ ହୋଇ ତାହାଙ୍କ ଚରଣରେ ଲାଗିଥାଏ।
ਮਨਿ ਦਰਸਨ ਕੀ ਪਿਆਸ ਹੈ ਨਾਨਕ ਬਲਿ ਜਾਈ ॥੧੫॥
ହେ ନାନକ! ମୋର ମନରେ ଈଶ୍ବରଙ୍କ ଦର୍ଶନର ତୀବ୍ର ଲାଳସା ଅଛି ଏବଂ ତାହାଙ୍କ ପ୍ରତି ମୁଁ ତନ ମନରେ ସମର୍ପିତ ଅଟେ॥15॥
ਸਲੋਕ ॥
ଶ୍ଳୋକ॥
ਪਤਿਤ ਪੁਨੀਤ ਗੋਬਿੰਦਹ ਸਰਬ ਦੋਖ ਨਿਵਾਰਣਹ ॥
ପତିତକୁ ପବିତ୍ର କରିବା ବାଲା ଗୋବିନ୍ଦ ହିଁ ସର୍ବ ଦୋଷର ନିବାରଣ କରିବା ବାଲା ଅଟନ୍ତି।
ਸਰਣਿ ਸੂਰ ਭਗਵਾਨਹ ਜਪੰਤਿ ਨਾਨਕ ਹਰਿ ਹਰਿ ਹਰੇ ॥੧॥
ହେ ନାନକ! ଯିଏ ‘ହରି-ହରି’ ନାମ-ମନ୍ତ୍ର ଜପ କରିଥାଏ, ଭଗବାନ ତାହାକୁ ଶରଣ ଦେବାରେ ସମର୍ଥ ହୋଇଥାନ୍ତି॥1॥
ਛਡਿਓ ਹਭੁ ਆਪੁ ਲਗੜੋ ਚਰਣਾ ਪਾਸਿ ॥
ହେ ନାନକ! ଯିଏ ନିଜ ଅହଂତ୍ଵକୁ ତ୍ୟାଗ କରି ଚରଣରେ ଲାଗି ଯାଏ,
ਨਠੜੋ ਦੁਖ ਤਾਪੁ ਨਾਨਕ ਪ੍ਰਭੁ ਪੇਖੰਦਿਆ ॥੨॥
ପ୍ରଭୁଙ୍କ ଦର୍ଶନ କରିବା ଦ୍ଵାରା ସେହି ମନୁଷ୍ୟର ସବୁ ଦୁଃଖ ଦୂର ହୋଇଯାଏ॥2॥
ਪਉੜੀ ॥
ପଉଡୀ॥
ਮੇਲਿ ਲੈਹੁ ਦਇਆਲ ਢਹਿ ਪਏ ਦੁਆਰਿਆ ॥
ହେ ଦୟାଳୁ ଇଶ୍ଵର! ମୋତେ ନିଜ ସାଥିରେ ମିଳନ କରାଅ, ମୁଁ ତୋର ଦ୍ଵାରକୁ ଆସିଛି।
ਰਖਿ ਲੇਵਹੁ ਦੀਨ ਦਇਆਲ ਭ੍ਰਮਤ ਬਹੁ ਹਾਰਿਆ ॥
ହେ ଦୀନଦୟାଳୁ! ମୋତେ ବଞ୍ଚାଅ, ମୁଁ ଯୋନି-ଚକ୍ରରେ ପଥଭ୍ରଷ୍ଟ ହୋଇ ବହୁତ ଥକି ଯାଇଛି।
ਭਗਤਿ ਵਛਲੁ ਤੇਰਾ ਬਿਰਦੁ ਹਰਿ ਪਤਿਤ ਉਧਾਰਿਆ ॥
ହେ ହରି! ତୋର କର୍ତ୍ତବ୍ୟ ଭକ୍ତବତ୍ସଳ ଏବଂ ପତିତର କଲ୍ୟାଣ କରିବା ଅଟେ।
ਤੁਝ ਬਿਨੁ ਨਾਹੀ ਕੋਇ ਬਿਨਉ ਮੋਹਿ ਸਾਰਿਆ ॥
ତୋ’ ବିନା ଆଉ କେହି ନାହାନ୍ତି, ଯିଏ ମୋର ବିନତିକୁ ସ୍ଵୀକାର କରିବ।
ਕਰੁ ਗਹਿ ਲੇਹੁ ਦਇਆਲ ਸਾਗਰ ਸੰਸਾਰਿਆ ॥੧੬॥
ହେ ଦୟାଳୁ! ମୋର ହାତ ଧରି ଏହି ସଂସାର ସାଗରରୁ ପର କରାଇ ଦିଅ॥16॥
ਸਲੋਕ ॥
ଶ୍ଳୋକ॥
ਸੰਤ ਉਧਰਣ ਦਇਆਲੰ ਆਸਰੰ ਗੋਪਾਲ ਕੀਰਤਨਹ ॥
ଦୟାଳୁ ପରମେଶ୍ଵର ହିଁ ସନ୍ଥଙ୍କ କଲ୍ୟାଣ କରିବା ବାଲା ଅଟନ୍ତି, ଏଣୁ ସେହି ପ୍ରଭୁଙ୍କ କୀର୍ତ୍ତନ ହିଁ ତାହାଙ୍କ ଏକମାତ୍ର ସାହାରା ଅଟେ।
ਨਿਰਮਲੰ ਸੰਤ ਸੰਗੇਣ ਓਟ ਨਾਨਕ ਪਰਮੇਸੁਰਹ ॥੧॥
ହେ ନାନକ! ସନ୍ଥଙ୍କ ସଙ୍ଗତି କରିବା ଏବଂ ପରମେଶ୍ଵରଙ୍କ ଶରଣରେ ଆସିଲେ ମନୁଷ୍ୟର ମନ ନିର୍ମଳ ହୋଇଯାଏ.1॥
ਚੰਦਨ ਚੰਦੁ ਨ ਸਰਦ ਰੁਤਿ ਮੂਲਿ ਨ ਮਿਟਈ ਘਾਂਮ ॥
ଚନ୍ଦନ ଲେପ ଲଗାଇବା, ଚାନ୍ଦିନୀ ରାତି ଏବଂ ଶରତ ଋତୁରେ ମନର ଜ୍ଵଳନ ଆଦୌ ଦୂର ହୁଏନାହିଁ।
ਸੀਤਲੁ ਥੀਵੈ ਨਾਨਕਾ ਜਪੰਦੜੋ ਹਰਿ ਨਾਮੁ ॥੨॥
ହେ ନାନକ! ହରିନାମର ଜପ କରିବା ଦ୍ଵାରା ମନ ଶୀତଳ ଏବଂ ଶାନ୍ତ ହୋଇଯାଏ॥2॥
ਪਉੜੀ ॥
ପଉଡୀ॥
ਚਰਨ ਕਮਲ ਕੀ ਓਟ ਉਧਰੇ ਸਗਲ ਜਨ ॥
ଭଗବାନଙ୍କ ଚରଣ କମଳର ଶରଣରେ ଆସିଲେ ହିଁ ସମସ୍ତ ଭକ୍ତଙ୍କ କଲ୍ୟାଣ ହୋଇଥାଏ।
ਸੁਣਿ ਪਰਤਾਪੁ ਗੋਵਿੰਦ ਨਿਰਭਉ ਭਏ ਮਨ ॥
ଗୋବିନ୍ଦଙ୍କ ଯଶ ଶୁଣିବା ଦ୍ଵାରା ତାହାର ମନ ନିର୍ଭୀକ ହୋଇଯାଏ।
ਤੋਟਿ ਨ ਆਵੈ ਮੂਲਿ ਸੰਚਿਆ ਨਾਮੁ ਧਨ ॥
ନାମ ରୂପୀ ଧନ ସଞ୍ଚିତ କରିବା ଦ୍ଵାରା ଜୀବନରେ କୌଣସି ପ୍ରକାର ପଦାର୍ଥର ଅଭାବ ରହେ ନାହିଁ।
ਸੰਤ ਜਨਾ ਸਿਉ ਸੰਗੁ ਪਾਈਐ ਵਡੈ ਪੁਨ ॥
ସନ୍ଥଙ୍କ ସହିତ ସଙ୍ଗତ ବଡ ପୂଣ୍ୟ କର୍ମରୁ ହୋଇଥାଏ।
ਆਠ ਪਹਰ ਹਰਿ ਧਿਆਇ ਹਰਿ ਜਸੁ ਨਿਤ ਸੁਨ ॥੧੭॥
ଏଥିପାଇଁ ଆଠ ପ୍ରହର ଭଗବାନଙ୍କ ହିଁ ଧ୍ୟାନ କରିବା ଉଚିତ ଏବଂ ନିତ୍ୟ ହରି ଯଶ ଶୁଣିବା ଉଚିତ॥17॥
ਸਲੋਕ ॥
ଶ୍ଳୋକ॥
ਦਇਆ ਕਰਣੰ ਦੁਖ ਹਰਣੰ ਉਚਰਣੰ ਨਾਮ ਕੀਰਤਨਹ ॥
ଯଦି ପରମାତ୍ମାଙ୍କ ଭଜନ କୀର୍ତ୍ତନ ଏବଂ ତାହାଙ୍କ ନାମ ସ୍ମରଣ କରାଯାଏ, ତାହାହେଲେ ସେ ଦୟା କରି ସମସ୍ତ ଦୁଃଖ-କ୍ଲେଶ ଦୂର କରିଥାନ୍ତି।
ਦਇਆਲ ਪੁਰਖ ਭਗਵਾਨਹ ਨਾਨਕ ਲਿਪਤ ਨ ਮਾਇਆ ॥੧॥
ହେ ନାନକ! ପରମପିରୁଷ ଭଗବାନ ଯାହାଙ୍କ ଉପରେ କୃପା କରିଥାନ୍ତି, ସେ ମୋହ ମାୟାଠାରୁ ନିର୍ଲିପ୍ତ ରହିଥାଏ॥1॥