ਨਾਨਕ ਰੰਗਿ ਰਵੈ ਰੰਗਿ ਰਾਤੀ ਜਿਨਿ ਹਰਿ ਸੇਤੀ ਚਿਤੁ ਲਾਇਆ ॥੩॥
ହେ ନାନକ! ଯେଉଁ ଜୀବ-ସ୍ତ୍ରୀ ନିଜ ଚିତ୍ତ ପରମାତ୍ମାଙ୍କ ଠାରେ ଲଗାଇଥାଏ, ସେ ତାହାର ରଙ୍ଗରେ ରତ ହୋଇ ରମଣ କରିଥାଏ॥3॥
ਕਾਮਣਿ ਮਨਿ ਸੋਹਿਲੜਾ ਸਾਜਨ ਮਿਲੇ ਪਿਆਰੇ ਰਾਮ ॥
ହେ ଭାଇ! ଯେତେବେଳେ ପ୍ରିୟ ବାନ୍ଧି ମିଳିଛନ୍ତି, ଜୀବ-ସ୍ତ୍ରୀ ମନରେ ବଡ ସୁଖ ଉତ୍ପନ୍ନ ହୋଇଥାଏ।
ਗੁਰਮਤੀ ਮਨੁ ਨਿਰਮਲੁ ਹੋਆ ਹਰਿ ਰਾਖਿਆ ਉਰਿ ਧਾਰੇ ਰਾਮ ॥
ଗୁରୁ-ମତାନୁସାରେ ତାହାର ମନ ନିର୍ମଳ ହୋଇଥାଏ, ସେ ହରି ନାମକୁ ନିଜ ହୃଦୟରେ ସ୍ଥାପନ କରିଥାଏ।
ਹਰਿ ਰਾਖਿਆ ਉਰਿ ਧਾਰੇ ਅਪਨਾ ਕਾਰਜੁ ਸਵਾਰੇ ਗੁਰਮਤੀ ਹਰਿ ਜਾਤਾ ॥
ହରିନାମକୁ ନିଜ ହୃଦୟରେ ସ୍ଥାପନ କରି ସେ ନିଜ କାର୍ଯ୍ୟ ସଫଳ କରିନିଏ ଆଉ ଗୁରୁଙ୍କ ଉପଦେଶ ଅନୁସାରେ ହରିଙ୍କୁ ଜାଣିନିଏ।
ਪ੍ਰੀਤਮਿ ਮੋਹਿ ਲਇਆ ਮਨੁ ਮੇਰਾ ਪਾਇਆ ਕਰਮ ਬਿਧਾਤਾ ॥
ସେହି ପ୍ରିୟତମ ପ୍ରଭୁ ମୋର ମନ ମୋହି ନେଇଛନ୍ତି ଆଉ ମୁଁ ସେହି କର୍ମ ବିଧାତାଙ୍କୁ ପ୍ରାପ୍ତ କରିଛି।
ਸਤਿਗੁਰੁ ਸੇਵਿ ਸਦਾ ਸੁਖੁ ਪਾਇਆ ਹਰਿ ਵਸਿਆ ਮੰਨਿ ਮੁਰਾਰੇ ॥
ସଦଗୁରୁଙ୍କ ସେବା କରି ମୁଁ ସର୍ବଦା ସୁଖ ପ୍ରାପ୍ତ କରିଛି ଆଉ ପ୍ରଭୁ ମୋର ମନରେ ବାସ କରିଛନ୍ତି।
ਨਾਨਕ ਮੇਲਿ ਲਈ ਗੁਰਿ ਅਪੁਨੈ ਗੁਰ ਕੈ ਸਬਦਿ ਸਵਾਰੇ ॥੪॥੫॥੬॥
ହେ ନାନକ! ଗୁରୁ ମୋତେ ନିଜ ସାଥିରେ ମିଳାଇଛନ୍ତି ଏବଂ ଗୁରୁଙ୍କ ଶବ୍ଦ ଦ୍ଵାରା ମୁଁ ନିଜର ଜୀବନ-କାର୍ଯ୍ୟ ସଫଳ କରିଅଛି||4||5||6||
ਸੂਹੀ ਮਹਲਾ ੩ ॥
ସୁହୀ ମହଲା 3 ॥
ਸੋਹਿਲੜਾ ਹਰਿ ਰਾਮ ਨਾਮੁ ਗੁਰ ਸਬਦੀ ਵੀਚਾਰੇ ਰਾਮ ॥
ରାମଙ୍କ ନାମ ହିଁ ମଙ୍ଗଳ ଗାନ ଅଟେ ଏବଂ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ଏହାର ଚିନ୍ତନ କରାଯାଇ ଥାଏ।
ਹਰਿ ਮਨੁ ਤਨੋ ਗੁਰਮੁਖਿ ਭੀਜੈ ਰਾਮ ਨਾਮੁ ਪਿਆਰੇ ਰਾਮ ॥
ଗୁରୁମୁଖୀଙ୍କ ମନ ଓ ତନ ଏହା ଦ୍ଵାରା ଭିଜିଯାଏ ଏବଂ ରମନାମ ହିଁ ତାହାକୁ ପ୍ରିୟ ଲାଗିଥାଏ।
ਰਾਮ ਨਾਮੁ ਪਿਆਰੇ ਸਭਿ ਕੁਲ ਉਧਾਰੇ ਰਾਮ ਨਾਮੁ ਮੁਖਿ ਬਾਣੀ ॥
ଗୁରୁମୁଖୀଙ୍କୁ ରାମନାମ ହିଁ ପ୍ରିୟ ଲାଗିଥାଏ ଆଉ ସେ ସଂପୂର୍ଣ୍ଣ ବଂଶକୁ ଉଦ୍ଧାର କରିଥାଏ, ସେ ନିଜ ମୁଖରେ ରାମଙ୍କ ବାଣୀ ବୋଲିଥାଏ।
ਆਵਣ ਜਾਣ ਰਹੇ ਸੁਖੁ ਪਾਇਆ ਘਰਿ ਅਨਹਦ ਸੁਰਤਿ ਸਮਾਣੀ ॥
ତାହାର ଜନ୍ମ-ମରଣ ଚକ୍ର ସମାପ୍ତ ହୋଇଯାଏ ଆଉ ସେ ସୁଖ ପ୍ରାପ୍ତ କରିଥାଏ, ତାହାର ହୃଦୟ-ଘରେ ଅନାହଦ ଶବ୍ଦ ଗୁଞ୍ଜନ କରିଥାଏ, ଯେଉଁଥିରେ ତାହାର ସୁରତି ଲୀନ ରହିଥାଏ।
ਹਰਿ ਹਰਿ ਏਕੋ ਪਾਇਆ ਹਰਿ ਪ੍ਰਭੁ ਨਾਨਕ ਕਿਰਪਾ ਧਾਰੇ ॥
ହେ ନାନକ! ପ୍ରଭୁ ତାହାଙ୍କ ଉପରେ କୃପା କରିଛନ୍ତି ଆଉ ସେ ଏକ ପରମାତ୍ମାଙ୍କୁ ପ୍ରାପ୍ତ କରିଛନ୍ତି।
ਸੋਹਿਲੜਾ ਹਰਿ ਰਾਮ ਨਾਮੁ ਗੁਰ ਸਬਦੀ ਵੀਚਾਰੇ ॥੧॥
ରାମଙ୍କ ନାମ ହିଁ ମଙ୍ଗଳଗାନ ଅଟେ ଏବଂ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ତାହା ଚିନ୍ତନ କରାଯାଇ ଥାଏ॥1॥
ਹਮ ਨੀਵੀ ਪ੍ਰਭੁ ਅਤਿ ਊਚਾ ਕਿਉ ਕਰਿ ਮਿਲਿਆ ਜਾਏ ਰਾਮ ॥
ହେ ଭାଇ! ମୁଁ ବହୁତ ଛୋଟ ଅଟେ ଆଉ ପ୍ରଭୁ ଅତି ଉଚ୍ଚ ଅଟନ୍ତି, ତାହାଙ୍କ ସହିତ କିପରି ମିଳନ କରାଯାଇ ପାରିବ,
ਗੁਰਿ ਮੇਲੀ ਬਹੁ ਕਿਰਪਾ ਧਾਰੀ ਹਰਿ ਕੈ ਸਬਦਿ ਸੁਭਾਏ ਰਾਮ ॥
ଗୁରୁ କୃପା କରି ସ୍ଵାଭାବିକ ଭାବରେ ହରିଙ୍କ ସହିତ ମିଳନ କରାଇଛନ୍ତି।
ਮਿਲੁ ਸਬਦਿ ਸੁਭਾਏ ਆਪੁ ਗਵਾਏ ਰੰਗ ਸਿਉ ਰਲੀਆ ਮਾਣੇ ॥
ମୁଁ ନିଜ ଅହଂତ୍ଵ ଦୂର କରି ସ୍ଵାଭାବିକ ଭାବରେ ଶବ୍ଦ ଦ୍ଵାରା ହରିଙ୍କ ସହିତ ରମଣ କରିଥାଏ।
ਸੇਜ ਸੁਖਾਲੀ ਜਾ ਪ੍ਰਭੁ ਭਾਇਆ ਹਰਿ ਹਰਿ ਨਾਮਿ ਸਮਾਣੇ ॥
ଯେତେବେଳେ ପ୍ରଭୁ ମୋତେ ଭଲ ଲାଗିଥାନ୍ତି, ମୋର ହୃଦୟ ରୂପୀ ଶେଜ ସୁଖଦାୟକ ବନିଯାଏ ଏବଂ ମୁଁ ହରିନାମରେ ବିଲୀନ ରହିଥାଏ।
ਨਾਨਕ ਸੋਹਾਗਣਿ ਸਾ ਵਡਭਾਗੀ ਜੇ ਚਲੈ ਸਤਿਗੁਰ ਭਾਏ ॥
ହେ ନାନକ! ସେହି ଜୀବ-ସ୍ତ୍ରୀ ସୁହାଗିନୀ ଏବଂ ଭାଗ୍ୟବାନ ଅଟେ ଯିଏ ନିଜ ସଦଗୁରୁଙ୍କ ଇଚ୍ଛା ଅନୁସାରେ ଚାଲିଥାଏ।
ਹਮ ਨੀਵੀ ਪ੍ਰਭੁ ਅਤਿ ਊਚਾ ਕਿਉ ਕਰਿ ਮਿਲਿਆ ਜਾਏ ਰਾਮ ॥੨॥
ହେ ଭାଇ! ମୁଁ ବହୁତ ଛୋଟ ଅଟେ ଆଉ ପ୍ରଭୁ ଅତି ଉଚ୍ଚ ଅଟନ୍ତି, ତାହାଙ୍କ ସହିତ କିପରି ମିଳନ କରାଯାଇ ପାରିବ॥2॥
ਘਟਿ ਘਟੇ ਸਭਨਾ ਵਿਚਿ ਏਕੋ ਏਕੋ ਰਾਮ ਭਤਾਰੋ ਰਾਮ ॥
ହେ ଭାଇ! ସବୁଙ୍କ ମାଲିକ ଏକ ପ୍ରଭୁ ହିଁ ସବୁ ଜୀବଙ୍କ ହୃଦୟରେ ବିଦ୍ୟମାନ ଅଛନ୍ତି।
ਇਕਨਾ ਪ੍ਰਭੁ ਦੂਰਿ ਵਸੈ ਇਕਨਾ ਮਨਿ ਆਧਾਰੋ ਰਾਮ ॥
ଅନେକ ଜୀବଙ୍କୁ ପ୍ରଭୁ ଦୂରରେ ଥିବା ଭଳି ପ୍ରତୀତ ହୋଇଥାଏ ଏବଂଆହୁରି ଅନେକ ନିଜ ମନର ଆଶ୍ରାରେ ରହିଥାନ୍ତି।
ਇਕਨਾ ਮਨ ਆਧਾਰੋ ਸਿਰਜਣਹਾਰੋ ਵਡਭਾਗੀ ਗੁਰੁ ਪਾਇਆ ॥
ସୃଜନହାର ପରମେଶ୍ଵର ଅନେକ ଜୀବର ମନର ଆଧାର ବନିଛନ୍ତି ଆଉ ଭାଗ୍ୟବାନ ଜୀବ ଗୁରୁଙ୍କ କୃପା ପାଇଥାଏ।
ਘਟਿ ਘਟਿ ਹਰਿ ਪ੍ਰਭੁ ਏਕੋ ਸੁਆਮੀ ਗੁਰਮੁਖਿ ਅਲਖੁ ਲਖਾਇਆ ॥
ସବୁଙ୍କ ହୃଦୟରେ ଏକ ପ୍ରଭୁ ହିଁ ବିଦ୍ୟମାନ ଅଛନ୍ତି, ଯିଏ ସବୁଙ୍କ ମାଲିକ ଅଟନ୍ତି ଏବଂ ଗୁରୁ ସେହି ଅଦୃଷ୍ଟ ପରମାତ୍ମାଙ୍କୁ ଦର୍ଶନ କରାଇଛନ୍ତି।
ਸਹਜੇ ਅਨਦੁ ਹੋਆ ਮਨੁ ਮਾਨਿਆ ਨਾਨਕ ਬ੍ਰਹਮ ਬੀਚਾਰੋ ॥
ହେ ନାନକ! ତାହା ଠାରେ ସ୍ଵାଭାବିକ ଆନନ୍ଦ ଉତ୍ପନ୍ନ ହୋଇଥାଏ, ତାହାର ମନ ତୃପ୍ତ ହୋଇଯାଏ ଆଉ ସେ ବ୍ରହ୍ମଙ୍କ ଚିନ୍ତନ କରିଥାଏ।
ਘਟਿ ਘਟੇ ਸਭਨਾ ਵਿਚਿ ਏਕੋ ਏਕੋ ਰਾਮ ਭਤਾਰੋ ਰਾਮ ॥੩॥
ସବୁ ଜୀବଙ୍କ ଠାରେ, ପ୍ରତ୍ୟେକ ହୃଦୟରେ ସେହି ଏକ ପ୍ରଭୁ ରାମ ବାସ କରନ୍ତି॥3॥
ਗੁਰੁ ਸੇਵਨਿ ਸਤਿਗੁਰੁ ਦਾਤਾ ਹਰਿ ਹਰਿ ਨਾਮਿ ਸਮਾਇਆ ਰਾਮ ॥
ହେ ଭାଇ! ଯେଉଁ ଜୀବ ନାମର ଦାତା ଗୁରୁଙ୍କ ସେବା କରିଥାଏ, ସେ ହରିନାମରେ ହିଁ ରହିଥାଏ।
ਹਰਿ ਧੂੜਿ ਦੇਵਹੁ ਮੈ ਪੂਰੇ ਗੁਰ ਕੀ ਹਮ ਪਾਪੀ ਮੁਕਤੁ ਕਰਾਇਆ ਰਾਮ ॥
ହେ ହରି! ମୋତେ ପୂର୍ଣ୍ଣ ଗୁରୁଙ୍କ ଚରଣ ଧୂଳି ଦିଅ, ଯିଏ ମୋ’ ଭଳି ପାପୀକୁ ମୁକ୍ତ କରାଇଛନ୍ତି।
ਪਾਪੀ ਮੁਕਤੁ ਕਰਾਏ ਆਪੁ ਗਵਾਏ ਨਿਜ ਘਰਿ ਪਾਇਆ ਵਾਸਾ ॥
ସେ ମୋ’ ଭଳି ପାପୀକୁ ମୁକ୍ତ କରାଇଛନ୍ତି, ମୁଁ ଅଭିମାନ ଦୂର କରି ନିଜ ଆତ୍ମସ୍ଵରୂପରେ ନିବାସ ପାଇଛି।
ਬਿਬੇਕ ਬੁਧੀ ਸੁਖਿ ਰੈਣਿ ਵਿਹਾਣੀ ਗੁਰਮਤਿ ਨਾਮਿ ਪ੍ਰਗਾਸਾ ॥
ଗୁରୁଙ୍କ ଶିକ୍ଷା ଦ୍ଵାରା ମୋର ମନରେ ପ୍ରଭୁନାମର ପ୍ରକାଶ ହୋଇ ଯାଇଛି, ମୋତେ ବିବେକ ବୁଦ୍ଧି ମିଳିଯାଇଛି ଆଉ ବର୍ତ୍ତମାନ ମୁଁ ଜୀବନ ରୂପୀ ରାତ୍ରି ସୁଖରେ ଆତିବାହିତ କରୁଛି।
ਹਰਿ ਹਰਿ ਅਨਦੁ ਭਇਆ ਦਿਨੁ ਰਾਤੀ ਨਾਨਕ ਹਰਿ ਮੀਠ ਲਗਾਏ ॥
ହେ ନାନକ! ହରିନାମ ଜପିବା ଦ୍ଵାରା ନିଜ ମନରେ ଦିନରାତି ଆନନ୍ଦ ବନି ରହିଥାଏ ଆଉ ମୋତେ ହରି ହିଁ ମିଠା ଲାଗିଥାନ୍ତି।
ਗੁਰੁ ਸੇਵਨਿ ਸਤਿਗੁਰੁ ਦਾਤਾ ਹਰਿ ਹਰਿ ਨਾਮਿ ਸਮਾਏ ॥੪॥੬॥੭॥੫॥੭॥੧੨॥
ହେ ଭାଇ! ନାମର ଦାତା ଗୁରୁଙ୍କ ସେବା କରିବା ବାଲା ଜୀବ ହରିଙ୍କ ଠାରେ ହିଁ ରହିଥାଏ||4||6||7||5||7||12||