Odia Page 776

ਪੂਰਾ ਪੁਰਖੁ ਪਾਇਆ ਵਡਭਾਗੀ ਸਚਿ ਨਾਮਿ ਲਿਵ ਲਾਵੈ ॥
ଭାଗ୍ୟଶାଳୀ ଜୀବ ପୂର୍ଣ୍ଣ ପରମାତ୍ମାଙ୍କୁ ପ୍ରାପ୍ତ କରିଥାଏ ଆଉ ସେ ସତ୍ୟନାମରେ ହିଁ ବୃତ୍ତି ଲଗାଇ ରଖିଥାଏ।            

ਮਤਿ ਪਰਗਾਸੁ ਭਈ ਮਨੁ ਮਾਨਿਆ ਰਾਮ ਨਾਮਿ ਵਡਿਆਈ ॥
ତାହାର ବୁଦ୍ଧିରେ ଜ୍ଞାନର ପ୍ରକାଶ ହୋଇଯାଏ ଆଉ ରାମନାମର ବଡିମା ଦ୍ଵାରା ତାହାର ମନ ପ୍ରସନ୍ନ ହୋଇଯାଏ।        

ਨਾਨਕ ਪ੍ਰਭੁ ਪਾਇਆ ਸਬਦਿ ਮਿਲਾਇਆ ਜੋਤੀ ਜੋਤਿ ਮਿਲਾਈ ॥੪॥੧॥੪॥
ହେ ନାନକ! ତାହାକୁ ପ୍ରଭୁ ଶବ୍ଦ ଦ୍ଵାରା ନିଜ ସାଥିରେ ମିଳାଇ ଥାଆନ୍ତି ଏବଂ ତାହାର ଆତ୍ମ-ଜ୍ୟୋତି ପରମଜ୍ୟୋତିରେ ବିଲୀନ ହୋଇଯାଯାଏ||4||1||4||

ਸੂਹੀ ਮਹਲਾ ੪ ਘਰੁ ੫
ସୁହୀ ମହଲା 4 ଘର 5 

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।            

ਗੁਰੁ ਸੰਤ ਜਨੋ ਪਿਆਰਾ ਮੈ ਮਿਲਿਆ ਮੇਰੀ ਤ੍ਰਿਸਨਾ ਬੁਝਿ ਗਈਆਸੇ ॥
ହେ ସନ୍ଥଜନ! ମୋତେ ଗୁରୁ ମିଳି ଯାଇଛନ୍ତି, ଯାହା ଦ୍ଵାରା ମୋର ତୃଷ୍ଣା ମେଣ୍ଟି ଯାଇଛି।    

ਹਉ ਮਨੁ ਤਨੁ ਦੇਵਾ ਸਤਿਗੁਰੈ ਮੈ ਮੇਲੇ ਪ੍ਰਭ ਗੁਣਤਾਸੇ ॥
ମୁଁ ନିଜ ମନ ଓ ତନ ସଦଗୁରୁଙ୍କ ଅର୍ପଣ କରିଥାଏ, ଯେପରି                

ਧਨੁ ਧੰਨੁ ਗੁਰੂ ਵਡ ਪੁਰਖੁ ਹੈ ਮੈ ਦਸੇ ਹਰਿ ਸਾਬਾਸੇ ॥
ସେହି ମହାପୁରୁଷ ଗୁରୁ ଧନ୍ୟ ଅଟନ୍ତି, ସେହି ଗୁରୁଙ୍କୁ ମୋର ସମ୍ମାନ ଅଛି, ଯିଏ ମୋତେ ହରିଙ୍କ ବିଷୟରେ ମାର୍ଗଦର୍ଶନ କରିଛନ୍ତି। 

ਵਡਭਾਗੀ ਹਰਿ ਪਾਇਆ ਜਨ ਨਾਨਕ ਨਾਮਿ ਵਿਗਾਸੇ ॥੧॥
ହେ ନାନକ! ମୁଁ ଭାଗ୍ୟଶାଳୀ ଅଟେ, ଯିଏ ହରିଙ୍କୁ ପ୍ରାପ୍ତ କରିଛି ଆଉ ନାମ ଦ୍ଵାରା ପ୍ରସନ୍ନ ରହିଛି॥1॥       

ਗੁਰੁ ਸਜਣੁ ਪਿਆਰਾ ਮੈ ਮਿਲਿਆ ਹਰਿ ਮਾਰਗੁ ਪੰਥੁ ਦਸਾਹਾ ॥
ହେ ଭାଇ! ମୋର ପ୍ରିୟ ସଜ୍ଜନ ଗୁରୁ ମୋତେ ମିଳିଛନ୍ତି, ମୁଁ ତାହାଙ୍କ ଠାରୁ ହରିଙ୍କ ମାର୍ଗ ପଚାରିଥାଏ। 

ਘਰਿ ਆਵਹੁ ਚਿਰੀ ਵਿਛੁੰਨਿਆ ਮਿਲੁ ਸਬਦਿ ਗੁਰੂ ਪ੍ਰਭ ਨਾਹਾ ॥
ହେ ମୋର ପ୍ରଭୁ! ଶବ୍ଦ-ଗୁରୁ ଦ୍ଵାରା ମୋତେ ମିଳନ କର, ମୋର ହୃଦୟ ଘରେ ରୁହ, ମୁଁ ତୁମ ଠାରୁ ବିଛେଦ ହୋଇ ରହିଛି।           

ਹਉ ਤੁਝੁ ਬਾਝਹੁ ਖਰੀ ਉਡੀਣੀਆ ਜਿਉ ਜਲ ਬਿਨੁ ਮੀਨੁ ਮਰਾਹਾ ॥
ଯେପରି ଜଳ ବିନା ମାଛ କଷ୍ଟ ପାଇଥାଏ, ସେପରି ହିଁ ତୋ’ ବିନା ମୁଁ ବହୁତ ଚିନ୍ତିତ ଥାଏ। 

ਵਡਭਾਗੀ ਹਰਿ ਧਿਆਇਆ ਜਨ ਨਾਨਕ ਨਾਮਿ ਸਮਾਹਾ ॥੨॥
ହେ ନାନକ! ଭାଗ୍ୟରୁ ହିଁ ମୁଁ ହରିଙ୍କୁ ମନନ କରିଛି ଆଉ ତାହାଙ୍କ ନାମରେ ହିଁ ସମାହିତ ହୋଇ ଯାଇଛି॥2॥      

ਮਨੁ ਦਹ ਦਿਸਿ ਚਲਿ ਚਲਿ ਭਰਮਿਆ ਮਨਮੁਖੁ ਭਰਮਿ ਭੁਲਾਇਆ ॥
ହେ ଭାଇ! ସ୍ଵେଚ୍ଛାଚାରୀ ଜୀବ ଭ୍ରମରେ ରହିଥାଏ ଏବଂ ତାହାର ମନ ଦଶ ଦିଗରେ ପଥଭ୍ରଷ୍ଟ ରହିଥାଏ।     

ਨਿਤ ਆਸਾ ਮਨਿ ਚਿਤਵੈ ਮਨ ਤ੍ਰਿਸਨਾ ਭੁਖ ਲਗਾਇਆ ॥
ସେ ନିତ୍ୟ ନିଜ ମନରେ ନବୀନ ଆଶା ଶୋଚନା କରିଥାଏ ଏବଂ ନିଜ ମନରେ ତୃଷ୍ଣାର କ୍ଷୁଧା ଲଗାଇ ଥାଏ।     

ਅਨਤਾ ਧਨੁ ਧਰਿ ਦਬਿਆ ਫਿਰਿ ਬਿਖੁ ਭਾਲਣ ਗਇਆ ॥
ସେ ଅନେକ ଧନ ସମ୍ପତ୍ତି ରଖିଥାଏ, କିନ୍ତୁ ଏହାଠାରୁ ଅଧିକ ମାୟାକୁ ଖୋଜିଥାଏ।           

ਜਨ ਨਾਨਕ ਨਾਮੁ ਸਲਾਹਿ ਤੂ ਬਿਨੁ ਨਾਵੈ ਪਚਿ ਪਚਿ ਮੁਇਆ ॥੩॥
ହେ ନାନକ! ତୁ ମଧ୍ୟ ନାମର ସ୍ତୁତିଗାନ କରିଛୁ, କାରଣ ନାମ ବିନା ସ୍ଵେଚ୍ଛାଚାରୀ ଜୀବ ବଡ ଦୁଃଖୀ ହୋଇ ଜୀବନ ତ୍ୟାଗ କରିଥାଏ॥3॥      

ਗੁਰੁ ਸੁੰਦਰੁ ਮੋਹਨੁ ਪਾਇ ਕਰੇ ਹਰਿ ਪ੍ਰੇਮ ਬਾਣੀ ਮਨੁ ਮਾਰਿਆ ॥
ହେ ଭାଇ! ମନକୁ ମୁଗ୍ଧ କରିବା ବାଲା ସୁନ୍ଦର ଗୁରୁଙ୍କୁ ପ୍ରାପ୍ତ କରି ମୁଁ ହରିଙ୍କ ପ୍ରେମ ବାଣୀ ଦ୍ଵାରା ମନକୁ ନିୟନ୍ତ୍ରଣ କରିଛି।         

ਮੇਰੈ ਹਿਰਦੈ ਸੁਧਿ ਬੁਧਿ ਵਿਸਰਿ ਗਈ ਮਨ ਆਸਾ ਚਿੰਤ ਵਿਸਾਰਿਆ ॥
ମୁଁ ନିଜ ମନର ଅଭିଲାଷ ଓ ଚିନ୍ତା ଭୁଲି ଯାଇଛି ଆଉ ମୋର ହୃଦୟରୁ ସାଂସାରିକ ଚେତନା ଭୁଲି ଯାଇଛି।     

ਮੈ ਅੰਤਰਿ ਵੇਦਨ ਪ੍ਰੇਮ ਕੀ ਗੁਰ ਦੇਖਤ ਮਨੁ ਸਾਧਾਰਿਆ ॥
ମୋର ଅନ୍ତଃ ମନରେ ପ୍ରଭୁ-ପ୍ରେମର ବେଦନା ଅଛି, କିନ୍ତୁ ଗୁରୁଙ୍କ ଦର୍ଶନ କରି ମନରେ ଧୈର୍ଯ୍ୟ ଆସି ଯାଇଛି।              

ਵਡਭਾਗੀ ਪ੍ਰਭ ਆਇ ਮਿਲੁ ਜਨੁ ਨਾਨਕੁ ਖਿਨੁ ਖਿਨੁ ਵਾਰਿਆ ॥੪॥੧॥੫॥
ହେ ନାନକ! ସୌଭାଗ୍ୟରୁ ମୋତେ ପ୍ରଭୁ ମିଳନ କରିଛନ୍ତି ଏବଂ ମୁଁ ତାହାଙ୍କ ପ୍ରତି ସଦା ସମର୍ପିତ||4||1||5||         

ਸੂਹੀ ਛੰਤ ਮਹਲਾ ੪ ॥
ସୁହୀ ଛନ୍ତ ମହଲା 4 ॥ 

ਮਾਰੇਹਿਸੁ ਵੇ ਜਨ ਹਉਮੈ ਬਿਖਿਆ ਜਿਨਿ ਹਰਿ ਪ੍ਰਭ ਮਿਲਣ ਨ ਦਿਤੀਆ ॥
ହେ ଜୀବ! ସେହି ଅଭିମାନ ରୂପୀ ବିଷକୁ ସମାପ୍ତ କର, ଯାହା ପ୍ରଭୁଙ୍କ ସହିତ ମିଳନ ପାଇଁ ସୁଯୋଗ ଦିଏ ନାହିଁ।

ਦੇਹ ਕੰਚਨ ਵੇ ਵੰਨੀਆ ਇਨਿ ਹਉਮੈ ਮਾਰਿ ਵਿਗੁਤੀਆ ॥
ହେ ଜୀବ! ତୋର ଏହି ଶରୀର ସୁନା ଭଳି ସୁନ୍ଦର ଥିଲା, କିନ୍ତୁ ଏହି ଅହଂତ୍ଵ ଏହାକୁ କୁରୂପ କରି ଦେଇଛି।    

ਮੋਹੁ ਮਾਇਆ ਵੇ ਸਭ ਕਾਲਖਾ ਇਨਿ ਮਨਮੁਖਿ ਮੂੜਿ ਸਜੁਤੀਆ ॥
ମାୟାର ମୋହ ସବୁ କଳଙ୍କ ଅଟେ, କିନ୍ତୁ ମୂର୍ଖ ମନମୁଖୀ ନିଜକୁ ଏହା ସହିତ ଯୋଡି ରଖିଛି। 

ਜਨ ਨਾਨਕ ਗੁਰਮੁਖਿ ਉਬਰੇ ਗੁਰ ਸਬਦੀ ਹਉਮੈ ਛੁਟੀਆ ॥੧॥
ହେ ନାନକ! ଗୁରୁମୁଖୀ ଭବସାଗରରୁ ବୁଡିବାରୁ ରକ୍ଷା ପାଇ ଯାଇଛି ଆଉ ସେ ଗୁରୁଙ୍କ ଶବ୍ଦ ଦ୍ଵାରା ଅହଂତ୍ଵ ଦୂର କରି ଦେଇଛି॥1॥         

ਵਸਿ ਆਣਿਹੁ ਵੇ ਜਨ ਇਸੁ ਮਨ ਕਉ ਮਨੁ ਬਾਸੇ ਜਿਉ ਨਿਤ ਭਉਦਿਆ ॥
ହେ ଜୀବ! ଏହି ମନକୁ ନିଜ ବଶରେ ରଖ, ଏହା ଶିକାରୀ ପକ୍ଷୀ ଭଳି ନିତ୍ୟ ପଥଭ୍ରଷ୍ଟ ହେଉଛି।    

ਦੁਖਿ ਰੈਣਿ ਵੇ ਵਿਹਾਣੀਆ ਨਿਤ ਆਸਾ ਆਸ ਕਰੇਦਿਆ ॥
ହେ ଭାଇ! ନିତ୍ୟ ନବୀନ ଅଭିଳାଷ କରି ମନୁଷ୍ୟର ଜୀବନ ରୂପୀ ରାତ୍ରି ଦୁଃଖରେ ଅତିବାହିତ ହୋଇଥାଏ। 

ਗੁਰੁ ਪਾਇਆ ਵੇ ਸੰਤ ਜਨੋ ਮਨਿ ਆਸ ਪੂਰੀ ਹਰਿ ਚਉਦਿਆ ॥
ହେ ସନ୍ଥଜନ! ମୁଁ ଗୁରୁଙ୍କୁ ପ୍ରାପ୍ତ କରିଛି ଆଉ ହରିଙ୍କ ନାମ ଜପି ଜପି ମନର ଅଭିଳାଷ ପୁରା କରିଛି।           

ਜਨ ਨਾਨਕ ਪ੍ਰਭ ਦੇਹੁ ਮਤੀ ਛਡਿ ਆਸਾ ਨਿਤ ਸੁਖਿ ਸਉਦਿਆ ॥੨॥
ନାନକ ପ୍ରାର୍ଥନା କରନ୍ତି ଯେ ହେ ପ୍ରଭୁ! ମୋତେ ଏହି ବୁଦ୍ଧି ଦିଅ ଯେ ମୁଁ ସବୁ କାମନା ଛାଡି ନିଜ ଜୀବନ ରୂପୀ ରାତ୍ରିରେ ସୁଖରେ ଶୟନ କରିବି॥2॥      

ਸਾ ਧਨ ਆਸਾ ਚਿਤਿ ਕਰੇ ਰਾਮ ਰਾਜਿਆ ਹਰਿ ਪ੍ਰਭ ਸੇਜੜੀਐ ਆਈ ॥
ହେ ମୋର ରାମ! ସେହି ଜୀବ-ସ୍ତ୍ରୀ ନିଜ ଚିତ୍ତରେ ଏହି ଅଭିଳାଷ କରିଥାଏ ଯେ ପ୍ରଭୁ ତାହାର ହୃଦୟ-ଶେଜକୁ ଆସନ୍ତୁ।           

ਮੇਰਾ ਠਾਕੁਰੁ ਅਗਮ ਦਇਆਲੁ ਹੈ ਰਾਮ ਰਾਜਿਆ ਕਰਿ ਕਿਰਪਾ ਲੇਹੁ ਮਿਲਾਈ ॥
ତୁ ମୋର ମାଲିକ ଅଟୁ, ଅପହଞ୍ଚ ଓ ବଡ ଦୟାଳୁ ଅଟୁ, କୃପା କରି ମୋତେ ନିଜ ସାଥିରେ ମିଳନ କରାଇ ଦିଅ।       

error: Content is protected !!