ਐਸਾ ਨਾਮੁ ਨਿਰੰਜਨ ਦੇਉ ॥
ହେ ପାବନସ୍ଵରୂପ! ତୋର ନାମ ସର୍ବସୁଖ ଓ ମୁକ୍ତି ଦାତା ଅଟେ, ଏଣୁ ଏହା ହିଁ ଦିଅ!
ਹਉ ਜਾਚਿਕੁ ਤੂ ਅਲਖ ਅਭੇਉ ॥੧॥ ਰਹਾਉ ॥
ତୁ ଅଦୃଷ୍ଟ ଏବଂ ଅଭେଦ ଅଟୁ ଆଉ ମୁଁ ତୋର ନାମର ଯାଚକ ଅଟୁ॥1॥ରୁହ॥
ਮਾਇਆ ਮੋਹੁ ਧਰਕਟੀ ਨਾਰਿ ॥
ମାୟାର ମୋହ କୁଳଟା ସ୍ତ୍ରୀର ପ୍ରେମ ଭଳି ଅଟେ,
ਭੂੰਡੀ ਕਾਮਣਿ ਕਾਮਣਿਆਰਿ ॥
ଯିଏ ମନ୍ଦ କାର୍ଯ୍ୟ ବାଲୀ ଓ କାମିନୀ ଅଟେ।
ਰਾਜੁ ਰੂਪੁ ਝੂਠਾ ਦਿਨ ਚਾਰਿ ॥
ରାଜ୍ୟ ଏବଂ ସୌନ୍ଦର୍ଯ୍ୟ ମିଥ୍ୟା ଅଟେ ଆଉ ଏହା କିଛି ଦିନ ହିଁ ରହିଥାଏ।
ਨਾਮੁ ਮਿਲੈ ਚਾਨਣੁ ਅੰਧਿਆਰਿ ॥੨॥
ଯାହାକୁ ନାମ ମିଳିଯାଏ, ତାହାର ଅନ୍ଧାର ହୃଦୟ ଉଜ୍ଜଳ ହୋଇଯାଏ॥2॥
ਚਖਿ ਛੋਡੀ ਸਹਸਾ ਨਹੀ ਕੋਇ ॥
ମୁଁ ଆସ୍ଵାଦନ କରି ମାୟା ତ୍ୟାଗ କରିଛି ଆଉ ମୋର ମନରେ ଏହି ବିଷୟରେ କିଛି ସନ୍ଦେହ ନାହିଁ।
ਬਾਪੁ ਦਿਸੈ ਵੇਜਾਤਿ ਨ ਹੋਇ ॥
ଯେଉଁ ପିଲା ପିତାଙ୍କ ନିକଟରେ ଅଛି, ତାହାକୁ କେହି ଅବୈଧ ସନ୍ତାନ କହେ ନାହିଁ।
ਏਕੇ ਕਉ ਨਾਹੀ ਭਉ ਕੋਇ ॥
ପରମାତ୍ମାଙ୍କ ଭକ୍ତି କରିବା ବାଲାକୁ କୌଣସି ଭୟ ନଥାଏ।
ਕਰਤਾ ਕਰੇ ਕਰਾਵੈ ਸੋਇ ॥੩॥
ଏକ ଇଶ୍ଵର ହିଁ ସବୁକିଛି କରିଥାନ୍ତି ଆଉ ସେ ହିଁ ଅନ୍ୟ ଦ୍ଵାରା କରାଇ ଥାଆନ୍ତି॥3॥
ਸਬਦਿ ਮੁਏ ਮਨੁ ਮਨ ਤੇ ਮਾਰਿਆ ॥
ଯାହାର ଅଭିମାନ ବ୍ରହ୍ମ ଶବ୍ଦ ଦ୍ଵାରା ସମାପ୍ତ ହୋଇ ଯାଇଛି, ସେ ନିଜ ମନକୁ ନିୟନ୍ତ୍ରଣ କରି ନେଇଛି।
ਠਾਕਿ ਰਹੇ ਮਨੁ ਸਾਚੈ ਧਾਰਿਆ ॥
ଯିଏ ମନକୁ ବିକାର ଠାରୁ କାବୁ କରି ରଖିଛି, ସେ ନିଜ ମନ ସତ୍ୟରେ ଲୀନ କରି ଦେଇଛି।
ਅਵਰੁ ਨ ਸੂਝੈ ਗੁਰ ਕਉ ਵਾਰਿਆ ॥
ମୋର କିଛି ଜ୍ଞାନ ନାହିଁ, ମୁଁ ଗୁରୁଙ୍କ ପ୍ରତି ଉତ୍ସର୍ଗିତ ଅଟେ।
ਨਾਨਕ ਨਾਮਿ ਰਤੇ ਨਿਸਤਾਰਿਆ ॥੪॥੩॥
ହେ ନାନକ! ପ୍ରଭୁଙ୍କ ନାମରେ ଲୀନ ରହିବା ବାଲା ବ୍ୟକ୍ତିକୁ ସଂସାରରୁ ମୁକ୍ତି ମିଳିଥାଏ॥4॥3॥
ਬਿਲਾਵਲੁ ਮਹਲਾ ੧ ॥
ବିଲାବଲୁ ମହଲା 1॥
ਗੁਰ ਬਚਨੀ ਮਨੁ ਸਹਜ ਧਿਆਨੇ ॥
ଗୁରୁଙ୍କ ବଚନ ଦ୍ଵାରା ମନ ସ୍ଵାଭାବିକ ଭାବରେ ପରମାତ୍ମାଙ୍କ ଧ୍ୟାନରେ ମଗ୍ନ ରହିଥାଏ ଆଉ
ਹਰਿ ਕੈ ਰੰਗਿ ਰਤਾ ਮਨੁ ਮਾਨੇ ॥
ହରିଙ୍କ ରଙ୍ଗରେ ଲୀନ ହୋଇ ମୋର ମନ ଆନନ୍ଦିତ ହୋଇଯାଏ।
ਮਨਮੁਖ ਭਰਮਿ ਭੁਲੇ ਬਉਰਾਨੇ ॥
ਹਰਿ ਬਿਨੁ ਕਿਉ ਰਹੀਐ ਗੁਰ ਸਬਦਿ ਪਛਾਨੇ ॥੧॥
ପରମାତ୍ମାଙ୍କ ଚିନ୍ତନ ବିନା ମୁଁ କିପରି ରହିବି? ଗୁରୁଙ୍କ ଶବ୍ଦ ଦ୍ଵାରା ତାହାଙ୍କ ପରିଚୟ ହୋଇ ଯାଇଛି॥1॥
ਬਿਨੁ ਦਰਸਨ ਕੈਸੇ ਜੀਵਉ ਮੇਰੀ ਮਾਈ ॥
ହେ ଭାଇ! ଭଗବାନଙ୍କ ଦର୍ଶନ ବିନା ମୁଁ କିପରି ଜୀବିତ ରହିବି?
ਹਰਿ ਬਿਨੁ ਜੀਅਰਾ ਰਹਿ ਨ ਸਕੈ ਖਿਨੁ ਸਤਿਗੁਰਿ ਬੂਝ ਬੁਝਾਈ ॥੧॥ ਰਹਾਉ ॥
ପରମାତ୍ମାଙ୍କ ସ୍ମରଣ ବିନା ମୋର ଜୀବନ ଶ୍ଵାସ ଏକ କ୍ଷଣ ପାଇଁ ମଧ୍ୟ ରହିପାରେ ନାହିଁ, କାରଣ ସଦଗୁରୁ ମୋତେ ଏହି ଜ୍ଞାନ ବତାଇ ଦେଇଛନ୍ତି॥1॥ରୁହ॥
ਮੇਰਾ ਪ੍ਰਭੁ ਬਿਸਰੈ ਹਉ ਮਰਉ ਦੁਖਾਲੀ ॥
ମୋ’ ପ୍ରଭୁ ମୋ’ ଠାରୁ ବିସ୍ମୃତ ହେଲେ ମୁଁ ବହୁତ ଦୁଃଖୀ ହୋଇଥାଏ।
ਸਾਸਿ ਗਿਰਾਸਿ ਜਪਉ ਅਪੁਨੇ ਹਰਿ ਭਾਲੀ ॥
ମୁଁ ନିଜ ହରିଙ୍କୁ ଖୋଜିଥାଏ ଓ ପ୍ରତି ଶ୍ଵାସ ଓ ଗ୍ରାସରେ ତାହାଙ୍କୁ ହିଁ ଜପ କରିଥାଏ।
ਸਦ ਬੈਰਾਗਨਿ ਹਰਿ ਨਾਮੁ ਨਿਹਾਲੀ ॥
ମୁଁ ସର୍ବଦା ବୈରାଗୀ ବନି ହରିନାମରେ ଆନନ୍ଦିତ ରହିଥାଏ।
ਅਬ ਜਾਨੇ ਗੁਰਮੁਖਿ ਹਰਿ ਨਾਲੀ ॥੨॥
ଗୁରୁଙ୍କ ମାଧ୍ୟମରୁ ବର୍ତ୍ତମାନ ମୁଁ ଜାଣି ଦେଇଛି ଯେ ହରି ମୋର ସାଥିରେ ରହିଥାନ୍ତି॥2॥
ਅਕਥ ਕਥਾ ਕਹੀਐ ਗੁਰ ਭਾਇ ॥
ହରିଙ୍କ ଅକଥନୀୟ କଥା ଗୁରୁଙ୍କ ପ୍ରେମ ଦ୍ଵାରା ହିଁ କୁହାଯାଏ।
ਪ੍ਰਭੁ ਅਗਮ ਅਗੋਚਰੁ ਦੇਇ ਦਿਖਾਇ ॥
ଗୁରୁ ଅଗମ୍ୟ, ଅଗୋଚର ପ୍ରଭୁଙ୍କୁ ଦେଖାଇ ଦେଇଛନ୍ତି।
ਬਿਨੁ ਗੁਰ ਕਰਣੀ ਕਿਆ ਕਾਰ ਕਮਾਇ ॥
ଗୁରୁଙ୍କ ଶିକ୍ଷା ଦ୍ଵାରା ମନୁଷ୍ୟ କଣ କରିପାରେ?
ਹਉਮੈ ਮੇਟਿ ਚਲੈ ਗੁਰ ਸਬਦਿ ਸਮਾਇ ॥੩॥
ଯିଏ ନିଜ ଅଭିମାନ ଦୂର କରି ଗୁରୁଙ୍କ ଇଚ୍ଛା ଅନୁସାରେ ଚାଲିଥାଏ, ସେ ଗୁରୁ-ଶବ୍ଦରେ ହିଁ ରହିଥାଏ॥3॥
ਮਨਮੁਖੁ ਵਿਛੁੜੈ ਖੋਟੀ ਰਾਸਿ ॥
ମନମୁଖୀ ମନୁଷ୍ୟ ପରମାତ୍ମାଙ୍କ ଠାରୁ ବିଚ୍ଛେଦ ହୋଇଯାଏ ଆଉ ସେ ମିଥ୍ୟା ପୁଞ୍ଜି ସଞ୍ଚୟ କରି ରଖିଥାଏ।
ਗੁਰਮੁਖਿ ਨਾਮਿ ਮਿਲੈ ਸਾਬਾਸਿ ॥
କିନ୍ତୁ ଗୁରୁମୁଖୀକୁ ସତ୍ୟର ଦରବାରରେ ପ୍ରଶଂସା ମିଳିଥାଏ, ଯିଏ ନାମର ଲାଭ ହାସଲ କରିଥାଏ।
ਹਰਿ ਕਿਰਪਾ ਧਾਰੀ ਦਾਸਨਿ ਦਾਸ ॥
ହରି କୃପା କରି ନିଜ ଦାସର ଦାସ ବନାଇଛନ୍ତି।
ਜਨ ਨਾਨਕ ਹਰਿ ਨਾਮ ਧਨੁ ਰਾਸਿ ॥੪॥੪॥
ହେ ନାନକ! ହରିନାମ ହିଁ ମୋର ଜୀବନ-ପୁଞ୍ଜି ଅଟେ॥4॥4॥
ਬਿਲਾਵਲੁ ਮਹਲਾ ੩ ਘਰੁ ੧
ବିଲାବଲୁ ମହଲା 3 ଘର 1
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ, ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਧ੍ਰਿਗੁ ਧ੍ਰਿਗੁ ਖਾਇਆ ਧ੍ਰਿਗੁ ਧ੍ਰਿਗੁ ਸੋਇਆ ਧ੍ਰਿਗੁ ਧ੍ਰਿਗੁ ਕਾਪੜੁ ਅੰਗਿ ਚੜਾਇਆ ॥
ସେହି ମନୁଷ୍ୟର ଖାଇବା, ଶୋଇବା, ପିନ୍ଧିବା ଆଇ ଧିକ୍କାର ଯୋଗ୍ୟ ଅଟେ ଆଉ
ਧ੍ਰਿਗੁ ਸਰੀਰੁ ਕੁਟੰਬ ਸਹਿਤ ਸਿਉ ਜਿਤੁ ਹੁਣਿ ਖਸਮੁ ਨ ਪਾਇਆ ॥
ପରିବାର ସହିତ ତାହାର ଶରୀର ମଧ୍ୟ ଧିକ୍କାର ଯୋଗ୍ୟ ଅଟେ, ଯିଏ ଏହି ଜନ୍ମରେ ପରମେଶ୍ଵରଙ୍କୁ ପ୍ରାପ୍ତ କରି ନାହିଁ।
ਪਉੜੀ ਛੁੜਕੀ ਫਿਰਿ ਹਾਥਿ ਨ ਆਵੈ ਅਹਿਲਾ ਜਨਮੁ ਗਵਾਇਆ ॥੧॥
ହାତରୁ ଚାଲିଯାଇଥିବା ଜୀବନ ପୁଣି ଠାରେ ଫେରି ଆସେ ନାହିଁ, ସେ ନିଜର ଦୁର୍ଲଭ ଜୀବନ ହରାଇ ଥାଏ॥1॥
ਦੂਜਾ ਭਾਉ ਨ ਦੇਈ ਲਿਵ ਲਾਗਣਿ ਜਿਨਿ ਹਰਿ ਕੇ ਚਰਣ ਵਿਸਾਰੇ ॥
ଯିଏ ଭଗବାନଙ୍କ ସୁନ୍ଦର ଚରଣ ଭୁଲି ଯାଇଛି, ଦୈତ୍ୟଭାବ ତାହାର ବୃତ୍ତି ଭଗବାନଙ୍କ ଠାରେ ଲାଗିବାକୁ ଦିଏ ନାହିଁ।
ਜਗਜੀਵਨ ਦਾਤਾ ਜਨ ਸੇਵਕ ਤੇਰੇ ਤਿਨ ਕੇ ਤੈ ਦੂਖ ਨਿਵਾਰੇ ॥੧॥ ਰਹਾਉ ॥
ହେ ଜଗତର ଜୀବନ ଦାତା! ଯିଏ ତୋର ଭକ୍ତ ଓ ସେବକ ଅଟେ, ତୁ ତାହାର ସବୁ ଦୁଃଖ ସମାପ୍ତ କରି ଦେଇଛୁ॥1॥ରୁହ॥
ਤੂ ਦਇਆਲੁ ਦਇਆਪਤਿ ਦਾਤਾ ਕਿਆ ਏਹਿ ਜੰਤ ਵਿਚਾਰੇ ॥
ହେ ପ୍ରଭୁ! ତୁ ବଡ ଦୟାଳୁ ଅଟୁ ଆଉ ସବୁଙ୍କ ଦାତା ଅଟୁ, କିନ୍ତୁ ଏହି ଜୀବ ବିଚରା କିଛି ମଧ୍ୟ କରିବାରେ ସମର୍ଥ ନୁହେଁ।
ਮੁਕਤ ਬੰਧ ਸਭਿ ਤੁਝ ਤੇ ਹੋਏ ਐਸਾ ਆਖਿ ਵਖਾਣੇ ॥
ଗୁରୁ ଏହି ସତ୍ୟ ହିଁ ବର୍ଣ୍ଣନା କରିଛନ୍ତି ଯେ ତୋର ହୁକୁମ ଦ୍ଵାରା ହିଁ ପ୍ରାଣିର ମୁକ୍ତି-ବନ୍ଧନ ହୋଇଥାଏ।
ਗੁਰਮੁਖਿ ਹੋਵੈ ਸੋ ਮੁਕਤੁ ਕਹੀਐ ਮਨਮੁਖ ਬੰਧ ਵਿਚਾਰੇ ॥੨॥
ଯିଏ ଗୁରୁମୁଖୀ ବନିଯାଏ, ସେ ବନ୍ଧନରୁ ମୁକ୍ତ କୁହାଯାଏ, କିନ୍ତୁ ମନମୁଖୀ ବନ୍ଧନରେ ପଡି ରହିଥାଏ॥2॥
ਸੋ ਜਨੁ ਮੁਕਤੁ ਜਿਸੁ ਏਕ ਲਿਵ ਲਾਗੀ ਸਦਾ ਰਹੈ ਹਰਿ ਨਾਲੇ ॥
ସେହି ମନୁଷ୍ୟ ମୁକ୍ତ ଅଟେ, ଯାହାର ବୃତ୍ତି ଈଶ୍ବରଙ୍କ ଠାରେ ଲାଗିଯାଏ, ଆଉ ସେ ସର୍ବଦା ହରିଙ୍କ ଠାରେ ଲୀନ ରହିଥାଏ।
ਤਿਨ ਕੀ ਗਹਣ ਗਤਿ ਕਹੀ ਨ ਜਾਈ ਸਚੈ ਆਪਿ ਸਵਾਰੇ ॥
ସତ୍ୟସ୍ଵରୂପ ପରମାତ୍ମା ତାହାର ଜୀବନ ସଫଳ କରିଛନ୍ତି ଆଉ ତାହାଙ୍କ ଗହନ ଗତି ବର୍ଣ୍ଣନା କରାଯାଇ ପାରିବ ନାହିଁ।