ਦੀਨ ਦਇਆਲ ਕ੍ਰਿਪਾ ਨਿਧੇ ਸਾਸਿ ਸਾਸਿ ਸਮ੍ਹ੍ਹਾਰੈ ॥੨॥
ଭକ୍ତଜନ ସେହି ଦୀନଦୟାଳୁ ଏବଂ କୃପାନିଧିଙ୍କୁ ପ୍ରତି ଶ୍ଵାସରେ ସ୍ମରଣ କରିଥାନ୍ତି॥2॥
ਕਰਣਹਾਰੁ ਜੋ ਕਰਿ ਰਹਿਆ ਸਾਈ ਵਡਿਆਈ ॥
ସର୍ବକର୍ତ୍ତା ପରମାତ୍ମା ଯାହା କିଛି କରିଥାନ୍ତି, ଏହା ତାହାଙ୍କ ବଡପଣ ଅଟେ।
ਗੁਰਿ ਪੂਰੈ ਉਪਦੇਸਿਆ ਸੁਖੁ ਖਸਮ ਰਜਾਈ ॥੩॥
ପୂର୍ଣ ଗୁରୁ ଏହି ଉପଡ୍ସ ଦେଇଛନ୍ତି ଯେ ମାଲିକଙ୍କ ଇଚ୍ଛା ଅନୁସାରେ ରହିବା ଦ୍ଵାରା ହିଁ ପରମ ସୁଖ ହାସଲ ହୋଇଥାଏ॥3॥
ਚਿੰਤ ਅੰਦੇਸਾ ਗਣਤ ਤਜਿ ਜਨਿ ਹੁਕਮੁ ਪਛਾਤਾ ॥
ଦାସ ଚିନ୍ତା, ସନ୍ଦେହ ଏବଂ ବୃତ୍ତି ତ୍ୟାଗ କରି ତାହାଙ୍କ ହୁକୁମକୁ ଜାଣିଛନ୍ତି।
ਨਹ ਬਿਨਸੈ ਨਹ ਛੋਡਿ ਜਾਇ ਨਾਨਕ ਰੰਗਿ ਰਾਤਾ ॥੪॥੧੮॥੪੮॥
ହେ ନାନକ! ଦାସ ପ୍ରଭୁଙ୍କ ରଙ୍ଗରେ ଲୀନ ରହିଥାନ୍ତି, ଯାହା କେବେ ମଧ୍ୟ ନାଶ ହୁଏନାହିଁ ଆଉ ନା ଛାଡି ଚାଲିଯାଏ||4||18||48||
ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥
ਮਹਾ ਤਪਤਿ ਤੇ ਭਈ ਸਾਂਤਿ ਪਰਸਤ ਪਾਪ ਨਾਠੇ ॥
ସନ୍ଥଙ୍କ ଚରଣ ସ୍ପର୍ଶ କରିବା ଦ୍ଵାରା ସାରା ପାପ ନାଶ ହୋଇ ଯାଇଛି ଆଉ ତୃଷ୍ଣା ରୂପୀ ଅଗ୍ନି ଲିଭି ଯାଇଛି।
ਅੰਧ ਕੂਪ ਮਹਿ ਗਲਤ ਥੇ ਕਾਢੇ ਦੇ ਹਾਥੇ ॥੧॥
ଆମେ ଜଗତ ରୂପୀ ଅନ୍ଧକୂପରେ ଲୀନ ଥିଲୁ, କିନ୍ତୁ ସନ୍ଥ ହାତ ଦେଇ ଆମକୁ ବାହାର କରିଛନ୍ତି॥1॥
ਓਇ ਹਮਾਰੇ ਸਾਜਨਾ ਹਮ ਉਨ ਕੀ ਰੇਨ ॥
ସେ ଆମର ପ୍ରକୃତ ବନ୍ଧୁ ଅଟନ୍ତି ଆଉ ଆମେ ତାହାଙ୍କ ଚରଣ ଧୂଳି ଅଟେ।
ਜਿਨ ਭੇਟਤ ਹੋਵਤ ਸੁਖੀ ਜੀਅ ਦਾਨੁ ਦੇਨ ॥੧॥ ਰਹਾਉ ॥
ଯାହାଙ୍କ ସହିତ ମିଳନ କରିଲେ ମୁଁ ସୁଖୀ ହୋଇଥାଏ, ସେ ମୋତେ ଜୀବନ ଦାନ ଦେଇଛନ୍ତି॥1॥ରୁହ॥
ਪਰਾ ਪੂਰਬਲਾ ਲੀਖਿਆ ਮਿਲਿਆ ਅਬ ਆਇ ॥
ପୂର୍ଣ୍ଣ ଜନ୍ମର କର୍ମ କାରଣରୁ ଭାଗ୍ୟରେ ଯାହା ଲେଖା ହୋଇଥିଲା, ତାହା ମୋତେ ମିଳି ଯାଇଛି।
ਬਸਤ ਸੰਗਿ ਹਰਿ ਸਾਧ ਕੈ ਪੂਰਨ ਆਸਾਇ ॥੨॥
ସନ୍ଥଙ୍କ ସଙ୍ଗତିରେ ରହିବା ଦ୍ଵାରା ମୋର କାମନା ପୁରା ହୋଇ ଯାଇଛି॥2॥
ਭੈ ਬਿਨਸੇ ਤਿਹੁ ਲੋਕ ਕੇ ਪਾਏ ਸੁਖ ਥਾਨ ॥
ମୋର ତିନି ଲୋକର ଭୟ ନାଶ ହୋଇ ଯାଇଛି ଆଉ ସୁଖର ସ୍ଥାନ ମିଳି ଯାଇଛି।
ਦਇਆ ਕਰੀ ਸਮਰਥ ਗੁਰਿ ਬਸਿਆ ਮਨਿ ਨਾਮ ॥੩॥
ସମର୍ଥ ଗୁରୁ ଦୟା କରିଛନ୍ତି, ଯାହା ଦ୍ଵାରା ମୋର ମନରେ ନାମ ସ୍ଥାପିତ ହୋଇ ଯାଇଛି॥3॥
ਨਾਨਕ ਕੀ ਤੂ ਟੇਕ ਪ੍ਰਭ ਤੇਰਾ ਆਧਾਰ ॥
ନାନକ କହନ୍ତି ଯେ ହେ ପ୍ରଭୁ! ତୁ ହିଁ ମୋର ସାହାରା ଓ ଆଶ୍ରା ଅଟୁ।
ਕਰਣ ਕਾਰਣ ਸਮਰਥ ਪ੍ਰਭ ਹਰਿ ਅਗਮ ਅਪਾਰ ॥੪॥੧੯॥੪੯॥
ଅଗମ୍ୟ ଅପାର ପ୍ରଭୁ ହିଁ କରିବା-କରାଇବାରେ ସମର୍ଥ ଅଟନ୍ତି||4||19||49||
ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥
ਸੋਈ ਮਲੀਨੁ ਦੀਨੁ ਹੀਨੁ ਜਿਸੁ ਪ੍ਰਭੁ ਬਿਸਰਾਨਾ ॥
ଯିଏ ପ୍ରଭୁଙ୍କୁ ଭୁଲି ଯାଇଛି, ସେ ମଳିନ, ଗରିବ ଓ ନୀଚ ଅଟେ।
ਕਰਨੈਹਾਰੁ ਨ ਬੂਝਈ ਆਪੁ ਗਨੈ ਬਿਗਾਨਾ ॥੧॥
ସେ ରଚୟିତାଙ୍କୁ ବୁଝେ ନାହିଁ, ଅବୁଝା ହୋଇ ନିଜକୁ ବଡ ବୁଝିବା ବାଲା ଭାବିଥାଏ॥1॥
ਦੂਖੁ ਤਦੇ ਜਦਿ ਵੀਸਰੈ ਸੁਖੁ ਪ੍ਰਭ ਚਿਤਿ ਆਏ ॥
ଜୀବନରେ ମନୁଷ୍ୟ ସେତେବେଳେ ଦୁଃଖୀ ହୋଇଥାଏ, ଯେତେବେଳେ ସେ ତାହାଙ୍କୁ ଭୁଲି ଯାଇଥାଏ, କିନ୍ତୁ ପ୍ରଭୁଙ୍କୁ ସ୍ମରଣ କରିବା ଦ୍ଵାରା ସେ ସୁଖୀ ହୋଇଥାଏ।
ਸੰਤਨ ਕੈ ਆਨੰਦੁ ਏਹੁ ਨਿਤ ਹਰਿ ਗੁਣ ਗਾਏ ॥੧॥ ਰਹਾਉ ॥
ସନ୍ଥଙ୍କ ମନରେ ସର୍ବଦା ଆନନ୍ଦ ବନି ରହିଥାଏ, କାରଣ ସେ ନିତ୍ୟ ଭଗବାନଙ୍କ ଗୁଣଗାନ କରିଥାନ୍ତି॥1॥ରୁହ॥
ਊਚੇ ਤੇ ਨੀਚਾ ਕਰੈ ਨੀਚ ਖਿਨ ਮਹਿ ਥਾਪੈ ॥
ଇଶ୍ଵର କାହାକୁ ଉଚ୍ଚ(ରାଜା0 ଆଉ କାହାକୁ ନୀଚ(ଭିକାରି) ବନାଇ ଦିଅନ୍ତି, ଯଦି ତାହାଙ୍କ ଇଛା ହୋଇଥାଏ, ତାହାହେଲେ ସେ ଏକ କ୍ଷଣରେ ଭିକାରିକୁ ରାଜାର ଆସନରେ ବସାଇ ଦିଅନ୍ତି।
ਕੀਮਤਿ ਕਹੀ ਨ ਜਾਈਐ ਠਾਕੁਰ ਪਰਤਾਪੈ ॥੨॥
ଠାକୁରଙ୍କ ପ୍ରତାପର ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ॥2॥
ਪੇਖਤ ਲੀਲਾ ਰੰਗ ਰੂਪ ਚਲਨੈ ਦਿਨੁ ਆਇਆ ॥
ଖେଳ-ତମାସା ଏବଂ ରଙ୍ଗ-ରୂପ ଦେଖି ହିଁ ଜୀବର ଦୁନିଆରୁ ବିଦାୟ ନେବାର ଦିନ ଆସିଯାଏ।
ਸੁਪਨੇ ਕਾ ਸੁਪਨਾ ਭਇਆ ਸੰਗਿ ਚਲਿਆ ਕਮਾਇਆ ॥੩॥
ଏହି ଜୀବନ ଏକ ସ୍ଵପ୍ନ ଅଟେ ଆଉ ଏଥିରେ ଅର୍ଜନ କରିଥିବା ପାପ ଓ ପୂଣ୍ୟ ହିଁ ତାହା ସାଥିରେ ଯାଇଥାଏ॥3॥
ਕਰਣ ਕਾਰਣ ਸਮਰਥ ਪ੍ਰਭ ਤੇਰੀ ਸਰਣਾਈ ॥
ହେ ପ୍ରଭୁ! ତୁ କରିବା-କରାଇବାରେ ସମର୍ଥ ଅଟୁ, ଏଥିପାଇଁ ମୁଁ ତୋର ଶରଣରେ ଆସିଛି।
ਹਰਿ ਦਿਨਸੁ ਰੈਣਿ ਨਾਨਕੁ ਜਪੈ ਸਦ ਸਦ ਬਲਿ ਜਾਈ ॥੪॥੨੦॥੫੦॥
ନାନକ ଦିନରାତି ପରମାତ୍ମାଙ୍କ ଜପ ହିଁ କରିଥାନ୍ତି ଆଉ ତାହାଙ୍କ ପ୍ରତି ସର୍ବଦା ସମର୍ପିତ ଅଟନ୍ତି||4||20||50||
ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥
ਜਲੁ ਢੋਵਉ ਇਹ ਸੀਸ ਕਰਿ ਕਰ ਪਗ ਪਖਲਾਵਉ ॥
ମୁଁ ସନ୍ଥଙ୍କ ପାଇଁ ନିଜ ମସ୍ତକ ଉପରେ ମାଠିଆରେ ପାଣି ଆଣିଥାଏ ଓ ତାହାଙ୍କ ଚରଣ ଧୋଇଥାଏ।
ਬਾਰਿ ਜਾਉ ਲਖ ਬੇਰੀਆ ਦਰਸੁ ਪੇਖਿ ਜੀਵਾਵਉ ॥੧॥
ମୁଁ ତାହାଙ୍କ ପ୍ରତି ଲକ୍ଷେ ଥର ସମର୍ପିତ ହୋଇଥାଏ ଆଉ ତାହାଙ୍କ ଦର୍ଶନ କରିବା ଦ୍ଵାରା ହିଁ ଜୀବନ ମିଳିଥାଏ॥1॥
ਕਰਉ ਮਨੋਰਥ ਮਨੈ ਮਾਹਿ ਅਪਨੇ ਪ੍ਰਭ ਤੇ ਪਾਵਉ ॥
ମୁଁ ଯେଉଁ ମନୋରଥ ମନରେ କରିଥାଏ, ତାହା ପ୍ରଭୁଙ୍କ ଠାରୁ ପାଇ ନିଏ।
ਦੇਉ ਸੂਹਨੀ ਸਾਧ ਕੈ ਬੀਜਨੁ ਢੋਲਾਵਉ ॥੧॥ ਰਹਾਉ ॥
ମୁଁ ସନ୍ଥଙ୍କ ନିବାସରେ ଝାଡୁ ମାରିଥାଏ ଆଉ ତାହାଙ୍କୁ ପଙ୍ଖା କରିଥାଏ॥1॥ରୁହ॥
ਅੰਮ੍ਰਿਤ ਗੁਣ ਸੰਤ ਬੋਲਤੇ ਸੁਣਿ ਮਨਹਿ ਪੀਲਾਵਉ ॥
ସନ୍ଥ ଯେଉଁ ଅମୃତ ଗୁଣ ବୋଲିଥାନ୍ତି, ମୁଁ ତାହା ଶୁଣି ନିଜ ମନରେ ପାନ କରିଥାଏ।
ਉਆ ਰਸ ਮਹਿ ਸਾਂਤਿ ਤ੍ਰਿਪਤਿ ਹੋਇ ਬਿਖੈ ਜਲਨਿ ਬੁਝਾਵਉ ॥੨॥
ସେହି ଅମୃତ ରସରେ ମୁଁ ଶାନ୍ତି ପ୍ରାପ୍ତ କରିଥାଏ, ତୃପ୍ତ ହୋଇଯାଏ ଆଉ ବିଷରୂପୀ ତୃଷ୍ଣାର ଜ୍ଵଳନ ଲିଭାଇଥାଏ॥2॥
ਜਬ ਭਗਤਿ ਕਰਹਿ ਸੰਤ ਮੰਡਲੀ ਤਿਨੑ ਮਿਲਿ ਹਰਿ ਗਾਵਉ ॥
ଯେତେବେଳେ ସନ୍ଥମାନେ ଭକ୍ତି କରିଥାନ୍ତି, ମୁଁ ମଧ୍ୟ ସେମାନଙ୍କ ସାଥିରେ ମିଶି ଭଗବାନଙ୍କ ଗୁଣଗାନ କରିଥାଏ।
ਕਰਉ ਨਮਸਕਾਰ ਭਗਤ ਜਨ ਧੂਰਿ ਮੁਖਿ ਲਾਵਉ ॥੩॥
ମୁଁ ଭକ୍ତଜନଙ୍କୁ ପ୍ରଣାମ କରୁଅଛି ଆଉ ତାହାଙ୍କ ଚରଣ-ଧୂଳି ନିଜ ମୁଖରେ ଲଗାଇ ଥାଏ॥3॥
ਊਠਤ ਬੈਠਤ ਜਪਉ ਨਾਮੁ ਇਹੁ ਕਰਮੁ ਕਮਾਵਉ ॥
ମୁଁ ଏହି କର୍ମ କରିଥାଏ ଯେ ଉଠିବା-ବସିବା ସମୟରେ ପରମାତ୍ମାଙ୍କ ନାମ ଜପ କରିଥାଏ।
ਨਾਨਕ ਕੀ ਪ੍ਰਭ ਬੇਨਤੀ ਹਰਿ ਸਰਨਿ ਸਮਾਵਉ ॥੪॥੨੧॥੫੧॥
ପ୍ରଭୁଙ୍କ ଠାରେ ନାନକଙ୍କ ଏହି ବିନତି ଯେ ମୁଁ ତୋର ଶରଣରେ ବିଲୀନ ରହିବି||4||21||51||
ਬਿਲਾਵਲੁ ਮਹਲਾ ੫ ॥
ବିଲାବଲୁ ମହଲା 5॥
ਇਹੁ ਸਾਗਰੁ ਸੋਈ ਤਰੈ ਜੋ ਹਰਿ ਗੁਣ ਗਾਏ ॥
ଏହି ସଂସାର ସାଗରରେ ସେ ପାର ହୋଇଥାଏ, ଯିଏ ଭଗବାନଙ୍କ ଗୁଣ ଗାନ କରିଥାଏ।
ਸਾਧਸੰਗਤਿ ਕੈ ਸੰਗਿ ਵਸੈ ਵਡਭਾਗੀ ਪਾਏ ॥੧॥
ସନ୍ଥଙ୍କ ସଙ୍ଗତିରେ ରହି କେହି ଭାଗ୍ୟଶାଳୀ ହି ଈଶ୍ଵରଙ୍କୁ ପାଇଥାଏ॥1॥